କପୋତ ଶିକାର

କୁହାଯାଇଥାଏ ଯେ ଏକ ଶାଣିତ ଖଡ୍‌ଗ ଜଣେ ସମୁରାଇ ଯୋଦ୍ଧା ପାଖରେ ହିଁ ନିରାପଦ। ଏହାର ଅର୍ଥ ସମୁରାଇମାନଙ୍କ ଭଳି ସ˚ଯମୀ ଯୋଦ୍ଧାମାନେ ପକୃତରେ ଖଡ୍‌ଗ ଭଳି ମାରଣାସ୍ତ୍ରର ଯୋଗ୍ୟତମ ପାତ୍ର। କିନ୍ତୁ, ସ˚ପ୍ରତି ଆମମାନଙ୍କୁ ଉପରୋକ୍ତ ବାକ୍ୟର ଏକ ସ˚ପୂର୍ଣ୍ଣ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥାଏ, ଯେଉଁଠି ଅତ୍ୟନ୍ତ ବିପଜ୍ଜନକ ମାରଣାସ୍ତ୍ର ଏବ˚ ଯୁଦ୍ଧାସ୍ତ୍ରମାନ ପାତ୍ର-ଅପାତ୍ର ନିର୍ବିଶେଷରେ ଉପଲବ୍‌ଧ ହୋଇ ପୃଥିବୀରେ ଅକଳ୍ପନୀୟ ସ˚ହାର ଲୀଳା ସ˚ଘଟିତ କରି ଚାଲିଛି। ସେହି ସଂଦର୍ଭରେ ଯୁକ୍ତରାଷ୍ଟ୍ର ଆମେରିକାର ଭୂମିକା ନେଇ ଆଲୋଚନା ଆରମ୍ଭ ହୋଇ ସାରିଛି। ଆମେରିକା ଦ୍ବାରା ଅତ୍ୟନ୍ତ ଦୟନୀୟ ଭାବେ ପରିତ୍ୟକ୍ତ ଆଫଗାନିସ୍ତାନରେ ସଂପ୍ରତି ଯେଉଁଭଳି ଯୁଦ୍ଧ ଓ ରକ୍ତପାତର ପର୍ବ ଆରମ୍ଭ ହୋଇସାରିଛି, ତାହା ବିଶ୍ବ ବ୍ୟାପୀ ଏକ ବିତର୍କକୁ ମଧ୍ୟ ଜନ୍ମ ଦେଲାଣି ଯେ ୨୦୦୧ ଠାରୁ ଆଜି ପର୍ଯ୍ୟନ୍ତ ସମୟ ଖଣ୍ତରେ ଆମେରିକା ଦ୍ବାରା ଆତଙ୍କବାଦ ବିରୋଧୀ ସମର ଅଭିଯାନ ପଛରେ ସେହି ଦେଶର ଅନ୍ୟ କୌଣସି ଜଘନ୍ୟ ସ୍ବାର୍ଥ ନିହିତ ନାହିଁ ତ? ଉଲ୍ଲେଖନୀୟ ଯେ ଏହି ଅଭିଯାନ ହେତୁ କଳ୍ପନାତୀତ ଭାବେ ଅଧିକ ସ˚ଖ୍ୟକ ମାନବ ଜୀବନ ନାଶ ହୋଇଛି ସତ, କିନ୍ତୁ ଅଭିଯାନର ଘୋଷିତ ଉଦ୍ଦେଶ୍ୟ ସଫଳ ହୋଇ ପାରିନାହିଁ; ଓଲଟି ତାହା ଆହୁରି ଅଧିକ ଜଟିଳ ଓ ଅତ୍ୟନ୍ତ କ୍ରୂର ଗୃହ ଯୁଦ୍ଧର ପରିସ୍ଥିତି ସୃଷ୍ଟି କରିଛି।

ଵାଟ୍‌ସନ ବ୍ରାଉନ୍‌ ଫାଉଣ୍ତେସନ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୦୧ ମସିହାରୁ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପ୍ରାରମ୍ଭ ହୋଇଥିବା ଆତଙ୍କବାଦୀ ନିପାତ ଅଭିଯାନରେ ଇରାକ, ୟେମେନ, ସିରିଆ, ପାକିସ୍ତାନ ଓ ଆଫଗାନିସ୍ତାନ ଭଳି ରାଷ୍ଟ୍ରରେ ଏ ଯାବତ୍‌ ପ୍ରାୟ ଆଠ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିିଲାଣି, ଯେଉଁମାନଙ୍କ ମଧୢରୁ ସାଧାରଣ ନାଗରିକଙ୍କ ସ˚ଖ୍ୟା