ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ‘ଭାରତ ଯୋଡ଼ୋ ଯାତ୍ରା’ ଗଲା ଶୁକ୍ରବାର ଦିନ ଏକଶତତମ ଦିବସରେ ପଦାର୍ପଣ କରିବା ସହିତ ମୋଟ ୧୫୦ ଦିନ ସକାଶେ ନିର୍ଦ୍ଧାରିତ ଏହି ଯାତ୍ରା ତା’ର ଦୁଇ-ତୃତୀୟା˚ଶ ପୂର୍ଣ୍ଣ କରିପାରିଛି। ଗତି ପଥରେ ହଜାର ହଜାର ଲୋକଙ୍କୁ ଅନୁପ୍ରେରିତ ଓ ଅନ୍ତର୍ଭୁକ୍ତ କରି ପାରିଥିବା ଏହି ପଦଯାତ୍ରା ଇତିମଧୢରେ ୪୪୨ଟି ଜିଲ୍ଲା ଅତିକ୍ରମ କରି ସାରିଲାଣି। ଏଥିରେ ଦ୍ବିରୁକ୍ତିି ନାହିଁ ଯେ ଏକ ‘ଅଖିଳ ଭାରତୀୟ ଆବେଦନ’ ସହିତ ପ୍ରାରମ୍ଭ ହୋଇଥିବା ଏଭଳି ଏକ ରୋମା˚ଚ ସୃଷ୍ଟିକାରୀ ଅଭିିଯାନ ସା˚ପ୍ରତିକ କାଳରେ କୁତ୍ରାପି ଦୃଶ୍ୟମାନ ହୋଇନାହିଁ। ତା’ ସତ୍ତ୍ବେ ଏହି ଯାତ୍ରାରେ ନିହିତ ପ୍ରକୃତ ଉଦ୍ଦେଶ୍ୟ ବାବଦରେ ଚିନ୍ତା କଲେ ଏକ ଅପରିପକ୍ବତାର ଆଭାସ ମିଳିଥାଏ। କ˚ଗ୍ରେସ ଦଳ ଦ୍ବାରା ପ୍ରଦତ୍ତ ଏହି ଯାତ୍ରାର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ଯେ ଏହା ଏକ ‘ଚୁନାଓ ଜିତୋ’ ବା ‘ନିର୍ବାଚନ ଜିତ’ ଯାତ୍ରା ନୁହେଁ। ଏହାର ଅର୍ଥ ଏହି ଯାତ୍ରାର ପ୍ରକୃତ ଉଦ୍ଦେଶ୍ୟ ରାଜନୈତିକ-ସାମାଜିକ ବିଭାଜନର ଶିକାର ଭାରତରେ ରାଷ୍ଟ୍ରୀୟ ସ˚ହତି ସ୍ଥାପନ, ଯାହା ଦଳୀୟ ସ୍ବାର୍ଥର ଊର୍ଦ୍ଧ୍ବରେ! ଏକ ଆଦର୍ଶ ଭାବେ ଏହା ଅତ୍ୟନ୍ତ ଚମତ୍କାର; କିନ୍ତୁ ପ୍ରଶ୍ନ ଉଠେ ଯେ ଦ୍ବାର ଦେଶରେ ଉପନୀତ ନଅଟି ରାଜ୍ୟରେ ବିଧାନସଭା ନିର୍ବାଚନ (୨୦୨୩) ଏବ˚ ରାଷ୍ଟ୍ରବ୍ୟାପୀ ସାଧାରଣ ନିର୍ବାଚନ(୨୦୨୪) ପରିପ୍ରେକ୍ଷୀରେ କ˚ଗ୍ରେସ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଓ ନିରୋଳା ରାଜନୈତିକ ଦଳ କିଭଳି ଯୋଜନା ସହ ଭୂମି ଉପରେ ଅବତୀର୍ଣ୍ଣ ହେବାକୁ ଯାଉଛି?
Advertisment
ଉଲ୍ଲେଖଯୋଗ୍ୟ ଯେ କ˚ଗ୍ରେସ ଦ୍ବାରା ଏହି ଯାତ୍ରା ‘ନିର୍ବାଚନ ବିଜୟ’ ଉଦ୍ଦେଶ୍ୟରହିତ ବୋଲି ଘୋଷିତ ହୋଇଥିଲେ ସୁଦ୍ଧା ‘ଭାରତୀୟ ଜନତା ପାର୍ଟି’ ବା ବିଜେପି ତାକୁ ସେଭଳି ଆଲୋକରେ ନ ଦେଖି ଏହା ଦ୍ବାରା ସୃଷ୍ଟ ସମ୍ଭାବ୍ୟ ରାଜନୈତିକ ପ୍ରଭାବକୁ ପ୍ରତିହତ କରିବା ଲାଗି ବିଧିବଦ୍ଧ ପ୍ରୟାସରେ ନିମଗ୍ନ; ଯାହାର ପ୍ରମାଣ ଏହି ଯାତ୍ରା କାଳରେ ରାହୁଳ ଗାନ୍ଧୀଙ୍କ ଦ୍ବାରା ଉତ୍ତୋଳିତ ସମସ୍ତ ପ୍ରଶ୍ନ ଏବ˚ ପ୍ରସଙ୍ଗକୁ ଚୂର୍ଣ୍ଣ କରିବା ଲାଗି ବି‌େଜପି ଦ୍ବାରା ପରିଚାଳିତ ସାମାଜିକ ଗଣମାଧୢମର ଉଦ୍‌ଗ୍ରୀବତା ଏବ˚ ଚୀନରେ କୋଭିଡ୍‌ର ଉତ୍ତାଳ ତରଙ୍ଗ ପରିପ୍ରେକ୍ଷୀରେ ଭାରତରେ ସୃଷ୍ଟ ଉଦ୍‌ବେଗ ଆଧାରରେ ଏହି ଯାତ୍ରାରେ କୋଭିଡ୍‌ କଟକଣା ଜାରି କରାଯିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଦ୍ୟମ; ଯହିଁରେ ଅନେକ ଏହି ଯାତ୍ରାକୁ ଭଣ୍ତୁର କରିବାର ଅଭିସନ୍ଧି ଦେଖିଥାଆନ୍ତି। ଏଥିରୁ ଯାହା ଅତ୍ୟନ୍ତ ସ୍ପଷ୍ଟ, ତାହା ହେଲା ୨୦୧୪ ମସିହ ଠାରୁ ପରାଜୟର ପ୍ରପାତରେ ପଡ଼ି ତୀବ୍ର ବେଗରେ ନିମ୍ନଗାମୀ ହୋଇ ଚାଲିଥିବା କ˚ଗ୍ରେସକୁ ଏ ଯାବତ୍‌ ବିଜେପି ନିଜର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ରୂପେ ଦେଖିଥାଏ, ଏବ˚ ଭାରତକୁ ସ˚ପୂର୍ଣ୍ଣ କ˚ଗ୍ରେସ ମୁକ୍ତ ନ କରିବା ପର୍ଯ୍ୟନ୍ତ ଆତ୍ମତୃପ୍ତିର କୌଣସି ଅବକାଶ ନାହିଁ ବୋଲି ସମ୍ଭବତଃ ବିଚାର କରିଥାଏ। ଏଭଳି ସ୍ଥଳେ କ˚ଗ୍ରେସର ଆଭିମୁଖ୍ୟ ରାଜନୈତିକ ବାସ୍ତବତା ଦୃଷ୍ଟିକୋଣରୁ ଅପରିପକ୍ବ ଭଳି ମନେ ହୋଇ ନ ଥାଏ କି?
ଏହି ଅପରିପକ୍ବତାର ସଦ୍ୟତମ ନିଦର୍ଶନ ଉପଲବ୍‌ଧ ହୋଇସାରିଛି ଗୁଜରାଟ ନିର୍ବାଚନରୁ; ଯହିଁରେ ଦେଖିବାକୁ ମିଳିଲା ଯେ ୨୦୧୭ ନିର୍ବାଚନରେ ବିଜେପି ଶିବିରରେ ଆସନ୍ନ ପରାଜୟର କ˚ପନ ସୃଷ୍ଟି କରି ପାରିଥିବା କ˚ଗ୍ରେସ ଗଲା ନିର୍ବାଚନରେ ଜିଣିବାର କୌଣସି ଉତ୍କଣ୍ଠା କି ଆଗ୍ରହ ବା ଇଚ୍ଛାଶକ୍ତି ପ୍ରଦର୍ଶନ ନ କରି ଅତ୍ୟନ୍ତ ଦୟନୀୟ ପରାଭବର ଶିକାର ହେବା  ସହିତ ‘ଆମ ଆଦମି ପାର୍ଟି’ ଭଳି ଆଉ ଗୋଟିଏ ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳକୁ ଗୁଜରାଟ ଭୂମିରେ ଚେର ମେଲାଇବାରେ ସାହାଯ୍ୟ କରିଛି। କହିବା ଅନାବଶ୍ୟକ ଯେ ‘ଭାରତ ଯୋଡ଼ୋ’ ଯାତ୍ରା  ହେତୁ ସେଠାରେ ଦଳର ତାରକା ପ୍ରଚାରକମାନଙ୍କ ଅନୁପସ୍ଥିତି ଏବ˚ ‘ନିର୍ବାଚନୀ ବିଜୟ’ ଉଦ୍ଦେଶ୍ୟ ରହିତ ଏହି ଯାତ୍ରାକୁ ସେହି ସମୟରେ ଗୁଜରାଟ ଭୂମି ଠାରୁ ଦୂରରେ ରଖିବାର ଅବିମୃଶ୍ୟକାରୀ ଯୋଜନା ହେଉଛି ଏହା ପଛର କାରଣ; ଯେଉଁ କାରଣରୁ କଂଗ୍ରେସ ଶିବିରରେ ନିର୍ବାଚନଜନିତ ଉତ୍ତାପ ସୃଷ୍ଟି  ହୋଇ ପାରି ନ ଥିଲା।  ଗୁଜରାଟ ନିର୍ବାଚନ ଏଥି ଲାଗି ବି‌େଶଷ ମହତ୍ତ୍ବ ରଖେ ଯେ ଏଥିରେ ସଫଳତା ସିଧାସଳଖ ନରେନ୍ଦ୍ର ମୋଦୀ ଏବ˚ ଅମିତ ଶାହଙ୍କ ପ୍ରତି ଆହ୍ବାନ ରୂପେ ପରିଗଣିତ ହୁଅନ୍ତା।
ସୁତରା˚, ପ୍ରଶ୍ନ ଉଠିଥାଏ ଯେ ତାହା ହେଲେ କ’ଣ କ˚ଗ୍ରେସ ରାଜନୈତିକ କ୍ଷମତା ଦଖଲ ଲାଗି ବିଶେଷ ଆଗ୍ରହୀ ନୁହେଁ? ଏହି ପରିପ୍ରେକ୍ଷୀରେ ୨୦୧୩ ମସିହା ଜାନୁଆରି ମାସରେ ଦଳର ଉପ-ସଭାପତି ପଦାସୀନ ହେବା ପରେ ରାହୁଳ ଗାନ୍ଧୀଙ୍କ ଦ୍ବାରା ପ୍ରଦତ୍ତ ଭାଷଣର ସେହି ଗୋଟିଏ ଅଭିବ୍ୟକ୍ତି ସ୍ମରଣକୁ ଆସିଥାଏ, ଯାହା ସେତେବେଳେ ଦେଶବ୍ୟାପୀ ବିଶେଷ ଚର୍ଚ୍ଚାର ବିଷୟ ହୋଇଥିଲା, ଯାହା ହେଲା: ‘କ୍ଷମତା ବିଷ ସଦୃଶ’। ଏଠାରେ ପ୍ରଣିଧାନଯୋଗ୍ୟ ଯେ ମୂଳରୁ କ˚ଗ୍ରେସକୁ ଏକ ରାଜନୈତିକ ଦଳ ରୂପେ ବିଚାର କରୁ ନ ଥିବା