ଟେସ୍ଲା ନାମକ ବ୍ୟାଟେରି ଚାଳିତ ଚାରି ଚକିଆ ଯାନଟି ସାରା ପୃଥିବୀର ଅସ˚ଖ୍ୟ ଗ୍ରାହକମାନଙ୍କ ସକାଶେ କେବଳ ଅତ୍ୟନ୍ତ ଆକା˚କ୍ଷିତ ଉପଭୋଗ୍ୟ ବସ୍ତୁ ଅଥବା ଆଭିଜାତ୍ୟର ଏକ ଚିହ୍ନ ହୋଇ ରହିନାହିଁ, ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସାମାଜିକ ଦାୟିତ୍ବବୋଧ ନିର୍ବାହ କରୁଥିବା ଜନିତ ସନ୍ତୋଷ ମଧୢ ସେମାନଙ୍କୁ ପ୍ରଦାନ କରିଥାଏ। ତେବେ କେବଳ ଟେସ୍ଲା କାହିଁକି, ପ୍ରାୟ ସମସ୍ତ ବ୍ୟାଟେରି ଚାଳିତ ଯାନ (ଇଲେକ୍ଟ୍ରିକ୍ ଭେଇକଲ) ବା ‘ଇଭି’ ସକାଶେ ଏହି କଥା ପ୍ରଯୁଜ୍ୟ, କାରଣ ସେଗୁଡ଼ିକ ସମସ୍ତେ ପେଟ୍ରୋଲ ବା ଡିଜେଲ ଭଳି ଜୀବାଶ୍ମ ଇନ୍ଧନ ବ୍ୟବହାର ନ କରି ବ୍ୟାଟେରି ଦ୍ବାରା ସୃଷ୍ଟ ‘ସବୁଜ’ ବା ‘ନିର୍ମଳ’ ବିଜୁଳି ଶକ୍ତି ଦ୍ବାରା ଚଳନକ୍ଷମ ହୁଅନ୍ତି ଏବ˚ ତଦ୍ଦ୍ବାରା ଜଳବାୟୁ ପ୍ରଦୂଷଣ ଲାଗି ଆଦୌ ଦାୟୀ ହୋଇ ନ ଥାଆନ୍ତି। କିନ୍ତୁ ସମସ୍ୟାଟି ସେତିକି ବେଳେ ଉତ୍ପନ୍ନ ହୋଇଥାଏ, ଯେତେବେଳେ ଅନେକ ସଚେତନ ବ୍ୟକ୍ତି ଏହି ଧାରଣାକୁ ଗ୍ରହଣ ନ କରି ମତ ପ୍ରଦାନ କରିଥାଆନ୍ତି ଯେ ‘ଇଭି’ଗୁଡ଼ିକର ହୃତ୍ପିଣ୍ତ ସଦୃଶ ଥିବା ଏହି ବ୍ୟାଟେରଗୁଡ଼ିିରୁ ନିର୍ଗତ ହେଉଥିବା ବିଜୁଳି ଶକ୍ତି, ସେହିଭଳି ନିର୍ମଳ ନୁହେଁ, ଯେଉଁ ଭଳି ଦର୍ଶାଯାଇଥାଏ; କାରଣ ଏହି ଧରଣର ବ୍ୟାଟେରି ନିର୍ମାଣ ପଛରେ ଏକ ରକ୍ତକ୍ଷରା କାହାଣୀ ବିଦ୍ୟମାନ, ଯାହା ବ୍ୟାପକ ଜନ-ଚର୍ଚ୍ଚାର ପରିସର ମଧୢକୁ ଆସି ନ ପାରି ପ୍ରାୟତଃ ଅଗୋଚର ହୋଇ ରହିଛି।
ପ୍ରକାଶ ଥାଉ କି କେବଳ ‘ଇଭି’ ନୁହେଁ, ଲାପ୍ଟପ୍ ବା ସ୍ମାର୍ଟ ଫୋନ୍ ଭଳି ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତିରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ବ୍ୟାଟେରିର ଏକ ମୁଖ୍ୟ ଉପାଦାନ ହେଉଛି କୋବାଲ୍ଟ ନାମକ ଏକ ଈଷତ୍ ଧୂସର ଏବ˚ ନୀଳ ବର୍ଣ୍ଣର ଧାତୁ। ତେବେ ସ˚ପ୍ରତି ପୃଥିବୀରେ ‘ଇଭି’ଗୁଡ଼ିକର ବଜାର ଦ୍ରୁତ ଗତିରେ ସ୍ଫୀତ ହୋଇ ଚାଲିଥିବାରୁ କୋବାଲ୍ଟ ଉତ୍ପାଦନରେ ତୀବ୍ର ବୃଦ୍ଧି ଘଟାଇବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ସାରା ପୃଥିବୀର କୋବାଲ୍ଟ ସ˚ପଦର ପ୍ରାୟ ୭୦ ପ୍ରତିଶତ ଗଚ୍ଛିତ ଅଛି ଆଫ୍ରିକା ମହାଦେଶର ଦ୍ବିତୀୟ ବୃହତ୍ତମ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ର ବା ‘ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ’ରେ, ଯାହା ଅତ୍ୟନ୍ତ ଦରିଦ୍ର, ଯୁଦ୍ଧ ବିଧ୍ବସ୍ତ ହୋଇଥିବା ସହିତ ଦୁର୍ନୀତିଗ୍ରସ୍ତ ଭାବେ କୁଖ୍ୟାତି ଅର୍ଜନ କରିଛି। କହିବା ଅନାବଶ୍ୟକ ଯେ କୋବାଲ୍ଟର ଚାହିଦାରେ ହଠାତ୍ ବୃଦ୍ଧି ସେହି ଦେଶରେ ଅଭୂତପୂର୍ବ ଉଦ୍ବେଳନ ସୃଷ୍ଟି କରିଛି। କିନ୍ତୁ, ଏ ପରିପ୍ରେକ୍ଷୀରେ ଯାହା ବିମର୍ଷକର, ତାହା ହେଲା ପ୍ରାୟ ସମସ୍ତ ଖଣି ଉଦ୍ୟୋଗରେ ପରିଦୃଷ୍ଟ ହେଉଥିବା ଭଳି ସେଠାରେ ଶ୍ରମିକମାନଙ୍କ ନିପୀଡ଼ନ ସହିତ ଆଉ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ୭ରୁ ୧୪ ବର୍ଷ ବୟସର ଶିଶୁମାନଙ୍କ ଉତ୍କଟ ଶୋଷଣ। ଉଲ୍ଲେଖନୀୟ ଯେ କଙ୍ଗୋରେ ସ˚ଗଠିତ କୋବାଲ୍ଟ ଖଣି ରହିଥିବା ବେଳେ ଅସ˚ଗଠିତ ଖଣିଗୁଡ଼ିକର ହାର ହେଉଛି ୨୫ରୁ ୩୦ ପ୍ରତିଶତ, ଯହିଁରେ କୌଣସି ନୀତି ନିୟମର ପାଳନ କରା ଯାଇ ନଥାଏ।
ଏକ ହିସାବ ଅନୁସାରେ ପ୍ରାୟ ୨ ନିୟୁତ କଙ୍ଗୋବାସୀ କୋବାଲ୍ଟ ଖଣିରେ ଶ୍ରମିକ ରୂପେ ନିୟୋଜିତ ଥିବା ବେଳେ ଶିଶୁମାନଙ୍କ ସ˚ଖ୍ୟା ପ୍ରାୟ ୪୦ ହଜାର। କହିବା ଅନାବଶ୍ୟକ ଯେ କଙ୍ଗୋର ଅକଥନୀୟ ଦାରିଦ୍ର୍ୟ ହିଁ ଶିଶୁମାନଙ୍କୁ ଏହି ଖଣିରେ କାର୍ଯ୍ୟ କରିବାକୁ ବାଧୢ କରିଥାଏ। ବ୍ରିଟିସ୍ ଏକାଡେମି ଦ୍ବାରା କରାଯାଇଥିବା ଏକ ଆକଳନ କହିଥାଏ ଯେ ଅତ୍ୟନ୍ତ ବିପଦସ˚କୁଳ ଖଣି ଖନନ ଏବ˚ ଖଣିଜ ଉତ୍ତୋଳନ ପ୍ରକ୍ରିୟାରେ ପ୍ରତି ବର୍ଷ ହାରାହାରି ୨୦୦୦ ଖଣି ଶ୍ରମିକ ପ୍ରାଣ ହରାଇ ଥାଆନ୍ତି, ଯେଉଁମାନଙ୍କ ମଧୢରୁ ଅଧିକା˚ଶ ବେଆଇନ ଭାବେ ଚାଲିଥିବା ଖଣିରେ କାର୍ଯ୍ୟରତ ଥାଆନ୍ତି ଏବ˚ ଯେଉଁଠାରେ ଅନେକ ସମୟରେ ଏଭଳି ମୃତ୍ୟୁର କୌଣସି ଗଣତି ମଧୢ କରାଯାଇ ନ ଥାଏ। ଏହି ସ˚ଦର୍ଭରେ ‘ଆମ୍ନେଷ୍ଟି ଇଣ୍ଟରନେସନାଲ’ ଏବ˚ ‘ପୁଲିଜର ସୋସାଇଟି’ ଦ୍ବାରା କରାଯାଇଥିବା ଦୁଇ ଭିନ୍ନ ଭିନ୍ନ ରିପୋର୍ଟରୁ ଏକ ଧାରଣା ମିଳିଥାଏ କିଭଳି ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଓ ବିପଜ୍ଜନକ ସ୍ଥିତିରେ ଖନନ ଏବ˚ କୋବାଲ୍ଟ ଉତ୍ତୋଳନ କାର୍ଯ୍ୟ ଚାଲେ; ଯହିଁରେ ଅତ୍ୟନ୍ତ ଅଣଓସାରିଆ ଗର୍ତ୍ତରେ ଶିଶୁମାନେ ପ୍ରବେଶ କରି ଖଣିଜ ବାହାର କରନ୍ତି ଏବ˚ ମାତ୍ର ୨୦ ମିନିଟ୍ ଲାଗି ଅମ୍ଳଜାନ ଉପଲବ୍ଧ ଥିବା ଗର୍ତ୍ତର ଶ୍ବାସରୁଦ୍ଧକାରୀ ପରିବେଶରେ ସେମାନେ କେଇ ଘଣ୍ଟା ଧରି କାର୍ଯ୍ୟରତ ରହନ୍ତି। ଅନେକ ସମୟରେ ଖନନ ଲାଗି ସେମାନଙ୍କୁ କୌଣସି ଉପକରଣ ଦିଆ ଯାଇ ନ ଥାଏ, ଯାହା ସେମାନଙ୍କୁ ହାତ ସାହାଯ୍ୟରେ ଖୋଳିବାକୁ ବାଧୢ କରିଥାଏ। କେବଳ ସେତିକି ନୁହେଁ, ଉତ୍ତୋଳିତ ଖଣିଜକୁ ନିଜ କାନ୍ଧରେ ବହନ କରି ଏହି ଶିଶୁମାନେ ନିକଟତମ କ୍ରେତାମାନଙ୍କ ଠାରେ ପହଞ୍ଚାଇ ଯାହା ଉପାର୍ଜନ କରନ୍ତି, ତାହା ହାରାହାରି ୧ ଡଲାର୍ରୁ ମଧୢ କମ୍, ଅଥଚ, ସେମାନଙ୍କ ଧାରଣା ବାହାରେ ଟେସ୍ଲା କ˚ପାନିର ଏଲନ୍ ମସ୍କ୍ ପୃଥିବୀର ସର୍ବାଧିକ ଧନାଢ଼୍ୟ ବ୍ୟକ୍ତିର ମାନ୍ୟତା ଲାଭ କରନ୍ତି।
