ବିଶ୍ବବିଦ୍ୟାଳୟ ସରକାରୀ ସ˚ସ୍ଥା ନ ହେଉ, ସୁଖ-ଦୁଃଖ

ଲମ୍ବୋଦର ପ୍ରସାଦ ସି˚ହ

ଓଡ଼ିଶା ଭାରତର ଏକ ପଛୁଆ ରାଜ୍ୟ। ପ୍ରକୃତିଦତ୍ତ ସମ୍ପଦକୁ ନେଇ ଓଡ଼ିଶା ଦୁର୍ନୀତି କ୍ଷେତ୍ରରେ ଉଦାହରଣ ସାଜିଛି, କିନ୍ତୁ ତା’ର ସଦୁପଯୋଗ କରି ବିକାଶ ପଥରେ ଅଗ୍ରଗତି କରିପାରିନାହିଁ। ଶିକ୍ଷାର ଉତ୍କର୍ଷ, ବ୍ୟକ୍ତିଗତ ଆୟ ଓ ଅଧିବାସୀମାନଙ୍କର ହାରାହାରି ଜୀବନକାଳ ଆଧାରରେ ଜାତିସ˚ଘର UNDP ଦ୍ବାରା ପ୍ରସ୍ତୁତ ୨୦୧୮ ମସିହା ‘ମାନବ ବିକାଶ ସୂଚନାଙ୍କ’ (HDI) ତାଲିକାରେ ୧୮୯ ଦେଶ ମଧୢରେ ଭାରତର ସ୍ଥାନ ୧୨୯, ଭାରତର ୧୮ଟି ବୃହତ୍‌ ପ୍ରଦେଶ ମଧୢରେ ଓଡ଼ିଶାର ସ୍ଥାନ ୧୪। ଆମ ଦାରିଦ୍ର୍ୟର କାରଣ ଭାବରେ ଯେଉଁ ବାକ୍ୟଟି ବହୁଳ ଭାବରେ ବ୍ୟବହୃତ ସେହିଟି ହେଲା; ‘ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ କିନ୍ତୁ ବୌଦ୍ଧିକ ଦରିଦ୍ରତା ହିଁ ଆମ ଅନଗ୍ରସରତାର ମୂଳ କାରଣ।’ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଦେଶ ସ୍ବାଧୀନତାର ପ୍ରାକ୍‌ କାଳରେ ମଧୁସୂଦନ, ଗୋପବନ୍ଧୁ, କୃଷ୍ଣଚନ୍ଦ୍ର ଦେବ, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେବ ଭଳି ପ୍ରାତଃ ସ୍ମରଣୀୟ ଜନନାୟକ ଓ ଚିନ୍ତାନାୟକମାନଙ୍କ ନେତୃତ୍ବରେ ଓଡ଼ିଶାର ଜନଜୀବନ କ୍ଷେତ୍ରରେ ଏକ ବୌଦ୍ଧିକ ନବ-ଜାଗରଣର ସୂତ୍ରପାତ ହୋଇଥିଲା। ସେହି ଜ୍ଞାନୀ ଗୁଣୀ ଓ କର୍ମୀମାନଙ୍କ ସ୍ବପ୍ନ, ବୌଦ୍ଧିକ ଉନ୍ମେଷର ସନ୍ତକ ତଥା ଓଡ଼ିଆ ଅସ୍ମିତାର ପ୍ରତୀକ ଭାବରେ ପ୍ରତିଷ୍ଠିତ ହୋଇଥିଲା ଉତ୍କଳ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଦେଶ ସ୍ବାଧୀନତା ପ୍ରାପ୍ତିର ମଧୢଭାଗରେ ୧୯୪୩ ମସିହାରେ। କାରଣ ଏହି ଜାତି-ନିର୍ମାତାମାନେ ବୁଝିଥିଲେ ଯେ, ଶିକ୍ଷାର ଉତ୍କର୍ଷ ହିଁ ସଭ୍ୟତାର ଏକମାତ୍ର ଦ୍ୟୋତକ। ଶିକ୍ଷାର ଉତ୍‌ଥାନ ଓ ପତନ ସହ ଓଡ଼ିଆ ଜାତିର ଉତ୍‌ଥାନ ଓ ପତନ ଜଡ଼ିତ।

ବିଡ଼ମ୍ବନାର ବିଷୟ ଯେ ସ୍ବାଧୀନତୋତ୍ତର କାଳରେ ରାଜନୈତିକ ନେତୃତ୍ବରେ ବୌଦ୍ଧିକତାର କ୍ରମ-ସ୍ଖଳନ ସହ ଗଣତନ୍ତ୍ର ନିରୁତା ଭୋଟ୍‌କୈନ୍ଦ୍ରିକ ହେବା ଓ ଜାତୀୟ ଜୀବନ ଦୁର୍ନୀତି ମଦ, ନିଶା, ଅସହିଷ୍ଣୁତା, ହି˚ସା ଦ୍ବାରା କ୍ରମଶଃ-କବଳିତ ହେବା ସହ ଔପଚାରିକ ଭାବରେ ଶିକ୍ଷା କ୍ଷେତ୍ରରେ ଅବକ୍ଷୟ ଅବଧାରିତ ହୋଇ ଚାଲିଲା। ଓଡ଼ିଶା କ୍ଷେତ୍ରରେ ଶିକ୍ଷାର ଗୁଣାତ୍ମକ ଅବକ୍ଷୟ ଦିନକୁ ଦିନ ସ୍ପଷ୍ଟରୁ ସ୍ପଷ୍ଟତର ହେବାରେ ଲାଗିଛି। ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ମାଧୢମିକ ଶିକ୍ଷା ଅଭିଯାନ ମାଧୢମରେ ଓଡ଼ିଶା ସରକାର ପ୍ରତିବର୍ଷ ହଜାର କୋଟି ଟଙ୍କାରୁ ଅଧିକ ଅନୁଦାନ କେନ୍ଦ୍ର ସରକାରଙ୍କ ଠାରୁ ପାଉଥିଲେ ମଧୢ ଓଡ଼ିଶାର ୭୦-୮୦ ଭାଗ ବିଦ୍ୟାଳୟଗୁଡ଼ିକରେ ୨୦୦୯ ଶିକ୍ଷା ଅଧିକାର ନିୟମ ଅନ୍ତର୍ଭୁକ୍ତ ଶିକ୍ଷକ, ଭିତ୍ତିଭୂମି ତଥା ଶୈକ୍ଷିକ ପରିବେଶ ଉପଲବ୍‌ଧ ନୁହେଁ। ଅବସ୍ଥା ଏପରି ଦୟନୀୟ ଯେ ଗାଁଗଣ୍ତାର ଗରିବ ଲୋକମାନେ ମଧୢ ଏହି ବିଦ୍ୟାଳୟଗୁଡ଼ିକରେ ନିଜ ପିଲାମାନଙ୍କୁ ପଢ଼ାଇବାକୁ ଅନିଚ୍ଛୁକ। କହିବା ବାହୁଲ୍ୟ ଯେ ସରକାରୀ ପ୍ରାଥମିକ ଓ ମାଧୢମିକ ଶିକ୍ଷା ବ୍ୟବସ୍ଥା ଏବେ ଅତ୍ୟନ୍ତ ଖରାପ ସ୍ଥିତିରେ।

ତେବେ, ଏବେ ସରକାରଙ୍କ ‘ଶୁଭଦୃଷ୍ଟି’ ପଡ଼ିଛି ବିଶ୍ବବିଦ୍ୟାଳୟ ଉପରେ। କହିବା ଅନାବଶ୍ୟକ ଯେ ସତ୍ୟର ସନ୍ଧାନ, ମୁକ୍ତ ଚିନ୍ତନ ଓ ବିଶ୍ବ ଅଧୢୟନର ପ୍ରକୃଷ୍ଟ କ୍ଷେତ୍ର ଭାବରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ଗଢ଼ି ତୋଳିବାର ଦାୟିତ୍ବ ସମାଜ ଓ ରାଷ୍ଟ୍ର ସର୍ବାଧିକ ଗୁରୁତ୍ବର ସହ ବହନ କରିଆସିଛନ୍ତି। ଆଧୁନିକ ଯୁଗରେ ମଧୢ ବୋଲେନା, ଅକ୍ସଫୋର୍ଡ, ସାଲମାଙ୍କା ଓ ପ୍ୟାରିସ୍‌ ଭଳି ପୁରାତନ ବିଶ୍ବବିଦ୍ୟାଳୟଗୁଡ଼ିକୁ ସେହି ସମାଜ ଓ ଦେଶଗୁଡ଼ିକ ଅତ୍ୟନ୍ତ ସମ୍ମାନ ପ୍ରଦର୍ଶନ କରିବା ସହିତ ଯତ୍ନର ସହ ସେମାନଙ୍କର ପରିଚାଳନା ଓ ପରିବର୍ଦ୍ଧନ କରି ଚାଲିଛନ୍ତି। ବିଶ୍ବବିଦ୍ୟାଳୟଗୁଡ଼ିକରେ ଅଧୢୟନ, ଅଧୢାପନା ଓ ଗବେଷଣାର ଉତ୍କର୍ଷ ସୃଷ୍ଟିର ଲକ୍ଷ୍ୟ ନେଇ ଅମଲାତାନ୍ତ୍ରିକ ପ୍ରଭାବରୁ ମୁକ୍ତ ରଖିବାର ଅପରିହାର୍ଯ୍ୟତା ଅନୁଭବ କରି ସମଗ୍ର ପୃଥିବୀରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ସ୍ବାୟତ୍ତତା ପ୍ରଦାନ କରାଯାଇଛି। ଆମ ଦେଶରେ ତଥା ଆମ ରାଜ୍ୟରେ ମଧୢ ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠିତ ହୋଇଛି। ଦୁର୍ଭାଗ୍ୟର ବିଷୟ ଯେ ସ˚ପ୍ରତି ଓଡ଼ିଶା ସରକାର ଉପରେ ବର୍ଣ୍ଣିତ ସୁଚିନ୍ତିତ ପରମ୍ପରାକୁ ଜଳାଞ୍ଜଳି ଦେଇ ବିଶ୍ବବିଦ୍ୟାଳୟଗୁଡ଼ିକୁ ସରକାରୀ ନିୟନ୍ତ୍ରଣାଧୀନ ଶିକ୍ଷାନୁଷ୍ଠାନରେ ପରିଣତ କରିଛନ୍ତି। ଓଡ଼ିଶା ସରକାରଙ୍କ ମନ୍ତ୍ରୀମଣ୍ତଳ ଗତ ୨ ତାରିଖ ଦିନ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୧୯୮୯ରେ ସୁଦୂରପ୍ରସାରୀ ପରିବର୍ତ୍ତନ ଲକ୍ଷ୍ୟରେ ଏକ ଅଧୢାଦେଶ ପାଇଁ ପ୍ରସ୍ତାବ ପାରିତ କଲେ। ଏହି ପ୍ରସ୍ତାବଟି କୁଳାଧିପତିଙ୍କ ଅନାୟାସ ଅନୁମୋଦନ ଲାଭ କରି ସେପ୍‌ଟେମ୍ବର ୪ ତାରିଖ ଦିନ ସରକାରଙ୍କ ଦ୍ବାରା ଗେଜେଟ୍‌ ବିଜ୍ଞପ୍ତି ଭାବରେ ପ୍ରକାଶିତ ହୋଇଛି। ସେହି ୪ ତାରିଖ ଦିନ ଓଡ଼ିଶା ସରକାରଙ୍କ ଶିକ୍ଷା ସଚିବ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଅଧୢାଦେଶ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୋଟିଏ ବିପୁଳ ସ˚ଖ୍ୟାଗରିଷ୍ଠ ସରକାର ବିଧାନସଭାରେ ଆଲୋଚନା ନ କରି ତରବରିଆ ଭାବରେ ଏଭଳି ଗୁରୁତ୍ବପୂର୍ଣ୍ଣ ଅଧୢାଦେଶ ଜାରି କରିବା ଅଗଣତାନ୍ତ୍ରିକ ମନୋବୃତ୍ତିର ପରିଚୟ ଦେଉଛି।

ଏହି ଅଧୢାଦେଶ ବଳରେ ସରକାର ବିଶ୍ବବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ନିଜ ପ୍ରଭାବ ଜାରି କରିବାର ପଥ ପରିଷ୍କାର କରିଛନ୍ତି। କୁଳପତି ଚୟନ କମିଟିର ତିନି ଜଣ ସଦସ୍ୟଙ୍କ ମଧୢରେ ସିଣ୍ତିକେଟ ମନୋନୀତ ସଦସ୍ୟଙ୍କ ସ୍ଥାନରେ ସରକାରଙ୍କ ମନୋନୀତ ‘ଶିକ୍ଷାବିତ୍‌’ ଜଣେ ରହିବେ। ରୁସା (RUSA) ଉଲ୍ଲ˚ଘନ କରି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (SHEC) କିଭଳି ଏକ ‘ଶିକ୍ଷାବିତ୍‌’ ପରିଚାଳିତ ସ୍ବାୟତ୍ତ ସ˚ସ୍ଥାରେ ପରିଣତ ହୋଇଛି, ତାହା ଏକ ଉଦାହରଣ। ବହୁ ବର୍ଷ ଧରି କାର୍ଯ୍ୟ କରୁ ନଥିବାରୁ ସିନେଟ୍‌ ଓ ଗ୍ରାଜୁଏଟ୍‌ ନିର୍ବାଚନ ମଣ୍ତଳୀକୁ ଲୋପ କରାଯାଇଛି। ସିଣ୍ତିକେଟ୍‌, ସିନେଟ୍‌ ବଦଳରେ ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷ ଭାବରେ କାର୍ଯ୍ୟ ସମ୍ପାଦନ କରିବ। ସିଣ୍ତିକେଟ୍‌ରେ ରାଜ୍ୟ ସରକାରଙ୍କର ଶିକ୍ଷା ସଚିବ ବା ତାଙ୍କ ମନୋନୀତ ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ପଦାଧିକାରୀ ସଦସ୍ୟ ରହିବେ। ବିଶ୍ବବିଦ୍ୟାଳୟ ଶିକ୍ଷକ ଚୟନ ଓଡ଼ିଶା ଲୋକସେବା ଆୟୋଗ (OPSC) ଓ ଅଫିସ୍‌ କର୍ମଚାରୀ ନିଯୁକ୍ତି ରାଜ୍ୟ ଚୟନ ବୋର୍ଡ (SSB) ଦ୍ବାରା କରାଯିବ, ‘କ୍ରମବର୍ଦ୍ଧନଶୀଳ ସମୟ ଓ ସମ୍ପଦର ଅପବ୍ୟୟକୁ ବନ୍ଦ କରିବା ପାଇଁ।’ ଏଗୁଡ଼ିକ ବ୍ୟତୀତ କୁଳପତିଙ୍କ କାର୍ଯ୍ୟକାଳକୁ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯିବା ସହିତ ଅନ୍ୟାନ୍ୟ ସ˚ଶୋଧନ କରାଯାଇଛି, ଯାହା ବିଶେଷ ଗୁରୁତ୍ବପୂର୍ଣ୍ଣ ନୁହେଁ।

ସିନେଟ୍‌, ସିଣ୍ତିକେଟ ଓ ଆକାଡେମିକ୍‌ କାଉନ୍‌ସିଲ ବିଶ୍ବବିଦ୍ୟାଳୟ ଗୁଡ଼ିକର ତିନିଟି ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ବିଶ୍ବବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ବିଭାଗ ତଥା ଅଧୀନସ୍ଥ ମହାବିଦ୍ୟାଳୟ ଗୁଡ଼ିକରେ ପାଠ୍ୟକ୍ରମ ନିର୍ଦ୍ଧାରଣ କ୍ଷେତ୍ରରେ ଆକାଡେମିକ୍‌ କାଉନସିଲ ହେଉଛି ସର୍ବୋଚ୍ଚ ସ˚ସ୍ଥା; କିନ୍ତୁ କରୋନା ମହାମାରୀ ଆଳ ନେଇ ଓଡ଼ିଶା ସରକାର କୌଣସି ବିଶ୍ବବିଦ୍ୟାଳୟର ଆକାଡେମିକ୍‌ କାଉନସିଲର ବିନା ଅନୁମୋଦନରେ ଏକତରଫା ଭାବରେ ପାଠ୍ୟକ୍ରମଗୁଡ଼ିକର ଏକତୃତୀୟା˚ଶ ହ୍ରାସର ନିଷ୍ପତ୍ତି ଘୋଷଣା କଲେ। ପ୍ରକୃତରେ ରାଜ୍ୟ ଶାସନରେ ମନ୍ତ୍ରୀମଣ୍ତଳ ଓ ବିଧାନସଭାର ଭୂମିକା ଢାଞ୍ଚାରେ ବିଶ୍ବବିଦ୍ୟାଳୟ ପରିଚାଳନାରେ ସିଣ୍ତିକେଟ୍‌ ଓ ସିନେଟ୍‌ର ପରିକଳ୍ପନା କରାଯାଇଥିଲା। ସିନେଟ୍‌ରେ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ ଓ ପଦାଧିକାରୀ ତଥା ଛାତ୍ର ପ୍ରତିନିଧିମାନଙ୍କର ସହଭାଗିତାରେ ବିଶ୍ବବିଦ୍ୟାଳୟ ସ୍ତରରେ ଅନୁସୃତ ଶୈକ୍ଷିକ ଓ ପ୍ରଶାସନିକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ମାଧୢମରେ ତ୍ରୁଟି ବିଚ୍ୟୁତି ସୁଧାରିବାରେ ସୁଯୋଗ ଥିଲା। ସେହି ଦୃଷ୍ଟିରୁ ସିନେଟ୍‌କୁ ପୁନଃ ଚଳତ୍‌କ୍ଷମ କରିବା ଉଚିତ ଥିଲା। କିନ୍ତୁ ସରକାର ସ˚ସ୍ଥାଟିକୁ ଲୋପ କରି ଦେଲେ। ଓଡ଼ିଶା ସରକାର ନିଜ ଅଧୀନରେ ଥିବା ଅଳ୍ପ ସ˚ଖ୍ୟକ ମହାବିଦ୍ୟାଳୟଗୁଡ଼ିକ ଲାଗି OPSC ଜରିଆରେ ଅଧୢାପକ ନିଯୁକ୍ତି ଅତୀତରେ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି। ଏବେ ପୁଣି ସେହି ସ˚ସ୍ଥାଦ୍ବାରା ବିଶ୍ବବିଦ୍ୟାଳୟ ଅଧୢାପକ ନିଯୁକ୍ତିର ପ୍ରାବଧାନ ଅଯୌକ୍ତିକ ମନେ ହୁଏ। ସେହି ସମାନ କଥା ବିଶ୍ବବିଦ୍ୟାଳୟ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ; SSBର ନିଯୁକ୍ତି ଦକ୍ଷତା ମଧୢ ନୈରାଶ୍ୟଜନକ। ତେଣୁ ଏଭଳି ସରକାର-ନିୟନ୍ତ୍ରିତ ନିଯୁକ୍ତି ପ୍ରକ୍ରିୟା ମାଧୢମରେ ବିଶ୍ବବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ଗୁଣବତ୍ତାର କିଭଳି ଉତ୍ତରଣ ହେବ ତାହା ସହଜେ ଅନୁମେୟ।

ପରିଶେଷରେ ଆମ ସମସ୍ତଙ୍କର ସ୍ମରଣ ରହିବା ଉଚିତ ହେବ ଯେ ସ୍ବାୟତ୍ତତା ହିଁ ବିଶ୍ବବିଦ୍ୟାଳୟଗୁଡ଼ିକର ଆତ୍ମା। ସ୍ବାୟତ୍ତତା ହିଁ ମୁକ୍ତ ଚିନ୍ତନ, ବିଶ୍ବ ଅଧୢୟନ ତଥା ଜ୍ଞାନ ସୃଷ୍ଟି ପାଇଁ ଉନ୍ମୁକ୍ତ ବାତାବରଣ ପ୍ରତିଷ୍ଠା ଦିଗରେ ସହାୟକ ହୋଇଥାଏ। ବର୍ତ୍ତମାନର ସରକାର ସଦ୍ୟ ଅଧୢାଦେଶ ବଳରେ ବିଶ୍ବବିଦ୍ୟାଳୟଗୁଡ଼ିକର ସ୍ବାୟତ୍ତତାକୁ କ୍ଷୁଣ୍ଣ କରିବାର ଚେଷ୍ଟା କରିଛନ୍ତି; ବିଶ୍ବବିଦ୍ୟାଳୟ ଶରୀର ମଧୢରେ ଉପନିବେଶୀ-ଅମଲାତନ୍ତ୍ରର ଭୂତାଣୁ ପ୍ରବେଶ କରାଇବାର ଉଦ୍ୟମ କରାଯାଇଛି। ଏହିଠାରେ ହୁଏତ ପୃଥିବୀର ସର୍ବୋତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ବିଖ୍ୟାତ ଆମେରିକାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡ୍‌ଭାନ୍‌ସ୍‌ଡ ଷ୍ଟଡିଜ୍‌ (IAS), ପ୍ରିନସ୍‌ଟନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଆବ୍ରାହମ ଫ୍ଳେକ୍‌ସନରଙ୍କ ନିମ୍ନ ଉକ୍ତିଟିକୁ ଅନୁଧୢାନ କରିବା ସମୀଚୀନ ହେବ; ଯାହାର ଓଡ଼ିଆ ଭାଷାନ୍ତର କିଛିଟା ଏହିଭଳି: ‘ଗୋଟିଏ ପ୍ରକୃତ ବିଶ୍ବବିଦ୍ୟାଳୟ ହେଉଛି ଏକ ଜୀବନ୍ତ ସତ୍ତା, ଯାହା ଚିହ୍ନା ପଡ଼ିଥାଏ, ତା’ର ଲକ୍ଷ୍ୟର ଉଚ୍ଚତା ଏବ˚ ନିର୍ଦ୍ଦିଷ୍ଟତାରେ, ତହିଁରେ ନିହିତ ଭାବ ଓ ଉଦ୍ଦେଶ୍ୟର ସମନ୍ବୟରେ…।’
କେବଳ ବିଶ୍ବବିଦ୍ୟାଳୟ ନୁହେଁ ପ୍ରତ୍ୟେକ ଶିକ୍ଷାୟତନ ଗୋଟିଏ ଗୋଟିଏ ପ୍ରାଣପ୍ରାଚୁର୍ଯ୍ୟଭରା ଅନୁଷ୍ଠାନ, ଏହା ଯେତେ ଶୀଘ୍ର ରାଜ୍ୟ ସରକାର ହୃଦୟଙ୍ଗମ କରନ୍ତି ରାଜ୍ୟର ସେତିକି ମଙ୍ଗଳ। ସରକାର ଯଦି ଭାବୁଥାଆନ୍ତି: ‘ଆମେ ପଇସା ଦେଉଚୁ, ତେଣୁ ଆମେ ବିଶ୍ବବିଦ୍ୟାଳୟ ଚଳାଇବୁ ସରକାରୀ ଅନୁଷ୍ଠାନ ଭାବରେ’, ତେବେ ତାହା ଏକ ଭ୍ରାନ୍ତି ହେବ। ନୂତନ ଅଧୢାଦେଶ ବଳରେ ରାଜ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକୁ ସ୍ଥୂଳତଃ ‘ସରକାରୀ କଲେଜ’ରେ ପରିଣତ କରିବା ଦ୍ବାରା ରାଜ୍ୟରେ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ପଥ ଉନ୍ମୁକ୍ତ ହୋଇଯିବ। ଏହା ସାଧାରଣ ରାଜ୍ୟବାସୀଙ୍କ ହିତରେ ନ ଥିବାରୁ ଏହା ବିରୋଧରେ ପ୍ରତିବାଦ କରାଯିବା ଆବଶ୍ୟକ।
ବାୟା ନିବାସ, ଶ୍ରୀବିହାର, ପଟିଆ

ସମ୍ବନ୍ଧିତ ଖବର