‘ନିଜକୁ ଜାଣ’
ଅଳ୍ପ କିଛି ଦିନ ତଳେ ଏହି ସମ୍ବାଦପତ୍ରର ସ˚ପାଦକୀୟ ପୃଷ୍ଠାରେ ନିୟମିତ ପ୍ରକାଶିତ ହେଉଥିବା ‘କଥାଟିଏ’ ସ୍ତମ୍ଭରେ ଓଶୋ ରଜନୀଶଙ୍କୁ ନେଇ ଏକ କ୍ଷୁଦ୍ର ଉପାଖ୍ୟାନ ପ୍ରକାଶ ପାଇଥିଲା। ଯେଉଁ ପାଠକପାଠିକାମାନେ ତାହା ପଢ଼ି ପାରି ନାହାନ୍ତି, ସେମାନଙ୍କ ଲାଗି ଚୁମ୍ବକରେ ତାହାର ବର୍ଣ୍ଣନା କରି ପ୍ରସଙ୍ଗକୁ ପ୍ରବେଶ କରିବା ଉଚିତ ହେବ। କଥାଟି ଏହିଭଳି ଯେ ଓଶୋଙ୍କ ନିକଟରେ ପହଞ୍ଚିଥିବା ଜଣେ ଅତ୍ୟନ୍ତ ବିଷାଦଗ୍ରସ୍ତ ଫରାସୀ ମହିଳା ତାଙ୍କ ମାନସିକ ଦୁର୍ଦଶାରୁ ମୁକ୍ତି ପାଇବା ଲାଗି ମାର୍ଗ ସମ୍ବନ୍ଧରେ ଜିଜ୍ଞାସା କରନ୍ତେ, ଓଶୋ ତାଙ୍କୁ ଏକ ଗଳ୍ପ କହିବାର ଉପକ୍ରମ କଲେ। କିନ୍ତୁ ଗଳ୍ପଟିର ପ୍ରଥମ ଦୁଇ ଧାଡ଼ି ଶୁଣିବା ମାତ୍ରକେ ଭଦ୍ର ମହିଳା କହି ଉଠିଲେ- ‘ଏ ଗପଟି ମୁଁ ଜାଣେ।’ ସେ ଏହି ଗପଟି ଜାଣିବା ବିଚିତ୍ର ନ ଥିଲା; କାରଣ ତାହା ଥିଲା ଏକ ଅତ୍ୟନ୍ତ ବହୁଳ ଭାବେ କଥିତ ଓ ଶ୍ରୁତ ପ୍ରାଚୀନ କାହାଣୀ। ତାହା ସ˚କ୍ଷେପରେ ଏହି ଭଳି : ରାଜାଙ୍କ ଆଦେଶରେ ଜଣେ ସ୍ବର୍ଣ୍ଣକାର ମୁଦ୍ରିକାଟିଏ ଗଢ଼ିବାର ଥିଲା; କିନ୍ତୁ ଯାହା ଏହି କାର୍ଯ୍ୟକୁ ଅତ୍ୟନ୍ତ ଜଟିଳ କରି ଦେଉଥିଲା, ତାହା ଥିଲା ତହିଁରେ ରାଜା ଚାହୁଥିବା ଭଳି ଏମିତି ଏକ ବାକ୍ୟର ଅଙ୍କନ, ଯାହାକୁ ପଢ଼ିଲେ ଦୁଃଖୀର ଦୁଃଖ ଲାଘବ ହେବ ଏବ˚ ଏକାଧାରରେ ତାହାକୁ ପଢ଼ି ଉଲ୍ଲାସରେ ଆତ୍ମହରା ହେଉଥିବା ବ୍ୟକ୍ତି ମଧ୍ୟ ପ୍ରକୃତିସ୍ଥ ହେବ ଅର୍ଥାତ ତାର ସ˚ବିତ୍ ଫେରି ପାଇବ। ଏଭଳି ବାକ୍ୟଟିଏ ପାଇବା ଲାଗି ସ୍ବର୍ଣ୍ଣକାର ମହୋଦୟ କିଭଳି କସରତ କଲେ ତାହା ଏକ ଭିନ୍ନ ପ୍ରସଙ୍ଗ; କିନ୍ତୁ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା, ସେ ପରିେଶଷରେ ଏଭଳି ବାକ୍ୟଟିଏ ପାଇଲେ ଏବ˚ ଘଟଣା ଚକ୍ରରେ ଦୁଇ ଭିନ୍ନ ଭିନ୍ନ ପରିସ୍ଥିତିରେ ମୁଦ୍ରିକା ଉପରେ ଖୋଦିତ ବାକ୍ୟଟି ପଢ଼ି ସ୍ବୟ˚ ରାଜା ଆଶା କରିଥିବା ଭଳି ଫଳ ମଧୢ ଲାଭ କଲେ। ସେହି ବାକ୍ୟଟି ଥିଲା: ‘ଏହା ମଧୢ ଚାଲିଯିବ’(ଇଂରେଜୀରେ ‘ଦିସ୍ ଠୁ ଵିଲ୍ ପାସ୍’)। କହିବା ଅନାବଶ୍ୟକ ଯେ ଏ ଦୁନିଆରେ ସବୁ କିଛି ଅସ୍ଥାୟୀ ବୋଲି ଚେତାଇ ଦେଉଥିବା ଏହି ବାକ୍ୟଟି ଉଭୟ ଦୁଃଖ ଓ ସୁଖ ବେଳରେ ଏକାଧାରରେ ଯଥାକ୍ରମେ ପ୍ରବୋଧନା ଓ ସ୍ଥିତପ୍ରଜ୍ଞତା ପ୍ରଦାନ କରିଥାଏ। ସେହି ଦୃଷ୍ଟିରୁ କରୋନା ସ˚କ୍ରମଣର ଅସରନ୍ତି ତରଙ୍ଗ ମାଳାର ଭୟାବହତା ପରିପ୍ରେକ୍ଷୀରେ ଆଶା କରାଯାଇପାରେ କି ଅତ୍ୟନ୍ତ ମୁହ୍ୟମାନ ହୋଇ ପଡ଼ିଥିବା କେହି କେହି ଏହି ବାକ୍ୟରୁ କିଛି ସାନ୍ତ୍ବନା ଲାଭ କରିପାରନ୍ତି। ତେବେ, ଏଠାରେ ଓଶୋ ଉପାଖ୍ୟାନଟି ଉପସ୍ଥାପନ କରାଯିବାର ଉଦ୍ଦେଶ୍ୟ ଏତିକିରେ ସୀମିତ ନୁହେଁ। ଏହାର ଉଦ୍ଦେଶ୍ୟ ଫରାସୀ ମହିଳାଙ୍କ ପ୍ରତିକ୍ରିୟାର ଉତ୍ତରରେ ଓଶୋଙ୍କ ମନ୍ତବ୍ୟରୁ ଆତ୍ମ-ସମୀକ୍ଷା କରିବାର ଏକ ସୂତ୍ର ପାଇବା।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳାଙ୍କ ପ୍ରତିକ୍ରିୟା ଶୁଣି ଓଶୋ ଯାହା କହିଥିଲେ, ତାହାର ମର୍ମାର୍ଥ ହେଲା ଏହି ଗଳ୍ପଟି ଏକ ପ୍ରାଚୀନ ତଥା ଅତ୍ୟନ୍ତ ଲୋକପ୍ରିୟ ଗଳ୍ପ ହୋଇଥିବା କାରଣରୁ ଖୁବ୍ ସମ୍ଭବ ମହିଳା ଜଣକ ଏହା ‘ଶୁଣିଥିବେ’, କିନ୍ତୁ ସେ ପ୍ରକୃତରେ ଗଳ୍ପଟିକୁ ‘ଜାଣି