ବଜ୍ର ମୁଷ୍ଟି

ନିକଟରେ ସ˚ସଦର ଉଭୟ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ˚ଗ୍ରେସ ଉପରେ ଏକ ବଡ଼ ଧରଣର ଆକ୍ରମଣ କଲେ। ତାଙ୍କ ଭାଷଣରେ ସେ କ˚ଗ୍ରେସକୁ ଏକ ମୃତପ୍ରାୟ ଦଳ ରୂପେ ଅଭିହିତ କରିବା ସହିତ ଆଗାମୀ ଗୋଟିଏ ଶତାବ୍ଦୀ ପର୍ଯ୍ୟନ୍ତ ଏହା କ୍ଷମତା ଲାଭ କରିବାର ସମ୍ଭାବନା ଶୂନ୍ୟ ପ୍ରାୟ ବୋଲି କହିଲେ। ସ୍ବାଧୀନତୋତ୍ତର ଭାରତରେ ପ୍ରାୟ ଛଅ ଦଶନ୍ଧି ଧରି ଶାସନରେ ରହି କ˚ଗ୍ରେସ ଦେଶର କିଭଳି କ୍ଷତି ସାଧନ କରିଛି, ତା’ର ଏକ ଦୀର୍ଘ ବିବରଣୀ ପ୍ରଦାନ କରିବା ସହିତ ସେ ଏହା ମଧୢ ଦର୍ଶାଇଥିଲେ କିଭଳି ବିରୋଧୀ ଦଳ ଭାବେ ରହି ମଧୢ ୨୦୨୦ ମସିହାର କୋଭିଡ୍‌ କାଳୀନ ଲକ୍‌ଡାଉନ୍‌ କାଳରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ଭଳି ଦାରୁଣ ପରିସ୍ଥିତି ସୃଷ୍ଟିରେ କ˚ଗ୍ରେସର ଚକ୍ରାନ୍ତ ନିହିତ ଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପର ଠାରୁ ପ୍ରଧାନମନ୍ତ୍ରୀ କେବେ ହେଲେ ସ˚ସଦରେ ଏଭଳି କ˚ଗ୍ରେସ ବିରୋଧୀ ବିଷୋଦ୍‌ଗାର କରି ନାହାନ୍ତି। ଏହା ମଧୢ ସତ ଯେ ସେହି ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ମତ ଓ ମନ୍ତବ୍ୟ ସହିତ ଅନେକ ଏକମତ ହୋଇ ନ ପାରନ୍ତି; କିନ୍ତୁ ପ୍ରଶ୍ନ ଉଠେ ଯେ ଏଭଳି ଏକ ଉଦ୍ୟମ ପଛରେ କୌଣସି କାରଣ ଅଛି କି?

ଏହି ସ˚ଦର୍ଭରେ କ˚ଗ୍ରେସ ଦଳର ସର୍ବମୟ କର୍ତ୍ତା ରାହୁଳ ଗାନ୍ଧୀ ମଧୢ ପଚାରନ୍ତି ଯେ ସ˚ପ୍ରତି ଦେଶରେ ଅନେକ ବିରୋଧୀ ରାଜନୈତିକ ଦଳ ବିଦ୍ୟମାନ ଥିବା ସତ୍ତ୍ବେ ବିଜେପିର ଅର୍ଜୁନ ତୁଲ୍ୟ ଏକକ ଦୃଷ୍ଟି କ˚ଗ୍ରେସ ଉପରେ ନିବଦ୍ଧ କାହିଁକି? ସମ୍ଭବତଃ ବିଜେପି ଏଭଳି ଏକ ଭୟରୁ ମୁକ୍ତ ହୋଇ ପାରୁନାହିଁ ଯେ ଭବିଷ୍ୟତ୍‌ରେ ଦଳ ପ୍ରତି ବିପଦର ଆଶଙ୍କା କେବଳ କ˚ଗ୍ରେସ ପକ୍ଷରୁ ହିଁ ରହିଛି! ସୁତରା˚, ୨୦୧୪ ମସିହା ପର ଠାରୁ ପ୍ରାୟ ୯୦ ପ୍ରତିଶତ ନିର୍ବାଚନରେ ପରାଜୟ ବରଣ କରିଥିବା ବା ୨୦୧୯ ନିର୍ବାଚନରେ ଲୋକସଭାରେ ମାତ୍ର ଏକ ଦଶମା˚ଶ ସ୍ଥାନ ଅଧିକାର କରିବାକୁ ସମର୍ଥ ହୋଇଥିବା କ˚ଗ୍ରେସ ଦଳ ଓ ତା’ର ନେତୃତ୍ବ ଏଭଳି ଏକ ଧାରଣାରୁ ଆତ୍ମ-ସନ୍ତୋଷ ଲାଭ କରିବା ସ୍ବାଭାବିକ ମଧୢ। ସେହିଭଳି କହ୍ନୈୟା କୁମାର ବା ଜିଗ୍ନେଶ ମେଵାନୀଙ୍କ ଭଳି ଆଗ୍ନେୟ ଯୁବ ରାଜନେତା କ˚ଗ୍ରେସରେ ଯୋଗ ଦେବା କି˚ବା ବିଶିଷ୍ଟ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଗୋଟିଏ ସମୟରେ କ˚ଗ୍ରେସରେ ଯୋଗ ଦାନ କରିବା ବିଷୟରେ ଚିନ୍ତା କରୁଥିବା ଭଳି ଘଟଣା ଏଭଳି ଧାରଣାକୁ ଦୃଢ଼ୀଭୂତ ମଧୢ କରୁଥିବ ଯେ ଦଳ ନିକଟରେ ତଥାପି ଏକ ଚୁମ୍ବକୀୟ କ୍ଷେତ୍ର ସକ୍ରିୟ ରହିଛି, ଯାହା ଜାତୀୟ ରାଜନୀତିରେ ପୁଣି ଥରେ ପ୍ରଭାବ ବିସ୍ତାର କରିବାରେ ସମର୍ଥ। କିନ୍ତୁ ଏହି ପରିପ୍ରେକ୍ଷୀରେ କ˚ଗ୍ରେସ ନେତୃତ୍ବ ଯାହା ହୁଏ’ତ ଦେଖି ପାରି ନ ଥାଏ (ଅଥବା ଜାଣିଶୁଣି ନ ଦେଖିବା ଲାଗି ସ୍ଥିର କରିଥାଏ), ଅଥଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିପକ୍ବ ଚକ୍ଷୁରୁ ବାଦ୍‌ ପଡ଼ି ନ ଥାଏ, ତାହା ହେଲା ଭାରତୀୟ ରାଜନୀତିରେ କ˚ଗ୍ରେସର ନିଃସଙ୍ଗତା।

ବିଭିନ୍ନ ରାଜନୈତିକ ବିଶ୍ଳେଷକ ମତ ପୋଷଣ କରନ୍ତି ଯେ ବିଜେପିର ଅଗ୍ରଗତିକୁ ବାଧା ଦେବା ଲାଗି ଯାହା ଆବଶ୍ୟକ, ତାହା ଏକ ବିରୋଧୀ ଦଳର ସାମ୍ମୁଖ୍ୟ, ଯହିଁରେ ଏକ ଆଦର୍ଶ ସ୍ଥିତି ଅନୁସାରେ କ˚ଗ୍ରେସ ତା’ର କେନ୍ଦ୍ର ସ୍ଥଳରେ ରହିବା ଉଚିତ। କିନ୍ତୁ ବିଡ଼ମ୍ବନା, ସ˚ପ୍ରତି ଅଧିକା˚ଶ ବିରୋଧୀ ଦଳ କ˚ଗ୍ରେସ ନେତୃତ୍ବର ଛତା ତଳେ ଏକାଠି ହେବାକୁ ଅନିଚ୍ଛୁକ। ଅପର ପକ୍ଷରେ, କେତେକ ରାଜ୍ୟରେ ବାଧୢବାଧକତା ଦୃଷ୍ଟିରୁ ମେଣ୍ଟ ସରକାରରେ ଏକ କନିଷ୍ଠ ଅ˚ଶୀଦାର ରୂପେ ରହିଥିବା କଂଗ୍ରେସ, କେନ୍ଦ୍ରରେ ସେହିଭଳି ଏକ ଭୂମିକାରେ ଦିଶିବାର (ଯଦି ବିରୋଧୀ ମେଣ୍ଟ ହୁଏ!) ସମ୍ଭାବନା ଅତ୍ୟନ୍ତ କ୍ଷୀଣ! ଏଭଳି ସ୍ଥିତିରେ କ˚ଗ୍ରେସ ଏକ କ୍ଷତାକ୍ତ, ଅବସନ୍ନ ଏବ˚ ଦଳ ଦ୍ବାରା ପରିତ୍ୟକ୍ତ ବୃଦ୍ଧ ସି˚ହରେ ପରିଣତ ହୋଇଛି; ଯାହା ଉପଲବ୍‌ଧି କରି ସମ୍ଭବତଃ ପ୍ରଧାନମନ୍ତ୍ରୀ ତାଙ୍କର ନିର୍ଣ୍ଣାୟକ ଆକ୍ରମଣ ଆରମ୍ଭ କରିଛନ୍ତି।

ଏ ସଂଦର୍ଭରେ ଯାହା ପ୍ରାୟ ନିଶ୍ଚିତ, ତାହା ହେଲା ଏକ କ˚ଗ୍ରେସ ରିକ୍ତ ରାଜନୈତିକ ;ପ୍ରକ୍ଷାପଟରେ ଅନ୍ୟ ବିରୋଧୀ ଦଳଗୁଡ଼ିକ ଏକାକୀ ବା ସମ୍ମିଳିତ ଭାବେ ବିଜେପି ସକାଶେ ବିପଦ ସୃଷ୍ଟି କରିବାର ବିଶେଷ ଆଶଙ୍କା ନିକଟ ଭବିଷ୍ୟତ୍‌ରେ ନାହିଁ। ଏହା ମଧୢ ସତ ଯେ ଭାରତୀୟ ଗଣତନ୍ତ୍ରର ଉତ୍ତମ ସ୍ବାସ୍ଥ୍ୟ କାମନା କରୁଥିବା ସଚେତନ ନାଗରିକମାନେ ଗୋଟିଏ ଶକ୍ତିଶାଳୀ ବିରୋଧୀ ଦଳ ମଧ୍ୟ ଚାହିଥାଆନ୍ତି, ଯାହାର ସମ୍ଭାବନା ସଂପ୍ରତି କେବଳ କ˚ଗ୍ରେସ ଠାରେ ହିଁ ଦେଖିବାକୁ ମିଳେ। ତେଣୁ କ˚ଗ୍ରେସ ପୁନର୍ବାର ସକ୍ରିୟ ଓ ଶକ୍ତିଶାଳୀ ହେଉ ବୋଲି କାମନା କରୁଥିବା ରାଜନୈତିକ ବିଶ୍ଳେଷକମାନେ ଏକ ସ୍ବରରେ କ˚ଗ୍ରେସର ନେତୃତ୍ବ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ବ ପ୍ରଦାନ କରିଥାଆନ୍ତି; ଯେଉଁ ନେତୃତ୍ବ ବ˚ଶବାଦ ରାଜନୀତିର ଏକ ନଗ୍ନ ଦୃଷ୍ଟାନ୍ତ ରୂପେ ଦଣ୍ତାୟମାନ। ପ୍ରଶ୍ନ ଉଠିଥାଏ ଯେ ଯଦିଓ ସାଂପ୍ରତିକ ଭାରତର ସମସ୍ତ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଦଳରେ ବ˚ଶବାଦ ପରିଦୃଷ୍ଟ ଓ ତାହା କ୍ରମେ ପରିବ୍ୟାପ୍ତ ହେବାରେ ଲାଗିଛି, କ˚ଗ୍ରେସ ଏହାର ଏକ ଅଦ୍ବିତୀୟ ଦୃଷ୍ଟାନ୍ତ ରୂପେ ବର୍ଣ୍ଣିତ ହେବାର କାରଣ କ’ଣ? କାରଣଟି ହେଉଛି ଏହାର ନେତୃତ୍ବରେ ଗୋଟିଏ ପରିବାରର ଚତୁର୍ଥ ପିଢ଼ିର ଦାୟାଦମାନଙ୍କୁ ଦେଖିବାକୁ ମିଳିବା!