ସ˚ଖ୍ୟା ସମ୍ପଦ

ଏକ ଦେଶର ସମ୍ପଦର ଉତ୍ସ କ’ଣ? ରାଜନେତାରୁ ଅର୍ଥଶାସ୍ତ୍ରର ଛାତ୍ରମାନଙ୍କ ପର୍ଯ୍ୟନ୍ତ ଏବେବି ଯେଉଁଭଳି ଏହାର ନିର୍ଦ୍ଦିଷ୍ଟ ଉତ୍ତର ଖୋଜି ପାଇବାକୁ ଚେଷ୍ଟା କରିଥାନ୍ତି, ଏହି ଶାସ୍ତ୍ରର ଉନ୍ମେଷ କାଳରେ ମଧୢ ଏହାର ଜନ୍ମଦାତାମାନେ ସେଇଭଳି ତାହାର ଅନୁସନ୍ଧାନରେ ବ୍ୟାପୃତ ଥିବା ଦେଖା ଯାଇଥିଲା। ବାସ୍ତବରେ ଅର୍ଥଶାସ୍ତ୍ରର ସର୍ବପ୍ରଥମ ବିଧିବଦ୍ଧ ପୁସ୍ତକର ଶୀର୍ଷକ ହିଁ ଥିଲା: ‘ରାଷ୍ଟ୍ରମାନଙ୍କର ସମ୍ପଦର ଚରିତ୍ର ଓ କାରଣ ସମ୍ବନ୍ଧରେ ଏକ ଅନୁସନ୍ଧାନ’ ବା ସ˚କ୍ଷେପରେ ‘ଦି େଵଲ୍‌ଥ ଅଫ୍‌ ନେସନ୍‌ସ’ ରୂପେ ବିଶ୍ବବ୍ୟାପୀ ପରିଚିତ। ଏହାର ରଚୟିତା ଅର୍ଥଶାସ୍ତ୍ରର ଜନକ ରୂପେ ପରିଚିତ ସ୍କଟିସ୍‌ ଦାର୍ଶନିକ ଆଡାମ୍‌ ସ୍ମିଥ୍‌ ୧୭୬୦ ଦଶକରେ ପ୍ୟାରିସ ଗସ୍ତରେ ଯାଇଥିବା ସମୟରେ ସେଠାରେ କେତେକ ଚିନ୍ତକମାନଙ୍କ ସହିତ ତାଙ୍କର ଯେଉଁ ଭାବର ଆଦାନପ୍ରଦାନ ଘଟିଥିଲା, ତାହା ସ୍ମିଥ୍‌ଙ୍କୁ ପୁସ୍ତକଟି ରଚନା କରିବା ପାଇଁ ପ୍ରେରଣା ଯୋଗାଇ ଥିଲା।

ସ୍ମିଥ୍‌ ପ୍ୟାରିସ୍‌ରେ ଭେଟିଥିବା ଏହି ଫରାସୀ ଚିନ୍ତକମାନଙ୍କ ମଧୢରେ ପ୍ରମୁଖ ଥିଲେ ସମ୍ରାଟ ଷୋଡ଼ଶ ଲୁଇଙ୍କ ଦରବାରର ଅର୍ଥନୈତିକ ପରାମର୍ଶଦାତା ଫ୍ରାଁସ୍ବା କ୍ବେନେ। ସେ ସମୟରେ ପ୍ରଚଳିତ ବାଣିଜ୍ୟବାଦୀ ଚିନ୍ତାଧାରା ଅନୁସାରେ ଏକ ରାଷ୍ଟ୍ରର ସମ୍ପଦ ସମ୍ପୂର୍ଣ୍ଣ ରୂପେ ସୁନାରୂପା ଟଙ୍କା ପଇସା ଉପରେ ନିର୍ଭର କରେ ବୋଲି ଯେଉଁ ଧାରଣା ବଳବତ୍ତର ଥିଲା, କ୍ବେନେ ସେଥିରେ ପରିବର୍ତ୍ତନ ଘଟାଇ କୃଷିକୁ ଅର୍ଥାତ୍‌ ଭୂମିର ଉତ୍ପାଦକୁ ସେଇ ମର୍ଯ୍ୟାଦା ପ୍ରଦାନ କରାଯିବା ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରୁଥିଲେ। ସ୍ମିଥ୍‌ଙ୍କ ମନରେ ଏହି ବିତର୍କ ଯେଉଁ ଅନୁସନ୍ଧିତ୍ସା ସୃଷ୍ଟି କରିଥିଲା, ସେ ନିଜ ଦେଶକୁ ଫେରିବା ପରେ ଶେଷରେ ୧୭୭୬ରେ ଉପରୋକ୍ତ ପୁସ୍ତକର ରୂପ ନେଇ ପ୍ରକାଶିତ ହେଲା।

ଏଥିରେ କିନ୍ତୁ ସ୍ମିଥ୍‌ ଆମର ଆରମ୍ଭ ପ୍ରଶ୍ନର ଯେଉଁ ଉତ୍ତର ପ୍ରଦାନ କରିଲେ, ତାହା ଥିଲା ଉଭୟ ବାଣିଜ୍ୟବାଦୀମାନଙ୍କର ଓ କ୍ବେନେଙ୍କର ମତ ଠାରୁ ଭିନ୍ନ ଏକ ତୃତୀୟ ବିକଳ୍ପ। ସେ କହିଲେ ଯେ ଗୋଟିଏ ମାତ୍ର ସରଳ ସୂତ୍ରରୁ ହିଁ ଏକ ରାଷ୍ଟ୍ର ତାର ସମସ୍ତ ସମ୍ପଦ ଆହରଣ କରିଥାଏ। ଏହି ସୂତ୍ରଟି ହେଲା ସେ ଦେଶର ଶ୍ରମ ଶକ୍ତି ବା ଲୋକଶକ୍ତି। ସ୍ମିଥ୍‌ ଲେଖିଥିଲେ ଗୋଟିଏ ଦେଶ ଅଧିକ କିମ୍ବା କମ୍‌ ସମୃଦ୍ଧିଶାଳୀ ହେବ, ତାହା ଏହି ଶ୍ରମଶକ୍ତିର ବ୍ୟବହାରରେ ପ୍ରୟୋଗ କରାଯାଉଥିବା ‘କୌଶଳ, ପଟୁତା ଓ ସୂକ୍ଷ୍ମ ବିଚାର’ ଉପରେ ନିର୍ଭର କରିଥାଏ। ଅନ୍ୟ ଭାଷାରେ କହିଲେ, ଅର୍ଥଶାସ୍ତ୍ରର ଉତ୍ପତ୍ତି ସମୟରୁ ହିଁ ଏହା ସ୍ବୀକୃତ ହୋଇଆସିଛି ଯେ ଏକ ରାଷ୍ଟ୍ରର ପ୍ରକୃତ ସମ୍ପଦ ହେଉଛି ତାହାର ଲୋକଶକ୍ତି ଏବ˚ କେବଳ ଲୋକସ˚ଖ୍ୟା ନୁହେଁ; ଏହା ସେମାନେ ହାସଲ କରିଥିବା ଶିକ୍ଷା, ଜ୍ଞାନକୌଶଳ, ତାଲିମ ଆଦି ଉପରେ ବିଶେଷ ଭାବରେ ନିର୍ଭରଶୀଳ।

ଏହି ଦୃଷ୍ଟିରୁ ବିଚାର କଲେ ଜଣାପଢ଼େ ଯେ ୨୦୨୫ ସାଲ ବେଳକୁ ଭାରତ ବୋଧହୁଏ ପୃଥିବୀର ସର୍ବାଧିକ ସମ୍ପଦଶାଳୀ ଦେଶରେ ପରିଣତ ହେବାକୁ ଯାଉଛି। କାରଣ ଗତ ମଙ୍ଗଳବାର ଦିନ ଚୀନ୍‌ ପ୍ରକାଶ କରିଥିବା ତା’ର ଜନଗଣନା ଫଳାଫଳ ଅନୁସାରେ ବିଗତ ଦଶନ୍ଧିରେ ସେ ଦେଶର ଲୋକସ˚ଖ୍ୟାରେ ବୃଦ୍ଧିର ପରିମାଣ ହେଉଛି ମାତ୍ର ୭ କୋଟିରୁ ସାମାନ୍ୟ ଅଧିକ। ଏହା ହେଉଛି ନିକଟ ଇତିହାସରେ ଚୀନ୍‌ର ଲୋକସ˚ଖ୍ୟାରେ ଦେଖାଯାଇଥିବା ମନ୍ଥରତମ ବୃଦ୍ଧି। ଏବେ ବି ଚୀନ୍‌ର ଲୋକସ˚ଖ୍ୟା ହେଉଛି ପୃଥିବୀର ଦେଶମାନଙ୍କ ମଧୢରେ ସର୍ବାଧିକ; କିନ୍ତୁ ଏହି ମନ୍ଥର ବୃଦ୍ଧି ଯେଉଁ ସମ୍ଭାବନା ସୃଷ୍ଟି କରିଥାଏ, ତାହା ହେଲା ୨୦୨୫ ବେଳକୁ କିମ୍ବା ତା’ପୂର୍ବରୁ ମଧୢ ଚୀନ୍‌କୁ ପଛରେ ପକାଇ ଭାରତ ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ପରିଣତି ହେବାକୁ ଯାଉଛି।