ନାହାନ୍ତିି’; କାରଣ ‘ଶୁଣିବା’ ଏବ˚ ‘ଜାଣିବା’ ମଧୢରେ ରହିଥାଏ ଏକ ବିଶାଳ ବ୍ୟବଧାନ। ଓଶୋ କହିଥିଲେ ଯେ ‘ଜାଣିବାକୁ’ ହେଲେ ଗଳ୍ପଟିକୁ ‘ଜିଇବା’ ଆବଶ୍ୟକ ଏବ˚ ଯେଉଁ ବ୍ୟକ୍ତି ଏହି ଗଳ୍ପକୁ ପ୍ରକୃତରେ ଜିଇବ, ସେ ଦୀର୍ଘକାଳୀନ ଓ ଗଭୀର ବିଷାଦର ଶରବ୍ୟ ହେବନାହିଁ। ସୁତରା˚, ପ୍ରଶ୍ନ ଉଠିଥାଏ ଯେ ଆମେମାନେ ଯେମିତି ଓ ଯେତେ ଜାଣିଥାଉଁ ବୋଲି ଭାବୁ ବାସ୍ତବରେ ସେମିତି ଓ ସେତେ ଜାଣୁ କି?
ଏହା ଲେଖା ହେବା ବେଳକୁ ପୃଥିବୀରେ କରୋନା ମୃତ୍ୟୁ ସ˚ଖ୍ୟା ପ୍ରାୟ ୪ ନିୟୁତ ୨୭ ଲକ୍ଷେର ପହଞ୍ଚିଛି ଏବ˚ ପ୍ରାୟ ୨୦ କୋଟି ୧୦ ଲକ୍ଷ ୬୫ ହଜାର ଲୋକ ସ˚କ୍ରମିତ ହୋଇ ବିଭିନ୍ନ ସ୍ଥାନରେ ଭାଇରସ୍ ସହିତ ଏକ ବିଷମ ସ˚ଗ୍ରାମରେ ଅଣନିଃଶ୍ବାସୀ; ଏବ˚ ଆମ ମାନବ ସମାଜର ପ୍ରାୟ ସମସ୍ତେ କରୋନା ସ˚କ୍ରମଣରୁ ମୁକ୍ତି ପାଇବା ଲାଗି ରହିଥିବା ସତର୍କତାମୂଳକ ନିୟମ ବାବଦରେ ଅବଗତ! କିନ୍ତୁ ‘ଓଶୋ’ଙ୍କ ବିଚାର ଆଲୋକରେ ଦେଖିଲେ ବୁଝି ହୁଏ ଯେ କରୋନା ସମ୍ବନ୍ଧରେ ମାନବ ଜାତିର ଜ୍ଞାନର ଭଣ୍ତାର ବୃଦ୍ଧି ପାଇଛି ସିନା; ତାକୁ ‘ଜାଣିବାରେ’ ଏ ପର୍ଯ୍ୟନ୍ତ ମାନବ ଜାତି ଅସଫଳ ରହିଛି। କାରଣ ‘ଜାଣିବା’ର ଅର୍ଥ ଓଶୋ କହିଥିବା ଭଳି ଯଦି ‘ଜିଇବାରେ’ ରୂପାନ୍ତରିତ ହୁଅନ୍ତା, ତେବେ ‘ଅନ୍ଲକ୍’ ଘୋଷଣା ହେବା କ୍ଷଣି ସ˚ପୂର୍ଣ୍ଣ ବେପରୁଆ, ସ˚ଯମହୀନ ଏବ˚ ଏକାନ୍ତ ଅନାବଶ୍ୟକ ଭିଡ଼ ପରିଦୃଷ୍ଟ ହୁଅନ୍ତା ନାହିଁ କି କରୋନାର ଘାତକ ତରଙ୍ଗ ବାରମ୍ବାର ସୁନାମିର ରୂପ ପରିଗ୍ରହଣ କରନ୍ତା ନାହିଁ। ଏହି କାରଣରୁ କେରଳରେ ତୃତୀୟ ଲହର ଭୟାବହ ରୂପ ଧାରଣ କରିଛି; ମହାରାଷ୍ଟ୍ରରେ ସୃଷ୍ଟ ସା˚ଘାତିକ ପରିସ୍ଥିତି ହେତୁ ପୁଣି ୧୪୪ ଧାରା ଜାରି କରିବା ଅନିବାର୍ଯ୍ୟ ହୋଇ ପଡ଼ିଛି; ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ କଟକଣା କୋହଳ ଜନିତ ଅଯଥା ଭିଡ଼ ପରିପ୍ରେକ୍ଷୀରେ ସତର୍କ ବାଣୀ ପ୍ରଦାନ କରିଛନ୍ତି ଯେ ନିୟମ ନ ମାନିଲେ ପୁନର୍ବାର ସ˚ପୂର୍ଣ୍ଣ ଲକ୍ଡାଉନ୍ କରିବାକୁ ସରକାର ବାଧୢ ହୋଇପାରନ୍ତି। ତେବେ, କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀର ଜନ-ସମାଜ କରୋନାକାଳୀନ ସତର୍କତାକୁ ଜିଇବାରେ ଅକ୍ଷମ ହୋଇଛି; ଯେଉଁ କାରଣରୁ ସ˚କ୍ରମଣକୁ ପ୍ରତିହତ କରିବା ସକାଶେ ଚୀନ ସରକାର ଦ୍ବାରା ନିଆଯାଇଥିବା କଠୋରତମ ଲକ୍ଡାଉନ୍ ବ୍ୟବସ୍ଥା ମଧୢ ପରିଶେଷରେ ଅକାମି ହୋଇଛି; ଚୀନ୍ର ବିଭିନ୍ନ ସହରରେ ଡେଲ୍ଟା ଷ୍ଟ୍ରେନ୍ର ସ˚କ୍ରମଣ ଅଣାୟତ୍ତ ହେବାରେ ଲାଗିଛି।
ଏହି ପରିପ୍ରେକ୍ଷୀରେ ମାନବ ଜାତିର ବୁଦ୍ଧି ଉଦୟ କରିବା ସକାଶେ ଗ୍ରୀସ୍ ଠାରେ ଏକ ଭଗ୍ନ ସ୍ତୂପରେ ପରିଣତ ହୋଇଥିବା ପ୍ରାଚୀନ (ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀ) ଆପୋଲୋ ମନ୍ଦିରର ପ୍ରବେଶ ତୋରଣରେ ଲିପିବଦ୍ଧ ହୋଇଥିବା ବାକ୍ୟଟିଏ ପ୍ରଣିଧାନଯୋଗ୍ୟ। ଗ୍ରୀକ୍ ଭାଷାରେ ତାହା ହେଲା ‘ଗ୍ନୋଥି ସିଉଟନ୍’ ଅର୍ଥାତ୍ ‘ନିଜକୁ ଜାଣ’। ପ୍ରାଚୀନ ଗ୍ରୀସ୍ର ଡେଲ୍ଫି ଠାରେ ଅବସ୍ଥିତ ଏହି ମନ୍ଦିରର ପୂଜାରିଣୀ ପିଥିଆ ଭବିଷ୍ୟତ୍ ସମ୍ବନ୍ଧୀୟ ଯେ କୌଣସି ପ୍ରଶ୍ନର ଉତ୍ତର ଏକ ପ୍ରହେଳିକାପୂର୍ଣ୍ଣ ଢଙ୍ଗରେ ପ୍ରଦାନ କରୁଥିଲେ, ଯାହା ‘ଓରାକଲ୍’ ନାମରେ ଖ୍ୟାତ। ଏହି