ଦୁର୍ଲଭ ଅମ୍ଳଜାନ

ବର୍ତ୍ତମାନ ନୂଆଦିଲ୍ଲୀ, ମହାରାଷ୍ଟ୍ର, ମଧୢପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ଇତ୍ୟାଦି ଭଳି ରାଜ୍ୟର ହଜାର ହଜାର ଲୋକ କରୋନା ସ˚କ୍ରମଣର ସୁନାମିରେ ଉବୁଟୁବୁ ହୋଇ ପ୍ରାଣ ବିକଳରେ ପ୍ରଶ୍ବାସ ଟିକିଏ ନେବା ଲାଗି ଯେତବେଳେ ମୁଣ୍ତ ଟେକୁଛନ୍ତି, ସେତିକି ବେଳେ ସେମାନେ ଆବିଷ୍କାର କରିବାରେ ଲାଗିଛନ୍ତିି ଯେ ସେମାନଙ୍କ ପିଣ୍ତରେ ଏ ଯାବତ୍‌ ପ୍ରାଣ ସ˚ଚାର କରି ଆସିଥିବା ସେହି ମହାର୍ଘ ‘ଅମ୍ଳଜାନ’ ବା ‘ଅକ୍ସିଜେନ୍‌’ ଅତ୍ୟନ୍ତ ଦୁର୍ଲଭ ହୋଇ ଯାଇଛି। କରୋନାର ଦ୍ବିତୀୟ ତରଙ୍ଗ କାଳରେ ‘କୋଭିଡ୍‌-୧୯’ର ନୂଆ ଷ୍ଟ୍ରେନ୍‌ ଅସ˚ଖ୍ୟ ଆକ୍ରାନ୍ତଙ୍କ ଫୁସଫୁସକୁ ସା˚ଘାତିକ କ୍ଷତି ପହଞ୍ଚାଇ ସ୍ବାଭାବିକ ଭାବେ ବାୟୁମଣ୍ତଳରୁ ‘ଅକ୍ସିଜେନ୍‌’ ଶୋଷିବା ଲାଗି ଅସମର୍ଥ କରି ପକାଇଥିବା ବେଳେ, ଏକ ବିଡ଼ମ୍ବନା ସ୍ବରୂପ ସେମାନଙ୍କ ଲାଗି କୃତ୍ରିମ ଉପାୟରେ ପ୍ରସ୍ତୁତ ବିଶୁଦ୍ଧ ‘ଅକ୍ସିଜେନ୍‌’ ଉପଲବ୍‌ଧ କରାଇବାର ବ୍ୟବସ୍ଥା ମଧୢ ଭୁଶୁଡ଼ି ପଡ଼ିବାରେ ଲାଗିଛି! ସୁତରା˚, ଏକ ଅତ୍ୟନ୍ତ ବିମର୍ଷକର ପରିସ୍ଥିତି ସ୍ବରୂପ ଦେଖିବାକୁ ମିଳୁଛି ଯେ ‘ମେଡିକାଲ ଅକ୍ସିଜେନ୍‌’ର ଅଭାବରେ ଅନେକ କରୋନା ସ˚କ୍ରମିତଙ୍କ ପ୍ରାଣହାନି ଘଟୁଛି। କହିବା ବାହୁଲ୍ୟ ଯେ ଏଭଳି ବିଶାଳ ସ˚ଖ୍ୟକ ଜନ ସମୁଦାୟର ପ୍ରାଣ ରକ୍ଷା ଲାଗି ଏତେ ପରିମାଣର ‘ଅକ୍ସିଜେନ୍‌’ର ଆବଶ୍ୟକତା ଭାରତର ଇତିହାସରେ ପୂର୍ବରୁ କେବେ ହେଲେ ପଡ଼ି ନ ଥିଲା। ତେଣୁ କୁହାଯାଇ ପାରେ ଯେ ସହସା ଏକ ଅତ୍ୟନ୍ତ ବିରାଟ ଚାହିଦା ସମକ୍ଷରେ ଯୋଗାଣ ପାର୍ଶ୍ବଟି ଟଳମଳ ହୋଇ ଯିବାରେ ବିଶେଷ ଅସ୍ବାଭାବିକତା ନାହିଁ। କିନ୍ତୁ ଟିକିଏ ଗହୀରେଇ ଦୃଷ୍ଟି ନିକ୍ଷେପ କଲେ ଦିଶିଥାଏ ଯେ ଏପରି ପରିସ୍ଥିତି ପଛରେ ମଧୢ ରହିଛି ଉଚ୍ଚ ସ୍ତରରେ ପରିଦୃଷ୍ଟ ହୋଇଥିବା ଅଦୂରଦର୍ଶିତା।