ଆଜିକାଲି ଚୀନ୍‌କୁ ନେଇ ଭାରତରେ ଖୁବ୍‌ ଚର୍ଚ୍ଚା। ପଡ଼ୋଶୀ ଭାବରେ ଚୀନ୍‌ ସୀମା ଅତିକ୍ରମଣ କରୁଛି। ନବ ଉପନିବେଶବାଦୀ କାଳା˚ଶରେ ଚୀନ୍‌ ଉତ୍ପାଦିତ ସାମଗ୍ରୀ ଭାରତୀୟ ବଜାରକୁ ମାଡ଼ି ବସିଲାଣି। ପୁଣି, କିଛି ଲୋକଙ୍କ ବିଚାରରେ କରୋନା ଭାଇରସ୍‌ର ଉତ୍ପାଦନ ଏବ˚ ବିଶ୍ବବ୍ୟାପୀ ସ˚କ୍ରମଣ ମଧୢ ଚତୁର ଚୀନ୍‌ର କାମ। ଅବଶ୍ୟ ଏହି ଶେଷ ଅଭିଯୋଗଟିକୁ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ପ୍ରାମାଣିକ କରି ନାହିଁ। ମାତ୍ର ପ୍ରଥମ ଦୁଇଟି ଅଭିଯୋଗ ତଥ୍ୟାତ୍ମକ ହେବା କାରଣରୁ ତୃତୀୟଟିକୁ ନିରାଧାର ବୋଲି କହିବାକୁ ମଧୢ ଲୋକ ସାହସ କରୁନାହାନ୍ତି। ବି˚ଶ ଶତାବ୍ଦୀର ଆରମ୍ଭରେ ଭାରତରେ ବିଦେଶୀ ସାମଗ୍ରୀର ବର୍ଜନ ଏକ ବ୍ୟାପକ ଆନ୍ଦୋଳନର ସ୍ବରୂପ ନେଇଥିଲା। ‘ସ୍ବଦେଶୀ’ ସାଙ୍ଗରେ ‘ବିଦେଶୀ ବର୍ଜନ’ ସ୍ବାଧୀନତା ଆନ୍ଦୋଳନର ଶେଷ ଯାଏଁ ଏକ ଅଭିନ୍ନ ଅଙ୍ଗ ହୋଇ ରହିଥିଲା। ୧୯୧୯ ମସିହାରେ ଚୀନ୍‌ରେ ମଧୢ ଜାପାନୀ ସାମଗ୍ରୀର ବର୍ଜନ ସେଠାକାର ଜାତୀୟତା ଆନ୍ଦୋଳନକୁ ତୀବ୍ର ଗତି ପ୍ରଦାନ କରିଥିଲା। ଚୀନ୍‌ ଇତିହାସରେ ତାକୁ ‘ଫୋର୍ଥ’ ଆନ୍ଦୋଳନ ବୋଲି କୁହାଯାଏ, କାରଣ ୧୯୧୯ ମେ ମାସ ଚାରି ତାରିଖରେ ବିଶେଷ କରି ପେକି˚ ବିଶ୍ବବିଦ୍ୟାଳୟର ଛାତ୍ର ଏବ˚ ଯୁବକମାନଙ୍କ ଦ୍ବାରା ଏହା ଆରମ୍ଭ କରାଯାଇଥିଲା। ଆଜି ଭାରତରେ ଚୀନା ସାମଗ୍ରୀର ବର୍ଜନ ପାଇଁ ସରକାର ବିହିତ ପଦକ୍ଷେପ ନେଉଛନ୍ତି ଏବ˚ ଭାରତର ଏହି ପଦକ୍ଷେପକୁ ଆମେରିକା ଏବ˚ ଜାପାନରେ ବି ସ୍ବାଗତ କରାଯାଉଛି। କାରଣ ଜାପାନୀ ସାମ୍ରାଜ୍ୟବାଦ ଶହେ ବର୍ଷ ତଳେ ଚୀନ୍‌କୁ ପାଖାପାଖି ତଳିତଳାନ୍ତ କରି ଦେଇଥିଲା। ଆଜି ଚୀନ୍‌ର ସାମ୍ରାଜ୍ୟବାଦ (ନବ-ଉପନିବେଶ-ବାଦ) ଉଭୟ ଆମେରିକା ଏବ˚ ଜାପାନକୁ ଥରେଇ ଦେଲାଣି। ଅନ୍ୟ ପକ୍ଷରେ, ଚୀନ୍‌ ସେନା ଦ୍ବାରା ଭାରତର ସୀମା ଅତିକ୍ରମଣ ପ୍ରଶ୍ନ ଚୀନ୍‌ ପ୍ରତି ଭାରତର ରାଗକୁ ବଢ଼େଇ ଦେଇଛି। ତାହା ହୋଇ ନ ଥିଲେ ଚୀନ୍‌ର ନବ ଉପନିବେଶବାଦୀ ବାଣିଜ୍ୟିକ କର୍ତ୍ତୃତ୍ବକୁ ହୁଏତ ଭାରତ ପ୍ରତିରୋଧ କରିନଥାନ୍ତା। ତେବେ, ଏହି ଲେଖାରେ ସମକାଳୀନ ଚୀନ୍‌ ନୁହେଁ, ବର˚ ପ୍ରାୟ ୨୩୦୦ ବର୍ଷ ତଳର ସୁଦୂର ଅତୀତର ଚୀନ୍‌ ଇତିହାସକୁ ନେଇ ଚର୍ଚ୍ଚା କରାଯାଇଛି। ଏହି ଘଟଣାର ପ୍ରତ୍ୟକ୍ଷ ସମ୍ବନ୍ଧ ଆଜିର ସୀମା ବିବାଦ କିମ୍ବା କରୋନା ମହାମାରୀ ସାଙ୍ଗରେ ନାହିଁ। ସାଧାରଣ ଜିଜ୍ଞାସା ଏହି ଆଲୋଚନା ପଛର ପ୍ରଧାନ ଉଦ୍ଦେଶ୍ୟ ହୋଇଥିବା ବେଳେ ଆଜିକାର ସ୍ଥିତି ସହିତ ଏହାର ପରୋକ୍ଷ ସମ୍ବନ୍ଧ ରହିଛି ବୋଲି କହିଲେ ଭୁଲ ହେବ ନାହିଁ।

Advertisment

ଖୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଚୀନ୍‌ରେ ଜଣେ ଶାସକ ଥିଲେ- ସି ହୁଆଙ୍ଗ ତି (Shih Huang Ti:୨୫୯-୨୧୦ ଖ୍ରୀ.ପୂ.)। ତାଙ୍କ ରାଜବ˚ଶର ନାମ କ୍ବିନ୍‌ (Qin) ବା ଚୀନ୍‌। ସେହି ରାଜବ˚ଶର ନାମ ଆଧାରରେ ଚୀନ୍‌ ଦେଶର ନାମକରଣ ହୋଇଛି। ଖ୍ରୀଷ୍ଟପୂର୍ବ ୨୪୭ରେ ହୁଆଙ୍ଗ ତି ପିତାଙ୍କର ଉତ୍ତରାଧିକାରୀ ରୂପରେ ଏକ କ୍ଷୁଦ୍ର ରାଜ୍ୟର ରାଜଗାଦିରେ ବସିଲେ ଏବ˚ ଦୀର୍ଘ ୨୬ ବର୍ଷ ଧରି ଗୋଟି ଗୋଟି କରି ଚୀନ୍‌ ଭୂକ୍ଷେତ୍ରର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ଜୟ କଲେ। ନିରନ୍ତର ରାଜ୍ୟ ଜୟ ପରେ ଖ୍ରୀ.ପୂ. ୨୨୧ରେ ଏକ ବିଶାଳ ସାମ୍ରାଜ୍ୟର ସ୍ଥାପନା କଲେ; ନିଜକୁ ‘ପ୍ରଥମ ସମ୍ରାଟ’ ବୋଲି ଘୋଷଣା କଲେ। ଚୀନ ଭାଷାରେ ଏହାର ଅର୍ଥ ‘ସି ହୁଆଙ୍ଗ ତି’। ପରବର୍ତ୍ତୀ ସମୟରେ ଏହା ଏକ ଉପାଧି ହେବା ବଦଳରେ ତାଙ୍କର ନାମ ହେଲା। ସମ୍ରାଟ ଭାବରେ ମାତ୍ର ୧୧ ବର୍ଷ ଶାସନ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା (ଖ୍ରୀ.