ଆମେମାନେ ଅନ୍ଦାଜ ଲଗାଇ କହି ପାରିବା ଯେ ୧୮୧୭ ମସିହାରେ ଜର୍ମାନିର ଜନୈକ ସଂଭ୍ରାନ୍ତ ବଂଶୀ ବ୍ୟାରନ୍ ତଥା ବାଇ-ସାଇକେଲର ଉଦ୍ଭାବକ କାର୍ଲ ଭନ୍ ଡ୍ରାଇଜ୍ ଯେତେବେଳେ ତାଙ୍କ ଦ୍ବାରା ନିର୍ମିତ ଶବ୍ଦବିହୀନ ଦୁଇଚକିଆ ଯାନଟିକୁ ଚଢ଼ି ପ୍ରଥମେ ବୁଲିବାକୁ ବାହାରିଥିବେ, ସେତିକିବେଳେ କୌଣସି କୁତୁହଳୀ ଜିଜ୍ଞାସୁଙ୍କ ପ୍ରଶ୍ନର ଉତ୍ତରରେ ଏହା ‘ମୋ ସାଇକେଲ୍’ ବୋଲି ହୁଏ’ତ ଦର୍ପ ସହକାରେ କହି ସେହି ଅପୂର୍ବ ବିସ୍ମୟଟି ଉପରେ ନିଜର ମାଲିକାନା ସାବ୍ୟସ୍ତ କରିଥିବେ। କିନ୍ତୁ ସେତିକିବେଳେ ସେ କଦାପି କଳ୍ପନା କରି ନ ଥିବେ ଯେ ଏହାର ପ୍ରାୟ ଦୁଇ ଶହ ବର୍ଷ ପରେ (୨୦୨୧ ମସିହାରେ) ଏମିତି ଏକ ସ୍ଥିତି ଆସିପାରେ ଯେ ତାଙ୍କ ଦେଶରୁ ସାତ ହଜାର କିଲୋମିଟର ଦୂରସ୍ଥ ଭୁବନେଶ୍ବର ନାମକ ଏକ ସହରରେ ତାଙ୍କ ଦ୍ବାରା ଉଦ୍ଭାବିତ ୨୦୦୦ ସରିକି ଏହି ଦୁଇଚକିଆ ବିସ୍ମୟ ‘ମୋ ସାଇକେଲ’ ନାମ ବହନ କରିଥିବା ସତ୍ତ୍ବେ ମାଲିକାନା ବିହୀନ ଅନାଥରେ ପରିଣତ ହେବେ ଓ ଅକାଳରେ ଶ୍ମଶାନ ଦେଖିବେ। ଏହି ସ୍ତମ୍ଭର ପାଠକପାଠିକାମାନଙ୍କ ସ୍ମରଣରେ ଥିବ ଯେ ୨୦୧୮ ମସିହାରେ ହକି ବିଶ୍ବ କପ୍ ଆୟୋଜନ କରାଯିବା ଅବ୍ୟବହିତ ପୂର୍ବରୁ ସରକାରଙ୍କ ଦ୍ବାରା ‘ମୋ ସାଇକେଲ’ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା, ଯହିଁରେ ଆଶା କରାଯାଇଥିଲା ଯେ ରାଜଧାନୀର ସଡ଼କ ପ୍ରାନ୍ତରେ ଚାରି ଶହଟି ସ୍ଥାନେର ଉପଲବ୍ଧ ଏହି ଦାମୀ ସାଇକେଲଗୁଡ଼ିକୁ ସ୍ବଳ୍ପ ଅର୍ଥ ଭଡ଼ା ଦେଇ ଅସ˚ଖ୍ୟ ପଦଚାରୀ ବ୍ୟବହାର କରି ସହରର ସଡ଼କରୁ ଗାଡ଼ିମଟରର ସାନ୍ଦ୍ରତା ହ୍ରାସ କରିବେ ତଥା ସହରର ବାୟୁମଣ୍ତଳରେ ପ୍ରଦୂଷଣ ସ୍ତର କମାଇବାରେ ସହାୟକ ହେବେ। ସେହି ସମୟରେ ଏଭଳି ଆଶା ମଧୢ କରାଯାଇଥିଲା ଯେ ଏହି ଯୋଜନାଟି ପ୍ରମୁଖ ଭାବେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆଦୃତ ହେବ। କିନ୍ତୁ, ବାସ୍ତବରେ ଦେଖିବାକୁ ମିଳିଲା ଯେ ଏଥି ଜନିତ ପ୍ରାରମ୍ଭିକ ଉତ୍ସାହରେ ଶୀଘ୍ର ଭଟ୍ଟା ପଡ଼ିଥିଲା; ଅ-ବ୍ୟବହାର, ଅବହେଳା ଓ ଅଯତ୍ନ କାରଣରୁ ସାଇକେଲଗୁଡ଼ିକ ସଡ଼କ ଧାରରେ ପଡ଼ି ରହିଲେ। କେବଳ ସେତିକି ନୁହେଁ, ଏହି ପ୍ରକଳ୍ପର ନିଷ୍ପତ୍ତିଟି ଅଯଥା ଓ ଅପରିଣାମଦର୍ଶୀ ଥିଲା ବୋଲି ମତ ପ୍ରକାଶ ପାଇବାରେ ଲାଗିଛି।
ଏହି ପରିପ୍ରେକ୍ଷୀରେ ଗଲା ଜୁଲାଇ ୧୪ ତାରିଖରେ ଏହି ସମ୍ବାଦପତ୍ରରେ ପ୍ରକାଶିତ ଏକ ସମ୍ବାଦ ପ୍ରଣିଧାନଯୋଗ୍ୟ, ଯାହା ଅନୁସାରେ ‘ମୋ ସାଇକେଲ’ଗୁଡ଼ିକ ମଧୢରୁ ଅନେକ ସମସ୍ତଙ୍କ ଅଲକ୍ଷ୍ୟରେ ଅବଲୀଳା କ୍ରମେ କବାଡ଼ିବାଲାଙ୍କ ପାଖରେ ପହଞ୍ଚି ସାରିଲେଣି। କହିବା ଅନାବଶ୍ୟକ ଯେ ସଡ଼କ କଡ଼ରେ ଅରକ୍ଷିତଙ୍କ ଭଳି ପଡ଼ି ରହିଥିବା ଏଗୁଡ଼ିକ ମଧୢରୁ ଅନେକ ହୁଏ’ତ ରାଜଧାନୀର ସଡ଼କରେ ଇଞ୍ଚେ ସୁଦ୍ଧା ଗଡ଼ିବାର ଭାଗ୍ୟ ଲାଭ କରି ପାରି ନ ଥିବେ! ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରକଳ୍ପ ଅଧୀନରେ ପ୍ରତ୍ୟେକ ସାଇକେଲକୁ ୨୫ ହଜାର ଟଙ୍କା ବ୍ୟୟରେ ଖର୍ଦି କରାଯାଇଥିଲା। କିନ୍ତୁ, ଅଳ୍ପ ଦିନ ପରେ ଗଣମାଧୢମରେ ଖବର ପ୍ରକାଶ ପାଇଥିଲା ଯେ ପ୍ରକଳ୍ପ ପ୍ରାରମ୍ଭ ହେବାର ମାତ୍ର ଦଶ ଦିନ ମଧୢରେ ଏକ ଡଜନ ସରିକି ସାଇକେଲ ଗାଏବ ହୋଇ ସାରିଲେଣି। ସୁତରା˚, ପ୍ରଥମରୁ ହିଁ ଇଙ୍ଗିତ ମିଳିସାରିଥିଲା ଯେ ଏ ସବୁର ସତର୍କ ତତ୍ତ୍ବାବଧାନ ଅତ୍ୟନ୍ତ ଜରୁରୀ। ଏହା ପରେ ଦୃଷ୍ଟିକୁ ଆସିଲା ଏହାକୁ ବ୍ୟବହାର କରିବା ପଥରେ ଥିବା ପ୍ରାବିଧିକ ଜଟିଳତା। ଏହି