୨୦୨୨

ଆଜି ପ୍ରତ୍ୟୁଷରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ଏହି ଭୂମିକୁ ସ୍ପର୍ଶ କରିବା ସହିତ କ୍ୟାଲେଣ୍ତର୍‌ ଗଣନାରେ ୨୦୨୧ ମସିହାର ଅନ୍ତ ଘଟି ୨୦୨୨ ମସିହା ଆରମ୍ଭ ହୋଇଛି। କିନ୍ତୁ ୨୦୨୧ର ଅନ୍ତ ସହିତ ‘ପାନ୍‌ଡେମିକ୍‌’ଟିର ପରିସମାପ୍ତି ଘଟିଯିବ କି? ପୃଥିବୀର ବିଭିନ୍ନ ସ୍ଥାନରେ ଯୁଦ୍ଧ, ସ˚ତ୍ରାସ ଏବ˚ ରକ୍ତପାତରେ ବିରାମ ଲାଗିବ କି? ଧନୀ ଓ ନିର୍ଧନଙ୍କ ମଧୢରେ ବୈଷମ୍ୟର ବ୍ୟବଧାନ ସ˚କୁଚିତ ହୋଇଯିବ କି? ମନୁଷ୍ୟର ଅହ˚କାର ଏବ˚ ନିର୍ବୋଧତାର ଉପସ˚ହାର ଲେଖାଯିବ କି? ଏ ସବୁର ଉତ୍ତର ନିଶ୍ଚିତ ଭାବେ ନାସ୍ତିବାଚକ। କିନ୍ତୁ, ତା’ ସତ୍ତ୍ବେ ଏହା ସମ୍ଭବ ଯେ ୨୦୨୨ ମସିହା ମହାକାଳର ପ୍ରବାହରେ ଏଭଳି ଏକ ସ୍ଥାନରେ ରହିବ, ଯେଉଁଠାରୁ ଇତିହାସର ଗତିପଥ ବଦଳିବାର ସ˚କେତମାନ ମିଳିବ। ଏହି କାରଣରୁ ୨୦୨୨ ମସିହାଟି ଅନ୍ୟାନ୍ୟ ବର୍ଷଗୁଡ଼ିକ ଠାରୁ କିଛିଟା ଭିନ୍ନ ହୋଇପାରେ।

୨୦୨୦ ମସିହାରେ ବିନା ମେଘେ ବଜ୍ରପାତ ଭଳି ଏକ ପାନ୍‌ଡେମିକ୍‌ର ଆବିର୍ଭାବ ଘଟି ପୃଥିବୀ ଲାଗି ଏକ ଟ୍ରାଜେଡିର କାରଣ ପାଲଟିିଲା, ଯାହା ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି। ଏ କଥା ସତ ଯେ ପୃଥିବୀ ବହୁ ପ୍ରାଚୀନ କାଳରୁ ଅନେକ ଭୟାବହ ମହାମାରୀ ଦେଖିସାରିଛି। ତେବେ ଚିକିତ୍ସା ବିଜ୍ଞାନରେ ସ˚ଘଟିତ ଅଭୂତପୂର୍ବ ବିକାଶ କାରଣରୁ ଏକବି˚ଶ ଶତାବ୍ଦୀରେ ଏକ ପାନ୍‌ଡେମିକ୍‌ର ଦୁର୍ଭାଗ୍ୟ ଭୋଗ କରିବା ଅବାନ୍ତର ବୋଧ ହୋଇଥିଲା, ଯାହା କେବଳ ଚଳଚ୍ଚିତ୍ର ବା ଉପନ୍ୟାସର ବିଷୟବସ୍ତୁ ହେବାର ଯୋଗ୍ୟ ବୋଲି ବିଚାର କରାଯାଉଥିଲା। କିନ୍ତୁ ବିଡ଼ମ୍ବନା, ୨୦୨୦ ମସିହାରେ ତାହା ହିଁ ଘଟିଲା ଏବ˚ ପୃଥିବୀର କୌଣସି ଅଞ୍ଚଳକୁ ଅସ୍ପୃଶ୍ୟ କରି ନ ରଖି ଏହା ପ୍ରକୃତ ଅର୍ଥରେ ଏକ ବିଶ୍ବ ମହାମାରୀରେ ପରିଣତ ହୋଇଛି; କିନ୍ତୁ ଏତିକି ବେଳେ ଯାହା ଚମକପ୍ରଦ ସାବ୍ୟସ୍ତ ହୋଇଛି, ତାହା ହେଲା ଘୋର ବିମର୍ଷକର କ୍ଷଣରେ ମାନବ ଜାତି ଦ୍ବାରା ଚରମ ପରାକାଷ୍ଠାର ପ୍ରଦର୍ଶନ, ଯାହା ଆମେରିକୀୟ ଲେଖକ ଅର୍ନେଷ୍ଟ ହେମି˚େଵଙ୍କୁ ସତ୍ୟ ସାବ୍ୟସ୍ତ କରିଥାଏ, ଯିଏ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଓଲ୍‌ଡ ମ୍ୟାନ୍‌ ଏଣ୍ଡ୍‌ ଦ ସି’ରେ କହିଥିଲେ ଯେ ମଣିଷ ବିଧ୍ବସ୍ତ ହୋଇଯାଇପାରେ, କିନ୍ତୁ ପରାହତ ହେବ ନାହିଁ। ତାହା ହୋଇ ନ ଥିଲେ ମାତ୍ର ଦଶ ମାସ ମଧୢରେ ବୈଜ୍ଞାନିକ ଓ ଗବେଷକମାନେ ନଅଟି କରୋନା ଭ୍ୟାକ୍‌ସିନ ମାନବ ଜାତିକୁ ଉପହାର ଦେଇ ନ ଥାଆନ୍ତେ ବା ପାନ୍‌ଡେମିକ୍‌ ଘୋଷଣା ହେବାର ବର୍ଷକ ମଧୢରେ ପୃଥିବୀ ଜନସ˚ଖ୍ୟାର ଏକ ବୃହତ୍‌ ଭାଗ ଟିକା ଦ୍ବାରା ପ୍ରତିଷେଧୢ ହୋଇ ଯାଇ ନ ଥାଆନ୍ତେ। ପ୍ରାକ୍‌ ପାନ୍‌ଡେମିକ୍‌ ପୃଥିବୀରେ ଏକ ଭ୍ୟାକ୍‌ସିନ୍‌ର ଉଦ୍ଭାବନ ଏବ˚ ପ୍ରୟୋଗ ଲାଗି ପ୍ରାୟ ଗୋଟିଏ ଦଶନ୍ଧିର ସମୟ ଲାଗି ଯାଉଥିଲା। ସୁତରା˚, ଏହି ପାନ୍‌ଡେମିକ୍‌ ମାନବ ସମାଜକୁ ଏକ ସ˚ପୂର୍ଣ୍ଣ ଧ୍ବ˚ସ ସ୍ତୂପରେ ପରିଣତ କରିଦେବାର ଯେଉଁଭଳି ଏକ ଆଶଙ୍କା ବହନ କରି ଆସିଥିଲା, ତହିଁରେ ବିଫଳ ହୋଇଛି। କିନ୍ତୁ ଏହାର ଉପସ୍ଥିତି କାରଣରୁ ମନୁଷ୍ୟ ତିଷ୍ଠି ରହିବା ଲାଗି ଏଭଳି ସମ୍ଭାବନାର ପ୍ରସ୍ଥମାନ ଖୋଲିବାକୁ ବାଧୢ ହୋଇଛି, ଯାହା ଏକ ପାନ୍‌ଡେମିକ୍‌ରହିତ ପୃଥିବୀରେ ହୁଏ’ତ ସମ୍ଭବ ହୁଅନ୍ତା ନାହିଁ। ‘ଲକ୍‌ଡାଉନ୍‌’ ଏବ˚ ‘ସାମାଜିକ ଦୂରତା’ ଦ୍ବାରା ଗ୍ରସ୍ତ ପୃଥିବୀରେ ଶିକ୍ଷା, ବୃତ୍ତି, ଚିକିତ୍ସା, ସମ୍ମିଳନୀ, ବୈଠକ; ଏପରି କି ବଜାର ବିଚରଣ ମଧୢ ସମ୍ଭବ ହେବା କୌଣସି କମ୍‌ ବିଶାଳ ଉପଲବ୍‌ଧି ନୁହେଁ। ପାନ୍‌ଡେମିକ୍‌ ନ ଥିଲେ ସୂଚନା ପ୍ରଯୁକ୍ତି କସ୍ମିନ କାଳେ ଏଭଳି ଏସିଡ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସୁଯୋଗ ପାଇ ନ ଥାଆନ୍ତା।

୨୦୨୦ ଏବ˚ ୨୦୨୧ରେ ପରିଦୃଷ୍ଟ ହୋଇଥିବା ଏହି ସବୁ ବିଷୟ ୨୦୨୨ ମସିହା ଏବ˚ ତା’ ପରବର୍ତ୍ତୀ ସମୟକୁ ଚରିତ୍ର ପ୍ରଦାନ କରିବ। ଏହି ବର୍ଷ ଠାରୁ ସ୍ବାସ୍ଥ୍ୟ ସେବାର ଚରିତ୍ରରେ ପରିବର୍ତ୍ତନ ଦେଖାଯିବାର ଆଶା ବେଶ୍‌ ଅଧିକ। କରୋନା ହେତୁ ‘ଟେଲି ମେଡିସିନ୍‌’ ଏବ˚ ‘ଭିଡିଓ କଲ୍‌’ ଭଳି ବ୍ୟବସ୍ଥା ମାଧୢମରେ ରୋଗୀମାନେ ଡାକ୍ତରଖାନାରୁ ଦୂରେଇ ରହି ଚିକିତ୍ସା ପାଇବାର ଯେଉଁ ସମ୍ଭାବନାଟି ଏକ ବାଧୢବାଧକତା ରୂପେ ସୃଷ୍ଟି ହୋଇଥିଲା, ତାହା ବର୍ତ୍ତମାନ ଏକ ଧାରାରେ ପରିଣତ ହୋଇଯାଇପାରେ। ଏହି ପାନ୍‌ଡେମିକ୍‌ ଦ୍ବାରା ଅତ୍ୟନ୍ତ ବିକଶିତ ରାଷ୍ଟ୍ରଗୁଡ଼ିକର ଜନ ସ୍ବାସ୍ଥ୍ୟ ବ୍ୟବସ୍ଥା ଧରାଶାୟୀ ହୋଇଛି। ସେମାନେ ଏଥି ନେଇ ମୁହ୍ୟମାନ। କିନ୍ତୁ ଭାରତ ଭଳି ରାଷ୍ଟ୍ର, ଯେଉଁଠି ସରକାରୀ ଚିକିତ୍ସା ବ୍ୟବସ୍ଥା ମୂଳତଃ ଦୁର୍ବଳ, ସେଠାରେ ଏହି ମହାମାରୀର ମୁକାବିଲା ଯେଉଁ ପ୍ରସ୍ତୁତି ପ୍ରକରଣର ପ୍ରାରମ୍ଭ କରିଛି, ତାହା ମହାମାରୀର ସମାପ୍ତି ପରେ ମଧୢ ସୁଫଳ ପ୍ରଦାନ କରିବାର ଆଶା ଅଧିକ। ସେହିଭଳି ପାନ୍‌ଡେମିକ୍‌ କାରଣରୁ ଶିକ୍ଷା ଏବ˚ କର୍ମ କ୍ଷେତ୍ରରେ ସୃଷ୍ଟି ହୋଇଥିବା ‘ଅଫ୍‌ ଲାଇନ୍‌’ ଏବ˚ ‘ଅନ୍‌ ଲାଇନ୍‌’ର ଏକ ସ˚କର ବ୍ୟବସ୍ଥା ପାନ୍‌ଡେମିକ୍‌ର ସମାପ୍ତି ସହିତ ଅପସରି ଯିବାର ସମ୍ଭାବନା ମଧୢ ନଗଣ୍ୟ। ବର˚ ଏହି ବ୍ୟବସ୍ଥା ପକ୍ଷ ବିସ୍ତାର କରି ଶିକ୍ଷା ଓ କର୍ମ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସୁଯୋଗର ପରିସରକୁ ପ୍ରଶସ୍ତ କରିବ।

ଏହା ମଧୢ ହୋଇପାରେ ଯେ ୨୦୨୨ ଅଧିକ ସ˚ଖ୍ୟାରେ ‘ସାଇବର ଯୁଦ୍ଧ’, ‘ସାଇବର ଗୁଣ୍ତାଗିରି’ ଓ ‘ସାଇବର ଆତଙ୍କବାଦ’ ଦେଖିବ। ବିନା ରକ୍ତପାତରେ ଏହି ପ୍ରଚ୍ଛନ୍ନ ହି˚ସାର ଧାରା ୨୦୨୧ ମସିହାରୁ ଆରମ୍ଭ ହୋଇସାରିଛି; ଏବ˚ ଏହା ସ୍ବାଭାବିକ ଯେ କୌଣସି ସାହସ ଲୋଡୁ ନ ଥିବା ଏଭଳି ଯୁଦ୍ଧ ଲାଗି ସୈନିକମାନେ ସର୍ବଦା ଉପଲବ୍‌ଧ ହେବେ ଏବ˚ ବିଭିନ୍ନ ପ୍ରତିପକ୍ଷ ରାଷ୍ଟ୍ରର ବ୍ୟବସ୍ଥାକୁ ଉଜାଡ଼ିବାକୁ ଲାଗିବେ। ଏହି ଯୁଦ୍ଧରେ ୟୁକ୍ରେନ୍‌ ଭଳି ଏକ କ୍ଷୁଦ୍ର ରାଷ୍ଟ୍ରର କିଛି ‘ହ୍ୟାକର‌୍‌’ ଯୁକ୍ତରାଷ୍ଟ୍ର ଆମେରିକା ଭଳି ମହାଶକ୍ତିକୁ ମଧୢ ନତଜାନୁ କରି ଦେଇପାରିବେ; ଯେମିତି କିଛି ମାସ ତଳେ ଏକ ‘ରାନ୍‌ସମ୍‌‌େଵର‌୍‌’ ସ୍ଥାପନ କରି ଯୁକ୍ତରାଷ୍ଟ୍ର ଆମେରିକାର ବୃହତ୍ତମ ଗ୍ୟାସ୍‌ ଓ ପେଟ୍ରୋଲ କ˚ପାନି ‘କଲୋନିଆଲ୍‌ ପାଇପ୍‌ ଲାଇନ୍‌’କୁ ଅଚଳ କରି ଦିଆଯାଇଥିଲା। ଏବ˚ ଯେଉଁଠି ଭୂମି ଉପରେ ଯୁଦ୍ଧ ଓ ସ˚ତ୍ରାସ ଅବ୍ୟାହତ ରହିଛି ବା ସେଭଳି ଯୁଦ୍ଧର ସମ୍ଭାବନା ରହିବ, ସେଠାରେ ମନୁଷ୍ୟ ଚାଳକ ରହିତ ଡ୍ରୋନ୍‌ ଦ୍ବାରା ଘାତକ ଆକ୍ରମଣ ସ˚ଘଟିତ କରାଯାଇପାରେ। ‘ଅଟୋନମୋସ୍‌ ଵିପନ୍‌ ସିଷ୍ଟମ୍‌’ ବା ସ୍ବୟ˚ ଚାଳିତ ଅସ୍ତ୍ର