ଏଥିସହିତ ଭାରତର ଜନସ˚ଖ୍ୟାର ଗଠନ ମଧୢ ଆମ ପାଇଁ ବେଶ୍‌ ଅନୁକୂଳ ଅବସ୍ଥାରେ ଅଛି। କୌଣସି ଏକ ଦେଶର ଲୋକସ˚ଖ୍ୟାରେ କର୍ମକ୍ଷମ ବୟସ ସୀମା ଅର୍ଥାତ୍‌ ୧୫ରୁ ୬୪ ବର୍ଷ ବୟସ ମଧୢରେ ଥିବା ଲୋକଙ୍କର ଅନୁପାତ ଯେତେ ଅଧିକ ହୋଇଥାଏ, ଦେଶର ଶ୍ରମଶକ୍ତି ସେତେ ମଜଭୁତ ହୋଇଥାଏ, କାରଣ ଏମାନଙ୍କର ଉତ୍ପାଦନ ଉପରେ ବାର୍ଦ୍ଧକ୍ୟ ଓ ଶୈଶବରେ ଥିବା ବାକି ଲୋକମାନେ ନିର୍ଭର କରିଥାନ୍ତି। ବୃଦ୍ଧ ଓ ଶିଶୁମାନେ ହେଉଛନ୍ତି ସମାଜର ଅନୁତ୍ପାଦନଶୀଳ ଅ˚ଶ। ସୌଭାଗ୍ୟବଶତଃ ପ୍ରାୟ ତିନିବର୍ଷ ତଳଠାରୁ ଭାରତର ଉତ୍ପାଦନଶୀଳ ବା କର୍ମକ୍ଷମ ଲୋକସ˚ଖ୍ୟା ଦେଶର ନିର୍ଭରଶୀଳ ବା ଅନୁତ୍ପାଦନଶୀଳ ଲୋକସ˚ଖ୍ୟାକୁ ଟପିଯିବାକୁ ଆରମ୍ଭ କରିଛି। କର୍ମକ୍ଷମ ଲୋକସ˚ଖ୍ୟାରେ ଏହି ସ୍ଫୀତିର କାରଣ ହେଉଛି ଲୋକସ˚ଖ୍ୟାର ହାରାହାରି ଆୟୁର ବୃଦ୍ଧି ହାରରେ ସ୍ଥିରତା ଆସିବା ପରେ ନାରୀମାନଙ୍କର ସନ୍ତାନ ପ୍ରସବ ସ˚ଖ୍ୟାରେ ଦେଖା ଦେଇଥିବା ହ୍ରାସ। ଭାରତର ଲୋକସ˚ଖ୍ୟା ଗଠନର ମଧୢ ସ୍ଥଳୀରେ ଦେଖା ଦେଇଥିବା ଏହି ସ୍ଫୀତି ୨୦୫୫ ଯାଏ ଲାଗି ରହିବ ବୋଲି ଜନସ˚ଖ୍ୟା ବିଶାରଦମାନେ ଅନୁମାନ କରୁଛନ୍ତି। ଚିରାଚରିତ ଭାବରେ ଭାରତରେ ଜନସ˚ଖ୍ୟାକୁ ଏକ ବୋଝ ରୂପେ ବିଚାର କରା ହୋଇଆସୁଥିବା ବେଳେ ଆଜିକାଲି ଏହାକୁ ଯେଉଁ ଏକ ଲାଭ ବା ‘ଡେମୋଗ୍ରାଫିକ ଡିଭିଡେଣ୍ତ’ ରୂପେ ବିଚାର ଓ ପ୍ରଚାର କରାଯାଉଛି, ତାହାର ମୁଖ୍ୟ କାରଣ ହେଉଛି ଏହି ମଧୢ- ସ୍ଫୀତି।

