ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ କାଳରେ ତାଙ୍କ ସୁରକ୍ଷାଗତ ଛିଦ୍ରକୁ କେନ୍ଦ୍ର କରି ସୃଷ୍ଟ ବିବାଦ ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ତଥା ସ˚ପାଦକ ଶେଖର ଗୁପ୍ତା ତାଙ୍କ ସାପ୍ତାହିକ ସ୍ତମ୍ଭ ‘ନେସନାଲ ଇଣ୍ଟରେଷ୍ଟ’ରେ ଲେଖିଥିବା ଆଲେଖ୍ୟର ପ୍ରଥମ ବାକ୍ୟର ଯାହା କହିଛନ୍ତି ତାର ଓଡ଼ିଆ ମର୍ମାର୍ଥ ହେଲା: ଏହି ବିବାଦକୁ ନେଇ ତୁମର ଧାରଣା କ’ଣ ତାହା ନିର୍ଭର କରିବ, ରାଜନୈତିକ ବିଭାଜନ ରେଖାର କେଉଁ ପାର୍ଶ୍ବରେ ତୁମେ ଅଛ! କହିବା ବାହୁଲ୍ୟ ଯେ ଏହା ସ˚ପ୍ରତି ଆମ ରାଷ୍ଟ୍ରରେ ଦୃଶ୍ୟମାନ ହେଉଥିବା ଅତ୍ୟନ୍ତ ଗଭୀର ରାଜନୈତିକ ଧ୍ରୁବୀକରଣ ଆଡ଼କୁ ଇଙ୍ଗିତ କରିଥାଏ, ଯେଉଁ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ମଧୢ ଦୁର୍ଭାଗ୍ୟଜନକ ଭାବେ ଦଳ ଓ ମତାଦର୍ଶର ଊର୍ଦ୍ଧ୍ବକୁ ଯାଇପାରୁନାହିଁ। ଏ ସ˚ଦର୍ଭରେ ଯାହା ଆହୁରି ଅସ୍ବସ୍ତିକର, ତାହା ହେଲା ଏଭଳି ଘଟଣା କାହିଁକି ଘଟିଲା, ତା’ର ମୂଳକୁ ନ ଯାଇ ଏହାର ଘମାଘୋଟ ରାଜନୀତୀକରଣ କରାଯିବା।

Advertisment

ପ୍ରକାଶ ଥାଉ କି ଗଲା ୫ ତାରିଖ ଦିନ ଏକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସଡ଼କ ପଥରେ ଭାଟିଣ୍ତା ଠାରୁ ଫିରୋଜପୁର ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ମଟରଗାଡ଼ିର ପଟୁଆର ଏକ ଫ୍ଲାଇଓଭର ଉପରେ ପ୍ରାୟ ପନ୍ଦର ମିନିଟ୍‌ ଧରି ଅଟକି ରହିଥିଲା। ତା’ ପରେ ପ୍ରଧାନମନ୍ତ୍ରୀ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରି ପ୍ରତ୍ୟାବର୍ତ୍ତନ କରିବାକୁ ବାଧୢ ହୋଇଥିଲେ। ଏହା ସମସ୍ତେ ସ୍ବୀକାର କରିବେ ଯେ ଫ୍ଲାଇଓଭର୍‌ର ଡାହାଣ ପଟର ପାରାପେଟ୍‌କୁ ଲାଗି ପ୍ରଧାନମନ୍ତ୍ରୀଙ୍କ ଗାଡ଼ିଟି ଅସହାୟ ଭାବେ ଛିଡ଼ା ହୋଇ ରହିବା ଏବ˚ ସାମାଜିକ ଗଣମାଧୢମରେ ଘୂରି ବୁଲୁଥିବା ଭିଡିଓ ଚିତ୍ର ଅନୁସାରେ ସେହି ସମୟରେ ଅପର ପାର୍ଶ୍ବର ରାଜପଥରେ ଯାନବାହନ ଯାତାୟାତ କରୁଥିବା ଏପରିକି କିଛି ବ୍ୟକ୍ତି (ବିଜେପି ସମର୍ଥକ) ଗାଡ଼ିର ଅତ୍ୟନ୍ତ ନିକଟକୁ ଯାଇ ପାରିବା ଭଳି ପରିସ୍ଥିତି ସୂଚାଇ ଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଳୟ ଦୁର୍ଭେଦ୍ୟ ବୋଲି ରହିଥିବା ଧାରଣାର ଏହା ହେଉଛି ବିପରୀତ। ପୁନଶ୍ଚ, ଯାହା ଅଧିକ ଉଦ୍‌ବିଗ୍ନ ସୃଷ୍ଟିକାରୀ ଥିଲା, ତାହା ହେଉଛି ପାକିସ୍ତାନ ସୀମାନ୍ତ ଠାରୁ ସେହି ସ୍ଥାନର ସମୀପତା। ଯଦିଓ ଏହି ପରିପ୍ରେକ୍ଷୀରେ ବିଜେପିର କତିପୟ କର୍ମକର୍ତ୍ତା ଏପରିକି କିଛି ମନ୍ତ୍ରୀ ଏହା ପଛରେ ପ୍ରଧାନମନ୍ତ୍ରୀଙ୍କ ଜୀବନକୁ ବିପଦ ସୃଷ୍ଟି କରିବା ଭଳି ଏକ ଷଡ୍‌ଯନ୍ତ୍ରକୁ ଦେଖି ଥାଆନ୍ତି, ବିଭିନ୍ନ ପାରିପାର୍ଶ୍ବିକ ପରିସ୍ଥିତିର ଅନୁଧୢାନରୁ ଏହା ସ୍ପଷ୍ଟ ଯେ ଏଭଳି ଏକ ଆଶଙ୍କା ନିରାଧାର ହେବାର ସମ୍ଭାବନା ଅଧିକ। କିନ୍ତୁ ଏହା ମଧୢ କହି ରଖିବା ଆବଶ୍ୟକ ଯେ ସ୍ଥାନ, କାଳ ଓ ପାତ୍ର ଦୃଷ୍ଟିରୁ ଏକ ଅଘଟଣ ନ ଘଟିବା ମଧୢ ଏକ ଅତ୍ୟନ୍ତ ସୌଭାଗ୍ୟର ବିଷୟ।

ସ୍ବାଭାବିକ ଭାବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାର ସିଧାସଳଖ ଦାୟିତ୍ବ ରହିଛି ଏକ ଅତ୍ୟନ୍ତ ଦକ୍ଷ, ସମର୍ପିତ ଓ ପେସାଦାର ବାହିନୀ ‘ଏସ୍‌ପିଜି’ (ସ୍ପେସାଲ୍‌ ପ୍ରୋଟେକ୍‌ସନ ଗ୍ରୁପ୍‌) ହାତରେ। ତେବେ, କୌଣସି ରାଜ୍ୟକୁ ଗସ୍ତ କରିବା ବେଳେ ଏକ ପରିବର୍ଦ୍ଧିତ ସୁରକ୍ଷା ବଳୟ ସୃଷ୍ଟିର ଦାୟିତ୍ବ ନିଅନ୍ତି ସେହି ରାଜ୍ୟର ସରକାର, ଯହିଁରେ ଅନ୍ତର୍ଭୁକ୍ତ ରାଜ୍ୟ ପୁଲିସ ଦ୍ବାରା ରାଜପଥର ‘ସାନିଟାଇଜେସନ୍‌’ ଅର୍ଥାତ୍‌ ପ୍ରଧାନମନ୍ତ୍ରୀ ଯାଉଥିବା ରାଜପଥର ପ୍ରତିଟି ଅ˚ଶକୁ କଡ଼ା ପହରା ମଧୢରେ ରଖି ତାକୁ ସମସ୍ତ ପ୍ରକାର ଅବରୋଧରୁ ମୁକ୍ତ କରିବା ଏବ˚ ସେଥି ଲାଗି ‘ଏସ୍‌ପିଜି’ ବାହିନୀ ସହିତ ଏକ ସମନ୍ବୟ ରକ୍ଷା କରିବା। ସେହି ଦୃଷ୍ଟିରୁ ଏହା ନିଃସନ୍ଦେହ ଯେ କର୍ତ୍ତବ୍ୟ ସ˚ପାଦନରେ ପଞ୍ଜାବ ପୁଲିସ ବିଫଳ ହୋଇଛିି। ପଞ୍ଜାବ ପୁଲିସ ପକ୍ଷରୁ ପ୍ରଦାନ କରାଯାଇଥିବା ସଫେଇ କହିଥାଏ ଯେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାତ୍ରା ଅଚାନକ ବାତିଲ ହୋଇ ସଡ଼କ ଯାତ୍ରାରେ ରୂପାନ୍ତରିତ ହେବାରୁ ସହସା ବ୍ୟାପକ ସୁରକ୍ଷାର ଆୟୋଜନ କରିବା ଏକ ଦୁରୂହ ବ୍ୟାପାର ଥିଲା। କିନ୍ତୁ ଏହା ଏକ ଦୁର୍ବଳ କାରଣ; ଯେହେତୁ ସ୍ବଳ୍ପ ଦୂରତ୍ବ ଅତିକ୍ରମ କରିବା ପରିପ୍ରେକ୍ଷୀରେ ବିଭିନ୍ନ କାରଣରୁ ଏକ ହେଲିକପ୍ଟର ଯାତ୍ରାର ଯୋଜନାରେ ହଠାତ୍‌ ବ୍ୟତିକ୍ରମ ଘଟି ତାହା ସଡ଼କ ଯାତ୍ରାକୁ ପରିବର୍ତ୍ତିତ ହୋଇ ଯିବାର ସମ୍ଭାବନା ଥାଏ; ବିକଳ୍ପ ରୂପେ ସଡ଼କ ଯାତ୍ରା ଲାଗି ପୂର୍ବ ପ୍ରସ୍ତୁତି ‘ପ୍ରଟୋକଲ୍‌’ ମଧ୍ୟରେ ରହିବା ଏକ ସାଧାରଣ ବିଷୟ। ଉଲ୍ଲେଖଯୋଗ୍ୟ ଯେ ଗଲା ଡିସେମ୍ବର ୮ ତାରିଖରେ ସ˚ଘଟିତ ଦୁର୍ଭାଗ୍ୟଜନକ ହେଲିକପ୍ଟର ଦୁର୍ଘଟଣାରେ ‘ସି.ଡି.ଏସ୍‌.’ର ମୁଖ୍ୟ ଜେନେରାଲ ବିପିନ ରାଵତଙ୍କ ସମେତ ଚଉଦ ଜଣଙ୍କ ପ୍ରାଣହାନି ଘଟିଯିବା ପରେ ହେଲିକପ୍ଟର ଜରିଆରେ ‘ଭିଭିଆଇପି’ଙ୍କ ଗସ୍ତ କାଳରେ ବିପଦର ଆଶଙ୍କାକୁ ନେଇ ଲୋକକ୍ଷେତ୍ରରେ ବ୍ୟାପକ ଆଲୋଚନା ହୋଇଛି। ଏହି ପରିପ୍ରେକ୍ଷୀରେ ସାମାନ୍ୟତମ ପ୍ରତିକୂଳତାର ଅସ୍ପଷ୍ଟ ଆଭାସ ମଧୢ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାତ୍ରାକୁ ବାତିଲ କରାନ୍ତା। ସୁତରା˚, ଏଭଳି ଏକ ସ୍ଥିତିରେ ପଞ୍ଜାବ ସରକାର କିଭଳି ଦୂରଦୃଷ୍ଟି ସ˚ପନ୍ନ ହୋଇ ପାରିଲେ ନାହିଁ, ତାହା ମଧୢ ବିସ୍ମୟକର। ପୁଣି ଏହି ପ୍ରକରଣରେ ‘ଏସ୍‌ପିଜି’ ବାହିନୀର ତ୍ରୁଟିକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ, ଯାହା ପଞ୍ଜାବ ପୁଲିସ ସହିତ ପୂର୍ବରୁ ଯୋଗସୂତ୍ର ସ୍ଥାପନ କରି ଗସ୍ତକୁ ଅବାଧ ରଖିବାରେ ବିଫଳ ହେଲା।

ତେବେ, ଏକ ବିଡ଼ମ୍ବନା ହେଲା, ଏହି ଘଟଣାକୁ କେନ୍ଦ୍ର କରି ବିଜେପି ଏବ˚ କ˚ଗ୍ରେସ ମଧୢରେ ସୃଷ୍ଟ ଆକ୍ରମଣାତ୍ମକ ଆରୋପ-ପ୍ରତ୍ୟାରୋପ, ଯାହା ଏହି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗର ରାଜନୀତୀକରଣ କରି ତାକୁ ଏକ ଲଘୁ କଥାରେ ପରିଣତ କଲାଣି। କିନ୍ତୁ ଏକ ଗୁରୁତର କଥା ହେଲା, ରାଜନୀତୀକରଣର ଧୂମ ପଟଳ ଭେଦ କରି ଗଭୀରତାକୁ ଦୃଷ୍ଟି ନିକ୍ଷେପ କଲେ, ଯାହା ଦିଶିଥାଏ ତାହା ହେଲା ଆମ ସାଧାରଣତନ୍ତ୍ରର ସ˚ଘୀୟ ବ୍ୟବସ୍ଥାରେ ସୃଷ୍ଟ ଫାଟ। ଦୀର୍ଘ କାଳ ହେଲା ଚଳି ଆସିଥିବା କେତେକ ‘ପ୍ରୋଟୋକଲ୍‌’ର ଅମାନ୍ୟରେ ଏହା ପ୍ରକାଶ୍ୟ ହେଲାଣି। ଏହି ପରିପ୍ରେକ୍ଷୀରେ ୨୦୧୯ ମସିହାରେ ପଶ୍ଚିମବଙ୍ଗର ଘଟଣାଟି ସ୍ମରଣକୁ ଆସିଥାଏ ଯହିଁରେ ବାତ୍ୟା ‘ୟାସ୍‌’ ଦ୍ବାରା ଆକ୍ରାନ୍ତ ପଶ୍ଚିମବଙ୍ଗର କ୍ଷୟକ୍ଷତି ସମ୍ବନ୍ଧରେ ସ୍ଥିତି ଅନୁଧୢାନ ଲାଗି ସେହି ରାଜ୍ୟକୁ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବ˚ ରାଜ୍ୟର ଚିଫ୍‌ ସେକ୍ରେଟାରି ଆଳାପନ ବନ୍ଦୋପାଧୢାୟ ଯାଇ ନ ଥିଲେ। ପ୍ରୋଟୋକଲ୍‌ ଭଙ୍ଗର ଏହା ଏକ ଉଦାହରଣ ଥିଲା। କହିବା ଅନାବଶ୍ୟକ ଯେ ଏହା ପଛର ବଡ଼ କାରଣଟି ଥିଲା ସଦ୍ୟ ‌େଶଷ ହୋଇଥିବା ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ, ଯେଉଁଠି ବିଜେପି ଏବ˚ ତୃଣମୂଳ କ˚ଗ୍ରେସ ମଧୢରେ ଥିବା ତୀବ୍ର ରାଜନୈତିକ ବିରୋଧ କ୍ରମେ ବିଦ୍ବେଷ ରୂପ ନେଇ ପରିଶେଷରେ ବ୍ୟକ୍ତିିଗତ ତିକ୍ତତାରେ ପରିଣତ ହୋଇଥିଲା। ସା˚ପ୍ରତିକ ରାଜନୈତିକ ଧ୍ରୁବୀକରଣ ପ୍ରେକ୍ଷାପଟରେ ଯେଉଁଭଳି ପରସ୍ପର ବିରୋଧୀ ତୀବ୍ର ବାଚନିକ ଆକ୍ରମଣର ପର˚ପରା ସୃଷ୍ଟି ହୋଇଛି ତହିଁରେ ଅଶୋଭନୀୟ ଏବ˚ ଅଶାଳୀନ ବ୍ୟକ୍ତିଗତ ମନ୍ତବ୍ୟ ସ୍ଥାନ ପାଇବା ସହିତ ପଦ ବା ବ୍ୟକ୍ତିଙ୍କ ଗରିମାକୁ ଭୂଲୁ˚ଠିତ କରାଯିବାରେ ତିଳେ ମାତ୍ର ଭ୍ରୂକ୍ଷେପ କରାଯାଉ ନାହିଁ।

୨୦୧୪ ମସିହାରେ ରାଫେଲ ଦୁର୍ନୀତିରେ ପ୍ରଧାନମନ୍ତ୍ରୀଙ୍କ ସ˚ପୃକ୍ତିର ଅଭିଯୋଗ କରି ରାହୁଲ ଗାନ୍ଧୀଙ୍କ ଦ୍ବାରା ସୃଷ୍ଟ ଏବ˚ ସର୍ବତ୍ର ପ୍ରଚାରିତ ସ୍ଲୋଗାନ୍‌ ଥିଲା ‘ଚୌକିଦାର ଚୋର ହୈ’, ଯାହା ପ୍ରଧାନମନ୍ତ୍ରୀଙ୍କ ପଦ ଗରିମାର ଅବଜ୍ଞା ଥିଲା ବୋଲି ଅନେକ ଏକମତ ହୁଅନ୍ତି। ସେହି ଭଳି ପଶ୍ଚିମବଙ୍ଗର ନିର୍ବାଚନ ପ୍ରଚାର କାଳରେ ସ୍ବୟ˚ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କ ମୁଖ ନିଃସୃତ ପରିହାସମୂଳକ ‘ଦିଦି ଓ ଦିଦି’ ଭଳି ସ˚ବୋଧନ ଯେ ସ˚ଭ୍ରମ-ରୁଚିବୋଧ ବିବର୍ଜିତ ଥିଲା, ଏହା କହିବା ଅନାବଶ୍ୟକ। ଏହି ପରିପ୍ରେକ୍ଷୀରେ ରାଜନୈତିକ ବିରୋଧ ବ୍ୟକ୍ତିଗତ ବିଦ୍ବେଷରେ ପରିଣତ ହେବା ଏବ˚ ଅନେକ ସମୟରେ କେନ୍ଦ୍ର ସରକାର ଏବ˚ ବିରୋଧୀ ଦଳ ଦ୍ବାରା ଶାସିତ ରାଜ୍ୟ ସରକାର ପରସ୍ପରର ତୀବ୍ର ଶତ୍ରୁ ଭଳି ବ୍ୟବହାର କରିବା ଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି, ଯାହା ସ˚ଘୀୟ ତାଳମେଳର ପରିପନ୍ଥୀ। ତେଣୁ ପ୍ରଶ୍ନ ଉଠିଥାଏ ଯେ ଆସନ୍ତା ମାସ ନିର୍ବାଚନକୁ ଓହ୍ଲାଉଥିବା ପଞ୍ଜାବରେ ବଢି ଚାଲିଥିବା ରାଜନୈତିକ ଉତ୍ତାପ ସେଠାକାର ସରକାରଙ୍କ ଠାରେ ଏଭଳି ଖାମଖିଆଲି ଭାବ ସୃଷ୍ଟି କରି ନାହିଁ ତ?

ପରିଶେଷରେ ଏତିକି କୁହାଯାଇପାରେ ଯେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ରାଜନୈତିକ ବିରୋଧରେ ପରସ୍ପର ପ୍ରତି ସର୍ବନିମ୍ନ ସମ୍ମାନବୋଧ ଏବ˚ ସ˚ଭ୍ରମତା ପ୍ରକାଶ ପାଉ। ତାହା ନ ହେଲେ ଭାରତୀୟ ସାଧାରଣତନ୍ତ୍ରର ସ˚ଘୀୟ ବ୍ୟବସ୍ଥାରେ ଯେଉଁ ଫାଟ ସୃଷ୍ଟି ହେବ, ତାହା ଗ୍ରୀକ୍‌ ପୁରାଣର ଦୁର୍ଜେୟ ବୀର ‘ଆକିଳେସ୍‌ଙ୍କ ଗୋଇଠି’ରେ ଥିବା ସୂକ୍ଷ୍ମ ଦୌର୍ବଲ୍ୟ ଭଳି ରହି (ଯାହା ତାଙ୍କ ମୃତ୍ୟୁର କାରଣ ହୋଇଥିଲା) ଗଣତନ୍ତ୍ରକୁ ଦୁର୍ବଳ କରି ଚାଲିବ।