ଆଜିକୁ ଠିକ କୋଡ଼ିଏ ବର୍ଷ ତଳେ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଯେଉଁ ଆକ୍ରମଣ ହୋଇଥିଲା, ତାହା ଥିଲା ଦ୍ବିତୀୟ ବିଶ୍ବଯୁଦ୍ଧ ଉପରାନ୍ତ ଆମେରିକା ସହିଥିବା ଆଘାତ ମଧୢରୁ ସର୍ବାଧିକ ଭୟାବହ। ଏହି ଦିନ ନ୍ୟୁୟର୍କ ମହାନଗରୀର ଦୁଇ ଉତ୍ତୁଙ୍ଗ ଟାଵାର ‘ବିଶ୍ବ ବାଣିଜ୍ୟ କେନ୍ଦ୍ର’ ଧରାଶାୟୀ ହୋଇଯିବା ସହିତ ଆମେରିକାର ସର୍ବାଧିକ ପ୍ରସିଦ୍ଧ ‘ଲ୍ୟାଣ୍ତମାର୍କ୍’ ନିଶ୍ଚିହ୍ନ ହୋଇଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୩୦୦୦ ଲୋକଙ୍କ ପ୍ରାଣହାନି ହୋଇଥିଲା। ତେଣୁ, ଏହାର ପ୍ରତିଶୋଧ ନେବା ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଆତଙ୍କବାଦ ବିରୋଧୀ ଯୁଦ୍ଧର ଅୟମାରମ୍ଭ କରାଯାଇଥିଲା, ଯହିଁରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା କାରଣରୁ ପ୍ରଥମେ ଆଫଗାନିସ୍ତାନ ଓ ପରେ ଇରାକ୍ ନାମକ ଦୁଇଟି ସାର୍ବଭୌମ ରାଷ୍ଟ୍ର ଘମାଘୋଟ ଆକ୍ରମଣର ଶିକାର ହୋଇଥିଲେ। କହିବା ବାହୁଲ୍ୟ ଯେ ସେତିକି ବେଳେ ସମଗ୍ର ବିଶ୍ବ ସମୁଦାୟ ଆମେରିକାର ଏହି ପଦକ୍ଷେପକୁୁ ଅକୁଣ୍ଠ ସମର୍ଥନ ଜ୍ଞାପନ କରିଥିଲା। କିନ୍ତୁ ତାହା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଦଶାବ୍ଦୀର ସମୟ ଖଣ୍ତ ମଧୢରେ ଘଟଣା ପ୍ରବାହ ଏଭଳି ହୋଇଛି ଯେ ତାହା ଏ ସମସ୍ତ ପ୍ରକରଣକୁ ଏକ ନୂତନ ଆଲୋକରେ ଦେଖିବା ଲାଗି ବାଧୢ କରିଥାଏ। କହିବା ଅନାବଶ୍ୟକ ଯେ ୨୦୦୧, ସେପ୍ଟେମ୍ବର ୧୧ରେ ସ˚ଘଟିତ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୃଥିବୀ ଏଭଳି ପରିବର୍ତ୍ତିତ ହୋଇଛି ଯେ ଏହି ଦିନଟିକୁ ଅନାୟାସରେ ବିଶ୍ବ ଇତିହାସରେ ଏକ କାଳ ବିଭାଜିକା ରୂପେ ଅଭିହିତ କରାଯାଇପାରେ। ତା’ ସହିତ ଏହି କୋଡ଼ିଏ ବର୍ଷର କାଳଖଣ୍ତକୁ ଉଭୟ ଦୂରବୀକ୍ଷଣ ଏବ˚ ଅଣୁବୀକ୍ଷଣ ଯନ୍ତ୍ର ତଳେ ଦେଖାଯିବାର ପ୍ରୟାସ ମଧୢ କରାଯାଇପାରେ।