କିନ୍ତୁ ସେଇ ଆଦିକାଳରୁ ଆଡାମ୍‌ ସ୍ମିଥ୍‌ ଆମକୁ ସତର୍କ କରି ଦେଇଛନ୍ତି ଯେ କେବଳ ସ˚ଖ୍ୟା ସମ୍ପଦ ନୁହେଁ। ଏହି ସ˚ଖ୍ୟା ଯେଉଁ କର୍ମକ୍ଷମ ଲୋକମାନଙ୍କର ପ୍ରତିନିଧିତ୍ବ କରିଥାଏ, ଦେଶର ସମ୍ପଦ ସେମାନଙ୍କର ଗୁଣାତ୍ମକ ମାନ ଉପରେ ନିର୍ଭର କରିଥାଏ। ଯଦି ସେମାନେ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ ଆଦିର ଅଧିକାରୀ ନହୁଅନ୍ତି, ତେବେ ସେମାନେ ମଧୢ ଅନୁତ୍ପାଦନଶୀଳ, ନିର୍ଭରଶୀଳ ଲୋକସ˚ଖ୍ୟା ରୂପେ ବିବେଚିତ ହେବେ। ଭାରତରେ ଆସନ୍ତା ତିନି ଦଶନ୍ଧିରୁ ଅଧିକ କାଳ ଧରି ଏ ଯେଉଁ କର୍ମକ୍ଷମ ଜନସ˚ଖ୍ୟାରେ ସ୍ଫୀତି ଦେଖାଯିବାରେ ଲାଗିବ, ଜାତିସ˚ଘର ଜନସ˚ଖ୍ୟା ସ˚ସ୍ଥା ‘ୟୁଏନ୍‌ଏଫ୍‌ପିଏ’ ଅନୁସାରେ ତାହା ଦେଶ ସାରା ସମାନ ଭାବରେ ବାଣ୍ଟି ହୋଇ ଦେଖା ଦେବ ନାହିଁ। ଏହି ସ˚ସ୍ଥାର ଅନୁଶୀଳନ ଅନୁସାରେ ଦେଶର ପଛୁଆ ରାଜ୍ୟମାନଙ୍କରେ ହିଁ ଅଧିକ ସ୍ଫୀତି ଦେଖାଯିବ। ଏହା ଅନୁସାରେ ବିହାର, ଝାଡ଼ଖଣ୍ତ, ମଧୢପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନ- ଏହି ପାଞ୍ଚଟି ରାଜ୍ୟରେ ଦେଶର ଶ୍ରମଶକ୍ତି ବୃଦ୍ଧିର ଅଧାରୁ ଅଧିକ ପରିଦୃଷ୍ଟ ହେବ। ସେମାନଙ୍କୁ ନିଜ ନିଜ ରାଜ୍ୟରେ ଶିକ୍ଷା,ସ୍ବାସ୍ଥ୍ୟ,ନିଯୁକ୍ତି ଆଦି କେତେ ଉତ୍ତମ ରୂପେ ଯୋଗାଇ ଦିଆଯିବ, ତା’ଉପରେ ସେମାନଙ୍କର ସମ୍ପଦ ସୃଷ୍ଟି କ୍ଷମତା ନିର୍ଭର କରିବ।

ଅପରପକ୍ଷେ ସେମାନେ ଏସବୁର ସନ୍ଧାନରେ ଅନ୍ୟ ରାଜ୍ୟ ଓ ସହରକୁ ଗମନ କରିବା ଅନିବାର୍ଯ୍ୟ, ଯାହା ନୂତନ ସମସ୍ୟା ସବୁକୁ ଜନ୍ମ ଦେବ। ସେମାନଙ୍କ ପାଇଁ ବାସସ୍ଥାନ ଯୋଗାଣରୁ ଆରମ୍ଭ କରି ବିଭିନ୍ନ ନାଗରିକ ସେବା ପ୍ରଦାନ ପର୍ଯ୍ୟନ୍ତ ଏହି ସମସ୍ୟା ସବୁର ଅନ୍ତର୍ଭୁକ୍ତ। ରାଷ୍ଟ୍ର ସେଥିପାଇଁ ଯେତେ ଆଗତୁରା ପ୍ରସ୍ତୁତ ହୋଇରହିବ, ସେମାନେ ସେତେ ଅଧିକ ଦେଶ ପାଇଁ ସମ୍ପଦରେ ପରିଣତ ହେବେ। ସାମ୍ପ୍ରତିକ କାଳରେ ଚୀନ୍‌ ହାସଲ କରିଥିବା ସମୃଦ୍ଧିର ଅନ୍ୟତମ କାରଣ ଥିଲା ୧୯୯୪ ଠାରୁ ସେ ଉପଭୋଗ କରିଆସିଥିବା ଏଇଭଳି ‘ଡେମୋଗ୍ରାଫିକ୍‌ ଡିଭିଡେଣ୍ତ’। ଏଥର ଭାରତର ପାଳି। ଭାରତ ଯଦି ଏହାର ସଦୁପୋଯୋଗ କରିପାରିବ, ତେବେ ତାହାହିଁ ହେବ ଆଡାମ୍‌ ସ୍ମିଥ୍‌ କହିଥିବା ଭଳି ଦେଶର ଅସଲ ସମ୍ପଦର ଉତ୍ସ।

ସମ୍ବନ୍ଧିତ ଖବର