୨୦୨୨ର ଅବଶେଷ ଉପରେ ୨୦୨୩ କେଉଁ ଭଳି ଭାବେ ନିର୍ମିତ ହେବାକୁ ଯାଉଛି, ସେ ନେଇ କେତେକ ଅନୁମାନଭିତ୍ତିକ ଭବିଷ୍ୟତ୍ବାଣୀ ନୂତନ ବର୍ଷର ଦ୍ବିତୀୟ ଦିବସରେ କରାଯାଇପାରେ, ଯଦିଓ ନିୟତି ଦ୍ବାରା ‘ସୃଷ୍ଟି’ ନାମକ ନାଟକର ଚିତ୍ରନାଟ୍ୟ ମୂଳରୁ ଅଦୃଶ୍ୟ ସ୍ୟାହିରେ ଲେଖା ହୋଇସାରିଛି, ଯାହା ସହିତ ଏ ପୂର୍ବାନୁମାନଗୁଡ଼ିକ ହୁଏ’ତ ଅନେକ ସମୟରେ ମେଳ ଖାଇ ନ ପାରେ! ଚଳିତ ବର୍ଷ ‘ଜି-୨୦’ ରାଷ୍ଟ୍ର ଗୋଷ୍ଠୀର ଅଧୢକ୍ଷ ଦାୟିତ୍ବ ଗ୍ରହଣ କରିଥିବା ଭାରତ ନିଶ୍ଚିତ ଭାବେ ଆନ୍ତର୍ଜାତିିକ ମଞ୍ଚରେ ଅଧିକ ପ୍ରଭାବଶାଳୀ ଭୂମିକାରେ ଅବତୀର୍ଣ୍ଣ ହେବ। ଏ ସ˚ଦର୍ଭରେ ଭାରତ ଦ୍ବାରା ପ୍ରଦତ୍ତ ବାର୍ତ୍ତାଟି ହେଉଛି- ଗୋଟିଏ ଧରିତ୍ରୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ୍; ଯାହାର ଅର୍ଥ ଏ ପୃଥିବୀ ଗୋଟିଏ ପରିବାର ଏବ˚ ସେହି ଆଧାରରେ ଏହାର ଯେ କୌଣସି ଭବିଷ୍ୟତ୍ର ଅ˚ଶୀଦାର ସମସ୍ତ ପୃଥିବୀବାସୀ ହେବେ; ସୁତରା˚, ଏଭଳି ଏକ ଛନ୍ଦାଛନ୍ଦି ଜୀବନରେ ପୃଥିବୀର ଯେ କୌଣସି କୋଣରେ ସ˚ଘଟିତ ହେଉଥିବା ସାମାନ୍ୟ ଏକ ଘଟଣାର ପ୍ରଭାବ ମଧୢ ସର୍ବତ୍ର ଅନୁଭୂତ ହୋଇପାରେ। ଏହି ଦୃଷ୍ଟିରୁ ବିଚାର କରି ୨୦୨୩ ମସିହାରେ ପୃଥିବୀର ରୂପରେଖ ଉପରେ ଏକ ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ!
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ପୃଥିବୀ ସାତଟି ରାଷ୍ଟ୍ରରେ ନିର୍ବାଚନ ଦେଖିବ, ଯେଉଁଗୁଡ଼ିକ ହେଲେ ନାଇଜେରିଆ, ତୁର୍କୀ, ଥାଇଲାଣ୍ତ, ଆର୍ଜେଣ୍ଟିନା, ପାକିସ୍ତାନ, ବା˚ଲାଦେଶ ଏବ˚ ଜିମ୍ବାେଵ। ଏହି ସବୁ ଦେଶର ନିର୍ବାଚନଗୁଡ଼ିକ ପରସ୍ପର ଠାରୁ ବିଚ୍ଛନ୍ନ ଏବ˚ ଦୂରବର୍ତ୍ତୀ ହୋଇଥିଲେ ସୁଦ୍ଧା ଯଦି ବର୍ତ୍ତମାନ ପରିଦୃଷ୍ଟ ହେଉଥିବା ଏକ ଧାରା ଭଳି ଦକ୍ଷିଣପନ୍ଥୀ ଏବ˚ ଦୃଢ଼ ‘ଆଲ୍ଫା ପୁରୁଷ’ ଚରିତ୍ର ବହନକାରୀ ନେତାମାନେ ଏ ସବୁ ଦେଶରେ କ୍ଷମତାସୀନ ହୁଅନ୍ତି, ତେବେ ପରବର୍ତ୍ତୀ କାଳରେ ଯୁଦ୍ଧ, ଗୃହଯୁଦ୍ଧ, ଆନ୍ତର୍ଜାତିକ ରାଜନୀତିରେ ନୂତନ ଧ୍ରୁବର ସୃଷ୍ଟି ଏପରିକି ଆତଙ୍କବାଦର ପ୍ରୋତ୍ସାହନ ଭଳି କ୍ଷେତ୍ରରେ ନୂଆ ଦୃଶ୍ୟମାନ ଦିଶିପାରେ। ଆଗାମୀ ପାକିସ୍ତାନ ନିର୍ବାଚନରେ ଇମରାନ ଖାଁଙ୍କ ନେତୃତ୍ବରେ ତାଙ୍କ ଦଳ ‘ପାକିସ୍ତାନ ତେହରିକ ଏ ଇନସାଫ୍’ ଦଳର ପ୍ରଦର୍ଶନ ହେଉ ଅଥବା ‘ତେହରିକ ଏ ଲବ୍ବାକ୍-ପାକିସ୍ତାନ’ ଭଳି ଏକ ଚରମ ମୌଳବାଦୀ ଏବ˚ ଅନେକଙ୍କ ମତରେ ଆତଙ୍କବାଦୀ ଚିନ୍ତାଧାରା ଦ୍ବାରା ପରିଚାଳିତ ଦଳର ଅଭ୍ୟୁଦୟ ହେଉ; ଏଭଳି ଘଟଣାମାନ ବିଶ୍ବ ରାଜନୀତିକୁ ପ୍ରଭାବିତ କରିବ। କାରଣ ଚୀନ ଓ ଆମେରିକା ମଧୢରୁ ପାକିସ୍ତାନ କାହା ପକ୍ଷକୁ ଢଳିବ? ଅଥବା ଆତଙ୍କବାଦକୁ ଆନୁଷ୍ଠାନିକ ପୃଷ୍ଠପୋଷକତା ମିଳିବା ଭଳି ସ୍ଥିତି ସେଠାରେ ସୃଷ୍ଟି ହେବ କି ନାହିଁ? ଭଳି ପ୍ରଶ୍ନର ଉତ୍ତର ଏହି ବର୍ଷ ହିଁ ମିଳିବ। ସେହିଭଳି ବା˚ଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଠାରେ ନେତୃତ୍ବ ବୈରାଗ୍ୟର ଆଭାସ ମିଳୁଥିବାରୁ ତାହା ଖାଲେଦା ଜିଆଙ୍କ ନେତୃତ୍ବାଧୀନ ଦକ୍ଷିଣ ପନ୍ଥୀ ଦଳ ‘ବା˚ଲାଦେଶ ନେସନାଲିଷ୍ଟ ପାର୍ଟି’ ଲାଗି ଏକ ସୁଯୋଗ ସୃଷ୍ଟି କରିବ ନା ନାହିଁ ତାହା ମଧୢ ଗୋଟିଏ ପ୍ରଶ୍ନ, ଯାହାର ଉତ୍ତର ଚଳିତ ବର୍ଷ ମିଳିଯିବ। ଭାରତ ସକାଶେ ତା’ର ଏହି ଦୁଇ ପଡ଼ୋଶୀ ରାଷ୍ଟ୍ରର ନିର୍ବାଚନ ଫଳାଫଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ। ସ˚ପ୍ରତି ଚୀନ ଏବ˚ ଆମେରିକା ମଧୢରେ ଚାଲିଥିବା ତିକ୍ତତାପୂର୍ଣ୍ଣ ପ୍ରତିଦ୍ବନ୍ଦ୍ବିତା ଦୃଷ୍ଟିରୁ ଏହା ଏକ ବାସ୍ତବତା ଯେ ଏହି ସବୁ ରାଷ୍ଟ୍ରର ନବ ନିର୍ବାଚିତ ସରକାରଗୁଡ଼ିକ କାହା ପକ୍ଷଭୁକ୍ତ ହେବେ, ତାହା ଆନ୍ତର୍ଜାତିକ ରାଜନୈତିକ ସ˚ପର୍କର ରୂପରେଖକୁ ନିର୍ଦ୍ଧାରିତ କରିବ।