ପ୍ରଥମେ ଦୂରବୀକ୍ଷଣ ଯନ୍ତ୍ରରେ ଏହି କାଳଖଣ୍ତ ଉପରେ ଦୃଷ୍ଟି ନିକ୍ଷେପ କଲେ ଦିଶିଥାଏ ଯେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ସ˚ଘଟିତ ଆତଙ୍କବାଦ ଉନ୍ମୂଳନ ଯୁଦ୍ଧ ଅନେକା˚ଶରେ ସଫଳ ହୋଇଛି; ଯହିଁରେ ‘ଅଲ କାଏଦା’ ଏବ˚ ‘ଆଇସିସ୍୍’ ଭଳି ପୃଥିବୀର ସର୍ବାଧିକ ଶକ୍ତିଶାଳୀ, ନିର୍ମମ, ସୁସ˚ଗଠିତ ଆନ୍ତର୍ଜାତିକ ଆତଙ୍କବାଦୀ ସ˚ଗଠନ ସେମାନଙ୍କ ଅପ୍ରତିଦ୍ବନ୍ଦ୍ବୀ ମୁଖ୍ୟ ଯଥାକ୍ରମେ ଓସାମା ବିନ ଲାଡ଼େନ ଏବ˚ ଅଲ ବାଗଦାଦୀଙ୍କୁ ହରାଇଛନ୍ତିି। ସେହି କ୍ରମରେ ବର୍ତ୍ତମାନ ଏହି ସ˚ଗଠନଗୁଡ଼ିକ ଦୁର୍ବଳ ହୋଇ ସେମାନଙ୍କ ପୂର୍ବ ଅସ୍ତିତ୍ବର ନିଷ୍ପ୍ରଭ ଛାୟାରେ ପରିଣତ ହୋଇଛନ୍ତି। ଦୂରବୀକ୍ଷଣ ଯନ୍ତ୍ରରେ ଆହୁରି ଦିଶିଥାଏ ଯେ ୨୦୦୧ ପୂର୍ବରୁ ଆତଙ୍କବାଦକୁ ଏକ ସ˚କଟ ରୂପେ ସ୍ବୀକାର କରୁ ନ ଥିବା ପାଶ୍ଚାତ୍ୟ ପୃଥିବୀ ତା’ର ଆଭିମୁଖ୍ୟରେ ସ˚ପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ସୁତରା˚, ୯/୧୧ ଭଳି ସ˚ଗଠିତ ଆତଙ୍କବାଦୀ ଆକ୍ରମଣର ଯେମିତି ପୁନରାବୃତ୍ତି ନ ଘଟେ ସେଥିଲାଗି ଆଭ୍ୟନ୍ତରୀଣ ସୁରକ୍ଷାକୁ ଅତ୍ୟନ୍ତ ସଶକ୍ତ କରିଛି, ଯାହା ଫଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ବା ଦପ୍ତର ବା ବିମାନବନ୍ଦର ଇତ୍ୟାଦିକୁ ଦୁେର୍ଭଦ୍ୟ ସୁରକ୍ଷା ବଳୟ ଅଧୀନରେ ରଖାଯାଇଛି; ଅନେକ ସ୍ଥଳରେ ଏହି ଉଦାରବାଦୀ ରାଷ୍ଟ୍ରଗୁଡ଼ିକ ବିଭିନ୍ନ ପ୍ରକାର ନାଗରିକ କଟକଣା ଆଣିଛନ୍ତି ବା କଠୋର ଆତଙ୍କବାଦ ନିରୋଧକ ଆଇନମାନର ପ୍ରବର୍ତ୍ତନ କରିଛନ୍ତି। ତେଣୁ ଦିଶିଥାଏ ଯେ ଏଣିକି କୌଣସି ବଡ଼ ସୁସ˚ଗଠିତ ଆତଙ୍କବାଦୀ ଆକ୍ରମଣର ଆଶଙ୍କା (୯/୧୧ ଭଳି) ଅତ୍ୟନ୍ତ କ୍ଷୀଣ। କିନ୍ତୁ ତା’ ସହିତ ଏହା ମଧୢ ଦିଶିଥାଏ ଯେ ଆମେରିକାର ଆତଙ୍କବାଦ ନିର୍ମୂଳନ ଆକ୍ରମଣର ଶିକାର ହୋଇଥିବା ଦୁଇଟି ଯାକ ରାଷ୍ଟ୍ର ଏକ ଅନିଶ୍ଚିତ ଭବିଷ୍ୟତ୍ ଦିଗରେ ଆପାତତଃ ଅଗ୍ରସର ହେଉଛନ୍ତି; ଆଫଗାନିସ୍ତାନରେ ଚରମ ମୌଳବାଦୀ ତାଲିବାନ ପୁନର୍ବାର ଶାସନ ଗାଦିରେ ଏବ˚ ଇରାକ୍ ଅଧୁନା ଏକ ଅରାଜକ ରାଷ୍ଟ୍ର। କେବଳ ସେତିକି ନୁହେଁ, ଆଫଗାନିସ୍ତାନ ଭୂମିରେ ଦୀର୍ଘ ଦୁଇ ଦଶନ୍ଧି କାଳ ଅବସ୍ଥାନ କରି ଇସଲାମୀୟ ମୌଳବାଦୀ ଶାସନକୁ ବହିଷ୍କାର କରିବା ସହିତ ଆଫଗାନିସ୍ତାନକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଗଢ଼ି ତୋଳିବାର ଆମେରିକୀ ପ୍ରୟାସ ବିଫଳ ହୋଇଛି। ଫଳରେ ଆଫଗାନିସ୍ତାନର ଏକ ସମ୍ଭାବନାପୂର୍ଣ୍ଣ ଯାତ୍ରା ପୁନର୍ବାର ସେଇଠାରେ ପହଞ୍ଚିଛି, ଯେଉଁଠି ତାହା ୨୦୦୧ ପୂର୍ବରୁ ଥିଲା।
ଏ ସବୁ ସହିତ ଆହୁରି ଯାହା ଦିଶିଥାଏ, ତାହା ହେଲା ଏହି ଆତଙ୍କବାଦ ନିପାତ ଯୁଦ୍ଧର ଏକ ପାର୍ଶ୍ବ ପ୍ରଭାବ ରୂପେ ଦୃଶ୍ୟମାନ ହୋଇଥିବା ‘ଆରବ ବସନ୍ତ’ ଯାହା ଆରବ ରାଷ୍ଟ୍ରଗୁଡ଼ିକରେ ଏକଛତ୍ରବାଦର ଅବସାନ ସହିତ ଗଣତନ୍ତ୍ରର ସ୍ଥାପନ ନେଇ ଏକ ଆଶାର ଉଦ୍ରେକ କରିଥିଲା, ତାହା ମଧୢ ପ୍ରାୟତଃ ବିଫଳ ହୋଇଛି। ବର୍ତ୍ତମାନ ସେହି ଆରବ ରାଷ୍ଟ୍ରଗୁଡ଼ିକ ମଧୢରୁ ଅଧିକା˚ଶ ଗୃହଯୁଦ୍ଧ, ହି˚ସା ଏବ˚ ଏକ ଅକର୍ମଣ୍ୟ ଶାସନ ବ୍ୟବସ୍ଥାର ଭାଗ୍ୟ ଭୋଗ କରୁଛନ୍ତି। ବରଂ ଏହି କାରଣରୁ ଇସଲାମୀୟ ରାଷ୍ଟ୍ରଗୁଡ଼ିକରେ ଶରଣାର୍ଥୀ ସମସ୍ୟା କଳ୍ପନାତୀତ ଭାବେ ଉଦ୍ବେଗଜନକ ହୋଇଛି।