ଓରାକଲ୍କୁ ନେଇ ଯେଉଁ କାହାଣୀଟି ସର୍ବାଧିକ ପ୍ରଚଳିତ ତାହା ସେହି ସମୟରେ ସବୁଠାରୁ ଅଧିକ ଐଶ୍ବର୍ଯ୍ୟଶାଳୀ ଦେଶ ଲିଡିଆ ଓ ତା’ର ସମ୍ରାଟ କ୍ରୋସସ୍ଙ୍କୁ କେନ୍ଦ୍ର କରି। କ୍ରୋସସ୍ଙ୍କ ଐଶ୍ବର୍ଯ୍ୟରେ ଈର୍ଷାନ୍ବିତ ହୋଇ ପାରସ୍ୟ ସେନା ତାଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ଜାଣି ସେ ଯୁଦ୍ଧର ପରିଣାମ ବିଷୟରେ ଜାଣିବା ପାଇଁ ‘ଓରାକଲ୍’ର ଆଶ୍ରୟ ନେଇଥିଲେ; ଯହିଁରେ ଭବିଷ୍ୟବାଣୀ ମିଳିଥିଲା ଯେ କ୍ରୋସସ୍ଙ୍କ ହାତରେ ଏକ ବିଶାଳ ସାମ୍ରାଜ୍ୟ ବିଧ୍ବସ୍ତ ହୋଇଯିବ।
କହିବା ବାହୁଲ୍ୟ ଯେ ଏହା ଶୁଣିବା ପରେ ନିର୍ଭୟଚିତ୍ତ କ୍ରୋସସ୍ ପାରସ୍ୟ ସେନା ସହିତ ଯୁଦ୍ଧ କଲେ; ଯହିଁରେ ତାଙ୍କ ନିଜ ରାଜ୍ୟ ଲିଡିଆ ସ˚ପୂର୍ଣ୍ଣ ବିଧ୍ବସ୍ତ ହୋଇଗଲା। ସମ୍ଭବତଃ ‘ଓରାକଲ୍’ର ପ୍ରହେଳିକା ଭେଦ କରିବା ଲାଗି କ୍ରୋସସ୍ ଜୀବିତ ନ ଥିଲେ; ନଚେତ୍ ତାଙ୍କ ହାତରେ ତାଙ୍କ ନିଜ ରାଜ୍ୟର ଧ୍ବ˚ସଲୀଳା ସ˚ଘଟିତ ହେବ ବୋଲି ଯେ ଭବିଷ୍ୟବାଣୀ ହୋଇଥିଲା, ତାହା ସେ ହୃଦୟଙ୍ଗମ କରି ପାରିଥାଆନ୍ତେ। ସୁତରାଂ, କହାିବା ହୁଲ୍ୟ ଯେ ‘ଓରାକଲ’ର ପ୍ରହେଳିକା ଭେଦ କରିବା ଲାଗି ଯାହା ସବୁଠାରୁ ଅଧିକ ଆବଶ୍ୟକ, ତାହା ହେଉଛି ‘ନିଜକୁ ଜାଣିବା’। ସେହି ଦୃଷ୍ଟିରୁ ଏଭଳି କହିଲେ ଭୁଲ୍ ହେବ କି ଯେ ସ˚ପ୍ରତି କୋଭିଡ୍-୧୯ ଭାଇରସ୍ ସହିତ ଯୁଦ୍ଧ କରୁଥିବା ଆମେ ପ୍ରତ୍ୟେକ ଜଣେ ଜଣେ କ୍ରୋସସ୍, ଯେଉଁମାନେ ନିଜକୁ ଜାଣି ନ ଥିବା କାରଣରୁ ନିର୍ଭୟ ଚିତ୍ତରେ ଯାହା ବି କରି ଚାଲିଛୁ, ତାହା ବାସ୍ତବରେ ଆମ ବିଧ୍ବ˚ସର କାରଣ ହେବାରେ ଲାଗିଛି?