(ଅନ୍ୟ ଦଳରେ ବଂଶବାଦ ଏ ପର୍ଯ୍ୟନ୍ତ ପ୍ରାୟତଃ ଦ୍ବିତୀୟ ପିଢ଼ିରେ ସୀମିତ ରହିଛି) ଏ ପରିପ୍ରେକ୍ଷୀରେ ପ୍ରସିଦ୍ଧ ଇତିହାସକାର ରାମଚନ୍ଦ୍ର ଗୁହା ଠାଏ କହିଥିବା ଭଳି ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ରାଷ୍ଟ୍ରକୁ ଶାସନ ଓ ଦଳକୁ ନେତୃତ୍ବ ପ୍ରଦାନ କରିଥିବା ଗୋଟିଏ ପରିବାରର ଚତୁର୍ଥ ପିଢ଼ିର ସନ୍ତାନମାନେ ଦେଶର ସାଧାରଣ ଜନତାଙ୍କ ଠାରୁ ଦୂରବର୍ତ୍ତୀ ହୋଇଯିବା ସ୍ବାଭାବିକ, ଯାହା ସଂପ୍ରତି କ˚ଗ୍ରେସର ଜନାଧାର କ୍ଷୟର ଏକ ବଡ଼ କାରଣ।

ସେହିଭଳି ରାମଚନ୍ଦ୍ର ଗୁହାଙ୍କ ଆଉ ଏକ ମତ ହେଲା ପରିଚାଳନାଗତ ଦକ୍ଷତାର ଅଭାବ ରାହୁଳ ଗାନ୍ଧୀଙ୍କୁ ଦଳର ନେତୃତ୍ବ ସକାଶେ ଅଯୋଗ୍ୟ କରିଥାଏ। ସେ କହନ୍ତି ଯେ ୟୁପିଏ ସରକାର ଅମଳରେ ରାହୁଳ ଗାନ୍ଧୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସି˚ହଙ୍କୁ ତାଙ୍କ ଅଧସ୍ତନ ଭାବେ ଦର୍ଶାଇ ସେହିଭଳି ବ୍ୟବହାର ପ୍ରଦର୍ଶନ କରିବା ବଦଳରେ ଯଦି ତାଙ୍କ ଅଧୀନରେ କୌଣସି ମନ୍ତ୍ରୀ ପଦ ଗ୍ରହଣ କରିଥାଆନ୍ତେ, ତେବେ ତାହା ତାଙ୍କୁ ଅନେକ ପରିଚାଳନାଗତ ବୁଦ୍ଧି ଓ ସମସ୍ୟା ସମାଧାନର ସୂକ୍ଷ୍ମ ତତ୍ତ୍ବମାନ ଶିଖାଇ ଥାଆନ୍ତା, ଯାହା ବର୍ତ୍ତମାନର ସ˚କଟ କାଳରେ କାର୍ଯ୍ୟରେ ଲାଗିଥାଆନ୍ତା। କଂଗ୍ରେସ ନେତୃତ୍ବ ଦ୍ବାରା ଦଳୀୟ ସମସ୍ୟା ସମାଧାନରେ ବିଫଳତା ମଧୢପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବ˚ ପଞ୍ଜାବରେ ଅମରିନ୍ଦର ସି˚ହଙ୍କ କ˚ଗ୍ରେସ ତ୍ୟାଗରେ ପ୍ରତିଫଳିତ ହୋଇଛି। କେବଳ ସେତିକି ନୁହେଁ ପ୍ରାୟ ଅଧିକା˚ଶ ରାଜ୍ୟରେ କ˚ଗ୍ରେସ ଆଭ୍ୟନ୍ତରୀଣ କନ୍ଦଳ ଦ୍ବାରା ଦୁର୍ବଳ ହୋଇ ପଡୁଥିବା ବେଳେ କେନ୍ଦ୍ରୀୟ ନେତୃତ୍ବ ସେଥି ପ୍ରତି ପ୍ରାୟତଃ ଉଦାସୀନ।

କିନ୍ତୁ ଏହା ମଧୢ ଏକ ବିଡ଼ମ୍ବିତ ସତ୍ୟ ଯେ ଦଳକୁ ନେତୃତ୍ବ ପ୍ରଦାନ କରିବା ଲାଗି ଦଳରେ ଅନେକ ଅଭିଜ୍ଞ ଓ ବିଚକ୍ଷଣ ନେତା ରହିଥିଲେ ମଧୢ କ˚ଗ୍ରେସକୁ ଗାନ୍ଧୀ ପରିବାରର ନେତୃତ୍ବରୁ ମୁକ୍ତ କରିବା ପ୍ରସଙ୍ଗଟି ‘ଏଣୁ ମାରିଲେ ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମ ହତ୍ୟା’ ଭଳି ଏକ ‘କ୍ୟାଚ୍‌-୨୨’ ସ୍ଥିତି ସୃଷ୍ଟି କରିଥାଏ। ଏହାର କାରଣ ଦୀର୍ଘ କାଳ ଶାସନରେ ରହି ଆସିଥିବା ଏହି ଦଳ ମାତ୍ର ଆଠ ବର୍ଷର ପ୍ରତିକୂଳତାରେ ଯେମିତି ଇଚ୍ଛାଶକ୍ତି ହରାଇ ବସିଛି, ତହିଁରୁ ମନେ ହୁଏ ତାହା ଏକ ସଯତ୍ନ ପାଳିତ ପଞ୍ଜୁରିବଦ୍ଧ ଶୁଆରେ ପରିଣତ ହୋଇଥିଲା, ଯିଏ ସାରା ଜୀବନ ଆରାମଦାୟକ ପଞ୍ଜୁରିରେ ବନ୍ଦୀ ହୋଇ ରହିବ ସିନା, ଉଡ଼ିଯିବାର କାମନା ପୋଷଣ କରିବ ନାହିଁ। ତେଣୁ ଯାହା ଦେଖିବାକୁ ମିଳୁଛି ତାହା ହେଲା କ˚ଗ୍ରେସ ଦଳରେ ଗାନ୍ଧୀ ପରିବାରର ପ୍ରଭୁତ୍ବ ନିର୍ବିକଳ୍ପ ହୋଇ ଉଠିଛି; ଯେଉଁ ନେତୃତ୍ବକୁ ଦଳର ଅଧିକା˚ଶ ସଦସ୍ୟ ସମର୍ଥନ ଜଣାନ୍ତି। ତେଣୁ କ˚ଗ୍ରେସର ନେତୃତ୍ବ ପରିବର୍ତ୍ତନ ଏତେ ସହଜ ବ୍ୟାପାର ନୁହେଁ।

କହିବା ବାହୁଲ୍ୟ ଯେ ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ଯଦି କ˚ଗ୍ରେସ ୨୦୧୯ର ପୁନରାବୃତ୍ତି ଘଟାଏ, ତେବେ ଦଳର ଅନ୍ତିମ ସମୟ ଦୂର ନୁହେଁ ବୋଲି ଧରି ନିଆଯାଇପାରେ। ଏଭଳି ଏକ ସମ୍ଭାବନାକୁ ହୁଏ’ତ ସାକାର କରିବ କ˚ଗ୍ରେସ ନେତୃତ୍ବରେ ଗାନ୍ଧୀ ପରିବାରର ବିକଳ୍ପ ଶୂନ୍ୟତା। କ˚ଗ୍ରେସର ଏହି ଅସହାୟତାକୁ ପ୍ରଧାନମନ୍ତ୍ରୀ ଠିକ ହୃଦୟଙ୍ଗମ କରିପାରିଛନ୍ତି; ସେଥି ଲାଗି ତ ନଇଁ ପଡ଼ିଥିବା ପିଠି ଉପରେ ବଜ୍ର ମୁଷ୍ଟି ପ୍ରଦାନ କରି ତାକୁ ଚିର ଦିନ ଲାଗି ଧରାଶାୟୀ କରିବା ଉଦ୍ଦେଶ୍ୟରେ ସ˚ସଦରେ ତାଙ୍କର ଏଭଳି ବିଷୋଦ୍‌ଗାର!

ସମ୍ବନ୍ଧିତ ଖବର