ବୈଶ୍ୱାନର

ଛାନ୍ଦୋଗ୍ୟ ଉପନିଷଦ ଅନୁସାରେ ଥରେ ପାଞ୍ଚଜଣ ମହାନ ବେଦଜ୍ଞ ଗୃହୀ ଋଷି- ପ୍ରାଚୀନଶୀଳ, ସତ୍ୟଯଜ୍ଞ, ଇନ୍ଦ୍ରଦ୍ୟୁମ୍ନ, ଜନ ଓ ବୁଡ଼ିଲ ଏକତ୍ରିତ ହୋଇ ବ୍ରହ୍ମଜ୍ଞାନ ସମ୍ବନ୍ଧରେ ସେମାନଙ୍କର ସନ୍ଦେହ ମୋଚନ କରିବା ନିମିତ୍ତ ପରମ ଜ୍ଞାନୀ ରୂପେ ବିବେଚିତ ଉଦ୍ଦାଳକ ଋଷିଙ୍କୁ ଅନୁରୋଧ କଲେ। ଉଦ୍ଦାଳକ କିନ୍ତୁ ନିଜେ ସେମାନଙ୍କର ସନ୍ଦେହ ମୋଚନ କରିବା ପରିବର୍ତ୍ତେ, ଏ ବିଷୟରେ ଅଧିକ ଜ୍ଞାନ ଆହରଣ କରିବା ନିମିତ୍ତ ସେ ପଞ୍ଚ ଋଷିଙ୍କୁ ସାଙ୍ଗରେ ନେଇ ପ୍ରକୃତ ବ୍ରହ୍ମଜ୍ଞାନୀ ରୂପେ ସ୍ବୀକୃତ ରାଜା ଅଶ୍ବପତିଙ୍କ ନିକଟରେ ପହଞ୍ଚିଲେ। ଅଶ୍ବପତି ଏହି ଛ’ଜଣ ଋଷିଙ୍କୁ ପ୍ରଚୁର ଧନ ସମ୍ପଦ ଉପହାର ଦେବାକୁ ଉଦ୍ୟତ ହୁଅନ୍ତେ, ସେମାନେ ତାହା ପ୍ରତ୍ୟାଖ୍ୟାନ କରି କେବଳ ସେମାନଙ୍କର ସନ୍ଦେହ ମୋଚନ କରିବାକୁ ରାଜାଙ୍କୁ ଅନୁରୋଧ କଲେ।

ରାଜା ଏଥର ପ୍ରତ୍ୟେକ ଋଷିଙ୍କୁ ପଚାରିଲେ ଯେ ସେ କାହାକୁ ଆତ୍ମନ୍‌ ରୂପରେ ଧୢାନ କରୁଛନ୍ତି? ଜଣେ ଋଷି ଉତ୍ତର ଦେଲେ- ସ୍ବର୍ଗ; ଦ୍ବିତୀୟ ଋଷି ଉତ୍ତର ଦେଲେ- ସୂର୍ଯ୍ୟ; ତୃତୀୟ କହିଲେ- ବାୟୁ; ଚତୁର୍ଥ କହିଲେ- ଶୂନ୍ୟ; ପଞ୍ଚମ କହିଲେ- ଜଳ। ଏହା ଶୁଣି ରାଜା ସେମାନଙ୍କୁ କହିଲେ ଯେ ସେମାନେ ପ୍ରତ୍ୟେକ ଏକ ଏକ ଆ˚ଶିକ ସତ୍ୟର ଉପାସନା କରୁଛନ୍ତି ମାତ୍ର। ଅଶ୍ବପତି ସେମାନଙ୍କୁ ବୁଝାଇଦେଲେ, ଯାହା ହେଉଛି ସମ୍ପୂର୍ଣ୍ଣ ସତ୍ୟ, ତାହା ହେଉଛି ‘ବୈଶ୍ବାନର’ ବା ‘ବିଶ୍ବ-ଆତ୍ମା’ ଏବ˚ ସେମାନେ ଏହାର ଅ˚ଶ ବିଶେଷର ଉପାସନା କରୁଛନ୍ତି: ସ୍ବର୍ଗ ହେଉଛି ତାହାର ମସ୍ତକ, ସୂର୍ଯ୍ୟ ହେଉଛି ତା’ର ଆଖି, ବାୟୁ ତା’ର ନିଃଶ୍ବାସ, ଶୂନ୍ୟ ତା’ର ଗଣ୍ତି, ଜଳ ତା’ର ମୂତ୍ରାଶୟ ଏବ˚ ମେଦିନୀ ହେଉଛି ତା’ର ପାଦ।