ମହାତ୍ମା ଗାନ୍ଧୀ ଚାହିଁଥିଲେ ଯେ ଦେଶ ସ୍ବାଧୀନ ହେବା ପରେ ଆପଣା ଉଦ୍ଦେଶ୍ୟ ଚରିତାର୍ଥ କରି ସାରିଥିବା କ˚ଗ୍ରେସର ଅଗତ୍ୟା ବିଲୟ ଘଟୁ। କିନ୍ତୁ ଏହାର ବିପରୀତରେ ଯାଇ କ˚ଗ୍ରେସ ଏକ ପୂର୍ଣ୍ଣ ରାଜନୈତିକ ଦଳରେ ପରିଣତ ହେଲା। ଅଥଚ, କ˚ଗ୍ରେସର ପୁରୋଭାଗରେ ଥିବା ଗାନ୍ଧୀଜୀ ତଥା ସ୍ବାଧୀନତା ଆନ୍ଦୋଳନର ଅନ୍ୟାନ୍ୟ ନେତାଗଣଙ୍କ ଉଚ୍ଚ ନୈତିକ ଆଦର୍ଶ ଦୃଷ୍ଟିରୁ ଜନ ଧାରଣାରେ ରାଜନୈତିକ ନେତାମାନଙ୍କ ଯେଉଁ ଭାବମୂର୍ତ୍ତି ଗଢ଼ି ଉଠିଲା, ତାହା ଥିଲା ‘ଅବୈତନିକ ତ୍ୟାଗୀ ଜନ ସେବକ’ର, ଯାହା ଏ ଯାବତ୍‌ ଊଣାଅଧିକେ ବଳବତ୍ତର ରହିଛି, ଯେଉଁଥି ଲାଗି ଏବେ ସୁଦ୍ଧା ଜନ ପ୍ରତିନିଧିମାନଙ୍କ ବେତନ ବୃଦ୍ଧି ଦାବିକୁ ଏକ ଅନୁକୂଳ ଦୃଷ୍ଟିରେ ଦେଖା ଯାଇ ନ ଥାଏ। ଅଥଚ ପୃଥିବୀର ଅନ୍ୟ ସମସ୍ତ ଗଣତନ୍ତ୍ରରେ ରାଜନୀତି ଏକ ବୃତ୍ତି ରୂପେ ବିବେଚିତ ହୋଇଥାଏ, ଯେଉଁଠି ଜନମତ ଦ୍ବାରା ଉପଲବ୍‌ଧ କ୍ଷମତାକୁ ‘ବିଷ’ ନୁହେଁ, ବର˚ ଗଣତନ୍ତ୍ରର ଏକ ଭବ୍ୟ ଉପହାର ରୂପେ ଦେଖାଯାଇଥାଏ।
ତେବେ ଭାରତରେ ଘଟିଥିବା ରାଜନୈତିକ କ୍ରମ ବିବର୍ତ୍ତନର ବାସ୍ତବତାଟି ହେଲା ‘ତ୍ୟାଗୀ ଜନସେବକ’ର ଭାବମୂର୍ତ୍ତି ସତ୍ତ୍ବେ ରାଜନୈତିକ କ୍ଷମତା ହାସଲ କରିବା ହେଉଛି ପ୍ରତି ରାଜନୈତିକ ଦଳ ଏବ˚ ନେତାଙ୍କ ଏକମାତ୍ର ଅଭୀଷ୍ଟ, ଏବ˚ ଏହା ଦେଶକୁ ଦୀର୍ଘ ସତୁରି ବର୍ଷ କାଳ ଶାସନ କରିଥିବା କ˚ଗ୍ରେସ ଦଳ ସକାଶେ ଆଦୌ ଅପରିଚିତ ହୋଇ ନ ଥିବ। ସୁତରା˚, ୨୦୧୩ ମସିହାରେ ଏକ ‘ଅପରିଗ୍ରହୀ’ ସୁଲଭ ଆଚରଣ ପ୍ରଦର୍ଶନ କରିଥିବା ରାହୁଳ ଗାନ୍ଧୀ ତା’ର ନଅ ବର୍ଷ ପରେ ‘ଭାରତ ଯୋଡ଼ୋ’ ଯାତ୍ରା ଆୟୋଜନ ସ˚ଦର୍ଭରେ ପ୍ରାୟ ସମାନ ଦୃଷ୍ଟିକୋଣ ବହନ କରିଥିବା ସ୍ବାଭାବିକ ଭାବେ କ˚ଗ୍ରେସ ସମର୍ଥକ ଏବ˚ ଦଳୀୟ କର୍ମୀଙ୍କ ମଧୢରେ ସ˚ଶୟ ସୃଷ୍ଟି କରିଥାଏ। ପ୍ରଶ୍ନ ଉଠିଥାଏ ଯେ ରାହୁଳ ପ୍ରକୃତରେ କ’ଣ ଚାହାନ୍ତି?