ତେବେ, ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ କଙ୍ଗୋର କୋବାଲ୍ଟ କାରବାରରେ ଚୀନା ବ୍ୟବସାୟୀଙ୍କ ଉପସ୍ଥିତି ସମସ୍ୟାକୁ ଅଧିକ ଗୁରୁତର କରିଛି। ସ˚ପ୍ରତି କଙ୍ଗୋର ସମୁଦାୟ କୋବାଲ୍ଟ କାରବାରର ୬୬ ପ୍ରତିଶତ ଚୀନୀୟ କ˚ପାନିଙ୍କ ଅଧୀନରେ। ସେଠାରେ ‘କୋବାଲ୍ଟ ରିଫାଇନି˚’ ଏବ˚ ଯୋଗାଣରେ ବ୍ୟାପୃତ ଥିବା ୧୯ଟି ବୃହତ୍ କ˚ପାନି ମଧୢରୁ ୧୫ଟି ଚୀନ ଦେଶର। ଏହା ଅବଶ୍ୟ ସତ ଯେ କୋବାଲ୍ଟର ବିଭିନ୍ନ ଉପଯୋଗିତା ବହୁ ଆଗରୁ ରହି ଆସିଥିବା ବେଳେ ‘ଇଭି’ର ଆବିର୍ଭାବ ଏହାର ଚାହିଦାକୁ ଅଚାନକ ବହୁଗୁଣିତ କରିଛି। ଏକ ଆକଳନ ଅନୁସାରେ ବର୍ତ୍ତମାନ ସମୁଦାୟ ୬.୬ ନିୟୁତ ‘ଇଭି’ ପୃଥିବୀ ବକ୍ଷରେ ବିଚରଣ କରୁଛନ୍ତି, ଯେଉଁଗୁଡ଼ିକର ସ˚ଖ୍ୟା ବୃଦ୍ଧି ପାଇ ୨୦୪୦ ମସିହା ସୁଦ୍ଧା ୬୬ ନିୟୁତ ହେବ। ବିଶ୍ବ ବ୍ୟାଙ୍କର ଏକ ଆକଳନ କହିଥାଏ ଯେ ଆଗାମୀ ୨୦୫୦ ସୁଦ୍ଧା କୋବାଲ୍ଟ ବ୍ୟବହାରରେ ପ୍ରାୟ ୫୮୫ ପ୍ରତିଶତ ବୃଦ୍ଧି ଘଟିବ। ସୁତରା˚, ଖଣିଜ ତୈଳର ଚାହିଦାର ସୁଯୋଗ ମଧୢ-ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ନେଉଥିବା ଭଳି କୋବାଲ୍ଟ ଚାହିଦାର ତରଙ୍ଗରେ କଙ୍ଗୋ ଅଧିବାସୀମାନେ ମଧୢ ନିଜ ଭାଗ୍ୟ ପରିବର୍ତ୍ତନର ଆଶା ଦେଖୁଥିବା ବେଳେ ଅଧିକ ଖଣିଜ ଉତ୍ତୋଳନ ଲାଗି ଚୀନୀୟ କ˚ପାନିଗୁଡ଼ିକ ଚାପ ସୃଷ୍ଟି କରିବାରେ ବିସ୍ମୟ ପ୍ରକଟ କରିବାର ବିଶେଷ କୌଣସି କାରଣ ନାହିଁ। ଏଭଳି ସ୍ଥଳେ ‘ଆନ୍ତର୍ଜାତିକ କ୍ଷମା ସ˚ସ୍ଥା’ ବା ‘ଆମ୍ନେଷ୍ଟି ଇଣ୍ଟରନେସନାଲ୍’ ପକ୍ଷରୁ ପ୍ରଦତ୍ତ ପରାମର୍ଶ ‘ଇଭି’ର ବ୍ୟାଟେରି ସକାଶେ କୋବାଲ୍ଟର ଅନ୍ୟ କୌଣସି ବିକଳ୍ପ ସନ୍ଧାନ ଉପରେ ଗୁରୁତ୍ବ ଆରୋପ କରିଥାଏ। ଏହା ଦ୍ବାରା କୋବାଲ୍ଟ ନିର୍ଭରଶୀଳତାରେ ହ୍ରାସ ଘଟିବା ସହିତ କଙ୍ଗୋରେ ସଘନ ଖଣିଜ ଉତ୍ତୋଳନରେ ସାମନ୍ୟ ବିରାମ ଲାଗିବ।
ଅବଶ୍ୟ, ଏହା ସତ ଯେ ବର୍ତ୍ତମାନ ବିଭିନ୍ନ ଆନ୍ତର୍ଜାତିକ ସ˚ଗଠନର ଚାପ ତଥା କତିପୟ କଙ୍ଗୋ ପରିବାର ପକ୍ଷରୁ ‘ଟେସ୍ଲା’ କ˚ପାନି ବିରୋଧରେ ଆଗତ ମାମଲା ଏ ପ୍ରସଙ୍ଗକୁ ନେଇ ଉଦ୍ବେଗ ଓ ସଚେତନତା ସୃଷ୍ଟି କରିଛି। କୋବାଲ୍ଟ ଯୋଗାଣ ଶୃଙ୍ଖଳରେ ସେହି ସବୁ ଲାଇସେନ୍ସପ୍ରାପ୍ତ ଖଣିର ଖଣିଜକୁ ବ୍ୟବହାର କରିବାକୁ ଚୀନୀୟ କ˚ପାନିଗୁଡ଼ିକ ପ୍ରତିଶ୍ରୁତି ପ୍ରଦାନ କଲେଣି, ଯେଉଁଠାରେ ଶିଶୁମାନେ ଶ୍ରମିକ ଭାବେ ନିୟୋଜିତ ହେଉ ନ ଥିବେ। ସେହିଭଳି ‘ବିଏମ୍ଡବ୍ଲ୍ୟୁ’ ଭଳି ‘ଇଭି’ ନିର୍ମାଣକାରୀ କ˚ପାନି ‘ନିର୍ମଳ କୋବାଲ୍ଟ’ ବ୍ୟବହାର କରିବାକୁ ପ୍ରସ୍ତୁତ ହେଲାଣି ବୋଲି ଇଙ୍ଗିତ କରିଛି। କିନ୍ତୁ ଏଭଳି ପ୍ରତିଶ୍ରୁତିମାନର ପାଳନ ନେଇ ମଧୢ ସନ୍ଦେହ ପ୍ରକାଶ ପାଇଥାଏ। ଏ ପରିପ୍ରେକ୍ଷୀରେ ୨୦୨୦ ମସିହାରେ ବୃହତ୍ତମ ‘ଇଭି’ ନିର୍ମାଣକାରୀ କ˚ପାନି ଟେସ୍ଲାର ମୁଖ୍ୟ ଏଲନ୍ ମସ୍କଙ୍କ ଘୋଷଣା ପ୍ରଣିଧାନଯୋଗ୍ୟ, ଯହିଁରେ କୋବାଲ୍ଟ ରହିତ ‘ଲିଥିଅମ-ଆୟନ’ ବ୍ୟାଟେରିର ବ୍ୟବହାର ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା; କିନ୍ତୁ ଅପର ପକ୍ଷରେ ତା’ ପରେ ପରେ ୬୦୦୦ ମେଟ୍ରିକ ଟନ୍ ଓଜନର କୋବାଲ୍ଟ ପାଇଁ ଟେସ୍ଲା କ˚ପାନି ପକ୍ଷରୁ ଗ୍ଲେନ୍କୋର ନାମକ ଏକ ବୃହତ୍ କୋବାଲ୍ଟ ଯୋଗାଣକାରୀ କ˚ପାନି ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି।
ଏହା ସତ ଯେ ବ୍ୟାଟେରିର ସ୍ଥିରତା ଏବ˚ ସ୍ଥାୟିତ୍ବରେ ପ୍ରଭୂତ ଉନ୍ନତି ଘଟାଉଥିବାରୁ କୋବାଲ୍ଟକୁ ବ୍ୟାଟେରିର ସର୍ବଶ୍ରେଷ୍ଠ ଉପାଦାନର ମାନ୍ୟତା ପ୍ରଦାନ କରାଯାଇଥାଏ। ସେହି ଦୃଷ୍ଟିରୁ କୋବାଲ୍ଟର ଚାହିଦାରେ ଅଚାନକ ତୀବ୍ର ବୃଦ୍ଧିରେ ଯଦିଓ କୌଣସି ଅସ୍ବାଭାବିକତା ନାହିଁ, ପୃଥିବୀର ଅନ୍ୟତମ ସର୍ବାଧିକ ଦରିଦ୍ର ରାଷ୍ଟ୍ରରେ କୋବାଲ୍ଟର ବିପୁଳ ଉପସ୍ଥିତି ପ୍ରକୃତିର ଆଶୀର୍ବାଦ ପରିବର୍ତ୍ତେ ଅଭିଶାପରେ ପରିଣତ ହେଉଥିବା କାରଣରୁ ଅଗତ୍ୟା କୋବାଲ୍ଟର ଏକ ବିକଳ୍ପ ସନ୍ଧାନ ଆବଶ୍ୟକ ଭଳି ମଧ୍ୟ ମନେ ହୋଇଥାଏ।