ଚକ୍ରାନ୍ତକାରୀ!

ଗଲା ଜାନୁଆରି ୪ ତାରିଖରେ ଜନୈକ ଖ୍ୟାତିସ˚ପନ୍ନ ଲେଖକ ଓ ସାମ୍ବାଦିକଙ୍କ ଦ୍ବାରା ରଚିତ ଏକ ଚମତ୍କାର, ତଥ୍ୟ-ପୂର୍ଣ୍ଣ ଏବ˚ ଦୀର୍ଘ ଆଲେଖ୍ୟ ‘ନ୍ୟୁୟର୍କ ମାଗାଜିନ୍‌’ ପତ୍ରିକାରେ ପ୍ରକାଶିତ ହେଲା, ଯହିଁରେ ପ୍ରଦତ୍ତ ଏକ ଅନୁମାନକୁ ସେତେବେଳେ ଅଧିକଂଶ ଅଗ୍ରାହ୍ୟ କରି ଦେଇଥିଲେ। ସେହି ଲେଖକଙ୍କ ନାମ ନିକଲସନ ବେକର ଏବ˚ ତାଙ୍କ ଲେଖାରେ ସେ ଅନେକ ଅକାଟ୍ୟ ତଥ୍ୟମାନ ପ୍ରଦାନ କରି ପ୍ରମାଣ କରିବାକୁ ପ୍ରୟାସ କରିଥିଲେ ଯେ ‘କୋଭିଡ୍‌-୧୯’ ଭାଇରସ୍‌ଟି ‘ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ରୁ କୌଣସି ମତେ ଖସି ଆସିଥିବା ଏକ ପାଥୋଜେନ୍‌, ଯାହା ସମଗ୍ର ପୃଥିବୀକୁ ସ˚କ୍ରମିତ କରି ପକାଇଛି। ନିକଲସନ ଅଗ୍ରାହ୍ୟ ହେବାର କାରଣ ଥିଲା ଏୟା ଯେ ଏହି ପାନ୍‌ଡେମିକ୍‌ ସୃଷ୍ଟି ହେବା ଦିନ ଠାରୁ ପିଟର ଡାସଜାକ୍‌ ବା ଆନ୍ଥୋନି ଫଉଚିଙ୍କ ଭଳି ପୃଥିବୀ ପ୍ରସିଦ୍ଧ ଭୂତାଣୁ ବିଶେଷଜ୍ଞ ତଥା ସେମାନଙ୍କ ସମର୍ଥକ ବୈଜ୍ଞାନିକ ଏବ˚ ଗବେଷକଙ୍କ ଏକ ବିଶାଳ ଦଳ ଏହି ପାନ୍‌ଡେମିକ୍‌କୁ ଏକ ପ୍ରାକୃତିକ ସ˚କ୍ରମଣ ବୋଲି ଅଭିହିତ କରି ‘ଲାବ-ଲିକ୍‌ ଥିଓରି’(ପରୀକ୍ଷାଗାରରୁ ଲିକ୍‌ ହୋଇଥିବା ତତ୍ତ୍ବ)କୁ ସ˚ପୂର୍ଣ୍ଣ ଭିତ୍ତିହୀନ ବୋଲି ଦୃଢ଼ୋକ୍ତି ପ୍ରଦାନ କରିଥିଲେ।

କିନ୍ତୁ ମେ’ ମାସ ବେଳକୁ ବୋଧହୁଏ ନିକଲସନ ପ୍ରଦାନ କରିଥିବା ଯୁକ୍ତିଗୁଡ଼ିକ ଏକ ବୃହତ୍ତର ଜନ ସ୍ବୀକୃତି ଲାଭ କରିବା ଲାଗି ପରିବେଶ ତିଆରି ହୋଇଯାଇଥିଲା, ଯାହା ଫଳରେ ‘ବୁଲେଟିନ୍‌ ଅଫ୍‌ ଆଟମିକ୍‌ ସାଇଣ୍ଟିିଷ୍ଟ୍‌ସ’ ନାମକ ପତ୍ରିକାରେ ନିକୋଲସ େଵଡ୍‌ଙ୍କ ଦ୍ବାରା ଲିଖିତ ‘ଲାବ୍‌-ଲିକ୍‌ ଥିଓରି’ର ସପକ୍ଷବାଦୀ ଆଲେଖ୍ୟ ସହସା ଅସମ୍ଭବ ଜନାଦୃତି ଲାଭ କରି ଡାସଜାକ୍‌ ଓ ଫଉଚି ଆଦିକୁ ସନ୍ଦେହର ବଳୟ ମଧୢକୁ ଟାଣି ଆଣିଥିଲା। ଉଲ୍ଲେଖନୀୟ ଯେ ଉହାନ ଲାବରେଟରି ଭଳି ଅନେକ ‘ପାଥୋଜେନ୍‌’ ପରୀକ୍ଷାଗାରରେ ଡାସଜାକ୍‌ ବା ଫଉଚିଙ୍କ ଭଳି ଭୂତାଣୁ ବିଶେଷଜ୍ଞ ଓ ଉଦ୍ୟୋଗୀମାନଙ୍କର ବିପୁଳ ପୁ˚ଜି ବିନିଯୁକ୍ତ ହୋଇଛି। ତେଣୁ ସ୍ବାଭାବିକ ଭାବେ ‌ସେମାନେ ‘ଲାବ୍‌-ଲିକ୍‌ ଥିଓରି’କୁ ଭିତ୍ତିହୀନ ବୋଲି ଅଭିହିତ କରିଥିଲେ। ସୁତରା˚, ଏହି କ୍ରମରେ ନିକଲସନ ବେକରଙ୍କୁ ଗଲା ଜାନୁଆରି ମାସରେ ଅସ୍ବୀକାର କରିଥିବା ଅନେକ ବିଦ୍ବାନ ବର୍ତ୍ତମାନ ସେମାନଙ୍କ ମନ୍ତବ୍ୟକୁ ପ୍ରତ୍ୟାହାର କରିବା ଲାଗି ବା ସେମାନଙ୍କ ମତାମତର ପୁନର୍ବିଚାର କରିବା ନେଇ ସଙ୍କେତ ପ୍ରଦାନ କଲେଣି। ଏହି ପରିପ୍ରେକ୍ଷୀରେ ଡାସଜାକ୍‌ ବା ଫଉଚି ନୂତନ ଚକ୍ରାନ୍ତକାରୀ ଭାବେ ଆବିର୍ଭୂତ ହୋଇଛନ୍ତି, ଯେଉଁମାନେ ଆପଣା ସୁରକ୍ଷା ଲାଗି ସତ୍ୟକୁ ବିବର୍ଣ୍ଣ କରିବାର ଉଦ୍ୟମ କରିଛନ୍ତି ବୋଲି ସନ୍ଦେହ ହୋଇଥାଏ।

କରୋନା ପାନ୍‌ଡେମିକ୍‌ର ପ୍ରାରମ୍ଭ କାଳରେ ‘ଲାବ୍‌-ଲିକ୍‌ ଥିଓରି’କୁ ଉପର ବର୍ଣ୍ଣିତ ପ୍ରସିଦ୍ଧ ଭୂତାଣୁ ବିଶେଷଜ୍ଞମାନେ ସ˚ପୂର୍ଣ୍ଣ ଭାବେ ଖାରଜ କରିଦେବା ଫଳରେ ଏଥିରେ ମନୁଷ୍ୟର ସ˚ପୃକ୍ତି ନେଇ ଅନୁସନ୍ଧାନ ଦିଗରେ ପ୍ରାୟ ସମସ୍ତ ମାର୍ଗ ଅବରୁଦ୍ଧ ହୋଇଯାଇଥିଲା। କିନ୍ତୁ ତହିଁରେ ସନ୍ତୁଷ୍ଟ ହୋଇପାରି ନ ଥିବା ନିିକଲସନ ବେକରଙ୍କ ଭଳି ମୁଷ୍ଟିମେୟ ଅନୁସନ୍ଧାନୀଙ୍କ ଜିଜ୍ଞାସା ଏଭଳି ଏକ ଚକ୍ରାନ୍ତକୁ ସ୍ପଷ୍ଟ କରିବାରେ ଲାଗିଲାଣି, ଯହିଁରେ ପୃଥିବୀର ବରେଣ୍ୟ ଭୂତାଣୁ ବିଜ୍ଞାନୀମାନଙ୍କୁ ଏକ ଅସ୍ବସ୍ତିକର ଭୂମିକାରେ ଦେଖିବାକୁ ମିଳିଥାଏ।

