ନିର୍ବାଚନ ନିର୍ଯାସ

ବିଜୟନ୍‌ ସରକାରଙ୍କ କୋଭିଡ୍‌ ପରିଚାଳନା ଉତ୍ତମ ହୋଇଛି ବୋଲି ବିଶ୍ବାସ କରନ୍ତି, ଯାହା ତାଙ୍କର ଲୋକପ୍ରିୟତାରେ ଏଭଳି ବୃଦ୍ଧି ଘଟାଇଛି ଯେ ଚିରାଚରିତ କ˚ଗ୍ରେସ ସମର୍ଥକମାନେ ମଧୢ ‘ଏଲ୍‌ଡିଏଫ୍‌’ ସପକ୍ଷରେ ମତଦାନ କରିଥିବା ଜଣାପଡ଼ିଛି। ତାଙ୍କ ଠାରୁ ଶିକ୍ଷା ଲାଭ କରି ପଶ୍ଚିମବଙ୍ଗରେ ରୟାଲ୍‌ ବେଙ୍ଗଲ୍‌ ବାଘୁଣୀ ମମତାଙ୍କ ଦ୍ବାରା ଘାଇଲା ହୋଇଥିବା ନରେନ୍ଦ୍ର ମୋଦୀ ଆଗାମୀ ଦିନମାନଙ୍କରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଶରେ କୋଭିଡ୍‌ ପରିଚାଳନାକୁ ସଜାଡ଼ିବାରେ ମନୋନିବେଶ କରନ୍ତୁ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବରେ ପରାଜିତ ହେବା ପରେ ନିଜକୁ ପ୍ରବୋଧନା ଦେବା ପାଇଁ ଭାରତୀୟ ଜନତା ପାର୍ଟିର ସମର୍ଥକମାନେ କହିବା ଦେଖାଯାଉଛି ଯେ ଗତ ବିଧାନସଭାରେ ମାତ୍ର ତିନିଟି ଆସନ ପାଇଥିବା ତାଙ୍କର ଦଳ ଏଥର ୭୭ଟି ଆସନ ଦଖଲ କରିବା ହେଉଛି ଏକ ଚମକପ୍ରଦ ସଫଳତା। ଏହା ସତ୍ୟର ଅପଳାପ ମାତ୍ର। କଟୁ ସତ୍ୟକୁ ସ୍ବୀକାର କରିବାକୁ ଚାହିଁଲେ ସେମାନେ ଗତ ବିଧାନସଭାରେ ଦଳର ଆସନ ସ˚ଖ୍ୟା ସହିତ ତୁଳନା ନ କରି ୨୦୧୯ ଲୋକସଭା ନିର୍ବାଚନରେ ସେ ରାଜ୍ୟରେ ବିଜେପି ଅଗ୍ରଣୀ ଥିବା ବିଧାନସଭା କ୍ଷେତ୍ର ସ˚ଖ୍ୟା ସହିତ ବର୍ତ୍ତମାନ ଜିଣି ଥିବା ବିଧାନସଭା କ୍ଷେତ୍ର ସ˚ଖ୍ୟାକୁ ତୁଳନା କରିବା ଯୁକ୍ତିଯୁକ୍ତ ହେବ।

୨୦୧୯ ନିର୍ବାଚନରେ ବିଜେପି ୧୨୮ଟି ବିଧାନସଭା କ୍ଷେତ୍ରରେ ଆଗରେ ରହି ସେ ରାଜ୍ୟର ମୋଟ ୪୨ଟି ଲୋକସଭା ଆସନ ମଧୢରୁ ୧୮ଟିରେ ବିଜୟ ଲାଭ କରିଥିଲା ଏବ˚ ମୋଟ ୪୦.୨୫ ଶତା˚ଶ ମତଦାତାଙ୍କର ସମର୍ଥନ ହାସଲ କରିଥିଲା। ତେଣୁ ସତ କଥା ହେଲା ଏଥର ନିର୍ବାଚନରେ ବିଜେପି ୭୪ଟି ଅଧିକ ଆସନ ଲାଭ କରିଛି ବୋଲି ନ କହି ୫୧ଟି ଆସନ ହରାଇଛି ବୋଲି କହିବା ଠିକ୍‌ ହେବ। ବିଜେପି ହାସଲ କରିଥିବା ମତଦାତା ସମର୍ଥନରେ ମଧୢ ଅନୁରୂପ ଭାବରେ ହ୍ରାସ ଘଟି ପ୍ରାୟ ୩୮ ଶତା˚ଶ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ହାରି ଯାଇଥିଲେ ହେଁ ତାଙ୍କ ଭାଷାରେ ନିର୍ବାଚନ ଖେଳରେ ସେ ମୋଦୀ-ଶାହ ଅଧିନାୟକତ୍ବରେ ଲଢୁଥିବା ବିଜେପିକୁ ଯେ ପୂରା ଚିତ୍‌ପଟାଙ୍ଗ୍‌ କରି ଦେଇଛନ୍ତି, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

ମମତାଙ୍କର ଚମକପ୍ରଦ ବିଜୟର କାରଣ ସ୍ବରୂପ ବିଶ୍ଳେଷଣକାରୀମାନେ କହୁଛନ୍ତି ଯେ ମୋଟ ମତଦାତାଙ୍କର ପ୍ରାୟ ୩୦ ଶତା˚ଶ ହୋଇଥିବା ମୁସଲମାନ ମତଦାତାମାନେ ଏକଜୁଟ ହୋଇ ତାଙ୍କ ସପକ୍ଷରେ ଭୋଟ ଦେବାରୁ ବିଜେପି ତାଙ୍କୁ ହରାଇବା କାଠିକର ପାଠ ହୋଇଗଲା। କିନ୍ତୁ ଏହି ଦୃଷ୍ଟିକୋଣରୁ ବିଚାର କଲେ ଦେଖା ଯାଇଥାଏ ଯେ ଆସାମରେ ମୁସଲମାନ ମତଦାତାଙ୍କ ଅନୁପାତ ଏହା ଠାରୁ ଅଧିକ, ପ୍ରାୟ ୩୫ ଶତା˚ଶ ହୋଇଥିଲେ ହେଁ ଏବ˚ ସେମାନେ ମଧୢ ଏକଜୁଟ ହୋଇ ବିଜେପି ବିରୋଧରେ ମତଦାନ କରିଥିଲେ ହେଁ, ସେ ରାଜ୍ୟରେ ବିଜେପି ଅନାୟାସରେ ପୁନର୍ବିଜୟ ହାସଲ କରିବାରେ ସକ୍ଷମ ହୋଇଛି। ଏହାର କାରଣ ହେଲା ଆସାମରେ ସୁଦକ୍ଷ ସ୍ଥାନୀୟ ନେତା ହିମନ୍ତ ବିଶ୍ବଶର୍ମା ସେଠାକାର ଆସାମୀୟ ଓ ବଙ୍ଗାଳୀ ହିନ୍ଦୁମାନଙ୍କୁ ଏକଜୁଟ ହୋଇ ବିଜେପି ସପକ୍ଷରେ ଭୋଟ ଦେବା ପାଇଁ ସଫଳ ଭାବରେ ପ୍ରବର୍ତ୍ତାଇ ପାରିଥିଲେ। ନଚେତ୍‌ ଆସାମରେ ବିବଦମାନ ସ˚ଖ୍ୟାଲଘୁ ନେତା ବଦ୍ରୁଦ୍ଦିନ୍‌ ଆଜମଲ୍‌ କ୍ଷମତା ଦଖଲ କରି ନେବେ ବୋଲି ସେ ସେମାନଙ୍କ ମନରେ ଆଶଙ୍କା ଜନ୍ମାଇ ଥିଲେ।