ତେବେ, ଦୂରବୀକ୍ଷଣ ଯନ୍ତ୍ରର ସ୍ଥୂଳ ଦୃଷ୍ଟି ସ୍ଥାନରେ ଅଣୁବୀକ୍ଷଣ ଯନ୍ତ୍ରର ସୂକ୍ଷ୍ମ ଦୃଷ୍ଟିରେ ଏହି କାଳ ଖଣ୍ତକୁ ନିରେଖି ଦେଖିଲେ ତହିଁରେ ପ୍ରଥମେ ଆମେରିକାର ‘ବିଚାର ବିଭ୍ରାନ୍ତି’ ଦିଶିଥାଏ। ସେପ୍ଟେମ୍ବର ୯ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଗୋଟିଏ କ୍ଷୁଦ୍ର ଦଳ ଦ୍ବାରା ସ˚ଘଟିତ ହୋଇଥିଲା, କୌଣସି ରାଷ୍ଟ୍ର ଦ୍ବାରା ନୁହେଁ। ତେଣୁ ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଦୁଇ ଦୁଇଟି ରାଷ୍ଟ୍ରକୁ ନିଶାଣ କରିବା ଅପରିଣାମଦର୍ଶୀ ଥିଲା। ଏହି ସୂକ୍ଷ୍ମ ଦୃଷ୍ଟିରେ ଦିଶିଥାଏ ଯେ ସେହି ସମୟରେ କେବଳ ଓସାମା ବିନ ଲାଡେନକୁ ନିପାତ କରିବା ବା ନିର୍ଦ୍ଦିଷ୍ଟ ଭାବେ ‘ଅଲ କାଏଦା’କୁ ନିଶ୍ଚିହ୍ନ କରିବାର ଲକ୍ଷ୍ୟ ଯୁକ୍ତରାଷ୍ଟ୍ର ଆମେରିକା ସକାେଶ ଯଥାର୍ଥ ହୋଇଥାଆନ୍ତା। ଏହା ସତ ଯେ ‘ଅଲ କାଏଦା’ ବା ‘ଆଇସିସ୍’ ଭଳି ଆତଙ୍କବାଦୀ ଗୋଷ୍ଠୀ ଶକ୍ତିହୀନ ହୋଇଯିବା ପରେ ଆପାତତଃ ବଡ଼ ଏବ˚ ସ˚ଗଠିତ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ହ୍ରାସ ପାଇଛି। କିନ୍ତୁ ତା’ ବଦଳରେ ଏହି ସ˚ଗଠନ ଦ୍ବୟର ବଞ୍ଚି ରହିଥିବା ସଦସ୍ୟ ଏବ˚ ଚରମ ଇସଲାମୀୟ ମୌଳବାଦ ଦ୍ବାରା ଅନୁପ୍ରାଣିତ ଅସ˚ଖ୍ୟ ଜିହାଦୀ ଓ ଆତଙ୍କ ସୃଷ୍ଟିକାରୀ ବ୍ୟକ୍ତିବିେଶଷ ବିକ୍ଷିପ୍ତ ବୀଜ ସଦୃଶ ପୃଥିବୀର ପ୍ରାୟ ସମସ୍ତ ଅଞ୍ଚଳରେ ଭେଦି ଯାଇ ନିଜ ନିଜ ଉଦ୍ୟମରେ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖି ଆତଙ୍କବାଦର ବିଷ ଫସଲ ସୃଷ୍ଟି କଲେଣି, ଯାହାର ଉନ୍ମୂଳନ ଏକ ଦୁରୂହ ବ୍ୟାପାର। ସୁତରା˚, ପୃଥିବୀ ଏବେ ଅଧିକ ବିପଦାପନ୍ନ; ଯେଉଁଠି ବିମାନବନ୍ଦର ବା ସଂସଦ ବା ରାଷ୍ଟ୍ରପତି ଭବନଗୁଡ଼ିକ ହୁଏ’ତ ସୁରକ୍ଷିତ, କିନ୍ତୁ ସପି˚ ମଲ୍, ସ୍କୁଲ୍, ପାର୍କ, ସିନେମା ହଲ୍, ଉପାସନା ସ୍ଥଳ; ଏପରିକି ସଡ଼କଗୁଡ଼ିକ ବିପଦସ˚କୁଳ। ଏହି ସୂକ୍ଷ୍ମ ଦୃଷ୍ଟିରେ ଦିଶିଥାଏ କିଭଳି ଆତଙ୍କବାଦ ବିରୋଧରେ ଯୁଦ୍ଧ ଦ୍ବାରା ସୃଷ୍ଟ ଶରଣାର୍ଥୀ ଓ ଦେଶାନ୍ତରୀମାନଙ୍କ ସନ୍ତାନମାନେ ଏବେ ସେମାନଙ୍କୁ ଆଶ୍ରୟ ପ୍ରଦାନ କରିଥିବା ପାଶ୍ଚାତ୍ୟ ରାଷ୍ଟ୍ରରେ ନୂତନ ଆତଙ୍କବାଦୀ ରୂପେ ଆବିର୍ଭୂତ ହୋଇଛନ୍ତି।
ଆତଙ୍କବାଦ ଉନ୍ମୂଳନର ଯୁଦ୍ଧ ଏକ ରାଷ୍ଟ୍ର ବିରୋଧରେ କଲା ବେଳେ ଆମେରିକା ସମ୍ଭବତଃ ହୃଦୟଙ୍ଗମ କରି ନ ଥିଲା ଯେ ଆତଙ୍କବାଦର କୌଣସି ରାଷ୍ଟ୍ରୀୟ ସୀମା ନ ଥାଏ। ତେଣୁ, ସ˚ପ୍ରତି ପୃଥିବୀର କୌଣସି ଅଞ୍ଚଳ ବା କୌଣସି ଦେଶର କୌଣସି ନାଗରିକ କୌଣସି ଠାରେ ହେଲେ ମଧୢ ନିରାପଦ ନୁହନ୍ତି। କେବଳ ସେତିକି ନୁହେଁ ତାପମାତ୍ରା ବୃଦ୍ଧି ବା ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଯେମିତି ସମଗ୍ର ବିଶ୍ବକୁ ଆକ୍ରାନ୍ତ କରିବାରେ ଲାଗିଛି, ସେମିତି ଅଚିରେ ଆତଙ୍କବାଦ ସମସ୍ୟା ବିଶ୍ବର ସମଗ୍ର ମାନବ ଜାତିକୁ ତା’ର ଭଲ୍ଲୁକ ଆଶ୍ଳେଷରେ ଜାବୁଡ଼ି ଧରିବ, କିନ୍ତୁ ସେତେବେଳେ ଆମେରିକା ବା ବିଶ୍ବ ସମୁଦାୟର ନିଶାଣ ଯୋଗ୍ୟ କୌଣସି ଆତଙ୍କବାଦୀ ସଂଗଠନ ହୁଏ’ତ ନ ଥିବେ, ଅଥଚ ସେମାନଙ୍କ ବୀଜ ସର୍ବତ୍ର ଅତି ସନ୍ତର୍ପଣରେ ରହିଥିବ।
ସୁତରା˚, ଏହି କୋଡ଼ିଏ ବର୍ଷ ମଧୢରେ ଯାହା ପ୍ରକୃତରେ ଦେଖିବାକୁ ମିଳିଛି ତାହା ହେଲା ଆମେରିକାର ଉଚ୍ଚତାରେ ହ୍ରାସ ଏବଂ ତା’ ସହିତ ତାଲିବାନର ଦର୍ପରେ ବୃଦ୍ଧି। ଯେଉଁ ତାଲିବାନ ୨୦୦୧ ପୂର୍ବରୁ ଅନ୍ୟ ରାଷ୍ଟ୍ରମାନଙ୍କ ଦ୍ବାରା ପ୍ରାୟ ଅସ୍ପୃଶ୍ୟ ଥିଲା, ଏବେ ଅନେକ ମହତ୍ତ୍ବପୂର୍ଣ୍ଣ ରାଷ୍ଟ୍ରର ସ୍ବୀକୃତି ଲାଭର ଦ୍ବାର ଦେଶରେ। ୯/୧୧ ପରିପ୍ରେକ୍ଷୀରେ ଏହା ହିଁ ହେଉଛି ଗଲା କୋଡ଼ିଏ ବର୍ଷର ମୋଟାମୋଟି ରେଜଲ୍ଟ ସିଟ୍।