ଫମ୍ପା ବିଜୟ

ପୋଲିଓ ହେଉଛି ଏକ ଭୟାନକ ଭୂତାଣୁଜନିତ ସ˚କ୍ରାମକ ରୋଗ ଯାହା ଆକ୍ରାନ୍ତ ଶିଶୁମାନଙ୍କୁ ସାରା ଜୀବନ ପାଇଁ ବିକଳାଙ୍ଗ କରି ଦିଏ। ବିଗତ ଦଶନ୍ଧି ମାନଙ୍କରେ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ନେତୃତ୍ବରେ ପୃଥିବୀ ପୃଷ୍ଠରୁ ଏହି ରୋଗ ଓ ଭୂତାଣୁକୁ ନିର୍ମୂଳ କରିବାକୁ ଚାଲିଥିବା ଉଦ୍ୟମ ସମ୍ପୂର୍ଣ୍ଣ ସଫଳ ହେବା ପଥରେ ଦୁଇଟି ମାତ୍ର ଦକ୍ଷିଣ ଏସୀୟ ଦେଶ ପ୍ରତିବନ୍ଧ ହୋଇ ରହିଛନ୍ତି- ଆଫଗାନିସ୍ତାନ ଓ ପାକିସ୍ତାନ। ଆଫ୍ରିକା ସମେତ ପୃଥିବୀର ଅନ୍ୟ ସମସ୍ତ ଅଞ୍ଚଳରୁ ପୋଲିଓ ନିର୍ବାସିତ ହୋଇ ସାରିଥିବା ବେଳେ ଭାରତର ଏହି ଦୁଇ ପଡ଼ୋଶୀ ଓ ନିକଟ ପଡ଼ୋଶୀ ଦେଶରେ ପୋଲିଓ ନଛୋଡ଼ବନ୍ଦା ହୋଇ ରହି ସମଗ୍ର ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି- କାରଣ ସେଠାରୁ ବାହାରି ତାହା ପୁଣି ବାକି ବିଶ୍ବକୁ ସ˚କ୍ରମିତ କରିପାରେ। ୨୦୧୯ରେ ପାକିସ୍ତାନରେ ୧୪୭ଟି ପୋଲିଓ ସ˚କ୍ରମଣ ଘଟଣା ପଞ୍ଜିକୃତ ହୋଇଥିବା ବେଳେ, ଚଳିତ ଅକ୍ଟୋବର ୧ ତାରିଖ ସୁଦ୍ଧା ୨୦୨୦ରେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦେଶରେ ୭୪ଟି କେସ୍‌ ଦେଖା ଦେଇ ସେଠାରେ ପୋଲିଓର ସ୍ଥିତି ସୁଦୃଢ଼ ଥିବା ପ୍ରମାଣିତ କରିଛି।

ଏକ ଶୃଙ୍ଖଳିତ ପଲ୍‌ସ ପୋଲିଓ ଅଭିଯାନ ମାଧୢମରେ ପାକିସ୍ତାନ ଭଳି ଏକ ଛୋଟିଆ ଦେଶରେ ପୋଲିଓକୁ କାବୁ କରିବା ସହଜ ହୁଅନ୍ତା; ପାକିସ୍ତାନ କିନ୍ତୁ ସେଥିରେ ବିଫଳ ହୋଇ ସାରା ପୃଥିବୀକୁ ବିପଦଗ୍ରସ୍ତ କରିଛି। ଭାରତର ଆକାର ପାକିସ୍ତାନର ଚାରିଗୁଣ ଓ ଲୋକସ˚ଖ୍ୟା ପାକିସ୍ତାନର ସାତଗୁଣ ହୋଇଥିଲେ ହେଁ ଭାରତ ସମ୍ପୂର୍ଣ୍ଣ ରୂପେ ପୋଲିଓମୁକ୍ତ ହୋଇ ସାରା ବିଶ୍ବର ପ୍ରଶ˚ସାଭାଜନ ହୋଇ ପାରିଛି। ଦେଶକୁ ପୋଲିଓମୁକ୍ତ କରିବା ପାଇଁ ଭାରତ ନେଇ ଚାଲିଥିବା ଅବିରାମ ଉତ୍ସର୍ଗୀକୃତ ପଦକ୍ଷେପମାନ ହିଁ ଶେଷରେ ଏହି ସୁଫଳ ପ୍ରଦାନ କରିଛି। ଚୀନା କରୋନା ମଧୢ ପୋଲିଓ ପରି ଏକ ଭୂତାଣୁଜନିତ ସ˚କ୍ରାମକ ରୋଗ। ଏହାକୁ କାବୁ କରିବା ପାଇଁ ମାର୍ଚ୍ଚ ମାସ ଠାରୁ ଭାରତ ଯେଉଁ ସବୁ କଠୋର ପଦକ୍ଷେପ ମାନ ନେବା ଆରମ୍ଭ କରିଥିଲା, ତାହା ସାରା ପୃଥିବୀର ପ୍ରଶ˚ସା ଲାଭ କରିଥିଲା। ଅପରପକ୍ଷେ କରୋନା ଭୂତାଣୁର ପ୍ରସାର ବନ୍ଦ କରିବାର ମୁଖ୍ୟ ଉପାୟ ଲକ୍‌ଡାଉନ୍‌କୁ ପାକିସ୍ତାନ ସରକାର ମୂଳରୁ ପ୍ରତ୍ୟାଖ୍ୟାନ କରି ଆସିଛି।

ଏବେ କିନ୍ତୁ ଦେଖାଯାଉଛି ଯେ ନିଜକୁ କରୋନା ଠାରୁ ସୁରକ୍ଷିତ ରଖିବାରେ ଭାରତ ବସ୍ତୁତଃ ବିଫଳ ହୋଇଥିବା ବେଳେ, ତା’ର ସମ୍ପୂର୍ଣ୍ଣ ନିଷ୍କ୍ରିୟତା ସତ୍ତ୍ବେ ପାକିସ୍ତାନ ନିଜକୁ କରୋନାଠାରୁ ଏକ ପ୍ରକାର ସୁରକ୍ଷିତ ରଖି ପାରିଛି। ଗତ ମାସରେ ଭାରତରେ ପ୍ରତି ସପ୍ତାହରେ ଯେତିକି ସ˚ଖ୍ୟକ କରୋନା ଜନିତ ମୃତ୍ୟୁ ପଞ୍ଜିକୃତ ହୋଇଥିଲା, ତାହା ପାକିସ୍ତାନରେ ବିଗତ ନ’ମାସର କରୋନା ମହାମାରୀ ସମୟରେ ଘଟିଥିବା ମୋଟ କରୋନା ମୃତ୍ୟୁ ସ˚ଖ୍ୟା- ପ୍ରାୟ ୬,୫୦୦ (ମାତ୍ର) ଠାରୁ ମଧୢ ଅଧିକ ଥିଲା। ଭାରତରେ ଏବେ ବି ଦୈନିକ ସ˚କ୍ରମଣ ସ˚ଖ୍ୟା ପ୍ରାୟ ୭୦,୦୦୦ ହୋଇଥିବା ବେଳେ, ତିନିମାସ ତଳ ଠାରୁ ପାକିସ୍ତାନର ସ˚କ୍ରମଣ ହାରରେ ସ୍ଖଳନ ଘଟିବା ଆରମ୍ଭ ହୋଇ ସାରିଛି। ଅଗଷ୍ଟ ଆରମ୍ଭରୁ ପାକିସ୍ତାନର ଦୈନିକ ସ˚କ୍ରମଣ ହାର ମାତ୍ର କେତେ ଶହରେ ସୀମିତ ରହି ଆସିଛି।

ଏସିଆନ୍‌ ଡେଭେଲପ୍‌ ବ୍ୟାଙ୍କ୍‌ (ଏଡିବି) କରିଥିବା ଏକ ପୂର୍ବାନୁମାନ ଅନୁସାରେ ଚଳିତ ବିତ୍ତ ବର୍ଷ ଶେଷ ସୁଦ୍ଧା ଭାରତୀୟ ଅର୍ଥନୀତିରେ ୯ ଶତା˚ଶ ହାର‌େର ସ˚କୋଚନ ଘଟିବ ବୋଲି ଅନୁମାନ କରାଯାଉଛି। ଏଣୁ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ପାକିସ୍ତାନର ଖେଳୁଆଡ଼ ପ୍ରଧାନମନ୍ତ୍ରୀ ଏକ କ୍ରିକେଟ୍‌ ମ୍ୟାଚ୍‌ ଜିତିବା ଭଳି ବାହାସ୍ଫୋଟ ମାରି ଘୋଷଣା କରିବା ଦେଖାଯାଇଛି ଯେ ସେ କେବଳ କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି, ତାହା ନୁହେଁ, ‘‘ଆମେ ମଧୢ ସମାଜର ଦୁର୍ବଳତମ ବର୍ଗକୁ ଲକ୍‌ଡାଉନ୍‌ର ଯନ୍ତ୍ରଣାରୁ ସୁରକ୍ଷିତ ରଖି ପାରିଛୁ।’’ ନିକଟରେ ଜାତିସ˚ଘର ସାଧାରଣ ପରିଷଦକୁ ଏକ ଭିଡିଓ ଅଭିଭାଷଣ ପ୍ରଦାନ କଲା ବେଳେ ଇମ୍ରାନ୍‌ ଖାଁ ଏଭଳି ସଗର୍ବ ଘୋଷଣା କରିବା ଦେଖା ଯାଇଥିଲା। ତାଙ୍କ ନେତାଙ୍କୁ ସମର୍ଥନ କଲା ଭଳି ଅଧିକା˚ଶ ପାକିସ୍ତାନୀ ଜନସାଧାରଣ ଏକ ଲକ୍‌ଡାଉନ୍‌ମୁକ୍ତ ପରିବେଶରେ ବିନା ମାସ୍କ୍‌ରେ ଏବ˚ କୌଣସି ସାମାଜିକ ଦୂରତା ରକ୍ଷା ନକରି ଦୈନନ୍ଦିନ ଜୀବନଯାତ୍ରାରେ ନିମଗ୍ନ ଅଛନ୍ତି। କରୋନା ଉପରେ ପାକିସ୍ତାନର ଏଭଳି ତଥାକଥିତ ବିଜୟ, ଗୋଟିଏ ମାତ୍ର ବଲ୍‌ ମଧୢ ବୋଲ୍‌ ନକରି ବିପକ୍ଷ ଦଳ ବିରୋଧରେ ଵାକ୍‌ଓଭର ପାଇ ଏକ ମ୍ୟାଚ୍‌ରେ ବିଜୟ ହାସଲ କଲା ପରି ମନେ ହୋଇଥାଏ।

କେତେକ ପର୍ଯ୍ୟବେକ୍ଷକ ଅବଶ୍ୟ ପାକିସ୍ତାନ ପ୍ରଦତ୍ତ ପରିସ˚ଖ୍ୟାନକୁ ସନ୍ଦେହ କରୁଛନ୍ତି ଏବ˚ ସେଠାରେ ଯଥେଷ୍ଟ ସ˚ଖ୍ୟାରେ ଲୋକଙ୍କର ପରୀକ୍ଷା କରାଯାଉନଥିବାରୁ ସ˚କ୍ରମିତ ସ˚ଖ୍ୟା କୃତ୍ରିମ ଭାବରେ ନୀଚା ରହୁଛି ବୋଲି କହୁଛନ୍ତି। କିନ୍ତୁ ଯେତିକି ସ˚ଖ୍ୟକ ପରୀକ୍ଷା କରାଯାଉଛି ସେଥିରୁ ପଜିଟିଭ୍‌ ଚିହ୍ନଟ ହେଉଥିବା ଲୋକଙ୍କର ଅନୁପାତ ହ୍ରାସ ପାଇ ଚାଲିବା ଦେଖାଯାଉଛି ଏବ˚ ହସ୍‌ପିଟାଲ୍‌ ଓ ଆଇସିୟୁରେ ଭର୍ତ୍ତି ହେଉଥିବା ଲୋକଙ୍କ ସ˚ଖ୍ୟା ହ୍ରାସ ପାଇ ଚାଲିବା ମଧୢ ଦେଖା ଯାଉଛି। ଯଦି ଏହାକୁ ଇମ୍ରାନ୍‌ ଖାଁଙ୍କର ଦାବିର ସତ୍ୟତାର ପ୍ରମାଣ ରୂପେ ଦେଖାଯାଏ, ତେବେ ବି ଯେଉଁ ସିଦ୍ଧାନ୍ତରେ ଶେଷରେ ପହଞ୍ଚିବାକୁ ହୁଏ, ତାହା ହେଲା ଇମ୍ରାନ୍‌ ଖାଁ କିମ୍ବା କୌଣସି ପାକିସ୍ତାନୀ ସରକାରଙ୍କ ଯୋଗୁଁ ନୁହେଁ, ସେମାନଙ୍କ ସତ୍ତ୍ବେ ପାକିସ୍ତାନ ଚୀନା କରୋନା ରଚନା କରିଥିବା ବିଶ୍ବବ୍ୟାପୀ ଉତ୍ପାତରୁ ଅପେକ୍ଷାକୃତ ଭାବେ ରକ୍ଷା ପାଇ ଯାଇଛି।

ଅନେକ କରୋନା ବିଧ୍ବସ୍ତ ଉନ୍ନତ ଦେଶମାନଙ୍କ ତୁଳନାରେ ଉଭୟ ଭାରତ ଓ ପାକିସ୍ତାନର ଲୋକସ˚ଖ୍ୟାରେ ବୟୋ ବୃଦ୍ଧଙ୍କର ଅନୁପାତ ହେଉଛି ବହୁତ ନୀଚା। ଭାରତରେ ୬୫ ବର୍ଷରୁ ଅଧିକଙ୍କ ସ˚ଖ୍ୟା ଲୋକ ସ˚ଖ୍ୟାର ୬.୪ ଶତା˚ଶ ହୋଇଥିବା ବେଳେ ପାକିସ୍ତାନରେ ସେହି ଅନୁପାତ ହେଉଛି ୪ ଶତା˚ଶ (ଭୟାନକ କରୋନା ମଡ଼କର ସମ୍ମୁଖୀନ ହୋଇଥିବା ଇଟାଲିରେ ଏହି ଅନୁପାତ ହେଉଛି ୨୩ ଶତା˚ଶ)। ଭାରତରେ ଲୋକ ସ˚ଖ୍ୟାର ମଧୢସ୍ଥଳୀୟ (ମେଡିଆନ୍‌) ବୟସ ୨୭ ହୋଇଥିବା ବେଳେ, ପାକିସ୍ତାନୀମାନଙ୍କର ଏହି ମଝି ବୟସ ହେଉଛି ଚାରି ବର୍ଷ କମ୍‌, ୨୩ ବର୍ଷ। ଯେହେତୁ ଅଧିକ ବୟସ୍କମାନେ କରୋନା ସ˚କ୍ରମିତ ହେବା ସମ୍ଭାବନା ଅଧିକ ହୋଇଥାଏ, ପାକିସ୍ତାନୀମାନେ ସେ ଦୃଷ୍ଟିରୁ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ଅଛନ୍ତି ବୋଲି କୁହାଯାଇପାରେ।

ଉଭୟ ଦେଶର ଅର୍ଥନୈତିକ ଏବ˚ ସାମାଜିକ ଗଠନରେ ଥିବା ପ୍ରଭେଦ କିନ୍ତୁ ଉଭୟ ଦେଶର କରୋନା ପରିସ୍ଥିତିରେ ଦେଖାଯାଇଥିବା ଫରକ୍‌ ବୁଝିବାରେ ଅଧିକ ସହାୟକ ହୋଇଥାଏ। ଭାରତରେ ପାକିସ୍ତାନ ଅପେକ୍ଷା ଅଧିକ ସହରୀକରଣ ଓ ଶିଳ୍ପାୟନ ଘଟିଛି। ଏଥିଯୋଗୁଁ ବହୁ ସ˚ଖ୍ୟକ ଭାରତୀୟ ନିରାପଦ, ବିଚ୍ଛିନ୍ନ ଗ୍ରାମ୍ୟ ଜୀବନ ପରିତ୍ୟାଗ କରି ସହରୀ ଶିଳ୍ପାଞ୍ଚଳରେ ସଘନ ଭାବରେ ବସବାସ କରନ୍ତି, ଯାହା କରୋନା ପ୍ରସାରରେ ସହାୟକ ହୋଇଥାଏ (ଭାରତରେ ଦେଖା ଦେଇଥିବା ଗୁରୁତର ପ୍ରବାସୀ ଶ୍ରମିକ ସ୍ଥାନାନ୍ତର ସମସ୍ୟା ଏହାର ପ୍ରକୃଷ୍ଟ ପରିଚାୟକ)। ଭାରତୀୟମାନେ ତେଣୁ ବହୁ ଅଧିକ ଅନୁପାତରେ ବିଭିନ୍ନ ଗମନାଗମନ ମାଧୢମ ବ୍ୟବହାର କରି ଯାତାୟତ କରିବା ଦେଖାଯାଇଥାଏ ଯାହା କରୋନା ସ˚କ୍ରମଣରେ ସହାୟକ ହୋଇଥାଏ। ଉଦାହରଣ ସ୍ବରୂପ ବର୍ଷକୁ ପ୍ରାୟ ୧୬ କୋଟି ଭାରତୀୟ ବିମାନ ଯାତ୍ରା କରୁଥିବା ବେଳେ ଏକ କୋଟିରୁ କମ୍‌ ସ˚ଖ୍ୟକ ପାକିସ୍ତାନୀ ତାହା କରିଥାନ୍ତି। ଭାରତରେ ବାର୍ଷିକ ରେଳଯାତ୍ରୀଙ୍କ ସ˚ଖ୍ୟା ହେଉଛି ପାକିସ୍ତାନର ୧୩୦ ଗୁଣ। କରୋନା ମହାମାରୀ ଯୋଗୁଁ ଭାରତରେ ବୃହତ୍‌ ଶିଳ୍ପସ˚ସ୍ଥାମାନ ଲକ୍‌ଡାଉନ୍‌ରେ ରହିବା ଦ୍ବାରା ଅର୍ଥନୀତି ଗୁରୁତର ବାଧା ପାଇବା ବେଳେ ପାକିସ୍ତାନରେ ଏପରି ବୃହତ୍‌ ଶିଳ୍ପ ସ˚ଖ୍ୟା ଅତ୍ୟନ୍ତ ନଗଣ୍ୟ, ତେଣୁ ସେ ଦେଶର ଅର୍ଥନୀତି ଉପରେ ତା’ର କୌଣସି ପ୍ରଭାବ ନାହିଁ କହିଲେ ଚଳେ। ଏଣୁ ସ୍ଥାଣୁ ପ୍ରାୟ ପାକିସ୍ତାନୀ ଅର୍ଥନୀତି ଉପରେ କରୋନାର ପ୍ରଭାବ ମଧୢ ସୀମିତ ହୋଇଛି।
କିନ୍ତୁ କରୋନା ପରବର୍ତ୍ତୀ ସମୟରେ ଭାରତୀୟ ଅର୍ଥନୀତି ଯେତେବେଳେ ପୁଣି ଧାଇଁବାକୁ ଆରମ୍ଭ କରିବ, ପାକିସ୍ତାନ ସେଇଠି ପ୍ରାୟ ଅଟକି ରହିଥିବ। ସେଇ ‘ଏଡିବି’ର ପୂର୍ବାନୁମାନ ଅନୁସାରେ ଆସନ୍ତା ବର୍ଷ ଭାରତର ଅର୍ଥନୀତି ୮ ଶତା˚ଶ ହାରରେ ଅଭିବୃଦ୍ଧି ହାସଲ କରିବାକୁ ଯାଉଥିବାବେଳେ, ପାକିସ୍ତାନର ଅଭିବୃଦ୍ଧି ହାର ହେବ ୨ ଶତା˚ଶ ମାତ୍ର!

ସମ୍ବନ୍ଧିତ ଖବର