୨୦୦୯ ମସିହାରେ ପାକିସ୍ତାନର ଲେଖକ ଓ ସାମ୍ବାଦିକ ଅମିର ମିର୍ ଏକ ପୁସ୍ତକ ଲେଖିଥିଲେ, ଯାହାର ନାମ ଥିଲା ‘ତାଲିବାନାଇଜେସନ୍ ଅଫ୍ ପାକିସ୍ତାନ: ଫ୍ରମ୍ ୯/୧୧ ଟୁ ୨୬/୧୧’ ଅର୍ଥାତ୍ ‘ପାକିସ୍ତାନର ତାଲିବାନୀକରଣ: ୯/୧୧ରୁ ୨୬/୧୧ ପର୍ଯ୍ୟନ୍ତ।’ ଏହି ପୁସ୍ତକରେ ମୌଳବାଦୀ ଉଗ୍ରବାଦ ଦ୍ବାରା ଅଧିକରୁ ଅଧିକ ପ୍ରଭାବିତ ହୋଇ ଚାଲିଥିବା ପାକିସ୍ତାନ ସ˚ଦର୍ଭରେ ଏହାର ‘ତାଲିବାନୀକରଣ’ ହୋଇ ଚାଲିଛି ବୋଲି ଅମିର ମିର୍ କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗଲା ଶତାବ୍ଦୀର ସପ୍ତମ ଦଶକ ବେଳକୁ ପାକିସ୍ତାନ ଥିଲା ଯୁକ୍ତରାଷ୍ଟ୍ର ଆମେରିକାର ଏକ ପରମ ମିତ୍ର ରାଷ୍ଟ୍ର ଏବ˚ ଏହାର ଜାତୀୟ ଆୟ ବା ଜି.ଡି.ପି. ଥିଲା ଭାରତର ଦୁଇ ଗୁଣରୁ ଅଧିକ। ସେଠାକାର ଇ˚ରେଜୀ ପଢୁଆ ଧନାଢ଼୍ୟ ଓ ବିଳାସପ୍ରିୟ ପୁରୁଷ ଏବ˚ ମହିଳାମାନେ କରାଚୀର ନାଇଟ୍ କ୍ଲବ୍ରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହି ମଉଜ କରିବା ଥିଲା ସେହି ସମୟର ଏକ ସାଧାରଣ ଘଟଣା। ସେହି ପରିପ୍ରେକ୍ଷୀରେ ସମୟର ସ୍ରୋତ ଆଗକୁ ପ୍ରବହମାନ ଥିବା ବେଳେ ପାକିସ୍ତାନର ଦ୍ରୁତ ପଶ୍ଚାତ୍ ଗତି ଏକ ବିଡ଼ମ୍ବିତ କୌତୂହଳର କାରଣ ହେବା ସ୍ବାଭାବିକ। ତେଣୁ ଅମିର ମିର୍ ତାଙ୍କ ପୁସ୍ତକରେ ସେ ସମ୍ବନ୍ଧରେ ଏକ ଅନୁଶୀଳନାତ୍ମକ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଜିଆ ଉଲ୍ ହକ୍ ପାକିସ୍ତାନର ସେନାଧୢକ୍ଷ ଏବ˚ ପରେ ଶାସନ ମୁଖ୍ୟ ହେବା ସମୟରୁ ହିଁ ପାକିସ୍ତାନର ତାଲିବାନୀକରଣ ପ୍ରକ୍ରିୟାର ପ୍ରାରମ୍ଭ ହୋଇଥିଲା, ଯାହା ନିରବଚ୍ଛିନ୍ନ ଭାବେ ଅବ୍ୟାହତ ରହିଛି।
