ଗଲା ଜୁନ୍ ୨୮ ତାରିଖରେ ରାଜସ୍ଥାନର ଉଦୟପୁର ଠାରେ ଘଟିଯାଇଥିବା ଘଟଣାକୁ କେବଳ ଏକ ବୀଭତ୍ସ ହତ୍ୟାକାଣ୍ତ ବୋଲି ବିବେଚନା କରିବା ଅନୁଚିତ ହେବ; ପ୍ରକୃତରେ ଏହା ଏକ ସୁପରିକଳ୍ପିତ ଆତଙ୍କବାଦୀ କାର୍ଯ୍ୟ। ଆତତାୟୀ ଦ୍ବୟ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସହିତ ଏହାକୁ ଘଟାଇଛନ୍ତି। ତାହା ହୋଇ ନ ଥିଲେ ଏହାକୁ ସ˚ଘଟିତ କରିବା ପରେ ରକ୍ତର˚ଜିତ ଛୁରୀ ସହିତ ସେମାନଙ୍କ ସାଫଲ୍ୟକୁ ଏକ ଉପଲବ୍‌ଧି ଭାବେ ବର୍ଣ୍ଣନା କରି ଉଲ୍ଲାସର ସହିତ ଭିଡିଓ ରେକର୍ଡି˚ କରି ସାମାଜିକ ଗଣମାଧୢମରେ ପୋଷ୍ଟ୍ କରି ନ ଥାଆନ୍ତେ! ଏହି ପରିପ୍ରେକ୍ଷୀରେ କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ଦୀର୍ଘ ତିନି ଦଶନ୍ଧି ତଳୁ ଭାରତ ଆତଙ୍କବାଦର ସମ୍ମୁଖୀନ ହୋଇ ଆସିଥିଲେ ହେଁ ଉଦୟପୁର ଘଟଣା ଏକ କାଳ ବିଭାଜିକା ରୂପେ ପରିଗଣିତ ହେବ; କାରଣ ଏଭଳି ଘଟଣା ପୂର୍ବରୁ ଘଟି ନ ଥିଲା ଏବ˚ ଏହା ସହିତ ଆତଙ୍କ ସୃଷ୍ଟିର ଏକ ନୂତନ ଧାରା ପ୍ରାରମ୍ଭ ହୋଇଯିବାର ଆଶଙ୍କାକୁ ମଧ୍ୟ ନଜରଅନ୍ଦାଜ କରାଯାଇ ନ ପାରେ। ଏଥିରେ ଅବଶ୍ୟ ଦ୍ବିରୁକ୍ତି ନାହିଁ ଯେ ପୈଗମ୍ବର ମହମ୍ମଦଙ୍କ ସ˚ର୍ପକରେ ନୂପୁର ଶର୍ମାଙ୍କ ପ୍ରଦତ୍ତ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ; ତେବେ, ତାଙ୍କୁ ସମର୍ଥନ ଜଣାଇଥିବା କାରଣରୁ କହ୍ନୈୟାଲାଲ ନାମକ ଦର୍ଜୀଙ୍କୁ ଅବର୍ଣ୍ଣନୀୟ କ୍ରୂରତାର ସହିତ ହତ୍ୟା କରାଯିବା ମଧୢ କୌଣସି ଦୃଷ୍ଟିରୁ ଯଥାର୍ଥ ନୁହେଁ। ଅବଶ୍ୟ, ଏହି ଘଟଣାକୁ ଜାତି, ଧର୍ମ, ସ˚ପ୍ରଦାୟ ତଥା ରାଜନୈତିକ ଦଳ ନିର୍ବିଶେଷରେ ନିନ୍ଦା କରାଯାଇଛି, ଯାହା ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛି। କିନ୍ତୁ, ଏହା