କୋଭିଡ୍ ପାନ୍ଡେମିକ୍ କାଳରେ ଅନେକ ବିଜ୍ଞ ଭୂତାଣୁ ଗବେଷକ, ଜନ ସ୍ବାସ୍ଥ୍ୟ ବିଶାରଦ, ଗଣିତଜ୍ଞ, ପରିସ˚ଖ୍ୟାନବିତ୍ ଯେଉଁଥିରେ ନିମଜ୍ଜିତ ରହିଥିବା ଦେଖିବାକୁ ମିଳିଥାଏ, ତାହା ହେଉଛି ‘ଅନୁମାନ ବା ଅନ୍ଦାଜ ଲଗାଇବା କ୍ଷେତ୍ର’। କହିବା ଅନାବଶ୍ୟକ ଯେ ଏହି ଅନୁମାନ ଜ୍ୟୋତିଷ ଶାସ୍ତ୍ରସୁଲଭ ନୁହେଁ, ଯାହାକୁ ଗବେଷକ ବା ବୈଜ୍ଞାନିକମାନେ ‘ଅବୈଜ୍ଞାନିକ’ ବୋଲି ଆଖ୍ୟା ଦେଇ ଅଗ୍ରାହ୍ୟ କରିଥାଆନ୍ତି। ସେମାନଙ୍କ ଅନୁମାନ ବିଭିନ୍ନ ନମୁନା ସର୍ବେକ୍ଷଣ ବା ‘ସେରୋ ସର୍ଭେ’ ବା ଗାଣିତିକ ମଡେଲ ଆଦି ଭଳି ବୈଜ୍ଞାନିକତା ଉପରେ ଆଧାରିତ ବୋଲି ସେମାନେ ଯୁକ୍ତି ପ୍ରଦାନ କରିଥାଆନ୍ତି। କିନ୍ତୁ ସତ କହିଲେ ଅନେକ ସମୟରେ ସେଗୁଡ଼ିକ ମଧୢ କମ୍ ଉଦ୍ଭଟ ମନେ ହୋଇ ନ ଥାଏ, ଯହିଁରେ କଳ୍ପନାଶୀଳତା ମନପବନ ଘୋଡ଼ା ତୁଲ୍ୟ ବେଲଗାମ ଦୌଡୁଥିବା ପରିଲକ୍ଷିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଗଲା ମେ ୨୪ ତାରିଖରେ ବିଶ୍ବ ପ୍ରସିଦ୍ଧ ‘ନ୍ୟୁୟର୍କ ଟାଇମ୍ସ’ ପତ୍ରିକାରେ ପ୍ରକାଶିତ ଏକ ଅନୁମାନମୂଳକ ନିବନ୍ଧ ବିଶେଷ ପ୍ରଣିଧାନଯୋଗ୍ୟ, ଯହିଁରେ କରୋନା ପାନ୍ଡେମିକ୍ ଦ୍ବାରା ଭାରତରେ ହୋଇଥିବା ପ୍ରକୃତ ସ˚କ୍ରମଣ ଏବ˚ ମୃତ୍ୟୁ ସ˚ଖ୍ୟାକୁ ନେଇ ଏଭଳି ଏକ ଅନ୍ଦାଜ ଲଗାଯାଇଛି।
ତେବେ, ଲାଜାରୋ ଗାମିଓ ଏବ˚ ଜେମ୍ସ ଗ୍ଲାନ୍ଜଙ୍କ ଦ୍ବାରା ପ୍ରସ୍ତୁତ ସେହି ନିବନ୍ଧ ସ˚ପର୍କରେ ପ୍ରଥମେ ସ˚କ୍ଷେପରେ କହି ଦିଆଯିାଉ। ତହିଁରେ ଭାରତରେ କୋଭିଡ୍ ସ˚କ୍ରମଣ ଓ ମୃତ୍ୟୁ ସ˚ଖ୍ୟାକୁ ନେଇ ତିନିଟି ଦୃଶ୍ୟପଟ ପ୍ରସ୍ତୁତ କରାଯାଇଛି। ଗୋଟିଏ ହେଲା ‘କ˚ଜର୍ଭେଟିଭ୍ ସେନାରିଓ’ ବା ରକ୍ଷଣଶୀଳ ଦୃଶ୍ୟପଟ, ଯାହା କହିଥାଏ ଯେ ଭାରତରେ ହେଉଥିବା ପ୍ରକୃତ ମୃତ୍ୟୁ ସ˚ଖ୍ୟା ହେଉଛି ସରକାରୀ ଭାବେ ପ୍ରଦତ୍ତ ସ˚ଖ୍ୟାର ପ୍ରାୟ ୨ ଗୁଣ; ଅର୍ଥାତ୍ ନିବନ୍ଧଟି ଲେଖା ଗଲା ବେଳକୁ ସରକାରୀ ଆକଳନ ଅନୁସାରେ ଭାରତରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଥିଲା ପ୍ରାୟ ୩ ଲକ୍ଷ, ଯାହା ବାସ୍ତବରେ ୬ ଲକ୍ଷ। ଦ୍ବିତୀୟଟି ହେଉଛି ‘ମୋର୍ ଲାଇକ୍ଲି ସେନାରିଓ’ ବା ‘ଅଧିକ ସମ୍ଭାବ୍ୟ ଦୃଶ୍ୟପଟ’, ଯାହା ଅନୁସାରେ ମୃତ୍ୟୁ ସ˚ଖ୍ୟା ସରକାରୀ ଆକଳନର ୫ ଗୁଣରୁ ମଧୢ ଅଧିକ; ଅର୍ଥାତ୍ ବାସ୍ତବ ମୃତ୍ୟୁ ସ˚ଖ୍ୟା ୧୬ ଲକ୍ଷ। ତୃତୀୟଟି ହେଉଛି ‘ଵର୍ସ ସେନାରିଓ’ ଅର୍ଥାତ୍ ‘ଆହୁରି ଦୟନୀୟ ଦୃଶ୍ୟପଟ’, ଯାହା ଅନୁସାରେ ଭାରତରେ କୋଭିଡ୍ ମୃତ୍ୟୁ ସ˚ଖ୍ୟା ସରକାରୀ ହିସାବର ୧୪ ଗୁଣ ଅର୍ଥାତ୍ ୪୨ ଲକ୍ଷ। ଏଠାରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ କେଉଁ ଭିତ୍ତିରେ ‘ନ୍ୟୁୟର୍କ ଟାଇମ୍ସ’ର ହିସାବ ପ୍ରସ୍ତୁତ କରାଯାଇଛି? ସତ କହିଲେ ଏ ସ˚ପର୍କରେ କୌଣସି ହୃଦ୍ବୋଧ ହେଲା ଭଳି ଉତ୍ତର ନିବନ୍ଧରୁ ମିଳି ନ ଥାଏ। ଉଦାହରଣ ସ୍ବରୂପ ରକ୍ଷଣଶୀଳ ଦୃଶ୍ୟପଟରେ ଧରି ନିଆଯାଇଛି ଯେ ସରକାରୀ ହିସାବର ୧୫ ଗୁଣ ଅଧିକ ସ˚କ୍ରମିତ ହୋଇଛନ୍ତି, ଯାହା ଫଳରେ ସ˚କ୍ରମିତଙ୍କ ସ˚ଖ୍ୟା ଆନୁମାନିକ ଭାବେ ହୋଇଛି ପ୍ରାୟ ୪୦ କୋଟି। ତତ୍ପରେ ମୃତ୍ୟୁ ହାରକୁ ସ˚କ୍ରମଣ ସ˚ଖ୍ୟାର ୦.୧୫ ବୋଲି ସ୍ଥିର କରି ମୃତ୍ୟୁ ସ˚ଖ୍ୟା ୬ ଲକ୍ଷ ବୋଲି କୁହାଯାଇଛି। କିନ୍ତୁ ଏହି ‘୧୫ ଗୁଣ’ ବା ‘୦.