୧୯୮୮ ମସିହାରେ ଜିଆ ଉଲ୍ ହକ୍ଙ୍କ ମୃତ୍ୟୁ ପର ଠାରୁ ଆଜି ମଧୢରେ ତିନି ଦଶନ୍ଧିରୁ ଅଧିକ କାଳ ବିତିଗଲାଣି ଏବ˚ ଆଜି ଆମେ ଯାହା ଦେଖିବାକୁ ପାଇଥାଉ, ତାହା ହେଲା ତାଲିବାନ ଭଳି ଏକ ବିଶାଳ ଜିହାଦୀ ଆତଙ୍କବାଦୀ ବାହିନୀର ମୁଖ୍ୟ ପୃଷ୍ଠପୋଷକ ଭାବେ ପାକିସ୍ତାନ ତା’ର ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନରେ ଆତଙ୍କବାଦର ଏକ ଉପନିବେଶ ସ୍ଥାପନ କରିଛି ଏବ˚ ଏହି ସଫଳତାରେ ସ୍ଫୀତ ପାକିସ୍ତାନ ତା’ର ପୂର୍ବର ସ˚ଭ୍ରମତା ପରିହାର କରି ତାଲିବାନ ସପକ୍ଷରେ ଖୋଲାଖୋଲି ମନ୍ତବ୍ୟମାନ ପ୍ରଦାନ କରିବାରେ ଲାଗିଛି। ସୁତରା˚, ଏ ପ୍ରସଙ୍ଗରେ ସ୍ବାଭାବିକ ଭାବେ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ୨୦୦୯ ବେଳକୁ ଅମିର ମିର୍ ପାକିସ୍ତାନର ‘ତାଲିବାନୀକରଣ’ ପ୍ରକ୍ରିୟା ସମ୍ବନ୍ଧରେ ଯାହା କହିଥିଲେ, ତାହା ସମ୍ଭବତଃ ଏବେ ସ˚ପୂର୍ଣ୍ଣ ହେବା ପଥରେ ଦ୍ରୁତ ଗତିରେ ଧାବମାନ ହେଉଛି।
ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନରେ ଏବେ ମଧୢ ଉଦାରବାଦୀ ଚେତନାର ଅସ୍ତିତ୍ବ ରହିଛି, ଯାହା ସେଠାକାର ବିଭିନ୍ନ ଏନ୍.ଜି.ଓ. ବା ମାନବାଧିକାର ସୁରକ୍ଷା ଅନୁଷ୍ଠାନ ବା କେତେକ ନିର୍ଭୀକ ଗଣମାଧ୍ୟମରେ ଅଭିବ୍ୟକ୍ତି ଲାଭ କରିଥାଏ। କିନ୍ତୁ ବିଡ଼ମ୍ବନାଟି ହେଲା, ସେ ରାଷ୍ଟ୍ରର ସରକାର ଏବ˚ ସେଠାକାର ସର୍ବାଧିକ ଶକ୍ତିଶାଳୀ ଅନୁଷ୍ଠାନ ସେନାବାହିନୀ ଇତି ମଧୢରେ ମୌଳବାଦୀ ଉଗ୍ରବାଦର ମୁକ୍ତ ସମର୍ଥକ ଭାବେ ଆବିର୍ଭୂତ ହେଲେଣି, ଯାହା ହୁଏ’ତ ପାଞ୍ଚ ବର୍ଷ ପୂର୍ବରୁ ନ ଥିଲା (୨୦୧୮ରେ ସହିଦ କେ. ଆବାସୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳ ସମାପ୍ତି