ଏ ସ˚ଦର୍ଭରେ ଗଲା ବର୍ଷ ଜୁଲାଇ ମାସରେ ନିକଲସନ ବେକରଙ୍କ ଦ୍ବାରା ରଚିତ ଏକ ପୁସ୍ତକ ‘ବେସ୍‌ଲେସ୍‌’(ଓଡ଼ିଆ ଅର୍ଥ ଭିତ୍ତିହୀନ) ବିଶେଷ ଭାବେ ପ୍ରଣିଧାନଯୋଗ୍ୟ, ଯହିଁରେ ସେ ଯୁକ୍ତରା‌ଷ୍ଟ୍ର ଆମେରିକାର ବିଭିନ୍ନ ବାୟୋ ଲାବରେଟରିରେ ଘଟିଥିବା ଭୂତାଣୁ ବା ଜୀବାଣୁ ଲିକ୍‌ ବାବଦରେ ଉଦାହରଣମାନ ପ୍ରଦାନ କରିଛନ୍ତି। ଏହି ପୁସ୍ତକର ନାମକରଣ କରାଯାଇଛି ୧୯୫୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ପେଣ୍ଟାଗନ୍‌ ଦ୍ବାରା ପରିଚାଳିତ ଏକ ଜୈବ-ଯୁଦ୍ଧ ପ୍ରକଳ୍ପ ଆଧାରରେ, ଯାହାର ନାମ ଥିଲା ‘ବେସ୍‌ଲେସ୍‌ ପ୍ରୋଜେକ୍‌ଟ୍‌’। ସେହି ସମୟରେ ଅତ୍ୟନ୍ତ ଶକ୍ତିଶାଳୀ ପ୍ରତିପକ୍ଷ ରୂପେ ଅବତୀର୍ଣ୍ଣ ହୋଇଥିବା ସୋଭିଏତ୍‌ ରୁଷିଆ ଏବ˚ ତା’ର ସମର୍ଥକ ‘କମ୍ୟୁନିଷ୍ଟ ବ୍ଲକ୍‌’ର ରାଷ୍ଟ୍ରଗୁଡ଼ିକ ବିରୋଧରେ ଏକ ପ୍ରସ୍ତୁତି ସ୍ବରୂପ ଏହି ପ୍ରୋଜେକ୍‌ଟକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ‘ଏ-୧’ ମାନ୍ୟତା (ଆଣବିକ ପ୍ରକଳ୍ପ ଭଳି) ପ୍ରଦାନ କରାଯାଇଥିଲା। ନିକଲସନ ସେହି ପୁସ୍ତକରେ ସପ୍ରମାଣ ବର୍ଣ୍ଣନା କରିଛନ୍ତି କିଭଳି ଏହି ଅତ୍ୟନ୍ତ ଗୋପନୀୟ ଓ ସୁରକ୍ଷିତ ପ୍ରକଳ୍ପରୁ ‘ପାଥୋଜେନ୍‌’ (ଜୀବାଣୁ ଓ ଭୂତାଣୁ ଇତ୍ୟାଦି) ବାହାରକୁ ଆସି କ୍ଷତି ଘଟାଇବାକୁ ସମର୍ଥ ହୋଇଛନ୍ତି। ଉଦାହରଣ ସ୍ବରୂପ ୧୯୬୦ ମସିହାରେ ଏହି ପ୍ରକଳ୍ପ ଅଧୀନସ୍ଥ ଏକ ପରୀକ୍ଷାଗାର ଦୁର୍ଘଟଣା ପରେ ତହିଁରେ କାମ କରୁଥିବା ଶତାଧିକ ଗବେଷକ ଓ କର୍ମଚାରୀ ଏକ ରହସ୍ୟମୟ ଓ ଗୁରୁତର ଜ୍ବରରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଘଟଣା ପରେ ଆମେରିକାର ଜୈବ-ଯୁଦ୍ଧ କାର୍ଯ୍ୟକ୍ରମର ମୁଖ୍ୟ ଚାର୍ଲସ ଆର୍ମଷ୍ଟ୍ରଙ୍ଗ ଏହି ରହସ୍ୟମୟ ‘Q fever’ ବା ‘କ୍ୟୁ ଜ୍ବର’ର କାରଣ ଅନ୍ବେଷଣ କରିବା ଲାଗି କରିଥିବା ତିନିଟି ଯାକ ଉଦ୍ୟମ ଅଧିକରୁ ଅଧିକ ସ˚ଖ୍ୟକ ଗବେଷକଙ୍କୁ ରୋଗଗ୍ରସ୍ତ କରି ପକାଇଥିଲା।

ସେମିତି ୧୯୫୧ରେ ଆମେରିକାର ମେରିଲାଣ୍ତସ୍ଥିତ ଗବେଷଣାଗାରରେ ‘ଆନ୍ଥ୍ରାକ୍‌ସ ପାଇଲଟ୍‌ ପ୍ଲାଣ୍ଟ’ରେ ଘଟିଥିବା ଏକ ଅଘଟଣ କାରଣରୁ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ସ˚କ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ। ୧୯୬୪ ମସିହାରେ ଆଲବର୍ଟ ନିକେଲ ନାମକ ଜଣେ ପ୍ରାଣୀବିଜ୍ଞାନୀଙ୍କୁ ଗୋଟିଏ ପରୀକ୍ଷାଗାରର ମୂଷା କାମୁଡ଼ି ଦେବାରୁ ସେହି ମୂଷା ଶରୀରରେ ବୈଜ୍ଞାନିକଙ୍କ ଦ୍ବାରା ରୋପିତ ଭାଇରସ୍‌ ମାଧୢମରେ ସେ ସ˚କ୍ରମିତ ହୋଇ ନିଜ ଘରେ ଏକାନ୍ତ ବାସରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ମୃତ୍ୟୁବରଣ କରିଥିଲେ। ୧୯୭୭ ମସିହାରେ ରୁଷିଆ ଏବ˚ ଚୀନ୍‌ରେ ଏକ ଭୟାନକ ଫ୍ଲୁ ସ˚କ୍ରମଣ ଆରମ୍ଭ ହୋଇଥିଲା, ଯାହାର ଉତ୍ସ ରହିଥିଲା ଏକ ଆମେରିକୀୟ ପରୀକ୍ଷାଗାରର ପୁରୁଣା ‘ଫ୍ରିଜର’ରେ ଯେଉଁଠି ୧୯୫୦ ମସିହାରୁ ଏକ ଭାଇରସ୍‌କୁ ସ˚ରକ୍ଷିତ କରି ରଖାଯାଇଥିଲା। ସେହିଭଳି ଇ˚ଲାଣ୍ତର ବର୍ମି˚ହାମ୍‌ ଠାରେ ଥିବା ଏକ ପରୀକ୍ଷାଗାରରୁ ଲିକ୍‌ ହୋଇଥିବା ବସନ୍ତ ଭୂତାଣୁର ଏକ ‘ହାଇବ୍ରିଡ୍‌ ଷ୍ଟ୍ରେନ୍‌’ ଦ୍ବାରା ଜଣେ ଫଟୋଗ୍ରାଫରଙ୍କ ମୃତ୍ୟୁ ଘଟିଥିଲା ବା ଯୁକ୍ତରାଷ୍ଟ୍ର ଆମେରିକାର ସର‌୍‌ରେ ଅଞ୍ଚଳର ଏକ ଅତ୍ୟନ୍ତ ସୁରକ୍ଷିତ ପରୀକ୍ଷାଗାରର ‘ଡ୍ରେନେଜ୍‌ (ନିଷ୍କାସନ) ସିଷ୍ଟମରେ ଲିକ୍‌ ହୋଇ ‘ଫୁଟ୍‌ ଏଣ୍ତ ମାଉଥ୍‌’ ରୋଗର ପାଥୋଜେନ୍‌ ବାହାରକୁ ଚାଲି ଆସି ରୋଗ ସୃଷ୍ଟି କରିଥିଲେ। ନିକଲସନଙ୍କ ବୃତ୍ତାନ୍ତ ଅନୁସାରେ ୨୦୦୮ରୁ ୨୦୧୨ ମଧୢରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୧୧୦୦ଟି ଛୋଟବଡ଼ ‘ପରୀକ୍ଷାଗାର ଅଘଟଣ’ର ଅଭିଯୋଗ ଦରଜ ହୋଇଛି।

