ତ୍ରୁଟି ରେଖା!

କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବିତ ‘ସର୍ବ ଭାରତୀୟ ପ୍ରଶାସନିକ ସେବା’ର କ୍ୟାଡର‌୍‌ ନିୟମରେ ସ˚ଶୋଧନ କେତେକ ରାଜ୍ୟ ଦ୍ବାରା ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି। ତେବେ ଏହି ସ˚ଦର୍ଭରେ ପ୍ରଶ୍ନ ହେଲା, ଏଭଳି ବିରୋଧକୁ ସ˚ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ମଧୢରେ ସୃଷ୍ଟ ସ୍ବାଭାବିକ ମତାନ୍ତର ବୋଲି ଆଖ୍ୟା ଦିଆଯାଇପାରିବ କି? କାରଣ ଅନେକ ବିଶେଷଜ୍ଞ ସନ୍ଦେହ କରିଥାଆନ୍ତି ଯେ ଏହା ସ˚ପ୍ରତି ଆମ ସ˚ଘୀୟ ସ˚ରଚନାର ଗଭୀର ପ୍ରଦେଶରେ ଉକୁଟି ଉଠୁଥିବା ତ୍ରୁଟି ରେଖା! ସୁତରା˚, ଏହି ପ୍ରେକ୍ଷାପଟରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ସ˚ଶୋଧନ ଲାଗି ଯେଉଁ ଚାରିଟି ପ୍ରସ୍ତାବ ପ୍ରଦାନ କରିଛନ୍ତି, ତହିଁରୁ ଦୁଇଟି ବିବାଦୀୟ। ସେ ଦୁଇଟି ହେଲା ରାଜ୍ୟ କ୍ୟାଡରରେ ଅବସ୍ଥାପିତ ସର୍ବଭାରତୀୟ ପ୍ରଶାସନିକ ସେବାର ଅଫିସରମାନେ ଦିଲ୍ଲୀକୁ ଡେପୁଟେସନରେ ଯିବାକୁ ଡାକରା ପାଇଲେ ସେମାନଙ୍କୁ ଦିଲ୍ଲୀ ପ୍ରେରଣ କରିବାକୁ ରାଜ୍ୟ ସରକାରମାନଙ୍କ ଅରାଜି (ଯଦି ଥାଏ) ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବଳବତ୍ତର ରହିବ; ତା’ ପରେ ତାହା କାର୍ଯ୍ୟକାରୀ ହେବାକୁ ବାଧୢ। ଦ୍ବିତୀୟଟି ହେଲା ପରିସ୍ଥିତି ଅନୁସାରେ କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ଅଫିସରଙ୍କ ସେବା ଚାହିଁଲେ ରାଜ୍ୟ ସରକାର ତାଙ୍କୁ ମୁକ୍ତ କରିବା ଅନିବାର୍ଯ୍ୟ ହେବ। ପ୍ରକାଶ ଥାଉ କି ପ୍ରଚଳିତ ନିୟମ ଅନୁସାରେ ‘ସର୍ବ ଭାରତୀୟ ପ୍ରଶାସନିକ ସେବା’ ଅଧୀନରେ ହେଉଥିବା ଆଇ.ଏ.ଏସ୍‌, ଆଇ.ପି.ଏସ୍‌ ଏବ˚ ଆଇ.ଏଫ୍‌.ଏସ୍‌.(ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ପ୍ରବେଶିକା ପରୀକ୍ଷା ପରିଚାଳନା, ମନୋନୟନ, ନିଯୁକ୍ତି ଏବ˚ ପରିଶେଷରେ ରାଜ୍ୟ ଵାରି ସେମାନଙ୍କ କ୍ୟାଡର୍ ଭିତ୍ତିକ ନିଯୁକ୍ତି କେନ୍ଦ୍ର ସରକାରଙ୍କ ଦ୍ବାରା ସମାହିତ ହେଉଥିବା ବେଳେ ନିଯୁକ୍ତି ପରେ ସେମାନେ ସ˚ପୃକ୍ତ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରନ୍ତି; ଯଦିଓ ସେମାନେ ତାଙ୍କ ଚାକିରି କାଳର କିଛି ବର୍ଷ କେନ୍ଦ୍ର(ଦିଲ୍ଲୀ)କୁ ଡେପୁଟେସନ୍‌ରେ ଯିବାର ଏକ ପ୍ରାବଧାନ ରହି ଆସିଛି। ସେଥିରେ ଏହା ମଧୢ ଉଲ୍ଲିଖିତ ଯେ ସର୍ବ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଡେପୁଟେସନ୍‌ରେ ଦିଲ୍ଲୀ ପ୍ରେରଣ କରିବା ସ˚ଦର୍ଭରେ ଯଦି ରାଜ୍ୟ ସରକାରଙ୍କ ସହିତ ମତାନୈକ୍ୟ ଘଟେ; ସେଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଆଦେଶ କାଏମ ରହିବ। ତେବେ, ଏବର ନିୟମରେ ରାଜ୍ୟ ସରକାରମାନେ ସ˚ପୃକ୍ତ ଅଧିକାରୀଙ୍କୁ ଦିଲ୍ଲୀ ପ୍ରେରଣ କରିବା ନେଇ କୌଣସି ସମୟ ସୀମା ନାହିଁ। କିନ୍ତୁ ପ୍ରସ୍ତାବିତ ସ˚ଶୋଧନରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ରହିଛି, ଯାହା ହେଉଛି ପ୍ରତିବାଦର ପ୍ରକୃତ ମଞ୍ଜି।

ତେବେ, କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସ˚ଶୋଧନ ପଛରେ ନିହିତ କାରଣଟି ଯଥାର୍ଥ ମନେ ହୋଇପାରେ। ତାହା ହେଲା ରାଜ୍ୟ କ୍ୟାଡର୍‌ରେ ଥିବା ଅଫିସରମାନେ ଦିଲ୍ଲୀ ଯାଉ ନ ଥିବାରୁ କେନ୍ଦ୍ର ସେକ୍ରେଟାରିଏଟ୍‌ରେ ଅଫିିସରଙ୍କ ସ˚ଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି। ଏକ ସୂଚନା ଅନୁସାରେ ୨୦୧୪ ମସିହାରେ ଏମାନଙ୍କ ସ˚ଖ୍ୟା ନିର୍ଦ୍ଧାରିତ ଅଫିସର ସ˚ଖ୍ୟାର ୬୯ ପ୍ରତିଶତ ଥିବା ବେଳେ ତହିଁରେ ସ˚କୋଚନ ଘଟି ୨୦୨୧ ବେଳକୁ ତାହା ପହଞ୍ଚିଛି ମାତ୍ର ୩୦ ପ୍ରତିଶତରେ। ଏହି ପରିପ୍ରେକ୍ଷୀରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ପଶ୍ଚିମବଙ୍ଗ ତା’ର ୨୮୦ ଜଣ ଅଫିସରଙ୍କ ମଧୢରୁ ମାତ୍ର ୧୧ ଜଣଙ୍କୁ ଦିଲ୍ଲୀ ପଠାଇଥିବା ବେଳେ ରାଜସ୍ଥାନ ୨୪୭ରୁ ୧୩ ଏବ˚ ତେଲେଙ୍ଗାନା ୨୦୮ରୁ ମାତ୍ର ୭ ଜଣଙ୍କୁ ଦିଲ୍ଲୀ ପଠାଇଛି। ଏହି ତାଲିକା ଆହୁରି ଲମ୍ବା। ତେଣୁ କେନ୍ଦ୍ର ସରକାର ଅଧିକ ସ˚ଖ୍ୟକ ସର୍ବ ଭାରତୀୟ ଅଫିସର ଦିଲ୍ଲୀ ଠାରେ ଆଶା କରିବା ସ୍ବାଭାବିକ। କିନ୍ତୁ ଏଥି ଲାଗି ରାଜ୍ୟ ସରକାରମାନଙ୍କୁ ବାଧୢ କରାଯିବାର ଔଚିତ୍ୟ ନେଇ ପ୍ରଶ୍ନ ଉଠିଛି। ପ୍ରକାଶ ଥାଉ କି କେନ୍ଦ୍ର ସେକ୍ରେଟାରିଏଟ୍‌ରେ କାର୍ଯ୍ୟ ସ˚ପାଦନରେ ମିଳୁଥିବା ଅତ୍ୟନ୍ତ ସୀମିତ ସ୍ବାଧୀନତା ଏବ˚ ଏକ ସଘନ ସୋପନୀକୃତ ଶ୍ବାସରୁଦ୍ଧକାରୀ ବ୍ୟବସ୍ଥା କାରଣରୁ ଅନେକ ରାଜ୍ୟ କ୍ୟାଡର୍‌ର ଅଫିସର୍‌ ସେଠାରେ କାର୍ଯ୍ୟ କରିବାକୁ କୁଣ୍ଠା ପ୍ରକାଶ କରିଥାଆନ୍ତି। ତେଣୁ ସେମାନଙ୍କ ଲାଗି ଦିଲ୍ଲୀ ଆସିବା ଏକ ବାଧୢବାଧକତାରେ ପରିଣତ ନ ହୋଇ ପ୍ରୋତ୍ସାହନକାରୀ ହେବା ଅଧିକ ଜରୁରୀ; ଯେଉଁଥି ଲାଗି କେନ୍ଦ୍ର ସେକ୍ରେଟାରିଏଟ୍‌ରେ ଉତ୍ତମ କାର୍ଯ୍ୟ ପରିବେଶର ସୃଷ୍ଟି ଅଧିକ ଗୁରୁତ୍ବପୂର୍ଣ୍ଣ। ଦ୍ବିତୀୟରେ କୌଣସି ଅଫିସରଙ୍କୁ ଦିଲ୍ଲୀ ପ୍ରେରଣ କରାଯିବା ନେଇ ଯଦି କେନ୍ଦ୍ର-ରାଜ୍ୟ ମଧୢରେ ମତାନୈକ୍ୟ ସୃଷ୍ଟି ହୁଏ, ତେବେ ତା’ର ସମାଧାନ ଲାଗି ଉତ୍ତମ ବୁଝାମଣାର ପରିବେଶ ସୃଷ୍ଟି କଲା ଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧୢରେ ବାର୍ତ୍ତା ବିନିମୟ ଅଧିକ ସମୀଚୀନ। ତୃତୀୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଵାରି ଦିଲ୍ଲୀ ଡେପୁଟେସନରେ ଆସିଥିବା ଅଫିସରମାନଙ୍କ ସ˚ଖ୍ୟାର ତର୍ଜମା କରାଯାଇ ସେହି ଅନୁପାତରେ ରାଜ୍ୟ କ୍ୟାଡର୍‌ରେ ନୂତନ ଅଫିସରଙ୍କୁ ନିଯୁକ୍ତିି ପ୍ରଦାନ କରାଯିବା ଉଚିତ। ଏହା ଫଳରେ ରାଜ୍ୟ ସହିତ ମୁହାଁମୁହିଁ ହେବା ଭଳି ସ୍ଥିତି ବରଣ କରିବାକୁ ପଡ଼ନ୍ତା ନାହିଁ।

ଏହି ସ˚ଶୋଧନ ପ୍ରସ୍ତାବ ବିରୋଧରେ କେତେକ ରାଜ୍ୟର ପ୍ରତିକ୍ରିୟା ଅତ୍ୟନ୍ତ ତୀବ୍ର ହେଉଛି। ଏହାର ଏକ କାରଣ ହେଉଛି ଏଭଳି ପ୍ରସ୍ତାବର ଆବିର୍ଭାବର ସମୟ। ସ୍ମରଣଯୋଗ୍ୟ ଯେ ଗଲା ପଶ୍ଚିମବଙ୍ଗରେ ରାଜ୍ୟ ନିର୍ବାଚନ ସମୟରେ ବିଜେପି ସଭାପତି ଜେ.ପି. ନଡ୍‌ଡାଙ୍କ ପଟୁଆର ଉପରେ ଆକ୍ରମଣ ପରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗ କ୍ୟାଡର୍‌ର ପାଞ୍ଚ ଜଣ ଆଇ.ପି.ଏସ୍‌. ଅଫିସରଙ୍କୁ ଦିଲ୍ଲୀ ଡେପୁଟେସନରେ ପଠାଇବାକୁ ଆଦେଶ ପ୍ରଦାନ କରିଥିଲେ, ଯାହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଗ୍ରାହ୍ୟ କରି ଦେଇଥିଲେ। ତା ପରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲପନ ବନ୍ଦୋପାଧୢାୟଙ୍କୁ ନେଇ ଏକ ଅନୁରୂପ ଘଟଣା ଘଟି ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସୁତରା˚, ଏକ ଧାରଣା ସୃଷ୍ଟି ହୋଇଛି ଯେ କେତେକ ସର୍ବ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ୍ୟ ସରକାରଙ୍କ ସହିତ କାର୍ଯ୍ୟ କରି ପରିଶେଷରେ ରାଜ୍ୟ ସରକାରଙ୍କ ଦ୍ବାରା କେନ୍ଦ୍ର ବିରୋଧରେ ହାତବାରିସି ଭଳି ବ୍ୟବହୃତ ହେଉଛନ୍ତି ଏବ˚ ସେମାନଙ୍କୁ ଦଣ୍ଡ ଦେବା ଲାଗି ଏହି ସଂଶୋଧନ କଥା ଚିନ୍ତା କରାଯାଉଛି।