ମଧୢ ଉପଲବ୍‌ଧି କରି ହୁଏ ଯେ ଏଭଳି ନିନ୍ଦାବାଦର ଐକ୍ୟ-ତାନ ସତ୍ତ୍ବେ ପ୍ରଚ୍ଛନ୍ନ ଭାବେ ଏଭଳି ଅନେକ ଧର୍ମାନ୍ଧ ଚରମ ମୌଳବାଦୀ ରହିଥିବେ, ଯେଉଁମାନେ ଏହାକୁ ନିରବରେ ସମର୍ଥନ କରିଥିବେ। ଏବ˚ ଏହା ଠାରୁ ଅଧିକ ବିଡ଼ମ୍ବନା ସ୍ବରୂପ ଏହା ମଧୢ ସମ୍ଭବ ଯେ ଅନେକ ଉଦାରବାଦୀ ସେମାନଙ୍କ ନିନ୍ଦାବାଦ ସତ୍ତ୍ବେ ଏହାକୁ ସା˚ପ୍ରତିକ ଭାରତରେ ବହୁ-ସ˚ଖ୍ୟକବାଦ ଦ୍ବାରା ପ୍ରପୀଡ଼ିତ ଅସହାୟ ସ˚ଖ୍ୟାଲଘୁ ବର୍ଗର ପ୍ରତିକ୍ରିୟା ରୂପେ ଯଥାର୍ଥତା ପ୍ରଦାନ କରିବାର ପ୍ରୟାସ ମଧୢ କରିଥିବେ। କହିବା ଅନାବଶ୍ୟକ ଯେ ଏ ଉଭୟ ଅତ୍ୟନ୍ତ ବିପଜ୍ଜନକ।

Advertisment

ଯଦିଓ ଏହା ଅନସ୍ବୀକାର୍ଯ୍ୟ ଯେ ସ୍ବାଧୀନତା ପରବର୍ତ୍ତୀ ଭାରତରେ ବର୍ତ୍ତମାନ ସମୟ ଭଳି ପୂର୍ବରୁ କେବେ ହେଲେ ସା˚ପ୍ରଦାୟିକ ଧ୍ରୁବୀକରଣ ଏଭଳି ଏକ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚି ନ ଥିଲା; ତଥାପି ସ˚ଖ୍ୟାଧିକ ଭାରତୀୟ ଯେ ଶାନ୍ତିର ସହିତ ସହାବସ୍ଥାନ କରିବାକୁ ଇଚ୍ଛୁକ, ତାହାର ପ୍ରମାଣ ମିଳିଛି ଉଦୟପୁର ଘଟଣା ପରବର୍ତ୍ତୀ ଦିନମାନଙ୍କରୁ; କାରଣ ଏହାକୁ କେନ୍ଦ୍ର କରି ଦେଶର ଅନ୍ୟ କୌଣସି ସ୍ଥାନରେ ସା˚ପ୍ରଦାୟିକ ହି˚ସା ସୃଷ୍ଟି ହୋଇନାହିଁ। ସାମାଜିକ ଗଣମାଧୢମରେ ଏହାକୁ ପୋଷ୍ଟ୍‌ କରାଯିବା ମାତ୍ରକେ ଉଦୟପୁର ଘଟଣାଟି ସ୍ଥାନୀୟତା ଅତିକ୍ରମ କରି ପ୍ରଥମେ ଏକ ରାଷ୍ଟ୍ରୀୟ ଏବ˚ ପରେ ଖୁବ୍‌ ଶୀଘ୍ର ଏକ ଅନ୍ତରାଷ୍ଟ୍ରୀୟ ସ˚ଦର୍ଭରେ ପରିଣତ ହୋଇଥିଲା। ଏଭଳି କରିବା ପଛରେ ଆତଙ୍କବାଦୀ ଦ୍ବୟଙ୍କ ଯେଉଁ ଅଭିସନ୍ଧି ରହିଥିବ, ତାହା ହେଉଛି, ଭୟର ବାତାବରଣକୁ ଖୁବ୍‌ ବ୍ୟାପକ କରିବା ସହିତ ସମାନ ମନୋବୃତ୍ତିଧାରୀ ବ୍ୟକ୍ତିମାନଙ୍କୁ ଏଭଳି କାର୍ଯ୍ୟ ଲାଗି ପ୍ରୋତ୍ସାହିତ କରିବା ଏବ˚ ସେମାନେ ହୁଏ’ତ ନିଶ୍ଚିତ ଥିବେ ଯେ ଏହା ଦ୍ବାରା ଦେଶରେ ଏକ ସା˚ପ୍ରଦାୟିକ ଅସ୍ଥିରତା ସୃଷ୍ଟି ହୋଇ ସେମାନଙ୍କ ଭଳି ଚରମ ମୌଳବାଦୀ ଆତଙ୍କବାଦୀମାନଙ୍କ ଲାଗି ଏକ ଅନୁକୂଳ ପରିବେଶକୁ ଜନ୍ମ ଦେବ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପାକିସ୍ତାନରେ ଥିବା ଏକ ଉଗ୍ର ମୌଳବାଦୀ ସ˚ଗଠନ ‘ଦାଵତ ଏ ଇସଲାମ’ ସହିତ ଆତତାୟୀ ଦୁହିଁଙ୍କ ସ˚ପର୍କ ରହିଛି ଏବ˚ ସେମାନଙ୍କ ମଧୢରୁ ଜଣେ ପାକିସ୍ତାନରେ ପ୍ରାୟ ପଇଁଚାଳିଶ ଦିନ ରହି ପ୍ରଶିକ୍ଷଣ ଲାଭ କରିଥିଲା। କହିବା ନିଷ୍ପ୍ରୟୋଜନ ଯେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ସା˚ପ୍ରଦାୟିକ ଘୃଣା ଦ୍ବାରା ଏକ ବିବର୍ଣ୍ଣ ଭାରତକୁ ଦେଖିବାକୁ ସର୍ବଦା ସତୃଷ୍ଣ ନୟନରେ ଚାହିଁ ବସିଥାଏ। ସେହି ଦୃଷ୍ଟିରୁ ଉଦୟପୁର ଘଟଣା ଦ୍ବାରା ଏକ ସା˚ପ୍ରଦାୟିକ ଅଗ୍ନ୍ୟୁତ୍ପାତ ପାକିସ୍ତାନକୁ ସନ୍ତୋଷ ପ୍ରଦାନ କରନ୍ତା। କିନ୍ତୁ ସେଭଳି ହେବାକୁ ନ ଦେଇ ଭାରତୀୟ ନାଗରିକମାନେ ଏକ ଦୃଷ୍ଟାନ୍ତ ପ୍ରଦର୍ଶନ କରିଛନ୍ତି।

ପାକିସ୍ତାନୀ ମୌଳବାଦୀ ସ˚ଗଠନ ଦ୍ବାରା ଏ ଦୁଇ ଜଣ ଅନୁପ୍ରେରିତ ହୋଇଥିବା କାରଣରୁ ଏମାନଙ୍କ କାର୍ଯ୍ୟକୁ ‘ଲୋନ୍‌ ଉଲ୍‌ଫ ଆଟାକ୍‌’ ବା ‘ନିଃସଙ୍ଗ ଗଧିଆ ଆକ୍ରମଣ’ ଭାବେ ଚିତ୍ରଣ କରାଯାଇ ନ ପାରେ। କାରଣ ‘ଲୋନ୍‌ ଉଲ୍‌ଫ’ମାନେ ସାଧାରଣତଃ କୌଣସି ଆତଙ୍କବାଦୀ ଗୋଷ୍ଠୀ ସହିତ ସ˚ପୃକ୍ତ ହୋଇ ନ ଥାଆନ୍ତି; ତେବେ ଆତଙ୍କବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସନ୍ତର୍ପଣରେ ଏକାକୀ ଆକ୍ରମଣମାନ ଘଟାନ୍ତି; ଯେମିତି ଅନେକ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ବା ଫ୍ରାନ୍‌ସ ବା ଜର୍ମାନି ଆଦି ଦେଶରେ ଘଟୁଥିବା ଦେଖିବାକୁ ମିଳୁଛି। ତେବେ, ଏ ଦୁହିଁଙ୍କ କାର୍ଯ୍ୟକୁ କାଶ୍ମୀରରେ ଘଟୁଥିବା ‘ଟାର୍ଗେଟେଡ୍‌ କିଲି˚’ ବା ‘ନିଶାଣ କରି ହତ୍ୟା’ ସହିତ ତୁଳନା କରାଯାଇପାରେ। କାରଣ ଏହା ପଛରେ ରହିଥିବା ଉଦ୍ଦେଶ୍ୟ ସମାନ; ଅର୍ଥାତ୍‌ ଏକ ନିର୍ଦ୍ଦିଷ୍ଟ ବର୍ଗ ମଧୢରେ ଭୟ ସ˚ଚାର। କହିବା ଅନାବଶ୍ୟକ ଯେ ଏହି ଆତଙ୍କବାଦୀ ଦ୍ବୟ ସେମାନଙ୍କ ଅଭିସନ୍ଧି ପୂରଣ କରିବାରେ ଅନେକଟା ସଫଳ ହୋଇଛନ୍ତି। କିନ୍ତୁ ଏଭଳି କାର୍ଯ୍ୟକଳାପ ଯେମିତି ସା˚ପ୍ରଦାୟିକ ହି˚ସା ସୃଷ୍ଟି ନ କରେ, ତାହା ନିଶ୍ଚିତ କରିବା ହେବ ଆଜିର ସମୟ ଲାଗି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ।

ଏହି ପରିପ୍ରେକ୍ଷୀରେ ‘ଭାରତୀୟ ଜନତା ପାର୍ଟି’ ସବୁଠାରୁ ଅଧିକ ଦାୟିତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆବଶ୍ୟକ। କାରଣ ଏହି ଦଳ କେବଳ ଦେଶର ଶାସନ କ୍ଷମତାରେ ଅଧିଷ୍ଠିତ ନାହିଁ; ସ˚ପ୍ରତି ଏହା ଦେଶର ବୃହତ୍ତମ ରାଜନୈତିକ ଦଳ। ତେଣୁ ଏହି ଦଳର ନେତା ଏବ˚ କର୍ମୀମାନଙ୍କ କଣ୍ଠ ନିସୃତ ବାଣୀରେ ସା˚ପ୍ରଦାୟିକ ଘୃଣାର ଏଭଳି ଜହର ରହିବା ଉଚିତ ନୁହେଁ, ଯାହା ପ୍ରକାରାନ୍ତରେ ରାଷ୍ଟ୍ରକୁ ବିଭାଜିତ ଓ ଦୁର୍ବଳ କରି ପକାଇବ। ଏଭଳି ଘଟଣାମାନ ଘଟି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ରହସ୍ୟମୟ ନିରବତା ମଧୢ ଅସ୍ବସ୍ତିର କାରଣ ହୋଇଥାଏ। କାରଣ କେବଳ ପ୍ରଧାନମନ୍ତ୍ରୀ ରୂପେ ନୁହେଁ, ଅବିସମ୍ବାଦିତ ଭାବେ ଦେଶର ଅନ୍ୟତମ ସର୍ବାଧିକ ଲୋକପ୍ରିୟ ନେତା ଭାବେ ତାଙ୍କର ବକ୍ତବ୍ୟ ସା˚ପ୍ରଦାୟିକ କ୍ଷତର ଯନ୍ତ୍ରଣା ଉପଶମ କରିବାରେ ସହାୟକ ହୁଅନ୍ତା। ସେହିଭଳି ହିନ୍ଦୁତ୍ବ ରାଜନୀତିର ଧ୍ବଜା ଧରି ଏକ ପଦାତିକ ବାହିନୀ ଭଳି