ପ୍ରାୟ ୪ ଲକ୍ଷରୁ ଅଧିକ। ଏହି ଯୁଦ୍ଧଗୁଡ଼ିକ କାରଣରୁ ଆହତ ବା ରୋଗଗ୍ରସ୍ତ ବ୍ୟକ୍ତିଙ୍କ ସ˚ଖ୍ୟା ଏତେ ଅଧିକ ଯାହାର ସୁମାରି କରିବା ଅସମ୍ଭବ। ତେବେ, କେବଳ ଏମାନେ ନୁହନ୍ତି, ଏଥିରେ କେଇ ହଜାର ଆମେରିକୀୟ ସୈନିକ ମଧୢ ନିହତ ହୋଇଛନ୍ତି। ଏହା ବ୍ୟତୀତ ଏହି ରାଷ୍ଟ୍ରଗୁଡ଼ିକରୁ ଏ ଯାବତ୍‌ ବାସଚ୍ୟୁତ ହୋଇ ପ୍ରାୟ ୩୭ ନିୟୁତ ଶରଣାର୍ଥୀ ସୃଷ୍ଟି ହୋଇଛନ୍ତି ଏବ˚ ଦେଶ ପରିତ୍ୟାଗ କରି ପାରି ନ ଥିବା ଅସଂଖ୍ୟ ନାଗରିକ ଏକ ଅସରନ୍ତି ଯୁଦ୍ଧର ବଳୟରେ ଆତଙ୍କ ଓ ଅନିଶ୍ଚିତତା ମଧୢରେ କାଳ ଅତିବାହିତ କରୁଛନ୍ତି।

ଏଭଳି ଏକ ଦାରୁଣ ସ୍ଥିତି ପରିପ୍ରେକ୍ଷୀରେ ଯେଉଁ ପ୍ରଶ୍ନଟି ଉଠିଥାଏ, ତାହା ହେଲା ୨୦୦୧ ପୂର୍ବରୁ ପୃଥିବୀର ଅନେକ ରାଷ୍ଟ୍ର ଆତଙ୍କବାଦର ଶିକାର ହେଉଥିବା ସତ୍ତ୍ବେ ସେ ସମୟରେ ଏକ ନିରବ ଦର୍ଶକ ପାଲଟିଥିବା ଯୁକ୍ତରାଷ୍ଟ୍ର ଆମେରିକା ସହସା ଏଭଳି ଏକ ଅଭିଯାନ ଆରମ୍ଭ କଲା କାହିଁକି? ଏହାର ଏକ ତତ୍‌କ୍ଷଣାତ୍‌ ଉତ୍ତର ସ୍ବରୂପ ଯାହା ଅତ୍ୟନ୍ତ ସ୍ବାଭାବିକ ଭାବେ ମିଳିଥାଏ, ତାହା ହେଲା ଏହା ଯେ ଅଲକାଇଦା ଆତଙ୍କବାଦୀମାନଙ୍କ ଦ୍ବାରା ନ୍ୟୁୟର୍କସ୍ଥିତ ‘ବିଶ୍ବ ବାଣିଜ୍ୟ କେନ୍ଦ୍ର’ ଧୂଳିସାତ୍‌ ହୋଇଯିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଏଭଳି ଏକ ଅଭିଯାନ ପ୍ରାରମ୍ଭ କରିବା ଅବଶ୍ୟମ୍ଭାବୀ ଥିଲା। କିନ୍ତୁ ଏବେ ଯେତେବେଳେ ସ୍ପଷ୍ଟ ହୋଇ ଉଠିଲାଣି ଯେ ଆମେରିକାର ଏହି ଅଭିଯାନ ଈପ୍‌ସିତ ଫଳ ପ୍ରଦାନ କରିବା ପରିବର୍ତ୍ତେ ଏକ ଜଟିଳ ଯୁଦ୍ଧମୟ ପରିସ୍ଥିତି ଓ ଅକଳ୍ପନୀୟ ‘ମାନବ-ଟ୍ରାଜେଡି’ର କାରଣ ହୋଇଛି, ସେତେବେଳେ ଏକ ପଶ୍ଚାତ୍‌ ଦୃଷ୍ଟିରେ ଏ ସମଗ୍ର ପ୍ରକରଣରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଲୁକ୍କାୟିତ ସ୍ବାର୍ଥ ସ୍ପଷ୍ଟ-ଅସ୍ପଷ୍ଟ ହୋଇ ଦିଶିଥାଏ। ଉଲ୍ଲେଖଯୋଗ୍ୟ ଯେ ୨୦୦୧ରେ ଆଫଗାନିସ୍ତାନ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଆକ୍ରମଣ କରିବା ପଛରେ ମୂଳ ଲକ୍ଷ୍ୟ ଥିଲା ଅଲକାଇଦା ଆତଙ୍କବାଦୀ ସ˚ଗଠନର ମୁଖ୍ୟ ଓସାମା ବିନ ଲାଡେନର ହତ୍ୟା, ଯିଏ ସେଠାକାର ପାର୍ବତ୍ୟାଞ୍ଚଳରେ ଆତ୍ମଗୋପନ କରିଛି ବୋଲି ଏକ ସନ୍ଦେହ ପ୍ରସୂତ ଧାରଣା ସୃଷ୍ଟି ହୋଇଥିଲା। କିନ୍ତୁ ପରିଶେଷରେ ୨୦୧୧ ମସିହାରେ ପାକିସ୍ତାନର ଅବୋଟ୍ଟାବାଦରେ ଓସାମା ବିନ ଲାଡେ଼ନକୁ ଆମେରକୀୟ ସେନା ହତ୍ୟା କଲେ। କିନ୍ତୁ, ସେତେବେଳକୁ ଗୋଟିଏ ଦଶନ୍ଧି ବ୍ୟାପୀ ଆକ୍ରମଣର ହାତିୁଡ଼ି ମାଡ଼ରେ ଆଫଗାନିସ୍ତାନ ବିଧ୍ବସ୍ତ ହୋଇସାରିଥିଲା ଏବ˚ ଭବିଷ୍ୟତ୍‌ରେ ଏକ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବା ସକାଶେ ଭିତ୍ତି ପଡ଼ିସାରିଥିଲା। ଏହି ପରିପ୍ରେକ୍ଷୀରେ ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ଲାଡେନକୁ ହତ୍ୟା କରିବା ଲାଗି ଏଭଳି ଏକ ଯୁଦ୍ଧ ବଦଳରେ ବିକଳ୍ପ ଉପାୟ ଚିନ୍ତନ କରାଯାଇ ପାରିଥାଆନ୍ତା। ସୁତରା˚, ଏହି ଯୁଦ୍ଧ ଅନ୍ୟ କିଛି ଦୁରଭିସନ୍ଧି ହାସଲ କରିବା ଲାଗି ଏକ ଆଳ ହୋଇପାରେ! ସେହି ଭଳି ଇରାକ୍‌ର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନ ଗଣ-ବିଧ୍ବ˚ସୀ ଅସ୍ତ୍ରଶସ୍ତ୍ର ଠୁଳ କରିଛି ବୋଲି ଅଭିଯୋଗ କରି ଆମେରିକା ଦ୍ବାରା ଇରାକ୍‌ ଉପରେ ଆକ୍ରମଣ କରାଗଲା, ଯାହା ପରବର୍ତ୍ତୀ କାଳରେ ଏକ ଭିତ୍ତିହୀନ ଆଶଙ୍କା ବୋଲି ସାବ୍ୟସ୍ତ ହେଲା। ସେମିତି ୟେମେନ ହେଉ ବା ଲିବିୟା ଅଥବା ସିରିଆା; ଏହି ସବୁ ଆରବ ରାଷ୍ଟ୍ରରେ ଏକଛତ୍ରବାଦର ବିଲୋପ ଘଟାଇ ଗଣତନ୍ତ୍ରର ମଲ୍ଲୀ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ପରୋକ୍ଷ ସହଯୋଗରେ ଯେଉଁ ସଶସ୍ତ୍ର ବିଦ୍ରୋହ ସ˚ଘଟିତ ହେଲା, ତାହା ‘ଆରବ ବସନ୍ତ’ର ନାମ ପରିଗ୍ରହଣ କଲା ସିନା, ବାସ୍ତବରେ ଅତ୍ୟନ୍ତ ରକ୍ତାକ୍ତ ଓ ‌େଶଷହୀନ ଗୃହଯୁଦ୍ଧରେ ପରିଣତ ହୋଇ ରାଷ୍ଟ୍ରଗୁଡ଼ିକୁ ଧ୍ବ˚ସସ୍ତୂପରେ ପରିଣତ କରିଛି। ଏଭଳି ସ୍ଥଳେ ପ୍ରଶ୍ନ ଉଠିଥାଏ ଯେ ବିଭିନ୍ନ ଆଳରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ରଚିତ ଯୁଦ୍ଧର ଘନଘଟା ପଛରେ କେଉଁ ପ୍ରକୃତ ସ୍ବାର୍ଥ ନିହିତ?