ପର୍ଯ୍ୟନ୍ତ)। ଜେନେରାଲ ପରଭେଜ ମୁସାରଫଙ୍କ ଶାସନ କାଳ ସମୟରେ ଯଦିଓ କାଶ୍ମୀରରେ ଆତଙ୍କବାଦ ଚଳାଇ ରଖିବା ଲାଗି ‘ଜୈସ ଏ ମହମ୍ମଦ୍’ ବା ‘ଲସ୍କର ଏ ତୋଏବା’ ଭଳି ଆତଙ୍କବାଦୀ ସ˚ଗଠନକୁ ଛତ୍ରଛାୟା ପ୍ରଦାନ କରାଯାଇଥିଲା ଏବ˚ ସେମାନଙ୍କୁ ସ୍ବାଧୀନତା ସ˚ଗ୍ରାମୀ ଏବ˚ ଓସାମା ବିନ ଲାଡ଼େନକୁ ପାକିସ୍ତାନୀଙ୍କ ‘ହିରୋ’ ଭାବେ ସେ ଅଭିହିତ କରିଥିଲେ, ଏପଟେ କିନ୍ତୁ ଆମେରିକା ସହିତ ମିଶି ଆଲ କାଏଦା ଏବ˚ ତାଲିବାନ ବିରୋଧରେ ଯୁଦ୍ଧ ମଧୢ କରିିଥିଲେ।
ଏବେ କିନ୍ତୁ ଯେଉଁଭଳି ଦୃଶ୍ୟ ମାନ ଦେଖିବାକୁ ମିଳୁଛି, ତହିଁରେ ସରକାର ବା ସେନାବାହିନୀ ପକ୍ଷରୁ ପୂର୍ବରୁ ପ୍ରଦର୍ଶନ କରାଯାଉଥିବା ଭଳି କପଟ ଆଚରଣ ପ୍ରସୂତ କୃତ୍ରିମ କୁଣ୍ଠା ମଧ୍ୟ ଅନୁପସ୍ଥିତ। ସୁତରା˚, ତାଲିବାନ ଦ୍ବାରା ଆଫଗାନିସ୍ତାନ ଅଧିକୃତ ହେବା ପରେ ଯେତେବେଳେ କାବୁଲର ଜନସାଧାରଣ ଅତ୍ୟନ୍ତ ବିକଳତାର ସହିତ ପଳାୟନ କରୁଥିଲେ, ସେତିକି ବେଳେ ଇମରାନ ଖାଁ ସଦର୍ପେ ଘୋଷଣା କରିଥିଲେ ଯେ ତାଲିବାନ ଦ୍ବାରା ଆଫଗାନିସ୍ତାନ ବିଦେଶୀ ଶାସନର ଶୃଙ୍ଖଳରୁ ମୁକ୍ତ ହୋଇଛି। କେବଳ ସେତିକି ନୁହେଁ, ସେ ପ୍ରକାଶ୍ୟରେ ଏଭଳି ଆଶା ମଧୢ ପୋଷଣ କରିବା ଦେଖିବାକୁ ମିଳିଥିଲା ଯେ ତାଲିବାନ ସହାୟତାରେ କାଶ୍ମୀର ଦଖଲ ମଧୢ ଅବଶ୍ୟମ୍ଭାବୀ। ଏହି ସ˚ଦର୍ଭରେ ଆଇ.ଏସ୍.ଆଇ.ର ମୁଖ୍ୟ ଫୈଜ ହମିଦ ନିଃସ˚କୋଚରେ କାବୁଲ ଠାରେ ତାଲିବାନ ମନ୍ତ୍ରୀମଣ୍ତଳ ଗଠନ ବେଳେ ଉପସ୍ଥିତ ରହିବା ମଧୢ ଦୃଷ୍ଟାନ୍ତମୂଳକ, ଯେହେତୁ ପୂର୍ବରୁ କୌଣସି ଆଇ.ଏସ୍.