୧୯୫୭ ମସିହାରୁ ୧୯୬୨ ମସିହା ମଧୢରେ ଚୀନ୍ର ମୁଖ୍ୟ ଶାସକ ମାଓ ଜେଡଙ୍ଗଙ୍କ ଆଦେଶରେ ଏକ ଅଭିଯାନର ପ୍ରାରମ୍ଭ କରାଯାଇଥିଲା, ଯହିଁରେ ମୂଷା, ମଶା, ମାଛି ଏବ˚ କପୋତମାନଙ୍କ ବ˚ଶ ଲୋପର ପଣ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ମଣିଷ ଏବ˚ ଫସଲ ହାନିର କାରଣଗୁଡ଼ିକର ମୂଳୋତ୍ପାଟନ କରିବା। କିନ୍ତୁ ଏହାର ପରିଣାମ ସ୍ବରୂପ ୧୯୬୨ ମସିହାରେ ଚୀନ ଏକ ଅତ୍ୟନ୍ତ ଭୟାବହ ଦୁର୍ଭିକ୍ଷ (‘ଦ ଗ୍ରେଟ୍ ଚାଇନିଜ୍ ଫେମାଇନ୍’ ଭାବେ ଖ୍ୟାତ)ର ସମ୍ମୁଖୀନ ହେଲା। କପୋତ ପକ୍ଷୀଗୁଡ଼ିକ ଶସ୍ୟ ଖାଇବା ସହିତ ଅସଂଖ୍ୟ ଶସ୍ୟ ବିନଷ୍ଟକାରୀ କୀଟ ପତଙ୍ଗମାନଙ୍କୁ ମଧ୍ୟ ଭକ୍ଷଣ କରି ଫସଲକୁ ସୁରକ୍ଷା ପ୍ରଦାନ କରନ୍ତି, ଏଭଳି ଏକ ଧାରଣା ମାଓଙ୍କ ମୁଣ୍ତରେ ପଶିବା ଲାଗି ସମ୍ଭବତଃ ଏକ ଦୁର୍ଭିକ୍ଷର ଆବଶ୍ୟକତା ଥିଲା। ଫଳରେ, ଏହି ତ୍ରୁଟିର ସ˚ଶୋଧନ ଲାଗି ଚୀନ ସରକାର ସୋଭିଏତ୍ ରୁଷିଆରୁ କପୋତ ଆମଦାନି କରିବାକୁ ବାଧୢ ହୋଇଥିଲେ। ଏହି ଉଦାହରଣରୁ ଯାହା ବୋଧଗମ୍ୟ ହୋଇଥାଏ, ତାହା ହେଲା ଚୀନ ତା’ର ବିଭିନ୍ନ ସମସ୍ୟାର ତତ୍କାଳ ସମାଧାନ ଲାଗି ଅତ୍ୟନ୍ତ ଅବିମୃଶ୍ୟକାରୀ ପଦକ୍ଷେପମାନ ନେଇଥାଏ, ଯହିଁରେ ଅନେକ ସମୟରେ ପ୍ରାକୃତିକ ସନ୍ତୁଳନ ବିଗିଡ଼ି ଯାଇଥାଏ ବା ଯିବାର ଆଶଙ୍କା ସୃଷ୍ଟି ହୋଇଥାଏ। ଏଭଳି ଅନେକ ଦୃଷ୍ଟାନ୍ତ ଉପଲବ୍ଧ; ଯେମିତି କି ୨୦୨୦ ମସିହା ଡିସେମ୍ବର ମାସରେ ‘ଦ ଗାର୍ଡିଆନ୍’ ଖବରକାଗଜରେ ପ୍ରକାଶିତ ଏକ ସମ୍ବାଦ କହିଥିଲା କିଭଳି ପ୍ରାୟ ୫.