ଏଇମାତ୍ର ଗତବର୍ଷ ଆସାମରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆନୀତ ‘ସିଏଏ’ ବିରୋଧରେ ବାସିନ୍ଦା ହିନ୍ଦୁମାନଙ୍କର ଆନ୍ଦୋଳନ ସେଠାରେ ବିଜେପିର ସ୍ଥିତିକୁ ଦୁର୍ବଳ କରି ତୋଳିଥିବା ବେଳେ ବର୍ତ୍ତମାନର ନିର୍ବାଚନ ଫଳାଫଳକୁ ହିମନ୍ତ ବିଶ୍ବଶର୍ମାଙ୍କର ଐନ୍ଦ୍ରଜାଲିକ ସଫଳତା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ପ୍ରମାଣିତ କରିଥାଏ ଯେ ଅଣ-ହିନ୍ଦୀ ଭାଷୀ ରାଜ୍ୟମାନଙ୍କରେ ମୋଦୀ-ଶାହ ଭଳି ମମତା ବର୍ଣ୍ଣିତ ବହିରାଗତ ତାରକାମାନଙ୍କ ଅପେକ୍ଷା ହିମନ୍ତ ବିଶ୍ବଶର୍ମାଙ୍କ ଭଳି ଟାଣୁଆ ସ୍ଥାନୀୟ ନେତା ବହୁ ଅଧିକ ପ୍ରଭାବଶାଳୀ ହୋଇଥାନ୍ତି। ପଶ୍ଚିମବଙ୍ଗରେ ଜନସ˚ଖ୍ୟା ଗଠନରେ ଘଟିବାକୁ ଯାଉଥିବା ପରିବର୍ତ୍ତନକୁ ନେଇ ଅନେକ ମତଦାତାଙ୍କ ମନରେ ଆଶଙ୍କା ରହିଥିଲେ ହେଁ ତାହାକୁ ଆଧାର କରି ସେମାନଙ୍କୁ ଭୋଟ ଦାନରେ ଏକଜୁଟ କରାଇବା ପାଇଁ ସେ ରାଜ୍ୟରେ କୌଣସି ପ୍ରଭାବଶାଳୀ ସ୍ଥାନୀୟ ନେତାଙ୍କର ଅଭାବ ଥିଲା। ନିର୍ବାଚନ ଫଳାଫଳ ମମତାଙ୍କ ମୁଖ୍ୟ ପେସାଦାର ନିର୍ବାଚନ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କର ଦମ୍ଭୋକ୍ତିପୂର୍ଣ୍ଣ ଭବିଷ୍ୟବାଣୀକୁ ସତ୍ୟ ପ୍ରମାଣିତ କରିଛି। ଫଳାଫଳ ପ୍ରକାଶ ପରେ ପ୍ରଶାନ୍ତ କିଶୋର କିନ୍ତୁ ବୌଦ୍ଧିକ ସାଧୁତାର ପରିଚୟ ଦେଇ ନିଜର ଭବିଷ୍ୟ ଦୃଷ୍ଟିର ରହସ୍ୟ ପ୍ରକାଶ କରି କହିଛନ୍ତି ଯେ ଯେଉଁ ନିର୍ବାଚନମଣ୍ତଳୀ ମାନଙ୍କରେ ହିନ୍ଦୁ-ମୁସଲମାନ ଜନସ˚ଖ୍ୟା ଅନୁପାତ ୭:୩ କିମ୍ବା ୬:୪ ହୋଇଥାଏ, ସେଠାରେ ବିଜେପି ମମତାଙ୍କୁ ହରାଇବାର ସମ୍ଭାବନା ନାହିଁ।

