ଯେଉଁ କିଛି ଆମେରିକୀୟ ପ୍ରଭାବ କୋମଳ ଶକ୍ତି ରୂପେ ସର୍ବତ୍ର ଭେଦି ଯାଇ ସମଗ୍ର ପୃଥିବୀର ‘ଆମେରିକୀକରଣ’ କରିବାରେ ସମର୍ଥ ହୋଇଛି, ତନ୍ମଧୢରେ ଅଛନ୍ତି ହଲିଉଡ୍ ସିନେମା, ଜାଜ୍ ସ˚ଗୀତ, ଜିନ୍ସ ଏବ˚ ଟି ସାର୍ଟ୍। କହିବା ଅନାବଶ୍ୟକ ଯେ ସାରା ପୃଥିବୀର ପୋଷାକ ପରିଚ୍ଛଦରେ ଅ˚ଚଳ ଓ ସ˚ସ୍କୃତି ଆଧାରରେ ପରିଲକ୍ଷିତ ହେଉଥିବା ବିବିଧତା ସ˚ପ୍ରତି ‘ଜିନ୍ସ’ ଏବ˚ ‘ଟି ସାର୍ଟ୍’ ଦ୍ବାରା ପ୍ରାୟତଃ ବିସ୍ଥାପିତ ହୋଇ ସାରିଲେଣି। ଏହା ମଧୢ ଦେଖାଯିବାରେ ଲାଗିଲାଣି ଯେ ‘ଟି ସାର୍ଟ୍’ଗୁଡ଼ିକ କେବଳ ମାତ୍ର ‘ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ୍’ ବା ‘ଷ୍ଟାଇଲ୍ ଅଭିବ୍ୟକ୍ତି’ରେ ସୀମିତ ନ ରହି ଏହା ଉପରେ ସ୍ଥାନ ପାଉଥିବା ବିଭିନ୍ନ ପ୍ରକାର ସ୍ଲୋଗାନ୍ କାରଣରୁ ବ୍ୟକ୍ତିଗତ ବା ସାମାଜିକ ବା ରାଜନୈତିକ ଅଭିବ୍ୟକ୍ତିର ମାଧୢମ ରୂପେ ମଧୢ ପରିଗଣିତ ହେଉଛନ୍ତି। ଏହି ସ˚ଦର୍ଭରେ କରୋନା ପାନ୍ଡେମିକ୍ କାଳରେ ଯୁକ୍ତରାଷ୍ଟ୍ର ଆମେରିକାରେ ଆବିର୍ଭୂତ ହୋଇ ଖୁବ୍ ଶୀଘ୍ର ସାରା ପୃଥିବୀର ବଜାରମାନଙ୍କରେ ଉପଲବ୍ଧ ହୋଇ ଲୋକପ୍ରିୟ ହେବାର ସମ୍ଭାବନା ବହନ କରୁଥିବା ଏକ ନିର୍ଦ୍ଦିଷ୍ଟ ସନ୍ଦେଶ ପ୍ରଦାନକାରୀ ‘ଟି ସାର୍ଟ୍’ ସ˚ପର୍କରେ ଆଲୋଚନା କରାଯିବା ବିଶେଷ ପ୍ରଣିଧାନଯୋଗ୍ୟ ବୋଲି ମନେ ହୋଇଥାଏ। ଏହି ‘ଟି ସାର୍ଟ୍’ ଉପରେ ଲିଖିତ ଥିବା ଚାରିଟି ଶବ୍ଦ ବିଶିଷ୍ଟ ବାର୍ତ୍ତାଟି ହେଉଛି- ‘ଅନ୍ମାସ୍କ୍ଡ, ଅନମଜଲ୍ଡ୍, ଅନ୍ଭାକ୍ସିନେଟେଡ୍, ଅନ୍ଆଫ୍ରେଡ୍; ଯାହାର ଓଡ଼ିଆ ଭାଷାନ୍ତର ହେଉଛି ‘ମୁଖା ରହିତ, ତୁଣ୍ତି ରହିତ, ଟିକା ରହିତ, ଭୟ ରହିତ। ବର୍ତ୍ତମାନ ଯେତେବେଳେ ଏହି ପାନ୍ଡେମିକ୍ କବଳରୁ ମୁକ୍ତି ପାଇବା ଲାଗି ସାରା ପୃଥିବୀରେ ସଘନ ଟିକାକରଣ ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରାଯାଉଛି ଏବ˚ ଅନେକ ଦରିଦ୍ର ରାଷ୍ଟ୍ର ଟିକା ଅଭାବରୁ ଏହି ମହାମାରୀ ସହିତ ନିରସ୍ତ୍ର ଯୁଦ୍ଧର ଅଯଥାର୍ଥତା କାରଣରୁ ତା’ ସମ୍ମୁଖରେ ଆତ୍ମ-ସମର୍ପଣ କରିଦେବାର ମୁଦ୍ରାରେ, ସେତିକି ବେଳେ ଗୋଟିଏ ବଡ଼ ବର୍ଗର ଆମେରିକୀୟଙ୍କ ମନୋଭାବ- ଯାହା ଉପରୋକ୍ତ ସନ୍ଦେଶରେ ପ୍ରତିଫଳିତ- ସମ୍ଭବତଃ ଏହି ପାନ୍ଡେମିକ୍ର ପ୍ରାଦୁର୍ଭାବକୁ ଅଧିକ ଦୀର୍ଘସ୍ଥାୟୀ କରିବାର ଆଶଙ୍କା ସୃଷ୍ଟି କରିଥାଏ।
ଏ ନେଇ ସମସ୍ତେ ଅବଗତ ଯେ ସର୍ବାଧିକ ଉନ୍ନତ ମାନର ତିନିଟି ଟିକା (ଫାଇଜର୍, ମଡେର୍ନା ଏବ˚ ଜନ୍ସନ୍) ଆମେରିକାରେ ଉପଲବ୍ଧ ଏବ˚ ଯେତିକି ସ˚ଖ୍ୟକ ‘ପାନ’ ବା ‘ଡୋଜ୍’ ସେଠାରେ ଗଚ୍ଛିତ ହୋଇ ରହିଛି, ତଦ୍ଦ୍ବାରା ଆମେରିକୀୟମାନେ ପ୍ରତ୍ୟେକ ଦୁଇ ଡୋଜ୍ରୁ ଅଧିକ ଟିକା ମଧୢ ନେଇ ପାରିବେ। ଅଥଚ, ଦେଖିବାକୁ ମିଳିଛି ଯେ ସେଠାରେ ବିଦ୍ୟମାନ ଅତ୍ୟନ୍ତ ବିକଶିତ ଓ ଶୃଙ୍ଖଳିତ ବ୍ୟବସ୍ଥା ସତ୍ତ୍ବେ ରାଷ୍ଟ୍ରପତି ଜୋ ବାଇଡେନ୍ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଠାରୁ ଗୋଟିଏ ମାସ ବିଳମ୍ବରେ ଅର୍ଥାତ୍ ଅଗଷ୍ଟ ପହିଲାରେ ପ୍ରାୟ ୭୦ ପ୍ରତିଶତ ଟିକାକରଣ କୌଣସିମତେ ସମାପ୍ତ ହୋଇ ପାରିଛି; ଅର୍ଥାତ୍ ୭୦ ପ୍ରତିଶତ ଆମେରିକୀୟ ନାଗରିକ ଅତି କମ୍ରେ ଅନ୍ତତଃ ଗୋଟିଏ ଡୋଜ୍ ଟିକା ପାଇ ପାରିଛନ୍ତି। ଏହାର କାରଣ ବୁଝିବାକୁ ଚେଷ୍ଟା କଲେ ମନ୍ମାଉଥ୍ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଏକ ‘ପୋଲ୍’ ବା ‘ଜନମତ’ର ନିଷ୍କର୍ଷ ସହାୟକ ହେବ, ଯାହା କହିଥିଲା ଯେ ୨୫ ପ୍ରତିଶତ ଆମେରିକୀୟ ଟିକା ନେବାକୁ ଆଦୌ ଇଚ୍ଛୁକ ନୁହନ୍ତି। ଏହା ପରେ ଜୁଲାଇ ମାସରେ ଆସୋସିଏଟେଡ୍ ପ୍ରେସ୍ ଦ୍ବାରା କରାଯାଇଥିବା ଆଉ ଏକ ସର୍ବେକ୍ଷଣ କହିଥିଲା ଯେ ଯେଉଁ ଆମେରିକୀୟମାନେ ଏ ଯାବତ୍ ଟିକା ନେଇ ନାହାନ୍ତି, ସେମାନେ ଆଦୌ ଟିକା ନେବେ ନାହିଁ ବୋଲି ଦୃଢ଼ ପ୍ରତିଜ୍ଞ, ଏପରିକି ‘ଡେଲ୍ଟା’ ଦ୍ବାରା ସଂକ୍ରମିତ ହେଲେ ମଧ୍ୟ ।