ପ୍ରକାଶ ଥାଉ କି ୨୦୨୧ ମସିହାର କରୋନା ପାନ୍ଡେମିକ୍ ଏବ˚ ୨୦୨୨ ମସିହାର ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଛାୟା ତଳେ ୨୦୨୩ ମସିହାରେ ପୃଥିବୀର ସମ୍ଭାବ୍ୟ ଆର୍ଥିକ ସ୍ଥିତି ବିଷୟରେ ଆଲୋଚନା ବେଳେ ‘ଦ ସେଣ୍ଟର ଫର ଇକୋନୋମିକ୍ ଏଣ୍ତ ବିଜିନେସ୍ ରିସର୍ଚ’ ସୂତ୍ରରୁ କରାଯାଇଥିବା ଆକଳନ ବିଶେଷ ପ୍ରଣିଧାନଯୋଗ୍ୟ ଭଳି ମନେ ହୋଇଥାଏ। ତାହା କହିଛି ଯେ ୨୦୨୩ରେ ପୃଥିବୀର ଆର୍ଥିକ ଅଭିବୃଦ୍ଧିର ହାର ପୂର୍ବର ଆକଳନ ଅନୁସାରେ ନ ହୋଇ ଅତ୍ୟନ୍ତ ମନ୍ଥର ହେବ, ଯାହା ଫଳରେ ବିଶ୍ବ ଜି.ଡି.ପି.ରେ ମାତ୍ର ୨ ପ୍ରତିଶତ ବୃଦ୍ଧ ଘଟିପାରେ। ପ୍ରକାଶ ଥାଉ କି ପାନ୍ଡେମିକ୍ ଏବ˚ ଯୁଦ୍ଧ କାରଣରୁ ସମଗ୍ର ପୃଥିବୀ ତୀକ୍ଷ୍ଣ ମୁଦ୍ରାସ୍ଫୀତିର କବଳରେ; ଯାହାର ମୁକାବିଲା ଅନେକ ରାଷ୍ଟ୍ରଙ୍କୁ ଋଣଗ୍ରସ୍ତ ହେବାକୁ ବାଧୢ କରିଛି, ଯାହା ପ୍ରକାରାନ୍ତରେ ସେମାନଙ୍କ ଅର୍ଥନୀତିକୁ ୨୦୨୩ରେ ସ˚କୁଚିତ କରିବ। ତେବେ ୨୦୨୩ ମସିହାରେ ଭାରତର ଆର୍ଥିକ ଅଭିବୃଦ୍ଧି ଏକ ସନ୍ତୋଷଜନକ ୬ ପ୍ରତିଶତରେ ରହିବ ଏବ˚ ୨୦୩୫ ମସିହା ବେଳକୁ ଭାରତ ୧୦ ଟ୍ରିଲିଅନ ଡଲାରର ଅର୍ଥନୀତିରେ ପରିଣତ ହେବା ସହିତ ପୃଥିବୀର ତୃତୀୟ ବୃହତ୍ତମ ସ୍ଥାନରେ ରହିବ ବୋଲି ଏହି ଆକଳନ କହିଥାଏ।
ଏହା ସମସ୍ତେ ସ୍ବୀକାର କରିବେ ଯେ ଯେଉଁ ଗୋଟିଏ କାରଣରୁ ଏକବି˚ଶ ଶତାବ୍ଦୀ ତା’ର ପୂର୍ବ ଶତାବ୍ଦୀ ଠାରୁ ସ˚ପୂର୍ଣ୍ଣ ଭିନ୍ନ ଏକ ଯୁଗରେ ପରିଣତ ହେଲା, ତାହା ହେଉଛି ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଅଦ୍ଭୁତ ଏବ˚ ଅଭୂତପୂର୍ବ ବିକାଶ। ସୂଚନା ପ୍ରଯୁକ୍ତିର କ୍ରମ ବିବର୍ତ୍ତନରେ ବର୍ତ୍ତମାନ ପୃଥିବୀ ଯେଉଁ ସୋପାନରେ ବିଦ୍ୟମାନ, ତାହାକୁ ‘େଵବ୍ ୨.୦’ ବୋଲି କୁହାଯାଇଥାଏ। ବିଶେଷଜ୍ଞମାନେ କହିଥାଆନ୍ତି ଯେ ସ˚ପ୍ରତି ସୂଚନା ପ୍ରଯୁକ୍ତିର ବିକାଶ ‘େଵବ୍ ୩.୦’ ସୋପାନକୁ ଉନ୍ନୀତ ହେବାର ଆଭାସ ପ୍ରଦାନ କଲାଣି, ଯାହାର ଆଦ୍ୟ ପ୍ରଭାବ ୨୦୨୩ର ପୃଥିବୀବାସୀ ଅନୁଭବ କରିବେ। ସରଳ ଭାବେ ଓ ଅତ୍ୟନ୍ତ ସ˚କ୍ଷେପରେ କହିଲେ ‘େଵବ୍ ୩.୦’ ଯେଉଁ ସ୍ଥିତି ସୃଷ୍ଟି କରିବ ସେଥିରେ ସୂଚନାର ପ୍ରସାରଣ କୌଣସି ସରକାର ବା ଅତିକାୟ କର୍ପୋରେଟ୍ଗୁଡ଼ିକ ଦ୍ବାରା ପରିଚାଳିତ ‘ସାମାଜିକ ଗଣମାଧୢମ ମଞ୍ଚ’ଗୁଡ଼ିକ ଦ୍ବାରା ନିୟନ୍ତ୍ରଣାଧୀନ ହେବେ ନାହିଁ। ସମସ୍ତ ‘ଡାଟା’ ଏବ˚ ସୂଚନା କେବଳ ବ୍ୟବହାରକାରୀଙ୍କ ନିୟନ୍ତ୍ରଣରେ ହିଁ ରହିବ। ଏହା ଦ୍ବାରା ଏକ ସ˚ପୂର୍ଣ୍ଣ ମୁକ୍ତ ସାମାଜିକ ଗଣମାଧୢମ କ୍ଷେତ୍ର ସୃଷ୍ଟି ହେବ, ଯହିଁରେ ‘ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ’ ବା ‘କୃତ୍ରିମ ବୁଦ୍ଧିମତ୍ତା’ ଏକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବ। ଯଦିଓ ‘େଵବ୍ ୩.୦’ ଦ୍ବାରା ‘ଭର୍ଚ୍ୟୁାଆଲ ରିଏଲିଟି’ ବା ‘ପ୍ରତୀୟମାନ ବାସ୍ତବତା’ରେ ଅକଳ୍ପନୀୟ ପରିବର୍ତ୍ତନମାନ ଦୃଶ୍ୟମାନ ହେବ, ଏହା ଏହା ସ˚ପୂର୍ଣ୍ଣ ରୂପ ଲାଭ କରିବାକୁ ହୁଏ’ତ ଆଉ ଗୋଟିଏ ଦଶନ୍ଧି ଲାଗିଯାଇପାରେ। ତେବେ ୨୦୨୩ରୁ ହିଁ ଏହି ପରିବର୍ତ୍ତନର ମୃଦୁ ଲକ୍ଷଣଗୁଡ଼ିକ ପ୍ରକଟିତ ହୋଇପାରେ।
୨୦୨୨ ମସିହାରେ ପୃଥିବୀ କରୋନା ଠାରୁ ମୁକ୍ତ ବୋଲି ଆପାତତଃ ଏକ ଆଶା ସ˚ଚାରିତ ହେଉଥିବା ବେଳେ ୨୦୨୨ର ଅନ୍ତିମ ଭାଗରେ ଚୀନରେ ଦୃଶ୍ୟମାନ ହୋଇଥିବା କରୋନାର ଭୟାବହ ବିସ୍ଫୋରଣ ପୁଣି ଥରେ ସମଗ୍ର ପୃଥିବୀ ଲାଗି ସତର୍କ ଘଣ୍ଟି ବଜାଇଛି। କିନ୍ତୁ ଏ ପରିପ୍ରେକ୍ଷୀରେ ଏକ ବାସ୍ତବତା ହେଲା କରୋନା ସହିତ ସ˚ଘର୍ଷ କରି ସାରିଥିବା ପୃଥିବୀ ଏବେ ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତି, ଉଚ୍ଚକୋଟୀର ଭ୍ୟାକ୍ସିନ୍ ଏବ˚ ସୁଦୃଢ଼ ହସପିଟାଲ ବ୍ୟବସ୍ଥା ସହିତ ଆଉ ଏକ ସ˚କ୍ରମଣର ସମ୍ମୁଖୀନ କରିବା ନେଇ ଅଧିକ ପ୍ରସ୍ତୁତ। ପ୍ରକାଶ ଥାଉ କି ବର୍ତ୍ତମାନ ପୃଥିବୀର ଅନ୍ତତଃ ୧୦୭ଟି ଗବେଷଣାଗାରରେ ଏଭଳି ଟିକାର ବିକାଶ ଦିଗରେ କାର୍ଯ୍ୟ ଅଗ୍ରସର ହେଉଛି, ଯହିଁରେ କରୋନା ପରିବାରର ସମସ୍ତ ଭୂତାଣୁକୁ ପ୍ରତିହତ କରିବାର ସାମର୍ଥ୍ୟ ରହିବ। ସୁତରା˚, ୨୦୨୩ରେ ପୁନର୍ବାର ଏକ ଭୟାବହ ପାନ୍ଡେମିକର ଆଶା କ୍ଷୀଣ।
୨୦୨୦ ମସିହାରେ ପାନ୍ଡେମିକ ହେତୁ ସମଗ୍ର ପୃଥିବୀ ‘ଲକ୍ଡାଉନ୍’ ମଧୢକୁ ନିକ୍ଷେପିତ ହୋଇଥିଲା। କିନ୍ତୁ ସୂଚନା ପ୍ରଯୁକ୍ତି ବିଜ୍ଞାନର ଆଶୀର୍ବାଦ ଫଳରେ ‘ଶିକ୍ଷା’ ଓ ‘କାର୍ଯ୍ୟ’ ଗୃହ ମଧୢରୁ ସ˚ପାଦିତ ହୋଇ ପୃଥିବୀକୁ ସ୍ଥାଣୁ ହେବାକୁ ଦେଇ ନ ଥିଲା। ଏବ˚ ଏହା ସହିତ ଏକ ‘ସ˚କର କାର୍ଯ୍ୟ ସ˚ସ୍କୃତି’ ଜନ୍ମଲାଭ କରିଛି, ଯହିଁରେ ଉଭୟ ଦପ୍ତର ଏବ˚ ଗୃହରେ କାର୍ଯ୍ୟ ସ˚ପାଦନ କରିବାର ସୁଯୋଗ ଉତ୍ପନ୍ନ ହୋଇଛି। ଏଭଳି ସ୍ଥଳେ ୨୦୨୩ରେ କାର୍ଯ୍ୟ ସ˚ସ୍କୃତି କି ରୂପ ନେବ ତାହା ଏବେ ସୁଦ୍ଧା ଅସ୍ପଷ୍ଟ। ବର୍ତ୍ତମାନ ଅଧିକରୁ ଅଧିକ କ˚ପାନିର ପରିଚାଳକମାନେ ସେମାନଙ୍କ କର୍ମଚାରୀମାନଙ୍କୁ ଦପ୍ତରର ଶୃଙ୍ଖଳା ମଧୢକୁ ଆଣିବାକୁ ଚାହୁଁଥିବାରୁ ଏହା କେତେକ କ୍ଷେତ୍ରରେ କର୍ମଚାରୀ ଏବ˚ ପରିଚାଳକଙ୍କ ମଧୢରେ ମୃଦୁ ମତାନୈକ୍ୟ ଏବ˚ ଏପରିକି ସ˚ଘର୍ଷର କାରଣ ମଧୢ ହୋଇପାରେ!
ତେବେ, ୨୦୨୩ ମସିହା ଲାଗି ଯୁଦ୍ଧ ଓ ଅଶାନ୍ତି ନେଇ ଅଗତ୍ୟା କୌଣସି ପୂର୍ବାନୁମାନ କରାଯିବା ସମ୍ଭବ ନୁହେଁ। କାରଣ ସ˚ପ୍ରତି ଏକ ପୂର୍ଣ୍ଣ ଯୁଦ୍ଧ ସହିତ ଅନ୍ତତଃ ତିନିଟି ଭିନ୍ନ ଭିନ୍ନ ଦେଶରେ ଗୃହଯୁଦ୍ଧମାନ ଚାଲିଛି। ତା’ ଛଡ଼ା କିଛି ଶକ୍ତିିଶାଳୀ ଓ ଉଦ୍ଧତ ରାଷ୍ଟ୍ର ଏଭଳି ଯୁଦ୍ଧଖୋର ମନୋବୃତ୍ତି ପ୍ରଦର୍ଶନ କରୁଛନ୍ତି ଯେ ୨୦୨୩ ଯଦି ଆଉ କୌଣସି ନୂତନ ସ˚ଘାତ ନ ଦେଖି ସମାପ୍ତ ହୁଏ, ତେବେ ତାକୁ ଏକ ସୌଭାଗ୍ୟ ବୋଲି କହିବାକୁ ହେବ।