ଗୁଜବର ଗୁ˚ଜନ?

ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ˚ପର୍କରେ ଯେଉଁ ଖବରଟି ସମଗ୍ର ପୃଥିବୀରେ ଅତ୍ୟନ୍ତ ଚହଳ ସୃଷ୍ଟି କରିଛି, ତାର ଉତ୍ପତ୍ତି ସ୍ଥଳ ହେଉଛି ସାମାଜିକ ଗଣମାଧୢମ, ଯାହାର କେହି ଜଣେ ଦୃଢ଼ ଓ ସର୍ବମାନ୍ୟ ନିୟନ୍ତା ଥିବା ଦୃଷ୍ଟିଗୋଚର ହୋଇ ନ ଥାଏ। ସୁତରା˚, ଏଭଳି ଏକ ନିତାନ୍ତ ସମ୍ବେଦନଶୀଳ ସମ୍ବାଦକୁ ଏକ ଗୁଜବ ବୋଲି ବିବେଚନା କରି ମୁଖ୍ୟ-ସ୍ରୋତୀୟ ଗଣମାଧୢମ ଏଥିରୁ ସତର୍କ ଦୂରତ୍ବ ରକ୍ଷା କରିବା ସହିତ ଏହି ସମ୍ବାଦ ପଛରେ ପ୍ରଶ୍ନବାଚକ ଚିହ୍ନ ଲଗାଇ ଏହାକୁ ସନ୍ଦେହାସ୍ପଦ ଦୃଷ୍ଟିରେ ଦେଖିଛନ୍ତି। ତେଣୁ, ଏଭଳି ମଧୢ ହୋଇପାରେ ଯେ ଏହି ସ୍ତମ୍ଭଟି ପ୍ରକାଶିତ ହେବା ବେଳକୁ ଧୂମ ପଟଳ ଅପସାରିତ ହୋଇ ଏହା ପ୍ରକୃତରେ କପୋଳକଳ୍ପିତ ଥିଲା ବୋଲି ସ୍ପଷ୍ଟ ହୋଇଯାଇଥାଇପାରେ। ତଥାପି ଏହି ଚାଞ୍ଚଲ୍ୟକର ସମ୍ବାଦକୁ ସହସା କାହିଁକି ବିଭ୍ରାନ୍ତକର ବୋଲି କହି ପରିତ୍ୟାଗ କରି ହେଉନାହିଁ, ତାହାର ମଧୢ ଯଥେଷ୍ଟ କାରଣ ରହିଛି; ଯାହା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ।

ହୁଏ’ତ ଏହି ସ୍ତମ୍ଭର ଅନେକ ପାଠକପାଠିକା ଅବଗତ ଥିବେ ଯେ ଶ˚ସିତ ସମ୍ବାଦଟି ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଅତର୍କିତ ଭାବେ ଗୃହବନ୍ଦୀ କରାଯାଇଥିବା ଭଳି ଏକ ଅନୁମାନଭିତ୍ତିକ ଧାରଣାକୁ କେନ୍ଦ୍ର କରି; ଯହିଁରେ ଆଶଙ୍କା ପ୍ରକଟ କରାଯାଇଛି ଯେ ଉଜ୍‌ବେକିସ୍ତାନରେ ଅନୁଷ୍ଠିତ ହୋଇଥିବା ‘ସା˚ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’ ବା ‘ଏସ୍‌ସିଓ’ ଶିଖର ସମ୍ମିଳନୀରୁ ବେଜି˚ ପ୍ରତ୍ୟାବର୍ତ୍ତନ କରିଥିବା ସି ଜିନପିଙ୍ଗଙ୍କୁ ବିମାନବନ୍ଦରରୁ ହିଁ ଗୃହବନ୍ଦୀରେ ପରିଣତ କରି ଦିଆଯାଇଛି। ତେବେ ଏଭଳି ଧାରଣା ସୃଷ୍ଟି ହେବା ପଛରେ ଯେଉଁ କାରଣମାନ ରହିଛନ୍ତି, ସେଗୁଡ଼ିକ ହେଲେ ‘ଏସ୍‌ସିଓ’ ସମ୍ମିଳନୀ ଅବସରରେ ପୂର୍ବ ନିର୍ଦ୍ଧାରିତ ରାଷ୍ଟ୍ର ମୁଖ୍ୟମାନଙ୍କ ନୈଶ ଭୋଜିରେ ଯୋଗ ନ ଦେଇ ଜିନପିଙ୍ଗଙ୍କ ଅଚାନକ ସମରକନ୍ଦରୁ ବେଜି˚ ପ୍ରତ୍ୟାବର୍ତ୍ତନ ଏବ˚ ତା’ ପର ଠାରୁ ଦୃଶ୍ୟପଟରୁ ଅନ୍ତର୍ହିତ ହୋଇ ରହିବା। ଏହାର ଦୃଷ୍ଟାନ୍ତ ବେଜି˚ ଠାରେ ଆୟୋଜିତ ‘ନେସନାଲ ଡିଫେନ୍‌ସ ଏଣ୍ତ ମିଲିଟାରି ରିଫର୍ମ‌୍‌’ ଶୀର୍ଷକ ସମ୍ମିଳନୀରେ ତାଙ୍କ ଅନୁପସ୍ଥିତି। ଦ୍ବିତୀୟ କାରଣଟି ହେଲା ଜେନିଫର ଜଙ୍ଗ ନାମକ ଲେଖିକା ଏବଂ ଵାନଜୁନ ସି ନାମକ ସମାଜ-କର୍ମୀଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ଭିଡିଓ ଚିତ୍ର ଏବ˚ ସନ୍ଦେଶ ଯାହା ବେଜି˚ ଅଭିମୁଖେ ଅଗ୍ରସର ହେଉଥିବା ସାମରିକ ଯାନଗୁଡ଼ିକର ଏକ ଅକଳ୍ପନୀୟ ଭାବେ ଦୀର୍ଘ ଅର୍ଥାତ୍‌ ଅଶୀ କିଲୋମିଟର ବ୍ୟାପୀ ପଟୁଆରକୁ ଦର୍ଶାଇବା ସହିତ ଜିନପିଙ୍ଗ ବିରୋଧୀ ଏକ ବିଦ୍ରୋହର ଇଙ୍ଗିତ ପ୍ରଦାନ କରିଥାଏ। ତୃତୀୟ କାରଣଟି ବେଜି˚ ବିମାନ ବନ୍ଦରରେ ପ୍ରାୟ ୬୦୦୦ ବିମାନର ଉଡ଼ାଣକୁ ଅଚାନକ ରଦ୍ଦ କରି ଦିଆଯିବା ନେଇ ସାମାଜିକ ଗଣମାଧୢମରେ ପ୍ରସାରିତ ଏକ ଖବର। ଉଲ୍ଲେଖଯୋଗ୍ୟ ଯେ ଏହି ଆଲେଖ୍ୟ ଲେଖା ହେବା ପର୍ଯ୍ୟନ୍ତ ଚୀନ ସରକାର ବା ସେଠାରେ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ଗଣମାଧୢମ ପକ୍ଷରୁ ଏ ସ˚ଦର୍ଭରେ ସ˚ପୂର୍ଣ୍ଣ ନିରବତା ଅବଲମ୍ବନ କରାଯାଇଛି, ଯାହା ଚୀନ ଭଳି ଏକ ତୀବ୍ର ପ୍ରତିକ୍ରିୟାଶୀଳ ଦେଶ ଲାଗି ଅସ୍ବାଭାବିକ। ସୁତରାଂ, ଏ ନେଇ ସୃଷ୍ଟ କଳ୍ପନାଜଳ୍ପନା ଅଧିକ ସାନ୍ଦ୍ର ହୋଇଛି।

କିନ୍ତୁ, ଏକ ସତର୍କ ଦୃଷ୍ଟି ଉପରୋକ୍ତ ଅନୁମାନଗୁଡ଼ିକୁ ହଠାତ୍‌ ବିଶ୍ବାସ କରିବାକୁ ବାରଣ କରିଥାଏ। ଏହା ବି ତ ସମ୍ଭବ ଯେ କୋଭିଡ୍‌ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରୁଥିବା ଚୀନ୍‌ରେ ବିଦେଶ ଫେରନ୍ତା ସି ଜିନପିଙ୍ଗ ଏକ ଅତ୍ୟନ୍ତ କଠୋର କ୍ବାରାନ୍‌ଟାଇନ୍‌ ମଧୢରେ ରହି ଦୃଶ୍ୟପଟରୁ ଅପସାରିତ ହୋଇ ଯାଇଛନ୍ତି! ସେମିତି ମାତ୍ର ଗୋଟିଏ ମିନିଟ୍‌ର ଭିଡିଓରେ ଦୃଶ୍ୟମାନ ସାମରିକ ଯାନର ପଟୁଆରକୁ ଏକ ବିଦ୍ରୋହ ସକାଶେ ଉଦ୍ଦିଷ୍ଟ ବୋଲି ଆଖ୍ୟା ଦେବା ଅଥବା ପଟୁଆରର ଦୈର୍ଘ୍ୟ ଅଶୀ କିଲୋମିଟର ବ୍ୟାପୀ ବୋଲି ଦାବି କରାଯିବା ଉପରେ ଅକୁଣ୍ଠ ବିଶ୍ବାସ ସ୍ଥାପନ କରାଯାଇ ନ ପାରେ। ଅବଶ୍ୟ, ‘ଫ୍ଲାଇଟ୍‌ରାଡାର୨୪’ ଭଳି ବିମାନ ଚଳାଚଳ ନିରୀକ୍ଷଣ କରୁଥିବା ‘େଵବ୍‌ସାଇଟ୍‌’ ସୂତ୍ରରୁ ବହୁ ସ˚ଖ୍ୟକ ବିମାନ ଉଡ଼ାଣ ରଦ୍ଦ ହେବା ଭଳି ତଥ୍ୟକୁ ସମର୍ଥନ କରାଯାଇଛି; ତଥାପି ସା˚ଘାଇ ଭଳି ମହାନଗରଗୁଡ଼ିକୁ ବିମାନ ସେବା ଅବ୍ୟାହତ ଥିବା ଦୃଷ୍ଟିରୁ ଏହା ପଛର କାରଣ ଏକ ଭୂଚଳନ ସୃଷ୍ଟି କଲା ଭଳି ବିଦ୍ରୋହ ନ ହୋଇ ସ୍ଥାନୀୟ କିଛି ହୋଇଥିବା ମଧ୍ୟ ସମ୍ଭବ! ପୁଣି ବଡ଼ କଥା ହେଲା, ଏଭଳି ଖବରର ସୂତ୍ରଧରମାନେ ସି ଜିନପିଙ୍ଗଙ୍କ ଆକ୍ରୋଶର ଶିକାର ହୋଇ ଚୀନ ବର୍ଜନ କରିଛନ୍ତି; ସୁତରା˚, ସେମାନଙ୍କ ଅନୁମାନ ପୂର୍ବାଗ୍ରହପ୍ରସୂତ ହେବାର ଯଥେଷ୍ଟ କାରଣ ମଧୢ ରହିଛି।

ତେବେ, ପ୍ରଶ୍ନ ଉଠିଥାଏ ଯେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ଥିବା ‘ଚୀନ କମ୍ୟୁନିଷ୍ଟ ପାର୍ଟି’ ବା ‘ସିସିପି’ର ବୈଠକରେ ସି ଜିନପିଙ୍ଗଙ୍କୁ ଲଗାତାର ତୃତୀୟ ଥର ସକାଶେ ରାଷ୍ଟ୍ରପତି କ୍ଷମତା ଅର୍ପଣ କରାଯାଇ ଏକ ଇତିହାସ ସୃଷ୍ଟିର ସମସ୍ତ ସମ୍ଭାବନା ଥିବା ବେଳେ ସେ କ୍ଷମତାଶୂନ୍ୟ ଏବ˚ ଜଣେ ଗୃହବନ୍ଦୀରେ ପରିଣତ ହୋଇଛନ୍ତି ବୋଲି ଆଶଙ୍କା ବା ଗୁଜବ ସୃଷ୍ଟି ହେଲା କାହିଁକି? ଏହାର ଉତ୍ତରରେ ଚୀନା ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ଦଳ ମଧୢରେ ଏକ ଶକ୍ତିଶାଳୀ ସି ଜିନପିଙ୍ଗ ବିରୋଧୀ ଗୋଷ୍ଠୀ ମଥା ଉତ୍ତୋଳନ କଲେଣି, ଯାହାର ଉଦାହରଣ ଗଲା ସପ୍ତାହରେ ଚୀନର ନ୍ୟାୟ ମନ୍ତ୍ରୀ (ଜଷ୍ଟିସ୍‌ ମିନିଷ୍ଟର) ଫୁ ଜେଙ୍ଗହୁଆଙ୍କୁ ପ୍ରଦାନ କରାଯାଇଥିବା ଯାବଜ୍ଜୀବନ କାରାଦଣ୍ତ (ମୃତ୍ୟୁ ଦଣ୍ତକୁ କୋହଳ କରି); ଯହିଁରେ ତାଙ୍କ ବିରୋଧରେ ଦର୍ଶାଯାଇଥିବା ଆରୋପ ସିନା ୧୬.୫ ନିୟୁତ ଡଲାରର ଦୁର୍ନୀତି, କିନ୍ତୁ ପ୍ରକୃତ କାରଣଟି ତାଙ୍କ ଦ୍ବାରା ସି ଜିନପିଙ୍ଗଙ୍କ କର୍ତ୍ତୃୃତ୍ବ ପ୍ରତି ଉତ୍ତୋଳନ କରାଯାଇଥିବା ପ୍ରଶ୍ନ। ଶୁଣିବାକୁ ମିଳିଥାଏ ଯେ ଦଳରେ ଜିନପିଙ୍ଗଙ୍କ ପ୍ରତିପକ୍ଷଙ୍କ ଏଭଳି ଏକ ଗୋଷ୍ଠୀ ସୃଷ୍ଟି ହୋଇଛି, ଦଳରେ ଯେଉଁମାନଙ୍କ ସ୍ଥାନ ଓ କ୍ଷମତା ଏକ ବିଦ୍ରୋହକୁ ସମ୍ଭବ କରିପାରେ ଏବ˚ ଚୀନରେ ଜିନପିଙ୍ଗଙ୍କ ଅନୁପସ୍ଥିତି ଏ ଦିଗରେ ଏକ ଚମତ୍କାର ସୁଯୋଗ ସୃଷ୍ଟି କରି ନ ଥିଲା କି?

