ସ୍ମୃତି ଚାରଣ

ଭାରତର ସ୍ବାଧୀନତା ପ୍ରାପ୍ତି କ୍ଷଣର ଯେଉଁ ଏକ କାହାଣୀ ଇତିହାସ ପୃଷ୍ଠାରେ ପ୍ରାୟ ଅଦୃଶ୍ୟ ବା ଅନୁଚ୍ଚାରିତ ହୋଇ ରହି ଯାଇଥିଲା, ତହିଁରେ ହଠାତ୍‌ ଜୀବନ ସ˚ଚାର ଘଟିବା ସହିତ ତାହା ଭାରତୀୟ ଜନ ମାନସରେ ଏକ ମଧୁର ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଥିରେ ସନ୍ଦେହ ନାହିଁ ଯେ ସ˚ପ୍ରତି ଗଣମାଧୢମର ଶିରୋନାମାରେ ଆସ୍ଥାନ ଜମାଇଥିବା ଏହି ବିଷୟଟି ସ˚ପର୍କରେ ଅଧିକା˚ଶ ପାଠକପାଠିକା ଊଣାଅଧିକେ ଅବଗତ ଥିବେ; ଯାହା ହେଲା ବ୍ରିଟିସ୍‌ ଠାରୁ ଭାରତୀୟମାନଙ୍କ ନିକଟକୁ କ୍ଷମତା ହସ୍ତାନ୍ତରଣର ସେହି ଅତୁଲ୍ୟ କ୍ଷଣ ଏକ ସା˚କେତିକ ରାଜ୍ୟାଭିଷେକ ତୁଲ୍ୟ ଉତ୍ସବରେ ଔଜ୍ଜ୍ବଲ୍ୟ ଲାଭ କରିବା ପରେ ସହସା ଲଭିଯାଇ ବିସ୍ମୃତିର ଗର୍ଭକୁ ଚାଲିଯିବା ଏବ˚ ପ୍ରାୟ ସାତ ଦଶନ୍ଧି ପରେ ବର୍ତ୍ତମାନ ପୁଣି ଚମକ ଲାଭ କରି ସାଧାରଣ ଜନତାଙ୍କ ଉତ୍ସାହ, ଆଗ୍ରହ ଏବ˚ ଚର୍ଚ୍ଚାର କେନ୍ଦ୍ରରେ ପହଞ୍ଚିଯିବା। ଏଥିରେ ଦ୍ବିରୁକ୍ତି ନାହିଁ ଯେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନ ଅବସରରେ ଏଭଳି ଏକ ସ˚ଦର୍ଭ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ପ୍ରଥମେ ଚୁମ୍ବକରେ ଇତିହାସର ସେହି କାହାଣୀ। ସ୍ବାଧୀନତାର ଅବ୍ୟବହିତ ପୂର୍ବରୁ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟାକୁ ସ୍ମରଣଯୋଗ୍ୟ କରି ରଖିିବା ଲାଗି ଲର୍ଡ ମାଉଣ୍ଟବ୍ୟାଟେନଙ୍କ ଆଗ୍ରହ ହେତୁ ପଣ୍ତିତ ଜଵାହରଲାଲ ନେହରୁ ତାଙ୍କ ସତୀର୍ଥ ତାମିଲ ବିଦ୍ବାନ ଓ ବିଶିଷ୍ଟ ସ୍ବାଧୀନତା ସ˚ଗ୍ରାମୀ ସି. ରାଜଗୋପାଳାଚାରୀଙ୍କ ଠାରୁ ଏ ସ˚ପର୍କରେ ପରାମର୍ଶ ଲୋଡ଼ିଥିଲେ; ଯହିଁରେ ରାଜଗୋପାଳାଚାରୀ ଦାକ୍ଷିଣାତ୍ୟର ପ୍ରାଚୀନ ଓ ସମୃଦ୍ଧ ଚେର ବା ଚୋଳ ବା ପାଣ୍ତ୍ୟା ଆଦି ରାଜବ˚ଶ ଦ୍ବାରା ଅନୁସୃତ କ୍ଷମତା