ଏହା ହିଁ ହେଉଛି ହିନ୍ଦୁତ୍ବର ମୂଳଭିତ୍ତି। ସାରା ବିଶ୍ବର ଆତ୍ମା ହେଉଛି ଏକ ଓ ଅଭିନ୍ନ ଏବ˚ ପ୍ରତ୍ୟେକ ମନୁଷ୍ୟ ହେଉଛି ତା’ର ଅ˚ଶ ବିଶେଷ- ଏହି ବିଶ୍ବାସ ଯୋଗୁଁ ହିନ୍ଦୁମାନେ ଇତିହାସ ସାରା କେବେ ହେଲେ ଧର୍ମ ପ୍ରଚାର ବା ଧର୍ମ ଯୁଦ୍ଧର ଆବଶ୍ୟକତା ଅନୁଭବ କରି ନାହାନ୍ତି। ଅପରପକ୍ଷେ ଉପନିଷଦ ରଚନାର ସହସ୍ର ବର୍ଷ ପରେ ଆବିର୍ଭୂତ କତିପୟ ପ୍ରସାର ଓ ପ୍ରଚାରପନ୍ଥୀ ଧର୍ମମାନ ସେମାନଙ୍କ ବିଚାରରେ ଖଣ୍ତିତ ଆତ୍ମାମାନଙ୍କୁ ‘ଉଦ୍ଧାର’ (ଦଖଲ) କରିବା ଉଦ୍ଦେଶ୍ୟରେ ବଳ ଓ ଛଳ ପ୍ରୟୋଗ ମାଧୢମରେ ପ୍ରାୟ ସାରା ପୃଥିବୀକୁ ସେମାନଙ୍କ ତମ୍ବୁ ତଳକୁ ନେଇ ଆସିବାରେ ସଫଳ ହୋଇଛନ୍ତି। ଉପନିଷଦର ସନ୍ତାନ ହିନ୍ଦୁମାନେ ପ୍ରାୟ ଏକ ହଜାର ବର୍ଷରୁ ଅଧିକ କାଳ ଧରି ଏହି ଦଖଲ ଅଭିଯାନମାନଙ୍କର ଶରବ୍ୟ ହୋଇ ଆସିଥିଲେ ହେଁ, ଆଶ୍ଚର୍ଯ୍ୟଜନକ ଭାବରେ ତଥାପି ନିଜର ସେଇ ସ୍ବତନ୍ତ୍ର, ଉଦାର ପରିଚୟ ବଜାୟ ରଖି ପାରିଛନ୍ତି।

