ଲଙ୍କା ଜୟ

ମହାଜନୀ କାରବାରରେ ଯେମିତି ଋଣ ଗ୍ରହୀତାକୁ ସର୍ବସ୍ବାନ୍ତ କରିବା ଲାଗି ସମସ୍ତ ପ୍ରକରଣ ନିହିତ ହୋଇ ରହିଥାଏ ଏବ˚ ଲେଶମାତ୍ର ଦୟାମାୟା ପ୍ରଦର୍ଶନ ନ କରି ମହାଜନ ଜଣକ ଋଣ ଭାରରେ ନଇଁ ପଡ଼ିଥିବା ବ୍ୟକ୍ତିଟି ଉପରେ ବିଧା ବର୍ଷଣ କରି ତାକୁ ଭୂମିସାତ୍‌ କରି ଦେବାର ସୁଯୋଗ ଉଣ୍ତୁଥାଏ, ସ˚ପ୍ରତି ଦକ୍ଷିଣ ଏସୀୟ ଦ୍ବୀପ ରାଷ୍ଟ୍ର ଶ୍ରୀଲଙ୍କା ଉପରେ ସେହି ଭଳି ଦାଉ ସାଧିବା ଲାଗି ଚୀନ ନାମକ ମହାଜନର ଆବିର୍ଭାବ ଘଟିଛି। ବର୍ତ୍ତମାନ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଥିବା ବେଳେ ଚୀନ ଏହି ସାର୍ବଭୌମ ରାଷ୍ଟ୍ରଟିକୁ ଦଖଲ କରିବାକୁ କିଭଳି ବ୍ୟଗ୍ର, ତାହା ଆଉ ଗୋପନୀୟ ହୋଇ ରହିନାହିଁ। ସ˚ପ୍ରତି ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଭଣ୍ତାରରେ ଅକଳ୍ପନୀୟ ସ˚କୋଚନ ଘଟି ତାହା ମାତ୍ର ୧.୬ ବିଲିଅନ ଡଲାର ହୋଇଯାଇଥିବା କାରଣରୁ ବିଦେଶରୁ ଅତ୍ୟାବଶ୍ୟକ ଦ୍ରବ୍ୟ, ଖଣିଜ ତୈଳ ଏବ˚ ଖାଦ୍ୟ ଦ୍ରବ୍ୟ ଆଦିର ଆମଦାନି ନେଇ ମଧୢ ତୀବ୍ର ସ˚କଟ ଉପୁଜିଲାଣି, ଯାହା ଖାଦ୍ୟ ଦ୍ରବ୍ୟ, ଗୁଣ୍ତ ଦୁଗ୍‌ଧ ବା ଗ୍ୟାସ୍‌ ସିଲିଣ୍ତର ଆଦିର ଉତ୍କଟ ଅଭାବରେ ପରିଦୃଷ୍ଟ ହୋଇଛି। ଏଭଳି ସ୍ଥଳେ ଚୀନ ଉପରେ ଅତ୍ୟନ୍ତ ନିର୍ଭରଶୀଳ ହୋଇ ସାରିଥିବା ଶ୍ରୀଲଙ୍କାର ଭବିଷ୍ୟତ୍‌ କେଉଁ ଦିଗକୁ ଗତି କରିବାର ସମ୍ଭାବନା ଅଛି, ସେ ସ˚ପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ବୋଲି ମନେ ହୋଇଥାଏ।

ଉଲ୍ଲେଖଯୋଗ୍ୟ ଯେ କୋଭିଡ୍‌ ପାନ୍‌ଡେମିକ୍‌ ପୂର୍ବରୁ ସମସ୍ତ ପ୍ରକାର ‘ମାନବ ବିକାଶ ସୂଚକାଙ୍କ’ରେ ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧୢରେ ଶ୍ରୀଲଙ୍କା ଉନ୍ନତ ପ୍ରଦର୍ଶନ କରି ଆସିଥିଲା। ବାର୍ଷିକ ମୁଣ୍ତ ପିଛା ଆୟ ହିସାବରେ ଏହା ଥିଲା ଦକ୍ଷିଣ ଏସୀୟ ରାଷ୍ଟ୍ରଙ୍କ ମଧୢରେ ସର୍ବାଧିକ (୩୮୫୧.