ଝରକା ଖୋଲୁ

୧୯୯୯ ମସିହାରେ ଯେତେବେଳେ ଭାରତର ଆଇସି-୮୧୪ ଯାତ୍ରୀବାହୀ ବିମାନଟିକୁ କାନ୍ଦହାରକୁ ଅପହରଣ କରି ନିଆଗଲା, ଭାରତ ସରକାର ହଠାତ୍‌ ନିଜକୁ ଏକ କି˚କର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ଆବିଷ୍କାର କରିଥିଲେ। ଏହାର କାରଣ ହେଲା ୧୯୯୬ ମସିହାରେ ତାଲିବାନ ଦ୍ବାରା ଆଫଗାନିସ୍ତାନ ଅଧିକୃତ ହେବା ପରେ ଭାରତ ସରକାର ସେଠାକାର କନ୍‌ସଲେଟ୍‌କୁ ବନ୍ଦ କରିଦେଇ ଆଫଗାନିସ୍ତାନ ସହିତ ସମସ୍ତ ସ˚ପର୍କ ଛିନ୍ନ କରି ଦେଇଥିଲେ। ସୁତରା˚, ଯେଉଁ ବାତାୟନଟି ଆ˚ଶିକ ଉନ୍ମୁକ୍ତ ରହିଥିଲେ ବି ବାର୍ତ୍ତା ବିନିମୟର କ୍ଷୀଣ ଆଶା ଦିଶିଥାଆନ୍ତା, ତାହାର ଆଦୌ କୌଣସି ସମ୍ଭାବନା ନ ଥିଲା। ଫଳରେ ଯାତ୍ରୀମାନଙ୍କ ପ୍ରାଣ ରକ୍ଷା ଲାଗି ଅପହର୍ତ୍ତାମାନଙ୍କ ସର୍ତ୍ତକୁ ମାନିନେଇ ଅତ୍ୟନ୍ତ ଦୟନୀୟ ଭାବେ ନତଜାନୁ ଭାରତ ସରକାର ଏଠାରେ ବନ୍ଦୀ ଥିବା ତିନି କୁଖ୍ୟାତ ଆତଙ୍କବାଦୀ (ମାସୁଦ ଆଜହାର ସମେତ, ଯିଏ ପରେ ମୁମ୍ବାଇ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ତ ହେଲା)ଙ୍କ ହାତ ଧରି ସସମ୍ମାନେ ମୁକ୍ତ କରିଦେଇ ଆସିଥିଲେ। ପରେ ଅବଶ୍ୟ ଏହି କୂଟନୈତିକ ବିଫଳତା ଲାଗି ଅଟଳ ବିହାରୀ ବାଜପେୟୀଙ୍କ ସରକାର ନିର୍ଦ୍ଦୟ ସମାଲୋଚନାର ଶରବ୍ୟ ହୋଇଥିଲା।

ସ୍ମରଣରେ ଥିବ ଯେ ତାହା ଥିଲା ରୁଷୀୟ ସେନାର ଅପସାରଣ ପରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଶାସନ କାଳ, ଯାହାକୁ ସ˚ପ୍ରତି ତାଲିବାନ ୧.୦ ବୋଲି ଅଭିହିତ କରାଯାଉଛି। ସେହି ଦୃଷ୍ଟିରୁ ଉପରୋକ୍ତ ଘଟଣାର ପ୍ରାୟ ଦୁଇ ଦଶନ୍ଧି ପରେ ଅର୍ଥାତ୍‌ ୨୦୨୧ ମସିହାରେ ଆମେରକୀୟମାନଙ୍କ ପଳାୟନ ପରେ ଆଫଗାନିସ୍ତାନ ପୁନର୍ବାର ତାଲିବାନ ଦଖଲରେ ଆସିବା ଅର୍ଥାତ୍‌ ତାଲିବାନ ୨.୦ର ରାଜୁତି ଆରମ୍ଭ ହେବା ପରେ ଭାରତ ସରକାର ପୂର୍ବ ଥର ଭଳି ସେଠାକାର କନ୍‌ସଲେଟ୍‌କୁ ବନ୍ଦ କରିଦେବା ପ୍ରକରଣକୁ କେତେକ ରାଜନୈତିକ ପର୍ଯ୍ୟବେକ୍ଷକ ଏକ ଅତର୍ଚ୍ଛା ନିଷ୍ପତ୍ତି ବୋଲି ଟିପ୍ପଣୀ ପ୍ରଦାନ କରିଥିଲେ। କାରଣ ସେମାନଙ୍କ ମତରେ କନ୍‌ସଲେଟ୍‌କୁ ଅଚଳ କରିଦେବା ଅର୍ଥ ହେଉଛି ଭାବ ବିନିମୟର ବାତାୟନକୁ ସହସା ସ˚ପୂର୍ଣ୍ଣ ବନ୍ଦ କରିଦେବା, ଯାହା ଦୂରଦୃଷ୍ଟି ସ˚ପନ୍ନ କୂଟନୀତି ପର୍ଯ୍ୟାୟଭୁକ୍ତ ହୋଇ ନ ଥାଏ। ସେହି ପରିପ୍ରେକ୍ଷୀରେ ସ˚ପ୍ରତି ଭାରତ ସରକାରଙ୍କ ଦ୍ବାରା କାବୁଲସ୍ଥିତ କନ୍‌ସଲେଟ୍‌କୁ କାର୍ଯ୍ୟକ୍ଷମ କରିବାର ନିଷ୍ପତ୍ତିକୁ ସ୍ବାଗତଯୋଗ୍ୟ ବୋଲି କୁହାଯାଇପାରେ। କିନ୍ତୁ, ଅପର ପକ୍ଷେ ଏହାକୁ ତାଲିବାନ ଶାସନ ପ୍ରତି ଭାରତର ପରୋକ୍ଷ ସ୍ବୀକୃତି ରୂପେ ମଧୢ ପ୍ରଦର୍ଶିତ କରାଯାଇପାରେ। ସୁତରା˚, ଏଭଳି ନିଷ୍ପତ୍ତି ଭାରତ ସକାଶେ ଦଉଡ଼ି ଉପରେ ଚାଲିବା ଭଳି ଏକ ଜଟିଳ ସ୍ଥିତି ସୃଷ୍ଟି କରିଛି। ତେବେ, ବାସ୍ତବତାଟି ହେଲା ଚୀନ ଭଳି ଏକ ସନ୍ଦିଗ୍‌ଧ ଓ ଉଚ୍ଚାଭିଳାଷୀ ରାଷ୍ଟ୍ରର ଉତ୍‌ଥାନ କାରଣରୁ ସୃଷ୍ଟ ଭୂ-ରାଜନୈତିକ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହା ଯେ ଅତ୍ୟନ୍ତ ଆବଶ୍ୟକ, ତାହା ମଧୢ ହୃଦୟଙ୍ଗମ କରାଯିବା ଆବଶ୍ୟକ।

ଆଫଗାନିସ୍ତାନ ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ତାଲିବାନ ୧.୦ ଏବ˚ ତାଲିବାନ ୨.୦ଙ୍କ ମଧୢରେ ଏକ ଆଭିମୁଖ୍ୟଗତ ପାର୍ଥକ୍ୟ ରହିଛି। ସେମାନଙ୍କ ମତରେ ବାମିୟନ ବୁଦ୍ଧ ବିଧ୍ବ˚ସକାରୀ କି˚ବା କଠୋର ଇସଲାମୀୟ ନିୟମ ନାମରେ ହଜାର ହଜାର ଆଫଗାନ ନାଗରିକଙ୍କ ହତ୍ୟାକାରୀ ଅଥବା ଫୁଟବଲ୍‌ ଷ୍ଟାଡିଅମଗୁଡ଼ିକରେ ଶହ ଶହ ଦେଖଣାହାରିଙ୍କ ଉପସ୍ଥିତିରେ ଗଣ-ହତ୍ୟା ପର୍ବ ମାନର ସ˚ଘଟନକାରୀ ତାଲିବାନ ୧.୦ ଠାରେ ଏକ ନିଖୁଣ ଆତଙ୍କବାଦୀ ଗୋଷ୍ଠୀର ଚରିତ୍ର ଥିବା ବେଳେ ତାଲିବାନ ୨.୦ ତାର ଚରମ ମୌଳବାଦୀ ମନୋଭାବ ସତ୍ତ୍ବେ ଭାବ ଓ ଭାଷାରେ ଅପେକ୍ଷାକୃତ ଅଧିକ ପରିମାର୍ଜିତ ଏବ˚ ଆଚରଣରେ କମ୍‌ ବିନାଶକାରୀ ଭଳି ମନେ ହୁଏ। କହିବା ବାହୁଲ୍ୟ ଯେ ତାଲିବାନ ୧.୦ର ଶାସନରେ ସ˚ଘଟିତ ବର୍ଣ୍ଣନାତୀତ ବର୍ବରତାକୁ ସ୍ମରଣ କରି ୨୦୨୧ ଅଗଷ୍ଟ ମାସରେ ହଜାର ହଜାର ଆଫଗାନ ନାଗରିକ କାବୁଲ ଛାଡ଼ି ପଳାୟନ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ; ଅଥଚ ତାଲିବାନ ୨.୦ର ଶାସନରେ ଯଦିଓ ସେମାନେ ଆର୍ଥିକ ରୂପେ ବିଧ୍ବସ୍ତ ଏବ˚ ମଧୢ-ଯୁଗୀୟ ମୌଳବାଦର ଶୃଙ୍ଖଳରେ ବନ୍ଦୀ, ପୂର୍ବ ଥର ଭଳି ଅସହନୀୟ ନିଷ୍ଠୁରତାର ସମ୍ମୁଖୀନ ହୋଇ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ତାଲିବାନ ୨.୦ ପ୍ରଦର୍ଶନ କରୁଥିବା ଭାବ ଓ ଭାଷା ସ˚କେତ ଦେଇଥାଏ ଯେ କୂଟନୈତିକ ଆଭିମୁଖ୍ୟ ଦୃଷ୍ଟିରୁ ସେମାନେ ଅଧିକ ପରିପକ୍ବ ଏବ˚ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହିତ ସ˚ପର୍କ ସୃଷ୍ଟି ଲାଗି ସେମାନେ ଆଗ୍ରହୀ।

କିନ୍ତୁ ଚୀନ ଏବ˚ ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ତାଲିବାନ ୨.୦ ସରକାରକୁ ସ୍ବୀକୃତି ପ୍ରଦାନ କରି ନାହାନ୍ତି ଏବ˚ ଅଧିକା˚ଶ ରାଷ୍ଟ୍ରଙ୍କ ଧାରଣାରେ ତାଲିବାନ ମୂଳତଃ ଏକ ଆତଙ୍କବାଦୀ ଗୋଷ୍ଠୀ; ଯହିଁରେ ମୁଖପାତ୍ର ଦାୟିତ୍ବ ନିର୍ବାହ କରୁଥିବା କତିପୟ ପୁରୁଖା ନେତାଙ୍କ ଆଢୁଆଳରେ ସେହି ହଜାର ହଜାର ପଦାତିକ ସମ୍ଭବତଃ ଲୁଚି ଯାଆନ୍ତି ଯେଉଁମାନେ ‘ଅଲ କାଏଦା’ ବା ‘ଆଇ.ଏସ୍‌.ଆଇ.ଏସ୍‌.’ ସହିତ ଘନିଷ୍ଠ ଏବ˚ କୌଣସି ସମୟରେ ବି ଅନ୍ତର୍ଘାତୀ ହୋଇ ପାରନ୍ତି। ସେହି ଦୃଷ୍ଟିରୁ କାବୁଲରେ ଭାରତୀୟ କନ୍‌ସଲେଟ୍‌ କାର୍ଯ୍ୟ ଆରମ୍ଭ କରିବା ପ୍ରକାରାନ୍ତରେ ଇସଲାମୀୟ ଆତଙ୍କବାଦକୁ ସମର୍ଥନ ବୋଲି ଧାରଣା ସୃଷ୍ଟି ହେବାର ଭୟ ରହିଛି। କିନ୍ତୁ, ଅନେକ ସମୟରେ ମତାଦର୍ଶକୁ ଅତିକ୍ରମ କରି ବାସ୍ତବବାଦୀ ହେବା ବୁଦ୍ଧିମାନର କାର୍ଯ୍ୟ ହୋଇଥାଏ; ଯାହା ଭାରତର ଆଫଗାନ ନୀତିକୁ ପ୍ରଭାବିତ କରିଛି ବୋଲି ମନେ ହୁଏ।

ପ୍ରଥମ ବାସ୍ତବତା ହେଲା ଚୀନ ସରକାର ମୂଳରୁ ତାଲିବାନକୁ ସ୍ବୀକୃତି ପ୍ରଦାନ କରି ସେଠାରେ ପ୍ରଭାବ ବିସ୍ତାର କରି ସାରିଛନ୍ତି, ଯେଉଁଠି ଭାରତର ଦୀର୍ଘ କାଳର ଅନୁପସ୍ଥିତି ଚୀନ ଦ୍ବାରା ଭାରତ ବିରୋଧୀ ଅଭିସନ୍ଧିକୁ ରୂପ ଦେବାରେ ସହାୟକ ହୁଅନ୍ତା। ଦ୍ବିତୀୟରେ ପାକିସ୍ତାନ ସହିତ ତାଲିବାନ ୨.୦ ସୀମା ବିବାଦରେ ଜଡ଼ିତ ହେବା ସ˚କେତ ଦେଇଥାଏ ଯେ ତାଲିବାନ ୧.୦ ଭଳି ଏହା ପାକିସ୍ତାନର ବଚସ୍କର ହୋଇ ରହିନାହିଁ। ସୁତରା˚, ଏହା ଭାରତ ଲାଗି ଏକ ଶୁଭ ସ˚କେତ, ଯାହାର ସୁଯୋଗ ନିଆଯିବା ଅତ୍ୟନ୍ତ ଆବଶ୍ୟକ। ତୃତୀୟ କଥା ହେଲା ପ୍ରଥମରୁ ତାଲିବାନ ପକ୍ଷରୁ ଭାରତକୁ ଆଶ୍ବସ୍ତ କରାଯାଇଛି ଯେ ସେଠାକାର ଭୂମିକୁ ଭାରତ ବିରୋଧୀ ଆତଙ୍କବାଦ ଲାଗି ବ୍ୟବହାର କରାଯିବାର ସୁଯୋଗ ଦିଆଯିବ ନାହିଁ। ଯଦିଓ ଏଭଳି ଏକ ପ୍ରତିଶ୍ରୁତି ଭରସାଯୋଗ୍ୟ ନ ହେବାର ଯଥେଷ୍ଟ କାରଣ ରହିଛି, ତଥାପି ବିଶ୍ବ ସମୁଦାୟ ଦ୍ବାରା ପରିତ୍ୟକ୍ତ ଓ ଦୁର୍ଦଶା ପ୍ରପୀଡ଼ିତ ଆଫଗାନିସ୍ତାନ ମାଟିରେ ଭାରତର ମୃଦୁ ଉପସ୍ଥିତି ସେଠାରେ ଏକ ବିଶ୍ବାସର ବାତାବରଣ ସୃଷ୍ଟି କରିବ, ଯହିଁରେ ଭାରତ ଏକ ବନ୍ଧୁ ଭଳି ଦିଶିପାରେ।

ଅବଶ୍ୟ ଭାରତ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ଯେ କନ୍‌ସଲେଟ୍‌କୁ କାର୍ଯ୍ୟକ୍ଷମ କରିବା ପଛରେ ନିହିତ ଉଦ୍ଦେଶ୍ୟ ହେଉଛି ଆଫଗାନିସ୍ତାନରେ ଭାରତ ପକ୍ଷରୁ କରାଯାଉଥିବା ‘ହ୍ୟୁମାନିଟାରିଆନ୍‌’ ବା ‘ଜନ ହିତକର’ କାର୍ଯ୍ୟଗୁଡ଼ିକର ନିରୀକ୍ଷଣ ମାତ୍ର। ସ˚ପ୍ରତି ଆଫଗାନିସ୍ତାନରେ ସ˚ଘଟିତ ଭୟାବହ ଭୂମିକ˚ପ ପରିପ୍ରେକ୍ଷୀରେ ଏଭଳି କାର୍ଯ୍ୟ ପୂର୍ବାପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇ ପଡ଼ିଥାଏ। ଏହା ମଧୢ ଉଲ୍ଲେଖନୀୟ ଯେ ଆଫଗାନିସ୍ତାନରେ କନ୍‌ସଲେଟ୍‌ ବନ୍ଦ କରି କୂଟନୈତିକ ସ˚ପର୍କ ଛିନ୍ନ କରାଯିବା ସତ୍ତ୍ବେ ଭାରତ ଦ୍ବାରା ସେଠାକୁ ଖାଦ୍ୟଶସ୍ୟ ଏବ˚ ଔଷଧପତ୍ର ଯୋଗାଣ ନିୟମିତ ଭାବେ ଚାଲି ଆସିଛି।

ତେବେ, ଏହା ମଧୢ ସତ ଯେ କନ୍‌ସଲେଟ୍‌କୁ ଖୋଲିବା ନିଶ୍ଚିତ ଭାବେ ଏକ ଅତ୍ୟନ୍ତ ସାହସିକ ପଦକ୍ଷେପ। କନ୍‌ସଲେଟ୍‌ରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସୁରକ୍ଷା ସ˚ପର୍କରେ ଯଦିଓ ତାଲିବାନ ପ୍ରତିଶ୍ରୁତି ପ୍ରଦାନ କରିଛି, ସେଠାରେ ସକ୍ରିୟ ଥିବା ଅନେକ ଅବୋଲକରା ଘାତକ ଆତଙ୍କବାଦୀ ଗୋଷ୍ଠୀ (ହକ୍କନି ନେଟ୍‌ଵର୍କ ଭଳି) ଦ୍ବାରା ଆକ୍ରମଣର ଭୟ ମଧୢ ରହିଛି। କିନ୍ତୁ ଏ ସବୁ ସତ୍ତ୍ବେ ଯାହା ଜରୁରୀ, ତାହା ହେଲା ବାତାୟନକୁ ଖୋଲା ରଖିବା; କାରଣ ଝାଞ୍ଜି ହେଉ ବା ମଳୟ, ତାର ପୂର୍ବାଭାସ କେବଳ ଖୋଲା ଝରକାରୁ ହିଁ ମିଳିବ। ଝରକା ବନ୍ଦ କରି ନିଜକୁ ନିବୁଜ ରଖିବାର ଅର୍ଥ ବାସ୍ତବତା ପ୍ରତି ଅନ୍ଧ ହୋଇ ରହିବା।

ସମ୍ବନ୍ଧିତ ଖବର