ସାଇକେଲ ଚଲାଇବା ଲାଗି ଚାରିଟି ଆପ୍ ଡାଉନ୍ଲୋଡ୍ କରିବା ଜରୁରୀ; ଯେଉଁଗୁଡ଼ିକ ହେଲେ ‘ମୋ ସାଇକେଲ୍’, ‘ୟୁଲା’, ‘ୟାନା’ ଓ ‘ହେକ୍ସି’; ଯହିଁରୁ ଶେଷ ତିନିଟି ହେଉଛନ୍ତି ସାଇକେଲ ଯୋଗାଣକାରୀ ସ˚ସ୍ଥାର ଆପ୍। ଏହି ସବୁ ‘ଆପ୍’ଗୁଡ଼ିକ ଠିକଣା ଭାବେ କାର୍ଯ୍ୟ ନ କରିବା ଥିଲା ଏକ ନିୟମିତ ଅଭିଯୋଗ। ତେବେ ଏ ସବୁ ବ୍ୟତିରେକ ଆଉ ଯେଉଁ ସତ୍ୟଟି କ୍ରମେ ପ୍ରାଞ୍ଜଳ ହୋଇ ଉଠିଥିଲା, ତାହା ହେଉଛି ଭଡ଼ା ଦେଇ ସାଇକେଲ ଆରୋହଣ କରିବା ଲାଗି ଇଚ୍ଛୁକ ବ୍ୟକ୍ତିଙ୍କ ସ˚ଖ୍ୟା ଥିଲା ଅତ୍ୟନ୍ତ ନଗଣ୍ୟ; ସେହିଭଳି ସଡ଼କକୁ ଗାଡ଼ିର ଭିଡ଼ରୁ ମୁକ୍ତ ରଖିବା ଅଥବା ପରିବେଶକୁ ନିର୍ମଳ ରଖିବା ଉଦ୍ଦେଶ୍ୟରେ ସାଇକେଲ ଚାଳନାରେ ବ୍ରତୀ ହେବା ଭଳି ସଚେତନ ବ୍ୟକ୍ତିଙ୍କ ସ˚ଖ୍ୟା ଥିଲା ତା’ ଠାରୁ ମଧୢ କମ୍। କେବଳ ସେତିକି ନୁହେଁ, ଚଳିତ ବର୍ଷ ଫେବ୍ରୁଆରି ମାସରେ ଗଣମାଧୢମରେ ପ୍ରକାଶିତ ଆଉ ଏକ ସମ୍ବାଦରୁ ଏହା ମଧୢ ଜଣାପଡ଼ିଥିଲା ଯେ ସରକାର ଏବ˚ ସାଇକେଲ ଯୋଗାଣକାରୀ କ˚ପାନିଗୁଡ଼ିକ ମଧୢରେ ଜି.ଏସ୍.ଟି. ଏବ˚ ବକେୟା ଅର୍ଥ ପ୍ରଦାନକୁ ନେଇ ଟଣାଓଟରା ଚାଲିଛି, ଯେଉଁ କାରଣରୁ ସାଇକେଲ ବିକ୍ରି କରିଥିବା କ˚ପାନିଗୁଡ଼ିକ ରକ୍ଷଣାବେକ୍ଷଣ କରିବାର ଚୁକ୍ତିର ଖିଲାପ କରୁଛନ୍ତି। ସୁତରା˚, ଏଭଳି ଏକ ସ୍ଥିତିରେ ଯାହା ଅବଧାରିତ, ତାହା ହିଁ ଘଟିଛି ଏବ˚ ଛେଉଣ୍ଡ ସାଇକେଲଗୁଡ଼ିକରୁ କେତେକ କବାଡ଼ିବାଲାର କ˚ସେଇ ଖାନାରେ ଗ୍ୟାସ୍ କଟର୍ ଦ୍ବାରା ଅସ୍ତିତ୍ବ ହରାଇବାରେ ଲାଗିଛନ୍ତି।
ଏବେ ପଶ୍ଚାତ୍ ଅବଲୋକନରେ ‘ମୋ ସାଇକେଲ’ ଭଳି ଏକ ମହତ ପ୍ରକଳ୍ପ ଅପରିଣାମଦର୍ଶୀ ଥିଲା ବୋଲି ନିଶ୍ଚିତ ହୋଇ ସାରିଲାଣି। କିନ୍ତୁ, ଏହା ମଧୢ ସତ ଯେ ଅନେକ ସମୟରେ ଦୂରଦର୍ଶୀ, ପରିପକ୍ବ ଓ ପ୍ରାଜ୍ଞ ବ୍ୟକ୍ତିମାନଙ୍କ ଦ୍ବାରା ନିଆଯାଉଥିବା ବିବେଚନାପୂର୍ଣ୍ଣ ନିଷ୍ପତ୍ତି ବେଳେ ବେଳେ ପ୍ରୟୋଗ କାଳରେ ବିଫଳ ସାବ୍ୟସ୍ତ ହୋଇଥାଏ। ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଲା ରତନ ଟାଟାଙ୍କ ‘ନାନୋ’ କାର୍। ଏହା ପଛରେ ତାଙ୍କର ଉଦ୍ଦେଶ୍ୟ ଥିଲା ଅତ୍ୟନ୍ତ ମହତ, ଯହିଁରେ ସେ ନିମ୍ନ ଆୟକାରୀ ବର୍ଗଙ୍କ ଲାଗି ଅତ୍ୟନ୍ତ ଶସ୍ତାରେ ଏକ ଚାରି ଚକିଆ ଯାନ ସମ୍ଭବ କରାଇଥିଲେ। କିନ୍ତୁ ଯେଉଁ ଏକ ସାଧାରଣ କଥା ତାଙ୍କ ବିଚାରକୁ ଏଡ଼ାଇ ଯାଇଥିଲା, ତାହା ହେଉଛି ଭାରତ ଭଳି ଏକ ଦେଶରେ ଗୋଟିଏ କାର୍ର ଅଧିକାରୀ ହେବା ଯେଉଁ ମର୍ଯ୍ୟାଦାବୋଧ ପ୍ରଦାନ କରିଥାଏ, ତା’ ସହିତ ‘ଶସ୍ତା’ ଶବ୍ଦଟି ଖାପ ଖାଇ ନ ଥାଏ। ସେହିଭଳି ‘ମୋ ସାଇକେଲ ପ୍ରକଳ୍ପ’ର ଚିନ୍ତକମାନେ ହୁଏ’ତ ଅନୁମାନ କରି ପାରି ନ ଥିଲେ ଯେ ଭୁବନେଶ୍ବର ଭଳି ଏକ ଉଚ୍ଚାଭିଳାଷୀ ସହରରେ ସାଇକେଲଟିଏ ଆରୋହଣ କରିବା ହେଉଛି ପ୍ରମୁଖ ଭାବେ ଦାରିଦ୍ର୍ୟର ଏକ ବାଧୢବାଧକତା; ଯହିଁରୁ ଉତ୍ତୀର୍ଣ୍ଣ ହେବାର ସ୍ବପ୍ନ ସାଇକେଲକୁ ସଡ଼କରୁ ଅପସାରଣ କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିପାରେ ଯେ ତେବେ ସ˚ପ୍ରତି ସାଇକେଲ କ୍ରୟରେ ବୃଦ୍ଧି ଘଟିଛି କାହିଁକି?(ପାନ୍େଡମିକ୍ ସମୟରେ ସୁଦ୍ଧା ସାଇକେଲ ଉଦ୍ୟୋଗରେ ୫ରୁ ୭ ପ୍ରତିଶତ ଅଭିବୃଦ୍ଧି ଘଟିଛି)। ତା’ର ଉତ୍ତର ହେଲା ବ୍ୟାୟାମ ଲାଗି ସ୍ବାସ୍ଥ୍ୟ ସଚେତନ ଅନେକ ବ୍ୟକ୍ତି ମୂଲ୍ୟବାନ ସାଇକେଲ କିଣୁଛନ୍ତି; ଯେଉଁମାନେ କସ୍ମିନ କାଳେ ‘ମୋ ସାଇକେଲ’ ବ୍ୟବହାର କରନ୍ତେ ନାହିଁ। ଏହି ସାଇକେଲ ଆରୋହୀମାନେ ପ୍ରାତଃ ଭ୍ରମଣର ଆନନ୍ଦ ଆସ୍ବାଦନ କରୁଥିବାର ଦେଖାଯାଏ; ସେମାନେ କିନ୍ତୁ ଦିନ ଗଡ଼ିଲେ ରାଜଧାନୀର ଉତ୍ତପ୍ତ ଓ ଆର୍ଦ୍ର ପରିବେଶରେ ସାଇକେଲ ଚଲାନ୍ତି ନାହିଁ।
