ଭାରତର ଉତ୍ତର-ପୂର୍ବୀୟ ରାଜ୍ୟ ମଣିପୁରରେ ଗଲା କିଛି ଦିନ ଧରି ଜାରି ରହିଥିବା ପ୍ରବଳ ହି˚ସାକାଣ୍ତ ଦ୍ବାରା ଯେଉଁ ପ୍ରସଙ୍ଗଟି ଉଜାଗର ହୋଇଛି, ତାହା ହେଲା ଭାରତୀୟ ବିବିଧତାକୁ ଗୁନ୍ଥି ସ˚ହତିର ରୂପ ଦେଉଥିବା ସୂକ୍ଷ୍ମ ଭାବନାର ତନ୍ତୁ ଅତ୍ୟନ୍ତ ସ୍ପର୍ଶକାତର ଏବ˚ ଯହିଁରେ ସାମନ୍ୟତମ ବିଭ୍ରାଟ ଅସମାହିତ ଗଣ୍ଠି ସୃଷ୍ଟି କରିପାରେ। ଯଦିଓ ଏହା ଲେଖା ହେଲା ବେଳକୁ ମଣିପୁରରେ ଆପାତତଃ ଶାନ୍ତି ବିରାଜମାନ କରୁଛି, ତାହା କେତେ ଦୀର୍ଘସ୍ଥାୟୀ ହେବ ସେ ନେଇ କୌଣସି ଅନ୍ଦାଜ ଲଗାଇବା ହଠାତ୍‌ ସମ୍ଭବପର ନୁହେଁ। ରାଜଧାନୀ ଦିଲ୍ଲୀ ଠାରୁ ପ୍ରାୟ ଅଢ଼େଇ ହଜାର କିଲୋମିଟର ଦୂରସ୍ଥ ଏହି ରାଜ୍ୟ, ଭାରତର ୭ଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନ ଭଳି, ଦେଶ ସ୍ବାଧୀନ ହେବା ପର ଠାରୁ ବିଭିନ୍ନ କେନ୍ଦ୍ର ସରକାର ଦ୍ବାରା ଧାରାବାହିକ ଅବହେଳା, ଅବୁଝାମଣା ଏବ˚ ଆନମନାର ଶିକାର ହୋଇଛି ବୋଲି ଏକ ଧାରଣାର ବଶବର୍ତ୍ତୀ ହୋଇ ଆସିଛି, ଯେଉଁ କାରଣରୁ ଏହି ରାଜ୍ୟରେ (ସବୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଭଳି) ଏକଦା ସଶସ୍ତ୍ର ଉଗ୍ରବାଦ ଭୀଷଣ ରୂପ ଧାରଣ କରିଥିଲା। ଯଦିଓ ଅନେକ ସରକାରୀ ଉଦ୍ୟମ ପରେ ବିଗତ ସାତ ବା ଆଠ ବର୍ଷ ଧରି ଏହି ଧାରାରେ ବିରାମ ଲାଗିଛି, ତଥାପି ଏକ ଆଶଙ୍କା ଜାତ ହୋଇଥାଏ ଯେ ପାଉଁଶ ତଳ ନିଆଁ ଭଳି ବିଶ୍ବାସହାନି ଓ ଆକ୍ରୋଶର ଅଙ୍ଗାର ଏ ଯାବତ୍‌ ଜୀବନ୍ତ ହୋଇ ରହିଛି, ଯାହାର ଝୁଲ ଉଡ଼ି ସମୟେ ସମୟେ ମଣିପୁର ଭଳି ଜଳନ୍ତା ସମସ୍ୟାର କାରଣ ମଧୢ ହୋଇପାରେ।

Advertisment