୫ ନିୟୁତ ବର୍ଗ କିଲୋମିଟର ଆୟତନ ପରିମିତ ଏକ ଅଞ୍ଚଳରେ (ଭାରତର ପ୍ରାୟ ଦେଢ଼ ଗୁଣ) କୃତ୍ରିମ ଉପାୟରେ ବୃଷ୍ଟି ଏବ˚ ବରଫପାତ କରିବାର ଏକ ଅତ୍ୟନ୍ତ ଉଚ୍ଚାଭିଳାଷୀ ଯୋଜନାକୁ ସେଠାକାର କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ ଯେ ଭାସମାନ ମେଘ ଉପରେ ‘ସିଲ୍ଭର୍ ଆୟୋଡାଇଡ୍’ ବା ତରଳ ନାଇଟ୍ରୋଜେନ୍ ଭଳି ରାସାୟନିକ ଦ୍ରବ୍ୟ ସିଞ୍ଚନ କରି କୃତ୍ରିମ ଉପାୟରେ ବୃଷ୍ଟି କରାଇବା ଚୀନ ଲାଗି ଏକ ନୂତନ ଅଭିଜ୍ଞତା ନୁହେଁ। ୨୦୦୮ ମସିହାରେ ବେଜି˚ ଅଲି˚ପିକ୍ସକୁ ଅବଶ୍ୟମ୍ଭାବୀ ବୃଷ୍ଟି ଦାଉରୁ ରକ୍ଷା କରିବା ଲାଗି ଘୋଟି ଆସୁଥିବା ମେଘମାନଙ୍କରୁ ଆଗତୁରା ବର୍ଷା କରାଇ ଚୀନ ସରକାର ସେଗୁଡ଼ିକୁ ଜଳଶୂନ୍ୟ କରି ଦେଇଥିଲେ। ତେବେ, ବିଶେଷଜ୍ଞମାନଙ୍କ ମତରେ ଏକ କ୍ଷୁଦ୍ର ଅଞ୍ଚଳରେ ଏଭଳି ପ୍ରୟାସ ହୁଏ’ତ ସହନୀୟ ହୋଇପାରେ, କିନ୍ତୁ ଯେଉଁ ବିଶାଳ ଅଞ୍ଚଳର ପାଣିପାଗରେ କୃତ୍ରିମ ପରିବର୍ତ୍ତନ ଆଣିବା ଲାଗି ଚୀନ ଉଦ୍ୟତ, ତାହା ସମଗ୍ର ପୃଥିବୀର ଜଳବାୟୁକୁ ଗଭୀର ଭାବେ ଆକ୍ରାନ୍ତ କରିବାର ଭୟ ରହିଛି। ‘ଦ ଗାର୍ଡିଆନ୍’ର ଖବର ଆହୁରି ଜଣାଇଥିଲା ଯେ ଏଭଳି ପ୍ରକଳ୍ପରେ ଚୀନ ଅସ˚ଖ୍ୟ ବିମାନ ଏବ˚ ପ୍ରାୟ ୩୫,୦୦୦ ସରିକି କର୍ମଚାରୀଙ୍କୁ ନିୟୋଜିତ କରିଛି। ପ୍ରକୃତିକୁ ଏକ କ୍ରୀଡ଼ନକରେ ପରିଣତ କରିବାରେ ଚୀନ୍ର ପ୍ରବଣତାର ଆଉ ଏକ ଦୃଷ୍ଟାନ୍ତ ମିଳିଥାଏ ଏକ ମାନବ ନିର୍ମିତ କୃତ୍ରିମ ଚନ୍ଦ୍ରକୁ ଅନ୍ତରୀକ୍ଷରେ ସ୍ଥାପନ କରିବାର ଏକ ସଘନ ଉଦ୍ୟମରୁ। ଗଣମାଧୢମର ରିପୋର୍ଟ୍ମାନ କହିଥାଏ ଯେ ରାତିରେ ଏହି କୃତ୍ରିମ ଚନ୍ଦ୍ରର ଆଲୋକ ଜ୍ୟୋତ୍ସ୍ନା ତୁଲ୍ୟ ସ୍ନିଗ୍ଧ ନ ହୋଇ ତୀବ୍ର ହେବ, କାରଣ ଏହାର ଉଦ୍ଦେଶ୍ୟ ହେବ ରାତିରେ ସେଙ୍ଗଡୁ ସହରକୁ ଏଭଳି ଆଲୋକିତ କରିବା ଯାହା ଫଳରେ ଷ୍ଟ୍ରିଟ୍ ଲାଇଟ୍ର ଆବଶ୍ୟକତା ରହିବ ନାହିଁ। ତେବେ, ଏଭଳି ଏକ ପଦକ୍ଷେପ ରାତ୍ରିର ପ୍ରାକୃତିକ ଆବେଦନରେ କିଭଳି ପରିବର୍ତ୍ତନ ଆଣିପାରେ ଏବଂ ତଦ୍ଦ୍ବାରା କିଭଳି ଏକ ଅସନ୍ତୁଳନ ସୃଷ୍ଟି ହୋଇପାରେ, ସେ ନେଇ ଚୀନ ନିରୁଦ୍ବିଗ୍ନ।
ଏଭଳି ଏକ ପୃଷ୍ଠଭୂମିରେ ବିଚାର କଲେ ସ୍କଟ୍ଲାଣ୍ତ୍ର ଗ୍ଲାସ୍ଗୋ ନଗରୀରେ ଅନୁଷ୍ଠିତ ହେଉଥିବା ବିଶ୍ବସ୍ତରୀୟ ଜଳବାୟୁ ଶିଖର ସମ୍ମିଳନୀ ‘କପ୍-୨୬’ରେ ବାୟୁ ପ୍ରଦୂଷଣ ବୃଦ୍ଧି ଏବ˚ ତଜ୍ଜନିତ ପୃଥିବୀ ଉତ୍ତପ୍ତୀକରଣ ଏବ˚ ଜଳବାୟୁ ପରିବର୍ତ୍ତନରେ ଚୀନ୍ର ଭୂମିକା ନେଇ ଚରମ ଉଦ୍ବେଗ ପ୍ରକାଶ ପାଇଥିବା ସତ୍ତ୍ବେ ଚୀନ ପଶ୍ଚାତ୍ତାପଶୂନ୍ୟ ଭଳି ପ୍ରତୀୟମାନ ହେବା ଅନେକଙ୍କ ଠାରେ ବିଶେଷ ବିସ୍ମୟ ସୃଷ୍ଟି କରି ନ ଥାଏ। ଉଲ୍ଲେଖ ଯୋଗ୍ୟ ଯେ ସ˚ପ୍ରତି ଚୀନ ଦ୍ବାରା ହିଁ ବାୟୁମଣ୍ତଳକୁ ଅତ୍ୟନ୍ତ କ୍ଷତିକାରକ ‘ସବୁଜ ଘର ବାଷ୍ପ’ ବା ‘ଜି.ଏଚ୍.ଜି.’ ନିର୍ଗମନ ହେଉଛି; ଯାହାର ପରିମାଣ ହେଉଛି ସମୁଦାୟ ଉତ୍ସର୍ଜିତ ‘ଜି.ଏଚ୍.ଜି.’ର ୨୭ ପ୍ରତିଶତ। ଏକ ବିଡ଼ମ୍ବନା ସ୍ବରୂପ, ଏହି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଶିଖର ସମ୍ମିଳନୀରେ ଚୀନ ଅନୁପସ୍ଥିତ ରହିଛି ଏବ˚ ଯାହା ସୂଚନା ପ୍ରଦାନ କରିଛି ତାହା ଅନୁସାରେ ଅନ୍ତତଃ ୨୦୩୦ ମସିହା ପର୍ଯ୍ୟନ୍ତ ଚୀନ ତା’ର ‘ଜି.ଏଚ୍.ଜି.’ ଉତ୍ସର୍ଜନ ପ୍ରକ୍ରିୟାରେ ବିରାମ ଲଗାଇବ ନାହିଁ। ୨୦୩୦ରେ ଏହା ଶୀର୍ଷତମ ସ୍ତର ସ୍ପର୍ଶ କରିବା ପରେ ତହିଁରେ ହ୍ରାସ ଘଟାଇ ୨୦୬୦ରେ ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବ। ‘ନେଟ୍ ଜିରୋ’ ହେଉଛି ପାଶ୍ଚାତ୍ୟ ପରିବେଶବିତ୍ମାନଙ୍କ ଦ୍ବାରା ସୃଷ୍ଟ ଏକ ଅଭିବ୍ୟକ୍ତି ଯାହାର ଅର୍ଥ ଏଭଳି ଏକ ସ୍ଥିତିରେ ପହଞ୍ଚିବା ଯହିଁରେ ‘ଜି.ଏଚ୍.ଜି.’ର ଉତ୍ସର୍ଜନ ଏବ˚ ଅପସାରଣର ପରିମାଣ ସମାନ ହୋଇ ଏକ ଭାରସାମ୍ୟ ସୃଷ୍ଟି କରିବ। କିନ୍ତୁ କହିଲେ ଅତ୍ୟୁକ୍ତି ହେବନାହିଁ ଯେ ଚୀନ୍ରେ ଥିବା ବିପୁଳ କୋଇଲା ଭଣ୍ତାରର ଉପସ୍ଥିତି ଶକ୍ତି ଉତ୍ପାଦନ ଲାଗି ତାକୁ ଜୀବାଶ୍ମ ଇନ୍ଧନ ଉପରେ ଏଭଳି ନିର୍ଭରଶୀଳ କରି ରଖିଛି ଯେ ୨୦୩୦ରୁ ୨୦୬୦ ମଧୢବର୍ତ୍ତୀ ତିନି ଦଶନ୍ଧିର ସମୟ ଖଣ୍ଡ ଭିତରେ ଅନ୍ୟ କୌଣସି ଅଣ-ଜୀବାଶ୍ମ ଉତ୍ସରୁ ଶକ୍ତି ଆହରଣ କରି ଚୀନ୍ ତାର ବିକାଶର ଚକକୁ ଚଳନକ୍ଷମ କରି ରଖିବା ସ˚ପୂର୍ଣ୍ଣ ରୂପେ ଏକ ଅସମ୍ଭବ ବ୍ୟାପାର।
ଏହି ପରିପ୍ରେକ୍ଷୀରେ ଚୀନ୍ର ବିଭିନ୍ନ ଉଦ୍ୟୋଗ ଦ୍ବାରା ଉତ୍ସର୍ଜିତ ‘ଜି.ଏଚ୍.ଜି.’ର ପରିମାଣ କେତେ ଅବିଶ୍ବସନୀୟ ଭାବେ ଅଧିକ, ତା’ର ଏକ ତଥ୍ୟଭିତ୍ତିକ ସୂଚନା ‘ସେଣ୍ଟର୍ ଫର୍ ରିସର୍ଚ ଅନ୍ ଏନର୍ଜି ଏଣ୍ତ କ୍ଲିନ୍ ଏୟାର୍’ (ସି.ଆର୍.ଇ.ଏ.) ବା ‘କ୍ରିଆ’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ମିଳିଥାଏ। ଫିନ୍ଲାଣ୍ତରେ ଅବସ୍ଥିତ ଏହି ଅନୁଷ୍ଠାନ ଦ୍ବାରା ୨୦୧୯ର ଏକ ସ୍ଥିତି ସମୀକ୍ଷା କହିଥାଏ ଯେ ଚୀନ୍ର ଗୋଟିଏ ଗୋଟିଏ ଉଦ୍ୟୋଗ ଦ୍ବାରା ଉତ୍ସର୍ଜିତ ‘ଜି.ଏଚ୍.ଜି.’ ଗୋଟିଏ ଗୋଟିଏ ରାଷ୍ଟ୍ରରୁ ନିର୍ଗମନ ହେଉଥିବା ‘ଜି.ଏଚ୍.ଜି.’ ସହିତ ସମାନ। ଉଦାହରଣ ସ୍ବରୂପ ଚୀନ୍ର ‘ବାଵୟୁ’ ନାମଧାରୀ ଏକ ଇସ୍ପାତ କାରଖାନାରୁ ଉତ୍ସର୍ଜିତ ‘ଜି.ଏଚ୍.ଜି.’ର ପରିମାଣ ଉଭୟ ବେଲ୍ଜିଅମ୍ ଓ ଅଷ୍ଟ୍ରିଆ ଦେଶରୁ ନିର୍ଗମନ ହେଉଥିବା ସମୁଦାୟ ‘ଜି.ଏଚ୍.ଜି.’ ସହିତ ସମାନ। ସେହି ଭଳି ‘ହୁଆନେଙ୍ଗ ତାପଜ ବିଦ୍ୟୁତ୍ କ˚ପାନି’ ଦ୍ବାରା ସୃଷ୍ଟ ‘ଜି.ଏଚ୍.ଜି.’ର ପରିମାଣ ସମଗ୍ର ‘ୟୁନାଇଟେଡ୍ କିଙ୍ଗ୍ଡମ୍’ରୁ ଉତ୍ସର୍ଜିତ ‘ଜି.ଏଚ୍.ଜି.’ ସହିତ ସମାନ। ଏ ପରିକି ‘ଏଫ୍.ଏ.ଡବ୍ଲ୍ୟୁ କର୍ପୋରେସନ’ ଭଳି ଏକ ମଧୢମ ଧରଣର ମୋଟର ଗାଡ଼ି ନିର୍ମାଣ ଶିଳ୍ପ ଯେତିକି ‘ଜି.ଏଚ୍.ଜି.’ ନିର୍ଗମନ କରିଥାଏ ତାହା ୧୮ କୋଟି ଲୋକସ˚ଖ୍ୟା ବିଶିଷ୍ଟ ବା˚ଲାଦେଶ ଦ୍ବାରା ଉତ୍ସର୍ଜିତ ‘ଜି.ଏଚ୍.ଜି.’ ସହିତ ସମାନ। ଏ ସବୁ ଏଠାରେ ନିଦର୍ଶନ ରୂପେ ଉପସ୍ଥାପିତ କତିପୟ ଉଦାହରଣ ମାତ୍ର। ‘କ୍ରିଆ’ର ସଂପୂର୍ଣ୍ଣ ରିପୋର୍ଟ ଏଭଳି ଏକ ଚିତ୍ର ପ୍ରଦାନ କରିଥାଏ, ଯାହା ଯେ କୌଣସି ସଚେତନ ବ୍ୟକ୍ତିର ଶରୀରରେ ଭୟ ଓ ଉଦ୍ବେଗର ଶିହରଣ ସୃଷ୍ଟି କରିବାକୁ ଯଥେଷ୍ଟ। କହିବା ଅନାବଶ୍ୟକ ଯେ ଚୀନ ସରକାର ଏ ପର୍ଯ୍ୟନ୍ତ ତାର ସେହି ‘କପୋତ ଶିକାରୀ’ର ମନୋଭାବ ପୋଷଣ କରି ରହିଛି; ଏବ˚ ଜଳବାୟୁ ପରିବର୍ତ୍ତନ ଦ୍ବାରା ସାରା ପୃଥିବୀରେ ନାହିଁ ନ ଥିବା ପ୍ରାକୃତିକ ବିପର୍ଯ୍ୟୟମାନ ଘଟି ଚାଲିଥିବା ବେଳେ ଚୀନ୍ର ଚୈତନ୍ୟ ଉଦୟ ହେଉନାହିଁ। ଏହା ଏକ ଶୁଭ ସଂକେତ ନୁହେଁ।