ଏହାକୁ ପାଠ କରୁଥିବା ଅଧିକା˚ଶ ହୁଏ’ତ ‘ମେଟାଭର୍ସ୍’ ଭଳି ଏକ ଇ˚ରେଜୀ ଶବ୍ଦ ସହିତ ପରିଚିତ ନ ଥିବେ; କିନ୍ତୁ ସେମାନେ ନିଶ୍ଚିତ ରହନ୍ତୁ ଯେ ଆଗାମୀ ପାଞ୍ଚରୁ ଦଶ ବର୍ଷ ମଧୢରେ ସେମାନେ ଏହି ଶବ୍ଦ ସହିତ କେବଳ ଯେ ଘନିଷ୍ଠ ହେବେ, ତାହା ନୁହେଁ; ‘ଫେସ୍ବୁକ୍’ ବା ‘ଟ୍ବିଟର’ ବା ‘ହ୍ବାଟ୍ସଆପ୍’ ଭଳି ଏହି ଶବ୍ଦ ଆମ ଓଡ଼ିଆ କଥାବାର୍ତ୍ତାର ଏକ ଅ˚ଶ ମଧୢ ପାଲଟିଯିବ ଏବ˚ ତା’ ସହିତ ଆମ ଜୀବନକୁ ମଧୢ ଗଭୀର ଭାବେ ପ୍ରଭାବିତ କରିବ। ତେବେ, ‘ମେଟାଭର୍ସ୍’ କହିଲେ କ’ଣ? ତାହା ପ୍ରଥମେ ସରଳ ଭାବେ ବୁଝିବାକୁ ଚେଷ୍ଟା କରାଯାଉ। ଏହା ହେଉଛି ଆମ ବ୍ରହ୍ମାଣ୍ତ ବା ‘ୟୁନିଭର୍ସ’ ଭଳି ଏକ ପ୍ରତୀୟମାନ ବା ‘ଭର୍ଚ୍ୟୁଆଲ୍’ ବ୍ରହ୍ମାଣ୍ତର ପରିକଳ୍ପନା, ଯାହାକୁ ‘ଫେସ୍ବୁକ୍’(ନୂଆ ନାମ ‘ମେଟା’)ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ରୂପ ପ୍ରଦାନ କରି ସାରିଲେଣି। ‘ମେଟାଭର୍ସ’ ମଧୢ ହେଉଛି ‘ଫେସ୍ବୁକ୍’ ଭଳି ବନ୍ଧୁତା ସୃଷ୍ଟି ଏବ˚ ଭାବ ଆଦାନପ୍ରଦାନର ଏକ ମଞ୍ଚ; କିନ୍ତୁ ‘ଫେସ୍ବୁକ୍’ ତୁଳନାରେ ଏହାର ପ୍ରଭାବ ଅନେକ ଗୁଣ ଅଧିକ ହେବା ଅନିବାର୍ଯ୍ୟ। କାରଣ ‘ମେଟାଭର୍ସ୍’ ହେଉଛି ଏଭଳି ଏକ ‘ଭର୍ଚ୍ୟୁଆଲ୍’ ବା ପ୍ରତୀୟମାନ ସ୍ଥାନ ଯେଉଁଠି ‘ଆନିମେଟେଡ୍’ ବା କାର୍ଟୁନ ସିନେମାରେ ଥିବା ଭଳି ସହର ବଜାର ଥିବ, ଗାଡ଼ିମଟର ଓ ମେଳା ମଉଚ୍ଛବ ଆଦି ସବୁ କିଛି ଚାଲିଥିବ, ଏବ˚ ଯେଉଁଠାରେ ‘ମେଟାଭର୍ସ୍’ ବ୍ୟବହାରକାରୀ ମଧୢ ଜଣେ ଚରିତ୍ର ଭଳି ବିଚରଣ କରି ପାରୁଥିବେ। ସେଥି ଲାଗି ତହିଁରେ ଥିବା ‘ଅବତାର’ଗୁଡ଼ିକ ମଧୢରୁ ଗୋଟିକୁ ପସନ୍ଦ (କ୍ଲିକ୍) କରିବାକୁ ହେବ, ଯାହା ଫଳରେ ସେହି ଅବତାରଟି ବ୍ୟବହାରକାରୀଙ୍କ ‘କା’ ରୂପେ ସେହି ‘ଭର୍ଚ୍ୟୁଆଲ୍’ ସହର (ପରିସର)ରେ ଅବତୀର୍ଣ୍ଣ ହେବ ଓ ବ୍ୟବହାରକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଆଚରଣ ପ୍ରଦର୍ଶନ କରିବ; ଯେମିତି କି ସେଠାରେ ଆଗରୁ ପହଞ୍ଚି ସାରିଥିବା ‘ଅବତାର’ମାନଙ୍କ ସହିତ ସମ୍ଭାଷଣ, ବନ୍ଧୁତା, ବାର୍ତ୍ତା ବିନିମୟ; ଏପରିକି ବେପାରବଣିଜ ମଧୢ କରିପାରିବ। ମାର୍କ ଜୁକରବର୍ଗଙ୍କ କହିବା ଅନୁସାରେ ବାସ୍ତବତା ଏବ˚ ପ୍ରତୀୟମାନ ବାସ୍ତବତା ମଧୢରେ ଏକ ଯୋଗସୂତ୍ର ସ୍ଥାପନ କରିବ ‘ମେଟାଭର୍ସ୍’। ଏଭଳି ସ୍ଥଳେ ହୁଏ’ତ ଆମେ କହିପାରିବା ଯେ ଏମିତି ସମୟ ଆସିପାରେ, ଯେତେବେଳେ ‘ମେଟାଭର୍ସ’ସ୍ଥିତ କୌଣସି ଏକ ଅଞ୍ଚଳରେ ଜଣେ ‘ଅବତାର’ ବେପାର-ବଣିଜ କରି ଉପାର୍ଜନ କରିଥିବା ଅର୍ଥ (‘ମେଟାଭର୍ସ୍’ର ମୁଦ୍ରା ହେବ କ୍ରିପ୍ଟୋ କରେନ୍ସି) ବାସ୍ତବ ଦୁନିଆେର ଥିବା ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଆସିଯାଇପାରେ। କହିବା ବାହୁଲ୍ୟ ଯେ ‘ମେଟାଭର୍ସ୍’ ଦ୍ବାରା ସୃଷ୍ଟ ସମ୍ଭାବନା ଅନ୍ତହୀନ ଏବ˚ ଥରେ ଏହାର ବ୍ୟବହାର ଗତି ପ୍ରାପ୍ତ ହେଲେ ଆଖି ପଲକରେ ଏହା ମାନବ ଜାତିକୁ ମୋହଗ୍ରସ୍ତ କରି ପକାଇବ।
ତେବେ, ଏଥିରୁ ମିଳୁଥିବା ଧାରଣା ଅନୁସାରେ ‘ମେଟାଭର୍ସ୍’ ହେବ ଏକ ଅତ୍ୟନ୍ତ ଆନନ୍ଦଦାୟକ ସ୍ଥାନ ଏବ˚ ବାସ୍ତବ ଦୁନିଆର ବନ୍ଧୁର ପରିସ୍ଥିତିରୁ ମୁକ୍ତି ପାଇବା ଲାଗି ଅସ˚ଖ୍ୟ ବିଶ୍ବ ବାସିନ୍ଦା ସେଠାରେ ସାନ୍ତ୍ବନାପ୍ରଦାୟୀ ଆଶ୍ରୟ ନେବାକୁ ଚାହିବେ। କିନ୍ତୁ ବିଡ଼ମ୍ବନା, ନିକଟରେ ‘ମେଟାଭର୍ସ୍’ରେ ଘଟିଥିବା ଏକ ଘଟଣା କେବଳ ଯେ ହତାଶା ସୃଷ୍ଟି କରି ଥାଏ, ତାହା ନୁହେଁ; ମେରୁଦଣ୍ତରେ ଭୟ ଓ ଅସ୍ବସ୍ତିର