ଭାରତୀୟ ଜନତା ପାର୍ଟିର ଉଦ୍ଦେଶ୍ୟ, ଆଭିମୁଖ୍ୟ ଏବ˚ ଆଚରଣ ସହିତ ଏକମତ ହେଉ ନ ଥିବା ଅନେକ ବ୍ୟକ୍ତିି କିନ୍ତୁ ସେହି ଦଳର ଜଣେ ବରିଷ୍ଠ ନେତା ନୀତୀନ ଗଡ଼କାରୀଙ୍କ କଥାକୁ ମନଯୋଗ ସହିତ ଶୁଣନ୍ତି ଏବ˚ ଅନେକ ସମୟରେ ପସନ୍ଦ ମଧୢ କରିଥାଆନ୍ତି। କାରଣ ଏହି ‘ଦକ୍ଷିଣ ପନ୍ଥୀ’ ଦଳରେ ଜଣେ ମଧୢମ-ମାର୍ଗୀ ଭଳି ମନେ ହେଉଥିବା ନୀତୀନ ଗଡ଼କାରୀ ପୋଷଣ କରୁଥିବା ଅନେକ ମତ ଦଳୀୟ ‘ଏଜେଣ୍ତା’ ଠାରୁ ଊର୍ଦ୍ଧ୍ବକୁ ଉଠି ବୃହତ୍ତର ସ୍ବାର୍ଥ ବିଷୟରେ ଆଲୋଚନା କରିଥାଏ। ସେହି ମର୍ମରେ ନିକଟରେ ସେ ପ୍ରଦାନ କରିଥିବା ଏକ ଭାଷଣ ବିଶେଷ ପ୍ରଣିଧାନଯୋଗ୍ୟ ଭଳି ମନେ ହୋଇଥାଏ। ଏହି ଭାଷଣରେ ଗଡ଼କାରୀ ଯେଉଁ ତିନିଟି ବିନ୍ଦୁ ଉପରେ ଗୁରୁତ୍ବ ଆରୋପ କରିଥିଲେ ସେଗୁଡ଼ିକ ହେଲା; ରାଷ୍ଟ୍ରରେ ଗଣତନ୍ତ୍ରର ଉତ୍ତମ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏକ ଦୃଢ଼ ବିରୋଧୀ ଦଳର ଆବଶ୍ୟକତା ରହିଛି, ଯେଉଁ ଭୂମିକା କେବଳ କ˚ଗ୍ରେସ ହିଁ ନିର୍ବାହ କରିପାରିବ; ତେଣୁ କ˚ଗ୍ରେସ ଦଳର ସଦସ୍ୟମାନେ ସା˚ପ୍ରତିକ ଦଳୀୟ ଦୁଃସ୍ଥିତି ଦ୍ବାରା ହତାଶା ଜର୍ଜରିତ ନ ହୋଇ ଦଳର ମତାଦର୍ଶ ଉପରେ ଆସ୍ଥା ରଖି ଦଳ ସହିତ ସ˚ଶ୍ଳିଷ୍ଟ ରହନ୍ତୁ ଓ ତାକୁ ଶକ୍ତିଶାଳୀ କରିବାର ଉଦ୍ୟମ କରନ୍ତୁ; କାରଣ କ˚ଗ୍ରେସର ଅନୁପସ୍ଥିତି ଦ୍ବାରା ବଳଶାଳୀ ହେଉଥିବା ଆଞ୍ଚଳିକ ଦଳଗୁଡ଼ିକ ସ୍ଥାନୀୟତାର ସ˚କୀର୍ଣ୍ଣ ବନ୍ଧନୀ ମଧୢରେ ରହି ଅଖିଳ ଭାରତୀୟ ଦୃଷ୍ଟିକୋଣ ପରିହାର କରୁଥିବାରୁ ତାହା ରାଷ୍ଟ୍ର ସକାଶେ ହିତକର ହେବ ନାହିଁ। କହିବା ଅନାବଶ୍ୟକ ଯେ ୨୦୧୪ ମସିହାରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ଶାସନାଧିରୂଢ଼ ହେବା ଦିନ ଠାରୁ ଆମ ରାଷ୍ଟ୍ରର ଗଣତନ୍ତ୍ର ଧାରାବାହିକ ଭାବେ ଦୁର୍ବଳ ହେବାରେ ଲାଗିଛି ବୋଲି ଏକ ଧାରଣାର ବଶବର୍ତ୍ତୀ ହୋଇଥିବା ଅସ˚ଖ୍ୟ ଲୋକଙ୍କୁ ଏହା ଆଶ୍ବସ୍ତ କରିଥିବ। ତେବେ, କ୍ଷମତାସୀନ ହେବା ପର ଠାରୁ ‘କ˚ଗ୍ରେସ-ମୁକ୍ତ ଭାରତ’ର ସୃଷ୍ଟି ଲାଗି ନିରନ୍ତର ଓ ପଥିକୃତ୍ ଉଦ୍ୟମ କରି ଚାଲିଥିବା ଏକ ଦଳର ଜଣେ ମହତ୍ତ୍ବପୂର୍ଣ୍ଣ ସଦସ୍ୟ ଏବ˚ ମନ୍ତ୍ରୀ କାହିଁକି ଏକ ବିପରୀତ ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ କରିଛନ୍ତି, ତାହା ମଧୢ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ତେବେ, ଧରି ନିଆଯାଉ ଯେ ନୀତୀନ ଗଡ଼କାରୀଙ୍କ ଏହି ବକ୍ତବ୍ୟମାନ ଦୁରଭିସନ୍ଧିରହିତ ଏବ˚ ଏକ ଗଣତନ୍ତ୍ର-ହିତକାରୀ ମନୋଭାବରୁ ପ୍ରସୂତ। କିନ୍ତୁ ଏହି ପରିପ୍ରେକ୍ଷୀରେ ଯେଉଁ ପ୍ରଶ୍ନମାନ ଉଠିଥାଆନ୍ତି, ସେଗୁଡ଼ିକ ହେଲା ସଂପ୍ରତି ଅତ୍ୟନ୍ତ ହୀନପ୍ରଭ ହୋଇ ପଡ଼ିଥିବା କ˚ଗ୍ରେସ ପୁନର୍ବାର ଶକ୍ତି ଠୁଳ କରି ବିଜେପି ସମକ୍ଷରେ ସମକକ୍ଷ ଭାବେ ଛିଡ଼ା ହେବାର ଆଶା ନିକଟ ଭବିଷ୍ୟତ୍ରେ ଦିଶୁ ନ ଥିବାରୁ ଗଡ଼କାରୀ ଏଭଳି ଶ୍ରୁତିମଧୁର ବାଣୀମାନ ଶୁଣାଇବାର ଉଦ୍ୟମ କରିଛନ୍ତି କି? କିମ୍ବା ଏହା ହୋଇପାରେ କି ଯେ କ˚ଗ୍ରେସ ଶୂନ୍ୟ ଏକ ଭାରତରେ ବିଜେପିର ପ୍ରଭୁତ୍ବ ସର୍ବ-ବ୍ୟାପୀ ହେବ ବୋଲି ଏକ ଧାରଣା ଆଞ୍ଚଳିକ ଦଳଗୁଡ଼ିକ ଦ୍ବାରା ଚୂର୍ଣ୍ଣୀଭୂତ ହେଉଥିବାରୁ ଗଡ଼କାରୀ କ୍ଷେତ୍ରୀୟ ଦଳ ଗୁଡ଼ିକ ବଦଳରେ କ˚ଗ୍ରେସର ଉପସ୍ଥିତି କାମନା କରନ୍ତି, ଯାହାର ମୁକାବିଲା କରିବା ତାଙ୍କ ଦଳ ପକ୍ଷରେ ଅପେକ୍ଷାକୃତ ସହଜସାଧୢ ହେବ? ପ୍ରକାଶ ଥାଉ କି ଦେଶରେ ବିଜେପି ଶାସନର ଅବଧି ପ୍ରାୟ ଆଠ ବର୍ଷ ପୂର୍ଣ୍ଣ କରି ସାରିଥିବା ସତ୍ତ୍ବେ ଏବ˚ ଏହି କାଳ ଖଣ୍ତରେ ବିଜେପି ଦ୍ବାରା କଳେ ବଳେ କୌଶଳେ କେତେକ ରାଜ୍ୟ ସରକାରକୁୁ କ୍ଷମତାଚ୍ୟୁତ କରାଯାଇଥିଲେ ସୁଦ୍ଧା ଏ ଯାବତ୍ ଦଳଟି ମାତ୍ର ୧୨ଟି ରାଜ୍ୟରେ କ୍ଷମତାସୀନ ହୋଇପାରିଛି ଏବ˚ ଅନ୍ୟ ୬ଟି ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ସହିତ ମେଣ୍ଟ ସ୍ଥାପନ କରି ଶାସନରେ ରହିଛି। ଅବଶିଷ୍ଟ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଦଳଗୁଡ଼ିକର ଦୁର୍ଗ ଭେଦ କରିବା ବିଜେପି ପକ୍ଷରେ ସମ୍ଭବ ହୋଇ ପାରିନାହିଁ, ବର˚, ତାହା କ୍ରମେ ଅଧିକରୁ ଅଧିକ ଦୁଃସାଧୢ ହେବାରେ ଲାଗିଛି। ସୁତରା˚, ହୃଦ୍ବୋଧ ହୋଇଥାଏ ଯେ ‘କ˚ଗ୍ରେସ ମୁକ୍ତ ଭାରତ’ରେ ରାଜନୈତିକ ଦୃଶ୍ୟପଟ ଏଭଳି ହୋଇପାରେ ବୋଲି ସମ୍ଭବତଃ ବିଜେପି ପୂର୍ବରୁ ଧାରଣା କରି ପାରି ନ ଥିଲା ଏବ˚ ସଂପ୍ରତି ଜ୍ଞାନୋଦୟ ଘଟି କ˚ଗ୍ରେସର ଆ˚ଶିକ ପୁନରୁତ୍ଥାନ ବିଜେପି ସକାଶେ ଅଧିକ ଶ୍ରେୟସ୍କର ବୋଲି ଏକ ଭାବନା ଦଳ ମଧୢରେ ଉଦ୍ରେକ ହେଉଛି, ଯାହା ଅଗତ୍ୟା ଗଡ଼କାରୀଙ୍କ ବକ୍ତବ୍ୟମାନରେ ପ୍ରତିଫଳିତ ହୋଇଛି!
କହିବା ବାହୁଲ୍ୟ ଯେ ଭାରତରେ ନିର୍ବାଚନ କାଳରେ ସ୍ଥାନୀୟ ସମସ୍ୟାମାନ ହିଁ ପ୍ରାୟତଃ ମୁଖ୍ୟ ପ୍ରସଙ୍ଗ ହୁଅନ୍ତି, ଯାହାର ସମାଧାନ ଲାଗି ଆଞ୍ଚଳିକ ଦଳଗୁଡ଼ିକ ନିଷ୍ଠା ପ୍ରଦର୍ଶନ କରିଥାଆନ୍ତି ବୋଲି ଧାରଣା ଏବେ ଦୃଢ଼ ହୋଇ ସାରିଛି। କେବଳ ସେତିକି ନୁହେଁ, ବିଜେପି ହେଉ ଅଥବା କ˚ଗ୍ରେସ; ଏହି ଦୁଇ ଅଖିଳ ଭାରତୀୟ ଦଳରେ ଦଳୀୟ କ୍ଷମତାର ସ୍ରୋତ ସୁଦୂର ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟର ଗୁପ୍ତ ଗଙ୍ଗୋତ୍ରୀରୁ ପ୍ରବାହିତ ହେଉଥିବାରୁ ଏବ˚ ରାଜ୍ୟ ଲାଗି ନିଷ୍ପତ୍ତି ନେବାରେ ଏହି ଦଳଗୁଡ଼ିକର ଆଞ୍ଚଳିକ ଶାଖାମାନ ଅସମର୍ଥ ହେଉଥିବାରୁ ନାଗରିକମାନେ ସେମାନଙ୍କ ସ୍ଥାନୀୟ ସମସ୍ୟା ପରିପ୍ରେକ୍ଷୀରେ ଆଞ୍ଚଳିକ ଦଳ ସହିତ ଅଧିକ ଯୋଡ଼ି ହେବାରେ ଲାଗିଛନ୍ତି। ଏହା ଆଞ୍ଚଳିକ ଅସ୍ମିତା ଭଳି ଭାବନାକୁ ମଧୢ ଜନ୍ମ ଦେଲାଣି। ଏହା ମଧୢ ସତ ଯେ ଆଞ୍ଚଳିକ ଦଳଗୁଡ଼ିକ କେନ୍ଦ୍ର ଶାସନର ପ୍ରଭୁତ୍ବକୁ ନିରଙ୍କୁଶ ହେବାକୁ ନ ଦେଇ ସ˚ଘୀୟ ବ୍ୟବସ୍ଥାର ପରିସର ଓ ସମ୍ଭାବନାକୁ ପ୍ରଶସ୍ତ କରିବାରେ ମଧ୍ୟ ସଫଳ ହୋଇଛନ୍ତି। ଏହି ଦୃଷ୍ଟିରୁ ବିଚାର କଲେ ଗଡ଼କାରୀଙ୍କ ମନ୍ତବ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ପ୍ରତି ପ୍ରଦର୍ଶିତ ମନୋଭାବ ମଧୢ ଯୁକ୍ତିଯୁକ୍ତ ମନେ ହୋଇ ନ ଥାଏ।
ତେବେ ସେ ଯାହା ହେଉ, ଗଡ଼କାରୀଙ୍କ ଚିନ୍ତାଧାରାରେ ଯେ କେବଳ ଭାରତର ଗଣତନ୍ତ୍ର ଅଥବା କ˚ଗ୍ରେସ ଦଳର ହିତ ଭବାନା ନିହିତ ଅଛି, ତାହା ନୁହେଁ; ଏଥିରେ ବିଜେପିର ହିତ ଚିନ୍ତା ରହିଥିବା ମଧୢ ଦିଶିଥାଏ। କହିବା ବାହୁଲ୍ୟ ଯେ ଏକ ବିରୋଧୀଶୂନ୍ୟ ପରିବେଶରେ ନିରବଚ୍ଛିନ୍ନ କ୍ଷମତା ଉପଭୋଗ କରୁଥିବା ଦଳଗୁଡ଼ିକ ଅଚିରେ ବିଭ୍ରାନ୍ତି ସୃଷ୍ଟିକାରୀ ଗର୍ବ, ଔଦ୍ଧତ୍ୟ ଏବ˚ ଆଳସ୍ୟର ଶିକାର ହୁଅନ୍ତି, ଯାହା ଦୈବାତ୍ କୌଣସି ପ୍ରତିକୂଳ ପରିସ୍ଥିତିର ଆବିର୍ଭାବରେ ତତ୍କ୍ଷଣାତ୍ ଧରାଶାୟୀ ହୋଇଯାଇପାରନ୍ତି! ଛଅ ଦଶନ୍ଧିରୁ ଅଧିକ କାଳ ଶାସନ କ୍ଷମତା ଉପଭୋଗ କରିଥିବା କ˚ଗ୍ରେସ ମାତ୍ର ଆଠ ବର୍ଷ କ୍ଷମତାଶୂନ୍ୟ ହେବାର ପ୍ରତିକୂଳତା ସହ୍ୟ କରି ନ ପାରି ଭୁଲୁଣ୍ଠିତ ହୋଇଯିବା ତାହାର ଏକ ପ୍ରମାଣ। ତେଣୁ ଏକ ବିରୋଧୀ ମୁକ୍ତ ଭାରତ ବିଜେପି ସକାଶେ ଯେ ଘୋର ଅହିତକର, ଏହା ମଧୢ ଗଡ଼କାରୀ ହୃଦୟଙ୍ଗମ କରିଥିବେ।
ଏହି ପରିପ୍ରେକ୍ଷୀରେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର ମାସିଡୋନିଆ ବୀର ସେଲଟିଅସ୍ଙ୍କ ବିଷୟ ସ୍ମରଣଯୋଗ୍ୟ। ଗ୍ରୀକ୍ ବୀର ଦିଗ୍ବିଜୟୀ ଆଲେକ୍ଜାଣ୍ତରଙ୍କ ମିତ୍ର ସେଲଟିଅସ୍ କୌଣସି ଏକ ଘଟଣାରେ ଆଲେକ୍ଜାଣ୍ତରଙ୍କୁ ତାଙ୍କ ତ୍ରୁଟିମାନ ଦର୍ଶାଇ ସମାଲୋଚନା କରିବାରୁ ପ୍ରତିକୂଳ ମନ୍ତବ୍ୟ ପ୍ରତି ତୀବ୍ର ଅସହିଷ୍ଣୁ ଆଲେକ୍ଜାଣ୍ତରଙ୍କ ବର୍ଚ୍ଛା ଦ୍ବାରା ବିଦ୍ଧ ହୋଇ ପ୍ରାଣ ହରାଇଥିଲେ। ଅବଶ୍ୟ ଏହା ପରେ ଆଲେକ୍ଜାଣ୍ତର ଘୋର ପଶ୍ଚାତାପ କରିଥିଲେ ବୋଲି ଇତିହାସ କହିଥାଏ। କିନ୍ତୁ ଏହି ପରିପ୍ରେକ୍ଷୀରେ ଯାହା ବିଚାରଯୋଗ୍ୟ, ତାହା ହେଲା ଔଦ୍ଧତ୍ୟ ଏବ˚ ଅହ˚କାର ଦ୍ବାରା ପ୍ରମତ୍ତ ଆଲେକ୍ଜାଣ୍ତର ଯଦି ସେ ଦିନ ସେଲଟିଅସ୍ଙ୍କୁ ଶୁଣି ଥାଆନ୍ତେ, ତେବେ ହୁଏ’ତ ନିଜେ ପରିମାର୍ଜିତ ହେବାର ସମ୍ଭାବନା ସୃଷ୍ଟି କରିଥାଆନ୍ତେ। କହିବା ବାହୁଲ୍ୟ ଯେ ଜ୍ଞାନୋଦୟ ଲାଗି ସମାଲୋଚକମାନଙ୍କର ସର୍ବାଧିକ ଆବଶ୍ୟକତା ରହିଥାଏ। ସେହି ଦୃଷ୍ଟିରୁ ବିଜେପି ଲାଗି ସେଲଟିଅସ୍ ରୂପରେ ଯଦି କେହି ବିଦ୍ୟମାନ, ତେବେ ତାହା ହେଉଛି କ˚ଗ୍ରେସ। ଅତୀତରେ ଆଲେକ୍ଜାଣ୍ତର ‘ସେଲଟିଅସ୍ ମୁକ୍ତ’ ହୋଇଯିବା ତାଙ୍କ ଲାଗି ହିତକର ହୋଇ ନ ଥିବ! ସେମିତି କ˚ଗ୍ରେସ ମୁକ୍ତ ହେବା ବିଜେପି ଲାଗି ଯେ ହିତକର ହେବ ନାହିଁ; ଏହା ଗଡ଼କାରୀ ହୃଦୟଙ୍ଗମ କରି ପାରିଛନ୍ତି।