ଆଇ. ମୁଖ୍ୟ ଆତଙ୍କବାଦ ପରିପ୍ରେକ୍ଷୀରେ ନିଜର ବା ରାଷ୍ଟ୍ରର ମନୋଭାବର ଏଭଳି ଉଲଙ୍ଗ ପ୍ରଦର୍ଶନ କରି ନାହାନ୍ତି। ତାଲିବାନର ବିଜୟକୁ ସମ୍ମାନ ଜଣାଇ ପାକିସ୍ତାନର ଶହ ଶହ ମଦ୍ରାସା ବା ସେମିନାରିରେ ତାଲିବାନ ପତାକା ଉତ୍ତୋଳିତ ହୋଇଥିଲା ଏବ˚ ତହିଁରୁ ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀମାନେ ସଫଳ ଜିହାଦୀରେ ପରିଣତ ହୋଇଥିବା ହେତୁ ମିଷ୍ଟାନ୍ନ ବଣ୍ଟନ ମଧୢ କରାଯାଇଥିଲା।
ପ୍ରକାଶ ଥାଉ କି ପୂର୍ବରୁ ପାକିସ୍ତାନରେ କୌଣସି ନିର୍ବାଚିତ ସରକାର ଜିହାଦୀ ପ୍ରଶିକ୍ଷଣକୁ ଏଭଳି ମୁକ୍ତ ସମର୍ଥନ ପ୍ରକାଶ କରି ନ ଥିଲେ, ଯାହା ଇମରାନ ଖାଁଙ୍କ ଶାସନ କାଳରେ ହୋଇଛି। ଉଦାହରଣ ସ୍ବରୂପ ‘ଆକେରା ଖଟକ’ ଠାରେ ଅବସ୍ଥିତ ‘ଦାରୁଲ ଉଲମ ହକ୍କନୀ’ ସେମିନାରିକୁ ଇମରାନ ଖାଁ ପ୍ରାୟ ଏକ ନିୟୁତ ଡଲାରର ଅର୍ଥରାଶି ଯୋଗାଇ ଦେଇଛନ୍ତି, ଯହିଁରୁ ସର୍ବାଧିକ ସଂଖ୍ୟକ ତୁଙ୍ଗ ତାଲିବାନ ଜିହାଦୀ ବାହାରିଛନ୍ତି। କହିବା ଅନାବଶ୍ୟକ ଯେ ପାକିସ୍ତାନ ସରକାରଙ୍କ ଏଭଳି ଆଭିମୁଖ୍ୟ ଦ୍ବାରା ଉତ୍ସାହିତ ହୋଇ ବିଭିନ୍ନ ସରକାରୀ ଅନୁଷ୍ଠାନ ଏବ˚ ପ୍ରଶାସନର ମୁଖ୍ୟମାନେ ମଧୢ ତାଲିବାନ ଓ ଜିହାଦୀ ଆତଙ୍କବାଦ ସମର୍ଥନରେ ଟ୍ବିଟ୍ର ଝଡ଼ ସୃଷ୍ଟି କରିଛନ୍ତି। ତେବେ ଏଥି ମଧୢରୁ ଯାହା ସର୍ବାଧିକ ଉଦ୍ବେଗଜନକ ତାହା ହେଲା ପାକିସ୍ତାନ ସେନାବାହିନୀର ‘ତାଲିବାନୀକରଣ’। ଯଦିଓ ପାକିସ୍ତାନ ସେନାବାହିନୀ ସର୍ବଦା ଭାରତ ବିରୋଧୀ ଜିହାଦୀ-ଆତଙ୍କବାଦୀ କାର୍ଯ୍ୟକଳାପରେ ନିଜକୁ ସ˚ଶ୍ଳିଷ୍ଟ କରି ରଖି ଆସିଛିି, ତଥାପି ପୂର୍ବରୁ କେବେ ହେଲେ ପାକିସ୍ତାନୀ ଜେନେରାଲମାନେ ମୌଲବୀମାନଙ୍କୁ ଅତ୍ୟଧିକ ପ୍ରଶ୍ରୟ ପ୍ରଦାନ କରି ନ ଥିଲେ। କିନ୍ତୁ ଏବେ ତହିଁରେ ମଧୢ ପରିବର୍ତ୍ତନ ଦେଖାଯିବା ଅନିବାର୍ଯ୍ୟ ହେଲାଣି, କାରଣ ପାକିସ୍ତାନ ସେନାବାହିନୀର ଏକ ପ୍ରମୁଖ ଅ˚ଶ ଦଖଲ କରିଥିବା