ନିଃଶବ୍ଦ ଅଲି˚ପିକ୍‌

ଏହା ବିଧି ନିର୍ଦ୍ଦିଷ୍ଟ ଥିଲା ଯେ ୨୦୨୦କୁ କାଳ ବକ୍ଷରେ ଚିହ୍ନିତ କରିବା ଲାଗି ଗୋଟିଏ ‘ମାଇଲ ଷ୍ଟୋନ୍‌’ ସେହି ମସିହାରେ ପୋତା ଯାଇ ନ ପାରି ୨୦୨୧ ମସିହାରେ ଆଜିର ତାରିଖରେ ଜାପାନର ଟୋକିଓ ନଗରୀରେ ପୋତା ଯାଉଛି; ଏବ˚ କେବଳ ସେତିକି ନୁହେଁ ଦୁଇ ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି ବିଶ୍ବ ସ୍ତରୀୟ ଆୟୋଜନରେ ଯାହା ଦେଖିବାକୁ ମିଳିବ, ତାହା ସମ୍ଭବତଃ ଏହାର ଖ୍ରୀଷ୍ଟପୂର୍ବ ସମୟର ପ୍ରାରମ୍ଭ କାଳରୁ ଆଜି ପର୍ଯ୍ୟନ୍ତ ପ୍ରାୟ ତିନି ହଜାର ବର୍ଷର ଇତିହାସରେ କେବେ ହେଲେ ଦେଖିବାକୁ ମିଳି ନ ଥିବ। କହିବା ଅନାବଶ୍ୟକ ଯେ ଏହି ସ୍ତମ୍ଭର ପାଠକପାଠିକାମାନେ ବୁଝି ସାରିବେଣି ଯେ ଏଠାରେ କେଉଁ ବିଷୟରେ ଆଲୋଚନା ଲାଗି ପୃଷ୍ଠଭୂମି ପ୍ରସ୍ତୁତ କରାଯାଉଛି। ତାହା ହେଉଛି ପୃଥିବୀର ସର୍ବଶ୍ରେଷ୍ଠ କ୍ରୀଡ଼ା ପ୍ରତିଯୋଗିତା ଅଲି˚ପିକ୍‌; ଯାହା ଚଳିତ ବର୍ଷ ଏକ ଶୂନ୍ୟ ଗ୍ୟାଲେରି ସମ୍ମୁଖରେ ଅନୁଷ୍ଠିତ ହେବ, ଯହିଁରେ ସମ୍ଭବତଃ ଅନେକ କୀର୍ତ୍ତିମାନ ନିଃଶବ୍ଦରେ ସ୍ଥାପିତ ହୋଇଯି‌େବ! କରୋନା ପାନ୍‌ଡେମିକ୍‌ କେବଳ ଯେ ଏହି କ୍ରୀଡ଼ା ଶୃଙ୍ଖଳାକୁ ଗୋଟିଏ ବର୍ଷ ଲାଗି ପଛକୁ ଘୁଞ୍ଚାଇ ଦେଇଛି, ତାହା ନୁହେଁ; ଏହା ଏଭଳି ଏକ ପରିସ୍ଥିତି ସୃଷ୍ଟି କରିଛି, ଯେଉଁଠି ଉଭୟ ଖେଳାଳି ଓ ଦର୍ଶକ କ୍ରୀଡ଼ାଙ୍ଗନରେ ଏକାକାର ହୋଇଯିବାର ସୁବର୍ଣ୍ଣ ସୁଯୋଗ ହରାଇଛନ୍ତି।

ଗତ ବର୍ଷ କରୋନା ମହାମାରୀ ହେତୁ ଯେତେବେଳେ ଟୋକିଓ ଅଲି˚ପିକ୍‌କୁ ବାତିଲ କରିବାକୁ ପଡ଼ିଥିଲା, ସେହି ସମୟରେ ଅସ˚ଖ୍ୟ ଖେଳାଳି ଶ୍ରମ ଓ ସ୍ବେଦଭରା ସେମାନଙ୍କ ନିରବଚ୍ଛିନ୍ନ ନିରବ ସାଧନା ଅକାରଣ ଗଲା ବୋଲି ଯେ ମର୍ମଭେଦୀ ଦୀର୍ଘଶ୍ବାସ ଛାଡ଼ିଥିବେ, ତହିଁରେ ସନ୍ଦେହ ନାହିଁ। ସୁତରା˚, ସେହି ଦୃଷ୍ଟିରୁ ଚଳିତ ବର୍ଷ ୨୦୫ ଦେଶର ୧୧ ହଜାର ପ୍ରତିଯୋଗୀ ୩୩୯ଟି ସ୍ପର୍ଦ୍ଧାରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ସହିତ ଶ୍ରେୟ ହାସଲ କରିବା ଲାଗି ସୁଯୋଗ ପାଇବା ଏକ ଗଭୀର ଆଶ୍ବାସନାର ବିଷୟ। ସେହିଭଳି ଗତ ବର୍ଷ କୋଭିଡ୍‌ ମହାମାରୀ ଦ୍ବାରା ସୃଷ୍ଟ ଏକ କରୁଣ ପରିବେଶରେ ଅଲି˚ପିକ୍‌ସ ସମେତ ପ୍ରାୟ ସମସ୍ତ କ୍ରୀଡ଼ା ଏହି ପୃଥିବୀ ପୃଷ୍ଠରୁ ଅଗତ୍ୟା ଅଦୃଶ୍ୟ ହୋଇ ଯାଇ କୋଟି କୋଟି କ୍ରୀଡ଼ାପ୍ରେମୀଙ୍କୁ ଯେଉଁଭଳି ମୁହ୍ୟମାନ କରିଦେଇଥିଲା; ସେମାନଙ୍କ ପାଇଁ ମଧୢ ଏହା ଖୁବ୍‌ ସାନ୍ତ୍ବନା ପ୍ରଦାୟକ। କିନ୍ତୁ କହିବା ନିଷ୍ପ୍ରୟୋଜନ ଯେ ଷ୍ଟାଡିଅମ୍‌ରେ ଉଚ୍ଛ୍ବାସ ଜର୍ଜର ଦର୍ଶକଙ୍କ ଅନୁପସ୍ଥିତି ଏହି ଟୁର୍ନାମେଣ୍ଟକୁ ଏକ ସ˚ପୂର୍ଣ୍ଣତା ପ୍ରଦାନ କରିବ ନାହିଁ।

ଯେଉଁମାନେ ଷ୍ଟାଡିଅମ୍‌ରେ ଉପସ୍ଥିତ ରହି କୌଣସି ଖେଳ ଦେଖିଥିବେ, ସେମାନେ ଅବଶ୍ୟ ଅନୁଭବ କରିଥିବେ କିଭଳି ଖେଳାଳି ଓ ଦର୍ଶକମାନଙ୍କ ମଧୢରେ ଏକ ଅଦୃଶ୍ୟ ଅଥଚ ଶକ୍ତ ସ˚ପର୍କ ସୃଷ୍ଟି ହୋଇ ତାହା ଷ୍ଟାଡିଅମ୍‌ର ବାତାବରଣକୁ ବୈଦ୍ୟୁତିକ କରି ପକାଏ। ଦର୍ଶକମାନଙ୍କ କରତାଳି ଏବ˚ ଚିତ୍କାର ଯେ ଖେଳାଳିମାନଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଥାଏ, ସେ ନେଇ ଯଦିଓ ମନସ୍ତତ୍ତ୍ବବିତ୍‌ମାନେ ଏକମତ, ତଥାପି ତାହା ଯେ ଦୁଇ ପାଖରେ ଧାର ଥିବା ଏକ ଖଡ୍‌ଗ, ସେ ନେଇ ମଧୢ ସେମାନେ ସତର୍କ କରାଇ ଦିଅନ୍ତି। ସାଧାରଣତଃ ଖେଳାଳିମାନେ ଅତ୍ୟନ୍ତ ନିରବ ପରିବେଶରେ ପ୍ରାୟତଃ ଏକାକୀ ଦୀର୍ଘ ସମୟ ଧରି ଅଭ୍ୟାସ କରିଥା’ନ୍ତି। ସୁତରା˚, ଦର୍ଶକଙ୍କ କରତାଳି ଓ ଚିତ୍କାର ଦ୍ବାରା ଅନେକ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆସୁଥିବା ବେଳେ ଦର୍ଶକଭରା ଷ୍ଟାଡିଅମ୍‌ର ସମୁଦ୍ର ଗର୍ଜନସୁଲଭ କୋଳାହଳମୟ ପରିବେଶରେ ଖେଳାଳିମାନଙ୍କ ଶରୀରରେ ସୃଷ୍ଟ ‘ଆଡ୍ରେନାଲିନ୍‌’ର ସୁଅ କେତେକଙ୍କ କ୍ଷେତ୍ରରେ ଏକାଗ୍ରତା ଭଙ୍ଗର କାରଣ ମଧୢ ହୋଇଥାଏ। ତେବେ ଏହା ସତ ଯେ ଯେ ପ୍ରାୟ ସମସ୍ତ ଖେଳାଳି ଷ୍ଟାଡିଅମ୍‌ରେ ଦର୍ଶକମାନଙ୍କ ଉଚ୍ଛ୍ବାସଭରା ଉପସ୍ଥିତି ହିଁ କାମନା କରନ୍ତି, ଯେଉଁମାନଙ୍କ ବିନା ସେମାନଙ୍କ ପ୍ରଦର୍ଶନ ସ˚ପୂର୍ଣ୍ଣ ରୂପେ ଅନ୍ତଃସାରଶୂନ୍ୟ ଭଳି ସେମାନଙ୍କୁ ବୋଧ ହୋଇଥାଏ। ସେହି କାରଣରୁ ଏ ବର୍ଷ ଦେଖିବାକୁ ମିଳିଛି ଯେ ଅଷ୍ଟ୍ରେଲୀୟ ଟେନିସ ଖେଳାଳି ନିକ୍‌ କିରଜିଓସ ଦର୍ଶକଶୂନ୍ୟ ଷ୍ଟାଡିଅମ୍‌ କାରଣରୁ ଏହି ଅଲି˚ପିକ୍‌ରୁ ଓହରି ଯାଇଛନ୍ତି; ଏବ˚ ଶ୍ମଶାନତୁଲ୍ୟ ନିରବତା ମଧୢରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଅଲି˚ପିକ୍‌ ଟୁର୍ନାମେଣ୍ଟରେ କିଛଇ ବିଶ୍ବ ସ୍ତର ଅତିକ୍ରମୀ ରେକର୍ଡ ସ୍ଥାପିତ ହୋଇ ପାରୁଛି ନା ନାହିଁ, ତାହା ଜାଣିବା ଲାଗି କୌତୁହଳ ମଧ୍ୟ ସୃଷ୍ଟି ହେଲାଣି।
ଏ କଥା ସତ ଯେ ଷ୍ଟାଡିଅମ୍‌ରେ ଉପସ୍ଥିତ ରହି ଖେଳ ଦେଖିବାର ଐନ୍ଦ୍ରଜାଲିକ ଅନୁଭୂତିରୁ ବ˚ଚିତ ହୋଇଥିବା ଅସ˚ଖ୍ୟ ଦର୍ଶକ ଟେଲିଭିଜନ ପରଦାରେ ତାହା ଦେଖିବାକୁ ବାଧୢ ହେବେ। ତେବେ, ସେମାନଙ୍କୁ ମଜ୍ଜେଇ ରଖିବା ଲାଗି କେତେକ ଟେଲିଭିଜନ ସ˚ସ୍ଥା ଏଭଳି କେତେକ ଉଦ୍ୟମ ମଧୢ କରୁଛନ୍ତି, ଯହିଁରେ ଏହି କ୍ରୀଡ଼ାର ସିଧା ପ୍ରସାରଣକୁ ନିଷ୍ପ୍ରଭ ବା ରୋମା˚ଚହୀନ ହେବାରୁ ଯଥାସମ୍ଭବ ରକ୍ଷା କରାଯାଇ ପାରିବ। ଉଦାହରଣ ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକାର ଟେଲିଭିଜନ ସ˚ସ୍ଥା ‘ଏନ୍‌.ବି.ସି.’ କ୍ରୀଡ଼ାଗୁଡ଼ିକର ସିଧା ପ୍ରସାରଣ ଦେଖାଉଥିବା ବେଳେ ମଝିରେ ମଝିରେ ସମୟ ଉଣ୍ତି ‘ଅଲି˚ପିକ୍‌ ଭିଲେଜ୍‌’ରେ ଖେଳାଳିମାନଙ୍କ ଅନୌପଚାରିକ ଜୀବନଯାତ୍ରାର ସଟ୍‌ ବା ପଡ଼ିଆ ଭିତରେ କୋଚ୍‌ ଓ ଖେଳାଳିଙ୍କ ମଧ୍ୟରେ ହେଉଥିବା ନିଭୃତ କଥାବାର୍ତ୍ତାକୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରିଛି।

ଏହି ଅଲି˚ପିକ୍‌ସର ଆୟୋଜନ ଜାପାନ ସରକାରଙ୍କ ଲାଗି ଏକ ଅଗ୍ନି ପରୀକ୍ଷା ଠାରୁ କମ୍‌ ନୁହେଁ। ପ୍ରଥମ କଥା ହେଲା ଟୋକିଓରେ କୋଭିଡ୍‌ ସ˚କ୍ରମିତଙ୍କ ସ˚ଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି ଏବ˚ ସେଠାରେ ଟିକାକରଣ ମଧୢ ଅସ˚ପୂର୍ଣ୍ଣ ରହିଛି। ତେଣୁ ସେଠାରେ ପହଞ୍ଚିଥିବା ୧୧,୦୦୦ ଖେଳାଳି ଓ କ୍ରୀଡ଼ା ସ˚ଗଠକମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷାର ଦାୟିତ୍ବ ଜାପାନ ସରକାରଙ୍କ ସକାଶେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଦ୍ବିତୀୟ କଥା ହେଲା, କୋଭିଡ୍‌ ସ˚କ୍ରମଣ ଭୟରେ ଏହି ଟୁର୍ନାମେଣ୍ଟରେ ଭାଗ ନେଉଥିବା ଦେଶଗୁଡ଼ିକ ଦ୍ବାରା ସେମାନଙ୍କ ଖେଳାଳିମାନଙ୍କ ସୁରକ୍ଷା ପ୍ରଦାନ ଲାଗି ପ୍ରକାଶ କରାଯାଉଥିବା ତତ୍ପରତା, ଯାହା ଆୟୋଜନକୁ ଅଧିକ ଜଟିଳ କରି ପକାଉଛି। କାରଣ, କୋଭିଡ୍‌ ପରିସ୍ଥିତିରେ ବିଭିନ୍ନ ରାଷ୍ଟ୍ର ଦ୍ବାରା ସେମାନଙ୍କ ଖେଳାଳିମାନେ ବ୍ୟବହାର କରିବା ଲାଗି ଉଦ୍ଦିଷ୍ଟ କ୍ରୀଡ଼ା ସର˚ଜାମ ଓ ସାନିଟାଇଜର ବା ମାସ୍କ ଇତ୍ୟାଦି ଭଳି ଦ୍ରବ୍ୟ ବହନକାରୀ ଜାହାଜମାନ ଗୋଟିକ ପରେ ଗୋଟାଏ ଟୋକିଓ ବନ୍ଦରରେ ପ୍ରବେଶ କରିବାରେ ଲାଗିଛନ୍ତିି। ଉଦାହରଣ ସ୍ବରୂପ ଅଷ୍ଟ୍ରେଲିଆ ପକ୍ଷରୁ ପାଞ୍ଚଟି ଜାହାଜରେ ଖେଳାଳିମାନଙ୍କ ହଜାର ହଜାର ସ˚ଖ୍ୟକ ପୋଷାକ, ବିଛଣା ଚଦର ଠାରୁ ଆରମ୍ଭ କରି କ୍ରୀଡ଼ା ଉପକରଣ ଓ ସର˚ଜାମ ସହିତ ଆଉ ଯାହା ପହଞ୍ଚିଛି ସେଗୁଡ଼ିକ ହେଲା ୭୫ ହଜାରଟି ମାସ୍କ, ୫୪୪ ମେଗା ସାନିଟାଇଜର ବୋତଲ ଏବ˚ ୪୦ ହଜାର ‘ଡିସଇନ୍‌ଫେକ୍ଟାନ୍‌ଟ ଵାଇପ୍‌’ ବା ଜୀବାଣୁ ବିଶୋଧକ ରୁମାଲ। କହିବା ଅନାବଶ୍ୟକ ଯେ ଅଧିକା˚ଶ ରାଷ୍ଟ୍ରଙ୍କ ଦ୍ବାରା ପ୍ରେରିତ ବିଶାଳ ଜାହାଜଗୁଡ଼ିକରୁ ସେ ସବୁ ଦ୍ରବ୍ୟ ଖଲାସ କରି ପୁଣି ସେଗୁଡ଼ିକର ଉପଯୁକ୍ତ ଭଣ୍ତାରଣ କରିବା ଏକ ମୁଣ୍ତ ବ୍ୟଥାର କାରଣ ହେଲାଣି। ତେବେ ଜାପାନର କୈମ୍ବଦନ୍ତୀୟ ଶୃଙ୍ଖଳାବୋଧ ଯେ‌ ସେମାନଙ୍କୁ ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବ, ତାହା ଆଶା କରାଯାଇପାରେ।

ପରିଶେଷରେ କୁହାଯିବ ଯେ ଏକ ଭୟାବହ ପାନ୍‌ଡେମିକ୍‌ର ତରଙ୍ଗ-ମାଳା ମଧୢରେ ଏହି ଅଲି˚ପିକ୍‌ ଏକ ଦ୍ବୀପ ସଦୃଶ ଦୃଶ୍ୟମାନ ହେବ। ଏହାର ପରିଚାଳନାର ସାମର୍ଥ୍ୟ ଓ ଉତ୍କର୍ଷ କେବଳ ଜାପାନର ଭାବମୂର୍ତ୍ତିକୁ ଚମକ ପ୍ରଦାନ କରିବ ନାହିଁ, ଭବିଷ୍ୟତ୍‌ରେ ବିଭିନ୍ନ ଅଭାବନୀୟ ପରିସ୍ଥିତିରେ କିଭଳି ବିଶାଳ ଆୟୋଜନ କରାଯାଇପାରିବ, ସେ ସ˚ଦର୍ଭରେ ଏକ ଧାରଣା ଓ ଖସଡ଼ା ମଧୢ ପ୍ରଦାନ କରିବ। ଏହି ଟୁର୍ନାମେଣ୍ଟରେ ପଦକ ବିଜେତାମାନେ ଯେତେବେଳେ ସେମାନଙ୍କ ରାଷ୍ଟ୍ରର ଜାତୀୟ ସ˚ଗୀତ ଗାନ ଏବ˚ ଜାତୀୟ ପତାକାର ଆରୋହଣ ମଧୢରେ ହାତରେ ଫୁଲତୋଡ଼ା ବା ପଦକମାନ ଧରି ଦର୍ଶକମାନଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ ଲାଗି ଉଦ୍ୟତ ହେବେ, ସେତିକି ବେଳେ ସମ୍ଭବତଃ ଏକ ଶୂନ୍ୟ ଷ୍ଟାଡିଅମ୍‌ ସେମାନଙ୍କ ଲାଗି ଏକ ‘ଅତିବାସ୍ତବ’ ବା ‘ସର‌୍‌ରିଏଲ୍‌’ ଦୃଶ୍ୟରେ ପରିଣତ ହେବ; ହୁଏ’ତ କ୍ଷଣିକ ଲାଗି ଅଲି˚ପିକ୍‌ଟି ଏକ ବିଶ୍ବ ସ୍ତରୀୟ ଖେଳ ଭଳି ନ ଲାଗି ସେମାନଙ୍କୁ ଏକ ଖେଳ ଘର ଭଳି ଲାଗିପାରେ ମଧୢ। କିନ୍ତୁ ଏହା ମଧୢ ସତ ଯେ ଷ୍ଟାଡିଅମ୍‌ ବାହାରେ ନିଜ ନିଜ ଘରେ ଟେଲିଭିଜନ ସାମନାରେ ବସି ସେମାନଙ୍କୁ ଦେଖୁଥିବା ଅଗଣିତ ପ୍ରଶ˚ସକମାନଙ୍କ ଉଚ୍ଛ୍ବସିତ ତାଳି ଓ ଚିତ୍କାରର କଳରବ ମଧୢ ସେମାନଙ୍କୁ ଈଷତ୍‌ ଶୁଭି ଯାଉଥିବ!

ସମ୍ବନ୍ଧିତ ଖବର