ଟିକା ଫସଲ!

କୋଭିଡ୍‌-୧୯ ଭାଇରସ୍‌ ତା’ର ସ˚କ୍ରମଣରେ ଏକ ସାମ୍ୟ ଭାବ ପ୍ରଦର୍ଶନ କରିଛି; ଯହିଁରେ କି ଧନୀ କି ଗରିବ, କି ପ୍ରସିଦ୍ଧ କି ସାଧାରଣ, କି ବିଦ୍ବାନ କି ନିର୍ବୋଧ; ସଭିଁଏ ସ˚କ୍ରମିତ ହୋଇଛନ୍ତି। କିନ୍ତୁ ବିଡ଼ମ୍ବନାଟି ହେଲା, ଏହାକୁ ପ୍ରତିହତ କରିବା ଲାଗି ଯେଉଁ ଅସ୍ତ୍ରଟି ସ˚ପ୍ରତି ମନୁଷ୍ୟ ଉଦ୍ଭାବନ କରିଛି, ତାକୁ ଲାଭ କରିବାରେ ମନୁଷ୍ୟ ଜାତି ମଧୢରେ ଭୀଷଣ ବୈଷମ୍ୟ ପରିଦୃଷ୍ଟ ହେଉଛି। ପାଠକ-ପାଠିକାମାନଙ୍କୁ ବୁଝାଇ କହିବା ଅନାବଶ୍ୟକ ଯେ ଏହି ଅସ୍ତ୍ରଟି ହେଉଛି ଭ୍ୟାକ୍‌ସିନ; ଯାହା ଆଜି ପୃଥିବୀର ସମସ୍ତ ମନୁଷ୍ୟଙ୍କ ଦ୍ବାରା ସମାନ ଭାବେ ବ୍ୟବହୃତ ହେବାର ସମ୍ଭାବନା ଆଦୌ ନାହିଁ। ବିକଶିତ ରାଷ୍ଟ୍ରଗୁଡ଼ିକ ବିଜ୍ଞାନ ଓ ଗବେଷଣା ତଥା ଅର୍ଥ ବଳରେ ଭ୍ୟାକ୍‌ସିନ ଲାଭ କରି ନିଜ ନିଜ ଦେଶର ନାଗରିକମାନଙ୍କ ଲାଗି ସାର୍ବଜନୀନ ଟିକାକରଣର ବ୍ୟବସ୍ଥା କରି ପାରିଥିବା ସ୍ଥଳେ ମଧୢମ ବା ନିମ୍ନ ଆୟକାରୀ ରାଷ୍ଟ୍ରଗୁଡ଼ିକ ସେଭଳି ସୌଭାଗ୍ୟ ଲାଭ କରିପାରିନାହାନ୍ତି। କେବଳ ସେତିକି ନୁହେଁ, ଆମ ଦେଶ ଦୁଇ ଦୁଇଟି ସମର୍ଥ ଭ୍ୟାକ୍‌ସିନ ପ୍ରସ୍ତୁତ କରି ପାରିଥିବା ସତ୍ତ୍ବେ ବିଭିନ୍ନ କାରଣରୁ ଟିକା ମରୁଡ଼ି ଦ୍ବାରା ଜର୍ଜରିତ ହେଉଛି, ଯାହା ଟିକାକରଣରେ ମନ୍ଥରତା ସୃଷ୍ଟି କରି ଏକ ଗୁରୁତର ଆହ୍ବାନରେ ପରିଣତ ହେଲାଣି। ସୁତରା˚, ଏହି ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ଭାବେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ବାସ୍ତବତାଟି ହେଲା ସମଗ୍ର ଭାରତକୁ ଗୋଟିଏ ଟିକା ସୁରକ୍ଷାର ଛତା ତଳକୁ ଆଣିବା ଅନ୍ତତଃ ବର୍ତ୍ତମାନ ଲାଗି ସମ୍ଭବ ନୁହେଁ; ବର˚ ପରିସ୍ଥିତିର ଆକଳନ କଲେ ଭବିଷ୍ୟତ୍‌ ମଧ୍ୟ ଅତ୍ୟନ୍ତ ଅସ୍ପଷ୍ଟ ଭଳି ବୋଧ ହୋଇଥାଏ। ନିକଟରେ ଯଦିଓ ‘ନିତି ଆୟୋଗ’ର ସଦସ୍ୟ (ସ୍ବାସ୍ଥ୍ୟ) ଭି.କେ. ପଲ ଘୋଷଣା କରିଛନ୍ତି ଯେ ଆସନ୍ତା ଅଗଷ୍ଟରୁ ଡିସେମ୍ବର ମାସ ମଧୢରେ ୨.୨ ବିଲିଅନ୍‌ ଡୋଜ୍‌ ଟିକା ଆମ ଦେଶରେ ଉପଲବ୍‌ଧ ହେବ; ଏ ନେଇ ବିଭିନ୍ନ କାରଣରୁ ସନ୍ଦେହ ସୃଷ୍ଟି ହୋଇଥାଏ। ତନ୍ମଧୢରୁ ମୁଖ୍ୟ କାରଣ ହେଉଛି ଆମ ଦେଶରେ ଟିକା ପ୍ରସ୍ତୁତକାରୀ ଦୁଇଟି ଯାକ କ˚ପାନି ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌’ ଏବ˚ ‘ଭାରତ ବାୟୋଟେକ୍‌’ ଯେତିକି ସ˚ଖ୍ୟକ ଡୋଜ୍‌ ପ୍ରସ୍ତୁତ କରିବାର ସାମର୍ଥ୍ୟ ରଖନ୍ତି, ତାହା ଆମ ଦେଶର ଚାହିଦା ତୁରନ୍ତ ପୂରଣ କରିବାକୁ ଅକ୍ଷମ। ସୁତରା˚, ବିଦେଶରୁ ଟିକା ଆମଦାନି ଏକ ବାଧୢବାଧକତାରେ ପରିଣତ ହୋଇଛି। କିନ୍ତୁ ଏଭଳି ଆମଦାନିର ପ୍ରକରଣରେ ମଧୢ ଯେଉଁ ଏକ ସମସ୍ୟା ମୁଣ୍ତ ଟେକିଛି, ତାହା ହେଲା ଏହି ପ୍ରକ୍ରିୟାରେ କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଭାବେ ସ˚ଶ୍ଳିଷ୍ଟ ନ ରହି ରାଜ୍ୟଗୁଡ଼ିକ ଉପରେ ଏହାର ଦାୟିତ୍ବ ଲଦି ଦେବା।

ଏହି ପରିପ୍ରେକ୍ଷୀରେ ଦେଖିବାକୁ ମିଳିଥାଏ ଯେ ଯୁକ୍ତରାଷ୍ଟ୍ର ଆମେରିକାର ବିଶାଳ ଭ୍ୟାକ୍‌ସିନ ନିର୍ମାତା ଫାଇଜର ବା ମଡର୍ନା ବା ଜନ୍‌ସନ୍‌ ଏଣ୍ତ ଜନ୍‌ସନ୍‌ ଇତ୍ୟାଦି ରାଜ୍ୟଗୁଡ଼ିକ ସହିତ କୌଣସି ବ୍ୟାବସାୟିକ ଚୁକ୍ତିରେ ଆବଦ୍ଧ ନ ହୋଇ କେବଳ ରାଷ୍ଟ୍ରୀୟ ସରକାରଙ୍କ ସହିତ ରାଜିନାମାରେ ପ୍ରବେଶ କରିବାକୁ ଆଗ୍ରହୀ ବୋଲି ଜଣାଇଛନ୍ତି। ଏହାର ପ୍ରମାଣ ମିଳିଥିଲା, ଯେତେବେଳେ ମହାରାଷ୍ଟ୍ର ସରକାର ଔଷଧ କ୍ରୟ କରିବା ଲାଗି ଆହ୍ବାନ କରିଥିବା ବିଶ୍ବ-ଟେଣ୍ତରରେ କୌଣସି ବିଦେଶୀ ଭ୍ୟାକ୍‌ସିନ ନିର୍ମାତା ଅ˚ଶ ଗ୍ରହଣ କରି ନଥିଲେ ଏବ˚ ଏକ ସମତୁଲ ସ୍ଥିତିରେ ପଞ୍ଜାବ ସରକାରଙ୍କୁ ଏହି କ˚ପାନିଗୁଡ଼ିକ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଥିଲା ଯେ ସେମାନେ କେବଳ କେନ୍ଦ୍ର ସରକାରଙ୍କ ସହିତ ଏ ନେଇ କୌଣସି ଚୁକ୍ତି କରିବେ। ଯଦି ମହାରାଷ୍ଟ୍ର ବା ପଞ୍ଜାବ ଭଳି ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଏଭଳି ପରିସ୍ଥିତିର ସାମନା କରୁଛନ୍ତି, ତେବେ ମଣିପୁର ବା ମିଜୋରମ ଭଳି ରାଜ୍ୟ ଏହି ପ୍ରକ୍ରିୟାରେ କେବଳ ଅସ୍ତିତ୍ବହୀନ ବୋଲି ହିଁ ସାବ୍ୟସ୍ତ ହେବେ ଯାହା! ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟ ସରକାର ଆହ୍ବାନ କରିଥିବା ‘ଗ୍ଲୋବାଲ ‌ଟେଣ୍ତର’ ମଧ୍ୟ ପ୍ରଣିଧାନଯୋଗ୍ୟ, ଯାହାର ଶେଷ ତାରିଖକୁ ବାତ୍ୟା ଦୁର୍ବିପାକ କାରଣରୁ ଆସନ୍ତା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି, ଯହିଁରେ କୌଣସି ବିଦେଶୀ କ˚ପାନି ଭାଗ ନେବାର ଆଶା କ୍ଷୀଣ ବୋଲି ବି‌େଶଷଜ୍ଞମାନଙ୍କ ମତ।

ଏ କ୍ଷେତ୍ରରେ ବାସ୍ତବତାଟି ହେଉଛି ସ˚ପ୍ରତି ଭ୍ୟାକ୍‌ସିନର ଚାହିଦା ତୁଳନାରେ ଏହାର ଉପଲବ୍‌ଧତା ଅତ୍ୟନ୍ତ କମ୍‌; ଯେଉଁ କାରଣରୁ ଏହା ଏକ ବିକ୍ରେତା ଆଧିପତ୍ୟଧର୍ମୀ ବଜାର ସୃଷ୍ଟି କରିଛି, ଯେଉଁଠି କ୍ରେତାର ଇଚ୍ଛା ବା ସର୍ତ୍ତ ମୂଲ୍ୟହୀନ ହୋଇ ପଡ଼ିଥାଏ। ଦ୍ବିତୀୟ କଥା ହେଲା ଏଭଳି ବଜାରରେ ଦୁର୍ବଳ କ୍ରେତା ସ˚ପୂର୍ଣ୍ଣ ଭାବେ ସୀମାନ୍ତରିତ ହୋଇ ପଡ଼ିବା ଏକ ରକମ ନିଶ୍ଚିତ। ଏହି କାରଣରୁ ଦରିଦ୍ର ଓ କୂଟନୈତିକ ଦୃଷ୍ଟିରୁ ଅପ୍ରଭାବୀ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ‘ଆଫ୍ରିକାନ୍‌ ୟୁନିଅନ ଟ୍ରଷ୍ଟ୍’ ନାମରେ ଏକ ଗୋଷ୍ଠୀ ଗଠନ କରିବାକୁ ବାଧ୍ୟ ହୋଇଛନ୍ତି ଏବଂ ତା ଜରିଆରେ ୨୨୦ ନିୟୁତ ଭ୍ୟାକ୍‌ସିନ ଡୋଜ୍‌ ଆମଦାନି କରିବାକୁ ଯାଉଛନ୍ତି। ତେବେ, କେବଳ ଅଣବିକଶିତ ରାଷ୍ଟ୍ର ନୁହନ୍ତି, ୟୁରୋପୀୟ ସ˚ଘରେ ଥିବା ୨୭ଟି ରାଷ୍ଟ୍ର ଲାଗି ମଧୢ ସ˚ଘ ମାଧୢମରେ ଟିକା ସ˚ଗ୍ରହ କରାଯାଉଛି। ଏଭଳି ସ୍ଥିତିରେ ଆମ ଦେଶ ୨୯ଟି ଅତ୍ୟନ୍ତ କ୍ଷୁଦ୍ର ଖଣ୍ତିତା˚ଶରେ ବିଭକ୍ତ ହୋଇ ଟିକା ଆମଦାନି କରିବାର ଉଦ୍ୟମ ଆଦୌ ଉତ୍ସାହଜନକ ମନେ ହୋଇ ନ ଥାଏ। ପୁନଶ୍ଚ ଏକ ବିପୁଳ ସ˚ଖ୍ୟକ ଟିକା ଆମଦାନି କରିବାର ସମ୍ଭାବନା