୧୫’ ଅ˚ଶ କେଉଁଠାରୁ ଆସିଛି, ସେ ସ˚ପର୍କରେ ନିବନ୍ଧଟିରେ କୌଣସି ଧାରଣା ପ୍ରଦାନ କରାଯାଇନାହିଁ। ନିବନ୍ଧରେ କୁହାଯାଇଛି ଯେ ଭାରତରେ ଗଲା ବର୍ଷ ହୋଇଥିବା ତିନିଟି ‘ସେରୋ ସର୍ଭେ’ର ସାହାଯ୍ୟ ନିଆଯାଇଛି। କିନ୍ତୁ ଅନେକ ବିଶେଷଜ୍ଞଙ୍କ ମତ ଯେ ‘ସେରୋ ସର୍ଭେ’ରୁ ପ୍ରାପ୍ତ ଡାଟାକୁ ତହିଁରେ ଏକ ପୂର୍ବାଗ୍ରହପ୍ରସୂତ ଧାରଣାକୁ ବଳ ପ୍ରଦାନ କରିବା ଲାଗି ସୁହାଇଲା ଭଳି ପ୍ରୟୋଗ କରାଯାଇଛି। ପୁଣି ସେହି ନିବନ୍ଧରେ ଆମେରିକାରେ ଅବସ୍ଥାନ କରୁଥିବା ଯେଉଁ ପ୍ରସିଦ୍ଧ ଭାରତୀୟ ବୈଜ୍ଞାନିକଙ୍କ ଉଦ୍ଧୃତି ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି, ସେ ହେଉଛନ୍ତି ‘ସେଣ୍ଟର ଫର ଡିଜିଜ୍, ଡାଇନାମିକ୍ସ, ଇକୋନୋମିକ୍ସ ଏଣ୍ତ ପଲିସି’ର ନିର୍ଦ୍ଦେଶକ ଡକ୍ଟର ରମଣନ ଲକ୍ଷ୍ମୀନାରାୟଣ, ଯିଏ ଗତ ବର୍ଷ ଏକ ପୂର୍ବାନୁମାନ କରିଥିଲେ ଯେ ୨୦୧୯ ଜୁଲାଇ ସୁଦ୍ଧା ଭାରତରେ କୋଭିଡ୍ ସ˚କ୍ରମିତଙ୍କ ସ˚ଖ୍ୟା ପ୍ରାୟ ୫୦ କୋଟି ହେବ, ଯେତେବେଳେ କି ପ୍ରକୃତରେ ସେହି ସମୟରେ ସ˚କ୍ରମିତଙ୍କ ସ˚ଖ୍ୟା ୧୬ ଲକ୍ଷରେ ପହଞ୍ଚି ଥିଲା। ସୁତରା˚, ଡକ୍ଟର ଲକ୍ଷ୍ମୀନାରାୟଣଙ୍କ ଗତ ବର୍ଷର ପୂର୍ବାନୁମାନକୁ ‘ଡଷ୍ଟବିନ୍’ରେ ଆପଣା ଅସ୍ତିତ୍ବ ହରାଇବାରୁ ରକ୍ଷା କରିବା ଲାଗି ‘ନ୍ୟୁୟର୍କ ଟାଇମ୍ସ’ର ଏହି ନିବନ୍ଧଟି ଉଦ୍ଦିଷ୍ଟ ବୋଲି ମଧୢ ମତ ପ୍ରକାଶ ପାଉଛି।
ଅବଶ୍ୟ, ଏହା ମଧୢ ସ୍ବୀକାର କରିବାକୁ ହେବ ଯେ ଆମ ଦେଶରେ ସରକାରୀ ଭାବେ ପ୍ରଦତ୍ତ କରୋନା ମୃତ୍ୟୁ ସ˚ଖ୍ୟା ଠାରୁ ବାସ୍ତବରେ ଅନେକ ଅଧିକ ସ˚ଖ୍ୟକ ମୃତ୍ୟୁ ଘଟୁଛି। ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଦ୍ବାରା ନିକଟରେ ପ୍ରକାଶିତ ଏକ ପତ୍ରରେ କୁହାଯାଇଥିବା ଭଳି ପୃଥିବୀର ସମସ୍ତ ରାଷ୍ଟ୍ର ପ୍ରକୃତ ସ˚ଖ୍ୟା ଠାରୁ କମ୍ ସ˚ଖ୍ୟକ ମୃତ୍ୟୁର ହିସାବ ଦେଇଛନ୍ତି ଏବ˚ ସେମାନଙ୍କ ଦ୍ବାରା ପ୍ରଦତ୍ତ ହିସାବର ପ୍ରାୟ ଦୁଇ ଗୁଣ ସ˚ଖ୍ୟକ ବ୍ୟକ୍ତି ବାସ୍ତବରେ ପ୍ରାଣ ହରାଇଥିବାର ସମ୍ଭାବନା ରହିଛି। ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ହିସାବ ଆଧାରରେ ବିଚାର କଲେ ଭାରତରେ ପ୍ରକୃତ ମୃତ୍ୟୁ ସ˚ଖ୍ୟା ହୁଏ’ତ ଦୁଇ ଗୁଣ ବା ଶହେ ପ୍ରତିଶତ ଅଧିକ ହୋଇ ୩ ଲକ୍ଷ (ସରକାରୀ ହିସାବ) ସ୍ଥାନରେ ଛଅ ଲକ୍ଷ ହୋଇଥିବା ସମ୍ଭବ, ଯାହା ରକ୍ଷଣଶୀଳ ଦୃଶ୍ୟପଟ ସହିତ ମେଳ ଖାଇଥାଏ। କିନ୍ତୁ ଅନ୍ୟ ଦୁଇଟି ଦୃଶ୍ୟପଟରେ ଯେଉଁ ଆନୁମାନିକ ସ˚ଖ୍ୟା ପ୍ରଦର୍ଶିତ ହୋଇଛି, ତାହା ସମ୍ଭବ ନୁହେଁ ଭଳି ମନେ ହୁଏ।
ଏ ସ˚ଦର୍ଭରେ ଗତ ବର୍ଷ ମୁମ୍ବାଇର କୋଭିଡ୍ ମୃତ୍ୟୁ ସ˚ଖ୍ୟା ନେଇ ସରକାରୀ ହିସାବ ଓ ବାସ୍ତବତା ମଧ୍ୟରେ ରହିଥିବା ଫରକକୁ ଉଦ୍ଘାଟନ କରିବା ଲାଗି ହୋଇଥିବା ଏକ ଉଦ୍ୟମ ବିଷୟରେ ଆଲୋଚନା କରାଯାଉ। ଗଣମାଧୢମରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ମୁମ୍ବାଇର ସମସ୍ତ ଶ୍ମଶାନ ଓ କବର ସ୍ଥାନରେ ୧,୧୧,୯୪୨ଟି ଶବଙ୍କ ଶେଷକୃତ୍ୟ କରାଯାଇଥିଲା। ତା’ ପୂର୍ବ ବର୍ଷ ଅର୍ଥାତ୍ ୨୦୧୯ରେ ଏହି ସ˚ଖ୍ୟା ଥିଲା ୯୧,୨୨୩। କହିବା ବାହୁଲ୍ୟ ଯେ ଯେ କୌଣସି ଶ୍ମଶାନରେ ବିନା ପଞ୍ଜୀକରଣରେ ଶେଷକୃତ୍ୟ ସ˚ପନ୍ନ କରା ଯାଇ ନ ଥାଏ ଏବ˚ ମୁମ୍ବାଇ ଭଳି ମହାନଗରରେ ଏଥିରେ ଉଲ୍ଲ˚ଘନ କରାଯିବା ଅସମ୍ଭବ। ଏହି ପରିପ୍ରେକ୍ଷୀରେ ମୁମ୍ବାଇ ସହରରେ ୨୦୧୯ ତୁଳନାରେ ୨୦୨୦ ମସିହାରେ ୨୦,୭୧୯ଟି ଅଧିକ ମୃତ୍ୟୁ ସ˚ଘଟିତ ହୋଇଥିଲା, ଯାହା କୋଭିଡ୍ କାରଣରୁ ହୋଇଥିବା ସମ୍ଭବ ବୋଲି ଧରି ନିଆଯାଇପାରେ। ତେବେ ୨୦୨୦ରେ ସରକାରୀ ଭାବେ ମୁମ୍ବାଇର କୋଭିଡ୍ ମୃତ୍ୟୁ ସ˚ଖ୍ୟା ୧୧,୧୧୬ ବୋଲି ଦର୍ଶା ଯାଇଥିଲା। ସୁତରା˚, ଏହି ହିସାବ ଅନୁସାରେ ବାସ୍ତବ ମୃତ୍ୟୁ ସ˚ଖ୍ୟା ସରକାରୀ ଭାବେ ପ୍ରାପ୍ତ ସ˚ଖ୍ୟାର ପ୍ରାୟ ଦୁଇ ଗୁଣ ବା ତା’ ପାଖାପାଖି; ଯାହା ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ହୋଇଥିବା ଭଳି ଦ୍ବିତୀୟ ବା ତୃତୀୟ ଦୃଶ୍ୟପଟର ୫ ଗୁଣ ବା ୧୪ ଗୁଣ ନୁହେଁ।
ଗଲା ମେ ୪ ତାରିଖରେ ‘ନ୍ୟୁଜ୍ ଏମ୍ଡି’ ନାମକ ଏକ େଵବ୍ ପତ୍ରିକାରେ ପ୍ରକାଶିତ ଏକ ସମ୍ବାଦ କହିଥାଏ ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ରାଜନୈତିକ କାରଣରୁ ସରକାରୀ ଭାବେ କୋଭିଡ୍ ସ˚କ୍ରମଣ ଓ ମୃତ୍ୟୁ ସ˚ଖ୍ୟାରେ ଅତିର˚ଜନ ବା ସ˚କୋଚନ କରାଯାଇଛି। କୋଭିଡ୍ ଭୂତାଣୁ ଚିହ୍ନଟ ସକାଶେ କରାଯାଉଥିବା ‘ପିସିଆର୍’ ପରୀକ୍ଷଣର ପ୍ରୋଟୋକଲରେ ସ˚ପ୍ରତି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଦ୍ବାରା ଅଣା ଯାଇଥିବା କେତେକ ପରିବର୍ତ୍ତନ ଜୋ ବାଇଡେନ୍ଙ୍କୁ ଏକ ସୁବିଧାଜନକ ସ୍ଥିତିରେ ରଖିବା ଲାଗି ଉଦ୍ଦିଷ୍ଟ ବୋଲି ମଧ୍ୟ ଅଭିଯୋଗ ହୋଇଥାଏ। ଏହା ଯଦି ସତ୍ୟ ହୋଇଥାଏ, ତେବେ କୋଭିଡ୍ ସ˚ପର୍କିତ ଅନେକ ବୈଜ୍ଞାନିକ ନିଷ୍କର୍ଷ ରାଜନୀତି ଦ୍ବାରା ପ୍ରଭାବିତ ବୋଲି ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଏଭଳି ଉଦ୍ୟମ ପ୍ରମାଣ-ସର୍ବସ୍ବ ବୈଜ୍ଞାନିକ ଚିନ୍ତାଧାରା ପ୍ରତି ଏକ ପରିହାସ ବ୍ୟତିରେକ ଆଉ କିଛି ନୁହେଁ। ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଅନୁମାନଟି ବାବଦରେ ମଧୢ ସେହି ଭଳି ଧାରଣା ଦୃଢ଼ୀଭୂତ ହୋଇଥାଏ।