ଆମେ ଦେଖୁ ଯେ ଅଧିକା˚ଶ ଭଲ ବକ୍ତା ଗଳ୍ପ ଛଳରେ ଭାଷଣ ଆରମ୍ଭ କରନ୍ତି। ସେମାନେ ଏଭଳି ଉପାୟ ଅବଲମ୍ବନ କରିବାର କାରଣ ହେଲା ଗଳ୍ପ ଜରିଆରେ ନିଜ ବକ୍ତବ୍ୟ ପ୍ରତି ଶ୍ରୋତାମାନଙ୍କ ଧୢାନ ଆକର୍ଷଣ କରିବା। ତେବେ ମନରେ ପ୍ରଶ୍ନ ଉଠେ, ଗପ ଶୁଣିବାକୁ ମନ ଅଧିକ ଟାଣି ହୁଏ କାହିଁକି? ସବୁ ଘଟଣାର ଗୋଟିଏ ପ୍ରାରମ୍ଭ, ଗୋଟିଏ ମଧୢ ଭାଗ ଓ ଶେଷରେ ଅନ୍ତିମ ପର୍ବଟିଏ ରହିଥାଏ। ସେହି ଅନୁସାରେ ମସ୍ତିଷ୍କରେ ଏକ କ୍ରମିକତା ଅଙ୍କିତ ହୋଇ ରହିଯାଏ। ଗପରେ ମଧୢ ଗୋଟିଏ ଆରମ୍ଭ, ମଧୢ ଭାଗ ଓ ଅନ୍ତିିମ ପର୍ଯ୍ୟାୟ ଥାଏ। ସୁତରା˚, ମସ୍ତିଷ୍କରେ ଛାପ ସୃଷ୍ଟି କରିଥିବା ସମୟର କ୍ରମିକତା ସହ ଗଳ୍ପର ପ୍ରବାହର ଏକ ତାଳମେଳ ସୃଷ୍ଟି ହୁଏ। ଏହି କାରଣରୁ ଗପଟିଏ ସହଜରେ ମନେ ରହିଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
କୌଣସି ଘଟଣାରେ ଭବିଷ୍ୟତ୍ କ’ଣ ହେବ, ତାର ଏକ ଚିତ୍ର ମଧୢ ମଣିଷର ମସ୍ତିଷ୍କରେ ଥାଏ। ତେଣୁ ଗପଟିଏ ଯଦି ଏକ ପ୍ରତ୍ୟାଶିତ ବା ଅପେକ୍ଷିତ ଦିଗରେ ଗତି କରେ ତେବେ ମନରେ ଚାଞ୍ଚଲ୍ୟ ସୃଷ୍ଟି ହୋଇ ନଥାଏ। କିନ୍ତୁ ଯଦି ଗଳ୍ପରେ ଅଚାନକ ମୋଡ଼ ଆସି ତାହା ଏକ ଅପ୍ରତ୍ୟାଶିତ ଦିଗରେ ମାଡ଼ି ଚାଲେ, ତେବେ ମନରେ ଚାଞ୍ଚଲ୍ୟ ଓ ଉଦ୍ବେଳନ ସୃଷ୍ଟି ହୋଇଥାଏ। ଏହି ଉଦ୍ବେଳନ ଅଧିକରୁ ଅଧିକ ଜାଣିବା ଲାଗି ମନକୁ ଉଦ୍ଗ୍ରୀବ କରାଏ। ସେଭଳି ଗଳ୍ପ ଶୁଣିବା ବା ପଢ଼ିବା ଲାଗି ଆଗ୍ରହ ବଢ଼ିଯାଏ। ଏଥି ଲାଗି ଗଳ୍ପରେ ଏକ ଅବିଶ୍ବସନୀୟ ମୋଡ଼ ଦେବା ଲାଗି ଗାଳ୍ପିକମାନେ ଚେଷ୍ଟା କରିଥାଆନ୍ତି। ଗୋଟିଏ ବୃକ୍ଷ ସହିତ ତାର ଶାଖା ପ୍ରଶାଖା, ପତ୍ର, ଫଳ ଓ ପୁଷ୍ପ ଆଦି ଯେପରି ଭାବରେ ସ˚ଯୁକ୍ତ, ସେମିତି ଗଳ୍ପର ଅ˚ଶବିଶେଷ ଏହାର ମୁଖ୍ୟ ସ୍ରୋତ ସହିତ ଯୋଡ଼ି ହୋଇ ରହିଥାଏ। ଫଳରେ ଗୋଟିଏ ଗପର ଗୋଟିଏ ଅ˚ଶ ଯଦି ମନରେ ଗାର ଟାଣିଦିଏ, ତେବେ ପରେ ମନେ ପକାଇଲେ ସେହି ଅ˚ଶ ସହିତ ସ˚ଯୁକ୍ତ ପ୍ରାୟ ସବୁ ଅ˚ଶ ମନେ ପଡ଼ିଯାଏ। ତେଣୁ ଏକ ଗପ ଅନେକ ଦିନ ଯାଏ ମନେ ରହେ।
ଗୋଟିଏ ଦୁଇଟି ନୂତନ ବୈଜ୍ଞାନିକ ସିଦ୍ଧାନ୍ତ ଗଳ୍ପର ଏହି ଗଭୀର ପ୍ରଭାବଶୀଳତାକୁ ସାବ୍ୟସ୍ତ କରିଛି। ମସ୍ତିଷ୍କରେ କେତେକ ସ୍ନାୟୁକେନ୍ଦ୍ରର ସନ୍ଧାନ ମିଳିଛି, ଯେଉଁ କେନ୍ଦ୍ରଗୁଡ଼ିକ ଦର୍ପଣ ସ୍ନାୟୁ (Mirror Neuron) ଭାବେ ଜଣା। ଏହାର କାରଣ ଗୋଟିଏ ଦୃଶ୍ୟ ଦେଖିବା ସମୟରେ କିମ୍ବା କଥାଟିଏ ଶୁଣିବା ମୁହୂର୍ତ୍ତରେ ଏହି ସ୍ନାୟୁ କେନ୍ଦ୍ର ଦ୍ବାରା ମସ୍ତିଷ୍କରେ ଅନୁରୂପ ଛବିଟିଏ ଅଙ୍କିତ ହୋଇଯାଏ। ସେହି କାରଣରୁ ବିୟୋଗାନ୍ତକ କାହାଣୀ ଶୁଣିଲେ ବା ଟ୍ରାଜେଡିଟିଏ ଦେଖିଲେ ହୃଦୟରେ ସମ୍ବେଦନା ଜାତ ହୋଇ ଆଖିରୁ ଲୁହ ଝରିଆସେ। ହସଖୁସି ବା ହାସ୍ୟ ଉଦ୍ଦୀପକ ଗଳ୍ପରେ ବି ସେହି ସ୍ନାୟୁ କେନ୍ଦ୍ର ତାର କାମ ଦେଖାଏ। ଏହି ଦର୍ପଣ ସ୍ନାୟୁକେନ୍ଦ୍ର ଯୋଗୁ ଗପଟିଏ ପଢୁଥିବା ବା ଶୁଣୁଥିବା ବ୍ୟକ୍ତି ଗଳ୍ପର ମୁଖ୍ୟ ଚରିତ୍ର ସହିତ ନିଜକୁ ଯୋଡ଼ି ପକାନ୍ତି। ଫଳତଃ ଆବେଗର ସ୍ଫୁରଣ ହୁଏ। ପାଠକ ଯେତେ ଯେତେ ଆଗକୁ ପଢୁଥାଏ ଏବ˚ ଗଳ୍ପଟି ଯଦି ବିଭିନ୍ନ ମୋଡ଼ ଦେଇ ଅପ୍ରତ୍ୟାଶିତ ଦିଗରେ ଗତି କରୁଥାଏ, ତେବେ ପାଠକ ଗଳ୍ପର ଗଭୀରତା ଭିତରେ ବୁଡ଼ିଯାଏ। ସେଥି ଲାଗି ଭଲ ଗପର ଆକର୍ଷଣ ଅନନ୍ୟ।
ରିସର୍ଚ୍ଚ ପ୍ରଫେସର
ଜାଭିୟର୍ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର – ୧୩