କ˚ଗ୍ରେସ ପାଇଁ ସୁଯୋଗ

ପ୍ରତ୍ୟେକ ଦୁର୍ଯ୍ୟୋଗ ଭିତରେ ମଧୢ ଏକ ଆଶାର କିରଣ ଥାଏ- ଏହି କଥାଟି ଏବେ କ˚ଗ୍ରେସ ଦଳ ପରି‌େପ୍ରକ୍ଷୀରେ ପ୍ରାସଙ୍ଗିକ ମନେ ହେଉଛି। ଯେଉଁ କୋଭିଡ ମହାମାରୀ ନାହିଁ ନ ଥିବା ଆତଙ୍କ ସୃଷ୍ଟି କରି ସାରା ଦେଶରେ ହାହାକାର ସୃଷ୍ଟି କରିଛି ସେହି ମହାମାରୀ ଭାରତର ଏହି ପୁରାତନ ରାଜନୈତିକ ଦଳକୁ ନିଜର ପ୍ରାସଙ୍ଗିକତାର ପୁନର୍ସନ୍ଧାନ ଲାଗି ମହତ୍ତ୍ବପୂର୍ଣ୍ଣ ଅବକାଶ ଆଣିଦେଇଛି। ପ୍ରଶ୍ନ ଉଠୁଛି, କ˚ଗ୍ରେସ ଦଳ ଏହି ସୁଯୋଗର ସଦୁପଯୋଗ କରି ନିଜର ଅସ୍ତିତ୍ବ ଓ ପ୍ରାସଙ୍ଗିକତାର ପୁନଃପ୍ରତିଷ୍ଠା କରିବାରେ ସମର୍ଥ ହେବ ନା ଅତୀତର ଆଉ ଅନେକ ସୁଯୋଗ ପରି ଏହି ସୁଯୋଗକୁ ମଧୢ ହାତଛଡ଼ା କରି ବସିବ।

ଯେଉଁମାନେ ଏହି ସମ୍ବାଦପତ୍ରର ଗତ ୧୨ ତାରିଖ ସ˚ଖ୍ୟାରେ ହିରଣ୍ୟ ମହାନ୍ତିଙ୍କ ଲିଖିତ ଭାବଗର୍ଭକ ପ୍ରବନ୍ଧ ‘କ˚ଗ୍ରେସର ପ୍ରଥମ ପାଠ’ ପଢ଼ିଥିବେ ସେମାନେ ଉପଲବ୍‌ଧି କରିଥିବେ ଯେ ସବୁ ପ୍ରକାର ଅପପ୍ରଚାର ସତ୍ତ୍ବେ କ˚ଗ୍ରେସ ଦଳ ସମ୍ବନ୍ଧରେ କିଛି ତଥ୍ୟ ଇତିହାସର ପୃଷ୍ଠାରେ ଉଜ୍ଜ୍ବଳ ହୋଇ ରହିଛି ଯାହାକୁ ସ˚କୀର୍ଣ୍ଣ ରାଜନୈତିକ ମତଭେଦ ମଳିନ କରିପାରିବ ନାହିଁ। ଏଭଳି ଏକ ସ୍ବର୍ଣ୍ଣିମ ଇତିହାସର ଉତ୍ତରାଧିକାରୀ କ˚ଗ୍ରେସ ଦଳର ବର୍ତ୍ତମାନର ଦୁର୍ଦ୍ଦଶା ସେହି ଦଳର ନେତା କିମ୍ବା କର୍ମୀଙ୍କ ପାଇଁ କେବଳ ନୁହେଁ ସାଧାରଣ ନାଗରିକଙ୍କ ପାଇଁ ମଧୢ ଚିନ୍ତାଜନକ। ସଦ୍ୟ ସମାପ୍ତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କ˚ଗ୍ରେସର ଶୋଚନୀୟ ପରାଜୟ ଏହି ଦଳ ସମ୍ବନ୍ଧରେ ଶୋକାଞ୍ଜଳି ବା ଶ୍ରଦ୍ଧାଞ୍ଜଳି ଲେଖିବା ପାଇଁ ସମସ୍ତ କ୍ଷେତ୍ର ପ୍ରସ୍ତୁତ କରି ଦେଇଛି। ଏହିଭଳି ପରିପ୍ରେକ୍ଷୀରେ କୋଭିଡ ପରିଚାଳନା ନେଇ କେନ୍ଦ୍ର ସରକାରଙ୍କ ହାସ୍ୟାସ୍ପଦ ବିଫଳତା କ˚ଗ୍ରେସ ଦଳର ସ˚ଗଠନ ଭିତରେ କିଛିଟା ଚଞ୍ଚଳତା ସୃଷ୍ଟି କରିଛି। ଏହି ଚଞ୍ଚଳଭାବ କେବଳ ଦଳ ଭିତରେ ଯେ ସୀମିତ ରହିଛି ତାହା ନୁହେଁ, ଭାରତର ବଡ଼ ବଡ଼ ବିରୋଧୀଦଳର