ମମତାଙ୍କର ବିଜୟ ଦେଶରେ ଗଣତନ୍ତ୍ର ପାଇଁ ନିଶ୍ଚିତ ରୂପେ ଶୁଭଙ୍କର, କାରଣ ତାହା ଦେଶରେ ଅଥର୍ବ ହୋଇ ପଡ଼ିଥିବା ବିରୋଧୀ ଦଳମାନଙ୍କ ମଧୢରେ ନୂତନ ପ୍ରାଣ ସଞ୍ଚାର କରିବ। କିନ୍ତୁ ଏହାର ଅନ୍ତିମ ଫଳପ୍ରଦତା ସୀମିତ ହୋଇପାରେ। କାରଣ, ଏହି ପାଞ୍ଚଟି ବିଧାନସଭା ନିର୍ବାଚନ ପରେ ଦେଶର ମୁଖ୍ୟ ବିରୋଧୀ ଦଳ ରୂପେ ବିବେଚିତ ହୋଇ ଆସିଥିବା କ˚ଗ୍ରେସ ଦେଶର ରାଜନୈତିକ ରଙ୍ଗମଞ୍ଚରୁ ପ୍ରାୟ ସମ୍ପୂର୍ଣ୍ଣ ଅପସାରିତ ହୋଇଯାଇଛି। ତା ହେଲେ ଦେଶରେ ବିରୋଧୀ ପକ୍ଷର ସର୍ବମାନ୍ୟ ନେତା ହେବେ କିଏ? ସେ ହାସଲ କରିଥିବା ଚମକପ୍ରଦ ବିଜୟ ସତ୍ତ୍ବେ ମମତା ଏଥିରେ ଆପଣାଇଥିବା ରଣ କୌଶଳ ହିଁ ତାଙ୍କ ବିରୋଧରେ କାର୍ଯ୍ୟ କରିବ। ତୀବ୍ର ଆଞ୍ଚଳିକବାଦକୁ ଘୋଷା କରିଥିବା ମମତା ଜାତୀୟ ରାଜନୀତିରେ ସେହିପରି ବେଖାପ୍‌ ସାବ୍ୟସ୍ତ ହେବେ, ଯେଉଁପରି ବିଜେପିର ଜାତୀୟତାବାଦ ପଶ୍ଚିମବଙ୍ଗ ମତ ଦାତାଙ୍କ ପାଇଁ ବେଖାପ୍‌ ହୋଇଛି।
ଦକ୍ଷିଣରେ ତାମିଲନାଡୁରେ କରୁଣାନିଧିଙ୍କ ପୁତ୍ର ଏମ୍‌ କେ ଷ୍ଟାଲିନ୍‌ଙ୍କ ନେତୃତ୍ବରେ ବ˚ଶବାଦକୁ ଆଗେଇ ନେଇ ଡିଏମ୍‌କେ କ୍ଷମତାକୁ ଆସିଥିଲେ ହେଁ କ୍ଷମତାଚ୍ୟୁତ ‘ଏଆଇଏଡିଏମ୍‌କେ’ର ପ୍ରଦର୍ଶନ ଆଶଙ୍କା କରାଯାଉଥିବା ଭଳି ଶୋଚନୀୟ ହୋଇନାହିଁ। ସେଠାକାର ନିର୍ବାଚନ ଫଳାଫଳ ବୋଧହୁଏ ରାଜନୀତିରୁ କାହାକୁ ଯଦି ସମ୍ପୂର୍ଣ୍ଣ ଅପସାରିତ କରି ଦେଇଥାଏ, ସେ ହେଉଛନ୍ତି ଜୟଲଲିତାଙ୍କ ଘନିଷ୍ଠ ସଙ୍ଗିନୀ ଭି କେ ଶଶିକଳା। ତାଙ୍କ ଗୋଷ୍ଠୀର ମୁଖ୍ୟ ଚରିତ୍ର ତାଙ୍କର ପୁତୁରା ଟି ଟି ଭି ଦିନାକରନ୍‌ ଭୋଗିଥିବା ଶୋଚନୀୟ ପରାଜୟ ବୋଧହୁଏ ସବୁଦିନ ପାଇଁ ରାଜନୀତିରେ ତାଙ୍କର ଭବିଷ୍ୟତରେ ପୂର୍ଣ୍ଣଚ୍ଛେଦ ଟାଣିଛି।

କେରଳରେ ଏକ ଅଭାବିତ ବ୍ୟତିକ୍ରମ ସ୍ବରୂପ କ୍ଷମତାସୀନ ‘ଏଲ୍‌ଡିଏଫ୍‌’ ବାମପନ୍ଥୀ ମେଣ୍ଟ ଲଗାତର ଦ୍ବିତୀୟ ବାର ନିର୍ବାଚନ ଜିଣି ଦେଶରେ ବାମପନ୍ଥୀ ରାଜନୀତିର ଶେଷ ଆଶ୍ରୟସ୍ଥଳୀ ରୂପେ ବଞ୍ଚି ରହିବା ପଛରେ ଯାହାର ମୁଖ୍ୟ ଭୂମିକା ରହିଛି, ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌। କେରଳର ମତଦାତାମାନେ ବିଜୟନ୍‌ ସରକାରଙ୍କ କୋଭିଡ୍‌ ପରିଚାଳନା ଉତ୍ତମ ହୋଇଛି ବୋଲି ବିଶ୍ବାସ କରନ୍ତି, ଯାହା ତାଙ୍କର ଲୋକପ୍ରିୟତାରେ ଏଭଳି ବୃଦ୍ଧି ଘଟାଇଛି ଯେ ଚିରାଚରିତ କ˚ଗ୍ରେସ ସମର୍ଥକମାନେ ମଧୢ ‘ଏଲ୍‌ଡିଏଫ୍‌’ ସପକ୍ଷରେ ମତଦାନ କରିଥିବା ଜଣାପଡ଼ିଛି। ତାଙ୍କ ଠାରୁ ଶିକ୍ଷା ଲାଭ କରି ପଶ୍ଚିମବଙ୍ଗରେ ରୟାଲ୍‌ ବେଙ୍ଗଲ୍‌ ବାଘୁଣୀ ମମତାଙ୍କ ଦ୍ବାରା ଘାଇଲା ହୋଇଥିବା ନରେନ୍ଦ୍ର ମୋଦୀ ଆଗାମୀ ଦିନମାନଙ୍କରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଶରେ କୋଭିଡ୍‌ ପରିଚାଳନାକୁ ସଜାଡ଼ିବାରେ ମନୋନିବେଶ କରନ୍ତୁ।

ସମ୍ବନ୍ଧିତ ଖବର