ହସ୍ତାନ୍ତରଣର ପର˚ପରା ଅନୁସାରେ ରାଜଦଣ୍ତ (ତାମିଲ ଭାଷାରେ ‘ସେଙ୍ଗୋଲ’) ବଦଳ ବିଷୟ କହିଥିଲେ। ଏହା ପରେ ଏଭଳି ଏକ ‘ସେଙ୍ଗୋଲ’ର ନିର୍ମାଣ ଦାୟିତ୍ବ ଗ୍ରହଣ କରି ରାଜଗୋପାଳାଚାରୀ ତାମିଲନାଡୁର ‘ତିରୁବାବାଦିତୁରାଇ ଅଧୀନମ’ ନାମକ ଶୈବ ମଠର ସାହାଯ୍ୟ ଲୋଡ଼ି ତତ୍କାଳୀନ ପ୍ରସିଦ୍ଧ ତାମିଲ ଅଳଙ୍କାର ନିର୍ମାତା ଭୂମିଦି ବାଙ୍ଗାରୁ ପରିବାର ଦ୍ବାରା ତା’ର ନିର୍ମାଣ କରାଇଥିଲେ। ୧୯୪୭ ମସିହା, ଅଗଷ୍ଟ ୧୪ ତାରିଖ ରାତ୍ର ୧୦ଟା ୪୫ ମିନିଟ୍‌ରେ ପାର˚ପରିକ ଶ୍ବେତ ବସ୍ତ୍ର ଦ୍ବାରା ଆଚ୍ଛାଦିତ ‘ସେଙ୍ଗୋଲ’ ତାମିଲନାଡୁରୁ ଆସି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ବ ଗ୍ରହଣ କରିବାକୁ ଅପେକ୍ଷାରତ ଥିବା ପଣ୍ତିତ ଜଵାହରଲାଲ ନେହରୁଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲା, ଯେଉଁଠାରେ ସେ ତାହାକୁ ପାର˚ପରିକ ମନ୍ତ୍ରୋଚ୍ଚାରଣ ମଧୢରେ ଗ୍ରହଣ କରିଥିଲେ।

କିନ୍ତୁ ଦୁର୍ଭାଗ୍ୟ, ସ୍ବାଧୀନତା ପରବର୍ତ୍ତୀ ଭୟାବହ ସା˚ପ୍ରଦାୟିକ ହି˚ସା ଓ ତଜ୍ଜନିତ ଶରଣାର୍ଥୀ ସମସ୍ୟା, ଦେଶୀୟ ରାଜ୍ୟ ଏକତ୍ରୀକରଣ ପ୍ରକ୍ରିୟା ତଥା ରାଷ୍ଟ୍ର ବିକାଶ ଲାଗି ସଘନ ଉଦ୍ୟମ ମଧୢରେ ଏହି ସ୍ମରଣୀୟ କ୍ଷଣଟି ବିସ୍ମୃତ ହୋଇଯାଇଥିଲା। ତେବେ, କେବଳ ରାଷ୍ଟ୍ର ନୁହେଁ; ସେଙ୍ଗୋଲ ଗଢ଼ିଥିବା ଅଳଙ୍କାର ନିର୍ମାତାଙ୍କ ପରିବାରର ତୃତୀୟ ପିଢ଼ି (ଏବର) ମଧୢରେ ଏ ନେଇ କୌଣସି ଧାରଣା ମଧୢ ନ ଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ମସିହାରେ ଦୈବାତ୍‌ ଏକ ତାମିଲ ସାପ୍ତାହିକୀରେ ଏ ସମ୍ବନ୍ଧରେ ଏକ ଆଲେଖ୍ୟ ପ୍ରକାଶିତ ହେବା ପରେ ଯାଇ ଅଳଙ୍କାର ନିର୍ମାତାଙ୍କ ପରିବାର ଚଳଚଞ୍ଚଳ ହୋଇ ଉଠି ତାହାକୁ ଆହ୍ଲାବାଦର ମ୍ୟୁଜିଅମରେ ଆବିଷ୍କାର କରିଥିଲେ। ଏହା ପରେ ବାଙ୍ଗାରୁ ପରିବାର ଦ୍ବାରା ତା’ର ଏକ ‘ଭିଡିଓ’ ପ୍ରସ୍ତୁତ କରାଯିବା, ତା’ ପରେ ଏ ସମ୍ବାଦ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ଏବ˚ ଏହାର ସତ୍ୟାସତ୍ୟ ପୁଙ୍ଖାନୁପୁଙ୍ଖ ରୂପେ ଯାଞ୍ଚ କରିବା ପରେ ସେହି ଐତିହାସିକ ‘ସେଙ୍ଗୋଲ’କୁ ଏକ ମର୍ଯ୍ୟାଦାବନ୍ତ ସ୍ଥାନ ପ୍ରଦାନ କରିବା ସକାଶେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଇତ୍ୟାଦି କ୍ରମାନ୍ବୟେ ଘଟିଥିଲା। ଏ ସ˚ଦର୍ଭରେ ଭୂମିଦି ବାଙ୍ଗାରୁ ପରିବାର ପକ୍ଷରୁ କୁହାଯାଇଛି ଯେ ୧୯୬୨ ମସିହାର ନିପୀଡ଼କ ‘ସୁନା ନିୟନ୍ତ୍ରଣ ଆଇନ’ ଆସିବା କାରଣରୁ ତାଙ୍କ ଅଳଙ୍କାର ପ୍ରତିଷ୍ଠାନ ସାମୟିକ ଭାବେ ବନ୍ଦ ହୋଇଯାଇଥିଲା, ଯେଉଁ ସମୟରେ ଏହି ରାଜଦଣ୍ତ ନିର୍ମାଣ ସ˚ପର୍କିତ ଶେଷ କିଛି କାଗଜପତ୍ର ମଧୢ ଲାପତ୍ତା ହୋଇଯାଇଥିଲେ।

ଗୋଟିଏ ଦୃଷ୍ଟିରୁ କ୍ଷମତା ହସ୍ତାନ୍ତରଣର ଏହି କାହାଣୀ ଲୋକ-ଲୋଚନକୁ ଆସି ସ୍ବାଧୀନତା ଲାଭ ସମୟର ଏକ ସ୍ମରଣୀୟ ମୁହୂର୍ତ୍ତକୁ ଉଜାଗର କରିବା ସହିତ ବର୍ତ୍ତମାନର ପିଢ଼ିକୁ ସେହି କ୍ଷଣ ସହିତ ଯୋଡ଼ିଛି। କେବଳ ସେତିକି ନୁହେଁ, ଏ ସମଗ୍ର ଘଟଣା ସ୍ବାଧୀନତା ଆନ୍ଦୋଳନ ସମୟର ନେତାମାନଙ୍କ ଅନ୍ତର୍ଦୃଷ୍ଟି ଉପରେ ମଧୢ ଆଲୋକପାତ କରିଥାଏ। ପ୍ରଶ୍ନ ଉଠିଥାଏ ଯେ ଏହି ସ˚ଦର୍ଭରେ ପରାମର୍ଶ ଲାଗି ଉତ୍ତର ଭାରତୀୟ ନେତା ପଣ୍ତିତ ନେହରୁ ଦାକ୍ଷିଣାତ୍ୟର ସି. ରାଜଗୋପାଳାଚାରୀଙ୍କୁ ଲୋଡ଼ିଲେ କାହିଁକି? ଏହା ଖୁବ୍‌ ସମ୍ଭବ ଯେ ‘ଡିସକଭରି ଅଫ୍‌ ଇଣ୍ତିଆ’ ଭଳି ପୁସ୍ତକର ରଚୟିତା ନେହରୁ ଅବଗତ ଥିବେ ଯେ ଦାକ୍ଷିଣାତ୍ୟର ଶକ୍ତିଶାଳୀ ଓ ସମୃଦ୍ଧ ରାଜବ˚ଶଗୁଡ଼ିକରେ କ୍ଷମତାର ହସ୍ତାନ୍ତରଣ ସବାଲୀଳ ଭାବେ ହେଉଥିଲା, ଯାହା ଉତ୍ତର ଭାରତୀୟ ରାଜବ˚ଶଗୁଡ଼ିକର କୁତ୍ସିତ କ୍ଷମତା କନ୍ଦଳରେ ପରିଦୃଷ୍ଟ ହେଉ ନ ଥିଲା। ସୁତରା˚, ଏ ପ୍ରସଙ୍ଗରେ ବିଦ୍ବାନ ରାଜଗୋପାଳାଚାରୀଙ୍କ ବ୍ୟତୀତ ଆଉ କିଏ ଅଧିକ ଯଥାର୍ଥ ପରାମର୍ଶ ଦିଅନ୍ତା? ଏହା ମଧୢ ଖୁବ୍‌ ସମ୍ଭବ ଯେ ପଣ୍ତିତ ନେହରୁଙ୍କ ସମାଜବାଦୀ ଚିନ୍ତାଧାରା ସେହି ‘ରାଜଦଣ୍ତ’ରେ ନିହିତ ରାଜକୀୟ ଆଡ଼ମ୍ବରକୁ ପସନ୍ଦ ନ କରି ପରବର୍ତ୍ତୀ କାଳରେ ତାକୁ କେବଳ ଏକ ସ୍ମୃତି ସନ୍ତକ ରୂପେ ଆନନ୍ଦ ଭବନ ମ୍ୟୁଜିଅମରେ ସ˚ରକ୍ଷିତ କରି ରଖିବା ଲାଗି ନିଷ୍ପତ୍ତି ନେଇଥିବେ। କିନ୍ତୁ ବର୍ତ୍ତମାନର କ୍ଷମତାସୀନ ବିଜେପି ସରକାର ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ରୂପେ ଦେଖିଥାଏ, କାରଣ ଭାରତୀୟମାନଙ୍କ ହାତକୁ କ୍ଷମତାର ଉତ୍ସ ଆସିବାର ଚିହ୍ନ ଥିଲା ଏହି ‘ସେଙ୍ଗୋଲ’। ସେହି ଦୃଷ୍ଟିରୁ ନୂତନ ସ˚ସଦ ଗୃହରେ ସେଙ୍ଗୋଲକୁ ସ୍ଥାନ ଦେଇ ଯଥାର୍ଥ ମର୍ଯ୍ୟାଦା ପ୍ରଦାନ କରାଯାଇଛି ବୋଲି କୁହାଯାଇପାରେ।

ଅବଶ୍ୟ, ଏକ ବିଡ଼ମ୍ବନା ସ୍ବରୂପ ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ସ˚କୀର୍ଣ୍ଣ ରାଜନୈତିକ ଦୃଷ୍ଟି କାରଣରୁ ସବୁ କିଛି ସନ୍ଦେହାସ୍ପଦ ଏବ˚ ମଳିନ ହୋଇପଡୁଛି। ତେଣୁ, ଏହି ଘଟଣା ମଧୢ ବିବାଦକୁ ଅତିକ୍ରମ କରି ପାରି ନାହିଁ। ବିରୋଧୀ ରାଜନୈତିକ ଦଳ ଏବ˚ ତାଙ୍କ ପକ୍ଷଭୁକ୍ତମାନେ କହୁଥିବା ଶୁଣିବାକୁ ମିଳୁଛି ଯେ ସ˚ସଦ ଭବନ ଭାରତ ସାଧାରଣତନ୍ତ୍ରର ଏକ ମନ୍ଦିର ରୂପେ ପରିଗଣିତ ହେଉଥିବା ବେଳେ ଏକ ରାଜକୀୟ ପର˚ପରାର ସ୍ମୃତି ବହନକାରୀ ଚିହ୍ନ ସେଠାରେ ସ୍ଥାନ ପାଇବା ଅଯୌକ୍ତିକ। କେବଳ ସେତିକି ନୁହେଁ, ଏହା ମଧୢ କୁହାଯାଉଛି ଯେ କର୍ଣ୍ଣାଟକରେ ନିର୍ବାଚନୀ ପରାଜୟ ପରେ ଦାକ୍ଷିଣାତ୍ୟ ଆଡ଼କୁ ଝରକା ଖୋଲିବା ଲାଗି ଏହା ହେଉଛି ବିଜେପିର ଏକ ରାଜନୈତିକ କୌଶଳ। କିନ୍ତୁ ସତ କହିଲେ ଏଭଳି ଏକ ଘଟଣା ସ˚କୀର୍ଣ୍ଣ ବିବାଦରୁ ଊର୍ଦ୍ଧ୍ବରେ ରହିବା ଉଚିତ। କାରଣ ଏହି ଉଦ୍ୟମ ବଳରେ ଭାରତୀୟ ସ୍ବାଧୀନତା ସ˚ଗ୍ରାମର ଏକ ଐତିହାସିକ କ୍ଷଣ ସମାଧି ଲାଭ କରିବାରୁ ରକ୍ଷା ପାଇଯାଇଛି। ଏବ˚ ଆଉ ଏକ ବାସ୍ତବତା ହେଲା କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ସାରିଥିଲେ।

ସର୍ବଦା ଦେଖିବାକୁ ମିଳିଥାଏ ଯେ କୌଣସି ଦ୍ରବ୍ୟ ସମ୍ବନ୍ଧୀୟ ଜ୍ଞାନ ହିଁ ତାକୁ ଅର୍ଥପୂର୍ଣ୍ଣ କରାଏ; ଯେମିତି ହୀରାକୁ ଚିହ୍ନି ପାରିବାର ଜ୍ଞାନର ଅଭାବରେ ତାହା ସଡ଼କ କଡ଼ରେ ସାଧାରଣ ପଥର ଭଳି ପଡ଼ି ରହିବାର ଦୁର୍ଭାଗ୍ୟ ଭୋଗ କରିପାରେ। ମାର୍କ ଟ୍ବେନ୍‌ଙ୍କ ଦ୍ବାରା ରଚିତ ପ୍ରସିଦ୍ଧ ଉପନ୍ୟାସ ‘ପ୍ରିନ୍‌ସ ଏଣ୍ତ ଦ ପପର‌୍‌’ରେ ଘଟଣା ଚକ୍ରରେ ଅବିକଳ ରାଜପୁତ୍ରଙ୍କ ଭଳି ଦିଶୁଥିବା ଭିକାରି ଜଣକ ରାଜଗୃହରେ ସ୍ଥାନ ପାଏ ଏବ˚ ରାଜପୁତ୍ର ଭିକାରୀ ରୂପେ ବିବେଚିତ ହୋଇ ସଡ଼କରେ ପଡ଼ି ରହନ୍ତି। ଏଭଳି ସ୍ଥିତିରୁ ଗତିଶୀଳ ହୋଇଥିବା କାହାଣୀଟି ପରିଶେଷରେ ସୁଖଦ ଅନ୍ତରେ ପହଞ୍ଚେ ଯେଉଁଠି ଉଭୟେ ପୁଣି ନିଜ ନିଜ ସ୍ଥାନକୁ ଫେରି ଆସନ୍ତି। ଏଭଳି ଏକ କାହାଣୀର ଅନ୍ତିିମ ଭାଗ ବେଳକୁ ରାଜପୁତ୍ରଙ୍କ ସ୍ଥାନରେ ଥିବା ଭିକାରି ଯୁବକ ଅତି ନିରୀହତାର ସହିତ ସ୍ବୀକାର କରେ ଯେ ରାଜବାଟୀରେ ଥିବା ବେଳେ ରାଜାଙ୍କ ଓଜନିଆ ‘ସିଲ୍‌’(ରାଜାଜ୍ଞାକୁ କାର୍ଯ୍ୟକାରୀ କରିବା ଲାଗି ଉଦ୍ଦିଷ୍ଟ ମୋହର) ଟିକୁ ସେ ବାଦାମ ଚୋପା ଭାଙ୍ଗିବାରେ ବ୍ୟବହାର କରୁଥିଲା। ଅଜ୍ଞତା ଏଭଳି ଅସ˚ଗତି ସୃଷ୍ଟି କରିଥାଏ! ସେହି ଦୃଷ୍ଟିରୁ କ୍ଷମତା ହସ୍ତାନ୍ତରଣର ପ୍ରତୀକ ‘ରାଜଦଣ୍ତ’ଟି ସେ ନେଇ ଅଜ୍ଞ ପ୍ରାୟ ସମସ୍ତ ଭାରତୀୟଙ୍କ ଲାଗି ତା’ର ଅର୍ଥ ଓ ଅସ୍ତିତ୍ବ ଉଭୟ ହରାଇ ବସିଥିଲା ଏବ˚ ମ୍ୟୁଜିଅମ ଯାଉଥିବା କତିପୟ ଦର୍ଶକ ତାହାକୁ ଏକ ସୁବର୍ଣ୍ଣ ଯଷ୍ଟି ମାତ୍ର ରୂପେ ଦେଖୁଥିବେ ଓ ସଙ୍ଗେସଙ୍ଗେ ପାସୋରି ମଧୢ ଯାଉଥିବେ। ସେହି ଦୃଷ୍ଟିରୁ ‘ସେଙ୍ଗୋଲ’ଟି ଏବେ ତା’ର ଅର୍ଥକୁ ଫେରି ପାଇଛି ଏବ˚ ରାଷ୍ଟ୍ରର ସ୍ମୃତି ଚାରଣରେ ଏକ ବିସ୍ମୃତ କ୍ଷଣ ଉଜ୍ଜୀବିତ ହୋଇ ଉଠିଛି।

ସମ୍ବନ୍ଧିତ ଖବର