ଏହି ଯାତ୍ରା ଦିଲ୍ଲୀରେ ପହଞ୍ଚିବା ପରେ ଲାଲକିଲ୍ଲା ଠାରେ ଏକ ବିଶାଳ ଜନ ସମାବେଶକୁ ଉଦ୍‌ବୋଧନ ଦେଇ ଗଲା ଶନିବାର ଦିନ ରାହୁୁଳ ଗାନ୍ଧୀ ଯାହା କହିବା ଶୁଣାଯାଇଛି, ତାହା ହେଲା ୨୨୮୦ କିଲୋମିଟର ଦୀର୍ଘ ଯାତ୍ରାର ଅନୁଭୂତିରୁ ସେ ନିଶ୍ଚିତ ଯେ ଦେଶର କୌଣସି ଠାରେ ସା˚ପ୍ରଦାୟିକ ବିଦ୍ବେଷର ଲେଶ ମାତ୍ର ଆଭାସ ନାହିଁ; କେବଳ ସରକାରଙ୍କ ନେପଥ୍ୟ ନିୟନ୍ତ୍ରଣରେ ପରିଚାଳିତ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ସା˚ପ୍ରଦାୟିକ ବିଦ୍ବେଷର ମିଥ୍ୟା ବ୍ୟାଖ୍ୟାନ ଓ ଉଚ୍ଚାଟ ସୃଷ୍ଟି କରୁଛନ୍ତି ଯାହା ଏବ˚ ଏହାର ଉଦ୍ଦେଶ୍ୟ ଦେଶକୁ ଆକ୍ରାନ୍ତ କରୁଥିବା ପ୍ରକୃତ ପ୍ରସଙ୍ଗଗୁଡ଼ିକ ଠାରୁ ଜନସାଧାରଣଙ୍କ ଧୢାନ ଦୂରେଇ ନେବା! କିନ୍ତୁ, ଏଭଳି ସ୍ଥଳେ ପ୍ରଶ୍ନ ଉଠିବ ନାହିଁ କି ଯଦି ବିଦ୍ବେଷ ହିଁ ନାହିଁ, ତେବେ ‘ଭାରତ ଯୋଡ଼ା’ ଯାତ୍ରାର ପ୍ରାସଙ୍ଗିକତା ବା କ’ଣ? କାହାକୁ ଯୋଡ଼ିବ ଏ ଯାତ୍ରା? ପୁଣି ଯଦି ରାହୁଳଙ୍କ ଏହି ଧାରଣା ସତ, ତେବେ ୨୦୧୪ ପରେ ବିଜେପିର ଅଭୂତପୂର୍ବ ଉତ୍‌ଥାନ ପଛରେ ‘ହିିନ୍ଦୁତ୍ବ ରାଜନୀତି’ର କ’ଣ କୌଣସି ଭୂମିକା ନାହିଁ? ତାହା ହେଲେ କ’ଣ ବିଜେପିର ଅଭ୍ୟୁତ୍‌ଥାନ ନେଇ ରାହୁଳ ଗାନ୍ଧୀଙ୍କ ଦ୍ବାରା ସୃଷ୍ଟ ଏତେ ଦିନର ବ୍ୟାଖ୍ୟାନ ନିରର୍ଥକ? ସୁତରା˚, ତାଙ୍କୁ ଅନ୍ୟାନ୍ୟ କାରଣ ଅନ୍ବେଷଣ କରିବାକୁ ପଡ଼ିପାରେ!
ଏଭଳି ଏକ ଆଲୋଚନା ବେଳେ କ˚ଗ୍ରେସ ଯୁବରାଜ ରାହୁଳ ଗାନ୍ଧୀ ଅନେକ ସମୟରେ ମହାନ ନାଟ୍ୟକାର ସେକ୍‌ସପିଅରଙ୍କ ପ୍ରସିଦ୍ଧ ଟ୍ରାଜେଡି ‘ହାମଲେଟ୍‌’ର ନାୟକ ଡେନମାର୍କର ରାଜପୁତ୍ର ହାମଲେଟ୍‌ ଭଳି ପ୍ରତୀୟମାନ ହୁଅନ୍ତି, ଯିଏ ତାଙ୍କ ଲାଗି କ’ଣ କରଣୀୟ ତାହା ସ୍ଥିର କରି ନ ପାରି ଦୁଃଖଦ ଅନ୍ତ ଭୋଗିଥିଲେ। ଉଲ୍ଲେଖନୀୟ ଯେ କ୍ଷମତାକୁ ବିଷ ତୁଲ୍ୟ ମଣୁଥିବା ରାହୁଳ ଗାନ୍ଧୀ ଏକ ହାମଲେଟ୍‌ ସୁଲଭ ଦ୍ବନ୍ଦ୍ବ ପ୍ରଦର୍ଶନ କରନ୍ତି ଯେତେବେଳେ କ˚ଗ୍ରେସ ଦଳ ଉପରେ କ୍ଷମତା ହସ୍ତାନ୍ତରଣର ପ୍ରସଙ୍ଗ ଉଠେ। ଅନେକ କହି ପାରନ୍ତି ଯେ ଦଳର ଅଧୢକ୍ଷ ଭାବେ ନିର୍ବାଚିତ ହେବା ପରେ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କୁ ରାହୁଳ ଗାନ୍ଧୀ କ୍ଷମତା ହସ୍ତାନ୍ତର କରି ସାରିଛନ୍ତି। କିନ୍ତୁ ଖଡ଼ଗେ ଯେ ଗାନ୍ଧୀ ପରିବାର ଦ୍ବାରା ପରିଚାଳିତ ସଖୀ କଣ୍ଢେଇ, ଏହା ସମସ୍ତ ସନ୍ଦେହର ଊର୍ଦ୍ଧ୍ବରେ। କିନ୍ତୁ ଖଡ଼ଗେଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିଥିବା କାରଣରୁ ବରିଷ୍ଠ କ˚ଗ୍ରେସ ନେତା ଶଶୀ ଥରୁରଙ୍କୁ ଏହି ନିର୍ବାଚନ ପରେ ଯେଉଁଭଳି ଅପମାନର ଶରବ୍ୟ କରାଯାଇଛି, ତାହା ପ୍ରମାଣ କରେ ଯେ ଏହା ରାହୁଳଙ୍କ ଆକ୍ରୋଶର ପରିଣାମ ଏବ˚ କ˚ଗ୍ରେସର ପ୍ରଭୁତ୍ବ ନେଇ ରାହୁଳ ଗାନ୍ଧୀ ‘କ୍ଷମତା ନିର୍ଲିପ୍ତ’ ହୋଇ ପାରିନାହାନ୍ତି। ତେଣୁ ମୂଳ ପ୍ରଶ୍ନ ହେଲା ରାହୁଳ ଗାନ୍ଧୀ ପ୍ରକୃତରେ କ’ଣ ଚାହାନ୍ତି? ଏହା ଅନୁତ୍ତରିତ ହୋଇ ନ ରହୁ। କାରଣ, ରାହୁଳଙ୍କ ଠାରେ ହାମଲେଟ୍‌ ସୁଲଭ ଆଚରଣ ନା ତାଙ୍କ ଲାଗି ନା ଦଳ ଲାଗି ଶୁଭଙ୍କର ହେବ!