ପିଲାଦିନେ ଆମେମାନେ ଶୁଣିଥିବା ଗପଗୁଡ଼ିକ ଭିତରୁ ନୃଶ˚ସ ହେଟାବାଘ ଓ ନିରୀହ ମେଷ ଶାବକର ଗପଟି, ଧୂର୍ତ୍ତତା, ଅହଙ୍କାର ଓ ଅସହାୟ ନିରୀହପଣର ଏକ ସାର୍ଥକ ଉଦାହରଣ। ଗୋଠ ଭିତରୁ ଏକଲା ହୋଇ ବୁଲୁଥିବା ଦୁଗ୍ଧପୋଷ୍ୟ ମେଷ ଶାବକଟିକୁ ମାରି ଖାଇବା ପାଇଁ ବ୍ୟଗ୍ର ହେଟାବାଘ ଗୋଟିଏ ଆଳ ଖୋଜି ବିଚରା ମେଷ ଶାବକକୁ ପଚାରିଥିଲା, ‘‘ତୁ ତାହାହେଲେ ସବୁଦିନ ମୋ ଝରଣାର ପାଣି ଗୋଳିଆ କରୁଛୁ?’’ ଏହାର ଉତ୍ତରରେ ଶାବକଟି କହିଥିଲା ଯେ ସେ ଆଜିପର୍ଯ୍ୟନ୍ତ ମାଆ କ୍ଷୀର ଭିନ୍ନ ଆଉ କିଛି ପିଇନାହିଁ। ମାତ୍ର ହେଟାବାଘର ତ ଉତ୍ତର ପ୍ରୟୋଜନ ନ ଥିଲା। ମେଷ ଶାବକ ଉପରକୁ ଲମ୍ଫ ପ୍ରଦାନ କରିବା ଆଗରୁ ସେ ଦୁର୍ବିନୀତ ଜବାବ ଦେଇଥିଲା, ‘‘ହୋଇପାରେ ତୁ ସତ କହୁଛୁ; ମାତ୍ର ମୋତେ ତ ପୁଣି ମୋର ନୈଶାହାର ଯୋଗାଡ଼ କରିବାକୁ ପଡ଼ିବ।’’ ବର୍ତ୍ତମାନ ସାମ୍ୟବାଦୀ ଚୀନ ତାର ସାମ୍ରାଜ୍ୟବାଦୀ ନଖ ଓ ପନ୍ଝା ମେଲେଇ ବିଭିନ୍ନ ଦେଶର ସୀମା ଭିତରକୁ ଅନୁପ୍ରବେଶ କରୁଥିବା ବେଳେ ଯୁକ୍ତି ସ୍ବରୂପ ଯାହା ଯାହା ବାହାନା ଦେଖାଉଛି ତାକୁ ଏଇ ଏସପ କାହାଣୀ ହେଟାବାଘର ଯୁକ୍ତି ସହ ତୁଳନା କରାଯାଇପାରେ। ଗତ ମଇ ମାସଠାରୁ ଭାରତ-ଚୀନ ସୀମାନ୍ତରେ ଚୀନ୍ର ସମରସଜ୍ଜା, ଅନୁପ୍ରବେଶ ଏବ˚ ଭାରତର ସେନାବାହିନୀକୁ ଯୁଦ୍ଧ ପାଇଁ ପ୍ରଚ୍ଛନ୍ନ ଆହ୍ବାନ ନିମନ୍ତେ ଭାରତର କ୍ରମବର୍ଦ୍ଧିଷ୍ଣୁ ଆମେରିକା ଅନୁରାଗକୁ କାରଣ ବୋଲି କେତେକ ବିଚାର କରିପାରନ୍ତି। କୋଭିଡ୍-୧୯ ଘଟଣା ପରେ ପରେ ଚୀନ୍ ଏକ ପ୍ରକାର ଏକଘରକିଆ ହୋଇପଡ଼ିଛି ଏବ˚ ଅବଶିଷ୍ଟ ବିଶ୍ବ ଏହି ନବ୍ୟ ମହାଶକ୍ତିକୁ ସନ୍ଦେହ ଚକ୍ଷୁରେ ଦେଖୁଛି। ମାତ୍ର ଚୀନ୍ର ସାମ୍ରାଜ୍ୟବାଦୀ ଅଭିସନ୍ଧି ସମ୍ବନ୍ଧରେ ଅବଗତ ସମସ୍ତେ ଜାଣନ୍ତି ଯେ ବାସ୍ତବରେ କୌଣସି ଦେଶର ସୀମାରେ ଅନୁପ୍ରବେଶ ପାଇଁ ଚୀନ ଏଭଳି କୌଣସି ଯୁକ୍ତି ଆବଶ୍ୟକ କରେ ନାହିଁ। ଯଦି, ସେଭଳି କୌଣସି ଯୁକ୍ତିର ପ୍ରୟୋଜନ କେବେ ଆବଶ୍ୟକ ପଡ଼େ ତାହାହେଲେ ଉପର ଆଲୋଚିିତ କାହାଣୀର ହେଟାବାଘ ପରି ସେ କୌଣସି ଗୋଟିଏ ଯୁକ୍ତିର ଆଶୁ ଉଦ୍ଭାବନ କରି ଦେଇପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ-ଚୀନ୍ ସୀମା ନେଇ ବିବାଦ ବହୁଦିନୁ ଅସମାହିତ ରହିଛି। ଏଣୁ ନିକଟରେ ଲଦାଖକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଭାରତର ଘୋଷଣା ଚୀନ୍କୁ ଉତ୍କ୍ଷିପ୍ତ କରିଛି। ଏହି ପ୍ରସଙ୍ଗ ଶୀତଳ ହେବା ଆଗରୁ ଭାରତର ଗୃହମନ୍ତ୍ରୀଙ୍କର ‘ଅକସାଇ ଚାଇନା’ ମଧୢ ଲଦାଖର ଅ˚ଶବିଶେଷ ବିବୃତି ଚୀନ୍କୁ ଅଧିକ କ୍ଷୁବ୍୍ଧ କରିଥିବା ସ୍ବାଭାବିକ। ତେବେ ଏସବୁ କିଛି ଘଟି ନ ଥିଲେ ସୁଦ୍ଧା ଚୀନ୍ ଏବେ ଯାହା କରୁଅଛି ତାହାଠାରୁ ସମ୍ପୂର୍ଣ୍ଣ ଅଲଗା କିଛି କରନ୍ତା ବୋଲି କହିହେବ ନାହିଁ। ନିକଟରେ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନ୍ ଇଣ୍ତୋନେସିଆର ନେଟୁନା ଦ୍ବୀପପୁଞ୍ଜର ଜଳରାଶିରେ ନିଜର ଅଧିକାର ନେଇ ବିବାଦକୁ ଉଗ୍ର କରିଛି। ଲଦାଖ ବା ଭାରତ ହୁଏତ ଚୀନ୍ର ପଡ଼ୋଶୀ ଭୂମି, ମାତ୍ର ଇଣ୍ତୋନେସିଆର ଏହି ଦ୍ବୀପପୁଞ୍ଜ ଚୀନ୍ର ସମୁଦ୍ର କୂଳଠାରୁ ସୁଦୀର୍ଘ ୧୫୦୦ କିଲୋମିଟର ଦୂର। ଦେଢ଼ ହଜାର କିଲୋମିଟର ଦୂର ସମୁଦ୍ର ପାଣି ଉପରେ ନିଜର ଅଧିକାର ସାବ୍ୟସ୍ତ କରୁଥିବା ଚୀନ୍ ଯୁକ୍ତି ଦର୍ଶାଇଛି ଯେ ଏହି ଦ୍ବୀପପୁଞ୍ଜ ଉପରେ ତାହାର ପାରମ୍ପରିକ ଅଧିକାର ରହିଛି। ଏବେ ଏହି ପ୍ରସଙ୍ଗକୁ ନେଇ ଇଣ୍ତୋନେସିଆ ଜାତିସ˚ଘର ଦ୍ବାରସ୍ଥ ହୋଇଛି। ନିକଟରେ ଇଣ୍ତୋନେସିଆର ଶାସନ ମୁଖ୍ୟ ନେଟୁନା ଦ୍ବୀପପୁଞ୍ଜ ଗସ୍ତ କରି ତା ଉପରେ ନିଜର ସାର୍ବଭୌମ ଅଧିକାର ସାବ୍ୟସ୍ତ କରିବାକୁ ଚାହିଁଛନ୍ତି। ଏହା ସତ୍ତ୍ବେ ଚୀନ୍ର ଦୃଷ୍ଟିଭଙ୍ଗୀରେ ସାମାନ୍ୟତମ ପରିବର୍ତ୍ତନ ଆସିନାହିଁ। ସୁତରା˚ ଦୂରତ୍ବ ବା ସମ୍ପୃକ୍ତିହୀନତା ଚୀନ୍ର ଜବରଦଖଲ ନୀତି ଜାହିର କରିବା ରାସ୍ତାରେ ଆଦୌ ଏକ ଅନ୍ତରାୟ ନୁହେଁ। ନୂଆଦିଲ୍ଲୀର ମୁଣ୍ତବ୍ୟଥାର ତ କିଛି ପୂର୍ବ ଉପସର୍ଗ ରହିଛି, ମାତ୍ର ଜାକର୍ତ୍ତାର ମୁଣ୍ତବ୍ୟଥାର କାରଣ କେବଳ ଚୀନା ଡ୍ରାଗନର ଅତୃପ୍ତ କ୍ଷୁଧା ବୋଲି କୁହାଯାଇପାରେ। ଚୀନ୍ର ଦ୍ବିତୀୟ ଯୁକ୍ତି ହେଉଛି, ତାଙ୍କ ଦେଶର ଇତିହାସରେ ଉଲ୍ଲେଖ ଅଛି ଯେ ଚୀନ୍ର ମାଛଧରା ପୋତଗୁଡ଼ିକ ଏକଦା ଜାକର୍ତ୍ତାର ଏହି ଜଳରାଶିରେ ସ୍ବଚ୍ଛନ୍ଦରେ ବିଚରଣ କରୁଥିଲେ। ସୁତରା˚ ଏ ଜାକର୍ତ୍ତା ଏକଥାକୁ ଗ୍ରହଣ କରୁ କି ନକରୁ ତାହା ଚୀନ୍ର ନିଷ୍ପତ୍ତିକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ। କାହାଣୀର ହେଟାବାଘ ମେଷ ଶାବକକୁ ଶିକାର କଲା ପରି ଚୀନ୍ର ଜାହାଜ ଏହି ଦ୍ବୀପପୁଞ୍ଜର ଜଳରାଶିରେ ସ୍ବଚ୍ଛନ୍ଦ ବ୍ୟବସାୟ କରିଚାଲିବେ! ନରେନ୍ଦ୍ର ମୋଦୀଙ୍କ ଭାରତ ହୁଏତ ଟ୍ରମ୍ପଙ୍କ ଆମେରିକା ପ୍ରତି ଅନୁରାଗ ପ୍ରଦର୍ଶନ କରିଥିବା ଅଭିଯୋଗ କରାଯାଇପାରେ। ମାତ୍ର ଇଣ୍ତୋନେସିଆ ସମ୍ପର୍କରେ ଏ ପ୍ରକାର ଅଭିଯୋଗ ଅଣାଯାଇ ପାରିବ ନାହିଁ। ପ୍ରସଙ୍ଗତଃ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଇଣ୍ତୋନେସିଆ ହେଉଛି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ପ୍ରତିଷ୍ଠାତା ସଦସ୍ୟ। ୧୯୫୫ର ଐତିହାସିକ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଇଣ୍ତୋନେସିଆର ବାନ୍ଦୁଙ୍ଗରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଫିଲିପାଇନ୍ସର ଉଦାହରଣ ନିଆଯାଉ। ଏହି ଦେଶର ଆମେରିକା ଉପରେ ନିର୍ଭରଶୀଳତା ଜଣାଶୁଣା। ଆମେରିକାର ସୈନିକମାନେ ଫିଲିପାଇନ୍ସରେ ଏବେ ବି ରହୁଛନ୍ତି। କିଛିମାସ ତଳେ ଫିଲିପାଇନ୍ସର ନୂଆ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟର୍ଟେ ସ୍ଥିର କଲେ ଯେ ସେ ଆମେରିକା ଠାରୁ ଦୂରେଇ ଆସି ଚୀନ୍କୁ ଆଲିଙ୍ଗନ ପାଶରେ ଆବଦ୍ଧ କରିବେ, ଏହାଦ୍ବାରା ଫିଲିପାଇନ୍ସ ଲାଭବାନ ହେବ। ସେ ଏହି କଥା ଗୋପନ ନ ରଖି ସରକାରୀ ଭାବରେ ଘୋଷଣା କରି ଦେଇଥିଲେ। ମାତ୍ର ଏଇ କିଛି ସପ୍ତାହ ତଳେ ଡୁଟର୍ଟେ ତାଙ୍କର ଏହି ଘୋଷଣାକୁ ପ୍ରତ୍ୟାହାର କରି ନେଇଛନ୍ତି। ଏହାର କାରଣ ମାନିଲାର ଶତ ପ୍ରତିବାଦ ସତ୍ତ୍ବେ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ତାର ସାମରିକ ଶକ୍ତି ବଢ଼େଇ ବଢ଼େଇ ଚାଲିଛି ଏବ˚ ମାନିଲା କୂଟନୈତିକ ଆଭିମୁଖ୍ୟରେ ପରିବର୍ତ୍ତନ ଚୀନକୁ ପ୍ରଭାବିତ କରିପାରିନାହିଁ।
କେବଳ ଭାରତ, ଇଣ୍ତୋନେସିଆ କିମ୍ବା ଫିଲିପାଇନ୍ସ ନୁହେଁ ଚୀନ ଆଜି ଅଷ୍ଟ୍ରେଲିଆ, ମାଲୟେସିଆ, ଭିଏତନାମ ପ୍ରଭୃତି ଦେଶ ଆଗରେ ନିଜର ସାମରିକ ସାମର୍ଥ୍ୟର ଆଭାସ ଦେବାଲାଗି ଚାହୁଁଛି। ସୋଭିଏତ ରୁଷ ଖଣ୍ତବିଖଣ୍ତ ହେଲା ପରେ, ଯୁକ୍ତରାଷ୍ଟ୍ର ଆମେରିକା ଥିଲା ପୃଥିବୀର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର। ଯାହାକୁ କୁହାଯାଏ ଏକ ନମ୍ବର। ଚୀନ୍ ଏବେ ବିଶ୍ବ ମାନଚିତ୍ରରେ ଆମେରିକାକୁ ଅତିକ୍ରମ କରି ନିଜେ ଏକ ନମ୍ବର ହେବା ଲାଗି ଆଗ୍ରହୀ। ଗତବର୍ଷର ସର୍ଭେ ଅନୁସାରେ ଚୀନ୍ର ଶକ୍ତି ଓ ସାମର୍ଥ୍ୟ ଆମେରିକା ଠାରୁ କିଛି ପଛରେ ଥିଲା; ମାତ୍ର ଏହା ଭିତରେ କୋଭିଡ ଆମେରିକାର ସର୍ବନାଶ କରି ଚାଲିଛି ଏବ˚ ଟ୍ରମ୍ପଙ୍କ ଆମେରିକା ପୂର୍ବର ଆମେରିକା ହୋଇ ରହିନାହିଁ। କେତେକ କୂଟନୀତିଜ୍ଞ ଭାବୁଛନ୍ତି ଯେ କେବଳ ଆତ୍ମବଡ଼ିମା ପ୍ରଦର୍ଶନ ଏବ˚ ବଡ଼ ବଡ଼ କଥା କହିବା ଭିନ୍ନ ଟ୍ରମ୍ପ ଆମେରିକାର ସ୍ବାର୍ଥଲାଗି ଅଧିକ କିଛି କରି ପାରିନାହାନ୍ତି। ଏ ପ୍ରକାର ପରିସ୍ଥିତି ଚୀନ୍କୁ ତାର ଗୋପନ ଅଭିସନ୍ଧି ଚରିତାର୍ଥ ଲାଗି ଅନୁକୂଳ ପରିବେଶ ଆଣି ଦେଇଛି। ନିଜେ କୋଭିଡ ବ୍ୟାଧି କବଳରୁ ମୁକ୍ତ ହୋଇ ସାରିଥିବା ଚୀନ୍ ଅନ୍ୟ ଦେଶଗୁଡ଼ିକର ଦୁର୍ଦଶା ଦେଖି ପୈଶାଚିକ ଆନନ୍ଦ ଲାଭ କରିବା ସହ, ‘ନୋଇଁ ପଡ଼ିଥିବୁ ଯେତିକିବେଳେ, ବିଧାଏ ମାରିବି ସେତିକିବେଳେ’ ନୀତି କାର୍ଯ୍ୟକାରୀ କରିବାରେ ଲାଗିପଡ଼ିଛି। ପ୍ରତିବେଶୀ ଭାବେ ଏଭଳି ଏକ ସାମ୍ରାଜ୍ୟବାଦୀ ଶକ୍ତିର ଉପସ୍ଥିତି- ଯାହାର ଆୟତନ, ଅର୍ଥନୀତି, ସେନାବାହିନୀ ଭାରତଠାରୁ ଅନେକ ବଡ଼ ଓ ବିଶାଳ, ନୂଆଦିଲ୍ଲୀକୁ ସବୁବେଳେ ବିବ୍ରତ କରିବା ସ୍ବାଭାବିକ। ମାତ୍ର ଯାହା ଦେଖାଯାଉଛି, ଆମ ଦେଶର ସରକାର ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଲଦାଖ ସୀମାରେ ଚୀନ୍ ଅନୁପ୍ରବେଶ ଘଟଣା ବିରୋଧୀ ନେତା ରାହୁଳ ଗାନ୍ଧୀଙ୍କୁ ଉଦ୍ବିଗ୍ନ କରିବା ବଦଳରେ ମୋଦୀ ସରକାରଙ୍କୁ ଅପ୍ରୀତିିକର ପ୍ରଶ୍ନ ପଚାରିବା ପାଇଁ ସେ ଉଦ୍ଗ୍ରୀବ। ଅବଶ୍ୟ ଏହାର ଉତ୍ତରରେ ଲଦାଖର ସା˚ସଦ ରାହୁଳ ଗାନ୍ଧୀଙ୍କୁ ଯେଉଁ ଜବାବ ଦେଇଛନ୍ତି ତାହା ସେ କଳ୍ପନା ସୁଦ୍ଧା କରିନଥିବେ। ପ୍ରସଙ୍ଗତଃ ଉଲ୍ଲେଖ କରାଯାଇପାରେ ଯେ, ଭାରତର ଅର୍ଥନୀତିର ପରିମାଣ ୩ ଟ୍ରିଲିୟନ ଡଲାର ହୋଇଥିବାବେଳେ ଚୀନ୍ର ଅର୍ଥନୀତିର ପରିମାଣ ୧୪ ଟ୍ରିଲିୟନ ଡଲାର ପାଖାପାଖି। ଭାରତ- ଚୀନ ସୀମାର ସୁରକ୍ଷା ପାଇଁ ମୁତୟନ ‘ତିବ୍ବତ ଅଟୋନମସ ରିଜିୟନ’ରେ କେବଳ ଅଢ଼େଇ ଲକ୍ଷ ସୈନିକ ପଇଁତରା ମାରୁଛନ୍ତି। ଚୀନ୍ ପରମ୍ପରାର ଡ୍ରାଗନ୍ ପରି ସେ ଦେଶ ଏବେ ଅସରନ୍ତି ଶୌର୍ଯ୍ୟ ଓ ସ˚ପଦର ଅଧିକାରୀ। ଭାରତ ପାଇଁ ଅଧିକ ଚିନ୍ତାର କାରଣ ହେଉଛି ଯେ ପାକିିସ୍ତାନ ଏବ˚ ଚୀନ୍ ଏହାର ରାତି ଅନିଦ୍ରାର କାରଣ ହୋଇ ଚାଲିଥିବା ବେଳେ ଶାନ୍ତ ନେପାଳ ମଧୢ ପୁଣି ଥରେ ଭାରତ ବିରୋଧରେ ମାନଚିତ୍ର- ଆକ୍ରମଣ ଆରମ୍ଭ କରିଛି। ଏ ସମସ୍ତ ଘଟଣା କୋଭିଡ ଆକ୍ରାନ୍ତ ନୂଆଦିଲ୍ଲୀ ପାଇଁ ନିଶ୍ଚିତ ଘୋର ମୁଣ୍ତବ୍ୟଥାର କାରଣ। କେବଳ ସ୍ଲୋଗାନବାଜିରେ ଏହାର ସମାଧାନ ସମ୍ଭବ ନୁହେଁ। କିଭଳି ଭାବରେ ଏହି ବିପଦର ମୁକାବିଲା କରାଯିବ, ସେ ସମ୍ପର୍କରେ ଭାରତର ବୈଦେଶିକ ବ୍ୟାପାର ବିଭାଗ ଏବ˚ ସୈନ୍ୟବାହିନୀ ଉଭୟେ ଅବଗତ ଥିବେ ବୋଲି ଦେଶବାସୀ ଆଶା କରନ୍ତି।