ଏହାର ଉତ୍ତରଟି ସମ୍ଭବତଃ ହେଲା ଏହା ଯେ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥାଗମର ସର୍ବାଧିକ ସମୃଦ୍ଧ ସ୍ରୋତ ଯୁଦ୍ଧାସ୍ତ୍ର ରପ୍ତାନି କାରବାରକୁ ଆହୁରି ପରିପୁଷ୍ଟ କରିବା। ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ରାଷ୍ଟ୍ର ଦ୍ବାରା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେଉଥିବା ସତ୍ତ୍ବେ ସ˚ପ୍ରତି ବିଶ୍ବ ଯୁଦ୍ଧାସ୍ତ୍ର ବ୍ୟବସାୟରେ ଆମେରିକା ଶୀର୍ଷରେ; ଯାହାର ପରିମାଣ ବିଶ୍ବରେ ହେଉଥିବା ସମୁଦାୟ କାରବାରର ପ୍ରାୟ ୩୩ ପ୍ରତିଶତ। ‘କାଟୋ ଡଟ୍‌ ଓଆର‌୍‌ଜି’ ନାମକ ଏକ େଵବ୍‌ ପତ୍ରିକାରୁ ଜଣାଯାଏ ଯେ ୨୦୦୨ରୁ ୨୦୧୬ ମଧୢରେ ଯୁକ୍ତରାଷ୍ଟ୍ର ଆମେରିକା ୧୯୭ ବିଲିଅନ ଡଲାର୍‌ର ଯୁଦ୍ଧାସ୍ତ୍ର ୧୬୮ଟି ଦେଶକୁ ରପ୍ତାନି କରିଛି, ଯହିଁରେ ସେ ପାତ୍ର-ଅପାତ୍ର ବିବେଚନା କରିବାର ନୈତିକ ଦାୟିତ୍ବ ନେଇନାହିଁ। ୨୦୧୭ ମସିହାରେ ଡୋନାଲ୍‌ଡ ଟ୍ର˚ପ୍‌ ସେହି ଗୋଟିଏ ବର୍ଷରେ ସାଉଦି ଆରବ ସହ ୧୧୦ ବିଲିଅନ୍‌ ଡଲାର୍‌ର ଅସ୍ତ୍ରଶସ୍ତ୍ର ରପ୍ତାନି ସମ୍ବନ୍ଧୀୟ ଚୁକ୍ତି ସ୍ବାକ୍ଷର କରି ଏକ ‘ମାଇଲ ଷ୍ଟୋନ୍‌’ ସ୍ଥାପନ କରିଥିବାର ଆସ୍ଫାଳନ କରିଥିଲେ ଏବ˚ ମିତ୍ର ରାଷ୍ଟ୍ରଗୁଡ଼ିକ ସହିତ ୟୁକ୍ରେନ୍‌ ଭଳି କେତେକ ପ୍ରତିକୂଳ ମନୋଭାବାପନ୍ନ ଯୁଦ୍ଧଖୋର ରାଷ୍ଟ୍ରଗୁଡ଼ିକୁ ମଧୢ ଯୁଦ୍ଧାସ୍ତ୍ର ବିକ୍ରୟ କରିବାକୁ ସମ୍ମତି ପ୍ରଦାନ କରିଥିଲେ। କିନ୍ତୁ ଏହି ପରିପ୍ରେକ୍ଷୀରେ ଯାହା ଦେଖିବାକୁ ମିଳିଛି ତାହା ହେଲା ଯୁକ୍ତରାଷ୍ଟ୍ର ଆମେରିକାର ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନିକାରୀ ରାଷ୍ଟ୍ର ସାଉଦି ଆରବ ଠାରୁ ଅଲକାଇଦା ଏବ˚ ଅନ୍ୟାନ୍ୟ ଆତଙ୍କବାଦୀ ଗୋଷ୍ଠୀକୁ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହସ୍ତାନ୍ତରିତ ହୋଇଛି। ଗଣମାଧୢମ ସୂତ୍ରରୁ ପ୍ରକାଶ ଯେ ସାଉଦି ଆରବରେ ବିଭିନ୍ନ ପ୍ରତିକ୍ରିୟାଶୀଳ ଜନଜାତିଙ୍କୁ ତୁଷ୍ଟ କରିବା ଲାଗି ଆମେରିକୀୟ ବନ୍ଧୁକଗୁଡ଼ିକୁ ବିନିମୟ ମୁଦ୍ରା ତୁଲ୍ୟ ବ୍ୟବହାର କରାଯିବାର ପ୍ରକ୍ରିୟା ଏବେ ସୁଦ୍ଧା ବଳବତ୍ତର ଅଛି। ଏଠାରେ ସ୍ମରଣଯୋଗ୍ୟ ଯେ ୧୯୯୩-୯୪ ମସିହାରେ ତାଲିବାନର ସୃଷ୍ଟି ପଛରେ ଥିଲା ପାକିସ୍ତାନୀ ପ୍ରଶିକ୍ଷଣ ଏବ˚ ଆମେରିକାର ଅର୍ଥ ଓ ଅସ୍ତ୍ରଶସ୍ତ୍ର ସାହାଯ୍ୟ। କେବଳ ତାଲିବାନ ନୁହେଁ, ସେହି ସମୟରେ ଅଲକାଇଦାକୁ ମଧୢ ଆମେରିକାର ଗୁଇନ୍ଦା ସ˚ସ୍ଥା ସି.ଆଇ.ଏ. ଦ୍ବାରା ପ୍ରତ୍ୟକ୍ଷ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଥିଲା। ପରବର୍ତ୍ତୀ କାଳରେ ତାଲିବାନ ବିରୋଧରେ ଆମେରିକା ସୈନିକଙ୍କ ଯୁଦ୍ଧରେ ଉଭୟ ପକ୍ଷ ସେହି ଗୋଟିଏ ରାଷ୍ଟ୍ର ଦ୍ବାରା ନିର୍ମିତ ଅସ୍ତ୍ରଶସ୍ତ୍ରରେ ଲଢ଼ିଥିଲେ। ବର୍ତ୍ତମାନ ମଧୢ ତାଲିବାନ ଆମେରିକୀୟ ମାରଣାସ୍ତ୍ରରେ ନରସ˚ହାର ଲୀଳା ଜାରି ରଖିଛି।

କହିଲେ ଭୁଲ୍‌ ହେବନାହିଁ ଯେ ଏକ ଯୁଦ୍ଧ ଜର୍ଜର ପୃଥିବୀ ହିଁ ଆମେରିକୀୟ ଯୁଦ୍ଧାସ୍ତ୍ର ଉଦ୍ୟୋଗକୁ ପଲ୍ଲବିତ କରି ରଖିବ ଏବ˚ ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥିକ ସମୃଦ୍ଧିର କାରଣ ହେବ। ସୁତରା˚, ଶାନ୍ତି ପ୍ରତିଷ୍ଠା ନାମରେ ଯୁକ୍ତରାଷ୍ଟ୍ର ଆମେରିକା ଯେଉଁ ମାର୍ଗ ଅନୁସରଣ କରିବ, ତାହା ଶାନ୍ତି ପରିବର୍ତ୍ତେ କେବଳ ଭୀଷଣତର ଯୁଦ୍ଧକୁ ହିଁ ଜନ୍ମ ଦେବ। ଏହି ନାଟକ ବର୍ଷ ପରେ ବର୍ଷ ଅଭିନୀତ ହୋଇ ଚାଲିଛି ଏବ˚ ଆଗକୁ ଚାଲିବ ମଧୢ। ସୁତରା˚, ପୃଥିବୀ ନାମକ ଏହି ସୁନୀଳ ଗ୍ରହରେ ଶାନ୍ତିର ଶ୍ବେତ କପୋତକୁ ଶିକାର କରିବା ଲାଗି ଆମେରିକୀୟ ବନ୍ଧୁକ ହିଁ ସର୍ବଦା ଉଦ୍‌ଗ୍ରୀବ ହୋଇ ରହିବ। କିନ୍ତୁ ଏହି କପୋତ ଶିକାରକୁ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଏକ ଭିନ୍ନ ନାମକରଣ କରାଯିବ!

ସମ୍ବନ୍ଧିତ ଖବର