ସର୍ଦ୍ଦାର ବଲ୍ଲଭଭାଇ ପଟେଲ (୧୮୭୫-୧୯୫୦)ଙ୍କର ଜନ୍ମଦିନ ୩୧ ଅକ୍ଟୋବରକୁ ଦେଶରେ ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ପାଳନ କରାଗଲା। ଏହାର ଯଥେଷ୍ଟ ମହତ୍ତ୍ବ ରହିଛି, କାରଣ ସର୍ଦ୍ଦାର ପଟେଲ ହେଲେ ରାଷ୍ଟ୍ରୀୟ ଏକତା ଏବ˚ ସ˚ହତିର ଏକ ପ୍ରମୁଖ ପ୍ରତୀକ। ଜଵାହରଲାଲ ନେହରୁଙ୍କ ନେତୃତ୍ବରେ ୧୯୪୬ (ସେପ୍ଟେମ୍ବର)ରେ ଅନ୍ତରୀଣ ସରକାର ଗଠିତ ହେଲା ଏବ˚ ସେହିଦିନ ଠାରୁ ଦେଶ ଏକ ସାଧାରଣତନ୍ତ୍ରରେ ପରିଣତ ହେବା ପର୍ଯ୍ୟନ୍ତ ସର୍ଦ୍ଦାର ପଟେଲ ଦେଶର ଗୃହମନ୍ତ୍ରୀ ଦାୟିତ୍ବରେ ରହିଲେ। ସେହି ଅବଧିରେ ଦେଶୀୟ ରାଜ୍ୟଗୁଡ଼ିକର ସମ୍ମିଶ୍ରଣରେ ସେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସ୍ବାଧୀନତା ପରେ ସର୍ଦ୍ଦାର ପଟେଲ ମାତ୍ର ସାଢ଼େ ତିନି ବର୍ଷ ବଞ୍ଚିଥିଲେ। ମାତ୍ର ସେହି ସୀମିତ ସମୟ ମଧୢରେ ସେ ବହନ କରିଥିବା ଦେଶର ଏକୀକରଣ ଦାୟିତ୍ବକୁ ସ˚ପୂର୍ଣ୍ଣ କରିଥିଲେ। ଅବଶ୍ୟ ସର୍ଦ୍ଦାର ପଟେଲଙ୍କ ସମଗ୍ର କାର୍ଯ୍ୟ ପଛରେ ପ୍ରଧାନମନ୍ତ୍ରୀ ନେହରୁ, ଦେଶର ଜାତୀୟତାବାଦୀ ନେତୃତ୍ବ ଏବ˚ ସର୍ବୋପରି ଜନଗଣଙ୍କ ଅକୁଣ୍ଠ ସହଯୋଗ ରହିଥିଲା। ଅନ୍ୟଥା ଏ ଦାୟିତ୍ବ ପୂରା କରିବା ସହଜ କିମ୍ବା ସମ୍ଭବପର ହୋଇନଥାନ୍ତା। କହିବା ବାହୁଲ୍ୟ ଯେ ତା’ ସତ୍ତ୍ବେ ବ୍ୟକ୍ତିଗତ ଭାବରେ ତାଙ୍କ ରାଜନୈତିକ ପରିପକ୍ବତା ଏବ˚ ରାଷ୍ଟ୍ର ନିଷ୍ଠା ମଧୢ ତାଙ୍କ ସଫଳତାର ଚାବିକାଠି ଥିଲା।। ସେତିକି ବେଳେ ଅନ୍ତରୀଣ ସରକାର ବୋଲି ଯାହାକୁ କୁହାଯାଉଥିଲା, ତାହା ଥିଲା ଏକ ଡୋମିନିଅନ ସରକାର। ଏହାର ଅର୍ଥ- ବ୍ରିଟିସ୍ ସରକାର ହାତରେ ଭାରତର ସାର୍ବଭୌମ ଅଧିକାର ରହିଥିଲା। ପ୍ରଥମେ ଲର୍ଡ ଵାଭେଲ ଏବ˚ ତାଙ୍କ ପରେ ଲର୍ଡ ମାଉଣ୍ଟବେଟେନ ଭାରତର ଭାଇସ୍ରାୟ ଥିଲେ। ଭାଇସ୍ରାୟଙ୍କ Executive Councilକୁ ହିଁ ଅନ୍ତରୀଣ ସରକାର ବୋଲି କୁହାଯାଉଥିଲା। ଦେଶ ପୂର୍ଣ୍ଣ ସ୍ବାଧୀନତା ହାସଲ କରି ନଥିଲା। କେବଳ ସେତିକି ନୁହେଁ, ମୋଟ ୫୬୦ରୁ ଅଧିକ ଦେଶୀୟ ରାଜ୍ୟ ଏହି ଅନ୍ତରୀଣ ସରକାରର କର୍ତ୍ତୃତ୍ବ ବାହାରେ ରହିଥିଲେ। ଦେଶୀୟ ରାଜ୍ୟଗୁଡ଼ିକ ଉପରେ ବଳ ପ୍ରୟୋଗ କରି ଭାରତରେ ସମ୍ମିଶ୍ରିତ କରିବା ଅର୍ଥ ଇ˚ରେଜ ଭାଇସ୍ରାୟଙ୍କ ରୋଷର ଶିକାର ହେବା। ସ୍ବାଧୀନତା ସ˚ଗ୍ରାମ ସମୟରେ ଦେଶୀୟ ରାଜ୍ୟଗୁଡ଼ିକ ଇ˚ରେଜର ସମର୍ଥନ କରି ସରକାରର ପୂର୍ଣ୍ଣ କୃପା ଦୃଷ୍ଟିରେ ରହି ଆସିଥିଲେ। ସ୍ବାଧୀନତା ସ˚ଗ୍ରାମକୁ ସେମାନେ ତୀବ୍ର ବିରୋଧ କରିବା ପଛରେ ଅନ୍ୟତମ ପ୍ରମୁଖ କାରଣ ଥିଲା ଜାତୀୟତା ଆନ୍ଦୋଳନର ଗାଣତାନ୍ତ୍ରିକତା, ଯାହା ସେମାନଙ୍କର ସାମନ୍ତବାଦୀ ମନୋଭାବର ସ˚ପୂର୍ଣ୍ଣ ବିପରୀତ ଥିଲା। ଭାରତରେ ଦେଶୀୟ ରାଜ୍ୟର ମିଶ୍ରଣର ଅର୍ଥ ସେମାନଙ୍କ କର୍ତ୍ତୃତ୍ବର ଅବସାନ, ଯାହା ସେମାନଙ୍କ ପାଇଁ ଆଦୌ ସ୍ବୀକାର୍ଯ୍ୟ ନ ଥିଲା।
ଏଭଳି ଏକ ଜଟିଳ ପରିସ୍ଥିତିରେ ଦେଶର ଏକୀକରଣ ଏବ˚ ଦେଶୀୟ ରାଜ୍ୟଗୁଡ଼ିକର ସମ୍ମିଶ୍ରଣ ପାଇଁ ସର୍ଦ୍ଦାର ପଟେଲ ଅଣ୍ଟା ଭିଡ଼ିଥିଲେ। କାରଣ ସେ ବୁଝିଥିଲେ ଯେ ବିଶ୍ବଯୁଦ୍ଧ ପରବର୍ତ୍ତୀ ବିଶ୍ବରେ ଭାରତ ଯଦି ଏକୀକୃତ ନ ହୁଏ, ତା’ର କୌଣସି ରାଜନୈତିକ ମହତ୍ତ୍ବ ରହିବ ନାହିଁ। ଅତି ସହଜରେ ବିଶ୍ବ ଶକ୍ତିଗୁଡ଼ିକ ହାତରେ ଦେଶ ନିଜ ପ୍ରଭୁତାକୁ ବଳି ଦେବାକୁ ବାଧୢ ହେବ। ଦ୍ବିତୀୟତଃ ପ୍ରାଚୀନ କାଳରୁ ସମଗ୍ର ବିଶ୍ବରେ ଭାରତର ପରିଚୟ ହେଲା ଏକୀକୃତ ଭାରତ; ଯଦିଓ ତାହା ଅନେକ ଛୋଟ ଛୋଟ ରାଜ୍ୟର ଏକ ଭୌଗୋଳିକ ଭୂଖଣ୍ତ ଥିଲା। ବିଶ୍ବର ଅନେକ ଉପନିବେଶ ଏବ˚ ପ୍ରାକ୍ତନ ଉପନିବେଶ ଭାରତ ଉପରେ ଭରସା ରଖିଥିଲେ। ସେହି ସ୍ଥିତିରେ ଯଦି ଭାରତ ଏକୀକୃତ ନ ରହେ, ତାହା ବିଶ୍ବ ରାଜନୀତି ଦୃଷ୍ଟିରୁ ସେମାନଙ୍କ ପାଇଁ ଏକ ଶକ୍ତ ଧକ୍କା ହେବ। କେବଳ ଏତିକି ନୁହେଁ, ସ୍ବାଧୀନତା ସ˚ଗ୍ରାମ ସମୟରେ, ବିଶେଷ କରି ୧୯୩୦ ଏବ˚ ୧୯୪୦ ଦଶକରେ ପାଖାପାଖି ସମସ୍ତ ଦେଶୀୟ ରାଜ୍ୟର ପ୍ରଜା ଜାତୀୟତା ସ˚ଗ୍ରାମରେ ନିଜର ପ୍ରତ୍ୟକ୍ଷ ସ˚ପୃକ୍ତି ରଖିଥିଲେ। ସେମାନେ ଉଭୟ ବ୍ରିଟିସ୍ ଉପନିବେଶବାଦୀ ଶାସନ ଏବ˚ ରାଜା-ରାଜୁଡ଼ାଙ୍କ ସାମନ୍ତବାଦୀ ଶାସନର ତୀବ୍ର ବିରୋଧ କରିଥିଲେ। ଓଡ଼ିଶାରେ ଦେଶୀୟ ରାଜ୍ୟଗୁଡ଼ିକୁ ସ୍ଥାନୀୟ ଭାଷାରେ ଗଡ଼ଜାତ କୁହାଯାଉଥିଲା। ୧୯୪୨ର ଭାରତ ଛାଡ଼ ଆନ୍ଦୋଳନର ତୀବ୍ରତାର ମାତ୍ରା ଏହି ସବୁ ରାଜ୍ୟରେ ପ୍ରବଳ ହୋଇଥିଲା। ୧୯୩୯ରେ ରଣପୁର ଗଡ଼ଜାତରେ ବ୍ରିଟିସ ପୋଲିଟିକାଲ ଏଜେଣ୍ଟ ବେଜେଲଗେଟଙ୍କୁ ହତ୍ୟାର ଶିକାର ହେବାକୁ ପଡ଼ିଥିଲା। ୧୯୪୭ରେ ତାଳଚେରରେ ସାମନ୍ତରାଳ ସରକାର ଗଠିତ ହୋଇଥିଲା। ଅର୍ଥାତ୍ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପ୍ରଶ୍ନକୁ ଯଦି ଜାତୀୟତାବାଦୀ ନେତୃତ୍ବ ଅଣଦେଖା କରିଥାନ୍ତା, ତାହା ଦେଶୀୟ ପ୍ରଜାଙ୍କ ପ୍ରତି ଏକ ଦାରୁଣ ବିଶ୍ବାସଘାତକତା ହୋଇଥାନ୍ତା।
ଦେଶ ବିଭାଜନ ବେଳେ ଅନେକଗୁଡ଼ିଏ ଦେଶୀୟ ରାଜ୍ୟ ପାକିସ୍ତାନ ନିର୍ଦ୍ଧାରିତ କ୍ଷେତ୍ରରେ ମଧୢ ରହିଥିଲେ। ପାକିସ୍ତାନର ପ୍ରଧାନ ଦେଶୀୟ ରାଜ୍ୟଗୁଡ଼ିକ ମଧୢରେ ଥିଲେ: ଉମରକୋଟ, ବାହାଵଲପୁର, ଖୈରପୁର, ଚିତ୍ରାଲ, ସ୍ବାଦ, ହୁନ୍ଜା ଏବ˚ ନାଗର ଆଦି। ଯେଉଁ ରାଜନୈତିକ ପରିପକ୍ବତା ଭିତ୍ତିରେ ଭାରତ ଅଞ୍ଚଳସ୍ଥ ଦେଶୀୟ ରାଜ୍ୟଗୁଡ଼ିକୁ ସର୍ଦ୍ଦାର ପଟେଲ ବ୍ରିଟିସ୍ ଭାରତ କ୍ଷେତ୍ରରେ ସମ୍ମିଶ୍ରିତ କଲେ, ପାକିସ୍ତାନରେ ତାହା ଦେଖିବାକୁ ମିଳିନଥିଲା। ପାକିସ୍ତାନର ଥିବା ସତ୍ତ୍ବେ ସେଠାକାର ଦେଶୀୟ ରାଜ୍ୟଗୁଡ଼ିକ ମଧୢରୁ ଅନେକ ୧୯୫୫-୫୬ ଯାଏଁ ବି ପାକିସ୍ତାନ ରାଷ୍ଟ୍ରରେ ସମନ୍ବିତ ହୋଇନଥିଲେ। ଫଳରେ ସେଠାରେ ସାମନ୍ତବାଦୀ ଶାସନ ଅବ୍ୟାହତ ରହିଲା। ଅର୍ଥାତ୍ ଆରମ୍ଭରୁ ପାକିସ୍ତାନ କେବଳ ଧର୍ମ ଆଧାରିତ ନୁହେଁ, ସାମନ୍ତବାଦୀ ଭିତ୍ତିକୁ ମଧୢ ତ୍ୟାଗ କରି ପାରି ନ ଥିଲା। ଫଳରେ, ପାକିସ୍ତାନର ଏକ ଆଧୁନିକ ରାଷ୍ଟ୍ର ହେବାର ସ୍ବପ୍ନ ପାଉଁଶ ହୋଇଗଲା। ଅନ୍ୟ ଶବ୍ଦରେ କହିଲେ, ଯେଉଁ ସମୟରେ ଭାରତ ଉପନିବେଶବାଦୀ କର୍ତ୍ତୃତ୍ବରୁ ମୁକୁଳିଲା; ସାମନ୍ତବାଦୀ ଏବ˚ ଧାର୍ମିକ ରୁଢ଼ିବାଦୀ ନିୟନ୍ତ୍ରଣକୁ ମଧୢ ପରିହାର କଲା ଏବ˚ ସାମାଜିକ ବିପ୍ଳବ ପାଇଁ ପଥ ପ୍ରଶସ୍ତ କଲା। ସେହି ସମୟରେ ପାକିସ୍ତାନ ସାମନ୍ତବାଦୀ ଏବ˚ ଧାର୍ମିକ ମୌଳବାଦକୁ ପ୍ରଶ୍ରୟ ଦେଲା। କାଳାନ୍ତରରେ ଏହା ପାକିସ୍ତାନରେ ଗାଣତାନ୍ତ୍ରିକତାକୁ ଛିନ୍ନମୂଳ କଲା ଏବ˚ ସାମରିକବାଦକୁ ଦୃଢ଼ ଭିତ୍ତି ଦେଲା; ଯାହାର ଦୁଃଖଦ ପରିଣାମ ଆଜି ମଧୢ ପାକିସ୍ତାନ ଭୋଗ କରିଚାଲିଛି। ଦେଶୀୟ ରାଜ୍ୟଗୁଡ଼ିକର ଭାରତରେ ସମ୍ମିଶ୍ରଣ ବେଳେ ଯେଉଁସବୁ ବାଧା ଦେଖା ଦେଲା, ତହିଁରେ ଅନ୍ୟତମ ଥିଲା ମହମ୍ମଦ ଅଲି ଜିନ୍ନାଙ୍କ ଭ୍ରମାତ୍ମକ ଘୋଷଣା। ଏହି ଘୋଷଣା ଅନୁଯାୟୀ ପାକିସ୍ତାନରେ ମିଶିବାକୁ ଆଗ୍ରହୀ ଦେଶୀୟ ରାଜ୍ୟଗୁଡ଼ିକର ସ୍ବାୟତ୍ତତା ଲୋପ ପାଇବ ନାହିଁ। ସେମାନଙ୍କ ସାମନ୍ତୀ ବ୍ୟବସ୍ଥା ଅବ୍ୟାହତ ରହିବ। ଏହି କାରଣରୁ ଗୁଜରାଟରେ ଥିବା ଜୁନାଗଡ଼ ଏବ˚ ଦକ୍ଷିଣ ଭାରତରେ ହାଇଦ୍ରାବାଦ ପାକିସ୍ତାନରେ ମିଶିବାକୁ ଜିଦ୍ କଲେ। ଜୁନାଗଡ଼ ନବାବ ମିଶିବାର ନିଷ୍ପତ୍ତି ମଧୢ ନେଲେ। ସର୍ଦ୍ଦାର ପଟେଲ ଉଭୟ ଜୁନାଗଡ଼ ଏବ˚ ହାଇଦ୍ରାବାଦକୁ ଭାରତୀୟ ସେନା ପ୍ରେରଣ କରି ଭାରତରେ ସମ୍ମିଶ୍ରିତ କଲେ, କାରଣ ସେଠାକାର ଜନସାଧାରଣ ପାକିସ୍ତାନରେ ମିଶିବାକୁ ଚାହୁଁନଥିଲେ। ସେହିଭଳି କାଶ୍ମୀର ରାଜ୍ୟକୁ ନିଜର ନିଷ୍ପତ୍ତି ନେବା ପାଇଁ ବର୍ଷେ ସମୟ ଦିଆଗଲା। ସେହି ସମୟରେ (ଅକ୍ଟୋବର ୧୯୪୭) ପାକିସ୍ତାନ ତାକୁ ନିଜ ଦେଶରେ ସାମିଲ କରିବା ପାଇଁ ସୈନ୍ୟ ପ୍ରେରଣ କଲା। ଫଳରେ ସମ୍ମିଶ୍ରଣ ନିମନ୍ତେ ଭାରତୀୟ ସେନାର ହସ୍ତକ୍ଷେପ ସେଠାରେ ଜରୁରୀ ସାବ୍ୟସ୍ତ ହେଲା।
ଭାରତର ଏକୀକରଣ ପ୍ରସଙ୍ଗର ଚର୍ଚ୍ଚା ବେଳେ ସାଧାରଣତଃ ଦେଶୀୟ ରାଜ୍ୟଗୁଡ଼ିକର ସମ୍ମିଶ୍ରଣକୁ ଅଧିକ ମହତ୍ତ୍ବ ଦିଆଯାଏ। ବିଭାଜନ କାଳୀନ ଭାରତରେ ସ˚ଖ୍ୟାଲଘୁ ମୁସଲିମ୍ ସମାଜର ଥଇଥାନ ଏବ˚ ଧର୍ମ ନିରପେକ୍ଷତାର ଦୃଢ଼ ଭିତ୍ତି କଥା ଚର୍ଚ୍ଚାରେ ମହତ୍ତ୍ବ ପାଏ ନାହିଁ। ସେତେବେଳେ ପାକିସ୍ତାନ ଧର୍ମ ଆଧାରରେ ଗଠିତ; ଅଧିକା˚ଶ ସ୍ଥାନରେ ଶାସନାସୀନ ଦଳର ପ୍ରରୋଚନାରେ ଅଣ-ମୁସଲିମ ହିନ୍ଦୁ ଏବ˚ ଶିଖ୍ମାନଙ୍କ ବିରୋଧରେ ଦଙ୍ଗା ଆୟୋଜିତ ହେଉଥାଏ। ଏହା ଭାରତକୁ ମଧୢ ସା˚ପ୍ରଦାୟିକ ଏବ˚ ମୁସଲିମ ବିରୋଧୀ ହେବାକୁ ପ୍ରୋତ୍ସାହିତ କରୁଥାଏ। ଏଭଳି ଏକ ସ୍ଥିତିରେ ଭାରତ ପାକିସ୍ତାନର ମାର୍ଗରେ ନ ଯାଇ ଧର୍ମ ନିରପେକ୍ଷତାକୁ ରାଷ୍ଟ୍ରଧର୍ମ କଲା ଏବ˚ ସ˚ଖ୍ୟାଲଘୁ ବର୍ଗକୁ ସମାନ ନାଗରିକ ଅଧିକାର ପ୍ରଦାନ କଲା। ଏକଥା ଅନୁସ୍ବୀକାର୍ଯ୍ୟ ଯେ କୌଣସି ଗଣତାନ୍ତ୍ରିକ ରାଷ୍ଟ୍ର ତା’ର ନାଗରିକମାନଙ୍କୁ ସମାନ ଅଧିକାରରୁ ବଞ୍ଚିତ କରିନପାରେ। ଏହି କାରଣରୁ ଆଜି ପାକିସ୍ତାନ ତୁଳନାରେ ଭାରତରେ ମୁସଲମାନଙ୍କ ସ˚ଖ୍ୟା ଅଧିକ ଏବ˚ ଧାର୍ମିକ ଭିତ୍ତିରେ ଗଠିତ ପାକସ୍ତାନ ୧୯୭୧ରେ ପୁଣି ଥରେ ଭାଷା ଭିତ୍ତିରେ ମଧୢ ବିଭାଜିତ। ସର୍ଦ୍ଦାର ପଟେଲ ବୁଝିଥିଲେ ଯେ ସାମନ୍ତବାଦୀ କର୍ତ୍ତୃତ୍ବ ଭଳି ଧାର୍ମିକ ମୌଳବାଦୀ କର୍ତ୍ତୃତ୍ବ ମଧୢ ଭାରତର ଆଧୁନିକତା ଏବ˚ ସଭ୍ୟତା ଆଗରେ ଏକ ପ୍ରମୁଖ ବାଧକ। ସେଥିପାଇଁ ସେ ଧର୍ମ ନିର୍ବିଶେଷରେ ସା˚ପ୍ରଦାୟିକତାର ମୂଳୋତ୍ପାଟନ ପାଇଁ ଅଙ୍ଗୀକାରବଦ୍ଧ ଥିଲେ। ସେଥି ଲାଗି ଗାନ୍ଧୀଜୀଙ୍କ ହତ୍ୟା ପରେ ସା˚ପ୍ରଦାୟିକ ସ˚ଗଠନଗୁଡ଼ିକ ଉପରେ ତୀବ୍ର କଟକଣା ଲଗାଇଥିଲେ।
ସର୍ଦ୍ଦାର ପଟେଲଙ୍କୁ କ˚ଗ୍ରେସର ଅନ୍ୟ ଶୀର୍ଷ ସ୍ଥାନୀୟ ନେତୃତ୍ବ ଠାରୁ ପୃଥକ ବୋଲି କେହି କେହି ଦର୍ଶାଇଥାନ୍ତି। ନେହରୁଙ୍କ ତୁଳନାରେ ତାଙ୍କୁ ଅଧିକା ଦକ୍ଷ, ଦୂରଦୃଷ୍ଟି ସମ୍ପନ୍ନ ଏବ˚ ଅଧିକ ଜାତୀୟବାଦୀ ବୋଲି କହିଥାନ୍ତି। ନେହରୁ ସର୍ଦ୍ଦାର ପଟେଲଙ୍କ ପ୍ରତି ନିରନ୍ତର ପକ୍ଷପାତ କରୁଥିଲେ ବୋଲି ଅଭିଯୋଗ କରିଥାନ୍ତି। ଏଭଳି ଅଭିଯୋଗ ପଛରେ ଏକ ବଡ଼ କାରଣ ସ୍ବାଧୀନତା ସ˚ଗ୍ରାମକୁ ଏକ ବ୍ୟାପକ ଐତିହାସିକ ପୃଷ୍ଠଭୂମିରେ ତଥା ଏକ ସାମଗ୍ରିକ ଆନ୍ଦୋଳନ ରୂପରେ ଦେଖି ନପାରିବା। ଜାତୀୟତା ଆନ୍ଦୋଳନକୁ ସାମଗ୍ରିକ ରୂପରେ ନ ଦେଖି ଏକାଧିକ ଖଣ୍ତ ଭାବରେ ଦେଖିଲେ ତା’ର ନେତୃତ୍ବରେ କେତେବେଳେ ନେହରୁ ଏବ˚ ପଟେଲଙ୍କ ମଧୢରେ ତ ଆଉ କେତେବେଳେ ଗାନ୍ଧୀଜୀ ଏବ˚ ନେତାଜୀଙ୍କ ବିଚାର ଏବ˚ ବ୍ୟକ୍ତିତ୍ବ ମଧୢରେ କେବଳ ଖାଇ ଦୃଷ୍ଟିଗୋଚର ହୁଏ। ସମକାଳୀନ ସମାଜରେ ଭାରତୀୟ ରାଜନୀତିକ ବର୍ଗ ଭିନ୍ନ ଭିନ୍ନ ବିଚାରର ପକ୍ଷଧର। ତା’ସତ୍ତ୍ବେ ଭାରତର ଏକତା ଏବ˚ ସ˚ହତି ସେମାନଙ୍କ ସମସ୍ତଙ୍କ ପାଇଁ ହେଲା ପ୍ରଧାନ ପ୍ରାଥମିକତା। ସେହିଭଳି ଜାତୀୟତା ଆନ୍ଦୋଳନ ବେଳେ ମଧୢ ମତ ଭିନ୍ନତା ସତ୍ତ୍ବେ ସେମାନେ ସାମଗ୍ରିକ ଭାବରେ ଉପନିବେଶବାଦର ବିରୋଧୀ ଏବ˚ ଆଧୁନିକତାର ପକ୍ଷଧର। ଜାତୀୟତାବାଦୀଙ୍କ ଏହି ସାମୂହିକ ଲକ୍ଷ୍ୟକୁ ବୁଝି ପାରିଲେ, ସର୍ଦ୍ଦାର ପଟେଲ୍ ମଧୢ ତାଙ୍କ ସମସାମୟିକମାନଙ୍କ ତୁଳନାରେ ‘ସାନ’ କିମ୍ବା ‘ବଡ଼’ ପ୍ରତୀତ ହେବେ ନାହିଁ। ତେଣିକି ତାଙ୍କୁ ଜାତୀୟ ସ˚ହତି ଏବ˚ ରାଷ୍ଟ୍ରୀୟ ଏକୀକରଣର ପ୍ରତୀକ ରୂପେ ଦେଖିବା ତଥ୍ୟପୂର୍ଣ୍ଣ ଏବ˚ ତର୍କସିଦ୍ଧ ମନେ ହେବ!
[email protected]