କୋଭିଡ୍‌-୧୯ର ଦ୍ବିତୀୟ ତରଙ୍ଗ କାଳୀନ ଭୟାବହ ବିଭୀଷିକାର ଯେଉଁ ଅନ୍ଧକାରମୟ ଟନେଲ ମଧୢରେ ଭାରତ ଏବେ ପ୍ରବେଶ କରିଛି, ତହିଁରେ ଏକ କ୍ଷୀଣ ଆଲୋକ ରେଖା ଦୃଶ୍ୟମାନ ହୋଇ ଏକ ଆଶା ସ˚ଚାର କରିଛି। ଏହା ଘଟିଛି, ଯେତେବେଳେ ଭାରତ ଓ ଦକ୍ଷିଣ ଆଫ୍ରିକା ସରକାରଙ୍କ ଅନୁରୋଧ ପରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ଭ୍ୟାକସିନ ଉପରୁ ପ୍ୟାଟେଣ୍ଟ ଉଠାଇ ଦେବାର ଘୋଷଣା କରିଛନ୍ତି। ଏହା ଫଳରେ ଆମେରିକୀୟ କ˚ପାନି ଫାଇଜର ବା ମଡର୍ନା ବା ଜନସନ ଏଣ୍ତ ଜନସନ ଦ୍ବାରା ପ୍ରସ୍ତୁତ ଭ୍ୟାକସିନାର ଫର୍ମୁଲା ଆଧାରରେ ଅନ୍ୟାନ୍ୟ ଦେଶମାନଙ୍କରେ ଜେନେରିକ୍‌ ଟିକା ଉତ୍ପାଦନ କରାଯାଇପାରିବ। ଯଦିଓ ଏହା କାର୍ଯ୍ୟକାରୀ ହେବା ରାସ୍ତାରେ କେତେକ ‘ହ˚ପ୍‌ସ’ ରହିଛି, ତଥାପି କରୋନାକୁ ପ୍ରତିହତ କରିବା ଲାଗି ଭ୍ୟାକସିନ ହିଁ ଏକମାତ୍ର ଅସ୍ତ୍ର ବୋଲି କ୍ରମେ ସାବ୍ୟସ୍ତ ହେଉଥିବା ବେଳେ ଏଭଳି ଏକ ଖବର ନିଶ୍ଚିତ ଭାବେ ସାନ୍ତ୍ବନା ପ୍ରଦାନକାରୀ। ଏହା ସତ୍ତ୍ବେ ଟନେଲ ଭିତରେ ଆମ ଦେଶର ଏକ ଅନ୍ଧକାରମୟ ଯାତ୍ରା ଯେ ଆଗକୁ ଜାରି ରହିବ, ତାହା ମଧୢ କହିବା ନିଷ୍ପ୍ରୟୋଜନ। ତେବେ, କ’ଣ କରାଗଲେ ଏହି ଅନ୍ଧକାରମୟ ଟନେଲ ମଧୢରେ ମୃଦୁ ଆଲୋକର ଆବିର୍ଭାବ ଘଟି ଯାତ୍ରାକୁ ସାମାନ୍ୟ ସହଜ କରିପାରିବ, ସେ ସ˚ଦର୍ଭରେ ମଧୢ ଚିନ୍ତା କରାଯିବା ଉଚିତ।

Advertisment

ପ୍ରଥମେ ଜୋ ବାଇଡେନ୍‌ଙ୍କ ଘୋଷଣା ଓ ତଜ୍ଜନିତ ସମ୍ଭାବ୍ୟ ପ୍ରଭାବ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଏହି ଘୋଷଣା ପରେ ‘ବିଶ୍ବ ବାଣିଜ୍ୟ ସ˚ଗଠନ’ ବା ‘ଡବ୍ଲୁ,ଟି.ଓ.’ ଦ୍ବାରା ଜାରି ପ୍ୟାଟେଣ୍ଟ ସର୍ତ୍ତାବଳୀର ଜଟିଳତାକୁ ଅତିକ୍ରମ କରିବାକୁ ହେବ, ଯାହା ବିଭିନ୍ନ ଦେଶ ଦ୍ବାରା ଭ୍ୟାକସିନ ପ୍ରସ୍ତୁତିକୁ ସହଜସାଧୢ ଓ ତ୍ବରାନ୍ବିତ କରିପାରିବ। ଦ୍ବିତୀୟ ସର୍ବାଧିକ ଆବଶ୍ୟକତା ହେଉଛି ପୁ˚ଜି; ଯାହା ଅନୁମତି ଲାଭ କରିଥିବା ଔଷଧ ପ୍ରସ୍ତୁତକାରୀ କ˚ପାନି ପ୍ରଥମେ ଲୋଡ଼ିବେ। ସେମାନଙ୍କ ସକାଶେ ଘରୋଇ କ୍ଷେତ୍ରରୁ ପୁ˚ଜି ଆସିପାରେ; କିନ୍ତୁ ସରକାର ତହିଁରେ ବିପୁଳ ପୁଂଜି ନିବେଶ କରିବା ଅତ୍ୟନ୍ତ ଜରୁରୀ। ଦ୍ବିତୀୟ ବିଷୟ ହେଉଛି ପ୍ୟାଟେଣ୍ଟ ନ ଥିବା ସତ୍ତ୍ବେ ମୂଳ ଔଷଧ ପ୍ରସ୍ତୁତକାରୀ କ˚ପାନି ତାଙ୍କ ଫର୍ମୁଲାକୁ ଅନ୍ୟ କ˚ପାନିଗୁଡ଼ିକୁ ହସ୍ତାନ୍ତର କରିବାକୁ ରାଜି ହେବା। ଶେଷରେ ରହିଛି ଏହି ଭ୍ୟାକସିନ ପ୍ରସ୍ତୁତ କରିବା ଲାଗି ନୂଆ କ˚ପାନିଗୁଡ଼କ ଠାରେ ପ୍ରାବିଧିକ ଦକ୍ଷତାର ଆବଶ୍ୟକତା। ଉଦାହରଣ ସ୍ବରୂପ ‘ମନୋକ୍ଲୋନାଲ୍‌ ଆଣ୍ଟିବଡି’; ଯାହାକୁ ଯୁକ୍ତରାଷ୍ଟ୍ର ଆମେରିକାର କରୋନା ପୀଡ଼ିତ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ଶରୀରରେ ଇ˚ଜେକ୍ସନ୍‌ ଦ୍ବାରା ପ୍ରବେଶ କରାଇ ଚମକପ୍ରଦ ଭାବେ ତାଙ୍କୁ ସୁସ୍ଥ କରାଯାଇପାରିଥିଲା, ଅତ୍ୟନ୍ତ ବିକଶିତ ପ୍ରଯୁକ୍ତି ଆବଶ୍ୟକ କରିଥାଏ। ତେବେ, କେବଳ ଭ୍ୟାକସିନ ନୁହେଁ କରୋନା ଚିକିତ୍ସା ଲାଗି ଆପାତତଃ ସର୍ବାଧିକ ଫଳପ୍ରଦ ‘ଆଣ୍ଟି ଭାଇରାଲ’ ଔଷଧ ‘ରେମଡେସିଭିର’ର ପ୍ରସ୍ତୁତି ଉପରୁ ମଧୢ ପ୍ୟାଟେଣ୍ଟ ଉଠିଯିବା ଜରୁରୀ, ଯାହା କରୋନା ଚିକିତ୍ସାରେ ବୈପ୍ଳବିକ ଉନ୍ନତି ଆଣିବାର ସମ୍ଭାବନା ରହିଛି।

ଏ ପରିପ୍ରେକ୍ଷୀରେ ଏହା କହିବା ବାହୁଲ୍ୟ ଯେ ପୃଥିବୀକୁ କରୋନାମୁକ୍ତ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ପ୍ରାରମ୍ଭ କରାଯାଇଥିବା ଏହି ଉଦ୍ୟମ ଯଦି ‘ଡବ୍ଲ୍ୟୁ.ଟି.ଓ.’ର ଅମଲାତାନ୍ତ୍ରିକ ଶିଥିଳତା ବା ନକାରାତ୍ମକ ଆଭିମୁଖ୍ୟର ଶିକାର ନ ହୁଏ ଅଥବା ବିଦେଶୀ ଔଷଧ ନିର୍ମାଣକାରୀ କ˚ପାନିଗୁଡ଼ିକ ସେମାନଙ୍କ ସମ୍ଭାବ୍ୟ ସ୍ବାର୍ଥହାନିର ଉଦ୍‌ବିଗ୍ନତା ଦ୍ବାରା ପଶ୍ଚାତ୍‌ପଦ ନ ହୁଅନ୍ତି; ତେବେ ଏହା ଯେ କରୋନା ଆକ୍ରାନ୍ତ ପୃଥିବୀର ଫୁସ୍‍ଫୁସ୍‍ରେ ଅମ୍ଳଜାନ ଭରି ଦେବ, ତାହା କହିବା ନିଷ୍ପ୍ରୟୋଜନ।
କିନ୍ତୁ ଏହା ପୂର୍ବରୁ ଆମ ଦେଶକୁ ଏକ ଅନ୍ଧକାରମୟ ଟନେଲ ମଧୢରେ କିଛି କାଳ ଯାତ୍ରା କରିବାକୁ ପଡ଼ିପାରେ। ତେବେ, ଏଭଳି ହତାଶାମୟ ଯାତ୍ରାକୁ କିଞ୍ଚିତ ସହଜ କରିବା ଲାଗି ଟନେଲରେ ମୃଦୁ ଆଲୋକ ପ୍ରବେଶ କରାଇବା ଦିଗରେ ଚିନ୍ତା କରାଯିବା ଜରୁରୀ। ସେହି କ୍ରମରେ ପ୍ରଥମ ପରାମର୍ଶ ହେଉଛି ଏହା ପ୍ରକୃତରେ ଏକ ଅଭୂତପୂର୍ବ ଜାତୀୟ ବିପତ୍ତି ହୋଇଥିବାରୁ ଏହାର ମୁକାବିଲା ଲାଗି ବର୍ତ୍ତମାନ ସରକାର, ବିରୋଧୀ ରାଜନୈତିିକ ଦଳ, ଗଣମାଧୢମ, ନ୍ୟାୟପାଳିକା, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ଜନ-ବିଦ୍ବାନ ଏବ˚ ସାଧାରଣ ନାଗରିକ; ସମସ୍ତେ ମିଳିତ ଭାବେ ଉଦ୍ୟମ କରିବା ଜରୁରୀ। ଏ ପର୍ଯ୍ୟନ୍ତ ଯାହା ଦୃଷ୍ଟିଗୋଚର ହେଉଛି ତାହା ହେଲା କୋଭିଡ୍‌ ପରିଚାଳନାରେ ସରକାରଙ୍କ ବ୍ୟର୍ଥତାକୁ ସର୍ବତ୍ର ଉଜାଗର ଏବ˚ ସମାଲୋଚନା କରାଯିବାରେ ଲାଗିଛି। ସୁତରା˚, ଏଭଳି ଏକ ସ୍ଥିତିରେ ନିଜକୁ ସୁରକ୍ଷା ପ୍ରଦାନ କରିବା ଲାଗି ସରକାର ଏଭଳି ପଦକ୍ଷେପମାନ ନେଉଥିବା ଅଭିଯୋଗ ହେଉଛି, ଯାହା ପ୍ରକାରାନ୍ତରେ ଅଧିକ କ୍ଷତିକାରକ ସାବ୍ୟସ୍ତ ହେବାର ଆଶଙ୍କା ରହିଛି।

ଉଦାହରଣ ସ୍ବରୂପ ଅଭିଯୋଗ ହେଉଛି ଯେ କରୋନା ସ˚କ୍ରମିତ ଓ ମୃତକଙ୍କ ସ˚ଖ୍ୟାକୁ କମ୍‌ ବୋଲି ଦର୍ଶାଇବାର ବ୍ୟବସ୍ଥା କରାଯାଉଛି। କେବଳ ସେତିକି ନୁହେଁ ଏ ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ଉପରେ ଦୋଷାରୋପ କରୁଥିବାର ମଧୢ ପରିଦୃଷ୍ଟ ହେଉଛି। ତେଣୁ, ବର୍ତ୍ତମାନ ଯାହା ସର୍ବାଧିକ ଆବଶ୍ୟକ, ତାହା ହେଲା ରାଜନୈତିକ ବା ଆଦର୍ଶଗତ ବିରୋଧକୁ ଅତିକ୍ରମ କରି ସମସ୍ତେ ଏକତ୍ର କରୋନାର ମୁକାବିଲା କରିବା; ଯାହା ଯେ କୌଣସି ବୃହତ୍‌ ବିପର୍ଯ୍ୟୟ ବେଳେ ଏକ ସର୍ବନିମ୍ନ ଆବଶ୍ୟକତା ହୋଇଥାଏ। ତେବେ, ଏଭଳି ସ୍ଥିତିରେ ସବୁ ଦିଗରୁ ଆସୁଥିବା ପରାମର୍ଶ ଓ ଉପଦେଶର ସ˚ଚରଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମେ ବାତାୟନ ଖୋଲି ଦେବାକୁ ହେବ।