ତେବେ, ପ୍ରଥମେ ମଣିପୁରରେ ସୃଷ୍ଟ ସଦ୍ୟତମ ଅଘଟଣର ପୃଷ୍ଠଭୂମି ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ଗଲା ମାର୍ଚ୍ଚ ମାସରେ ମଣିପୁର ହାଇକୋର୍ଟ ପକ୍ଷରୁ ପ୍ରଦତ୍ତ ଏକ ରାୟରେ ସେଠାକାର ସ˚ଖ୍ୟାଗରିଷ୍ଠ ‘ମୈତେଇ’ ଗୋଷ୍ଠୀକୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବା ସକାଶେ ସୁପାରିସ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦିଆଯାଇଥିଲା। ଏହା ଫଳରେ ସେହି ରାଜ୍ୟରେ ଜନଜାତି ସ˚ପ୍ରଦାୟ ଭୋଗ କରି ଆସୁଥିବା ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା, ସୁଯୋଗ ଓ ଆରକ୍ଷଣ ପ୍ରାବଧାନର ଲାଭ ‘ମୈତେଇ’ମାନେ ପାଇବାର ବାଟ ଫିଟିଥିଲା। କିନ୍ତୁ, ମଣିପୁରର ଅନ୍ୟତମ ମୁଖ୍ୟ ଜନଜାତି ସ˚ପ୍ରଦାୟ ‘କୁକି’ମାନଙ୍କ ପକ୍ଷରୁ ଆଶଙ୍କା ପ୍ରକଟ କରାଯାଉଛି ଯେ ଏଭଳି ସ୍ଥିତିରେ ସେମାନଙ୍କ ସାମାଜିକ ଓ ସା˚ସ୍କୃତିକ ସ୍ବାତନ୍ତ୍ର୍ୟ ତଥା ସୁରକ୍ଷା ଏବ˚ ଆର୍ଥିକ ସ୍ଥିତି ‘ସ˚ଖ୍ୟାଗରିଷ୍ଠ ମୈତେଇ’ମାନଙ୍କ ଆଧିପତ୍ୟରେ କ୍ଷୁଣ୍ଣ ହେବ। ଏହି ବିରୋଧ ସଶସ୍ତ୍ର ହି˚ସାର ରୂପେ ନେଇ ସେଠାରେ ଗୋଷ୍ଠୀଗତ ଦଙ୍ଗା ସୃଷ୍ଟି କରିଛି।

ତେବେ, ଏ ସ˚ପୂର୍ଣ୍ଣ ପରିସ୍ଥିତିକୁ ଠିକଣା ଭାବେ ବୁଝିବାକୁ ହେଲେ ମଣିପୁରର ଇତିହାସ, ଭୂଗୋଳ ଏବ˚ ଜନ ସମୁଦାୟର ସ˚ରଚନା ସ˚ପର୍କରେ ଏକ ଧାରଣା ଲାଭ କରିବା ଉଚିତ। ମଣିପୁରରେ ‘କୁକି’ (ସେଠାକାର ସବୁ ଜନଜାତି ଭଳି)ମାନେ ପର୍ବତ ନିବାସୀ ହୋଇଥିବା ବେଳେ ‘ମୈତେଇ’ମାନେ ସମତଳ ଉପତ୍ୟକା ନିବାସୀ; ସୁତରା˚ ରାଜଧାନୀ ଇ˚ଫାଲ ଏବ˚ ତାକୁ ଘେରି ରହିଥିବା ଅଞ୍ଚଳ ‘ମୈତେଇ’ମାନଙ୍କ ବାସ ସ୍ଥାନ। ସେହି ଦୃଷ୍ଟିରୁ ‘ମୈତେଇ’ଙ୍କ ସ˚ଖ୍ୟା ମଣିପୁର ଜନସ˚ଖ୍ୟାର ୫୩ ପ୍ରତିଶତ ହୋଇଥିବା ବେଳେ ସେମାନେ ବସବାସ କରୁଥିବା ଅଞ୍ଚଳର ଆୟତନ ସମଗ୍ର ରାଜ୍ୟର ମାତ୍ର ୧୧ ପ୍ରତିଶତ।

ଉଲ୍ଲେଖଯୋଗ୍ୟ ଯେ ‘ମୈେତଇ’ ଗୋଷ୍ଠୀର ସଦସ୍ୟମାନେ ମୁଖ୍ୟତଃ ହିନ୍ଦୁ ଧର୍ମାବଲମ୍ବୀ। କିନ୍ତୁ, ଏହା ମଧ୍ୟ ସତ ଯେ ରାଜ୍ୟ ରାଜନୀତିରେ ‘ମୈତେଇ’ମାନେ ସର୍ବାଧିକ ପ୍ରଭାବଶାଳୀ ଏବ˚ ଏହି ଗୋଷ୍ଠୀର ସଦସ୍ୟମାନେ ପ୍ରାୟତଃ ମୁଖ୍ୟମନ୍ତ୍ରୀ ବା ଅନ୍ୟାନ୍ୟ ମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତିି। ପ୍ରକାଶ ଥାଉ କି ସ୍ବାଧୀନତା ପରେ ‘ମୈତେଇ’ ଗୋଷ୍ଠୀ ଜନଜାତି ସ˚ପ୍ରଦାୟ ତାଲିକାରେ ଅନ୍ତର୍ଭୁକ୍ତ ହୁଅନ୍ତୁ ବୋଲି ଆସିଥିବା ଏକ ପ୍ରସ୍ତାବକୁ ତତ୍କାଳୀନ ‘ମୈତେଇ’ ନେତାମାନେ ପ୍ରତ୍ୟାଖ୍ୟାନ କରିଥିଲେ, କାରଣ ସେମାନଙ୍କ ବିଚାରରେ ତାହା ସେମାନଙ୍କ ସମ୍ମାନ ହାନି କରିଥାଆନ୍ତା। କିନ୍ତୁ ସ˚ବିଧାନର ଧାରା ୩୭୧ ଅନୁଯାୟୀ ମଣିପୁରର ଜନଜାତି ସ˚ପ୍ରଦାୟ ଲାଭ କରିଥିବା ସ୍ବତନ୍ତ୍ର ସୁବିଧାମାନ କ୍ରମେ ‘ମୈତେଇ’ମାନଙ୍କ ସକାଶେ ଈର୍ଷଣୀୟ ହୋଇ ଉଠିଥିଲା। ଏଣେ ଜନଜାତି ସ˚ପ୍ରଦାୟର ସାମାଜିକ ତଥା ସା˚ସ୍କୃତିକ ସୁରକ୍ଷା ଲାଗି ଥିବା ଆଇନଗତ ପ୍ରାବଧାନ କାରଣରୁ ‘ମୈତେଇ’ମାନେ ସମତଳ ଭୂମି ବାହାରେ ଜମିବାଡ଼ି କ୍ରୟ କରିବା ବା ସ୍ଥାୟୀ ବସବାସ କରିବାର ସୁଯୋଗରୁ ବଞ୍ଚିତ ହୋଇ ଆସିଛନ୍ତି ଏବ˚ ଏକ କ୍ଷୁଦ୍ର ଅଞ୍ଚଳରେ ବାସ କରିବାର ବାଧୢବାଧକତା ଦ୍ବାରା ଶ୍ବାସରୁଦ୍ଧ ହୋଇ ପଡ଼ିଥିବା ବେଳେ ଜନଜାତି ତାଲିକାଭୁକ୍ତ ହେବା ଲାଗି ଅଦାଲତରେ ଆବେଦନମାନ ମଧୢ କରି ଆସିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବ୍ରିଟିସ ଶାସନ ଅମଳରେ ‘କୁକି’ ଓ ‘ମୈତେଇ’ମାନଙ୍କ ମଧୢରେ ସୁସ˚ପର୍କ ଥିଲା, ଯାହାର ପ୍ରମାଣ ‘ଆଙ୍ଗ୍ଲୋ-କୁକି’ ଯୁଦ୍ଧ (୧୯୧୭-୧୯୧୯), ଯହିଁରେ ପର୍ବତ ନିବାସୀ ‘କୁକି’ମାନେ ‘ମୈତେଇ’ଙ୍କ ସୁରକ୍ଷା ସକାଶେ ଇ˚ରେଜ ବିରୋଧରେ ଯୁଦ୍ଧ କରିଥିଲେ। କିନ୍ତୁ ସ୍ବାଧୀନତା ପରେ କ୍ରମେ ଜନଜାତି ସ˚ପ୍ରଦାୟ ଓ ‘ମୈତେଇ’ମାନଙ୍କ ମଧୢରେ ବିଶ୍ବାସ ହାନିର ବାତାବରଣ ସୃଷ୍ଟି ହୋଇଥିଲା; ଯେମିତି ହୋଇ ଆସିଛି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୂମିଜ ଜନଜାତି ଓ ବହିରାଗତଙ୍କ ମଧୢରେ! ‘କୁକି’ମାନଙ୍କ ଅଭିଯୋଗ ଯେ ମଣିପୁରର ବୀରେନ୍ଦ୍ର ସି˚ହଙ୍କ ନେତୃତ୍ବାଧୀନ ବିଜେପି ସରକାର ଅଭିସନ୍ଧିମୂଳକ ଭାବେ ‘କୁକି’ ଦମନ ଆଭିମୁଖ୍ୟ ଧାରଣ କରିଛନ୍ତି; ଯେମିତି ମଣିପୁର ପାର୍ବତ୍ୟାଞ୍ଚଳରେ ହେଉଥିବା ଅଫିମ ଚାଷ (ବେଆଇନ)କୁ ଉଜାଡ଼ିବାର ସରକାରୀ ପ୍ରୟାସ, ଯହିଁରେ ‘କୁକି’ମାନେ ହିଁ ନିୟୋଜିତ କିମ୍ବା ଜଙ୍ଗଲ ସୁରକ୍ଷା ଆଳରେ ‘କୁକି’ମାନଙ୍କୁ ବିସ୍ଥାପନ କରିବାର ଉଦ୍ୟମ ଇତ୍ୟାଦି। ସୁତରା˚, ‘କୁକି’ମାନଙ୍କ ଧାରଣା ଯେ ବୀରେନ୍ଦ୍ର ସି˚ହଙ୍କ ନେତୃତ୍ବରେ ହିନ୍ଦୁ ଧର୍ମାବଲମ୍ବୀ ‘ମୈତେଇ’ମାନେ ଜନଜାତି ସ୍ବାତନ୍ତ୍ର୍ୟକୁ ଭୂଲୁଣ୍ଠିତ କରିବା ଲାଗି ଷଡ୍‌ଯନ୍ତ୍ରରତ। ଏଭଳି ଏକ ପରିବେଶରେ ହାଇକୋର୍ଟର ଆଦେଶ ବାରୁଦରେ ଅଗ୍ନି ସ˚ଯୋଗ କରିବା ଲାଗି ସତେ ଯେମିତି ଯଥେଷ୍ଟ ଥିଲା।

ଏଥିରେ ଦ୍ବିରୁକ୍ତିି ନାହିଁ ଯେ ଏହି ଦଙ୍ଗାରେ ଉଭୟ ଗୋଷ୍ଠୀ ବିପୁଳ ଧନ ଓ ଜୀବନର କ୍ଷୟକ୍ଷତି ସହିଛନ୍ତି। ଉଭୟ ଦଳର ଦଙ୍ଗାକାରୀ କେନ୍ଦ୍ର ସୁରକ୍ଷା ବଳ ଏବ˚ ପୁଲିସ ଠାରୁ ପ୍ରାୟ ୨୪୦୦ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର (ଏ.କେ. ୪୭ ଭଳି) ଲୁଟ କରିଛନ୍ତି, ଯାହା ଦଙ୍ଗାରେ ବ୍ୟବହୃତ ହୋଇ ହି˚ସାର ଭୟବହତାକୁ ବୃଦ୍ଧି କରିଛି। କେବଳ ସେତିକି ନୁହେଁ ଏ ସବୁ ଆଗ୍ନେୟାସ୍ତ୍ର ‘କୁକି’ ଉଗ୍ରବାଦୀଙ୍କ ହାତରେ ପଡ଼ିଥିବା ସମ୍ଭବ, ଯେଉଁମାନେ ଏହି ଦଙ୍ଗାରେ ଅତ୍ୟନ୍ତ ଉତ୍ସାହର ସହିତ ଭାଗ ନେଇଛନ୍ତି। ଯଦିଓ, ଅମିତ ଶାହଙ୍କ ମଣିପୁର ଗସ୍ତ ପରେ ସ୍ଥିତି ଶାନ୍ତ ପଡ଼ିଛି ଏବ˚ ତୃଣମୂଳ ସ୍ତରରୁ ଶାନ୍ତି ସ୍ଥାପନର ପ୍ରୟାସ ଆରମ୍ଭ ହୋଇଛି, ଏହି ଦୁଇ ଗୋଷ୍ଠୀ ମଧୢରେ ସୃଷ୍ଟ ତିକ୍ତତାର ଅବସାନ ଯେ ଶୀଘ୍ର ଘଟିବ ସେ ନେଇ ଆଶା କ୍ଷୀଣ। ଇତି ମଧୢରେ ମଣିପୁର ରାଜ୍ୟ ବିଜେପିର ଦଶ ଜଣ ‘କୁକି’ ବିଧାୟକ ‘ସ୍ବ୍ବତନ୍ତ୍ର ଜନଜାତି ଅଞ୍ଚଳ’ ଗଠନ ସକାଶେ ଦାବି କରି କେନ୍ଦ୍ର ସରକାରଙ୍କ ନିକଟକୁ ପତ୍ର ଲେଖିଲେଣି। ସୁତରା˚, ଅସ୍ମିତାର ଏ ସ˚ଘର୍ଷ ତୀବ୍ର ହେବାର ସମ୍ଭାବନା ମଧୢ ରହିଛି। ଏଣେ, ମଣିପୁର ହାଇକୋର୍ଟଙ୍କ ଆଦେଶକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଅଯଥାର୍ଥ ବୋଲି ଅଭିହିତ କରି କହିଲେଣି ଯେ ସ˚ବିଧାନର ପ୍ରାବଧାନ ଅନୁସାରେ ଜନଜାତି ତାଲିକାରେ କୌଣସି ପରିବର୍ତ୍ତନ କେବଳ ରାଷ୍ଟ୍ରପତିଙ୍କ କ୍ଷମତା ପରିସରଭୁକ୍ତ, ଯହିଁରେ ଅଦାଲତ ହସ୍ତକ୍ଷେପ କରି ପାରିବେ ନାହିଁ। ସୁତରା˚, ଯଦି ଏହି କାରଣରୁ ହାଇକୋର୍ଟଙ୍କ ଆଦେଶ ରଦ୍ଦ ହୋଇଯାଏ, ତେବେ, ହତାଶା ଜର୍ଜର ‘ମୈତେଇ’ମାନେ ମଣିପୁରକୁ ପୁଣି ଏକ ଜଳନ୍ତା ପିଣ୍ତରେ ପରିଣତ କରି ଦେବାର ଭୟ ରହିଛି। ସୁତରା˚, ଏକ ଦଉଡ଼ି ଉପରେ ଚାଲିବା ଭଳି ସୂକ୍ଷ୍ମ ଭାରସାମ୍ୟବୋଧ ସରକାରଙ୍କ ଦ୍ବାରା ପ୍ରଦର୍ଶିତ ହେବା ଉଚିତ।

ବିଜେପିର ‘ଡବଲ୍‌ ଇ˚ଜିନ୍‌’ ସ୍ଲୋଗାନ ଭାରତର ଉତ୍ତର ପୂର୍ବୀୟ ରାଜ୍ୟମାନଙ୍କରେ ରାଜନୈତିକ ସଫଳତା ପ୍ରଦାନ କରିଛି ସତ; କିନ୍ତୁ ସେଠାରେ ସଫଳ ଶାସନ ପ୍ରଦାନ କରିବା ସକାଶେ ଏଭଳି ‘ସ୍ଥୂଳ’ ଚିନ୍ତା ଧର୍ମୀ ସ୍ଲୋଗାନ ବଦଳରେ ଯାହା ଆବଶ୍ୟକ, ତାହା ହେଲା ସୂକ୍ଷ୍ମ ଅନ୍ତର୍ଦୃଷ୍ଟି। କାରଣ, ଯଦି ସେ ସବୁ ରାଜ୍ୟରେ ବିଜେପି ହିନ୍ଦୁ ପ୍ରଧାନ ଏକରୂପତା ପ୍ରତିଷ୍ଠାର ଆଗ୍ରହାତିଶଯ୍ୟ ଦେଖାଏ, ତେବେ ସେଠାରେ ବସବାସ କରୁଥିବା ଅସ˚ଖ୍ୟ ଜନଜାତି ସ˚ପ୍ରଦାୟର ସାମାଜିକ ଓ ସା˚ସ୍କୃତିକ ଅସ୍ମିତାବୋଧ ତଦ୍ଦ୍ବାରା ଆଘାତପ୍ରାପ୍ତ ହେବାର ଆଶଙ୍କା ରହିଛି। ସେହି ଦୃଷ୍ଟିରୁ ମଣିପୁରରେ ‘କୁକି’ମାନଙ୍କ ଦ୍ବାରା ପ୍ରଦର୍ଶିତ ‘ମୈୖତେଇ ବିରୋଧୀ’ ଆଭିମୁଖ୍ୟ ଅବଲୀଳା କ୍ରମେ ଯେ ‘ହିନ୍ଦୁ ବିରୋଧୀ’ ଏବ˚ ତା’ ପରେ ‘ରାଷ୍ଟ୍ର ବିରୋଧୀ’ର ରୂପ ନ ନେବ, ତାହା କିଏ କହିପାରିବ? ସେଭଳି ହେଲେ ମଣିପୁର ପୁଣି ଜନଜାତୀୟ ଉଗ୍ରବାଦ ଦ୍ବାରା ଅଶାନ୍ତ ହୋଇପଡ଼ିବାର ଦୁର୍ଭାଗ୍ୟ ଭୋଗିବ।