ପଖତୁନ ଗୋଷ୍ଠୀର ସୈନିକମାନେ ଜିହାଦୀ-ଆତଙ୍କବାଦ ବିରୋଧରେ ଯୁଦ୍ଧ କରିବା ଲାଗି ଖୋଲାଖୋଲି ଅନିଚ୍ଛା ପ୍ରକଟ କରିବା ସହିତ ଆବଶ୍ୟକ ହେଲେ ସେନାବାହିନୀ ଛାଡ଼ି ଆତଙ୍କବାଦୀ ସ˚ଗଠନରେ ଯୋଗ ଦେବା ଲାଗି ଉଦ୍ଗ୍ରୀବ ହୋଇ ବସିଥିବା କଥା ମଧୢ ସାମନାକୁ ଆସିଲାଣି।
ଏଭଳି ସ୍ଥିତିରେ ଯେଉଁ ଚିତ୍ରଟି ଦେଖିବାକୁ ମିଳିଥାଏ, ତାହା ହେଲା ପାକିସ୍ତାନ ତାଲିବାନର ମୁନିବ ଭଳି ଦିଶୁଥିଲେ ମଧୢ ଅଚିରେ ଏ ଭୂମିକାରେ ଅଦଳବଦଳ ହୋଇ ଯାଇପାରେ। ତାଲିବାନ ଖାଉନ୍ଦ ଭୂମିକାରେ ଅବତୀର୍ଣ୍ଣ ହୋଇ ପାକିସ୍ତାନକୁ ନିୟନ୍ତ୍ରଣ କରିବାର ଆଶଙ୍କା ମଧ୍ୟ ନିରାଧାର ନୁହେଁ। ପାକିସ୍ତାନରେ ସ˚ପ୍ରତି ୩୫,୫୧୭ଟି ସେମିନାରି ରହିଛି, ଯହିଁରୁ ୪.୫ ନିୟୁତ ଶିକ୍ଷାର୍ଥୀ ଜିହାଦୀ ରୂପରେ ଆତ୍ମପ୍ରକାଶ କରିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏବେ ତାଲିବାନ ସେମାନଙ୍କ ସମ୍ମୁଖରେ ଏକ ଆଦର୍ଶ ଭାବେ ଦଣ୍ତାୟମାନ। ଏବ˚ ଏମାନେ କାଳକ୍ରମେ ପାକିସ୍ତାନ ଭୂମିରେ ସକ୍ରିୟ ଥିବା ଅସ˚ଖ୍ୟ ଆତଙ୍କବାଦୀ ସ˚ଗଠନ ଏବ˚ ଚରମ ମୌଳବାଦୀ ଧର୍ମୀୟ ଅନୁଷ୍ଠାନଗୁଡ଼ିକୁ ସମୃଦ୍ଧ କରିବେ। ତେଣୁ ଅଚିରେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି, ଯେଉଁଠି ସମସ୍ତଙ୍କ ଅଲକ୍ଷ୍ୟରେ ପାକିସ୍ତାନ ଭଳି ଏକ ସାର୍ବଭୌମ ଓ ଗୁରୁତ୍ବପୂର୍ଣ୍ଣ ଏସୀୟ ରାଷ୍ଟ୍ର ଆଫଗାନୀ ତାଲିବାନମାନଙ୍କ ଏକ ଉପନିବେଶରେ ପରିଣତ ହୋଇସାରିଥିବ। ତାହା ଏକ ଅକଳ୍ପନୀୟ ବିପଦର କାରଣ ହେବ। କାରଣ ଭୁଲିଗଲେ ହେବ ନାହିଁ ଯେ ପାକିସ୍ତାନ ଏକ ଅଣୁ ଅସ୍ତ୍ର ସ˚ପନ୍ନ ରାଷ୍ଟ୍ର ଏବ˚ ତାଲିବାନ ହାତରେ ତାହା ହେବ ପୃଥିବୀକୁ ଧ୍ବ˚ସ କଲା ଭଳି ଏକ ଖେଳଣା।