ଶୀତଳ ଲହରିଟିଏ ଖେଳାଇ ଦେଇଥାଏ ମଧୢ। ଶ˚ସିତ ଘଟଣାରେ ନୀନା ଜେନ୍ ପଟେଲ ନାମକ ଜଣେ ୪୩ ବର୍ଷ ବୟସ୍କା ଲଣ୍ତନ ନିବାସିନୀ ‘ମେଟାଭର୍ସ୍’ରେ ତାଙ୍କର ଅନୁଭୂତି ବିଷୟରେ ଯାହା ବର୍ଣ୍ଣନା କରିଛନ୍ତି, ତାହା ଅନୁସାରେ ସେଠାରେ ତାଙ୍କ ‘ଅବତାର’ ପହଞ୍ଚିବାର ମାତ୍ର ଷାଠିଏ ସେେକଣ୍ତ୍ ମଧୢରେ ଅନ୍ୟାନ୍ୟ କେତେକ ‘ଅବତାର’ ତାଙ୍କୁ ଘେରି ଯାଇ ପ୍ରଥମେ ମୌଖିକ ରୂପେ ଅଶ୍ଳୀଳ ଆଚରଣ କରିବା ପରେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ଏଥିରେ ସ˚ପୂର୍ଣ୍ଣ ରୂପେ ସ୍ତମ୍ଭୀଭୂତ ନୀନା ପଟେଲ କେମିତି ‘ଲଗ୍ ଆଉଟ୍’ କରିବେ, ସେ ନେଇ ବୁଦ୍ଧିବାଟ ପାଇ ନ ଥିଲେ। ଗଲା ନଭେମ୍ବର ମାସରେ ତାଙ୍କ ସହିତ ଘଟିଥିବା ଏହି ଘଟଣା ତାଙ୍କୁ ଏଭଳି ଅବସାଦଗ୍ରସ୍ତ କରି ଦେଇଥିଲା ଯେ ସେ ତହିଁରୁ ମୁକ୍ତି ପାଇ ନିଜ ଅନୁଭୂତିକୁ ପ୍ରକାଶ କରିବା ଲାଗି ପ୍ରାୟ ତିନି ମାସ ସମୟ ଲାଗିଯାଇଥିଲା, ଯାହା ଗଲା ଜାନୁଆରି ମାସର ଅନ୍ତିମ ଭାଗରେ ଲୋକଲୋଚନକୁ ଆସିଛି। ଉଲ୍ଲେଖନୀୟ ଯେ ଏହି ପ୍ରକରଣରେ ଜଣେ ନାରୀଙ୍କୁ ଶାରୀରିକ ଭାବେ ସ୍ପର୍ଶ କରାଯାଇ ନ ଥିବା ସତ୍ତ୍ବେ ଗଣଦୁଷ୍କର୍ମ ଭଳି ଏକ ଅତ୍ୟନ୍ତ ଜଘନ୍ୟ କାଣ୍ତର ଶିକାର ହୋଇ ସେ ଘୋର ମାନସିକ ଯାତନା ମଧୢ ଦେଇ ଗତି କରିଛନ୍ତି। ଦୁର୍ଭାଗ୍ୟର ବିଷୟ ଯେ ଏଭଳି ଏକ ‘ଅତି ବାସ୍ତବ’ ବା ‘ସର୍ରିଏଲ୍’ ଘଟଣାରେ ସ˚ପୃକ୍ତ ଦୋଷୀମାନେ ଚିହ୍ନଟ ହେବା ବା ଦଣ୍ତ ପାଇବାର ସମ୍ଭାବନା ଶୂନ୍ୟ ପ୍ରାୟ। କାରଣ ମିଛ ‘ଫେସ୍ବୁକ୍’ ଆକାଉଣ୍ଟ ଭଳି ଏହି ‘ଅବତାର’ମାନଙ୍କ ପଛରେ ମିଛ ପରିଚୟ ଥିବା ନିଃସନ୍ଦେହ।
ତେବେ, ଏହି ପରିପ୍ରେକ୍ଷୀରେ ଯେଉଁ ଚିନ୍ତାକୁଳ ପ୍ରଶ୍ନଟି ମନକୁ ଆନ୍ଦୋଳିତ କରିଥାଏ, ତାହା ହେଲା ‘ମେଟାଭର୍ସ୍’ ପ୍ରକୃତରେ କିଭଳି ଦୁନିଆରେ ପରିଣତ ହେବାକୁ ଯାଉଛି? ଏହି ସ˚ଦର୍ଭରେ ପ୍ରସିଦ୍ଧ ସ୍ବିସ୍-ଜର୍ମାନ୍ ମନସ୍ତତ୍ତ୍ବବିତ୍ କାର୍ଲ ଗୁଷ୍ଟାଭ ୟୁଙ୍ଗଙ୍କ ଗବେଷଣା ସମ୍ଭୁତ ଯୁଗାନ୍ତକାରୀ ଆବିଷ୍କାର ଆଡ଼କୁ ଦେଖିବାକୁ ହେବ, ଯାହାର ନିଷ୍କର୍ଷ ଥିଲା ଏୟା ଯେ ପ୍ରତ୍ୟେକ ମନୁଷ୍ୟର ‘ସଚେତନ’ ଓ ‘ଅବଚେତନ’ ମନର ପତଳା ସ୍ତର ତଳେ ବିଦ୍ୟମାନ ‘ଅଚେତନ’(ଅନକନ୍ସସ୍) ମନର ଅତଳ ଗର୍ଭରେ ଅସୁମାରି ଏମିତି ନକାରାତ୍ମକତା, ଅପ୍ରିୟ ଅନୁଭୂତି, କୁତ୍ସିତ ଓ କଦାକାର ଭାବନା ମଗ୍ନ ହୋଇ ରହିଥାଏ, ଯାହା ମନୁଷ୍ୟର ଅଗୋଚରରେ ଥିଲେ ମଧୢ ତାକୁ ଗଭୀର ଭାବେ ପ୍ରଭାବିତ କରିଥାଏ, ଏପରିକି ଅନେକ ସମୟରେ ତାକୁ ପରିଚାଳିତ ମଧୢ କରିଥାଏ। ଗୋଟିଏ ଶବ୍ଦରେ ୟୁଙ୍ଗ ଏହାକୁ ଯେଉଁ ଅଭିବ୍ୟକ୍ତି ପ୍ରଦାନ କରିଥିଲେ, ତାହା ହେଉଛି ଛାୟା ବା ‘ସାଡୋ’; ଯାହା ଉପରେ ବାସ୍ତବ ଦୁନିଆର ନୀତି-ନିୟମ ବା ଆଇନ-କାନୁନ ବା ପ୍ରଥା ପରଂପରା ଆଦି କାରଣରୁ ଶୃଙ୍ଖଳିତ ହୋଇଥିବା ସଚେତନ ମନ ଏକ ହାଲୁକା ଆସ୍ତରଣ ଭଳି ରହିଥାଏ। ତାହା ସତ୍ତ୍ବେ ଅଚେତନ ମନରେ ଥିବା ପ୍ରବୃତ୍ତି ମନୁଷ୍ୟକୁ ଅନେକ ଅପକର୍ମ କରାଇଥାଏ ବା କରିବାକୁ ପ୍ରରୋଚିତ କରୁଥାଏ। କହିବା ନିଷ୍ପ୍ରୟୋଜନ ଯେ ସଭ୍ୟ ସମାଜର ଶୃଙ୍ଖଳା କାରଣରୁ ଅନେକ ବ୍ୟକ୍ତି ଅପକର୍ମମାନ କରି ନ ପାରିଲେ ମଧୢ କୌଣସି ଦୁର୍ବଳ କ୍ଷଣରେ ନିଜ ମନ ମଧୢରେ ସେ ସବୁ ସୈତାନ ଭଳି ମୁଣ୍ତ ଟେକୁଥିବାର ଅନୁଭବ କରିଥାଆନ୍ତି। ଏହି କାରଣରୁ ଅପକର୍ମମାନ ପ୍ରାୟତଃ ନିଭୃତରେ ହିଁ ସ˚ଘଟିତ ହୋଇଥାଏ। ସେହି ଦୃଷ୍ଟିରୁ ‘ମେଟାଭର୍ସ୍’ରେ ‘ଅବତାର’ମାନଙ୍କ ଲାଗି ଉପଲବ୍ଧ ପରିଚୟହୀନତାର ସୁଯୋଗ ସେମାନଙ୍କ ସୈତାନୀ ପ୍ରଦର୍ଶନ ଲାଗି ତାକୁ ଏକ ପ୍ରକୃଷ୍ଟ ସ୍ଥାନରେ ପରିଣତ କରିବା ନିଶ୍ଚିତ।
‘ମେଟାଭର୍ସ୍’ର ପରିକଳ୍ପନା କାଳରେ ମାର୍କ ଜୁକରବର୍ଗ କହିଥିଲେ ଯେ ଏହାର ବହୁଳ ବ୍ୟବହାର ପରେ ହିଁ ଯାଇ ଏହି ବ୍ୟବସ୍ଥାରେ ଘଟିବାକୁ ଥିବା ସମ୍ଭାବ୍ୟ ସମସ୍ୟାଗୁଡ଼ିକ ସ୍ପଷ୍ଟ ହୋଇ ପାରିବ ଏବ˚ ଯାହାର ସମାଧାନର ସୂତ୍ର ମଧୢ ବାହାର କରାଯିବ। କିନ୍ତୁ ଏ ପ୍ରସଙ୍ଗରେ ପ୍ରଶ୍ନ ଉଠିଥାଏ ଯେ ଜୁକରବର୍ଗ କ’ଣ ଏ ମାନବ ଜାତିକୁ ଏକ ‘ଗିନି ପିଗ୍’ ଭଳି ପରୀକ୍ଷାନିରୀକ୍ଷା ଲାଗି ବ୍ୟବହାର କରିବା ଆରମ୍ଭ କରିଛନ୍ତି? କାରଣ ଏହାର ପରିକଳ୍ପନା ବେଳେ ହିଁ ଏଥିରେ ଘଟିବାକୁ ଥିବା ସମସ୍ୟା ଓ ତା’ର ସମାଧାନ ଦିଗରେ ପ୍ରସିଦ୍ଧ ମନସ୍ତତ୍ତ୍ବବିତ୍ ବା ସମାଜତତ୍ତ୍ବବିତ୍ ବା ଅନ୍ୟାନ୍ୟ ବିଶାରଦମାନଙ୍କ ବିଜ୍ଞ ପରାମର୍ଶ ନେବା ଉଚିତ ହୋଇଥା’ନ୍ତା। କହିବା ବାହୁଲ୍ୟ ନୀନା ପଟେଲଙ୍କ ସହ ଘଟିଥିବା ଘଟଣା ‘ମେଟାଭର୍ସ୍’ରେ ଏକ ପରିବର୍ତ୍ତନ ଆଣିବାକୁ ବାଧୢ କରିଛି, ଯହିଁରେ ‘ଅବତାର’ମାନଙ୍କ ଲାଗି ଏକ ‘ପର୍ସନାଲ୍ ବାଉଣ୍ତ୍ରି’ ବା ‘ବ୍ୟକ୍ତିଗତ ସୀମା’ ନିର୍ଦ୍ଧାରଣ କରାଯାଇଛି, ଯାହାକୁ ଲ˚ଘିବାର ପ୍ରୟାସ କରୁଥିବା କୌଣସି ‘ଅବତାର’ ଆପଣା ଛାଏଁ ଅଚଳ ହୋଇଯିବ। କିନ୍ତୁ ଏହା ଯଥେଷ୍ଟ ନୁହେଁ। ‘ମେଟାଭର୍ସ୍’ରେ ‘ଅବତାର’ମାନେ ଅନେକ ନୂତନ ସୈତାନୀର ଉଦ୍ଭାବନ କରିବା ନିଶ୍ଚିତ। ମାର୍କ ଜୁକରବର୍ଗ ନିଜକୁ ଦ୍ବିତୀୟ ଈଶ୍ବରରେ ପରିଣତ କରି ଏକ ପ୍ରତୀୟମାନ ବ୍ରହ୍ମାଣ୍ତର ପରିକଳ୍ପନା କରିଛନ୍ତି ସତ, କିନ୍ତୁ ତାହା ଯେ ଭବିଷ୍ୟତ୍ରେ ସୈତାନର ଠିକଣାରେ ପରିଣତ ହେବ, ସେ ନେଇ ଏକ ସମ୍ଭାବନା ଏବେ ଠାରୁ ଦିଶିଲାଣି।