ଠିକଣା ସ˚ସ୍କାର
୧୭୮୭ ମସିହାରେ ପଶ୍ଚିମବଙ୍ଗର ଈଶାପୁର ଠାରେ ‘ବ୍ରିଟିସ୍ ଇଷ୍ଟ ଇଣ୍ତିଆ କ˚ପାନି’ ଦ୍ବାରା ସ୍ଥାପିତ ଭାରତର ପ୍ରଥମ ବାରୁଦ ତିଆରି କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଥିଲା ୧୭୯୧ ମସିହାରେ, ଯାହା ସହିତ ଜନ୍ମ ଲାଭ କରିଥିଲା ‘ଅର୍ଡାନ୍ସ ଫାକ୍ଟ୍ରି ବୋର୍ଡ୍’ ବା ‘ଓ.ଏଫ୍.ବି.’। ଏହି ‘ବୋର୍ଡ୍’ ଭାରତର ସ୍ବାଧୀନତା ପରେ ମଧୢ ଦୀର୍ଘ ଦୁଇ ଶତାବ୍ଦୀରୁ ଅଧିକ କାଳ ତା’ର ଅସ୍ତିତ୍ବ ବଜାୟ ରଖି ପରିଶେଷରେ ଗତକାଲି ଅର୍ଥାତ୍ ଅକ୍ଟୋବର ୧ ତାରିଖରେ ବିଲୁପ୍ତ ହୋଇଯାଇଛି। ତେବେ, ଏହି ସମୟ ଖଣ୍ତ ମଧୢରେ ଏହା ଏକ ହସ୍ତୀତୁଲ୍ୟ ବିଶାଳ ଅନୁଷ୍ଠାନରେ ପରିଣତ ହୋଇଥିଲା, ଯାହା ଅଧୀନରେ ସାରା ଦେଶରେ ରହିଥିବା ୪୧ଟି କାରଖାନାରେ ୭୫ ହଜାର ସରିକି କର୍ମଚାରୀ କାର୍ଯ୍ୟ କରୁଥିଲେ। ପ୍ରକାଶ ଥାଉ କି ଭାରତୀୟ ସେନାବାହିନୀ ସକାଶେ ଆବଶ୍ୟକ ଗୁଳିଗୋଳା ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ୍, ଭାରୀଯାନ ଏପରକି ସୈନିକ ୟୁନିଫର୍ମ ଏବ˚ ଆକାଶଛତା ପର୍ଯ୍ୟନ୍ତ ସବୁ କିଛି ଏହି ବୋର୍ଡ୍ ପରିଚାଳିତ କାରଖାନାଗୁଡ଼ିକ ତିଆରି କରୁଥିଲେ। ଅବଶ୍ୟ, ଏହି କାରଖାନାଗୁଡ଼ିକ ପୂର୍ବବତ୍ ସେମାନଙ୍କ କାର୍ଯ୍ୟ କରି ଚାଲିିବେ, କିନ୍ତୁ ସେମାନେ ରହିବେ ଏହି ‘ବୋର୍ଡ୍’ର ଘଟ ପରିବର୍ତ୍ତନ ହୋଇ ସୃଷ୍ଟି ହୋଇଥିବା ସାତଟି ରାଷ୍ଟ୍ରାୟତ୍ତ ନିଗମ ଅଧୀନରେ। ଉଲ୍ଲେଖଯୋଗ୍ୟ ଯେ ବିଶେଷଜ୍ଞମାନେ ଏହି ପଦକ୍ଷେପକୁ ଭାରତୀୟ ସାମରିକ କ୍ଷେତ୍ରରେ ସାଧିତ ହୋଇଥିବା ଏକ ସାହସିକ ସ˚ସ୍କାର ରୂପେ ଅଭିହିତ କରିଥାଆନ୍ତି, ଯାହା ଏହି ସ୍ତମ୍ଭରେ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଥାଉ କି ଗତକାଲି ଠାରୁ ‘ଓ.ଏଫ୍.ବି.’ ଅଧୀନସ୍ଥ ସମସ୍ତ ୪୧ଟି କାରଖାନାକୁ ସେମାନେ ଉତ୍ପାଦନ କରୁଥିବା ଦ୍ରବ୍ୟ ଆଧାରରେ ସାତଟି ବର୍ଗରେ ବିଭକ୍ତ କରାଯାଇ ପ୍ରତି ବର୍ଗର ଦାୟିତ୍ବ ଗୋଟିଏ ଗୋଟିଏ ନିଗମ ହସ୍ତରେ ଅର୍ପଣ କରାଯାଇଛି। ଉଦାହରଣ ସ୍ବରୂପ ‘ଅର୍ମର୍ଡ ଭେଇକଲ୍ସ ନିଗମ ଲିମିଟେଡ଼୍’ ନାମକ ସ˚ସ୍ଥାଟିରେ ଯୁଦ୍ଧରେ ବ୍ୟବହୃତ ଭାରୀଯାନ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏଣିକି ଏହି କାରଖାନାଗୁଡ଼ିକ ସିଧାସଳଖ ପ୍ରତିରକ୍ଷା ମନ୍ତ୍ରାଳୟର ଅଧୀନରେ ନ ରହି ଗୋଟିଏ ଗୋଟିଏ ରାଷ୍ଟ୍ରାୟତ୍ତ କ˚ପାନିର ଅ˚ଶ ଭାବେ କାର୍ଯ୍ୟ କରିବେ। ଏଠାରେ ସ୍ମରଣଯୋଗ୍ୟ ଯେ ୨୦୨୦ ମେ ମାସରେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତି କାରଣରୁ ଗଲା ଅକ୍ଟୋବର ମାସରେ ‘ଅର୍ଡାନ୍ସ ଫାକ୍ଟ୍ରି’ଗୁଡ଼ିକରେ ପ୍ରତିବାଦ ସହିତ ଶ୍ରମିକ ଧର୍ମଘଟ କରାଯାଇଥିଲା, ଯେଉଁ ସମୟରେ ପୂର୍ବ ଲଦାଖ ସୀମାରେ ଭାରତ ଏବ˚ ଚୀନ ସୈନ୍ୟବାହିନୀ ଏକ ଉତ୍ତେଜନାପୂର୍ଣ୍ଣ ମୁହାଁମୁହିଁ ସ୍ଥିତିରେ ଥିଲେ। ଏହି ପ୍ରତିବାଦର କାରଣ ଥିଲା ସରକାରଙ୍କ ପଦକ୍ଷେପକୁ ଘରୋଇକରଣ ଅଭିସନ୍ଧିର ଏକ ପୂର୍ବାଭାସ ରୂପେ ଦେଖାଯିବା ଓ ତଜ୍ଜନିତ ନିଯୁକ୍ତି ଏବ˚ କେନ୍ଦ୍ର ସରକାରୀ କର୍ମଚାରୀ ଭାବେ କର୍ମଚାରୀମାନେ ଲାଭ କରୁଥିବା ଉଚ୍ଚ ବେତନ ବା ଆନୁଷଙ୍ଗିକ ସରକାରୀ ସୁବିଧା ହରାଇବାର ଭୟ। କହିବା ବାହୁଲ୍ୟ ଯେ ଏଭଳି ଏକ ତୀବ୍ର ପ୍ରତିବାଦର ଆଶଙ୍କା ଥିବା ସତ୍ତ୍ବେ ସରକାର ନିଷ୍ପତ୍ତିରେ ଦୃଢ଼ ରହି ତାଙ୍କ ସାହସ ପ୍ରଦର୍ଶନ କରିଛନ୍ତି।
ଉଲ୍ଲେଖନୀୟ ଯେ ବିଜୟ କେଲକାର କମିଟି (୨୦୦୬), ଟି.କେ.ଏ. ନାୟାର କମିଟି (୨୦୦୦) ଏବ˚ ଭାଇସ୍ ଆଡ୍ମିରାଲ ରମଣପୁରୀ କମିଟି (୨୦୧୬) ଭଳି ଅନ୍ତତଃ ତିନିଟି ବିଶେଷଜ୍ଞ କମିଟି ‘ଓ.ଏଫ୍.ବି.’ର କାର୍ଯ୍ୟରେ ସ˚ସ୍କାର ସକାଶେ ସୁପାରିସ କରି ସାରିଛନ୍ତି। ଏହାର କାରଣ ହେଲା ସେନାବାହିନୀ ଆବଶ୍ୟକ କରୁଥିବା ଦ୍ରବ୍ୟଗୁଡ଼ିକର ଉତ୍ପାଦନ ଓ ଯୋଗାଣରେ ‘ଓ.ଏଫ୍.ବି.’ ଲାଭ କରିଥିବା ପ୍ରାୟ ନିରଙ୍କୁଶ ଅଧିକାର ତାକୁ ବାହ୍ୟ ଉତ୍ପାଦନକାରୀଙ୍କ ସହିତ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ କରାଉ ନ ଥିବାରୁ ଏହା ଅଧୀନସ୍ଥ ଅର୍ଡାନ୍ସ କାରଖାନାଗୁଡ଼ିକରେ ଉତ୍ପାଦନଗତ ଶିଥିଳତା, ପ୍ରଯୁକ୍ତିଗତ ବିକାଶ ଓ ପ୍ରୟୋଗରେ କୁଣ୍ଠା ସହିତ ଏକ ଆଳସ୍ୟ ସୃଷ୍ଟି ହୋଇଥିଲା, ଯାହା ଜରୁରୀ କାଳରେ ମଧୢ ସାମରିକ ବାହିନୀର ଆବଶ୍ୟକତା ପୂରଣରେ ବିଫଳ ହୋଇ ଆସୁଥିଲା। ଉଦାହରଣ ସ୍ବରୂପ ୨୦୧୦-୧୧ ମସିହାରେ ସେନାବାହିନୀ ଦ୍ବାରା ପ୍ରଦତ୍ତ ଅର୍ଡର୍ ଅନୁସାରେ ସାମଗ୍ରୀ ୨୦୧୯ ପର୍ଯ୍ୟନ୍ତ ସେନାବାହିନୀକୁ ଯୋଗାଇ ଦିଆଯାଇ ନ ଥିଲା। ସେହିଭଳି ଆଉ ଏକ ଦୃଷ୍ଟାନ୍ତ ହେଲା ବୋଫର୍ସ ତୋପର କାରିଗରି କୌଶଳ ଭାରତକୁ ହସ୍ତାନ୍ତରିତ ହେବା ପରେ ଏକ ବୋଫର୍ସ କମାଣରେ ଏକ ସାମାନ୍ୟ ବୈଷୟିକ ଉନ୍ନତି ଘଟାଇ ୩୯ ‘କାଲିବର୍’ ବଦଳରେ ୫୨ ‘କାଲିବର୍’ ବିଶିଷ୍ଟ ତୋପର ନିର୍ମାଣ ଏଭଳି ମନ୍ଥର ହୋଇଥିଲା ଯେ ଏପ୍ରିଲ ୨୦୧୯ରେ ଏଥି ଲାଗି ଅର୍ଡର କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଅର୍ଥାତ୍ ଦୁଇ ବର୍ଷ ମଧୢରେ ମାତ୍ର ୧୨ଟି ତୋପ ସେନାବାହିନୀ ସକାଶେ ଉପଲବ୍ଧ ହୋଇପାରିଛି, ଯାହା ଗୋଟିଏ ରେଜିମେଣ୍ଟ (୧୮ଟି) ଲାଗି ମଧୢ ଯଥେଷ୍ଟ ନୁହେଁ।
ଯଦିଓ ଏହା ସତ ଯେ ‘ଅର୍ଡାନ୍ସ’ କାରଖାନାଗୁଡ଼ିକରେ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ବିନା କୌଣସି ଲାଭରେ ସାମରିକ ବାହିନୀକୁ ଯୋଗାଇ ଦିଆଯାଇଥାଏ, ଏକ ଧାରଣା ସୃଷ୍ଟି ହେବା ସ୍ବାଭାବିକ ଯେ ଏ ସବୁର ମୂଲ୍ୟ ଅପେକ୍ଷାକୃତ ଶସ୍ତା ହୋଇଥିବ। କିନ୍ତୁ ଏକ ବିଚିତ୍ର ବିଡ଼ମ୍ବନା ହେଲା ଏ ସବୁର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ସମତୁଲ ସାମଗ୍ରୀର ଦର ତୁଳନାରେ ଅନେକ ଅଧିକ। ଏହାର କାରଣ ପୁରୁଣା ଜ୍ଞାନ କୌଶଳରେ ଚାଲିଥିବା ଏହି କାରଖାନାଗୁଡ଼ିକ ବିଦେଶର ଅତ୍ୟାଧୁନିକ ପ୍ରଯୁକ୍ତି ସମ୍ବଳିତ କାରଖାନାଗୁଡ଼ିକ ତୁଳନାରେ ଅଧିକ କର୍ମଚାରୀ ନିୟୋଜିତ କରିବାକୁ ବାଧୢ ହୋଇଥାଆନ୍ତି, ଯଦ୍ଦ୍ବାରା ଉତ୍ପାଦନ ଖର୍ଚ୍ଚ ତୁଳନାତ୍ମକ ଭାବେ ଅଧିକ ହୋଇଥାଏ। ଏହି ପରିପ୍ରେକ୍ଷୀରେ ୨୦୧୭ ମସିହାର ସିଏଜିଙ୍କ ରିପୋର୍ଟ କହିଥାଏ ଯେ ‘ଓ.