ଚଳିତ ବର୍ଷ ଅଗଷ୍ଟ ମାସରେ ଯେତେବେଳେ ଆମ ଦେଶ ନୀରଜ ଚୋପ୍ରାଙ୍କୁ ପାଇଲା, ସେହି ସମୟରେ ସେ ପ୍ରଦାନ କରିଥିବା ଏକ ବକ୍ତବ୍ୟରେ ଶୁଣିବାକୁ ମିଳିଥିଲା ଯେ ଏକ ସାଢ଼େ ଆଠ ଫୁଟ ଦୀର୍ଘ ଏବ˚ ଆଠ ଶହ ଗ୍ରାମ୍ ଓଜନ ବିଶିଷ୍ଟ କାର୍ବନ ଫାଇବର୍ ତେଣ୍ଟା(ଜାଭ୍ଲିନ୍) ବଳରେ ସେ ମଧୢ ନିଜକୁ ପାଇଛନ୍ତି। ସେହି ସମୟରେ ସେ କହିଥିଲେ: ‘ଜାଭ୍ଲିନ୍ ନ ଥିଲେ ନୀରଜ ନ ଥାଆନ୍ତା।’ କହିବା ବାହୁଲ୍ୟ ଯେ ସେହି ଦିନ ଉଲ୍ଲସିତ ଭାରତୀୟମାନଙ୍କ ଶୋଣିତରେ କିଛି ସମୟ ଲାଗି ‘କ୍ରିକେଟ୍’ ପରିବର୍ତ୍ତେ ‘ଜାଭ୍ଲିନ୍’ର କଣିକା ପ୍ରବାହିତ ହୋଇଥିବ! ତାହା ହୋଇ ନ ଥିଲେ ପ୍ରଖ୍ୟାତ ପୂର୍ବତନ ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ବୀରେନ୍ଦ୍ର ସେହଵାଗ୍ ତାଙ୍କ ଟୁଇଟ୍ରେ କହି ନ ଥାଆନ୍ତେ: ‘କ୍ରିକେଟ୍ ଗୟା ତେଲ୍ ଲଗାନେ’; ଯାହାର ମର୍ମାର୍ଥ ହେଲା କ୍ରିକେଟ୍ ଯୁଆଡ଼େ ଯାଉଛି ଯାଉ! ସେ ଦିନ ସହସା ନୀରଜ ଚୋପ୍ରା ନୂତନ ଭାରତୀୟ କ୍ରୀଡ଼ା-ଈଶ୍ବର ଭାବେ କ୍ରିକେଟର୍ମାନଙ୍କ ଗହଣରେ ନିଜକୁ ସ୍ଥାପିତ କରିଥିଲେ। ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଏକ ଉତ୍ସାହ-ପ୍ଳାବିତ ବୟାନ ଥିଲା ଯେ ଏହା ଭାରତର ତରୁଣଙ୍କ ମଧୢରେ ଅନେକ ଉତ୍ସାହୀ ଓ ଆଶାୟୀଙ୍କୁ ସୃଷ୍ଟି କରିବ।
ଇତି ମଧୢରେ ତିନି ମାସ ଅତିକ୍ରାନ୍ତ ହୋଇ ସାରିଛି। ଏବଂ ସଂପ୍ରତି ନୀରଜଙ୍କୁ ନେଇ ଗଣମାଧୢମରେ ଚର୍ଚ୍ଚାର କାରଣ ହୋଇଥିବା ବିଷୟଟି ହେଲା ପ୍ରସିଦ୍ଧ ଫେସନ୍ ଓ ‘ଲାଇଫ୍ ଷ୍ଟାଇଲ୍’ ପତ୍ରିକା ‘ଭଗ୍’ର ପ୍ରଚ୍ଛଦ ପୃଷ୍ଠାରେ ସେ ସ୍ଥାନ ପାଇବା। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ କୌଣସି ଭାରତୀୟ ପୁରୁଷ ଆଥଲେଟ୍ ‘ଭଗ୍’ର ପ୍ରଚ୍ଛଦରେ ସ୍ଥାନ ପାଇବା ଭଳି ଅତୁଲ୍ୟ ଆକର୍ଷଣର କେନ୍ଦ୍ର ହୋଇ ପାରି ନାହାନ୍ତି। ସୁତରାଂ, ଏହା ସହିତ ସୌମ୍ୟ ଦର୍ଶନ ନୀରଜ ଉଚ୍ଚାଙ୍ଗ ସ୍ତରୀୟ ‘ଗ୍ଲେମର୍’ର ପୃଥିବୀ ମଧୢକୁ ପ୍ରାୟ ଧସେଇ ପ୍ରବେଶ କରିଛନ୍ତି।
ଏଠାରେ ସ୍ମରଣଯୋଗ୍ୟ ଯେ ଟୋକିଓରେ ଅଲି˚ପିକ୍ସ ସ୍ବର୍ଣ୍ଣ ପଦକ ଜିଣି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ନୀରଜଙ୍କୁ ହଠାତ୍ ଭାରତର ଯୋଗ୍ୟତମ ବରପାତ୍ର ରୂପେ ଦେଖା ଯିବାରେ ଲାଗିଥିଲା। ସେହି ସମୟରେ ‘ଟାଇମ୍ସ ନାଓ’ ଚ୍ୟାନେଲ୍ରେ ପ୍ରସାରିତ ତାଙ୍କର ଏକ ସାକ୍ଷାତ୍କାରରେ ତାଙ୍କୁ ଏଭଳି ପ୍ରଶ୍ନଟିଏ ମଧୢ କରାଯାଇଥିଲା ଯେ ବିରାଟ କୋହଲି ବାହା ହୋଇଯିବା ପରେ ସେ ଯେହେତୁ ବର୍ତ୍ତମାନ ଭାରତର ସର୍ବାଧିକ ଯୋଗ୍ୟ ଓ ଆକର୍ଷଣୀୟ ଅବିବାହିତ ତରୁଣ, ସେ ତାଙ୍କ ପସନ୍ଦଯୋଗ୍ୟାମାନଙ୍କ ସହିତ ମିଳାମିଶା କରିବାକୁ ଇଚ୍ଛା କରିବେ କି? ସେହି ସମୟରେ ସେ ଲାଭ କରିଥିବା ଚୂଡ଼ାନ୍ତସ୍ପର୍ଶୀ ଯଶ ଏବ˚ ଅପରିମେୟ ଅର୍ଥ ତଥା ବିରାଟ କୋହଲିଙ୍କ ସହିତ ସହସା ସମକକ୍ଷ ହୋଇଯାଇଥିବା ତାଙ୍କର ‘ବ୍ରାଣ୍ତ୍ ମୂଲ୍ୟ’ ଅସ˚ଖ୍ୟ ଭାରତୀୟ ତରୁଣ ଏବ˚ ସେମାନଙ୍କ ଅଭିଭାବକଙ୍କ ଚିତ୍ତରେ ମଧ୍ୟ ସେହି ‘ସାଢ଼େ ଆଠ ଫୁଟିଆ ତେଣ୍ଟା’ ମଧୢରେ ଅକଳ୍ପନୀୟ ସୌଭାଗ୍ୟ ସନ୍ଧାନର ସ୍ବପ୍ନ ସୃଷ୍ଟି କରିଥିଲା। ତେବେ, ଏଭଳି ଚିତ୍ତ-ବିଭ୍ରମକାରୀ ସମୟରେ ନୀରଜ ଚୋପ୍ରା ତାଙ୍କ ପାଦ ଯୁଗଳକୁ ଭୂମି ଉପରେ ଦୃଢ଼ ଭାବେ ସ୍ଥାପନ କରି ଏକ ସ୍ଥିର ମସ୍ତିଷ୍କ ପ୍ରସୂତ ଉତ୍ତର ପ୍ରଦାନ କରିବା ଦେଖା ଯାଉଥିଲା ଯେ ସେ କେବଳ ତାଙ୍କ ଖେଳରେ ଧୢାନ କେନ୍ଦ୍ରୀଭୂତ କରି ରଖିବାକୁ ଚାହାନ୍ତି। କହିବା ଅନାବଶ୍ୟକ ଯେ ଶରୀରର ପ୍ରତିଟି ରକ୍ତ ବିନ୍ଦୁକୁ ସ୍ବେଦରେ ପରିଣତ କରି ସଫଳତା ଲାଭ କରିଥିବା ନୀରଜଙ୍କ ଠାରୁ ଏହି ଭଳି ଉତ୍ତର ମିଳିବା ଅତ୍ୟନ୍ତ ସ୍ବାଭାବିକ ଥିଲା। ଏହା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ଯେ ନୀରଜ ଅଲି˚ପିକ୍ସରେ ସ୍ବର୍ଣ୍ଣ ପଦକ ଜିଣିବା ପୂର୍ବରୁ ବିଶ୍ବ ଜୁନିଅର୍ ଜାଭ୍ଲିନ୍ ଚା˚ପିଅନ୍ ଥିଲେ ଏବ˚ ଟୋକିଓ ଅଲି˚ପିକ୍ସରେ ଭାଗ ନେବା ପୂର୍ବରୁ ତାଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ ତିନି ଜଣଙ୍କ ମଧୢରେ ଗଣନା କରାଯାଉଥିଲା। କିନ୍ତୁ ଟୋକିଓରେ ତାଙ୍କ ଉପସ୍ଥିତି ‘ଜାଭ୍ଲିନ୍-ଅନାଗ୍ରହୀ’ ରାଷ୍ଟ୍ର ଭାରତରେ କୌଣସି ରୋମାଞ୍ଚ ସୃଷ୍ଟି କରିପାରି ନ ଥିଲା। ତେଣୁ ଅଗଷ୍ଟ ମାସ ୭ ତାରିଖରେ ନୀରଜ ଚୋପ୍ରା ସତେ ଯେମିତି ଭାରତ ଦ୍ବାରା ଅଚାନକ ଆବିଷ୍କୃତ ହୋଇଥିଲେ।
ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୮ ମସିହା ବେଜି˚ ଅଲି˚ପିକ୍ସରେ ‘ବକ୍ସି˚’ରେ ବ୍ରୋଞ୍ଜ ପଦକ ଜିଣିଥିବା ବିଜେନ୍ଦର ସି˚ହ ମଧୢ ଅନେକ ଚିତ୍ତ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ସେ ମଧୢ ‘ମ୍ୟାନ୍ ଏଣ୍ତ ମ୍ୟାନ୍’ ନାମକ ଏକ ପ୍ରସିଦ୍ଧ ‘ଲାଇଫ-ଷ୍ଟାଇଲ୍’ ପତ୍ରିକାର ବିଶ୍ବ ସ˚ସ୍କରଣର ପ୍ରଚ୍ଛଦରେ ସ୍ଥାନ ପାଇଥିଲେ, ଏବ˚ ଅନେକ ଉପଭୋଗ୍ୟ ସାମଗ୍ରୀର ‘ବ୍ରାଣ୍ତ୍ ଆମ୍ବାସାଡର୍’ ହୋଇଥିଲେ ଏବ˚ ଏପରିକି ‘ଫଗ୍ଲି’ ନାମକ ଏକ ଚଳଚ୍ଚିତ୍ରରେ ମଧୢ ଅଭିନୟ କରିଥିଲେ। ସେହି ସମୟରେ ବକ୍ସି˚ ପ୍ରତି ସହସା ସୃଷ୍ଟ ଜନାଗ୍ରହକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଭାରତୀୟ ମହିଳା ବକ୍ସର୍ ମେରି କମ୍ଙ୍କ ଜୀବନୀ ଉପରେ ଏକ ବ୍ୟୟବହୁଳ ଚଳଚ୍ଚିତ୍ର