ନେତାମାନେ ମଧୢ ବର୍ତ୍ତମାନର ପରିସ୍ଥିତିରେ ହସ୍ତକ୍ଷେପ କରିବା ଲାଗି ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ତାଙ୍କର ପ୍ରାସଙ୍ଗିକତାକୁ ପରୋକ୍ଷ ଭାବରେ ସ୍ବୀକାର କରିଛନ୍ତି। ଏକଥା ଦ୍ବିରୁକ୍ତି ପରି ମନେ ହୋଇପାରେ ଯେ କୋଭିଡ ଟିକାକରଣ, ଅକ୍ସିଜେନ ଯୋଗାଣ ଏବ˚ ଦ୍ବିତୀୟ ଲହରି ମୁକାବିଲା ପାଇଁ ଆବଶ୍ୟକ ପ୍ରାକ୍‌ ପ୍ରସ୍ତୁତି କ୍ଷେତ୍ରରେ କେନ୍ଦ୍ରର ମୋଦି ସରକାର ଶୋଚନୀୟ ଭାବରେ ବିଫଳ ହୋଇଛନ୍ତି। ଏହାକୁ ନେଇ ଏବେ ଅନ୍ତର୍ଜାତୀୟ ଏବ˚ ଜାତୀୟ ସ୍ତର ଗଣମାଧୢମରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି ମୋଦି ସରକାର। ଜାତୀୟ ସ୍ତରର ଏକ ପତ୍ରିକା ତାର ପ୍ରଚ୍ଛଦରେ ‘ସରକାର ନିରୁଦ୍ଦିଷ୍ଟ’ ବୋଲି ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଶିରୋନାମା ପ୍ରକାଶ କରିଛନ୍ତି। ବିଦେଶୀ ଗଣମାଧୢମର କୋଭିଡ ପରିଚାଳନା ନେଇ ପ୍ରତିକ୍ରିୟା ପ୍ରାୟ ସମାନ।

ସମଗ୍ର ଦେଶର ଶହେ କୋଡ଼ିଏ କୋଟି ଲୋକ ହାହାକର ଭିତରେ ଦିନ କାଟୁଛନ୍ତି। ଗତବର୍ଷ କୋଭିଡ ଦ୍ବାରା ଗୁରୁତର ଆକ୍ରାନ୍ତ ଆମେରିକା ଟିକାକରଣର ସଫଳତା ଯୋଗୁଁ ସ୍ବାଭାବିକ ଅବସ୍ଥାକୁ ଫେରିଆସିଲାଣି, ଚୀନ୍‌ ସୁଦ୍ଧା ଏ କ୍ଷେତ୍ରରେ ବହୁ ଆଗକୁ ଚାଲି ଆସିଲାଣି। ମାତ୍ର ଆମ ଦେଶ ପରିସ୍ଥିତି ଗମ୍ଭୀରରୁ ଗମ୍ଭୀରତର ହୋଇଚାଲିଛି। ଏ ନେଇ ଡାକ୍ତରଖାନାରୁ ମଶାଣି ପର୍ଯ୍ୟନ୍ତ ଦେଖାଯାଉଥିବା କରୁଣ ଚିତ୍ର ସମ୍ବନ୍ଧରେ ଅଧିକ ବର୍ଣ୍ଣନା ଅନାବଶ୍ୟକ। ତେବେ ଦୁର୍ଭାଗ୍ୟର କଥା, କେନ୍ଦ୍ର ସରକାର ଏଇ ପରିସ୍ଥିତିକୁ ସ୍ବୀକାର କରି ପ୍ରତିକାର ବ୍ୟବସ୍ଥା କରିବା ବଦଳରେ କ˚ଗ୍ରେସ ନେତା ରାହୁଳ ଗାନ୍ଧୀ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିବୃତି ଦେଉଛନ୍ତି। ଭାରତୀୟ ଜନତା ପାର୍ଟିର ସଭାପତି ଜେ.