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରାପ୍ତ ତଥ୍ୟ ବେଶ୍‌ ପ୍ରଣିଧାନଯୋଗ୍ୟ, ଯାହା ଅନୁସାରେ ଏପ୍ରିଲ, ୨୦୨୦ରୁ ଜାନୁଆରି, ୨୦୨୧ ମଧୢରେ ଭାରତ ଏକ ରେକର୍ଡ ପରିମାଣର ‘ଅକ୍ସିଜେନ’ ରପ୍ତାନି କରିଛି। ପୂର୍ବ ବର୍ଷ ମାନଙ୍କରେ ଭାରତ ହାରାହାରି ବାର୍ଷିକ ପ୍ରାୟ ୪୫୦୦ ମେଟ୍ରିକ ଟନ ‘ଅକ୍ସିଜେନ’ ରପ୍ତାନି କରୁଥିବା ବେଳେ ଗଲା ବର୍ଷ ୯୩୦୧ ମେଟ୍ରିକ ଟନ୍‌ ‘ଅକ୍ସିଜେନ’ ରପ୍ତାନି କରିଥିଲା, ଯାହାର ମୂଲ୍ୟ ଥିଲା ୮.୯ କୋଟି ଟଙ୍କା। ‘ଅକ୍ସିଜେନ’ ରପ୍ତାନିରେ ଏଭଳି ଅଚାନକ ଅଭିବୃଦ୍ଧି ପଛରେ ନିହିତ କାରଣଟି ବୁଝିବା ବିଶେଷ କଷ୍ଟକର ନୁହେଁ; କାରଣ ସେହି ସମୟରେ ପାନ୍‌ଡେମିକ୍‌ ଦ୍ବାରା ଆକ୍ରାନ୍ତ ପୃଥିବୀ ଏହି ‘ପ୍ରାଣରକ୍ଷାକାରୀ ଗ୍ୟାସ’କୁ ଅତ୍ୟନ୍ତ ଆକୁଳତାର ସହିତ ଚାହିଁ ବସିଥିଲା, ଯାହା ରପ୍ତାନି ଲାଗି ଚାହିଦା ସୃଷ୍ଟି କରିଥିଲା। ଅବଶ୍ୟ, ଏହା ସତ ଯେ ସେହି ସମୟରେ ଭାରତ ମଧୢ କରୋନା ସ˚କ୍ରମଣର ପ୍ରଥମ ତରଙ୍ଗର ସମ୍ମୁଖୀନ ହେଉଥିଲା, କିନ୍ତୁ, ବ୍ରାଜିଲ ଭଳି କିଛି ଦେଶରେ ଅନୁଭୂତ ହୋଇଥିବା ଭଳି ‘ମେଡିକାଲ ଅକ୍ସିଜେନ୍‌’ର ଆବଶ୍ୟକତା ଆମ ଦେଶରେ ଦେଖିବାକୁ ମିଳି ନ ଥିଲା; ଯଦିଓ ସେତିକି ବେଳେ ଭାରତରେ ‘ଅକ୍ସିଜେନ୍‌’ର ଚାହିଦା ପୂର୍ବର ଦୈନିକ ୭୦୦ ମେଟ୍ରିକ ଟନ୍‌ରୁ ବୃଦ୍ଧି ପାଇ ୨୦୦୦ ମେଟ୍ରିକ ଟନ୍‌ରେ ପହଞ୍ଚିଥିଲା। ସୁତରା˚, କହିବା ବାହୁଲ୍ୟ ଯେ ସେହି ସମୟରେ ଆମ ଦେଶର ନୀତି ନିର୍ଦ୍ଧାରକମାନଙ୍କ ମଦ୍ୟରେ ଯଦି ଏକ ଦୂରଦୃଷ୍ଟି ସ˚ପନ୍ନ ବିଚାର ଉଦୟ ହୋଇଥାଆନ୍ତା, ତାହା ହେଲେ ‘ଅକ୍ସିଜେନ’ ରପ୍ତାନି ଉପରେ ଗୁରୁତ୍ବ ଦିଆ ନ ଯାଇ ଭବିଷ୍ୟତ୍‌ରେ ନିଜ ବ୍ୟବହାର ଲାଗି ସ˚ଚୟ କରି ରଖା ଯାଇଥାଆନ୍ତା ବା ଅତର୍କିତ ସ˚କଟର ମୁକାବିଲା ଲାଗି ଆଗତୁରା ବିଭିନ୍ନ ରାଜ୍ୟଗୁଡ଼ିକୁ ପଠାଇ ଦିଆଯାଇଥାଆନ୍ତା।

ସେହିଭଳି ଗତ ବର୍ଷ ଭାରତରେ ୧୬୨ଟି ‘ଅକ୍ସିଜେନ’ କାରଖାନାର ପ୍ରତିଷ୍ଠା ଲାଗି ଟେଣ୍ତର ଆହ୍ବାନ କରାଯାଇଥିଲା। ଏଥି ସକାଶେ ଆବଶ୍ୟକ ୨୦୧.୫୮ କୋଟି ଟଙ୍କା ମଧୢ ‘ପିଏମ୍‌ କେୟାର ଫଣ୍ତ୍‌’ରୁ ଉପଲବ୍‌ଧ କରାଯାଇଥିଲା। କିନ୍ତୁ ବର୍ଷକ ପରେ ମାତ୍ର ୩୩ଟି କାରଖାନା କାର୍ଯ୍ୟକ୍ଷମ ହୋଇପାରିଛି। ଏହା ପଛରେ ରହିଥିବା କାରଣ ଦର୍ଶାଇ ‘ସ୍କ୍ରୋଲ୍‌ ଡଟ୍‌ ଇନ୍‌’ ନାମକ େଵବ୍‌ ପତ୍ରିକା କକ୍ଷରୁ କୁହାଯାଇଛି ଯେ ଅମଲାତାନ୍ତ୍ରିକ ଅପାରଗତା ଏଥି ଲାଗି ଦାୟୀ; ଯାହା ଏହି ଦାୟିତ୍ବକୁ ତୁଲାଇବାରେ ଅସମର୍ଥ କ˚ପାନିଙ୍କୁ କାର୍ଯ୍ୟ ନିର୍ଦ୍ଦେଶ ଦିଆଯିବାରେ ପ୍ରତିଫଳିତ ହୋଇଥାଏ। କହିବା ନିଷ୍ପ୍ରୟୋଜନ ଯେ ଏ ସମସ୍ତ ‘ଅକ୍ସିଜେନ୍‌’ କାରଖାନାଗୁଡ଼ିକ ଯଦି ଠିକ ସମୟରେ କାର୍ଯ୍ୟକ୍ଷମ ହୋଇଥାନ୍ତେ, ତେବେ ବର୍ତ୍ତମାନର ବିପଦ ଦୂରୀଭୂତ କରିବାରେ ସେଗୁଡ଼ିକ ଯଥେଷ୍ଟ ସହାୟକ ହୋଇଥାଆନ୍ତେ।

ତେବେ ‘ଅକ୍ସିଜେନ’ ସ˚କଟ ପରିପ୍ରେକ୍ଷୀରେ ଭାରତୀୟ ‘ଅକ୍ସିଜେନ’ ପ୍ରସ୍ତୁତକାରୀ ଉଦ୍ୟୋଗ ପକ୍ଷରୁ ଯାହା କୁହାଯାଇଥାଏ, ତାହା ହେଲା ଭାରତ ନିକଟରେ ଦୈନିକ ୭,୦୦୦ ମେଟ୍ରିକ ଟନ୍‌ ‘ଅକ୍ସିଜେନ’ ପ୍ରସ୍ତୁତ କରି ପାରିବାର କ୍ଷମତା ଥିବାରୁ ବର୍ତ୍ତମାନର ଦୈନିକ ଆବଶ୍ୟକତା ପ୍ରାୟ ୫୦୦୦ ମେଟ୍ରିକ୍‌ ଟନ୍‌ ‘ମେଡିକାଲ ଅକ୍ସିଜେନ’ର ଚାହିଦା ପୂରଣ କରାଯିବାରେ କୌଣସି ଅସୁବିଧା ନାହିଁ; ଏପରିକି ଦୈନିକ ସ˚କ୍ରମଣ ସ˚ଖ୍ୟା ୫ ଲକ୍ଷ ହେବା ପର୍ଯ୍ୟନ୍ତ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ରହି ପାରିବ। ସୁତରା˚, ପ୍ରକୃତ ସମସ୍ୟା ରହିଛି ଯୋଗାଣ ଓ ବିତରଣ କ୍ଷେତ୍ରରେ। କାରଣ ଏତେ ଅଧିକ ପରିମାଣର ତରଳ ‘ଅକ୍ସିଜେନ’କୁ ପରିବହନ କରି ନେବା ଲାଗି ଆବଶ୍ୟକ ସ˚ଖ୍ୟକ ‘କ୍ରାୟୋଜେନିକ୍‌’ ଟ୍ୟାଙ୍କର ହୁଏ’ତ ନାହିଁ। ଏହି ସ˚ଦର୍ଭରେ ପ୍ରଧାନମନ୍ତ୍ରୀଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ‘ଅକ୍ସିଜେନ ଏକ୍‌ସପ୍ରେସ୍‌’ (‘ଅକ୍ସିଜେନ’ ପରିବହନକାରୀ ରେଳ) ଚଳାଚଳର ନିଷ୍ପତ୍ତି ଯେ ଅତ୍ୟନ୍ତ ସ୍ବାଗତଯୋଗ୍ୟ, ତାହା ନିଃସନ୍ଦେହ। ସେହିଭଳି ବିଦେଶରୁ ୫୦,୦୦୦ ମେଟ୍ରିକ ଟନ୍‌ ‘ଅକ୍ସିଜେନ’ ଆମଦାନି କରାଯିବାର ନିଷ୍ପତ୍ତି ମଧୢ ଏହି ଅଭାବ ଦୂର କରିବାରେ ସହାୟକ ହେବ। କେବଳ ସେତିକି ନୁହେଁ, ‘ରିଲାଏନ୍‌ସ’ ବା ‘ସେଲ୍‌’ ଭଳି ବିଭିନ୍ନ ଘରୋଇ ଓ ରାଷ୍ଟୟାୟତ୍ତ ଉଦ୍ୟୋଗ ନିଜ ଲାଗି ପ୍ରସ୍ତୁତ କରୁଥିବା ‘ଅକ୍ସିଜେନ’କୁ କୋଭିଡ୍‌ ଚିକିତ୍ସା ଲାଗି ପ୍ରେରଣ କରିବାକୁ ସ୍ଥିର କରିଛନ୍ତି। ତା ସହିତ ଆଉ ଏକ ଅତ୍ୟନ୍ତ ସୁଖର କଥା ହେଉଛି ଯେ ପ୍ରଯୁକ୍ତିର ଅଗ୍ରଗତି ଫଳରେ ସ˚ପ୍ରତି ଘରେ ଅମ୍ଳଜାନ ପ୍ରସ୍ତୁତ କରିପାରିବାର ସାମର୍ଥ୍ୟ ବହନକାରୀ କ୍ଷୁଦ୍ର ଯନ୍ତ୍ର ‘ଅକ୍ସିଜେନ କନ୍‌ସେଣ୍ଟ୍ରେଟର’ ବଜାରରେ ଉପଲବ୍‌ଧ, ଯାହା ଗୋଟିଏ ମଧୢବିତ୍ତ ପରିବାରର କ୍ରୟ କ୍ଷମତା ପରିସର ମଧୢରେ। ସୁତରା˚, ଏଭଳି ସ୍ଥିତିରେ କେବଳ ଉତ୍ତମ ପରିଚାଳନା, ନିଷ୍ଠାପର ଭାବେ ଦାୟିତ୍ବ ସଂପାଦନ ଓ ଦୂରଦର୍ଶିତା ଦ୍ବାରା ଏହି ସ˚କଟରୁ ପରିତ୍ରାଣ ମିଳିବାର ଅନେକ ଆଶା ରହିଛି।

ଗ୍ରୀକ୍‌ ପୁରାଣ ଅନୁସାରେ ବାୟୁମଣ୍ତଳର ସବୋର୍ଚ୍ଚ ସ୍ତରରେ ଥିବା ସ˚ପୂର୍ଣ୍ଣ (ଅମ୍ଳଜାନମୟ) ବିଶୁଦ୍ଧ ବାୟୁକୁ ଦେବତାମାନେ ସେମାନଙ୍କ ଶ୍ବାସକ୍ରିୟାରେ ଗ୍ରହଣ କରିଥାଆନ୍ତି। ଇତର ମନୁଷ୍ୟଙ୍କ ଲାଗି ଭୂମି ସ˚ଲଗ୍ନ ସାଧାରଣ ବାୟୁମଣ୍ତଳଟି ରହିଥାଏ। କିନ୍ତୁ ବିଜ୍ଞାନ ଏହାର ବିପରୀତ କଥାଟି କହିଥାଏ ଯେ ବାୟୁମଣ୍ତଳରେ ଅଧିକରୁ ଅଧିକ ଉଚ୍ଚତାରେ ‘ଅକ୍ସିଜେନ’ର ସାନ୍ଦ୍ରତା କ୍ରମ ହ୍ରାସମାନ ହୋଇ ଶେଷକୁ ଶୂନ୍ୟ ହୋଇଯାଏ। ସୁତରା˚, କୁହାଯାଇ ପାରେ କି ମନୁଷ୍ୟ ବା ଇତର ପ୍ରାଣୀ ଜଗତ୍‌ ବିଚରଣ କରୁଥିବା ସ୍ତରରେ ହିଁ ସୃଷ୍ଟିକର୍ତ୍ତା ସର୍ବାଧିକ ‘ଅକ୍ସିଜେନ’ର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟକୁ ଏକ ଭୂତାଣୁର ପ୍ରକୋପ କାରଣରୁ ମନୁଷ୍ୟ ତାହା ଗ୍ରହଣ କରି ପାରିବାର ଅତ୍ୟନ୍ତ ସ୍ବାଭାବିକ ସମାର୍ଥ୍ୟ ମଧୢ ହରାଇ ବସି ଅତିରିକ୍ତ ‘ଅକ୍ସିଜେନ’ଉପରେ ନିର୍ଭରଶୀଳ ହେବାକୁ ବାଧୢ ହେଉଛି। ଏଥିରେ ବିଡ଼ମ୍ବନାଟି ହେଲା, ଜନ୍ମରୁ ନିଜ ଶରୀରକୁ ତଥା ବାୟୁମଣ୍ତଳରେ ଥିବା ଏହି ‘ପ୍ରାଣରକ୍ଷାକାରୀ ଗ୍ୟାସ’କୁ ଅତି ସାଧାରଣ ଭାବେ ଗ୍ରହଣ କରି ଆସିଥିବା ମନୁଷ୍ୟ ଦେଖୁଛି ଯେ ‘ଅତି ସାଧାରଣ’ ମଧୢ କିଭଳି ସମୟ ଚକ୍ରରେ ଅତ୍ୟନ୍ତ ଦୁର୍ଲଭ ହୋଇ ଯାଇପାରେ।

ସମ୍ବନ୍ଧିତ ଖବର