ଏହି ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଆହୁରି କହିଥାଏ ଯେ ଏଭଳି ଟିକା-ଅନାଗ୍ରହୀଙ୍କ ମଧ୍ୟରୁ ଅଧିକା˚ଶ ‘ରିପବ୍ଲିକାନ୍’ ଦଳର ସମର୍ଥକ, ଯେଉଁମାନେ କୋଭିଡ୍-୧୯ ଭୂତାଣୁ ସମକ୍ଷରେ ମଥାନତ କରିବାକୁ କୁଣ୍ଠିତ। ଏହି ସ୍ତମ୍ଭର ଅନେକ ପାଠକପାଠିକାଙ୍କ ସ୍ମରଣରେ ଥାଇ ପାରେ କି ଗତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ର˚ପ୍ଙ୍କ ଦ୍ବାରା ପ୍ରଦର୍ଶିତ ‘କୋଭିଡ୍ ଅବଜ୍ଞା’କୁ ସମର୍ଥନ ଜଣାଇ ତାଙ୍କର ହଜାର ହଜାର ସମର୍ଥକ କୋଭିଡ୍ କଟକଣା ପ୍ରତି ଆଦୌ ଭ୍ରୂକ୍ଷେପ ନ କରି ବିଶାଳ ଶୋଭାଯାତ୍ରା ଓ ସମାବେଶମାନଙ୍କରେ ରୁଣ୍ତ ହୋଇଥିଲେ ଏବ˚ ଆମେରିକା କରୋନାର ଭୟାବହତା ଦ୍ବାରା ଜର୍ଜରିତ ଥିବା ବେଳେ ଜାଣିଶୁଣି ଭୋଟ ଦାନ କେନ୍ଦ୍ରକୁ ଯାଇ ଭୋଟ ପ୍ରଦାନ କରିଥିଲେ (ଯେତେବେଳେ କି ଅଧିକା˚ଶ ଡିମୋକ୍ରାଟ୍ ସମର୍ଥକ ଘରେ ରହି ଡାକ ଦ୍ବାରା ଭୋଟ ଦେଇଥିଲେ)। ସୁତରାଂ, ଏହା ସହିତ ସେଠାରେ କୋଭିଡ୍ ସ˚କ୍ରମଣ ଓ ମୃତ୍ୟୁର ଏକ ଅପ୍ରତିରୋଧ୍ୟ ସୁନାମି ସୃଷ୍ଟି ହୋଇଥିଲା। ପ୍ରକାଶ ଥାଉ କି ଏଭଳି ମନୋଭାବ କାରଣରୁ ଏକ ଚରମ ବିଡ଼ମ୍ବନା ସ୍ବରୂପ ପୃଥିବୀର ସର୍ବାଧିକ ବିକଶିତ ରାଷ୍ଟ୍ର ଆମେରିକା ଏହି ମହାମାରୀ ଦ୍ବାରା ସର୍ବାଧିକ କଷଣ ଭୋଗିଛି। ପୁଣି, ଯେତେବେଳେ ଡେଲ୍ଟା ଷ୍ଟ୍ରେନ୍ ସେଠାରେ ଟିକାଗୁଡ଼ିକର ସାମର୍ଥ୍ୟକୁ ଆହ୍ବାନ ଦେବାରେ ଲାଗିଛି, ସେତିକି ବେଳେ ଏହି ଟିକା-ବର୍ଜନକାରୀମାନଙ୍କ ଅବିମୃଶ୍ୟକାରିତା ଯେ ସ˚କ୍ରମଣର ଗତିକୁ ଅବ୍ୟାହତ ରଖିବା ସହିତ ‘ଡେଲ୍ଟା’ର ରୂପାନ୍ତରଣ ଘଟାଇ ପ୍ରତିଷେଧକ ଅତିକ୍ରମୀ ଅଧିକ ଭୟାବହ ଷ୍ଟ୍ରେନ୍ ସୃଷ୍ଟି ନ କରିବ, ତାହା କିଏ କହିବ?