କହିବା ଅନାବଶ୍ୟକ ଯେ ୨୦୧୪ରେ ବିଜେପି ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପର ଠାରୁ ରାଜନୈତିକ ମତାଦର୍ଶ ଭିତ୍ତିରେ ଯେଉଁ ତୀବ୍ର ଧ୍ରୁବୀକରଣ ସୃଷ୍ଟି ହୋଇଛି, ତା’ର ପରିଣାମ ସ୍ବରୂପ କେନ୍ଦ୍ର ଦ୍ବାରା ହେଉଥିବା ପ୍ରତିଟି କାର୍ଯ୍ୟରେ ବିରୋଧୀମାନେ ଚକ୍ରାନ୍ତର ଆଭାସ ପାଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ଗଲା ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ରେ କେରଳ, ତାମିଲନାଡୁ ଏବ˚ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ସାମିଲ କରା ନ ଯିବା ପଛରେ ମଧୢ ଏଭଳି ଚକ୍ରାନ୍ତକୁ ଅନେକ ଦେଖିଥାଆନ୍ତି। ସ˚ପ୍ରତି କେତେକ ରାଜ୍ୟରେ ଆଞ୍ଚଳିକ ଦଳମାନ କ୍ଷମତାସୀନ ହୋଇ ସେମାନଙ୍କ ‘ଆଜେଣ୍ତା’ରେ ରାଜ୍ୟ-କୈନ୍ଦ୍ରିକ ଚିନ୍ତନକୁ ଅଗ୍ରାଧିକାର ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦକ୍ଷ ଅଫିସରମାନଙ୍କ ସହସା ଦିଲ୍ଲୀ ଅପସାରଣକୁ ସେମାନେ ଏହି ଆଶଙ୍କାରେ ବିରୋଧ କରିବେ ଯେ ତଦ୍ଦ୍ବାରା ରାଜ୍ୟର କାର୍ଯ୍ୟରେ ବିଭ୍ରାଟ ସୃଷ୍ଟି ହୋଇପାରେ। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଦ୍ବାରା କଳ୍ପିତ ବାଧୢତାମୂଳକ ‘ଦିଲ୍ଲୀ ଡେପୁଟେସନ’ ପ୍ରକରଣକୁ ଏକ ନିର୍ବାଚନୀ ଅସ୍ତ୍ର ରୂପେ ମଧୢ ବ୍ୟବହାର କରାଯିବା ନେଇ ରାଜ୍ୟ ସରକାରଗୁଡ଼ିକ ସ˚ଶୟଗ୍ରସ୍ତ, ଯହିଁରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ। ସୁତରା˚, ଏଭଳି ଏକ ତୀବ୍ର ବିଶ୍ବାସ ହାନିର ପରିସ୍ଥିତିରେ ଯାହା ଅତ୍ୟନ୍ତ ଆବଶ୍ୟକ ତାହା ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧୢରେ ସୌହାର୍ଦ୍ଦ୍ୟମୂଳକ ବାର୍ତ୍ତାଳାପର ପରିବେଶ ସୃଷ୍ଟି। ଏହି ଦାୟିତ୍ବ କେନ୍ଦ୍ର ସରକାର ନେବା ଉଚିତ। ତାହା ନ କରି ରାଜ୍ୟ ସରକାରମାନଙ୍କୁ ବଳ ପୂର୍ବକ ଅଧୀନସ୍ଥ କରିବାକୁ ଚାହିଁଲେ ସ˚ଘୀୟ ବ୍ୟବସ୍ଥାରେ ଉକୁଟି ଉଠୁଥିବା ତ୍ରୁଟି ରେଖା ଗଭୀର ଫାଟରେ ପରିଣତ ହୋଇ ସାଧାରଣତନ୍ତ୍ରର ସୌଧ ପ୍ରତି ବିପଦ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର