ଇଲିଅଟ୍‌ଙ୍କ ଧାଡ଼ି

୨୦୨୦ ଏବ˚ ୨୦୨୧ ମସିହାରେ ଯେଉଁ ତିନିଟି ଘଟଣା ସ˚ଘଟିତ ହୋଇ ବିଖ୍ୟାତ ଇ˚ରେଜୀ କବି ଟି.ଏସ୍‌. ଇଲିଅଟ୍‍ଙ୍କ ୧୯୨୫ ମସିହାରେ ପ୍ରକାଶିତ ଏକ କବିତାର ଗୋଟିଏ ଧାଡ଼ିକୁ ସତ୍ୟରେ ପରିଣତ କରିବାକୁ ଯାଉଥିବା ଭଳି ମନେ ହୋଇଥାଏ, ସେଗୁଡ଼ିକ ହେଲେ ଯଥାକ୍ରମେ ‘କରୋନା ପାନ୍‌ଡେମିକ୍‌’, ‘ଡିଜିଟାଲ ଆତଙ୍କବାଦ’ ଏବ˚ ‘ହାଭାନା ସିନ୍‌ଡ୍ରୋମ୍‌’(ହାଭାନା ଲକ୍ଷଣ)। ଏହା ସମ୍ଭବ ଯେ ପ୍ରଥମ ଦୁଇଟି ବିଷୟ ସ˚ପର୍କରେ ଏହି ସ୍ତମ୍ଭର ପାଠକପାଠିକାମାନଙ୍କର ଅଳ୍ପ ବହୁତେ ଯେଉଁଭଳି ଧାରଣା ରହିଥିବ; ତାହା ‘ହାଭାନା ସିନ୍‌ଡ୍ରୋମ୍‌’କୁ ନେଇ ହୁଏ’ତ ନ ଥିବ। ତେଣୁ ପ୍ରଥମେ ‘ହାଭାନା ସିନ୍‌ଡ୍ରୋମ୍‌’ ସ˚ପର୍କରେ ଚୁମ୍ବକରେ କହି ଆଲୋଚନାକୁ ଆଗକୁ ନିଆଯାଇପାରେ।

ଉଲ୍ଲେଖଯୋଗ୍ୟ ଯେ ସର୍ବପ୍ରଥମେ ୨୦୧୬ ମସିହାରେ କ୍ୟୁବାର ରାଜଧାନୀ ହାଭାନା ସ୍ଥିତ ଆମେରିକୀୟ ରାଷ୍ଟ୍ରାବାସରେ କାର୍ଯ୍ୟରତ କେତେକ କର୍ମଚାରୀ ଏବ˚ ସି.ଆଇ.ଏ. ସହିତ ସ˚ପୃକ୍ତ ବ୍ୟକ୍ତିବିଶେଷ ଏକ ରହସ୍ୟମୟ ଶାରୀରିକ ଅସୁସ୍ଥତା ବିଷୟରେ ଅଭିଯୋଗ କରିବାକୁ ଲାଗିଲେ, ଯହିଁରେ ସେମାନଙ୍କ କାନ ଭିତରେ ଭ୍ରମର ଗୁ˚ଜନତୁଲ୍ୟ ଶବ୍ଦ ଅନବରତ ସୃଷ୍ଟି ହୋଇ ମୁଣ୍ତ ବୁଲା ବା ବିନ୍ଧା ଏବ˚ ବାନ୍ତି ଭଳି ଅସୁସ୍ଥତା ଜାତ କରିଥିଲା; ଏପରିକି ଏହା ଶ୍ରବଣ ଶକ୍ତିରେ ହ୍ରାସ ଘଟାଇବା ସହିତ ସେମାନଙ୍କ ସାଧାରଣ ଜୀବନ ଯାତ୍ରାକୁ ଗଭୀର ଭାବେ ଆକ୍ରାନ୍ତ କରିଥିଲା। ଯେହେତୁ ଏହା ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ରାଷ୍ଟ୍ରପତିତ୍ବ କାଳରେ ଘଟିଥିଲା, ଏଭଳି ଅଭିଯୋଗକୁ ଚିରାଚରିତ ଭାବେ ଟ୍ର˚ପ୍‌ଙ୍କ ‘ଚକ୍ରାନ୍ତ ଥିଓରି’ର ଏକ ଅ˚ଶ ବୋଲି ବିଚାର କରି ନଜରଅନ୍ଦାଜ କରାଯାଇଥିଲା। ଏ ସବୁ ଲକ୍ଷଣ ମାତ୍ରାଧିକ କାର୍ଯ୍ୟ ଚାପ ବା ମାନସିକ ଚାପ ଜନିତ ବୋଲି ଅଭିହିତ କରାଗଲା। କିନ୍ତୁ କ୍ରମେ ଯେତେବେଳେ ତାହା କ୍ୟୁବା ଅତିକ୍ରମ କରି ଚୀନ, ରୁଷିଆ ଏବ˚ ଅଷ୍ଟ୍ରିଆରେ କାର୍ଯ୍ୟରତ ଆମେରିକୀୟ ରାଷ୍ଟ୍ରାବସର କର୍ମଚାରୀମାନଙ୍କୁ ନିୟମିତ ଭାବେ ଆକ୍ରନ୍ତ କରିବାରେ ଲାଗିଛି, ସେତିକି ବେଳେ ଏହା ପଛରେ କୌଣସି ଏକ ବାସ୍ତବ ଷଡ୍‍‌ଯନ୍ତ୍ର କାର୍ଯ୍ୟ କରୁଛି ବୋଲି ସନ୍ଦେହ ଦୃଢ଼ ହୋଇଛି। ସୁତରା˚, ଆମେରିକା ସରକାରଙ୍କ ଦ୍ବାରା ସୁରକ୍ଷା ବିଶେଷଜ୍ଞ, ସାମରିକ ଅଧିକାରୀ, ଗୁଇନ୍ଦା, ଚିକିତ୍ସା ବିଶାରଦ ଏବ˚ ବୈଜ୍ଞାନିକମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆରମ୍ଭ କରାଯାଇଛି। ଏବେ ସୁଦ୍ଧା ପ୍ରାୟ ୨୦୦ ଆମେରିକୀୟ ‘ହାଭାନା ସିନ୍‌ଡ୍ରୋମ୍‌’ ଦ୍ବାରା ଆକ୍ରାନ୍ତ, ଯେଉଁମାନଙ୍କ ମସ୍ତିଷ୍କର ଡାକ୍ତରୀ ଯାଞ୍ଚ ପରେ ରହସ୍ୟମୟ କ୍ଷତ ଦୃଷ୍ଟଗୋଚର ହେଉଛି। ଏହି ପରିପ୍ରେକ୍ଷୀରେ ଏହାର ଏକ ସମ୍ଭାବ୍ୟ କାରଣ ଭାବେ ବର୍ତ୍ତମାନ ଯାହା ଉଭା ହୋଇଛି, ତାହା ହେଲା ଯେ ସେମାନେ କୌଣସି ରହସ୍ୟମୟ ସ୍ରୋତରୁ ବିକିରିତ ହେଉଥିବା ତୀବ୍ର ‘ମାଇକ୍ରୋ େଵଭ୍‌’ର ଶିକାର ହୋଇଛନ୍ତି, ଯାହା ସେମାନଙ୍କ ମସ୍ତିଷ୍କ ଉପରେ ନିରବ ଆଘାତ ଦେଇଛି। ଯଦିଓ ଆମେରିକା ପକ୍ଷରୁ ଏହି ପ୍ରକରଣର କାରକ ରୂପେ ‘ରୁୁଷିଆ’ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି, ଏହାର ଉଦ୍ଦେଶ୍ୟ ନେଇ ତଥାପି ସ୍ପଷ୍ଟତା ଆସିପାରିନାହିଁ। ‘ମାଇକ୍ରୋ-େଵଭ୍‌’ ବ୍ୟବହାର କରି ଆମେରିକା ଠାରୁ ଗୁପ୍ତ ତଥ୍ୟ ବା ‘ଡେଟା’ ହାସଲ କରିବାର ଏହା ଏକ ଉଦ୍ୟମ(ଯାହା ଦୈବାତ୍‌ ମନୁଷ୍ୟକୁ କ୍ଷତି ପହଞ୍ଚାଉଛି) ନା ଏକ ଅତ୍ୟାଧୁନିକ ପ୍ରଯୁକ୍ତିକୁ ଏକ ଅଦୃଶ୍ୟ ଅସ୍ତ୍ର ଭାବେ ପ୍ରୟୋଗ କରାଯିବାର ଏହା ଏକ ପୂର୍ବାଭ୍ୟାସ; ତାହା ଏକ ପ୍ରଶ୍ନ।

ଏବେ କରୋନା ପାନ୍‌ଡେମିକ୍‌ ସ˚ପର୍କରେ ଆଲୋଚନା କଲେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ଏୟା ଯେ ସମଗ୍ର ପୃଥିବୀକୁ ସମ ଭାବେ ଆକ୍ରାନ୍ତ କରିଥିବା ଏହା ହେଉଛି ମାନବ ଇତିହାସର ପ୍ରଥମ ପ୍ରକୃତ ମହାମାରୀ। ତେବେ, ଏହି ମହାମାରୀର ଉତ୍ପତ୍ତି ନେଇ ଯେଉଁ ଏକାଧିକ ଅନୁମାନ କରାଯାଉଛି, ତହିଁରୁ ସର୍ବାଧିକ ବିଶ୍ବାସଯୋଗ୍ୟ ଏବ˚ ଗ୍ରହଣଯୋଗ୍ୟ ଭାବେ ଉଭା ହୋଇଥିବା ତତ୍ତ୍ବଟି ହେଉଛି ଏହା ‘ଉହାନ ଇନ୍‍ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ର କୌଣସି ପରୀକ୍ଷାଗାରରୁ ଲିକ୍‌ ହୋଇଥିବା ଏକ ମାନବ ରଚିତ କୃତ୍ରିମ କରୋନା ଭାଇରସ୍‌। ସେହି କାରଣରୁ ଏହାର ସ˚କ୍ରମଣ ଓ ଘଟ ପରିବର୍ତ୍ତନର କ୍ଷମତା ପ୍ରାକୃତିକ କରୋନା ଭୂତାଣୁ ତୁଳନାରେ ଖୁବ୍‌ ଅଧିକ ବୋଲି ମତ ପ୍ରକାଶ ପାଇଥାଏ। ପରୀକ୍ଷାଗାରରେ କରୋନା ଭୂତାଣୁ ଉପରେ ସଘନ ଗବେଷଣା ବା ଏଭଳି ମାରାତ୍ମକ ଭୂତାଣୁର ବିକାଶ ପଛରେ ହୁଏ’ତ ମାନବ ଜାତିର କଲ୍ୟାଣର ଉଦ୍ଦେଶ୍ୟ ନିହିତ ଥାଇପାରେ, କିନ୍ତୁ ଗବେଷଣାଗାରର ଅତ୍ୟନ୍ତ ଦୁର୍ଭେଦ୍ୟ ସୁରକ୍ଷା ବଳୟ ସତ୍ତ୍ବେ ଏହା ଅଚାନକ ଲିକ୍‌ ହୋଇଯିବା ପଛରେ ମାନବୀୟ ଅସତର୍କତା ରହିଛି ନା ଏକ ନିଃଶବ୍ଦ ଜୈବ ଯୁଦ୍ଧ ସକାଶେ ପ୍ରାକ୍‌-ପ୍ରସ୍ତୁତିର ଏହା ଏକ ଅ˚ଶ; ତାହା ଏକ ବଡ଼ ପ୍ରଶ୍ନ।

ସେହିଭଳି ‘ଡିଜିଟାଲ୍‌ ଆତଙ୍କବାଦ’ ହେଉଛି ଏଭଳି ଏକ ଅନ୍ତର୍ଘାତୀ କାର୍ଯ୍ୟ ଯାହା ବଳରେ କୌଣସି ରାଷ୍ଟ୍ର ଉପରେ ଗଭୀର ଏବ˚ ମରଣାନ୍ତକ ପ୍ରହାର କରାଯାଇପାରେ; ଯହିଁରେ ବିନ୍ଦୁଏ ରକ୍ତପାତ ହେବାର ସମ୍ଭାବନା ମଧ୍ୟ ନ ଥାଏ। ଏଠାରେ ସ୍ମରଣଯୋଗ୍ୟ ଯେ ଲଦାଖ ଠାରେ ଭାରତ ଏବ˚ ଚୀନ ମଧୢରେ ଜାତ ହୋଇଥିବା ଉତ୍ତେଜନା କାଳରେ ହଠାତ୍‌ ୨୦୨୦ ମସିହା ଅକ୍ଟୋବର ୧୨ ତାରିଖରେ ଅତି ରହସ୍ୟମୟ ଭାବେ ଭାରତର ହୃହତ୍ତମ ବାଣିଜ୍ୟ ନଗରୀ ମୁମ୍ବାଇର ବିଦ୍ୟୁତ୍‌ ଗ୍ରିଡ୍ ଅଚଳ ହୋଇ ଯାଇ ଏହାକୁ କେଇ ଘଣ୍ଟା ଯାଏ ନିରନ୍ଧ୍ର ଅନ୍ଧକାର ମଧୢକୁ ଠେଲି ଦେଇଥିଲା, ଯହିଁରେ ଏହି ମହାନଗରୀର ଜୀବନ ଯାତ୍ରା ଅଚଳ ହୋଇଯାଇଥିଲା। ସେହିଭଳି ଏକ ଅନୁରୂପ ଘଟଣାରେ ଅଚାନକ ଯୁକ୍ତରାଷ୍ଟ୍ର ଆମେରିକାର ବୃହତ୍ତମ ତୈଳ ଯୋଗାଣକାରୀ ସ˚ସ୍ଥା ‘କଲୋନିଆଲ ପାଇପ୍‌ ଲାଇନ୍‌’ ବନ୍ଦ ହୋଇଯାଇ କିଛି ଦିନ ସକାଶେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ବୃହଦା˚ଶକୁ ମୁମୂର୍ଷୁ କରି ପକାଇଥିଲା। କହି ରଖିବା ଆବଶ୍ୟକ ଯେ ‘ଗ୍ୟାସୋଲିନ୍‌’(ପେଟ୍ରୋଲ୍‌) ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ଧମନୀରେ ବହୁଥିବା ରକ୍ତ, ଯାହା ବନ୍ଦ ହୋଇଯିବା ଅର୍ଥ ସେଠାକର ଜୀବନଯାତ୍ରା ଅସାଡ଼ ହୋଇଯିବା। ସୂଚନାଯୋଗ୍ୟ ଯେ ଏହି ଦୁଇଟି ଘଟଣା ପଛରେ ଥିଲେ ଯଥାକ୍ରମେ ଚୀନ୍‌ ଏବ˚ ରୁଷିଆର ‘ଇଣ୍ଟରନେଟ୍‌ ହ୍ୟାକର‌୍‌’, ଯେଉଁମାନେ ନିଜ ନିଜ ଦେଶର ଭୂଖଣ୍ତରେ ରହି ଅନ୍ୟ ଦେଶ ଉପରେ ‘ଡିଜିଟାଲ୍‌ ଆତଙ୍କବାଦ’ ସ˚ରଚନା କରିଥିଲେ। ଆଗାମୀ ଦିନରେ ପୃଥିବୀ ସୂଚନା ପ୍ରଯୁକ୍ତି ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେବାର ଅନିବାର୍ଯ୍ୟତା ଦୃଷ୍ଟିରୁ ‘ଡିଜିଟାଲ ଆତଙ୍କବାଦ’ କ’ଣ ଏକ ଭୟାବହ ବାସ୍ତବତାରେ ପରିଣତ ହେବ; ତାହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ।

ସେହି ପରିପ୍ରେକ୍ଷୀରେ ଟିକିଏ ଗଭୀରକୁ ଦୃଷ୍ଟି ନିକ୍ଷେପ କଲେ ଦିଶିଥାଏ ଯେ ଏହି ତିନିଟି ଯାକ ଆପାତତଃ ଅସ˚ଲଗ୍ନ ଘଟଣା ମଧୢରେ ଏକ ସୂକ୍ଷ୍ମ ସ˚ପର୍କ ବିଦ୍ୟମାନ। ‘ହାଭାନା ସିନ୍‌ଡ୍ରୋମ୍‌’ ହେଉ ଅଥବା ‘କରୋନା ପାନ୍‌ଡେମିକ୍‌’ ବା ‘ଡିଜିଟାଲ ଆତଙ୍କବାଦ’; ଏହି ତିନିଟି ଯାକ ପ୍ରକରଣ ହେଉଛନ୍ତି ମାନବ ବୁଦ୍ଧି ଓ ଗବେଷଣାଗତ ଚରମ ଉତ୍କର୍ଷର ଉପଜ। ଏହି ସଂଦର୍ଭରେ ପ୍ରଶ୍ନ ଉଠିଥାଏ ଯେ ଏଭଳି ଚରମ ଉତ୍କର୍ଷର ସ୍ତର ସ୍ପର୍ଶ କରିବା ପରେ ମାନବ ଚେତନାରେ ଆତ୍ମ-ବିଧ୍ବଂସର ପ୍ରବଣତା ସୃଷ୍ଟି ହୋଇଥାଏ କି? ଏହି ପରିପ୍ରେକ୍ଷୀରେ ପ୍ରାୟ ଦଶ ହଜାର ବର୍ଷ ପୂର୍ବର କି˚ବଦନ୍ତୀୟ ‘ଆଟଲାଣ୍ଟିସ୍‌’ ସଭ୍ୟତା କଥା ସ୍ମରଣକୁ ଆସେ। ବିଶ୍ବାସ କରା ଯାଇଥାଏ କି ‘ଆଟଲାଣ୍ଟିସ’ ମହାନଗରୀ(ରାଜ୍ୟ)ରେ ବାସ କରୁଥିବା ମାନବ ସମାଜ ନୈତିକ ଏବ˚ ଅଲୌକିକ ଉପଲବ୍‌ଧିର ଶୀର୍ଷତମ ସେପାନରେ ପହଞ୍ଚିଥିଲା। କିନ୍ତୁ, ଏକ ବିଡ଼ମ୍ବନା ସ୍ବରୂପ ଏଭଳି ଅନତିକ୍ରମ୍ୟ ଉତ୍କର୍ଷ ସେମାନଙ୍କୁ ଏଭଳି ‘ଆତ୍ମଘାତୀ’ କରି ପକାଇଲା ଯେ ସେମାନେ ପରସ୍ପର ଉପରେ ସେମାନଙ୍କ ଅଲୌକିକ ଶକ୍ତିର ପ୍ରୟୋଗ କରି ବିଧ୍ବସ୍ତ ହୋଇଗଲେ ଏବ˚ ‘ଆଟଲାଣ୍ଟିସ୍‌’ ସମଦ୍ରର ଗର୍ଭସ୍ଥ ହୋଇଗଲା। ପୃଥିବୀର ସବୁ ସଭ୍ୟତାର କାହାଣୀ ଏହିଭଳି: ଉତ୍କର୍ଷର ଶିଖରରୁ ପତନ! ତେଣୁ ପ୍ରଶ୍ନ ଉଠେ ଅଦୂର ଭବିଷ୍ୟତ୍‌ରେ ସେଭଳି ଏକ ସମୟ ଉପନୀତ ହେବାର ଚିହ୍ନ ଦିଶିଲାଣି କି?

୧୯୨୫ ମସିହାରେ ଟି.ଏସ୍‌. ଇଲିଅଟ୍‌ ତାଙ୍କର ପ୍ରସିଦ୍ଧ କବିତା ‘ଦ ହଲୋ ମ୍ୟାନ୍‌’(ଫମ୍ପା ମଣିଷ)ରେ ଏହିଭଳି ଧାଡ଼ିଏ ଲେଖିଥିଲେ: ‘ଦିସ ଇଜ୍‌ ଦ େଵ ଦ ଵର୍ଲଡ ଏଣ୍ତ୍‌ସ; ନଟ୍‌ ଵିଥ୍‌ ଏ ବ୍ୟା˚ଗ୍‌ ବଟ୍‌ ଵିଥ୍‌ ଏ ହ୍ବି˚ପର‌୍‌’, ଯାହାର ଓଡ଼ିଆ ଭାଷାନ୍ତର ହେଲା: ପୃଥିବୀର ଅନ୍ତ ଏହି ଭଳି ଘଟିବ; ଏକ ବିସ୍ଫୋରଣ ସହିତ ନୁହେଁ, ବେଦନାର ଏକ ଚାପା କାନ୍ଦଣାରେ।

୨୦୨୦ ଏବଂ ୨୦୨୧ ମସିହାରେ ମାନବ ଜାତି ଉପରେ ନିରବ ଆଘାତର ଯେଉଁଭଳି ଉଦାହରଣମାନ ଦେଖାଗଲାଣି, ଲାଗୁଛି ଇଲିଅଟ୍‌ଙ୍କ ଉକ୍ତି ସତ ହୋଇଯିବ କି ଆଉ?

ସମ୍ବନ୍ଧିତ ଖବର