ନ୍ୟୁୟର୍କ ମାଗାଜିନ୍‌ରେ ଗଲା ଜାନୁଆରି ମାସରେ ପ୍ରକାଶିତ ଆଲେଖ୍ୟଟିରେ ନିକଲସନ କହିଥିଲେ ଯେ ୨୦୧୨ ମସିହାରେ ଲିନ୍‌ କ୍ଳଜ୍‌ ନାମକ ଜଣେ ଗବେଷକ ‘ବୁଲେଟିନ୍‌ ଅଫ୍‌ ଆଟମିକ୍‌ ସାଇଣ୍ଟିିଷ୍ଟ୍‌ସ’ରେ ପ୍ରକାଶିତ ତାଙ୍କ ନିବନ୍ଧରେ ଆଶଙ୍କା ବ୍ୟକ୍ତ କରିଥିଲେ ଯେ ପୃଥିବୀର ବିଭିନ୍ନ ପରୀକ୍ଷାଗାରରେ ଜୀବାଣୁ ଓ ଭୂତାଣୁ ଆଦିଙ୍କୁ ନେଇ ଯେଉଁଭଳି ଅତ୍ୟନ୍ତ ସଘନ ଗବେଷଣାମାନ ଚାଲିଛି, ସେହି ପରିପ୍ରେକ୍ଷୀରେ ଅନ୍ତତଃ ୮୦ ପ୍ରତିଶତ ସମ୍ଭାବନା ରହିଛି ଯେ ଆଗାମୀ ୧୨ ବର୍ଷ ମଧୢରେ ଏକ ପାନ୍‌ଡେମିକ୍‌ ସାରା ପୃଥିବୀକୁ ପୀଡ଼ିତ କରିବ; ସୁତରା˚, (ତାଙ୍କ ଦ୍ବାରା କରାଯାଇଥିବା) ୨୦୨୪ ସୁଦ୍ଧା ଏକ ପାନ୍‌ଡେମିକ୍‌ର ପୂର୍ବାନୁମାନ ସତ୍ୟରେ ପରିଣତ ହୋଇଛି।

ନିକଲସନଙ୍କ ପୁସ୍ତକ ‘ବେସ୍‌ଲେସ୍‌’ ଯେଉଁ ବିଷୟବସ୍ତୁକୁ କେନ୍ଦ୍ର କରି ରଚିତ, ତାହା ହେଲା ଜୈବ ଯୁଦ୍ଧକୁ ନେଇ ସତ୍ୟ ବହନକାରୀ ତଥ୍ୟ ବା ସୂଚନାକୁ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଦମନ କରାଯିବାର ଉଦ୍ୟମ। କରୋନା ପାନ୍‌ଡେମିକ୍‌ ସମୟରେ ଯେତେବେଳେ ଗୋଟିଏ ବର୍ଗର ଗବେଷକଙ୍କ ଦ୍ବାରା ‘ଲାବ୍‌-ଲିକ୍‌ ଥିଓରି’ ନେଇ ସନ୍ଦେହ ଉପୁଜିଥିଲା ଓ ଏହା ପଛରେ ଚୀନ୍‌ ଦ୍ବାରା କୌଣସି ଜୈବ ଯୁଦ୍ଧର ଚକ୍ରାନ୍ତ ଥାଇପାରେ ବୋଲି ଆଶଙ୍କା ପ୍ରକଟ କରାଯାଉଥିଲା, ସେତିିକି ବେଳେ ତାହାକୁ ସ˚ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇ ଡାସଜାକ ଓ ଫଉଚିଙ୍କ ଭଳି ଭୂତାଣୁ ବିଶେଷଜ୍ଞ ମଧୢ ନିକଲସନଙ୍କ ଭାଷାରେ ସତ୍ୟ ଦମନ ଲାଗି ଚକ୍ରାନ୍ତକାରୀ ଭାବେ ଅଭିହିତ ହୋଇପାରନ୍ତି।

ସମ୍ବନ୍ଧିତ ଖବର