ରଖି ଥିବାରୁ ଟିକାର କ୍ରୟ ମୂଲ୍ୟ ସ୍ଥିର କଲା ବେଳେ କେନ୍ଦ୍ର ସରକାର ଯେଉଁ ଭଳି ଏକ ଶସ୍ତା ଦର ଲାଗି ମୂଲଚାଲ କରିପାରିବେ, ତାହା ଭିନ୍ନ ଭିନ୍ନ ରାଜ୍ୟ ଅଲଗା ଅଲଗା ଭାବେ ସେମାନଙ୍କ ସୀମିତ ସ˚ଖ୍ୟକ ଟିକା ପରିପ୍ରେକ୍ଷୀରେ କରିପାରିବା ଅସମ୍ଭବ। ତେଣୁ କହିବା ନିଷ୍ପ୍ରୟୋଜନ ଯେ ଆଉ ବିଳମ୍ବ ନ କରି କେନ୍ଦ୍ର ସରକାର ଏ ଦାୟିତ୍ବ ସ˚ପୂର୍ଣ୍ଣ ଭାବେ ନେଇ ଯଥା ଶୀଘ୍ର ଟିକା ଆମଦାନି କରିବା ଉଚିତ।

ଉଲ୍ଲେଖଯୋଗ୍ୟ ଯେ ଗଲା ଏପ୍ରିଲ ୧୩ ତାରିଖରେ କେନ୍ଦ୍ର ସରକାର ଔଷଧ ଆମଦାନି ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରିଛନ୍ତି, ଯାହା ଏହି ଜରୁରୀକାଳୀନ ପରିସ୍ଥିତିରେ ଟିକା ଆମଦାନିକୁ ସୁଗମ କରନ୍ତା। ଏହି ନୂତନ ନିୟମ ଅନୁସାରେ ଭାରତୀୟମାନଙ୍କ ଉପରେ ପରୀକ୍ଷଣ ହୋଇ ନ ଥିଲେ ସୁଦ୍ଧା ଯଦି ଟିକାଟି ୟୁରୋପ, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ ଏବ˚ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଦ୍ବାରା ଅନୁମୋଦିତ, ତେବେ ତା’ର ବ୍ୟବହାର ଆମ ଦେଶରେ କରାଯାଇପାରିବ। କିନ୍ତୁ ଏଭଳି ନିୟମ ହେବାର ମାସକରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏ ଦିଗରେ ବିଶେଷ ଅଗ୍ରଗତି ହୋଇ ନ ଥିବା ବେଳେ ପୃଥିବୀର ଅନ୍ୟାନ୍ୟ କେତେକ ରାଷ୍ଟ୍ର ବିଦେଶୀ ଟିକା ଆମଦାନି ପ୍ରକରଣରେ କ୍ଷିପ୍ରତା ପ୍ରଦର୍ଶନ କରି ଭାରତକୁ ପଛରେ ପକାଇ ଦେଇଛନ୍ତି। ସୁତରା˚, ଆଗାମୀ ଜୁଲାଇ ମାସ ପର୍ଯ୍ୟନ୍ତ ଆମେରିକୀୟ ଭ୍ୟାକ୍‌ସିନ କ˚ପାନିଗୁଡ଼ିକ ଚୁକ୍ତି ମୁତାବକ ସେହି ସବୁ ରାଷ୍ଟ୍ରଗୁଡ଼ିକୁ ଟିକା ଯୋଗାଇବା ପରେ ହୁଏ’ତ ଭାରତ ବିଷୟରେ ଚିନ୍ତା କରିବେ, ଯାହା ଏଠାରେ ଟିକାକରଣ ପ୍ରକ୍ରିୟାକୁ ପ୍ରଭାବିତ କରିବ। ସେହି ଦୃଷ୍ଟିରୁ ଭାରତରେ ପ୍ରସ୍ତୁତ ହେଉଥିବା ଟିକାର ଉତ୍ପାଦନ କ୍ଷମତାରେ ବୃଦ୍ଧି ଏକାନ୍ତ ଜରୁରୀ, ଯାହା ଏ ସମସ୍ୟାର