ଦ୍ବାରା ଯୁଦ୍ଧ ଆଗାମୀ ଦିନର ଏକ ବାସ୍ତବତାରେ ପରିଣତ ହେବା ପରିପ୍ରେକ୍ଷୀରେ ୨୦୨୨ ଯୁଦ୍ଧର ଏକ ନୂତନ ଧାରାର ସାମ୍‌ନା କରିପାରେ। ସେହିଭଳି ୨୦୨୨ରେ ସ୍ପେସ୍‌ ଏକ୍ସ ବା ବ୍ଲୁ ଅରିଜିନ୍‌ ଭଳି ଘରୋଇ ମହାକାଶ ଯାନ ଓ ସେମାନଙ୍କ ଦ୍ବାରା ମହାକାଶ ଗସ୍ତର ସ˚ଖ୍ୟା ବୃଦ୍ଧି ପାଇ ଅଧିକ ସ˚ଖ୍ୟକ ସାଧାରଣ ନାଗରିକଙ୍କ ଅନ୍ତରୀକ୍ଷ ପରିଭ୍ରମଣର ସୁଯୋଗ ସୃଷ୍ଟି କରିପାରେ; ହୋଇପାରେ ଭବିଷ୍ୟତ୍‌ରେ ମହାକାଶ ହେବ ମନୁଷ୍ୟଙ୍କ ପ୍ରିୟ ପିକିନିକ୍‌ ସ୍ପଟ୍‌ ଏବ˚ କାଳକ୍ରମେ ପ୍ରଯୁକ୍ତି ହୋଇପାରେ ମନୁଷ୍ୟର ନିୟନ୍ତା।

ଓମିକ୍ରନ୍‌ର ରାହୁ ଛାୟା ଏହି ବର୍ଷର ପ୍ରଥମ କିଛି ମାସ ପୃଥିବୀକୁ ଗ୍ରସ୍ତ କରି ରଖିବା ନେଇ ଭବିଷ୍ୟବାଣୀ ଏବେ ମୁଖର ହୋଇଛି। ଏହା ସତ ହେବାର ସ˚କେତ ମଧୢ ଦିଶିଲାଣି। ଇତିମଧୢରେ ମାନବ ଜାତି ମଧୢ ଏହି ମହାମାରୀକୁ ସ୍ବୀକାର କରି ନେଇଥିବାର ମୁଦ୍ରାରେ ଦଣ୍ତାୟମାନ। ଏହି ମହାମାରୀକୁ ନେଇ ୨୦୨୦ ମସିହାର ସନ୍ଦେହ, ଅଜ୍ଞତା ଓ ବିଭ୍ରାନ୍ତି ବର୍ତ୍ତମାନ ପ୍ରାୟତଃ ନାହିଁ। ତେଣୁ ହୁଏ’ତ ଓମିକ୍ରନ୍‌ର ତରଙ୍ଗ ମଧୢରେ ଦୀର୍ଘକାଳୀନ ‘ଲକ୍‌ଡାଉନ୍‌’ର ଆଶଙ୍କା ଏବେ କ୍ଷୀଣ। ତେଣୁ ଏହା ବି ଆଶା କରିବା ଯେ ସମଗ୍ର ବିଶ୍ବକୁ ଆନନ୍ଦ ଦେବା ଲାଗି ବିଶ୍ବକପ୍‌ ଫୁଟ୍‌ବଲ ଏ ବର୍ଷ ନଭେମ୍ବର ମାସରେ କାତାରରେ ଅନୁଷ୍ଠିତ ହେବ। ଚାରି ବର୍ଷରେ ଥରେ ହେଉଥିବା ପୃଥିବୀର ଏହି ସର୍ବାଧିକ ଲୋକପ୍ରିୟ କ୍ରୀଡ଼ାଟି ଇତିହାସରେ ପ୍ରଥମ ଥର ଲାଗି କୌଣସି ଏକ ଇସଲାମୀୟ ଗଲ୍‌ଫ ଦେଶରେ ଆୟୋଜିତ ହେବ। ଏହି କାରଣରୁ ୨୦୨୨ ମଧୢ ହେବ ଏକ ମାଇଲଖୁଣ୍ଟ।

ସମ୍ବନ୍ଧିତ ଖବର