ପି. ନଡ୍ଡା ଏ ସ˚କ୍ରାନ୍ତରେ ସୋନିଆ ଗାନ୍ଧୀଙ୍କୁ ଏକ କଡ଼ା ଚିଠି ଲେଖିବା ପ୍ରମାଣ କରୁଛି ଯେ ଏବେ ମଧୢ କେନ୍ଦ୍ର ସରକାର ‘ଆକ୍ରମଣ ହିଁ ଶ୍ରେଷ୍ଠ ପ୍ରତିରକ୍ଷା’ ନୀତି ଆପଣେଇ ଚାଲିଛନ୍ତି। ଅନ୍ୟ ପକ୍ଷରେ ଏହି ପ୍ରକାର ପରିସ୍ଥିତି କ˚ଗ୍ରେସକୁ ସ˚ଗଠିତ ହେବାର ଏକ ସୁଯୋଗ ଆଣିଦେଇଛି। କୋଭିଡ ପରିଚାଳନା ନେଇ କେନ୍ଦ୍ରକୁ ବରାବର ସମାଲୋଚନା କରି ଆସିଥିବା ରାହୁଳ ଗାନ୍ଧୀଙ୍କୁ ଦଳ ଭିତରୁ ଭଲ ସମର୍ଥନ ମିଳୁଛି ଏବ˚ ତାଙ୍କ ପାଇଁ ସୌଭାଗ୍ୟର କଥା ହେଲା ଯେଉଁ ବଡ଼ ବଡ଼ ନେତା ବା ଜି-୨୩ ଗତବର୍ଷ ତାଙ୍କର ପରିଚାଳନାଗତ ଦକ୍ଷତାକୁ ପ୍ରଶ୍ନ କରିଥିଲେ ସେମାନଙ୍କ ମଧୢରୁ ବୀରପ୍ପା ମୋଇଲି ଏବ˚ କପିଲ ଶିବଲଙ୍କ ପରି ବରିଷ୍ଠ ନେତା ବର୍ତ୍ତମାନ ପୂର୍ଣ୍ଣପ୍ରାଣରେ ରାହୁଳଙ୍କ ସମର୍ଥନରେ ପାଟି ଖୋଲିଛନ୍ତି। ଶିବଲଙ୍କ ଯୁକ୍ତି ହେଲା ରାହୁଳ ଗାନ୍ଧୀ ଯାହା କିଛି କହୁଛନ୍ତି ତାହା ତାଙ୍କ ପରିପକ୍ବତାର ପରିଚୟ ଦେଉଅଛି, କେନ୍ଦ୍ର ସରକାର ସେକଥା ପ୍ରତି ଧୢାନ ଦେବା ଆବଶ୍ୟକ।

ତେବେ ବର୍ତ୍ତମାନ ଯେଉଁ ପ୍ରକାର ସୁଯୋଗ ସୃଷ୍ଟି ହୋଇଛି ସେ ପ୍ରକାର ସୁଯୋଗ ଯେ ଆଗରୁ ଆସି ନ ଥିଲା ତାହା ନୁହେଁ। ମାତ୍ର କ˚ଗ୍ରେସ ସେହି ସୁଯୋଗଗୁଡ଼ିକୁ ହାତଛଡ଼ା କରି ତାର ବିଷମୟ ଫଳ ଭୋଗ କରୁଛି। ଏକଦା ଯୋଉ ଦଳ ଆକ୍ଷରିକ ଭାବେ କାଶ୍ମୀରଠାରୁ ପୁଡୁଚେରି ପର୍ଯ୍ୟନ୍ତ ଶାସନ କରୁଥିଲା ସେହି ଦଳର କର୍ତ୍ତୃତ୍ବ ଆଜି ମାତ୍ର ଚାରିଟି ରାଜ୍ୟର ସୀମା ଭିତରେ ସ˚କୁଚିତ ରହିଛି। ଅଥଚ ଯେଉଁ ନେତାମାନେ ନିଜର ତାରୁଣ୍ୟରେ କ˚ଗ୍ରେସ ଦଳରୁ ସେମାନଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସେ ମମତା ବାନାର୍ଜୀ ହୁଅନ୍ତୁ କିମ୍ବା ହିମନ୍ତ ବିଶ୍ବାସ ସେମାନେ ଆଜି ସଫଳ ହୋଇପାରିଛନ୍ତି। ଏହା ପ୍ରମାଣିତ କରୁଛି ଯେ ଯୋଗ୍ୟ ନେତୃତ୍ବକୁ ସୁଯୋଗ ନ ଦେଇ ପରିବାରବାଦକୁ ଗୁରୁତ୍ବ ଦେବାଯୋଗୁଁ କଂଗ୍ରେସ ଆଜି ଏ ଶୋଚନୀୟ ଅବସ୍ଥା ଭୋଗ କରୁଅଛି। ଏହି ପୃଷ୍ଠଭୂମିରେ ଆଗାମୀ ଦିନରେ ଆଭ୍ୟନ୍ତରୀଣ ଭୋଟି˚ ଜରିଆରେ ନୂଆ ସଭାପତି ବାଛିବା ଲାଗି କ˚ଗ୍ରେସ ଦଳର ଅନ୍ତରୀଣ ଅଧୢକ୍ଷା ସୋନିଆ ଗାନ୍ଧୀଙ୍କ ଘୋଷଣା ବିଚାର୍ଯ୍ୟ। ରାହୁଳ ଗାନ୍ଧୀଙ୍କ ସମର୍ଥକମାନେ ଆଶା କରୁଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ଯାହା ତହିଁରେ ରାହୁଳ ଗାନ୍ଧୀ ଆଉ ଥରେ ସଭାପତି ହେବାର ଆଶା ଉଜ୍ଜ୍ବଳ। ତେବେ ସ˚ଖ୍ୟା ଦୃଷ୍ଟିରୁ କମ୍‌ ହେଲେ ମଧୢ ଆଉ ଏକ ଗୋଷ୍ଠୀର ମତ ହେଉଛି, ଦଳ ଏକ ଦୃଢ଼ ଏବ˚ ଦୂରଦୃଷ୍ଟି ସ˚ପନ୍ନ ନେତାଙ୍କୁ ସଭାପତି ଭାବେ ବାଛିବା ଉଚିତ। ବର୍ତ୍ତମାନ, ସବୁ ପ୍ରକାର ପ୍ରଚାର କୌଶଳ ସତ୍ତ୍ବେ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତି ଭାଙ୍ଗିପଡ଼ିଛି।

ଭାରତୀୟ ମତଦାତାଙ୍କର ସ୍ବଭାବ ଯାହା, ସେମାନେ ଯଦି କାହାକୁ ବଦଳେଇବା ଲାଗି ଥରେ ମନ ସ୍ଥିର କରିନିଅନ୍ତି ତାହାହେଲେ ବିକଳ୍ପ କଥା ଚିନ୍ତା ନ କରି ଯାହାଙ୍କୁ ବଦଳେଇବା କଥା ତାହାଙ୍କୁ ଆଗେ ପ୍ରସ୍ଥାନ ଦ୍ବାର ଦେଖାଇଦିଅନ୍ତି। ଏକଦା ସର୍ବକ୍ଷମତା ସ˚ପନ୍ନା ଇନ୍ଦିରା ଗାନ୍ଧୀଙ୍କୁ ମଧୢ ଭାରତୀୟ ଭୋଟଦାତା ପ୍ରସ୍ଥାନ ଦ୍ବାର ଦେଖାଇ ଦେଇଥିଲେ। ସୋନିଆ ଗାନ୍ଧୀ କହିଛନ୍ତି ଯେ ଯେଉଁଭଳି ଭାବରେ କ˚ଗ୍ରେସ ଦଳ ପଶ୍ଚିମବଙ୍ଗରେ ନିଶ୍ଚିହ୍ନ ହୋଇଗଲା ଓ କେରଳରେ ସଫଳ ହୋଇପାରିଲା ନାହିଁ ତାହାର ଅନାସକ୍ତ ତର୍ଜମା ହେବା ଆବଶ୍ୟକ। ଦୁଃଖର କଥା ଯେ ଯେଉଁ ସୋନିଆ ଗାନ୍ଧୀ ଏକଦା ପ୍ରଧାନମନ୍ତ୍ରୀ ପଦର ମୋହ ତ୍ୟାଗ କରି ନିଜକୁ ଜଣେ ଦୂରଦ୍ରଷ୍ଟା ନେତ୍ରୀ ଭାବେ ପ୍ରମାଣିତ କରିଥିଲେ ଓ ପି ଭି ନରସି˚ହରାଓଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ବାଟ ଛାଡ଼ିଥିଲେ ସେଇ ନେତ୍ରୀ ପରବର୍ତ୍ତୀ ସମୟରେ ପୁତ୍ର ମୋହ ଏବ˚ ସ˚କୀର୍ଣ୍ଣ ଚିନ୍ତାଧାରାରୁ ମୁକୁଳି ଅନାସକ୍ତ ରହିପାରିନାହାନ୍ତି। କୋଭିଡ ମହାମାରୀ ପୁଣିଥରେ ତାଙ୍କୁ ପୁରୁଣା ଭୁଲର ସ˚ଶୋଧନ ଲାଗି ଏକ କ୍ଷେତ୍ର ପ୍ରସ୍ତୁତ କରିଛି। ସୋନିଆ, ରାହୁଳ ଏବ˚ କ˚ଗ୍ରେସ ନେତାଏ ଏହି ସୁଯୋଗର କିପରି ସଦୁପଯୋଗ କରି‌େବ ତାହା ଅବଶ୍ୟ ସେମାନଙ୍କ ବିଚାର‌େବାଧ ଉପରେ ନିର୍ଭର କରେ।

ସମ୍ବନ୍ଧିତ ଖବର