ନିର୍ମିତ (୨୦୧୪) ହୋଇ ଲୋକପ୍ରିୟତା ହାସଲ କରିଥିଲା। ସେହି ସମୟରେ ମଧୢ ଅନୁମାନ କରାଯାଇଥିଲା ଯେ ଭାରତୀୟଙ୍କ ମଧୢରେ ‘ବକ୍ସି˚’ ପ୍ରତି ବିଶେଷ ଆଗ୍ରହ ସୃଷ୍ଟି ହେବ। କିନ୍ତୁ ସତ କଥା ହେଲା, ସେହି ସମୟରେ ପରିଦୃଷ୍ଟ ଆଗ୍ରହର ତରଙ୍ଗରେ କ୍ରମେ ଭଟ୍ଟା ପଡ଼ିଯାଇଥିଲା। ଯଦିଓ ନୀରଜଙ୍କ ଚମକପ୍ରଦ ସଫଳତା ପରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ୭୧ ପ୍ରତିଶତ ଭାରତୀୟ ପରିବାର କ୍ରିକେଟ୍ ଛଡ଼ା ଅନ୍ୟ ଯେ କୌଣସି ସ୍ପୋର୍ଟସ୍ ଲାଗି ଆଗ୍ରହୀ ସେମାନଙ୍କ ସନ୍ତାନମାନଙ୍କୁ ସମର୍ଥନ ପ୍ରଦାନ କରିବା ଲାଗି ପ୍ରସ୍ତୁତ; ସେହି ଆଗ୍ରହ କେତେ ଦୂର ବଳବତ୍ତର ରହିବ ତାହା ମଧୢ ଗୋଟିଏ ପ୍ରଶ୍ନ, ଯାହାର କାରଣ ଖୋଜାଯିବା ମଧ୍ୟ ପ୍ରାସଙ୍ଗିକ।
ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର କ୍ୟାରିବୀୟ ରାଷ୍ଟ୍ର ଜାମାଇକାର ଉଦାହରଣ ପ୍ରଣିଧାନଯୋଗ୍ୟ। ଯୁକ୍ତରାଷ୍ଟ୍ର ଆମେରିକାର ଜନସ˚ଖ୍ୟାର ୧୧୬ ଭାଗରୁ ଭାଗେ ଏବ˚ ଜି.ଡି.ପି.ର ୧୦୦୦ ଭାଗରୁ ଭାଗେର ଅଧିକାରୀ ଜାମାଇକାର ଦ୍ରୁତ ଧାବକ(ସ୍ପ୍ରିଣ୍ଟର୍)ମାନେ ଗଲା ୨୦୦୮ ମସିହାରୁ ‘ସ୍ପ୍ରିଣ୍ଟିଂ’ରେ ଯୁକ୍ତରାଷ୍ଟ୍ର ଆମେରିକାର ଏକାଧିପତ୍ୟକୁ ଚୂର୍ଣ୍ଣ କରି ଆସିଛନ୍ତି। ବିଶ୍ବର ଦ୍ରୁତତମ ଧାବକ ୟୁସେନ୍ ବୋଲ୍ଟଙ୍କ ଆବିର୍ଭାବ ସହିତ ସେଠାରେ କ୍ରମାଗତ ଭାବେ ଅତୁଳନୀୟ ‘ସ୍ପ୍ରିଣ୍ଟର୍’ମାେନ ବିଶ୍ବ ଦୃଶ୍ୟପଟରେ ଉଭା ହୋଇ ଏହି କ୍ରୀଡ଼ା ଶୃଙ୍ଖଳାରେ ସଫଳତାକୁ ଏକ ପର˚ପରାରେ ପରିଣତ କଲେଣି। ଏଠାରେ ଯାହା ଉଲ୍ଲେଖଯୋଗ୍ୟ ତାହା ହେଲା ଭାରତ ଭଳି ଜାମାଇକା ମଧୢ ଏକ କ୍ରିକେଟ୍-ପାଗଳ ଦ୍ବୀପ ରାଷ୍ଟ୍ର, ଯାହା ଅନେକ କିଂବଦନ୍ତୀୟ କ୍ରିକେଟ୍ ଖେଳାଳିଙ୍କୁ ସୃଷ୍ଟି କରିଛି। କ୍ରିକେଟ୍ ଖେଳ ପ୍ରତି ଗଭୀର ରୁଚି ରଖିଥିବା ୟୁସେନ୍ ବୋଲ୍ଟ କହିଥାଆନ୍ତି ଯେ କ୍ରିକେଟ୍ ଭଳି ଏକ ଦଳଗତ କ୍ରୀଡ଼ା ସକାଶେ ପ୍ରତ୍ୟହ ଅଭ୍ୟାସର ପର୍ବଟି ଏକ ଆନନ୍ଦଦାୟକ ସମୟ ହୋଇଥାଏ। ଅଥଚ, ଦୌଡ଼ ଭଳି ଏକ ନିଃସଙ୍ଗ କ୍ରୀଡ଼ା ଲାଗି ନିର୍ଦ୍ଦୟ ଅଭ୍ୟାସରେ ମଗ୍ନ ହୋଇ ରହିବା ଏକ ନିଦାରୁଣ ଅନୁଭୂତିି ଛଡ଼ା ଆଉ କିଛି ନୁହେ। ଏହି ସ˚ଦର୍ଭରେ ଅନେକ ବର୍ଷ ତଳେ ଟେଲିଭିଜନରେ ପ୍ରସାରିତ ଏକ ଦୃଶ୍ୟ ସ୍ମରଣକୁ ଆସିଥାଏ, ଯହିଁରେ କେଇ ଘଣ୍ଟାର ଅତ୍ୟନ୍ତ କ୍ଳେଶଦାୟକ ଅଭ୍ୟାସ ପରେ ପଡ଼ିଆରେ ଅବସନ୍ନ ହୋଇ ପଡ଼ି ରହିଥିବା ୟୁସେନ୍ ବୋଲ୍ଟଙ୍କୁ ଜଣେ ସାମ୍ବାଦିକ ବେଜି˚ ଅଲି˚ପିକସ୍ ସକାଶେ ତାଙ୍କ ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶ୍ନ କରନ୍ତେ, ବୋଲ୍ଟ ଉତ୍ତର ଦେଇ କହୁଛନ୍ତି- ‘ଏଥି ଲାଗି ତ ପ୍ରତିଦିନ ମୋତେ ମରିବାକୁ ପଡୁଛି।’
ୟୁସେନ ବୋଲ୍ଟଙ୍କ ସଫଳତା ତାଙ୍କୁ ଅପରିମେୟ ଯଶ, ସ˚ପଦ ଓ ଗ୍ଲେମର୍ ପ୍ରଦାନ କରିଛି, ଯେମିତି ନୀରଜଙ୍କୁ। ଏବଂ ବୋଲ୍ଟଙ୍କ ଭଳି ନୀରଜ ମଧୢ ହୃଦୟଙ୍ଗମ କରିଥିବା ନିଶ୍ଚିତ ଯେ ପରିେଶଷରେ ‘ଅମର’ ରହିବାକୁ ହେଲେ ଅଭ୍ୟାସ କାଳରେ ପ୍ରତ୍ୟହ ମରିବାକୁ ହୋଇଥାଏ। ସୁତରା˚, ଯେଉଁମାନେ ନୀରଜ ଅର୍ଜନ କରିଥିବା ଅମାପ ଯଶ, ଅର୍ଥ ଏବଂ ‘ଗ୍ଲେମର୍’ ଇତ୍ୟାଦି ଦେଖି ହଠାତ୍ ଆଶାବାଦୀ ହୋଇ ଉଠନ୍ତି ଯେ ଏହା ତରୁଣମାନଙ୍କ ମଧୢରେ ଏକ ଗଭୀର ଉତ୍ସାହ ସୃଷ୍ଟି କରି ଭାରତୀୟ ସ୍ପୋର୍ଟସ୍ର ଦିଗନ୍ତକୁ ଉଦ୍ଭାସିତ କରିବ, ସେମାନେ ଏହା ମଧୢ ମନେ ରଖିବା ଉଚିତ ଯେ ଅଭ୍ୟାସ ବେଳେ ପ୍ରତ୍ୟହ ମରିବାର ପ୍ରସ୍ତୁତି ନ ଥିଲେ, ଭାଗ୍ୟରେ ଏଭଳି ବିରଳତମ ସଫଳତା ମିଳିବା ସମ୍ଭବ ହୋଇ ନ ଥାଏ।