କୋମଳ ଶକ୍ତି
ପ୍ରଖ୍ୟାତ ବଲିଉଡ୍ ଗୀତିକାର ଅମିତ ଖାନ୍ନା ତାଙ୍କର ଏକ ଅନୁଭୂତି ସମ୍ବନ୍ଧରେ କହିଥିଲେ ଯେ ଥରେ ଆଇସ୍ଲାଣ୍ତ୍ର ରାଜଧାନୀ ରିକଜାଭିକ୍ର ଏକ ସଡ଼କରେ ପଦଚାରଣା କରୁଥିବା ବେଳେ ତାଙ୍କ ଶ୍ରୁତିଗୋଚର ହୋଇଥିଲା ବଲିଉଡ୍ ଚଳଚ୍ଚିତ୍ର ‘ଚଲ୍ତେ ଚଲ୍ତେ’ର ସେହି କାଳଜୟୀ ଓ ଅଭୂତପୂର୍ବ ଭାବେ ଲୋକପ୍ରିୟ ‘ଟାଇଟଲ୍’ (ଶୀର୍ଷକ) ଗୀତ। ଏକ ସ˚ପୂର୍ଣ୍ଣ ଅପରିଚିତ ରାଷ୍ଟ୍ରରେ ଶରୀରରେ ପୁଲକିତ ଶିହରଣ ଖେଳାଇ ଦେବା ଲାଗି ଯଥେଷ୍ଟ ଥିବା ସେହି ଗୀତଟି ଭାସି ଆସୁଥିଲା ଏକ ଭାରତୀୟ ରେସ୍ତୋରାଁରୁ; ଏବ˚ ଯାହା ତାଙ୍କ ଆନନ୍ଦକୁ ବହୁଗୁଣିତ କରିଥିଲା, ତାହା ହେଉଛି ସେହି ଗୀତର ରଚୟିତା ଥିଲେ ସେ ନିଜେ। କହିିବା ନିଷ୍ପ୍ରୟୋଜନ ଯେ ସେ ସେହି ରେସ୍ତୋରାଁକୁ ଯାଇ ତାକୁ ଚଳାଉଥିବା ଭାରତୀୟ ଦ˚ପତିଙ୍କୁ ଭେଟି ନିଜର ପରିଚୟ ପ୍ରଦାନ କରନ୍ତେ, ସେମାନେ ତାଙ୍କୁ ଉଚ୍ଛ୍ବସିତ ସ୍ବାଗତ ଜଣାଇଥିଲେ। ପାଠକପାଠିକାମାନେ ଅବଶ୍ୟ ଅବଗତ ଥିବେ ଯେ ଏହି ଅମର ଗୀତର ନିର୍ଦ୍ଦେଶକ ବାପ୍ପି ଲାହିରୀ ଗଲା ୧୫ ତାରିଖରେ ୬୯ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ଏବଂ ତାହାର ମାତ୍ର ନଅ ଦିନ ପୂର୍ବରୁ ଅତୁଲ୍ୟ ଗାୟିକା ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଯାଇଛି। କିନ୍ତୁ ଏହା ସ୍ବତଃସିଦ୍ଧ ଯେ ବାପ୍ପିଙ୍କ ପରେ ଅନେକ ବର୍ଷ ପର୍ଯ୍ୟନ୍ତ କେବଳ ଭାରତରେ ନୁହେଁ ପୃଥିବୀର ବିଭିନ୍ନ କୋଣରେ ତାଙ୍କ ଦ୍ବାରା ସ୍ବରାବଦ୍ଧ ଗୀତମାନ ତନୁମନକୁ ନଚାଇ ରଖିବ ଏବ˚ ପୃଥିବୀର ଅସ୍ତିତ୍ବ ଥିବା ପର୍ଯ୍ୟନ୍ତ ଲତା ମଙ୍ଗେଶକରଙ୍କ ଦ୍ବାରା ଗାନ କରାଯାଇଥିବା ଗୀତ ଶୁଣିବାକୁ ମିଳୁଥିବ ବା ତଲ୍ଲୀନ ସ˚ଗୀତପ୍ରେମୀଙ୍କ ଓଠରେ କ˚ପନ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଥିବ। ତେବେ, ଏଠାରେ ଯେଉଁ ପରିପ୍ରେକ୍ଷୀରେ ଏହି ଦୃଷ୍ଟାନ୍ତର ଅବତାରଣା କରାଯାଇଛି, ତାହା ହେଉଛି ଭାରତର ‘କୋମଳ ଶକ୍ତି’ରେ ନିହିତ ଥିବା ଅପୂର୍ବ କ୍ଷମତା, ଯହିଁରେ ପୃଥିବୀ ଭାରତୀୟ ରଙ୍ଗରେ ରଚି ଯିବାର ଅଚିନ୍ତନୀୟ ସମ୍ଭାବନା ରହିଛି। ସେହି ଦୃଷ୍ଟିରୁ ମତ ପ୍ରକାଶ ପାଇଥାଏ ଯେ ଭାରତୀୟ ‘କୋମଳ ଶକ୍ତି’ର ପ୍ରଭାବକୁ ବିସ୍ତାର କରିବା ଆମ ରାଷ୍ଟ୍ରର ବୈଦେଶିକ ନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ଅ˚ଶ ହେବା ଆବଶ୍ୟକ।
Sambad is now on WhatsApp
Join and get latest news updates delivered to you via WhatsApp
ଗଲା ଶତାବ୍ଦୀର ଅଷ୍ଟମ ଦଶକରେ ଶେଷ ଭାଗ ଆଡ଼କୁ ହାର୍ଭାର୍ଡ ବିଦ୍ବାନ ଜୋସେଫ ନ୍ୟେ ‘ସଫ୍ଟ ପାଵାର୍’ ବା ‘କୋମଳ ଶକ୍ତି’ ଭଳି ଏକ ଅଭିବ୍ୟକ୍ତିର ବ୍ୟବହାର ପ୍ରଥମେ କରିଥିଲେ। କିନ୍ତୁ ହଜାର ହଜାର ବର୍ଷ ପୂର୍ବରୁ ବିଭିନ୍ନ ରାଷ୍ଟ୍ରର ‘କୋମଳ ଶକ୍ତି’ କୌଣସି ନା କୌଣସି ମାର୍ଗରେ ଅନ୍ୟ ରାଷ୍ଟ୍ରର ଭୂମିରେ ପ୍ରବେଶ କରି ସେଠାକାର ଜନ ଜୀବନକୁ ପ୍ରଭାବିତ କରି ଆସିଛି। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ବୌଦ୍ଧ ଧର୍ମ ଭାରତ ଭୂମିରୁ ତା’ର ବିଶ୍ବ ଭ୍ରମଣ ଆରମ୍ଭ କରି ଅନେକ ବୌଦ୍ଧ ଧର୍ମାବଲମ୍ବୀ ରାଷ୍ଟ୍ର ସୃଷ୍ଟି କରି ପାରିଥିବା ଏହାର ଏକ ଦୃଷ୍ଟାନ୍ତ। ବି˚ଶ ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀର ସର୍ବାଧିକ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ସ୍ବୀକୃତ ହେବା ପଛରେ ରହିଛି ହଲିଉଡ୍ ସିନେମା, ଜିନ୍ସ ଓ ଜାଜ୍ ସ˚ଗୀତ ଆଦିର ବିଶ୍ବ ହୃଦୟ ଜିଣା ପ୍ରଭାବ।
ଅବଶ୍ୟ, ଏହା ସତ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କଠୋର ଶକ୍ତି (ହାର୍ଡ୍ ପାଵାର୍)କୁ ସାବ୍ୟସ୍ତ କରିବା ଦିଗରେ ପ୍ରୟାସରତ ଥିବା ବେଳେ ‘କୋମଳ ଶକ୍ତି’ ଉପରେ ମଧୢ ଗୁରୁତ୍ବ ପ୍ରଦାନ କରିଥାଆନ୍ତି, ଯାହାର ଉଦାହରଣ ଗଲା ୨୦୧୪ ମସିହା ଠାରୁ ପ୍ରତି ବର୍ଷ ଜୁନ୍ ୨୧କୁ ‘ବିଶ୍ବ ଯୋଗ ଦିବସ’ ଭାବେ ବିଶ୍ବର ସର୍ବତ୍ର ପାଳନ କରାଯିବା। ଏ କଥା ମଧୢ ସ୍ବୀକାର୍ଯ୍ୟ ଯେ ଭାରତ ଯେଉଁଭଳି ଭାବେ ‘କୋମଳ ଶକ୍ତି’ ଉତ୍ସର ଅଧିକାରୀ, ତାହା କ୍ବଚିତ୍ ଅନ୍ୟ କୌଣସି ରାଷ୍ଟ୍ରର ଭାଗ୍ୟରେ ଜୁଟିଥାଏ। ଭାରତର ପ୍ରାଚୀନତା, ପ୍ରାଚୀନତମ ଭାଷା ବିଭବ (ତାମିଲ), ସ˚ସ୍କୃତ, ବେଦ ଓ ପୁରାଣ ଏବ˚ ମହାକାବ୍ୟ, ସନାତନ ଧର୍ମ ଓ ଦର୍ଶନ, ଶାସ୍ତ୍ରୀୟ ସ˚ଗୀତ ଓ ନୃତ୍ୟ, ଆୟୁର୍ବେଦ, ରନ୍ଧନ ଶୈଳୀ ଓ ବ୍ୟ˚ଜନ ସମ୍ଭାର, କଳା, କାରିଗରୀ ଓ ସ୍ଥାପତ୍ୟ, ଗୌତମ ବୁଦ୍ଧ, ମହାବୀରଙ୍କ ଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ବ୍ୟକ୍ତିତ୍ବ ଏବ˚ ସେମାନଙ୍କର ଆଦର୍ଶ ବଲିଉଡ୍ ଗୀତ ଓ ସିନେମା ଏବଂ ତାର ସୁପର ଷ୍ଟାର୍ ଇତ୍ୟାଦିଙ୍କ ଭଳି ଏତେ ସ˚ଖ୍ୟକ ‘କୋମଳ ଶକ୍ତି’ର ନିର୍ଝର ଭାରତରେ ବିଦ୍ୟମାନ ଯେ ତା’ର ଏକ ତାଲିକା ଅସରନ୍ତି ହୋଇପାରେ। କିନ୍ତୁ ସେ ସବୁ ଦ୍ବାରା ବିଶ୍ବ ପ୍ରେକ୍ଷାପଟରେ ଭାରତ କିଭଳି ପ୍ରଭାବ ସୃଷ୍ଟି କରିବାରେ ସମର୍ଥ ହୋଇଛି, ତାହା ଏକ ପ୍ରଶ୍ନ। ଇଟାଲିର ‘ପିଜ୍ଜା’ ଯେମିତି ପୃଥିବୀ ବ୍ୟାପୀ ଜିହ୍ବାକୁ ତା’ର ଆକର୍ଷଣରେ ବନ୍ଦୀ କରି ରଖିଛି, ଅତ୍ୟନ୍ତ ଲୋକପ୍ରିୟ ହୋଇଥିବା ସତ୍ତ୍ବେ ଭାରତର ‘ଚିକେନ ଟିକ୍କା ମସଲା’ ‘ପିଜ୍ଜା’ର ସମକକ୍ଷ ହୋଇ ପାରିନାହିଁ। କହିବା ଅନାବଶ୍ୟକ ଯେ ସରକାରଙ୍କ ପଥିକୃତ୍ ଉଦ୍ୟମ ଏବ˚ ଗୋଟିଏ ପ୍ରଭାବଶାଳୀ ବର୍ଗ ଦ୍ବାରା ପ୍ରଦର୍ଶିତ ହେଉଥିବା ଆଭିମୁଖ୍ୟରେ ପରିବର୍ତ୍ତନ ଭାରତୀୟ ‘କୋମଳ ଶକ୍ତି’ ଦ୍ବାରା ସାମ୍ରାଜ୍ୟ ବିସ୍ତାରକୁ ସହଜ କରି ପାରନ୍ତା। ଆୟୁର୍ବେଦକୁ ଏକ ଉଦାହରଣ ଭାବେ ନିଆଯାଇପାରେ। ଆୟୁର୍ବେଦର ବିଶେଷତ୍ବ ହେଲା ଏହି ପ୍ରାଚୀନତମ ଚିକିତ୍ସା ପଦ୍ଧତି କେବଳ ଔଷଧୀୟ ଉପଚାରରେ ସୀମିତ ନୁହେଁ; ସୁସ୍ଥ ଜୀବନ ସକାଶେ ଏହା ଏକ ସମନ୍ବୟଭରା ମାର୍ଗ ଦର୍ଶନ ଯହିଁରେ ପ୍ରକୃତିର ବନସ୍ପତି ଏକ ଉପାଦାନ ଭାବେ ବ୍ୟବହୃତ ହୋଇଥାଏ। କିନ୍ତୁ ଏହି ବିଶେଷତ୍ବ ବିଷୟରେ ହୃଦ୍ବୋଧ କରାଯିବା ଅପେକ୍ଷା ଆୟୁର୍ବେଦର ଶ୍ରେଷ୍ଠତ୍ବ ପ୍ରତିପାଦନ ଲାଗି ପୃଥିବୀର ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି (ବିଶେଷ କରି ଏଲୋପାଥି)କୁ ନ୍ୟୂନ ବୋଲି ଦର୍ଶାଇବାର ଉଦ୍ୟମ ବିଭିନ୍ନ ବିବାଦକୁ ଜନ୍ମ ଦେବା ସହିତ ତାହାର ଗ୍ରହଣୀୟତାରେ ବାଧା ସୃଷ୍ଟି କରିଥାଏ। ସେହିଭଳି ମହାତ୍ମା ଗାନ୍ଧୀ ହେଉଛନ୍ତି ଭାରତୀୟ ‘କୋମଳ ଶକ୍ତି’ର ଆଉ ଏକ ବୃହତ୍ ସ୍ରୋତ। କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ତାଙ୍କ ଆଦର୍ଶ, ଏପରି କି ତାଙ୍କ ଚରିତ୍ରକୁ କେନ୍ଦ୍ର କରି ଆମ ଦେଶରେ ସୃଷ୍ଟି କରାଯାଉଥିବା ଝଡ଼ ତାଙ୍କୁ ଅକାରଣେ ଧୂଳି ଧୂସରିତ କରିବାରେ ଲାଗିଛି।
ଏବେ ଏ ଦିଗରେ ସରକାରୀ ଉଦ୍ୟମ ବିଷୟ ଆସୁ। ସ˚ପ୍ରତି ବିଭିନ୍ନ ଦେଶରେ ଭାରତ ସରକାରଙ୍କ ଦ୍ବାରା ସ୍ଥାପିତ ‘ଭାରତୀୟ ସା˚ସ୍କୃତିକ କେନ୍ଦ୍ର’ର ସ˚ଖ୍ୟା ମାତ୍ର ୩୮, ଯାହା ଭାରତ ଭଳି ଏକ ରାଷ୍ଟ୍ରର ଆକାର ଓ ଗୁରୁତ୍ବ ଦୃଷ୍ଟିରୁ ଅତ୍ୟନ୍ତ କମ୍। ଭାରତର ପୂର୍ବତନ ବିଦେଶ ସଚିବ ନିରୁପମା ରାଓ କହିଥାଆନ୍ତି ଯେ ଏହି ସବୁ କେନ୍ଦ୍ରଗୁଡ଼ିକର ଆନୁକୂଲ୍ୟରେ ବିଦେଶ ଭୂମିରେ ଭାରତୀୟ ସ˚ସ୍କୃତିର ପ୍ରସାର ସକାଶେ ଆୟୋଜିତ ହେଉଥିବା ଉତ୍ସବ ବା ସ˚ପାନ ବା କର୍ମଶାଳା ଆଦିର ସ˚ଖ୍ୟା ଖୁବ୍ କମ୍। ସେ କହିଥାଆନ୍ତି ଯେ ‘ଦୂରଦର୍ଶନ’କୁ ଭାରତ ସରକାର ଏକ ବଳିଷ୍ଠ ଆନ୍ତର୍ଜାତିକ ଟେଲିଭିଜନ ଚ୍ୟାନେଲ୍ (ବିବିସି ବା ସିଏନ୍ଏନ୍ ବା କାତାରରୁ ପ୍ରସାରିତ ଅଲ ଜଜିରା ଭଳି)ରେ ପରିଣତ କରିବା ଉଚିତ, ଯାହା ଏକ ‘କୋମଳ ଶକ୍ତି’ର ଉତ୍ସ ରୂପେ କାର୍ଯ୍ୟ କରିପାରନ୍ତା। ସେ ପ୍ରଶ୍ନ କରନ୍ତି ଯେ ବିଶ୍ବର ଅନ୍ୟତମ ସର୍ବାଧିକ ଲୋକପ୍ରିୟ ବ୍ୟାଣ୍ତ୍ ‘ବିଟିଏସ୍’ର ଘର ଦକ୍ଷିଣ କୋରିଆରେ, ‘ଟିକ୍ଟକ୍’ର ଘର ଚୀନ୍ରେ; ସେମିତି ଭାରତୀୟ ଉଦାହରଣଟିଏ କାହିଁ?
ଏହି ଆଲୋଚନା ବେଳେ ପ୍ରସିଦ୍ଧ ଭାରତୀୟ ଲେଖକ କେ.ଏ. ଆବ୍ବାସଙ୍କ ଏକ ଅନୁଭୂତି ବିଷୟ ମଧୢ ସ୍ମରଣକୁ ଆସିଥାଏ। ଏକଦା ସେ ମସ୍କୋରେ ଏକ ଲିଫ୍ଟରେ ତାଙ୍କ ହୋଟେଲ ପ୍ରକୋଷ୍ଠକୁ ଯାଉଥିବା ବେଳେ ଦେଖିବାକୁ ପାଇଥିଲେ ଯେ ଲିଫ୍ଟ ଚାଳନା କରୁଥିବା ମହିଳା ଜଣକ ଯେଉଁ ପୁସ୍ତକ ମଧୢରେ ସ˚ପୂର୍ଣ୍ଣ ରୂପେ ନିବିଷ୍ଟ, ତାହା ଥିଲା ତାଙ୍କ ଦ୍ବାରା ରଚିତ ଇ˚ରେଜୀ ପୁସ୍ତକ ‘ଏଣ୍ତ୍ ଵାନ୍ ଡିଡ୍ ନଟ୍ କମ୍ ବ୍ୟାକ୍’ (ଏବ˚ ସେ ଫେରିଲେ ନାହିଁ)। ପୁସ୍ତକଟି ଥିଲା ୧୯୩୮ରେ ଚୀନ ଯାଇ ସେଠାକାର ଦ୍ବିତୀୟ ବିଶ୍ବ ଯୁଦ୍ଧାକ୍ରାନ୍ତ ଦୁର୍ଗତଙ୍କ ସେବା ଓ ଚିକିତ୍ସାରେ ନିଜକୁ ସ˚ପୂର୍ଣ୍ଣ ସମର୍ପିତ କରିଦେଇଥିବା ଡାକ୍ତର ଦ୍ବାରକାନାଥ କୋଟନିସଙ୍କ ଜୀବନ ଚରିତ। ଡାକ୍ତର କୋଟନିସ ୧୯୪୨ ମସିହାରେ ମାତ୍ର ୩୨ ବର୍ଷ ବୟସରେ ଚୀନ୍ରେ ହିଁ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ତାଙ୍କ ସେବା ଚୀନ୍ର ଜନଜୀବନ ଉପରେ ଯେଉଁ ପ୍ରଭାବ ପକାଇଥିଲା, ତାହା ଏ ପର୍ଯ୍ୟନ୍ତ ଅମଳିନ ଅଛି ଯାହାର ପ୍ରମାଣ ଗଲା ୨୦୨୦ ମସିହାରେ ସିଜିଆଝୁଆଙ୍ଗସ୍ଥିତ ମେଡିକାଲ କଲେଜ ପରିସରରେ ତାଙ୍କର ପୂର୍ଣ୍ଣାବୟବ ବ୍ରୋଂଜ୍ ପ୍ରତିମୂର୍ତ୍ତିର ପ୍ରତିଷ୍ଠା। ସେହି ଦୃଷ୍ଟିରୁ ଏହା କହିଲେ ଭୁଲ୍ ହେବ କି ଯେ ଡାକ୍ତର କୋଟନିସ ମଧୢ ଭାରତୀୟ ‘କୋମଳ ଶକ୍ତି’ର ଏକ ଝର, ଯାହାର ଠିକଣା ଉପଯୋଗ ହୁଏ’ତ ଭାରତ ଏବ˚ ଚୀନ୍କୁ ନିକଟତର କରନ୍ତା?