ବାହାରିଥିବା କତିପୟ ଟେଲିଭିଜନ ଚ୍ୟାନେଲ୍‌ ଓ ତାର ‘ଆଙ୍କୋର‌୍‌’ମାନଙ୍କୁ ସା˚ପ୍ରଦାୟିକ ଘୃଣାର ଉଚ୍ଚାଟ ସୃଷ୍ଟିରୁ ବିରତ ହେବାକୁ ପଡ଼ିବ। ବର୍ତ୍ତମାନର ଏକ ବିଡ଼ମ୍ବନା ହେଲା ସ˚ସଦ ବା ବିଧାନସଭା କକ୍ଷରେ ହେଉଥିବା ଆଲୋଚନା ବା ବିତର୍କଗୁଡ଼ିକ ତୁଳନାରେ ଟେଲିଭିଜନ ଷ୍ଟୁଡିଓ ଏବ˚ ଟ୍ବିଟର ହ୍ୟାଣ୍ତଲ ମାଧୢମରେ ହେଉଥିବା ବିତର୍କମାନ ସତେ ଯେମିତି ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇ ପଡ଼ିଛନ୍ତି। ଏଭଳି ସ୍ଥିତିରେ କିଛି ଟେଲିଭିଜନ୍‌ ଆଙ୍କୋରଙ୍କ ଦ୍ବାରା ସୃଷ୍ଟ କୋଳାହଳର ତୀବ୍ରତାରେ ବିତର୍କରେ ଅ˚ଶ ଗ୍ରହଣକାରୀମାନଙ୍କର ମସ୍ତିଷ୍କ ଅବକାଶ ନେବା ଏବ˚ ଜିହ୍ବା ସ୍ଖଳିତ ହେବା ସ୍ବାଭାବିକ ହୋଇ ପଡ଼ିଛି; ଯାହାର ଉଦାହରଣ ନୂପୁର ଶର୍ମା। କିନ୍ତୁ ସେ ଏହିଭଳି ଏକମାତ୍ର ଦୃଷ୍ଟାନ୍ତ ନୁହନ୍ତି; ଏଭଳି ଅନେକ ସୃଷ୍ଟି ହୋଇଛନ୍ତି।

ଆସନ୍ତା ୨୦୨୩ ମସିହା ଡିସେମ୍ବର ମାସରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ କହ୍ନୈୟାଲାଲଙ୍କ ହତ୍ୟା ପ୍ରସଙ୍ଗ ନିର୍ବାଚନରେ ପ୍ରମୁଖତା ଲାଭ କରିବାର ସମ୍ଭାବନା ଅଧିକ। ଏଭଳି ସ୍ଥିତିରେ ଯାହା ଅବଧାରିତ, ତାହା ହେଲା ରାଜନୀତୀକରଣ ହେତୁ ଯେଉଁ ବିମର୍ଶ ଓ ବ୍ୟାଖ୍ୟାନମାନ ସୃଷ୍ଟି ହେବ, ତହିଁରେ ଏହି ସ˚ଦର୍ଭ ଆବଶ୍ୟକ କରୁଥିବା ମାନସ ମନ୍ଥନ ବା ଗଭୀର ଚିନ୍ତନ ଲାଗି କୌଣସି ସୁଯୋଗ ରହିବ ନାହିଁ। ଯଦି ଏଭଳି ହୁଏ ତାହା ଦେଶ ଲାଗି ଦୁର୍ଭାଗ୍ୟଜନକ ହେବ। କାରଣ ଆତଙ୍କବାଦ ପ୍ରସଙ୍ଗ ସର୍ବଦା ରାଜନୀତିରୁ ଊର୍ଦ୍ଧ୍ବରେ ଦଳ ଓ ମତ ନିର୍ବିଶେଷରେ ସମନ୍ବିତ ଆଲୋଚନା ଓ କାର୍ଯ୍ୟାନୁଷ୍ଠାନର ପ୍ରତୀକ୍ଷା ରଖେ। ସେଥି ଲାଗି ସବୁଠାରୁ ଅଧିକ ଲୋଡ଼ା ରାଜନୈତିକ ପରିପକ୍ବତା।