ସେମାନଙ୍କର ଏହି ଦୀର୍ଘ ବିଫଳତା ସତ୍ତ୍ବେ ହିନ୍ଦୁତ୍ବର ଅନ୍ତ ଘଟାଇବା ପାଇଁ ଏହି ଆକ୍ରମଣକାରୀମାନଙ୍କର ଉଦ୍ୟମ ଏବେ ବି ଯେ ବଳବତ୍ତର ରହିଛି, ତାହାର ଏକ ସଦ୍ୟତମ ଉଦାହରଣ ବର୍ତ୍ତମାନ ଦେଖିବାକୁ ମିଳିଛି ଆମେରିକାରେ ଆରମ୍ଭ ହୋଇଥିବା ସିଧାସଳଖ ଏହି ନାମ ବହନ କରୁଥିବା ଏହି ଅଭିଯାନ ରୂପରେ: ‘ଡିସ୍‌ମାଣ୍ଟଲିଙ୍ଗ୍‌ ଗ୍ଲୋବାଲ୍‌ ହିନ୍ଦୁତ୍ବ’ (‘ବିଶ୍ବ ହିନ୍ଦୁତ୍ବର ଧ୍ବ˚ସ ସାଧନ’)। ବିଶ୍ବ-ଆତ୍ମା ଧାରଣାର ଜନ୍ମଦାତା ହିନ୍ଦୁତ୍ବର କିଭଳି ବିଲୋପ ସାଧନ କରାଯିବ ତାହାର ନକ୍‌ସା ପ୍ରସ୍ତୁତ କରିବା ପାଇଁ ସେପ୍ଟେମ୍ବର‌୍‌ ୧୦-୧୨ ତିନି ଦିନ ଧରି ସେଠାରେ ଏକ ଅନ୍‌-ଲାଇନ୍‌ ସମ୍ମିଳନୀର ଆୟୋଜନ କରାଯାଇଛି। ଉଲ୍ଲେଖ ଆବଶ୍ୟକ ଯେ ସମ୍ମିଳନୀର ଏହି ସମୟ ନିର୍ଘଣ୍ଟ ସୁଚିନ୍ତିତ ଭାବରେ ଚୟନ କରାଯାଇଛି। ସେପ୍ଟେମ୍ବର‌୍‌ ୧୧ ତାରିଖ ଦିନ ଇସଲାମୀୟ ଆତଙ୍କବାଦୀ ସ˚ଗଠନ ‘ଆଲ-କାଏଦା’ ଦ୍ବାରା ଆମେରିକାର ନ୍ୟୁୟର୍କସ୍ଥିତ ଵାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର‌୍‌ ଦ୍ବୈତ ଟାଵାରର ଧ୍ବ˚ସ ସାଧନ ତଥା ପ୍ରାୟ ତିନି ହଜାର ଲୋକଙ୍କର ପ୍ରାଣ ନାଶର ୨୦ ବର୍ଷ ପୂର୍ଣ୍ଣ ହେବ। ଠିକ୍‌ ସେଇ ସମୟରେ ଆୟୋଜକମାନେ ହିନ୍ଦୁତ୍ବର ଧ୍ବ˚ସ ସାଧନ ପାଇଁ ଆହ୍ବାନ ଦେବା ପ୍ରତ୍ୟେକ ସୁସ୍ଥ-ମସ୍ତିଷ୍କ ବ୍ୟକ୍ତିଙ୍କୁ ଏକ ବିକୃତ ବିଡ଼ମ୍ବନା ଭଳି ବୋଧ ହେଉଥିବ, କାରଣ ଏହିି ଅବସରରେ ଯଦି କାହାର ବିଲୋପ ସାଧନ ପାଇଁ ଆମେରିକାରେ ଆହ୍ବାନ ଦିଆଯିବା ଯୁକ୍ତିଯୁକ୍ତ ମନେ ହୁଅନ୍ତା, ତାହା ହେଉଛି ଜିହାଦୀ ଆତଙ୍କବାଦର। ସମ୍ମିଳନୀର ଆୟୋଜକମାନେ କିନ୍ତୁ ତାହା ନ କରି ହିନ୍ଦୁତ୍ବର ବିଲୋପ ସାଧନ ପାଇଁ ଆହ୍ବାନ ଦେବା ଉଦ୍ଭଟ ମନେ ହେଲେ ମଧୢ ସେମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଶ୍ଚର୍ଯ୍ୟଜନକ ନୁହେଁ।

ଏହା ଆଶ୍ଚର୍ଯ୍ୟଜନକ ନ ହେବା ମୂଳରେ ଯାହା ରହିଛି, ତାହା ହେଉଛି ପଦାର୍ଥବିଜ୍ଞାନର ଛାତ୍ରମାନଙ୍କର ସୁପରିଚିତ ସାର‌୍‌ ଆଇଜାକ୍‌ ନିଉଟନ୍‌ଙ୍କ ଦ୍ବାରା ଆବିଷ୍କୃତ ‘ଗତିର ତୃତୀୟ ନିୟମ’: ‘ପ୍ରତ୍ୟେକ କ୍ରିୟା ଏକ ସମାନ ଓ ବିପରୀତ ପ୍ରତିକ୍ରିୟା ସୃଷ୍ଟି କରିଥାଏ।’ ନିଉଟନ୍‌ଙ୍କ ଏହି ପ୍ରସିଦ୍ଧ ନିୟମ ପଦାର୍ଥବିଜ୍ଞାନର ସରହଦ ଅତିକ୍ରମ କରି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁଜ୍ୟ ହେବା ଦେଖାଯାଇଥାଏ। ଆୟୋଜକମାନେ ଜାଣନ୍ତି, ସେମାନେ ଯଦି ଜିହାଦୀମାନଙ୍କର ବିଲୋପ ସାଧନ ପାଇଁ ଆହ୍ବାନ ଦିଅନ୍ତି, ତାହାର ସମାନ ଓ ବିପରୀତ ପ୍ରତିକ୍ରିୟାର ଫଳାଫଳ ସେମାନଙ୍କ ପାଇଁ କିଭଳି ହେବ। ଆଫଗାନିସ୍ତାନରେ ତାଲିବାନ୍‌ ଓ ‘ଆଇଏସ୍‌କେ’ ଭଳି ଇସ୍‌ଲାମୀୟ ଜିହାଦୀ ସ˚ଗଠନମାନେ ଚଳାଇଥିବା ସ˚ହାରଲୀଳାରୁ ସେମାନେ ଏହି ଫଳାଫଳ ସମ୍ବନ୍ଧରେ ଏକ ତାଜା ଧାରଣା କରି ପାରୁଥିବେ। ସେମାନଙ୍କୁ ଏହା ମଧୢ ଜଣାଥିବ ଯେ ନିଉଟନ୍‌ଙ୍କର ଏହି ନିୟମ ଯଦି କେଉଁଠି ଲାଗୁ ହେଉ ନଥାଏ, ତାହା ହେଉଛି ବିଶ୍ବାତ୍ମା-ବିଶ୍ବାସୀ ହିନ୍ଦୁତ୍ବ। ହିନ୍ଦୁତ୍ବ-ବିଧ୍ବ˚ସୀ ସମ୍ମିଳନୀର ଆୟୋଜକମାନେ କିନ୍ତୁ ପ୍ରଦର୍ଶିତ କରିବାକୁ ଚାହାଁନ୍ତି ଯେ ହିନ୍ଦୁତ୍ବ ହେଉଛି ଜିହାଦୀମାନେ ଅନୁସରଣ କରୁଥିବା ଭଳି ଏକ ଚରମପନ୍ଥୀ ଚିନ୍ତାଧାରା।

ସମ୍ମିଳନୀର ଆୟୋଜକମାନେ ଦାବି କରିଛନ୍ତି ଯେ ଆମେରିକା ଓ କାନାଡାର ପ୍ରାୟ ୪୦ଟି ବିଶ୍ବବିଦ୍ୟାଳୟ ଏହି ସମ୍ମିଳନୀର ପ୍ରାୟୋଜନ କରୁଛନ୍ତି ( ଇତି ମଧୢରେ ଷ୍ଟାନ୍‌ଫୋର୍ଡ ଓ ଅନ୍ୟ କେତେକ ବିଶ୍ବବିଦ୍ୟାଳୟ ଏଥିରୁ ଓହରି ଯିବା ଘୋଷଣା କରିଛନ୍ତି।)। ସମ୍ମିଳନୀର ଅସଲ ଆୟୋଜକମାନେ ଏ ପର୍ଯ୍ୟନ୍ତ ନିଜର ପରିଚୟ ଗୋପନ ରଖିଥିଲେ ମଧୢ ଘର ଢିଙ୍କି କିମ୍ଭୀର ଭଳି ସେମାନଙ୍କୁ ଏଥିରେ ସହାୟତା ଯୋଗାଉଥିବା ଭାରତର କେତେକ ସକ୍ରିୟ ବାମପନ୍ଥୀ, ଏନ୍‌ଜିଓ କର୍ମୀ ଓ ହିନ୍ଦୁ-ବିରୋଧୀମାନଙ୍କର ନାମ ପ୍ରକାଶ ପାଇଛି।

