‘କମିଟି ଟୁ ପ୍ରୋଟେକ୍ଟ ଜର୍ନାଲିଷ୍ଟ’(ସିପିଜେ) ନାମକ ଏକ ସମ୍ମାନାସ୍ପଦ ଆନ୍ତର୍ଜାତିକ ଅନୁଷ୍ଠାନ ପକ୍ଷରୁ ୨୦୨୦ ଡିସେମ୍ବର ମାସରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ଗଲା ବର୍ଷ ଚୀନ ଜେଲରେ ସର୍ବାଧିକ ସ˚ଖ୍ୟକ ସାମ୍ବାଦିକ ବନ୍ଦୀ ଜୀବନ କାଟୁଥିଲେ, ଯେଉଁମାନଙ୍କ ସ˚ଖ୍ୟା ହେଉଛି ୨୭୪ ଏବ˚ ସେମାନଙ୍କ ମଧୢରୁ ଅନେକ ଅତ୍ୟନ୍ତ ଦୀର୍ଘ କାରାବାସ ଦଣ୍ତ ଭୋଗିବାର ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଏହି ସାମ୍ବାଦିକମାନଙ୍କ ମଧୢରେ ଅନେକ ଆନୁଷ୍ଠାନିକ ଗଣମାଧୢମର ପ୍ରତିନିଧି ରହିଛନ୍ତି; ଏବ˚ ତାହା ସହିତ ଅଛନ୍ତି ଅନେକ ‘ସିଟିଜନ୍ ଜର୍ନାଲିଷ୍ଟ୍’, ଯେଉଁମାନେ ସଚେତନ ନାଗରିକ ଭାବେ କୌଣସି ସ୍ଥାନରେ ବ୍ୟବସ୍ଥାଗତ ବିଚ୍ୟୁତି ଲକ୍ଷ୍ୟ କରି ତାହାକୁ ସାମାଜିକ ଗଣମାଧୢମ ଜରିଆରେ ଉଜାଗର କରିବାର ଏକ ବିବେକାନୁମୋଦିତ ସାହସ ପ୍ରଦର୍ଶନ କରିଛନ୍ତି। ସୁତରା˚, ଏଥିରୁ ଯେଉଁ ସ୍ପଷ୍ଟ ସନ୍ଦେଶଟି ମିଳିଥାଏ, ତାହା ହେଲା ଚୀନର କମ୍ୟୁନିଷ୍ଟ ପାର୍ଟି ସରକାର କୌଣସି କଟୁ ସତ୍ୟ ଶୁଣିବାକୁ ପ୍ରସ୍ତୁତ ନ ଥାଏ ଏବ˚ କୌଣସି ଦାଗ ବା ମଇଳାକୁ ଘୋଡ଼ାଇ ରଖି ଏକ ପରିଷ୍କୃତ ଭାବମୂର୍ତ୍ତି ପ୍ରଦର୍ଶନର ଛଳନାରେ ଏକ ପ୍ରକାର ଅନମନୀୟତା ପ୍ରକାଶ କରିଥାଏ। ଗଲା ୨୦୧୯ ମସିହାରେ ଯେତେବେଳେ ଚୀନର ଉହାନ ନଗରୀରେ ସର୍ବ ପ୍ରଥମେ କରୋନା ପାନ୍ଡେମିକ୍ର ପ୍ରାରମ୍ଭ ହେଲା, ସେତିକି ବେଳେ ସେଠାରୁ ସମସ୍ତ ବିଦେଶୀ ଗଣମାଧୢମର ପତ୍ରକାରମାନଙ୍କୁ ବହିଷ୍କାର କରି ଦିଆଯାଇଥିଲା; କେବଳ ଆଧିକାରିକ ସରକାରୀ ସୂତ୍ର ବ୍ୟତୀତ ଅନ୍ୟ କୌଣସି ଉତ୍ସରୁ ବାର୍ତ୍ତା ନିସୃତ ହେବାର ସମ୍ଭାବନାକୁ ନିଃଶେଷ କରି ଦିଆଯାଇଥିଲା। ସୁତରା˚, ଏଭଳି ଏକ ପୃଷ୍ଠଭୂମିରେ ଯେତେବେଳେ ସ˚ପ୍ରତି ଭାରତରେ ପରିଦୃଷ୍ଟ ହୋଇଥିବା କରୋନାର ଭୟାବହ ଦ୍ବିତୀୟ ତରଙ୍ଗ ଜନିତ ଅକଳ୍ପନୀୟ ଦୁରବସ୍ଥାକୁ ବିଦ୍ରୂପ କରି ଚୀନର ଗୋଟିଏ ସରକାରୀ ବିଭାଗ କେତେକ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ସାମାଜିକ ଗଣମାଧୢମରେ ‘ପୋଷ୍ଟ୍’ କରିଛି, ସେତିକି ବେଳେ ଏହି ସ˚ଦର୍ଭ ଏକ ଆଲୋଚନା ଲାଗି କ୍ଷେତ୍ର ପ୍ରସ୍ତୁତ କରିଛି ବୋଲି କହିଲେ ଅତିଶୟୋକ୍ତି ହେବନାହିଁ।
ଉଲ୍ଲେଖଯୋଗ୍ୟ ଯେ ଗଲା ମେ ୧ ତାରିଖରେ ଚୀନ କମ୍ୟୁନିଷ୍ଟ ପାର୍ଟିର ଅତ୍ୟନ୍ତ ଶକ୍ତିଶାଳୀ ବିଭାଗ ‘ସେଣ୍ଟ୍ରାଲ ପଲିଟିକାଲ ଏଣ୍ତ ଲିଗାଲ ଏଫାୟାର୍ସ କମିସନ’ର ହ୍ୟାଣ୍ତଲରୁ ‘ସିନ ଵିବୋ’ (ଚୀନର ଟ୍ବିଟର ଭାବେ ପରିଚିତ) ପ୍ଲାଟ୍ଫର୍ମରେ ଦୁଇଟି ଫଟୋଚିତ୍ର ସହିତ ଏକ ମନ୍ତବ୍ୟ ପ୍ରକାଶିତ ହୋଇ ସାରା ପୃଥିବୀର ସମାଲୋଚନାର ଶରବ୍ୟ ହୋଇଛି। ସେହି ଫଟୋଚିତ୍ର ଦ୍ବୟରେ ଯାହା ଦର୍ଶା ଯାଇଛି, ତହିଁରୁ ଗୋଟିଏ ମହାକାଶକୁ ଉଡ଼ି ଯିବାକୁ ଉଦ୍ୟତ ସଦ୍ୟ ଉତ୍କ୍ଷେପଣ କରାଯାଇଥିବା ଅଗ୍ନି ପୁଚ୍ଛଧାରୀ ଏକ ଅନ୍ତରୀକ୍ଷ ଯାନ, ଯାହାର ନାମ ‘ଟିଆନେ’ ଏବ˚ ଅନ୍ୟଟିରେ ଭାରତର କୌଣସି ଏକ ଶ୍ମଶାନରେ ଜଳୁଥିବା ଧାଡ଼ି ଧାଡ଼ି ଚିତାନଳ। ତହିଁରେ ସନ୍ନିବିଷ୍ଟ ଥିବା ମନ୍ତବ୍ୟଟି ଥିଲା ଏହିଭଳି: ଦେଖ ଚୀନ କିଭଳି ଅଗ୍ନି ସ˚ଯୋଗ କରେ ଏବ˚ ଭାରତ କିଭଳି! କହିବା ବାହୁଲ୍ୟ ଯେ କରୋନା ସ˚କ୍ରମିତ ପୃଥିବୀରେ ଏକ ମହାକାଶ ଯାନ ପ୍ରେରଣ କରି ପାରୁଥିବାର ସାମର୍ଥ୍ୟ ବହନ କରୁଥିବା ଚୀନ ସମକ୍ଷରେ କୋଭିଡ୍ ଦ୍ବାରା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଭାରତକୁ ପ୍ରଦର୍ଶନ କରି ସେଥିରେ ତାଚ୍ଛଲ୍ୟ କରାଯାଇଥିଲା। ଅବଶ୍ୟ, ଏହା ସତ ଯେ ଏହି ପୋଷ୍ଟ୍ ଆସିବା ପରେ କେବଳ ଚୀନ ବାହାରୁ ନୁହେଁ, ଚୀନ ଭିତରୁ ମଧୢ ଏଭଳି ତୀବ୍ର ସମାଲୋଚନା ସୃଷ୍ଟି ହୋଇଥିଲା ଯେ ତାହାକୁ ‘ଡିଲିଟ୍’ କରି ଦିଆଯାଇଥିଲା। ଉଲ୍ଲେଖନୀୟ ଯେ ଏଭଳି ଏକ ଅତ୍ୟନ୍ତ ଅରୁଚିକର ଓ ସମ୍ବେଦନଶୂନ୍ୟ ମନ୍ତବ୍ୟକୁ ଚୀନର ସରକାରୀ ମୁଖପତ୍ର ରୂପେ ପରିଚିତ ‘ଗ୍ଲୋବାଲ୍ ଟାଇମ୍ସ’ ମଧୢ ନାପସନ୍ଦ କରିଛି, ଅନ୍ୟଥା ଯେଉଁ ସମ୍ବାଦପତ୍ର ତାର ସମସ୍ତ ବଳ ଓ ବୁଦ୍ଧିକୁ ଭାରତର ସମାଲୋଚନା କରିବାରେ ହିଁ ବ୍ୟୟ କରିଥାଏ। କେବଳ ସେତିକି ନୁହେଁ, ଚୀନର ସରକାରୀ ଗଣମାଧୢମ ସୂତ୍ରରୁ ଏଭଳି ଧାରଣାଟିଏ ମଧୢ ସୃଷ୍ଟି କରାଯିବାର ଉଦ୍ୟମ ହୋଇଛି ଯହିଁରେ ‘ସେରମ ଇନଷ୍ଟିଚ୍ୟୁଟ୍’ର ଆଦର ପୁନାଵାଲାଙ୍କ ଲଣ୍ତନ ଗମନକୁ ବିଦେଶକୁ ପଳାୟନ ବୋଲି କୁହାଯାଇଛି ଏବ˚ ତାହାର କାରଣ ଭାବେ ଯାହା କୁହାଯାଇଛି, ତାହା ହେଲା କରୋନା ଭ୍ୟାକସିନ ପ୍ରସ୍ତୁତିରେ ତାଙ୍କ ବିଫଳତା ଜନିତ ଚାପ। ଏହି ସ˚ଦର୍ଭରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା, କରୋନାର ଦ୍ବିତୀୟ ତରଙ୍ଗ କାଳରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଲେଖିଥିବା ଏକ ପତ୍ରରେ ସମବେଦନା, ସାହାଯ୍ୟ-ସହଯୋଗ, ସାନ୍ତ୍ବନା ଏବ˚ ସୌହାର୍ଦ୍ଦ୍ୟର ସମସ୍ତ ଉପାଦାନ ଦେଖିବାକୁ ମିଳିଥିଲା। ତେଣୁ ପ୍ରଶ୍ନ ଉଠିଥାଏ ଯେ ଏଭଳି ସ୍ଥଳେ ପୁଣି ଚୀନର ଏକ ଗୁରୁତ୍ବପୂର୍ଣ୍ଣ ସରକାରୀ ବିଭାଗ ଦ୍ବାରା ତାର ସ˚ପୂର୍ଣ୍ଣ ବିପରୀତ ମନୋଭାବ ପ୍ରଦର୍ଶନ କରାଯାଇଛି କାହିଁକି?
ଏହାର ଏକ ମାତ୍ର କାରଣ ହେଉଛି ଏହା ପ୍ରଚାର କରିବା ଯେ ଶାସନ ବ୍ୟବସ୍ଥା ରୂପେ ଗଣତନ୍ତ୍ରଗୁଡ଼ିକ ସର୍ବଦା ତ୍ରୁଟିଯୁକ୍ତ ଏବ˚ ଚୀନର ଏକ ନିକଟତର ପ୍ରତିଦ୍ବନ୍ଦ୍ବୀ ଭାବେ ମୁଣ୍ତ ଟେକିଥିବା ଭାରତରେ ଏହି ତ୍ରୁଟି ତ ମରାମତି-ସାପେକ୍ଷ ମଧୢ ନୁହେଁ; ଅଥଚ କରୋନା କବଳରୁ ମୁକ୍ତ ହୋଇପାରିଥିବା ଚୀନ(ଏହାର ସତ୍ୟତା ମଧୢ ଅତ୍ୟନ୍ତ ସନ୍ଦେହାସ୍ପଦ) ସ˚ପ୍ରତି ପୁଣି ତାର ବିକାଶର ପଥରେ ଅଗ୍ରଗତି କରିବାରେ ଲାଗିଛି। କିନ୍ତୁ ଚୀନା ସରକାରୀ ବିଭାଗ ଦ୍ବାରା ପୋଷ୍ଟ କରାଯାଇଥିବା ମନ୍ତବ୍ୟରେ ଯେଉଁ ବିଡ଼ମ୍ବନାଟି ଜଳଜଳ ହୋଇ ଦିଶିଥାଏ ଏବ˚ ଭାରତକୁ ଅପଦସ୍ଥ କରିବାର ଆଗ୍ରହାତିଶଯ୍ୟରେ ଯାହାକୁ ଚୀନ ସରକାର ପାଶୋରି ଦେଇଛନ୍ତି, ତାହା ହେଲା ଭାରତ ଯଦି ଚୀନ ଭଳି ସତ୍ୟ ଏବ˚ ତଥ୍ୟର କଣ୍ଠରୋଧ କରୁଥିବା ଭଳି ଏକ ରାଷ୍ଟ୍ର ହୋଇଥାଆନ୍ତା, ତେବେ ଏହି ଚିତାନଳଗୁଡ଼ିକ ମଧୢ ପରିଦୃଷ୍ଟ ହୁଅନ୍ତା ନାହିଁ, ଯେମିତି ଉହାନରେ ହୋଇଥିବା ଦୁର୍ଦଶା ସ˚ପର୍କରେ ପ୍ରକୃତ ତଥ୍ୟ ସ˚ପର୍କରେ ଅବଶିଷ୍ଟ ବିଶ୍ବ ଅବଗତ ହୋଇ ପାରି ନାହାନ୍ତି। ସତ୍ୟର ଅବାଧ ଉନ୍ମୋଚନ ଭଳି ଗଣତନ୍ତ୍ରର ଏକ ଶକ୍ତିଶାଳୀ ବିଭାବକୁ ନଜରଅନ୍ଦାଜ କରୁଥିବା ଚୀନ ଭଳି ରାଷ୍ଟ୍ର ନିଜର ଏକ ଅତ୍ୟନ୍ତ ଅନମନୀୟ, ଅମାନବୀୟ ତଥା ସତ୍ୟର କଣ୍ଠରୋଧକାରୀ ବ୍ୟବସ୍ଥାକୁ ଛଳନାପୂର୍ଣ୍ଣ ଭାବେ ଏକ ଉତ୍ତମ ଶାସନ ବ୍ୟବସ୍ଥା ରୂପେ ସାବ୍ୟସ୍ତ କରିବାର ସମସ୍ତ ଉଦ୍ୟମ କରି ଚାଲିଛି।
ତେବେ, କେବଳ ଭାରତ ନୁହେଁ, କରୋନା ପାନ୍ଡେମିକର ଏହି ବର୍ଷାଧିକ ସମୟ ଖଣ୍ତରେ ଫ୍ରାନ୍ସ, ଅଷ୍ଟ୍ରେଲିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଅନେକ ରାଷ୍ଟ୍ରରେ ଦେଖା ଦେଇଥିବା ଦୁର୍ଦଶା ଓ ଅବ୍ୟବସ୍ଥାକୁ ମଧୢ ଚୀନର ସାମାଜିକ ଓ ଆନୁଷ୍ଠାନିକ ଗଣମାଧୢମଗୁଡ଼ିକ ଦ୍ବାରା ବାରମ୍ବାର ପରିହାସ କରାଯାଇଛି। ଉଲ୍ଲେଖନୀୟ ଯେ ଗତ ବର୍ଷ ଆମେରିକାର ଟ୍ର˚ପ୍ ସରକାରଙ୍କୁ ତୀବ୍ର ସମାଲୋଚନା କରୁଥିବା ଆମେରିକୀୟ ସାମ୍ବାଦିକ ଟ୍ରେଭର ନୋଆ ଚୀନ ଦେଶରେ ପ୍ରବଳ ଲୋକପ୍ରିୟ ହୋଇଛନ୍ତି। ଏହାର କାରଣ ଆମେରିକାକୁ ଏକ ପ୍ରତିଦ୍ବନ୍ଦ୍ବୀ ଓ ଅନେକାଂଶରେ ଶତ୍ରୁ ରୂପେ ଦେଖୁଥିବା ଚୀନ ଜନସାଧାରଣ ନୋଆଙ୍କ ସହିତ ନିଜକୁ ଏକାତ୍ମ ମଣନ୍ତି। ତେବେ ଯୁକ୍ତରାଷ୍ଟ୍ର ଆମେରିକାରେ ରହି ସେଠାକାର ସରକାରଙ୍କୁ ଏଭଳି ନିର୍ଦ୍ଦୟ ସମାଲୋଚନା କରିବା ନୋଆଙ୍କ ପକ୍ଷରେ କିଭଳି ସମ୍ଭବପର ହୋଇପାରୁଛି ବୋଲି ଭାବି ସେମାନେ ମଧ୍ୟ ବିସ୍ମୟ ବିସ୍ଫାରିତ ନୟନରେ ପରସ୍ପରକୁ ଚାହୁଁଥିବେ! କିନ୍ତୁ ସେମାନେ ଯାହା ହୃଦୟଙ୍ଗମ କରିପାରନ୍ତି ନାହିଁ, ତାହା ହେଲା ଏକ ଅତ୍ୟନ୍ତ ଦରିଦ୍ର ଓ କ୍ଷୁଦ୍ର ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟ ତାର ସ୍ବଚ୍ଛତା କାରଣରୁ ଚୀନ ଭଳି ପ୍ରତିପତ୍ତିଶାଳୀ, ବିତ୍ତଶାଳୀ ଓ ଶକ୍ତିଶାଳୀ ରାଷ୍ଟ୍ର ତୁଳନାରେ ମଧ୍ୟ ଅଧିକ ବିଶ୍ବାସଯୋଗ୍ୟ ହୋଇଥାଏ; ଏବ˚ ଚୀନ ଠାରେ ସେହି ବିଶ୍ବାସଯୋଗ୍ୟତାର ଅଭାବ ଥିବା କାରଣରୁ ହିଁ ସେହି ରାଷ୍ଟ୍ର କେବେ ହେଲେ ବିଶ୍ବ ସମୁଦାୟର ନେତୃତ୍ବ ନେଇ ପାରିବ ନାହିଁ। ତାର ଛଳ ଚେହେରା ହିଁ ତହିଁରେ ପ୍ରତିବନ୍ଧ ସୃଷ୍ଟି କରିବ।