ଡେନମାର୍କର କୋପେନହାଗାନ ସହରର ସଡ଼କରେ ଯେମିତି ସାଇକେଲର ଭିଡ଼ରେ ମୋଟର ଗାଡ଼ିଗୁଡ଼ିକ ନିଷ୍ପ୍ରଭ ହୋଇଯାଆନ୍ତି, ସେଭଳି ସ୍ଥିତି ଭୁବନେଶ୍ବରରେ ସୃଷ୍ଟି ହେବା କଦାପି ସମ୍ଭବ ନୁହେଁ। ଆମ ସହରର ବର୍ଦ୍ଧିଷ୍ଣୁ ଜନସ˚ଖ୍ୟା ଓ ଉତ୍ତପ୍ତ ହୋଇ ଚାଲିଥିବା ବାତାବରଣ କାରଣରୁ ସାଇକେଲ ବ୍ୟବହାର କରିବା କ୍ରମେ ନିରୁତ୍ସାହଜନକ ମନେ ହେଲାଣି। କେବଳ ସେତିକି ନୁହେଁ ଆମ ସଡ଼କରେ ସ୍ବ୍ବତନ୍ତ୍ର ସାଇକେଲ ଟ୍ରାକ୍ର ଅଭାବ ହେତୁ ସାଇକେଲ ଚାଳକମାନେ ମୁଖ୍ୟ ସଡ଼କରୁ କ୍ରମେ ସୀମାନ୍ତରିତ ହେବାରେ ଲାଗିଛନ୍ତି। ଏହି ସ˚ଦର୍ଭରେ ଯାହା ଦିଶିଥାଏ, ତାହା ହେଲା ଆଗକୁ ରାଜଧାନୀରେ ‘ମୋ ସାଇକେଲ’ ଯୋଜନାଟି ସଫଳ ହେବାର ଆଶା ଅତ୍ୟନ୍ତ କ୍ଷୀଣ। ତେଣୁ ଏ ପରିପ୍ରେକ୍ଷୀରେ ଯେଉଁ ଦୁଇଟି ବାଟ ଉନ୍ମୁକ୍ତ ରହିଛି, ତାହା ହେଲା ସରକାର ଏ ସବୁର ତତ୍ତ୍ବାବଧାନର ସୁବ୍ୟବସ୍ଥା କରନ୍ତୁ ଏବ˚ ଏହାର ପରିଚାଳନାରେ ଉତ୍ତର ଦାୟିତ୍ବ ସ୍ଥିର କରି ଏହାର ଫଳପ୍ରଦତାର ସମ୍ଭାବନାକୁ ଆଉ ଥରେ ସୁଯୋଗ ଦିଅନ୍ତୁ। (ଏ ସ˚ପର୍କିତ ସମ୍ବାଦ ପ୍ରକାଶ ପାଇବା ପରେ ବିଏମ୍ର ପଦାଧିକାରୀ ଏ ନେଇ ସ˚ପୂର୍ଣ୍ଣ ଅଜ୍ଞ ବୋଲି ପ୍ରକାଶ କରିଛନ୍ତିି) ନଚେତ୍ ସାଇକେଲଗୁଡ଼ିକୁ ନିଲାମ କରି ଯୋଗ୍ୟ ପାତ୍ର ପାଖରେ ପହଞ୍ଚାଯାଉ; ଯାହା ଦ୍ବାରା ସେଗୁଡ଼ିକର କ୍ରୟରେ ବ୍ୟୟ କରାଯାଇଥିବା ବିପୁଳ ଅର୍ଥରାଶିରୁ କିଛି ଭରଣା ହୋଇପାରିବ; ତା ସହିତ କିଲୋ ପିଛା ୫୦ ଟଙ୍କା ଦରରେ ମାତ୍ର ଛଅ ଶହ ଟଙ୍କାରେ କବାଡ଼ିବାଲା ହାତକୁ ଯିବାର ଦୁର୍ଭାଗ୍ୟରୁ ସାଇକେଲଗୁଡ଼ିକ ନିସ୍ତାର ପାଇବେ।