ଶେଷରେ ପ୍ରବେଶ କରିବା ଏକ ଅତ୍ୟନ୍ତ ହୃଦୟବିଦାରକ ବିଡ଼ମ୍ବନା ମଧ୍ୟକୁ। କରୋନା ସ˚କ୍ରମଣରେ ଆମ ଦେଶର ଲକ୍ଷ ଲକ୍ଷ ନାଗରିକ ଶ୍ବାସରୁଦ୍ଧ ଅବସ୍ଥାରେ କଲବଲ ହେଉଥିବା ବେଳେ ବିପର୍ଯ୍ୟୟର ବଣିକମାନେ ହଜାରେ ଟଙ୍କା ମୂଲ୍ୟର ଅକ୍‌ସିିମିଟରକୁ ୫୦୦୦ ଟଙ୍କାରେ, କରୋନା ଲାଗି ଆପାତତଃ ସବୁଠାରୁ ସମର୍ଥ ଔଷଧ ଭାବେ ପରିଗଣିତ ‘ରେମଡେସିଭିର’କୁ ତାର ମୂଲ୍ୟ ୫୦୦୦ ଟଙ୍କା ବଦଳରେ ୨୦ରୁ ୬୦ ହଜାର ଟଙ୍କାରେ ବିକ୍ରୟ କରୁଛନ୍ତି। ‘ଅମ୍ଳଜାନ’କୁ ଲୁଚାଇ ରଖି କୃତ୍ରିମ ଅଭାବ ସୃଷ୍ଟି କରିବା ସହିତ ଅନେକ ଗୁଣ ଅଧିକ ମୂଲ୍ୟରେ କଳାବଜାର କରୁଛନ୍ତି। ରୋଗୀଙ୍କୁ ଡାକ୍ତରଖାନା ନେବା ଲାଗି ଆମ୍ବୁଲାନ୍‌ସ ଗାଡ଼ି ବା ସହାୟତା ପ୍ରଦାନ କରୁଥିବା ସ˚ସ୍ଥାଗୁଡ଼ିକ ଉଦ୍ଦିଷ୍ଟ ମୂଲ୍ୟ ଠାରୁ ଦଶ ଗୁଣ ପର୍ଯ୍ୟନ୍ତ ଅଧିକ ଟଙ୍କା ଦାବି କରୁଛନ୍ତି। କେବଳ ସେତିକି ନୁହେଁ, ‘ଲକ୍‌ଡାଉନ୍‌’ ଓ ‘ସଟ୍‌ଡାଉନ୍’ ଘୋଷଣା ହେବା ମାତ୍ରକେ ପନିପରିବା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମରେ ଅହେତୁକ ବୃଦ୍ଧି ଘଟାଉଛନ୍ତି। କହିବା ନିଷ୍ପ୍ରୟୋଜନ ଯେ ଏହାକୁ ଦୃଢ଼ ମୁଷ୍ଟିରେ ଦମନ କରାଯିବା ଜରୁରୀ, ଯାହା ଯଦିଓ ସରକାରଙ୍କ ଏକ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ; ଏଥିରେ ସବୁ ସ୍ତରର ସଚେତନ ନାଗରିକ ଓ ଅନୁଷ୍ଠାନ ସରକାରଙ୍କୁ ସହଯୋଗ କରିବା ଉଚିତ।

ମନେ ରଖିବା ଉଚିତ ଯେ ଏଭଳି ଏକ ଆଭିମୁଖ୍ୟ ପ୍ରକାଶ ପାଇଲେ ଅନ୍ଧକାରମୟ ଟନେଲ ମଧୢ ଏକ ମୃଦୁ ଆଲୋକ ଦ୍ବାରା ଉଦ୍‌ଭାସିତ ହୋଇ ଆମ ଦେଶର ଯାତ୍ରାକୁ ସହଜ କରିବ ଏବ˚ କରୋନା ମୁକାବିଲା ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ।