ଦ୍ରୋହର ବିଚାର

ଗଲା ବୁଧବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏକ ଐତିହାସିକ ଆଦେଶ ବଳରେ ଭାରତୀୟ ପିଙ୍ଗଳ କୋଡ୍‌ ଅନ୍ତର୍ଭୁକ୍ତ ଅନ୍ୟତମ ସର୍ବାଧିକ ବିବଦମାନ ଦଫା ୧୨୪(ଏ)କୁ ବର୍ତ୍ତମାନ ଲାଗି ଅଚଳ କରି ଦେଇଛନ୍ତି; ଯାହା ଫଳରେ ଏହି ଦଫାରେ ମାମଲା ରୁଜୁ ବା ତଜ୍ଜନିତ ଗିରଫଦାରି ଆଦି କରାଯାଇ ପାରିବ ନାହିଁ। ପ୍ରକାଶ ଥାଉ କି ଦଫା ୧୨୪(ଏ) ବଳରେ ଯେ କୌଣସି ବ୍ୟକ୍ତିଙ୍କୁ ‘ରାଜଦ୍ରୋହ’ ଅଭିଯୋଗରେ ଗିରଫ କରାଯାଇପାରେ, ଯହିଁରେ ଜାମିନ ମିଳିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ଉଲ୍ଲେଖ ଥାଉ କି ୧୮୬୦ ମସିହାରେ ବ୍ରିଟିସ୍‌ ଶାସକ ବର୍ଗ ଦ୍ବାରା ପ୍ରଣୀତ ଦଣ୍ତ ସ˚ହିତା ବା ‘ପେନାଲ୍‌ କୋଡ୍‌’ ଯେଉଁ ଉଦ୍ଦେଶ୍ୟ ବହନ କରିଥିଲା, ତାହା ଥିଲା ପରାଧୀନ ଭାରତୀୟମାନଙ୍କୁ ଅବଦମନ କରି ରଖିବା; କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ସ୍ବାଧୀନତା ପରେ ମଧୢ ସେ ସବୁ ବଳବତ୍ତର ରହି ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରଗୁଡ଼ିକ ଦ୍ବାରା ଏ ଯାବତ୍‌ ଅବାଧରେ ବ୍ୟବହୃତ ହୋଇ ଆସୁଛି; ଯାହା ଭିତରୁ ଦଫା ୧୨୪(ଏ) ସର୍ବାଧିକ କୁଖ୍ୟାତି ଅର୍ଜନ କରିଛି। ସୁତରା˚, ଏହି ସ˚ଦର୍ଭରେ ସୁପ୍ରିମ୍‌ କୋର୍ଟଙ୍କ ଆଦେଶ କିଭଳି ଏକ ନୂତନ ଦୃଶ୍ୟପଟ ସୃଷ୍ଟି କରିଛି, ତାହା ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ କରିଥାଏ।

ଉଲ୍ଲେଖଯୋଗ୍ୟ ଯେ ୧୯୦୮ ମସିହାରେ ବାଳ ଗଙ୍ଗାଧର ତିଳକ ଏବ˚ ତା’ ପରେ ୧୯୨୨ ମସିହାରେ ମୋହନଦାସ କରମଚନ୍ଦ ଗାନ୍ଧୀ (ତାଙ୍କ ଦ୍ବାରା ରଚିତ ‘ୟଙ୍ଗ ଇଣ୍ତିଆ’ରେ ପ୍ରକାଶିତ ଏକ ନିବନ୍ଧ ଲାଗି) ଏହି ଦଫାରେ ଗିରଫ ହୋଇ କାରାବାସ ଭୋଗିଥିଲେ। ଗାନ୍ଧୀଙ୍କ ମାମଲାର ବିଚାର କରି ତାଙ୍କୁ ଜେଲ୍‌ ପଠାଇବା ବେଳେ ଜଜ୍‌ ମହାଶୟ ମୃଦୁ ଦୁଃଖ ପ୍ରକାଶ କରୁଥିବା ଦେଖି ଗାନ୍ଧୀଜୀ ଯେଉଁ ଉତ୍ତର ପ୍ରଦାନ କରିଥିଲେ, ତାହାର ଯଥାର୍ଥତା ଯଦି ପ୍ରକୃତରେ ହୃଦ୍‌ବୋଧ କରାଯାଇ ପାରିଥାଆନ୍ତା, ତେବେ ସମ୍ଭବତଃ ପରବର୍ତ୍ତୀ କାଳରେ ସ୍ବାଧୀନ ଭାରତର ସରକାରଗୁଡ଼ିକ ଏହି ଦଫାଟିର ଯଥେଚ୍ଛା ପ୍ରୟୋଗରୁ ନିବୃତ୍ତ ରହିଥାଆନ୍ତେ! କାରଣ ଗାନ୍ଧୀ କହିଥିଲେ ଯେ ତାଙ୍କ ମନରେ କୌଣସି ଇ˚ରେଜ ବ୍ୟକ୍ତବିଶେଷଙ୍କ ବିରୋଧରେ ଲେଶ ମାତ୍ର ବିଦ୍ବେଷ ନାହିଁ, କିନ୍ତୁ ସେ ଇ˚ରେଜ ଶାସନର ବିରୋଧରେ ସର୍ବଦା ଲଢ଼ିବେ। ଏହି ବକ୍ତବ୍ୟରେ ‘ବିରୋଧ ପ୍ରକଟ’ର ଯେଉଁ ସୂକ୍ଷ୍ମ ବିଭାବଟି ଉପସ୍ଥିତ, ତାହା ହୃଦୟଙ୍ଗମ କରାଯାଇପାରିଲେ କୌଣସି ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାକୁ ‘ରାଜଦ୍ରୋହ’ ଭାବେ ବିବେଚନା କରାଯାଆନ୍ତା ନାହିଁ; କି ନିକଟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସମ୍ମୁଖରେ ହନୁମାନ ଚାଳିଶା ପାଠ କରିଥିବା କାରଣରୁ ରାଣା ଦ˚ପତିଙ୍କୁ ‘ରାଜଦ୍ରୋହୀ’ ବୋଲି ଆଖ୍ୟା ଦେଇ ଜେଲ୍‌ରେ ପୂରାଇ ଦିଆଯାଆନ୍ତା ନାହିଁ ଅଥବା ‘ରାଜଦ୍ରୋହ’ (ସରକାରଙ୍କୁ ବିରୋଧ)କୁ ‘ରାଷ୍ଟ୍ରଦ୍ରୋହ’ ଭାବେ ଦର୍ଶାଇବା ଲାଗି ସରକାରୀ କଳ ତତ୍ପର ହୋଇ ଉଠନ୍ତେ ନାହିଁ। ଏଠାରେ ଉଲ୍ଲେଖ ଥାଉ ଏକ ଅପେକ୍ଷାକୃତ ହାଲୁକା ଦଫା ଭାବେ ବିଦ୍ୟମାନ ଥିବା ୧୨୪(ଏ), ୧୯୭୩ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଏକ ସର୍ବଗ୍ରାସୀ କ୍ଷମତା ଆହରଣ କରିଥିଲା, ଯଦ୍ଦ୍ବାରା ବିନା ଵା‌େରଣ୍ଟ୍‌ରେ ଯେ କୌଣସି ସମୟରେ ଯେ କୌଣସି ବ୍ୟକ୍ତିକୁ ଗିରଫ କରାଯିବା ସମ୍ଭବ ହୋଇପାରିଲା।

ତେବେ, ମୂଳ କଥା ହେଲା ଏକ ସ୍ବାଧୀନ ଗଣତନ୍ତ୍ରରେ ସରକାରଙ୍କ ସମାଲୋଚନାରୁ ନାଗରିକମାନଙ୍କୁ ନିବୃତ୍ତ କରି ରଖିବା ଲାଗି ଏଭଳି ଏକ ଦଫାର ଆବଶ୍ୟକତା ବା ଯଥାର୍ଥତାକୁ ନେଇ ଉଠୁଥିବା ପ୍ରଶ୍ନ। ଏକ ଗଣତନ୍ତ୍ରରେ କୌଣସି ସରକାର କଦାଚିତ୍‌ ନିଜକୁ ଚିରସ୍ଥାୟୀ କରି ରଖିବାର ସ୍ବପ୍ନ ଦେଖି ନ ପାରେ ବା କୌଣସି ଏକ ପରିସ୍ଥିତିରେ ସରକାର ଅସ୍ଥିର ହୋଇଉଠିଲେ, ତଦ୍ଦ୍ବାରା ରାଷ୍ଟ୍ର ମଧୢ ଅସ୍ଥିର ହୋଇଥାଏ ବୋଲି ସର୍ବଦା ବିଚାର କରାଯାଇ ନ ପାରେ। ଇ˚ରେଜୀ ଭାଷାରେ ମଧୢ ‘ସେଡିସନ୍‌’ର ଅର୍ଥ ‘ଟ୍ରେଜନ୍‌’ ନୁହେଁ। ଏ ଦୁଇଟି ଯାକ ଶବ୍ଦର ଓଡ଼ିଆ ଭାଷାନ୍ତର ହେବ ଯଥାକ୍ରମେ ‘ରାଜଦ୍ରୋହ’ ଏବ˚ ‘ରାଷ୍ଟ୍ରଦ୍ରୋହ’। ସୁତରା˚, ‘ରାଜଦ୍ରୋହ’ ବା ସରକାରଙ୍କ ବିରୋଧାଚରଣକୁ ‘ରାଷ୍ଟ୍ରଦ୍ରୋହ’ ବା ‘ଦେଶର ବିରୋଧାଚରଣ’ ରୂପେ ପରିଭାଷିତ କରିବା ଭ୍ରମାତ୍ମକ ନିଶ୍ଚୟ, ଯେଉଁ କାରଣରୁ ଅନେକ ବ୍ୟକ୍ତି ୧୨୪(ଏ)କୁ ସ˚ପୂର୍ଣ୍ଣ ଉଚ୍ଛେଦ କରାଯିବା ବା ତାହାର ପ୍ରୟୋଗରେ ନିରଙ୍କୁଶତା ଲୋପ ହେବା ଚାହିଥାଆନ୍ତି। ଏହି ପରିପ୍ରେକ୍ଷୀରେ ୧୯୬୨ର କେଦାର ନାଥ ସି˚ହ ଏବ˚ ୧୯୮୪ରେ ବଳଵନ୍ତ ସି˚ହ ବନାମ ସରକାର ମାମଲା ଦ୍ବୟ ସ୍ମରଣଯୋଗ୍ୟ, ଯହିଁରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଥିଲେ ଯେ କୌଣସି ବ୍ୟକ୍ତିବିଶେଷଙ୍କ ସରକାର ବିରୋଧୀ ବକ୍ତବ୍ୟ ବା କାର୍ଯ୍ୟ ହି˚ସାକାଣ୍ତକୁ ପ୍ରୋତ୍ସାହନ ନ ଦେବା ପର୍ଯ୍ୟନ୍ତ ଏହି ଦଫାର ପ୍ରୟୋଗ ଅନୁଚିତ। କିନ୍ତୁ ଏହା ସତ୍ତ୍ବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସୀନ ସରକାରଗୁଡ଼ିକ ସର୍ବଦା ଏହି ଦଫାର ଅବାଧ ପ୍ରୟୋଗ କରି ଆସିଛନ୍ତି। ‘ଜାତୀୟ ଅପରାଧ ପ˚ଜୀକରଣ ବ୍ୟୁରୋ’ ବା ‘ଏନ୍‌ସିଆର‌୍‌ବି’ ରିପୋର୍ଟ ଅନୁସାରେ ଏହି ଦଫାରେ ଗିରଫଦାରି ସ˚ଖ୍ୟାରେ ବୃଦ୍ଧି ଘଟି ଚାଲିଥିବା ସତ୍ତ୍ବେ ଦଣ୍ତବିଧାନ ଅତ୍ୟନ୍ତ ନଗଣ୍ୟ ହେଉଛି; ଯେମିତି କି ୨୦୧୬ରୁ ୨୦୧୯ ମଧୢରେ ଏହି ଦଫାରେ ଗିରଫଦାରି ସ˚ଖ୍ୟାରେ ୧୬୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ୨୦୧୬ରେ ଦଣ୍ତ ବିଧାନର ହାର ୩୩ ପ୍ରତିଶତରୁ ହ୍ରାସ ପାଇ ୨୦୧୯ରେ ୩.୩ ପ୍ରତିଶତରେ ପହଞ୍ଚିଛି। ଏଥିରୁ ସ୍ପଷ୍ଟ ଯେ ଏହି ଆଇନ କିଭଳି ଏକ ମାରାତ୍ମକ ସରକାରୀ ଅସ୍ତ୍ରରେ ପରିଣତ ହୋଇ ଅନେକ ନିରୀହଙ୍କୁ ମଧ୍ୟଶିକାର କରି ଚାଲିଛି। ଏଠାରେ ପ୍ରକାଶ ଥାଉ କି ଅସୀମ ତ୍ରିବେଦୀଙ୍କ ଭଳି କାର୍ଟୁନିଷ୍ଟ ବା ରାଜଦୀପ ସରଦେଶାଇ ବା ମୃଣାଳ ପାଣ୍ତେ ବା ବିନୋଦ ଦୁଆଙ୍କ ଭଳି ସାମ୍ବାଦିକଙ୍କ ବିରୋଧରେ ସରକାର ବିରୋଧୀ ଟ୍ବିଟ୍‌ ବା ପ୍ରୋଗ୍ରାମ୍‌ ଲାଗି ମଧୢ ଏହି ଦଫାର ପ୍ରୟୋଗ କରାଯାଇଛି।

ମୁଖ୍ୟ ବିଚାରପତି ଏନ୍‌.ଭି. ରମଣାଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ବେଞ୍ଚ୍‌ ୧୨୪(ଏ)ର ଯାଥାର୍ଥ୍ୟ ଉପରେ ଆଗତ କିଛି ମାମଲାର ବିଚାର କରୁଥିବା ବେଳେ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ବକ୍ତବ୍ୟରେ କୁହାଯାଇଥିଲା ଯେ କେନ୍ଦ୍ର ସରକାର ମଧୢ ଏହି ବିବଦମାନ ଦଫା ସ˚ପର୍କରେ ସମ୍ବେଦନଶୀଳ ଥିବାରୁ ଏହାର ସ˚ସ୍କାର ଦିଗରେ ଯତ୍ନଶୀଳ ଅଛନ୍ତି। ତେଣୁ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଏହି ଶୁଣାଣିକୁ ଘୁଞ୍ଚାଇ ଦିଆଯାଉ। ଏହା ସରକାରଙ୍କ ଏକ କାଳକ୍ଷେପଣ ଉଦ୍ୟମର ଏକ ଅଂଶ ହୋଇ ଥାଇପାରେ ବୋଲି ଅନେକ ସନ୍ଦେହ କରନ୍ତି। କିନ୍ତୁ ଏହାର ସୁଯୋଗ ନେଇ ମାନ୍ୟବର ସର୍ବୋଚ୍ଚ ଅଦାଲତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ସରିବା ପର୍ଯ୍ୟନ୍ତ ଆଇନକୁ ଅାପାତତଃ ଅଚଳ କରି ଦେଇଛନ୍ତି। ସୁତରା˚, ଏହା ଦ୍ବାରା ପ୍ରାୟ ୫୦୦ରୁ ଅଧିକ ଏଭଳି ମାମଲାରେ ଗିରଫ ହୋଇ ରହିଥିବା ବ୍ୟକ୍ତିବିଶେଷ ଜାମିନ ପାଇବା ନେଇ ଆଶା ଉଦ୍ରେକ ହୋଇଛି। କେବଳ ସେତିକି ନୁହେଁ, ଏହା ଦ୍ବାରା ‘ୟୁ.ଏ.ପି.ଏ.’ ଭଳି ଆଉ ଏକ ଅତ୍ୟନ୍ତ କଠୋର ଆଇନର ତର୍ଜମା ଲାଗି ପଥ ପରିଷ୍କାର ହେବ ବୋଲି ମଧ୍ୟ ଅନେକ ଆଶାବାଦୀ। ତେବେ ଏହା ଦ୍ବାରା ରାଷ୍ଟ୍ରର ସୁରକ୍ଷା ପ୍ରସଙ୍ଗକୁ କଦାପି ଅଣଦେଖା କରାଯାଇ ନ ପାରେ ବୋଲି ମଧୢ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହି ଆଦେଶ ଦେବା ସମୟରେ କହିଛନ୍ତି, ଯାହା ୧୨୪(ଏ)ର ଗଭୀର ଅନୁଶୀଳନ କାଳରେ ଅଧିକ ସ୍ପଷ୍ଟତା ଲାଭ କରିବ।

କିନ୍ତୁ, ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ପ୍ରତିକ୍ରିୟା ବିସ୍ମୟକର ଓ ରହସ୍ୟାବୃତ ଭଳି ମନେ ହୁଏ, ଯାହାର ସାରା˚ଶ ହେଲା, ଅଦାଲତଙ୍କ ଆଦେଶ ଯଦିଓ ସମ୍ମାନାସ୍ପଦ, କିନ୍ତୁ କୌଣସି ଅନୁଷ୍ଠାନ ‘ଲକ୍ଷ୍ମଣ ରେଖା’ ଅତିକ୍ରମ କରିବା ମଧୢ ଉଚିତ ନୁହେଁ। ଏହି ଉକ୍ତିରେ ‘ଲକ୍ଷ୍ମଣ ରେଖା’ର ଇଙ୍ଗିତ କାହା ପ୍ରତି ଉଦ୍ଦିଷ୍ଟ, ଯଦିଓ ତାହା ସ୍ପଷ୍ଟ ନୁହେଁ, ଅନେକ ଏହାକୁ ଅଦାଲତଙ୍କ ପ୍ରତି ଏକ ପ୍ରଚ୍ଛନ୍ନ ଚେତାବନୀ ରୂପେ ଦେଖନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଏକ ଅତ୍ୟନ୍ତ ଲୋକପ୍ରିୟ ଗଳ୍ପକୁ ସ୍ମରଣ କରାଇ ଦିଅନ୍ତି, ଯହିଁରେ ସମ୍ରାଟ୍‌ ଆକବର ଥରେ ବାଇଗଣର ବିପୁଳ ପ୍ରଶ˚ସା ଏବ˚ ପର କ୍ଷଣରେ ତା’ର ପ୍ରବଳ ନିନ୍ଦା କରୁଥିବା ବେଳେ ସେଠାରେ ଉପସ୍ଥିତ ବୀରବଲ ରାଜାଙ୍କ ପରସ୍ପର ବିପରୀତ ଦୁଇଟି ଯାକ ବିଚାରରେ ସହର୍ଷ ସମ୍ମତି ଜ୍ଞାପନ କରନ୍ତେ, ଆକବର ବୀରବଲଙ୍କ ତୋଷାମଦିଆ ପ୍ରକୃତିକୁ ଛିଗୁଲାଇ ଥିଲେ। କିନ୍ତୁ ସେତିକି ବେଳେ ବୀରବଲ ତାଙ୍କ ସହଜାତ ଅପାର ବୁଦ୍ଧିମତ୍ତାର ପରିଚୟ ଦେଇ କହିଥିଲେ ଯେ ସେ ସମ୍ରାଟ୍‌ଙ୍କ ଭୃତ୍ୟ, ବାଇଗଣର ନୁହେଁ। କିନ୍ତୁ କହିବା ଅନାବଶ୍ୟକ ଯେ ସମସ୍ତେ ବୀରବଲ ହୋଇ ନ ଥାଆନ୍ତି। ସେମାନେ ବାଇଗଣର ପକ୍ଷ ନେଇ ସମ୍ରାଟ୍‌ଙ୍କ ବିରୋଧରେ ମୁହଁ ଖୋଲି ଦଣ୍ତ ମୁଣ୍ତାଇ ପାରନ୍ତି। ଏଭଳି ଏକ କଳ୍ପିତ ଘଟଣାରେ ଯଦି ସେହି ଅପରାଧର ବିଚାର କରୁଥିବା ବିଚାରପତି ବାଇଗଣ ସମର୍ଥକଙ୍କୁ ମୁକ୍ତ କରନ୍ତି, ତେବେ କ’ଣ ଆକବର ବିଚାରପତିଙ୍କୁ କହିବା ଶୁଣାଯାଆନ୍ତା କି ଯେ ‘ଲକ୍ଷ୍ମଣ ରେଖା ଲ˚ଘନ କର ନାହିଁ’! ହୁଏ’ତ ଖୁବ୍‌ ସମ୍ଭବ!

ସମ୍ବନ୍ଧିତ ଖବର