ସମ୍ମିଳନୀର ଆୟୋଜକମାନେ ହିନ୍ଦୁମାନଙ୍କୁ ମାନବାଧିକାର-ବିରୋଧୀ ଏବ˚ ସ˚କୀର୍ଣ୍ଣମନା ରୂପେ ଚିତ୍ରିତ କରି ନିଜକୁ ମାନବାଧିକାର ଓ ଉଦାରବାଦର ରକ୍ଷକ ରୂପେ ପ୍ରଦର୍ଶିତ କରିଛନ୍ତି। ଏହା ଯେ ଏକ ଚରମ କ୍ରୂର ବିଡ଼ମ୍ବନା, ତାହାର ବଳିଷ୍ଠତମ ପ୍ରମାଣ ହେଉଛି ସେଇ ଆମେରିକାର ମାଟିରେ ଆଜିର ଏହି ଆୟୋଜକମାନଙ୍କର ଉପସ୍ଥିତି। ଅନାଦି କାଳରୁ ଭାରତ ହିନ୍ଦୁମାନଙ୍କର ଭୂମି ହୋଇ ରହି ଆସିଥିବା ଭଳି ଉତ୍ତର ଆମେରିକା ଅନାଦି କାଳରୁ ‘ଲୋହିତ ଭାରତୀୟ’ମାନଙ୍କର ଦେଶ ହୋଇ ରହି ଆସିଥିଲା। ଧର୍ମ ପ୍ରଚାର ଓ ବାଣିଜ୍ୟ ଉଦ୍ଦେଶ୍ୟରେ ଇଉରୋପୀୟ କ୍ରିଷ୍ଟୋଫର‌୍‌ କଲମ୍ବସ୍‌ ୧୪୯୨ରେ ସେ ମହାଦେଶରେ ପ୍ରଥମେ ପାଦ ପକାଇବା ବେଳକୁ ସେଠାକାର ଏହି ମୂଳ ଅଧିବାସୀଙ୍କ ସ˚ଖ୍ୟା ଥିଲା ପ୍ରାୟ ୧୫ କୋଟି। କଲମ୍ବସ୍‌ ବାଟ ଦେଖାଇବା ପରେ ସେଠାକୁ ଇଉରୋପୀୟମାନଙ୍କ ସୁଅ ଛୁଟିଲା, ଯେଉଁମାନଙ୍କର ଉତ୍ତର ପିଢ଼ି ହେଉଛନ୍ତି ବର୍ତ୍ତମାନର ସମ୍ମିଳନୀର ଆୟୋଜକମାନେ। ଏମାନଙ୍କର ମାନବାଧିକାର ସୁରକ୍ଷା ପ୍ରବୃତ୍ତି ଏ ପରି ପ୍ରଭାବଶାଳୀ ଥିଲା ଯେ ମାତ୍ର ଦୁଇ ଶହ ବର୍ଷ ମଧୢରେ ତାହାର ପ୍ରଭାବରେ ୧୬୯୨ ସାଲରେ ଆମେରିକାର ମୂଳ ଅଧିବାସୀଙ୍କ ସ˚ଖ୍ୟା ଖସି ଆସି ପହଞ୍ଚିଥିଲା ମାତ୍ର ପ୍ରାୟ ଦେଢ଼ କୋଟିରେ (ବର୍ତ୍ତମାନ ପ୍ରାୟ ୩୦ ଲକ୍ଷ ମାତ୍ର)।

ଏହି ପୃଷ୍ଠଭୂମିରେ ସମ୍ମିଳନୀ ଆୟୋଜକମାନେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ ଭାରତ ଭୂମିରେ ହିନ୍ଦୁତ୍ବ ଅବିନଶ୍ବର ହୋଇ ତିଷ୍ଠି ରହିଛି କିପରି! କ୍ରୀତଦାସ ପ୍ରଥା ଓ ବର୍ଣ୍ଣ ବୈଷମ୍ୟ ଦ୍ବାରା ପରିପୁଷ୍ଟ ସେଇ ସମାଜର ପ୍ରତିନିଧିମାନେ ତେଣୁ ହିନ୍ଦୁତ୍ବର ବିନାଶ ପାଇଁ ଆହ୍ବାନ ଦେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଯୁଗ ଯୁଗ ଧରି ଏଭଳି ଅନେକ ଝଡ଼ ଝଞ୍ଜା ସତ୍ତ୍ବେ ଝାଉଁଳି ପଡ଼ିନଥିବା ହିନ୍ଦୁତ୍ବ ପାଇଁ ଏହି ଆହ୍ବାନ ହେଉଛି ଆଉ ଏକ ଦମକାଏ ଗରମ ପବନ ମାତ୍ର, ଯାହା ବୈଶ୍ବାନରବାଦୀ ହିନ୍ଦୁତ୍ବର ଆ˚ଶୁ ମଧୢ ମଉଳାଇ ପାରିବ ନାହିଁ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଅଗ୍ନିର ଅନ୍ୟ ନାମ ମଧୢ ହେଉଛି- ବୈଶ୍ବାନର।

ସମ୍ବନ୍ଧିତ ଖବର