ଏହି ସନ୍ଦର୍ଭରେ ଟିକା ବିରୋଧୀ ‘ଟି ସାର୍ଟ’ର ଭୂମିକା କ’ଣ ହୋଇପାରେ, ସେ ବିଷୟରେ ଆଲୋଚନା କରାଯିବା ଉଚିତ। ପ୍ରକାଶ ଥାଉ କି ୧୯୮୪ ମସିହାରେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥାଚରଙ୍କୁ ଭେଟିବା ବେଳେ କ୍ୟାଥେରିନ୍ ହାମେଟ୍ ନାମକ ଜଣେ ପୋଷାକ ଡିଜାଇନର୍ ନିଜ ଦ୍ବାରା ପ୍ରସ୍ତୁତ ପୃଥିବୀର ପ୍ରଥମ ରାଜନୈତିକ ସନ୍ଦେଶ ବହନକାରୀ ଟି ସାର୍ଟ୍ ପରିଧାନ କରିଥିଲେ, ଯାହା ଉପରେ ଲିଖିତ ଥିଲା ‘୫୮% ଡୋନ୍ଟ୍ ଵାଣ୍ଟ୍ ପର୍ସିଙ୍ଗ୍’ ଅର୍ଥାତ୍, ‘ଅଠାବନ ପ୍ରତିଶତ ଲୋକ ‘ପର୍ସିଙ୍ଗ୍’କୁ ଚାହାନ୍ତି ନାହିଁ।’ ଏହି ‘ପର୍ସିଙ୍ଗ୍’ ଥିଲା ଗ୍ରେଟ୍ ବ୍ରିଟେନ୍ ଦ୍ବାରା ପରୀକ୍ଷାମୂଳକ ଭାବେ ପ୍ରକ୍ଷେପଣ କରାଯାଇଥିବା ଏକ ଦୂରଗାମୀ ଆଣବିକ କ୍ଷେପଣାସ୍ତ୍ର ଯାହା ଥାଚରଙ୍କ ଉଗ୍ର ଆଣବିକ ନୀତିର ଉପଜ ଥିଲା। ହାମେଟ୍ ତାଙ୍କ ଟି ସାର୍ଟ୍ ଜରିଆରେ ଏହି ଆଣବିକ ନୀତି ବିରୋଧୀ ମନୋଭାବ ବ୍ୟକ୍ତ କରିଥିଲେ। ତାହା ପର ଠାରୁ ଲିଙ୍ଗଗତ ବୈଷମ୍ୟ ହେଉ ଅବା ଜାତିଆଣ ଘୃଣା ଅଥବା କୌଣସି ରାଜନୈତିକ ମତାଦର୍ଶ; ସେ ସବୁର ସପକ୍ଷରେ ଓ ବିପକ୍ଷରେ ବାର୍ତ୍ତା ବହନକାରୀ ଟି ସାର୍ଟ୍ଗୁଡ଼ିକ ଜନାଦୃତ ହୋଇ ଗୋଷ୍ଠୀ ତିଆରି କରିଛନ୍ତି ଏବ˚ ଗୋଷ୍ଠୀ ପରିଚିତିର ଚିହ୍ନରେ ପରିଣତ ହୋଇଛନ୍ତି। ‘ଚୁଜ୍ ଲାଇଫ୍ ବା ‘ଜୀବନକୁ ବାଛ’ (ପୃଥିବୀର ପ୍ରଥମ ସ୍ଲୋଗାନ୍ଧାରୀ ଟି ସାର୍ଟ୍ର ସନ୍ଦେଶ) ଭଳି ଜୀବନଧର୍ମୀ ଆହ୍ବାନ ଠାରୁ ଆରମ୍ଭ କରି ‘ବ୍ରିକ୍ ଵିଲ୍ ଡୁ ଦ ଟ୍ରିକ୍’ ଅର୍ଥାତ୍ ‘ପଥର ହିଁ କାମ ଦେଖାଇବ’ ଭଳି ହି˚ସା ବ୍ୟ˚ଜକ ବାର୍ତ୍ତା ପ୍ରଦାନ କରୁଥିବା ଟି ସାର୍ଟ୍ ପର୍ଯ୍ୟନ୍ତ ହଜାର ହଜାର ବିଭିନ୍ନ ସ୍ଳୋଗାନ୍ଧାରୀ ଟି ସାର୍ଟ୍ ବେଶ୍ ଜନପ୍ରିୟ ହେବା ସହିତ ଅନେକଙ୍କୁ ଉଦ୍ବୁଦ୍ଧ କରିଛନ୍ତି। େତଣୁ ଏହା ସମ୍ଭବ ଯେ ‘ଅନ୍ଭାକ୍ସିନେଟେଡ୍- ଅନ୍ଆଫ୍ରେଡ୍’ ଟି ସାର୍ଟ୍ଗୁଡ଼ିକ ଆମେରିକାର ବଜାର ଲ˚ଘି ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରର ବଜାରରେ ପ୍ରବେଶ କରିବା ଏବ˚ ଅଧିକା˚ଶ ଇ- କମର୍ସ ପ୍ରାଙ୍ଗଣରେ ଉପଲବ୍ଧ ହୋଇ ଲୋକପ୍ରିୟ ହୋଇ ଉଠିବା ଦ୍ବାରା କେବଳ ସେହିମାନେ ଉତ୍ସାହିତ ହୋଇ ଉଠିବେ, ଯେଉଁମାନେ ଟିକା-ଭୟ ବା ଟିକା-କୁଣ୍ଠା ଅଥବା ଟିକା-ଘୃଣା କିମ୍ବା ଟିକା- ଅବଜ୍ଞା ହେତୁ ତାହା ପ୍ରତି ଘୋର ଅନାସ୍ଥା ପ୍ରଦର୍ଶନ କରୁଛନ୍ତି। ସେହି ଦୃଷ୍ଟିରୁ ଏହି ଟି ସାର୍ଟ୍ ଟିକା ବିରୋଧୀ ଗୋଷ୍ଠୀର ଚିହ୍ନ ଭାବେ ରହି ଅନେକଙ୍କୁ ଟିକା ନ ନେବାକୁ ପ୍ରବର୍ତ୍ତାଇବାର ଆଶଙ୍କା ଅମୂଳକ ନୁହେଁ।
ଏହି ପ୍ରସଙ୍ଗରେ ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଏକ କ୍ଷୁଦ୍ର ଲଘୁ କଥା ମନେ ପଡ଼ିଯାଏ। ସୈନ୍ୟ ବାହିନୀରେ ପ୍ରବେଶ କରିବା ଲାଗି ମୁଲ୍ଲା ଦେଉଥିବା ଏକ ସାକ୍ଷାତକାର ପରୀକ୍ଷାରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ଜଙ୍ଗଲ ଭିତରେ ସହସା ବାଘଟିଏ ହାବୁଡ଼ିଲେ ସେ କ’ଣ କରିବେ?, ଉତ୍ତରରେ ମୁଲ୍ଲା ତତ୍କ୍ଷଣାତ କହିଥିଲେ ଯେ ସେ ନିକଟତମ ଗଛ ଉପରକୁ ଚଢ଼ିଯିବେ। ଏଭଳି ଉତ୍ତର ତାଙ୍କ ଠାରେ ସାହସ ଶୂନ୍ୟତାକୁ ପ୍ରଦର୍ଶନ କରିଥିବାରୁ ସେ ସୈନିକ ହେବାକୁ ଅନୁପଯୁକ୍ତ ବୋଲି ଘୋଷଣା କରାଯାଇଥିଲା। ଏହାର ପ୍ରତିକ୍ରିୟାରେ ମୁଲ୍ଲା କହିଥିଲେ- ଜଙ୍ଗଲରେ ବାଘ ନିକଟରେ ସାହସ ଦେଖାଇବା ହେଉଛି ନିରୋଳା ବୁଦ୍ଧି-ଶୂନ୍ୟତା। ସେଭଳି ଏକ ବୁଦ୍ଧି-ଶୂନ୍ୟତା ଟି ସାର୍ଟ୍ର ବାର୍ତ୍ତାରେ ନିହିତ ଥାଏ। ମୁଖା ନ ପିନ୍ଧି, ତୁଣ୍ତି ନ ବାନ୍ଧି, ଟିକା ନ ନେଇ କୋଭିଡ୍-୧୯ ଭୂତାଣୁ ସମକ୍ଷରେ ଭୟ ରହିତ ହୋଇ ରହିବା ହେଉଛି ମୁଲ୍ଲା କହିଥିବା ଭଳି ଏକ ଅତୁଲ୍ୟ ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ।