ସତର୍କ ଘଣ୍ଟି!

ପ୍ରଥମରୁ କହି ରଖାଯିବା ଉଚିତ ଯେ ସରକାରଙ୍କ ଦ୍ବାରା ‘ଅଗ୍ନିପଥ’ ଯୋଜନାର ପ୍ରବର୍ତ୍ତନ ପଛରେ ନିହିତ ଉଦ୍ଦେଶ୍ୟ ଅତ୍ୟନ୍ତ ଯୁକ୍ତିଯୁକ୍ତ। କିନ୍ତୁ ଏଭଳି ଏକ ନିଷ୍ପତ୍ତି ଯେଉଁଭଳି ଉଷ୍ମ ସ୍ବୀକୃତିର ଆଶା ପୋଷଣ କରିଥିଲା, ତାହା ପରିଦୃଷ୍ଟ ନ ହୋଇ ପ୍ରତିକ୍ରିୟାର ଉତ୍ତପ୍ତ ଅନଳ ଦେଖିବାକୁ ମିଳୁଛି। ଭାରତୀୟ ସେନା ବାହିନୀରେ ଯୋଗ ଦେବାକୁ ଦୀର୍ଘକାଳୀନ ପ୍ରସ୍ତୁତି ସହିତ ପ୍ରାଣପଣେ ପ୍ରଚେଷ୍ଟା କରୁଥିବା ଆଶାୟୀ ଯୁବକମାନେ ଯେ କେବଳ ଏହାର ହି˚ସ୍ର ପ୍ରତିବାଦ କରୁଛନ୍ତି ତାହା ନୁହେଁ, ଅଭିଜ୍ଞ ସାମରିକ ପଦାଧିକାରୀ ଏବ˚ ବିଶାରଦମାନଙ୍କ ମଧୢରେ ଏହି ଯୋଜନାର ସଫଳତାକୁ ନେଇ ମଧୢ ମତଦ୍ବୈଧ ରହିଛି। ଏହି ପରିପ୍ରେକ୍ଷୀରେ ଏଭଳି ହି˚ସାକାଣ୍ତମାନ ପଛରେ ବିରୋଧୀ ରାଜନୈତିକ ଦଳର ଅଭିସନ୍ଧି ଅଥବା ଆଶାୟୀ ଯୁବକମାନଙ୍କୁ ପ୍ରସ୍ତୁତ କରୁଥିବା କୋଚି˚ ଅନୁଷ୍ଠାନଗୁଡ଼ିକର ଭୂମିକା ରହିଛି ବୋଲି ସହସା ପ୍ରକଟ ହେଉଥିବା ଉପସ˚ହାର ମଧୢ ଅଦୂରଦର୍ଶିତାର ପରିଚୟ ପ୍ରଦାନ କରିଥାଏ; କାରଣ ଏଭଳି ‘ସହଜ ଧାରଣା’ ଏହା ପଛରେ ବିଦ୍ୟମାନ ପ୍ରକୃତ କାରଣମାନଙ୍କ ନିକଟରେ ପହଞ୍ଚିବାରେ ପ୍ରତିବନ୍ଧ ସୃଷ୍ଟି କରିଥାଏ।

ପ୍ରକାଶ ଥାଉ କି ‘ଅଗ୍ନିପଥ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ସେନାବାହିନୀର କବେଳରକୁ କ୍ରମେ ହ୍ରାସ କରିବା ସହିତ ଏହାକୁ ଅଧିକ ତାରୁଣ୍ୟ ପ୍ରଦାନ କରିବା। ସ˚ପ୍ରତି ଭାରତୀୟ ସୈନିକଙ୍କ ହାରାହାରି ବୟସ ୩୨ ବର୍ଷ ରହିଥିବା ବେଳେ ‘ଅଗ୍ନିପଥ’ ଯୋଜନା ଜରିଆରେ ୨୦୩୦ ମସିହା ସୁଦ୍ଧା ଏଥିରେ ହ୍ରାସ ଘଟାଇ ତାହାକୁ ୨୪ ବର୍ଷରୁ ୨୬ ବର୍ଷକୁ ଅଣାଯାଇ ପାରିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ପ୍ରାୟ ସମସ୍ତ ସାମରିକ-ଶକ୍ତିଶାଳୀ ରାଷ୍ଟ୍ର ହୃଦୟଙ୍ଗମ କଲେଣି ଯେ ପରିବର୍ତ୍ତିତ ରଣକୌଶଳ ପରିପ୍ରେକ୍ଷୀରେ ଚାଳକବିହୀନ ଡ୍ରୋନ୍‌ ବା ଦୂରଗାମୀ କ୍ଷେପଣାସ୍ତ୍ର ବା ସାଇବର ଆକ୍ରମଣ ଇତ୍ୟାଦି ଯୁଦ୍ଧର ଗତି ଓ ପ୍ରକୃତି ନିର୍ଦ୍ଧାରଣ କରୁଥିବାରୁ ଅଦୂର ଭବିଷ୍ୟତର ଯୁଦ୍ଧଭୂମିରେ ମାନବ ସ˚ପୃକ୍ତି ହ୍ରାସ ପାଇବାରେ ଲାଗିବ ଏବ˚ ସେହି କାରଣରୁ ଅପେକ୍ଷାକୃତ କୃଶକାୟ ସେନାବାହିନୀର ସମ୍ଭାବନା ସୃଷ୍ଟି ହେଲାଣି; ଯହିଁରେ ବର˚ ଅଧିକ ପ୍ରଯୁକ୍ତି- ଦକ୍ଷ ମାନବ ସମ୍ବଳ ଗୁରୁତ୍ବ ଲାଭ କରିବେ। ସେଥି ଲାଗି ଅନେକ ରାଷ୍ଟ୍ର ସେମାନଙ୍କ ସୈନିକଙ୍କ ସ˚ଖ୍ୟାରେ ସ˚କୋଚନ ଘଟାଇବା ଆରମ୍ଭ କଲେଣି। କହିବା ବାହୁଲ୍ୟ ଯେ ଏକ ଅପେକ୍ଷାକୃତ ଅଧିକ ତରୁଣ ସେନା ବାହିନୀ ଅଧିକ ପ୍ରଯୁକ୍ତି ଦକ୍ଷ ହେବା ସ୍ବାଭାବିକ। ‘ଅଗ୍ନିପଥ’ ଯୋଜନା ଦ୍ବାରା ଭାରତୀୟ ସେନାବାହିନୀ ଲାଗି ଏହା ସମ୍ଭବ ହେବ। ପୁନଶ୍ଚ କେବଳ ସୈନ୍ୟ ସ˚ଖ୍ୟା ନୁହେଁ, ଏହି ଯୋଜନାର ଆଉ ଏକ ଉଦ୍ଦେଶ୍ୟ ସେନାବାହିନୀ ଉପରେ ଏକ ବିଶାଳ ବୋଝ ତୁଲ୍ୟ ରହିଥିବା ପେନ୍‌ସନ୍‌ର ପରିମାଣରେ ସ˚କୋଚନ ଘଟାଇବା; କାରଣ ସୈନିକମାନଙ୍କ ବେତନ ରାଶି ସହିତ ପେନ୍‌ସନ୍‌ ମିଶିଯାଇ ସେନାବାହିନୀ ସକାଶେ ଉଦ୍ଦିଷ୍ଟ ବଜେଟ୍‌ର ସି˚ହଭାଗ ଅକ୍ତିଆର କରିଥାଆନ୍ତି; ଉଦାହରଣ ସ୍ବରୂପ ଚଳିତ ଆର୍ଥିକ ବର୍ଷର ବଜେଟ୍‌ ପ୍ରାବଧାନ ୫ ଲକ୍ଷ କୋଟିରୁ ପ୍ରାୟ ୪ ଲକ୍ଷ କୋଟି ଦରମା ଏବ˚ ପେନ୍‌ସନ୍‌ ବାବଦ ବ୍ୟୟ ହେବ। ସୁତରା˚, ଏହି କାରଣରୁ ସେନାବାହିନୀ ସକାଶେ ନିତାନ୍ତ ଆବଶ୍ୟକ ଆଧୁନିକୀକରଣ ପ୍ରକ୍ରିୟା ସମ୍ଭବ ହୋଇପାରୁନାହିଁ; ତେଣୁ ବିସ୍ମୟବୋଧ ହେଲେ ମଧୢ ଏକ ବାସ୍ତବତା ହେଲା ଯେ ଭାରତୀୟ ସୈନିକମାନଙ୍କ ଲାଗି ଅତ୍ୟାଧୁନିକ ‘ଆସଲ୍‌ଟ୍‌ ରାଇଫଲ’ ମଧୢ ନାହିଁ।

‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ସ˚ଖ୍ୟାରେ ହ୍ରାସ ଘଟିବ; ଯହିଁରେ ନିଯୁକ୍ତିର ଚାରି ବର୍ଷ ପରେ ପ୍ରତି ବର୍ଷ ମାତ୍ର ୧୦ରୁ ୧୧ ହଜାର ‘ଅଗ୍ନିିବୀର’ ସ୍ଥାୟୀ ସୈନିକରେ ପରିଣତ ହୋଇ ଚାଲିବେ, ଯଦିଓ ପାର˚ପରିକ ଭାବେ ଭାରତୀୟ ସେନାବାହିନୀରେ ପ୍ରତି ବର୍ଷ ପ୍ରାୟ ୬୦, ୦୦୦ ସୈନିକ ସ୍ଥାୟୀ ନିଯୁକ୍ତି ପାଇଥାଆନ୍ତି। କିନ୍ତୁ ଏହି ସ˚ଦର୍ଭରେ ପ୍ରଶ୍ନ ଉଠେ ଯେ ସୈନିକ ସ˚ଖ୍ୟା ହ୍ରାସର ଲକ୍ଷ୍ୟ ପୂରଣ କରିବା ଲାଗି ଅନ୍ୟ କୌଣସି ବିକଳ୍ପ ମାର୍ଗ ନାହିଁ କି? ଏଠାରେ ଉଲ୍ଲେଖନୀୟ ଯେ ପ୍ରତି ବର୍ଷ ଭାରତୀୟ ସେନାବାହିନୀରେ ପ୍ରାୟ ୬୦,୦୦୦ ସୈନିକ ଅବସର ମଧୢ ନିଅନ୍ତି। ସେହି ହିସାବରେ ଗଲା ଦୁଇ ବର୍ଷ ଧରି ସୈନିକ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହି ସୈନିକ ସ˚ଖ୍ୟାରେ ପ୍ରାୟ ୨ ଲକ୍ଷ ୪୦ ହଜାର ହ୍ରାସ ଘଟାଇ ପାରିଛି; କାରଣ ୧ ଲକ୍ଷ ୨୦ ହଜାର ପଦରେ ନିଯୁକ୍ତି ହୋଇ ନାହିଁ ଏବ˚ ସମ ସ˚ଖ୍ୟକ ସୈନିକ ଅବସର ନେଇଛନ୍ତି। ତେଣୁ ଏକ ମତ ପ୍ରକାଶ ପାଇଥାଏ ଯେ ପ୍ରତି ବର୍ଷ ନିଯୁକ୍ତି ପ୍ରକ୍ରିୟା କରା ନ ଯାଇ ଗୋଟିଏ ଗୋଟିଏ ବର୍ଷ ବ୍ୟବଧାନରେ ତାହା କରି ଏବ˚ ନିଯୁକ୍ତି ଯୋଗ୍ୟ ପଦ ସ˚ଖ୍ୟାକୁ କମ୍‌ ରଖି ସୈନିକ ସ˚ଖ୍ୟାକୁ କ୍ରମ ହ୍ରାସମାନ କରାଯାଇପାରନ୍ତା। ଏହା ଦ୍ବାରା ଚାକିରିର ସ୍ଥାୟିତ୍ବ ଓ ଆନୁଷଙ୍ଗିକ ସୁବିଧାର ପ୍ରତିଶ୍ରୁତି ଅକ୍ଷୁଣ୍ଣ ରହି ଆଶାୟୀମାନଙ୍କ ମଧୢରେ ବର୍ତ୍ତମାନ ପରିଦୃଷ୍ଟ ହେଉଥିବା ଭଳି ତୀବ୍ର ହତାଶା ବୋଧ ସୃଷ୍ଟି କରନ୍ତା ନାହିଁ ଏବ˚ ଏଭଳି ଏକ ସ୍ଥିତିକୁ ସ୍ବୀକାର କରିନେବା ଲାଗି ସେମାନଙ୍କୁ ମାନସିକ ଭାବେ ପ୍ରସ୍ତୁତ ମଧୢ କରନ୍ତା।

ଯେଉଁ ସବୁ ରାଜ୍ୟରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ପ୍ରତିକ୍ରିୟା ଅତ୍ୟନ୍ତ ତୀବ୍ର ଓ ହି˚ସ୍ର ହୋଇଛି, ସେଗୁଡ଼ିକ ହେଲେ ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବ˚ ତେଲେଙ୍ଗାନା ଇତ୍ୟାଦି। ଏହାର କାରଣ, ଏହି ସବୁ ରାଜ୍ୟରେ ସ୍ଥାୟୀ ସରକାରୀ ଚାକିରି ଉପରେ ଯୁବ ବର୍ଗଙ୍କ ଏକାନ୍ତିକ ନିର୍ଭରଶୀଳତା। ତେଣୁ ସେନାବାହିନୀ ବା ରେଳବାଇ ବା ରାଜ୍ୟ ପୁଲିସ ବିଭାଗରେ ନିଯୁକ୍ତି ସମ୍ଭାବନା ସେଠାରେ ଅକଳ୍ପନୀୟ ପ୍ରତିଦ୍ବନ୍ଦ୍ବିତା ସୃଷ୍ଟି କରିଥାଏ। ତେଣୁ ‘ଅଗ୍ନିପଥ’ ଯୋଜନାରେ ମାତ୍ର ଚାରି ବର୍ଷର ନିଯୁକ୍ତିର ପ୍ରସ୍ତାବ ଆଶାୟୀମାନଙ୍କ ସକାଶେ ଆଦୌ ଗ୍ରହଣଯୋଗ୍ୟ ହୋଇ ନ ପାରିବା ସ୍ବାଭାବିକ। ହି˚ସାକାଣ୍ତ ଘଟୁଥିବା ରାଜ୍ୟ ବା ଜିଲ୍ଲାଗୁଡ଼ିକରେ ବେରୋଜଗାରିର ଚିତ୍ର କିଭଳି କରୁଣ, ତାହା ଏଥିରୁ ବୁଝି ହେବ ଯେ ସେଠାକାର ୫୦%ରୁ ଅଧିକ ପରିବାରର ଏକ ବା ଏକାଧିକ ସଦସ୍ୟ ପ୍ରବାସୀ ଶ୍ରମିକ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି। ସରକାରୀ ଚାକିରି ଉପରେ ଏହି ରାଜ୍ୟଗୁଡ଼ିକର ନିର୍ଭରଶୀଳତାର ପ୍ରମାଣ ଏଥିରୁ ମିଳିିଥାଏ ଯେ କେନ୍ଦ୍ର ‘ସିଭିଲ ସର୍ଭିସ୍‌’ ସକାଶେ ଉଚ୍ଚ ଶିକ୍ଷିତ ଏବ˚ ସୈନ୍ୟ ବାହିନୀ ବା ରେଳବାଇ ସକାଶେ ସ୍ବଳ୍ପ ଏବଂ ମଧୢମ ଶିକ୍ଷିତ ଆବେଦନକାରୀଙ୍କ ସ˚ଖ୍ୟା ଏହି ସବୁ ରାଜ୍ୟରୁ ସର୍ବାଧିକ। ଏହାର ଏକ ବଡ଼ କାରଣ ଏହିସବୁ ରାଜ୍ୟରେ ଘରୋଇ ଉଦ୍ୟୋଗର ଅନୁପସ୍ଥିତି। ଅବଶ୍ୟ ଏହା ସତ ଯେ ସମସ୍ତ ବେକାରଙ୍କୁ ସରକାର ନିଯୁକ୍ତି ସୁଯୋଗ ଦେଇପାରିବା ଅସମ୍ଭବ। କିନ୍ତୁ, ସରକାରୀ ଚାକିରିରେ ହ୍ରାସ ଘଟାଉଥିବା ବେଳେ ଘରୋଇ କ୍ଷେତ୍ରରେ ଅଧିକ ନିଯୁକ୍ତ ଲାଗି କିଭଳି ପରିବେଶ ସୃଷ୍ଟି ହେବ, ତାହା ମଧୢ ସରକାରଙ୍କ ଧୢାନରେ ରହିବା ଉଚିତ।

କହିବାରେ ଦ୍ବିଧା ନାହିଁ ଯେ ‘ଅଗ୍ନିପଥ’ ଯୋଜନାର ପ୍ରତିବାଦରେ ବର୍ତ୍ତମାନ ଯେଉଁଭଳି ପୋଡ଼ାଜଳା ଏବ˚ ସରକାରୀ ସ˚ପତ୍ତିର ଧ୍ବ˚ସ ସାଧନ ଚାଲିଛି, ତାହା ସ˚ପୂର୍ଣ୍ଣ ନିନ୍ଦନୀୟ ଏବ˚ ଦୋଷୀମାନେ ଦଣ୍ତିତ ହେବା ଜରୁରୀ। କିନ୍ତୁ ଏଭଳି ଯୁବକମାନଙ୍କୁ ନେଇ ହଠାତ୍‌ ଅସାମାଜିକ ବୋଲି ଧାରଣା ସୃଷ୍ଟି କରିବା ମଧୢ ଧୃଷ୍ଟତା ହେବ। କାରଣ, ସାଧାରଣ ପରିସ୍ଥିତିରେ ଏମାନଙ୍କ ମଧୢରୁ ଅନେକ ପ୍ରକୃତରେ ସାମରିକ ବାହିନୀରେ ଯୋଗ ଦେଇ ଆଦର୍ଶ ସୈନିକରେ ପରିଣତ ହୋଇ ଥାଆନ୍ତେ! ତେଣୁ ଏଭଳି ପ୍ରତିକ୍ରିୟାର କାରଣ ଯେ ଏକ ତୀବ୍ର ହତାଶାବୋଧ, ଯାହା ସେମାନଙ୍କ ହିତାହିତ ଜ୍ଞାନକୁ ଲୋପ କରିଦେଇଛି, ତହିଁରେ ସନ୍ଦେହ ନାହିଁ। ସତ କହିଲେ, ଏହା ଏକ ସତର୍କ ଘଣ୍ଟି ସଦୃଶ, ଯାହା ସରକାରଙ୍କୁ ଏଭଳି ଅନେକ କିଛି ପଦକ୍ଷେପ ନେବାକୁ ଚେତାଇ ଦେଇଥାଏ, ଯଦ୍ଦ୍ବାରା ସରକାରୀ ଚାକିରି ଉପରେ ଯୁବ ଗୋଷ୍ଠୀଙ୍କ ନିର୍ଭରଶୀଳତା କ୍ରମେ ହ୍ରାସ ପାଇବ।

ଦ୍ବିତୀୟରେ ଏହା ସତର୍କ କରାଇ ଦିଏ କି ବିନା ଆଲୋଚନାରେ ଏବ˚ ବିଭିନ୍ନ ଦିଗକୁ ପ୍ରା˚ଜଳ ନ କରି କୌଣସି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ସହସା ରାଷ୍ଟ୍ର ଉପରେ ଲଦି ଦେବା ଅପରିଣାମଦର୍ଶୀ; ଯାହାର ପ୍ରମାଣ କୃଷକ ଆଇନ ଏବ˚ ଜମି ଅଧିଗ୍ରହଣ ବିଲ୍‌ର ପ୍ରତ୍ୟାହାରରେ ପୂର୍ବରୁ ପ୍ରମାଣିତ ହୋଇସାରିଛି। କହିବା ବାହୁଲ୍ୟ ଯେ ଯେଉଁ ସ୍ଥାନଗୁଡ଼ିକରେ ହି˚ସାକାଣ୍ତମାନ ଘଟିବାରେ ଲାଗିଛି, ସେଠାରେ ବିଜେପିର ରାଜନୈତିକ ପ୍ରଭାବ ରହିଛି। ଖୁବ୍‌ ସମ୍ଭବ ନିର୍ବାଚନ ବେଳେ ଏହି ଯୁବକମାନଙ୍କ ମଧୢରୁ ଅସ˚ଖ୍ୟ ବିଜେପିକୁ ସମର୍ଥନ ମଧୢ କରିଥିବେ। କିନ୍ତୁ ତାହାର ଅର୍ଥ ନୁହେଁ, ଏକ ଲୋକପ୍ରିୟ ସରକାର କୌଣସି ଏକ ଗୁରୁତ୍ବପୂର୍ଣ୍ଣ ଓ ସୁଦୂର ପ୍ରଭାବବିସ୍ତାରୀ ନିଷ୍ପତ୍ତି ଏକଚାଟିଆ ଭାବେ ଗ୍ରହଣ କରି ତାକୁ ନାଗରିକମାନେ ସମର୍ଥନ କରିବା ସ୍ବାଭାବିକ ବୋଲି ବିବେଚନା କରିବ! କୃଷି ଆଇନର ପ୍ରତ୍ୟାହାର ବେଳେ ପ୍ରଧାନମନ୍ତ୍ରୀ ସ୍ବୀକାର କରିଥିଲେ ଯେ ତହିଁରେ ନିହିତ ଉତ୍ତମ ଓ ସ˚ସ୍କାରମୂଳକ ବିଭାବଗୁଡ଼ିକୁ ଠିକଣା ଭାବେ ଦେଶକୁ ବୁଝାଇ ଦିଆଯାଇ ପାରିଲା ନାହିଁ। ‘ଅଗ୍ନିପଥ’ ଯୋଜନାରେ ମଧୢ ତାହାର ପୁନରାବୃତ୍ତି ଘଟିବ ନାହିଁ ତ? ଅବଶ୍ୟ ଏହା ଲେଖା ହେଲା ବେଳକୁ ଖବର ମିଳିଛି ଯେ ଏହି ଯୋଜନାରେ କିଛି ପରିବର୍ତ୍ତନ ଆଣି ତାକୁ ଗ୍ରହଣୀୟ କରିବାକୁ ଚେଷ୍ଟା କରାଯାଉଛି।

ସମ୍ବନ୍ଧିତ ଖବର