ଆ˚ଶିକ ସମାଧାନ କରିପାରେ। ଇତି ମଧୢରେ କୋଭାକ୍‌ସିନର ପ୍ରସ୍ତୁତକର୍ତ୍ତା ‘ଭାରତ ବାୟୋଟେକ୍‌’ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଏହା ଆଉ ଚାରିଟି ସ୍ଥାନରେ ଟିକା ଉତ୍ପାଦନ କରିବା ସହିତ ତା’ର ଟିକା ତିଆରି ଫର୍ମୁଲାକୁ ସାର୍ବଜନୀନ କରିବା ଲାଗି ପ୍ରସ୍ତୁତ। ଏହି ମର୍ମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଏକ ବୟାନ ଗୁରୁତ୍ବପୂର୍ଣ୍ଣ, ଯାହା କହିଥାଏ ଯେ ‘ଭାରତ ବାୟୋଟେକ୍‌’ର ଫର୍ମୁଲାରେ ପ୍ରାୟ ୧୨ଟି କାରଖାନାରେ ଟିକା ଉତ୍ପାଦିତ ହେବ। ଏ ଦିଗରେ ମଧୢ କେନ୍ଦ୍ର ସରକାର ଅତ୍ୟନ୍ତ ସକ୍ରିୟ ଭୂମିକା ଗ୍ରହଣ କରିବା ଆବଶ୍ୟକ, ଯାହା ଟିକା ଉତ୍ପାଦନକୁ ତ୍ବରାନ୍ବିତ କରି ଏକ ଅନିଶ୍ଚିତ ପଦପାତରେ ଅଗ୍ରସର ହେଉଥିବା ଟିକାକରଣ କାର୍ଯ୍ୟକ୍ରମରେ ଏକ କ୍ଷିପ୍ରତା ସୃଷ୍ଟି କରିବ।

ତେବେ, ବିଦେଶରୁ ଟିକା ସ˚ଗ୍ରହ କ୍ଷେତ୍ରରେ ଉପୁଜିଥିବା କେତେକ ସମସ୍ୟାର ସମାଧାନ କରିବା ଲାଗି ଭାରତର ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଉଦ୍ୟମ ଆରମ୍ଭ ହୋଇ ସାରିଛି। ତେବେ ଯାହା ଅତ୍ୟନ୍ତ ଆବଶ୍ୟକ ତାହା ହେଲା, ଏ ପ୍ରକରଣ ଭିତରକୁ କେନ୍ଦ୍ର ସରକାର ଦୃଢ଼ମନସ୍କ ହୋଇ ଲ˚ଫ ପ୍ରଦାନ କରିବା। ଏକ ଶକ୍ତିଶାଳୀ ସାର୍ବଭୌମ ରାଷ୍ଟ୍ର ଭାବେ ବିଶ୍ବ ପ୍ରେକ୍ଷାପଟରେ ଭାରତର ଏକ କୂଟନୈତିକ ଓ ରଣନୈତିକ ଗୁରୁତ୍ବ ତଥା ପ୍ରଭାବ ରହିଛି ନିଶ୍ଚୟ। ତେବେ, ଏହା ଏକ ସଫଳ ଟିକା କୂଟନୀତିକୁ ସମ୍ଭବ କରିବା ନିର୍ଭର କରେ ସରକାରଙ୍କ ଆଗାମୀ ପଦକ୍ଷେପଗୁଡ଼ିକ ଉପରେ। ସୁତରା˚, ଏ ବର୍ଷ ଶେଷ ସୁଦ୍ଧା ଯଦି ଭି.କେ. ପଲଙ୍କ ସୂଚନାକୁ ସତ ସାବ୍ୟସ୍ତ କରି ୨.୨ କୋଟି ଡୋଜ ଟିକା ଭାରତରେ ଉପଲବ୍‌ଧ ହୋଇପାରେ, ତେବେ ଟିକା ମରୁଡ଼ି ବଦଳରେ ଟିକାର ଏକ ସବୁଜ ଫସଲ ଦୃଷ୍ଟିଗୋଚର ହେବ, ଯାହାର ଶ୍ରେୟ କେନ୍ଦ୍ର ସରକାରଙ୍କୁୁ ଯିବ।

ସମ୍ବନ୍ଧିତ ଖବର