ତେବେ ଏହା ମଧୢ ସତ ଯେ ଚୀନରେ ଇଣ୍ଟରନେଟ୍‌ ଦ୍ବାରା ସୃଷ୍ଟ ଗୁଜବର ସୁନାମି ପୃଥିବୀ ପ୍ରସିଦ୍ଧ, ଯାହା ସରକାରଙ୍କୁ ମଧ୍ୟ ଅତ୍ୟନ୍ତ ବିଚଳିତ କରି ସାରିଲାଣି। ୨୦୧୩ ମସିହାରୁ ଏହାକୁ ଦମନ କରିବା ଲାଗି ଚୀନ ସରକାର ବିଧିବଦ୍ଧ ଉଦ୍ୟମ ସହିତ କଠୋର ନିୟମମାନ ପ୍ରବର୍ତ୍ତନ କରି ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ୨୦୧୮ ମସିହାରେ ଚୀନ ସରକାରଙ୍କ ଦ୍ବାରା ସୃଷ୍ଟ ‘ପିୟାଓ’ ନାମକ ସରକାର ନିୟନ୍ତ୍ରିତ ‘ସମନ୍ବିତ ସାମାଜିକ ଗଣମାଧ୍ୟମ ମଞ୍ଚ’ର ଆବିର୍ଭାବ ପ୍ରଣିଧାନଯୋଗ୍ୟ, ଯେଉଁ ସ˚ଦର୍ଭରେ ଚୀନ ସରକାର କହିଥାନ୍ତି ଯେ ‘ପିୟାଓ’ ଦ୍ବାରା ସ୍ବୀକୃତ ହୋଇ ନ ଥିବା ସମ୍ବାଦମାନ (ବିଶେଷ କରି ରାଜନୈତିକ ଏବ˚ ଚୀନ ସରକାରଙ୍କ ସମ୍ବନ୍ଧିତ) ସ୍ବାଭାବିକ ଭାବେ ଗୁଜବ ରୂପେ ବିବେଚିତ ହେବା ଆବଶ୍ୟକ। କିନ୍ତୁ ଏ ପ୍ରକରଣରେ ରହିଥିବା ମୁଖ୍ୟ ବିଡ଼ମ୍ବନାଟି ହେଲା ଲୌହ ପରଦାର ଅନ୍ତରାଳରେ ରହିଥିବା ଚୀନରେ ସରକାରଙ୍କ ଅଧିକା˚ଶ କାର୍ଯ୍ୟକଳାପ ଉଭୟ ଚୀନର ନାଗରିକ ଏବ˚ ବିଶ୍ବ ସମୁଦାୟ ସକାଶେ ଅସ୍ବଚ୍ଛ, ଅବିଶ୍ବାସ୍ୟ ଏବ˚ ସନ୍ଦେହାସ୍ପଦ ହୋଇଥାଏ, ଯହିଁରେ ସରକାରଙ୍କୁ ସୁରକ୍ଷା ପ୍ରଦାନ କରି ସରକାରୀ ଗଣମାଧୢମ ବା ସାମାଜିକ ଗଣମାଧୢମ ସତ ବଦଳରେ ଗୁଜବ ପ୍ରଚାର କରନ୍ତି ଏବଂ ଅନେକ ସମୟରେ ଇଣ୍ଟର୍‌ନେଟ୍‌ରେ ପ୍ରସାରିତ ସତ୍ୟକୁ ଗୁଜବର ଆଖ୍ୟା ପ୍ରଦାନ କରନ୍ତି। ଏଭଳି ସ୍ଥଳେ ଚୀନରେ ସତ ଏବଂ ମିଛକୁ ନେଇ ଯେଉଁ ସ୍ପଷ୍ଟ-ଅସ୍ପଷ୍ଟ ବାତାବରଣ ସୃଷ୍ଟି ହୋଇଥାଏ, ତହିଁରେ କୌଣସି ବିଷୟରେ ସ୍ଥିର ନିଶ୍ଚିତ ହେବା କଷ୍ଟକର ହୋଇପଡ଼େ।