୬୭ ଆମେରିକୀୟ ଡଲାର)। ତେବେ ହଠାତ୍‌ ଏହି ରାଷ୍ଟ୍ରର ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଲା କାହିଁକି? ତା’ ପଛରେ ଅଛି ଦୁଇଟି କାରଣ; ଗୋଟିଏ ଦୈବୀକୃତ ଏବ˚ ଅନ୍ୟଟି ମନୁଷ୍ୟକୃତ। ପର୍ଯ୍ୟଟନ ଶିଳ୍ପ, ଯାହା ଶ୍ରୀଲଙ୍କା ଅର୍ଥନୀତିର ଜୀବନ ରେଖା ଥିଲା, ତାହା କରୋନା ମହାମାରୀ ଭଳି ଦୈବୀ ଦୁର୍ବିପାକ କାରଣରୁ ସ˚ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଲା, ଯାହା ରାଷ୍ଟ୍ରର ଆୟରେ ତୀବ୍ର ସ˚କୋଚନ ଘଟାଇଛି। ଏଣେ ଏହି ସମୟରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହେନ୍ଦ୍ର ରାଜପକ୍ଷଙ୍କ ଦ୍ବାରା ନିଆଯାଇଥିବା ଏକ ଅତ୍ୟନ୍ତ ଅପରିଣାମଦର୍ଶୀ ନିଷ୍ପତ୍ତି ପରେ ଅଚାନକ ସମଗ୍ର ଦେଶରେ ଜୈବ କୃଷିର ପ୍ରଚଳନ (ରାସାୟନିକ ସାର ଓ ଔଷଧର ପୂର୍ଣ୍ଣ ନିଷେଧାଦେଶ ସହିତ) କୃଷି ଉତ୍ପାଦନ କ୍ଷେତ୍ରରେ ଏକ ହାହାକାର ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ ଚା’ ରପ୍ତାନି ଶ୍ରୀଲଙ୍କାର ଏକ ପ୍ରମୁଖ କୃଷିଭିତ୍ତିକ ଆୟର ସ୍ରୋତ ହୋଇଥିବା ବେଳେ ବାଧୢତାମୂଳକ ଜୈବ କୃଷି ପ୍ରବର୍ତ୍ତନ ଦ୍ବାରା ଚା’ ଚାଷ ଅତ୍ୟନ୍ତ କରୁଣ ସ୍ଥିତିରେ। ତେଣୁ ଏଭଳି ଅକଳିଆ ପରିସ୍ଥିତିରେ ଛନ୍ଦି ହୋଇ ପଡ଼ିଥିବା ଶ୍ରୀଲଙ୍କା ସମ୍ମୁଖରେ ଏକଦା ବନ୍ଧୁ ଭଳି ପ୍ରତୀତ ହୋଇ ସେଠାରେ ଭିତ୍ତିଭୂମିର ବିକାଶ ଲାଗି ବିପୁଳ ଅର୍ଥ ଋଣ ପ୍ରଦାନ କରିଥିବା ଚୀନ ଏବେ ତା’ର ଯେଉଁ ଅସଲ ସ୍ବରୂପଟି ଦେଖାଇଛି, ସେଥିରେ ଏକ ନିଷ୍ଠୁର ମହାଜନକୁ ହିଁ ଦେଖିବାକୁ ମିଳିଥାଏ।

ଏହି ସ୍ତମ୍ଭରେ ଅନେକ ପାଠିକ-ପାଠିକା ନିଶ୍ଚୟ ଅବଗତ ଥିବେ ଯେ ‘ହମ୍ବନଟୋଟା’ ବନ୍ଦରର ଉଚ୍ଚାଭିଳାଷୀ ଉନ୍ନତୀକରଣ ସକାଶେ ଚୀନ ପ୍ରଦାନ କରିଥିବା ଋଣର କିସ୍ତି ପରିଶୋଧ କରିବାରେ ଶ୍ରୀଲଙ୍କା ଅସମର୍ଥ ହେବା କାରଣରୁ ଚୀନ ସେହି ବନ୍ଦରକୁ ଏକ ୯୯ ବର୍ଷିଆ ଲିଜ୍‌ ସୂତ୍ରରେ ଅଧିକାର କରି ନେଇଛି, ଠିକ୍ ମହାଜନ କରଜଗ୍ରସ୍ତ ଚାଷୀର ଜମି ଦଖଲ କଲା ଭଳି। ସେହିଭଳି ଆଉ ଏକ ସମାନ ଦୃଶ୍ୟ ମଧୢ ଅଚିରେ ଦେଖିବାକୁ ମିଳିପାରେ, ଯହିଁରେ ଅତ୍ୟନ୍ତ ମହତ୍ତ୍ବାକା˚କ୍ଷୀ କଲୋମ୍ବୋ ବନ୍ଦର-ସହର ପ୍ରକଳ୍ପରେ ବ୍ୟବହୃତ ୬୬୦ ଏକର ପରିମିତ ବିଶାଳ ଭୂମି ଚୀନ୍‌ର ଅକ୍ତିଆରକୁ ଚାଲି ଯାଇପାରେ। ଶ୍ରୀଲଙ୍କାର ପର୍ଯ୍ୟଟନ ଶିଳ୍ପ ସକାଶେ ଏକ ବରଦାନ ରୂପେ ବର୍ଣ୍ଣନା କରାଯାଉଥିବା ଉପରୋକ୍ତ ପ୍ରକଳ୍ପ ନିର୍ମାଣରେ ଚୀନ ୧.୪ ବିଲିଅନ ଡଲାର ବିନିଯୋଗ କରିଛି, ଯାହାର କିସ୍ତି ପରିଶୋଧ କରିବା ଶ୍ରୀଲଙ୍କା ଲାଗି ବର୍ତ୍ତମାନ ଏକ ଅସମ୍ଭବ ବ୍ୟାପାର ଭଳି ବୋଧ ହୁଏ। ଆର୍ଥିକ ଦୁରବସ୍ଥା କାରଣରୁ ଶ୍ରୀଲଙ୍କା ସରକାର ଋଣ ସର୍ତ୍ତରେ କିଛି କୋହଳ କରିବାକୁ ଅନୁରୋଧ କରିଥିଲେ ସୁଦ୍ଧା ଚୀନ ତାହାକୁ କର୍ଣ୍ଣପାତ କରିନାହିଁ। ସୁତରା˚, କହିଲେ ଭୁଲ୍‌ ହେବ ନାହିଁ ଯେ ଅତି ସନ୍ତର୍ପଣ ଓ କପଟତା ସହିତ ଚୀନ ତା’ର ଲଙ୍କା ଜୟ ଅଭିଯାନ ଆରମ୍ଭ କରିଦେଇଛି।

ଏହି ପ୍ରେକ୍ଷାପଟରେ ଚୀନ ଠାରୁ ଶ୍ରୀଲଙ୍କା ଆଣିଥିବା ଋଣର ଅତିକାୟତା ନେଇ ଏକ ଧାରଣା କରାଯାଉ: ତା’ର ପରିମାଣ ହେଉଛି ୮ ବିଲିଅନ ଡଲାର ଯାହା ଶ୍ରୀଲଙ୍କା ଜି.ଡି.ପି. (ଜାତୀୟ ଆୟ)ର ୬୦ ପ୍ରତିଶତ। ଏକ ସମାନ ପ୍ରକାର ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ଉପରେ ଥିବା ଚୀନା ଋଣର ପରିମାଣ ହେଉଛି ପାକିସ୍ତାନ ଜି.ଡି.ପି.ର ୪୦ ପ୍ରତିଶତ, ଅର୍ଥାତ୍‌ ଶ୍ରୀଲଙ୍କା ଠାରୁ କମ୍‌। ଉଲ୍ଲେଖଯୋଗ୍ୟ ଯେ ଜିବୋତି, ଜାମ୍ବିଆ, କିର୍‌ଗିଜ୍‌ସ୍ତାନ ବା ଲାଓସ ଭଳି କ୍ଷୁଦ୍ର ଏବ˚ ଦରିଦ୍ର ରାଷ୍ଟ୍ରଗୁଡ଼ିକ ଦ୍ବାରା କରାଯାଇଥିବା ଚୀନା ଋଣର ପରିମାଣ ସେମାନଙ୍କ ନିଜ ନିଜ ଜି.ଡି.ପି.ର ୨୦ ପ୍ରତିଶତରୁ ମଧୢ କମ୍‌। ଏଥିରୁ ହିଁ ଚୀନ ଉପରେ ଶ୍ରୀଲଙ୍କା ପ୍ରଦର୍ଶନ କରିଥିବା ବିଶ୍ବାସ ଓ ନିର୍ଭରଶୀଳତାର ଅନ୍ଦାଜ ଲଗାଯାଇପାରେ।

ଏଭଳି ସ୍ଥିତିରେ ଶ୍ରୀଲଙ୍କା ଯେ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ ବା ‘ଆଇ.ଏମ୍‌.ଏଫ୍‌’ ସହ ସାନି ଆଲୋଚନା କରିବା ଉଚିତ, ସେ ନେଇ ପ୍ରାୟ ସମସ୍ତ ଅର୍ଥନୀତି ବିଦ୍ବାନ ଏକମତ। କିନ୍ତୁ ଏଥିରେ ଶ୍ରୀଲଙ୍କା ସରକାରଙ୍କ କୁଣ୍ଠା ରହିଛି, କାରଣ ଅର୍ଥ ପ୍ରଦାନ କରିବା ପୂର୍ବରୁ ‘ଆଇ.ଏମ୍‌.ଏଫ୍‌.’ ଯେଉଁ ସର୍ତ୍ତମାନ ରଖିଥାଏ, ତହିଁରେ ସେହି ଅର୍ଥ ବ୍ୟୟରେ ସ୍ବଚ୍ଛତା ରକ୍ଷା ଅନ୍ୟତମ, ଯାହା ଶ୍ରୀଲଙ୍କାକୁ ଶାସନ କରୁଥିବା ରାଜପକ୍ଷ ପରିବାର ପାଇଁ ଗ୍ରହଣୀୟ ହୋଇ ନ ପାରେ। ଇତି ମଧୢରେ ‘ଫିଚ୍‌’ ଏବ˚ ‘ଷ୍ଟାଣ୍ତାର୍ଡ ଏଣ୍ତ ପୁଅର୍‌’ ଭଳି ଆନ୍ତର୍ଜାତିକ ରେଟି˚ ସ˚ସ୍ଥା ଶ୍ରୀଲଙ୍କାକୁ ଆଣି ସର୍ବନିମ୍ନ ସ୍ଥାନରେ ଥୋଇଲେଣି (ଫିଚ୍‌ ଦ୍ବାରା ‘ସିସି’ ରେଟି˚ ପ୍ରଦାନ), ଯାହା ଶ୍ରୀଲଙ୍କା ଦ୍ବାରା ବିଦେଶୀ ଋଣ ପରିଶୋଧରେ ସମ୍ଭାବ୍ୟ ଅସାମର୍ଥ୍ୟ ଆଡ଼କୁ ଇଙ୍ଗିତ କରୁଛି।

ଏଭଳି ଏକ ଅତ୍ୟନ୍ତ ଉଦ୍‌ବେଗଜନକ ସ୍ଥିତିରେ ଶ୍ରୀଲଙ୍କାର ଚରମ ବିବ୍ରତବୋଧ ତାକୁ ଚୀନ ଏବ˚ ‘ଆଇ.ଏମ୍‌.ଏଫ୍‌.’ ଉଭୟଙ୍କ ଠାରୁ ଦୂରେଇ ଅନ୍ୟାନ୍ୟ ରାଷ୍ଟ୍ରମୁହାଁ ହେବାକୁ ବାଧୢ କରିଛି। ତାହାର ଏକ ପ୍ରମାଣ ହେଉଛି ଶ୍ରୀଲଙ୍କାର ବହିର୍ବ୍ୟାପାର ମନ୍ତ୍ରୀ ବସିଲ ରାଜପକ୍ଷଙ୍କ ଦ୍ବାରା ଗଲା ନଭେମ୍ବର ମାସରେ ଭାରତ ଗସ୍ତ ଓ ଉଚ୍ଚ ମନ୍ତ୍ରୀ ସ୍ତରୀୟ ଆଲୋଚନା। କହିବା ଅନାବଶ୍ୟକ ଯେ ଶ୍ରୀଲଙ୍କାର ଏଭଳି ଆକୁଳତାରେ ତତ୍କାଳ ସହଯୋଗର ହାତ ବଢ଼ାଇଛି ଭାରତ, ଯହିଁରେ ଶ୍ରୀଲଙ୍କାକୁ ୯୧୨ ନିୟୁତ ଡଲାରର ଅର୍ଥ ସାହାଯ୍ୟ ଏବ˚ ବାକି ସୂତ୍ରରେ ୧.୫ ବିଲିଅନ ଡଲାର ମୂଲ୍ୟର ଖାଦ୍ୟ ଦ୍ରବ୍ୟ ଏବ˚ ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣର ପ୍ରତିଶ୍ରୁତି ରହିଛି (ଗଲା ୧୫ ତାରିଖରେ ଭାରତ ସରକାର ଏହି ପ୍ରତିଶ୍ରୁତି ପାଳନକୁ ଦୋହରାଇଛନ୍ତି)। କେବଳ ସେତିକି ନୁହେଁ, ଗଲା ୨୪ ବର୍ଷ ଧରି ଶୀତଳଭଣ୍ତାରରେ ପଡ଼ି ରହିଥିବା ଏକ ଦ୍ବି-ପାକ୍ଷିକ ଚୁକ୍ତି (ରାଜୀବ ଗାନ୍ଧୀ ଏବ˚ ଏସ୍‌ ଜୟବର୍ଦ୍ଧନେଙ୍କ ମଧୢରେ)କୁ ଇତିମଧୢରେ ଶ୍ରୀଲଙ୍କା ସରକାର ପୁନର୍ଜୀବନ ପ୍ରଦାନ କରିଛନ୍ତି, ଯାହା (ତ୍ରିଙ୍କୋମାଲି ପ୍ରକଳ୍ପ) ଉଭୟ ରାଷ୍ଟ୍ରର ମିଳିତ ଉଦ୍ୟମକୁ ସାକାର କରିବା ସହିତ ଚୁକ୍ତି ଅନୁସାରେ ଆଗାମୀ ୫୦ ବର୍ଷ ଲାଗି ଖଣିଜ ତୈଳ କ୍ଷେତ୍ରରେ ଭାରତର ବ୍ୟାବସାୟିକ ସମ୍ଭାବନାକୁ ପ୍ରଶସ୍ତ କରିବ।

ବିଳମ୍ବରେ ହେଲେ ମଧୢ ଶ୍ରୀଲଙ୍କା ଚୀନ୍‌ର କବ୍‌ଜାରୁ ମୁକ୍ତ ହେବାର ଉଦ୍ୟମ ବୋଧହୁଏ ଆରମ୍ଭ କରିଛି। ଏହା ଦ୍ବାରା ପୁନର୍ବାର ଶ୍ରୀଲଙ୍କା ତା’ର ପୁରୁଣା ବନ୍ଧୁ ରାଷ୍ଟ୍ର ଭାରତର ନିକଟତର ହେବାର ଆଶା ଦିଶିଥାଏ। ରାମାୟଣରେ ବର୍ଣ୍ଣିତ ଅଛି ଯେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦ୍ବାରା ଲଙ୍କା ଜୟର ପୂର୍ବାଭାସ ହନୁମାନଙ୍କ ଦ୍ବାରା ସ୍ବର୍ଣ୍ଣ ଲଙ୍କା ଭସ୍ମୀଭୂତ ହେବାରୁ ମିଳିଥିଲା। ବର୍ତ୍ତମାନ କିନ୍ତୁ ସ୍ଥିତି ଓଲଟି ଯାଇ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ଚୀନ୍‌ର ଜ୍ବାଳାରେ ଜଳି ପୋଡ଼ିବାକୁ ବସିଥିବା ଶ୍ରୀଲଙ୍କା ଉପରେ ଜଳ ସି˚ଚନ କରି ଯନ୍ତ୍ରଣା ଉପଶମ କରିବାରେ ଭାରତର ଉଦ୍ୟମ। ଏଥିରେ ଯଦି ଶ୍ରୀଲଙ୍କାର ସଦ୍‌ବୁଦ୍ଧି ଉଦୟ ହୁଏ ଏବ˚ ସେ ଭାରତର ସହୃଦୟତାକୁ ଉପଲବ୍‌ଧି କରିପାରେ, ତେବେ ପୁଣି ଥରେ ଭାରତ ଦ୍ବାରା ଲଙ୍କା ଜୟ ସମ୍ଭବ ହେବ; ଏବ˚ ତାହା ହେବ ଲଙ୍କା ହୃଦୟର ଜୟ।

ସମ୍ବନ୍ଧିତ ଖବର