ଏଫ୍.ବି.’ର ଆୟର ମାତ୍ର ୧ ପ୍ରତିଶତ ପ୍ରଯୁକ୍ତିଗତ ବିକାଶରେ ବ୍ୟୟ କରାଯାଇଥିବା ବେଳେ ୨୫ ପ୍ରତିଶତ ଅ˚ଶ କର୍ମଚାରୀମାନଙ୍କ ବେତନ ବା ଭତ୍ତା ଏବ˚ କାରଖାନା ପରିଚାଳନାରେ ଲାଗିଥିଲା; ଏପରି କି ଅର୍ଡାନ୍ସ କାରଖାନାଗୁଡ଼ିକ ପ୍ରାୟ ୫୦ ପ୍ରତିଶତ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନକୁ ‘ଆଉଟ୍ ସୋର୍ସି˚’ କରିଛନ୍ତି।
ଏଣିକି ସେନାବାହିନୀକୁ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ଯୋଗାଣରେ ଏହି ସାତଟି ରାଷ୍ଟ୍ରାୟତ୍ତ ନିଗମର ଏକାଧିପତ୍ୟ ରହିବ ନାହିଁ, ଏବ˚ ସେମାନେ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କ˚ପାନିଗୁଡ଼ିକ ସହିତ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହେବାକୁ ବାଧୢ ହେବେ, ଯାହା ଦ୍ରବ୍ୟର ଉତ୍କର୍ଷ ବୃଦ୍ଧି ସହିତ ସେଗୁଡ଼ିକୁ ଏକ ଉପଯୁକ୍ତ ଓ ସମତୁଲ ବଜାର ଦର ମଧୢ ପ୍ରଦାନ କରିବ।
ଅବଶ୍ୟ, ଏହି ସ˚ସ୍କାର କେତେ ଦୂର ଫଳପ୍ରଦ ହେବ, ତାହା ଭବିଷ୍ୟତ୍ କହିବ। ଏହାକୁ ଭାରତ ସରକାରଙ୍କ ଉଚ୍ଚାଭିଳାଷୀ ‘ଆତ୍ମନିର୍ଭର ଭାରତ’ ଯୋଜନାର ଏକ ଅ˚ଶ ରୂପେ ଅଭିହିତ କରାଯାଇପାରେ। ଏହା ନିଃସନ୍ଦେହ ଯେ ଭାରତୀୟ ସେନା ବାହିନୀର ଶ୍ରେଷ୍ଠତ୍ବ ପ୍ରଦର୍ଶନ ସହିତ ଅତି ନିବିଡ଼ ଭାବେ ଯୋଡ଼ି ହୋଇ ରହିଥିବା ଏହି କାରଖାନାଗୁଡ଼ିକର ସାମର୍ଥ୍ୟ ମଧୢ ଅଦ୍ବିତୀୟ ସ୍ତରର ହେବା ଉଚିତ। ତେଣୁ ପୋଷା ବ୍ୟାଘ୍ର ତୁଲ୍ୟ ଶିକାର କରିବାର ସମସ୍ତ ପ୍ରବୃତ୍ତି ହରାଇ ବସିଥିବା ‘ଓ.ଏଫ୍.ବି.’ ପୂର୍ବ ପରି ସରକାରୀ ସୁରକ୍ଷାର ସ˚ପୂର୍ଣ୍ଣ ଛତ୍ରଛାୟା ତଳେ ପ୍ରତିପାଳିତ ହୋଇ ରହି ଚାଲିଥିଲେ ତାହା ନିଜର ପୂର୍ଣ୍ଣ ସାମର୍ଥ୍ୟ ପ୍ରଦର୍ଶନ କରିବାରେ ସର୍ବଦା ବିଫଳ ହୁଅନ୍ତା।