ଗୁଜବର ଶକ୍ତି ବିଷୟରେ ଆଲୋଚନା କଲା ବେଳେ ମୁଲ୍ଲା ନସିରୁଦ୍ଦିନଙ୍କ ଏକ ଲୋକପ୍ରିୟ ଗଳ୍ପ ସ୍ମରଣକୁ ଆସେ, ଯହିଁରେ ଶୁଣିବାକୁ ମିଳେ ଯେ ଗମାତ ଦେଖିବା ଉଦ୍ଦେଶ୍ୟରେ ମୁଲ୍ଲା ମାତ୍ର ଦୁଇ ଜଣ ଗାଁ ଲୋକଙ୍କୁ ଏକ ମିଛ କହି ଦିଅନ୍ତି ଯେ ପର ଦିନ ରାଜାଙ୍କ ଘରେ ଭୋଜିଭାତର ବ୍ୟବସ୍ଥା ଅଛି। ରାତାରାତି ମୁଲ୍ଲାଙ୍କ ଗୁଜବ ସ୍ବାଭାବିକ ଭାବେ ସହସ୍ର କାନ ହୁଏ। ପର ଦିନ ଯେତେବେଳେ ଶହ ଶହ ଲୋକ ରାଜ ଉଆସ ମୁହାଁ ହେଉଥିବା କଥା ମୁଲ୍ଲା ଦେଖନ୍ତି, ସେ ନିଜେ ମଧୢ ରାଜଉଆସ ଅଭିମୁଖେ ଦୌଡ଼ନ୍ତି। ଏହା ଦେଖି ତାଙ୍କ ପତ୍ନୀ ଯଦିଓ ସ୍ମରଣ କରାଇ ଦିଅନ୍ତି ଯେ ଏହା ତାଙ୍କ ଦ୍ବାରା ସୃଷ୍ଟ ଗୁଜବର ପରିଣତି ମାତ୍ର; ମୁଲ୍ଲା ଉତ୍ତର ଦିଅନ୍ତି ଏତେ ଲୋକ ଯାଉଛନ୍ତି ଅର୍ଥ କଥାଟା କାଳେ ସତ ହୋଇଥିବ!

ଗୁଜବର ଗୁ˚ଜରଣର ଏହା ହିଁ ଏକ ବଡ଼ ଶକ୍ତି। ତେଣୁ ଚୀନା ସାମାଜିକ ଗଣମାଧୢମରୁ ଶୁଭୁଥିବା ଗୁ˚ଜରଣକୁ ଗୁୁଜବ ବୋଲି ଅଭିହିତ କରୁଥିବା ଅସ˚ଖ୍ୟ ବ୍ୟକ୍ତି ଏହାକୁ ସ˚ପୂର୍ଣ୍ଣ ରୂପେ ଅବିଶ୍ବାସ ମଧୢ କରି ପାରୁ ନାହାନ୍ତି। କେତେକ ସ୍ଥଳେ ମୁଲ୍ଲା ନସିରୁଦ୍ଦିନଙ୍କ ଏହି ଗଳ୍ପଟିର ଏକ ପରିବର୍ଦ୍ଧିତ ରୂପ ମଧୢ ଦେଖିବାକୁ ମିଳେ। ତାହା ହେଲା, ମୁଲ୍ଲା ରାଜା ଉଆସରେ ପହଞ୍ଚି ଯାହା ଦେଖନ୍ତି ବିଶ୍ବାସ କରି ପାରନ୍ତି ନାହିଁ; କାରଣ ସତକୁ ସତ ସେଠାରେ ଭୋଜିଭାତର ବ୍ୟବସ୍ଥା ହୋଇଥାଏ!

ସମ୍ବନ୍ଧିତ ଖବର