ପୂ. ୨୧୦)। ତାଙ୍କ ମୃତ୍ୟୁର ତିନି ବର୍ଷ ମଧୢରେ ଚୀନ୍‌ ରାଜବ˚ଶର ପତନ ହେଲା, ଯଦିଓ ଏକୀକୃତ ଚୀନ ସାମ୍ରାଜ୍ୟ ରୂପରେ ଏକ ଦେଶ ତିଷ୍ଠି ରହିଲା। ସମ୍ରାଟ ହୁଆଙ୍ଗ ତିଙ୍କର ସେହି ୧୧ ବର୍ଷର ଶାସନ କାଳ ଏତେ ମାତ୍ରାରେ ଅତ୍ୟାଚାର ଏବ˚ ଶୋଷଣର ପ୍ରତୀକ ହେଲା ଏବ˚ ସମ୍ରାଟ ଏତେ ଅଧିକ ଜନ-ଅପ୍ରିୟ ଥିଲେ ଯେ ତାଙ୍କୁ ଲୋକେ ଘୃଣାରେ ‘ଜାରଜ ସନ୍ତାନ’ ବୋଲି ପ୍ରଚ୍ଛନ୍ନରେ ସମ୍ବୋଧନ କରୁଥିଲେ, ଯଦିଓ ସେ ଜାରଜ ହୋଇଥିବା କଥା ମନଗଢ଼ା।

ଆମେ ଚୀନ୍‌ର ବିଶାଳ ପ୍ରାଚୀର କଥା ଜାଣନ୍ତି। ସାମ୍ରାଜ୍ୟ ଉପରେ ଉତ୍ତର ସୀମାନ୍ତରେ ହେଉଥିବା ଆକ୍ରମଣ ଓ ଅତିକ୍ରମଣକୁ ବନ୍ଦ କରିବା ପାଇଁ ହୁଆଙ୍ଗ ଏହାର ନିର୍ମାଣ କରିଥିଲେ। ହୁଆଙ୍ଗଙ୍କ ପୂର୍ବରୁ ପ୍ରାଦେଶିକ ରାଜ୍ୟମାନେ ନିଜ ନିଜର ସୀମା ସୁରକ୍ଷା ପାଇଁ ପ୍ରାଚୀରର ଆରମ୍ଭ କରିଥିଲେ। ହୁଆଙ୍ଗ ପୂର୍ବରୁ ତିଆରି ବାହାର ସୀମାର ପ୍ରାଚୀର ଗୁଡ଼ିକୁ ଯୋଡ଼ିଥିଲେ ଏବ˚ ଭିତରର ପ୍ରାଚୀରଗୁଡ଼ିକୁ ଭାଙ୍ଗିଥିଲେ। ତେବେ, ପ୍ରାଚୀର ନିର୍ମାଣର ଶ୍ରେୟ ତାଙ୍କୁ ମିଳିଥିଲା। ଏହି ଉଭୟ କାମରେ ନିୟୋଜିତ ଶ୍ରମିକମାନଙ୍କୁ ଏଥିପାଇଁ ବେଠିରେ ଖଟିବାକୁ ପଡ଼ିଥିଲା। ଫଳରେ ଶହ ଶହ ମଜୁରିଆ ଭୋକ ଶୋଷରେ ମରିଥିଲେ। ସେମାନଙ୍କୁ ସେହି ନିର୍ମାଣାଧୀନ ପ୍ରାଚୀର ମଧୢରେ ପୋତି ଦିଆଗଲା। ଯାହା ହୁଆଙ୍ଗଙ୍କୁ ପ୍ରଜାଙ୍କ ଭିତରେ ଖୁବ୍‌ ଅପ୍ରିୟ କରିଥିଲା। ବିଶାଳ ସେନାବାହିନୀ ଗଢ଼ିଥିବା କାରଣରୁ ପ୍ରଜାଙ୍କ ଉପରେ ବର୍ଦ୍ଧିଷ୍ଣୁ କର ଭାର ପଡ଼ିଲା, ଯାହା ତାଙ୍କୁ ଆହୁରି ଅଧିକ ଅପ୍ରିୟ କରି ପକାଇଥିଲା।

ଚୀନ୍‌ ସମ୍ରାଟ ହୁଆଙ୍ଗଙ୍କୁ ପ୍ରଜାମାନେ ଘୃଣା କରିବା ପଛରେ ଆଉ ଏକ କାରଣ ଥିଲା ତାଙ୍କ ଦ୍ବାରା ପୁସ୍ତକ ପୋଡ଼ି। ସେତେବେଳେ ଚୀନରେ ଅନେକ ଦାର୍ଶନିକ ବିଚାର ଏବ˚ ମତ ସାମାଜିକ ଓ ବୌଦ୍ଧିକ ସ୍ତରରେ ବିକଶିତ ହୋଇଥିଲା। ହୁଆଙ୍ଗଙ୍କ ପୂର୍ବରୁ ଆଞ୍ଚଳିକ ଶାସକମାନେ ପରସ୍ପର ମଧୢରେ ନିରନ୍ତର ଯୁଦ୍ଧ କରୁଥିଲେ, ଯାହା ଚୀନ୍‌ ଇତିହାସରେ ‘ଵାରିଙ୍ଗ ପିରିଅଡ’ (Warring period) ବା ‘ଯୁଦ୍ଧର ଯୁଗ’ ଭାବରେ ପରିଚିତ। ଯୁଦ୍ଧ ଓ ଅରାଜକତାର ଆଶୁ ପରିସାମପ୍ତି ପାଇଁ ବିଭିନ୍ନ ଦାର୍ଶନିକ ମତ ଓ ବିଚାରଗୁଡ଼ିକ ଉଦ୍ଦିଷ୍ଟ ଥିଲେ। ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ସୁନ ଜୁ ନାମରେ ଜଣେ ଦାର୍ଶନିକ ଯୁଦ୍ଧ ଓ ରକ୍ତପାତ ନ କରି କେମିତି ରଣନୀତି ବଳରେ ଶତ୍ରୁକୁ କରଗତ କରିହେବ, ତା’ର ବିଚାର ରଖିଥିଲେ। ସୁନ ଜୁଙ୍କ ସମକାଳୀନ କନଫୁସିଅସ ସାମାଜିକ ଶୃଙ୍ଖଳା ରକ୍ଷା କରିବାକୁ ମହତ୍ତ୍ବ ଦେଇଥିଲେ; ଯାହା ରାଜ୍ୟ ବ୍ୟବସ୍ଥାକୁ ମଧୢ ଶୃଙ୍ଖଳିତ କରିବ ବୋଲି ସେ କହିଥିଲେ। ହୁଆଙ୍ଗ ସାନ ସାନ ରାଜ୍ୟଗୁଡ଼ିକୁ ଯୁଦ୍ଧରେ ଜୟ କରି ସାରିବା ପରେ ଏହିସବୁ ଭିନ୍ନ ଭିନ୍ନ ମତବାଦଗୁଡ଼ିକୁ ନିର୍ମୂଳ କରିବା ଉଦ୍ଦେଶ୍ୟରେ ଦାର୍ଶନିକ ପୁସ୍ତକଗୁଡ଼ିକୁ ପୋଡ଼ିବା ଆରମ୍ଭ କଲେ। ଯେଉଁ ବ୍ୟକ୍ତି ସେହି ଶାସ୍ତ୍ରୀୟ ପୁସ୍ତକକୁ ପୋଡ଼ିବାକୁ ନ ଦେଇ ଲୁଚାଇ ରଖିଲେ, ତାଙ୍କୁ ଉକ୍ତ ପୁସ୍ତକ ସହିତ ମାଟିରେ ପୋତିଦେଲେ। ଏହି ପ୍ରକ୍ରିୟାରେ କନଫୁସିଅସ, ସୁନ ଜୁ, ମେନସିଅସ ଆଦି ଅନେକ ଦାର୍ଶନିକଙ୍କ ଲିଖିତ ପୁସ୍ତକ ଏବ˚ ଉକ୍ତ ପୁସ୍ତକକୁ ସ˚ରକ୍ଷିତ କରିବାକୁ ପ୍ରୟାସ କରିଥିବା ପ୍ରାୟ ପାଞ୍ଚଶହ ବ୍ୟକ୍ତି ହତ୍ୟାର ଶିକାର ହେଲେ। ହୁଆଙ୍ଗଙ୍କ ପରେ ପୁଣି ପୁସ୍ତକକୁ ମାଟିରୁ ଉଦ୍ଧାର କରାଗଲା। ମତବାଦଗୁଡ଼ିକର ପୁନରୁଦ୍ଧାର ହେଲା। କିନ୍ତୁ, ଏ ସମସ୍ତ ପ୍ରୟାସ ସତ୍ତ୍ବେ ଯେମିତି ବିଶାଳ ପ୍ରାଚୀର ଚୀନକୁ ସୀମା ଅତିକ୍ରମଣରୁ ରକ୍ଷା କରି ପାରିନଥିଲା; ‘ପୁସ୍ତକ ପୋଡ଼ା’ ପଦକ୍ଷେପ ମଧୢ ବିଭିନ୍ନ ମତବାଦକୁ ଧ୍ବ˚ସ କରିପାରିଲା ନାହିଁ। ହୁଆଙ୍ଗଙ୍କ ପରେ କନଫୁସିଅସଙ୍କ ଦାର୍ଶନିକ ବିଚାର ଚୀନ୍‌ ରାଜନୀତି ଏବ˚ ସାମାଜିକ ବିଚାରକୁ ଊନବି˚ଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରଭାବିତ କରି ରଖିଥିଲା। ବି˚ଶ ଶତାବ୍ଦୀର ଆରମ୍ଭରେ ଚୀନ୍‌ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଉପନିବେଶବାଦୀ ଅତିକ୍ରମଣ ଯୋଗୁଁ ଚୀନ୍‌ରେ କନଫୁସିଅସବାଦର ବିକଳ୍ପ ଖୋଜା ହେଲା। ସୁନ ଜୁ ଯୁଦ୍ଧ ରଣନୀତିକାର ଭାବରେ ସମଗ୍ର ବିଶ୍ବରେ ଏତେ ଅଧିକ ପରିଚିତ ଯେ ଆଜି ମଧୢ ଭାରତର ପୁଣେସ୍ଥିତ ‘ଏନ୍‌.ଡି.ଏ.’ ଭଳି ସାମରିକ ଏବ˚ ପ୍ରତିରକ୍ଷା ଏକାଡେମିରେ ତାଙ୍କ ପୁସ୍ତକ ‘ଦ ଆର୍ଟ ଅଫ ଵାର’ ପ୍ରମୁଖ ପାଠ୍ୟ ପୁସ୍ତକ। କାରଣ ସୁନ ଜୁ ନିଜ ପୁସ୍ତକରେ ବିନା ଯୁଦ୍ଧ ଏବ˚ ରକ୍ତପାତରେ ଶତ୍ରୁକୁ ଜିଣିବାର ମାର୍ଗ ଦେଖାନ୍ତି। ହୁଆଙ୍ଗଙ୍କ ସମୟରେ ଯେଉଁ ଏକମାତ୍ର ମତବାଦକୁ ପ୍ରଶାସନିକ ସୁରକ୍ଷା ମିଳିଥିଲା, ତାକୁ କୁହାଯାଏ ଲିଗାଲିଜିମ (legalism) ବା ଆଇନବାଦ। ଏହି ମତବାଦ ଅନୁଯାୟୀ ସମସ୍ତେ ରାଜ୍ୟ ପକ୍ଷରୁ ପ୍ରଚଳିତ ଆଇନକୁ ଆଦୌ ପ୍ରଶ୍ନ ନ କରି ପୂର୍ଣ୍ଣତଃ ଅନୁପାଳନ କରିବେ ଏବ˚ ଅବଜ୍ଞା କଲେ ଦଣ୍ତଭୋଗ କରିବେ। ରାଜ୍ୟର ଆଇନକୁ ହେତୁବାଦୀ ଆଧାରରେ କାହାରି ତର୍ଜମା କରିବା ଏକ ଦଣ୍ତନୀୟ ଅପରାଧ ଥିଲା।

ସମ୍ରାଟ ହୁଆଙ୍ଗଙ୍କର ଅନେକ ମହତ୍ତ୍ବକା˚କ୍ଷା ରହିଥିଲା। ତନ୍ମଧୢରୁ ଗୋଟାଏ ହେଲା: ଇତିହାସ ଯେମିତି କେବଳ ତାଙ୍କୁ ସ୍ମୃତିଯୋଗ୍ୟ କରି ରଖିବ ଏବ˚ ଆଉ ଏକ ମହତ୍ତ୍ବାକା˚କ୍ଷା ହେଲା- ସେ ଯେମିତି ଅମର ହୋଇ ରହିବେ। ଅର୍ଥାତ୍‌ ଉଭୟ ଅତୀତ ଏବ˚ ଭବିଷ୍ୟତକୁ ସେ ବର୍ତ୍ତମାନର ଅଧୀନସ୍ଥ କରିବେ? ଏହି ଉଭୟ ଉଦ୍ଦେଶ୍ୟ ପୂର୍ତ୍ତି ପାଇଁ ସେ ଯାହା କିଛି କଲେ, ତାହା ତାଙ୍କୁ ଆହୁରି ଅଧିକ ଅପ୍ରିୟ କରି ପକାଇଲା। ତାଙ୍କର ଇଚ୍ଛା ଥିଲା, ଲୋକ ଇତିହାସକୁ ଭୁଲି ଯାଆନ୍ତୁ ଏବ˚ ତାଙ୍କ ସମୟରୁ ଇତିହାସର ଆରମ୍ଭ ବୋଲି ଜାଣନ୍ତୁ। ‘ପୁସ୍ତକ ପୋଡ଼ି’ ପଛରେ ଏହା ଏକ ପ୍ରମୁଖ କାରଣ ଥିଲା। ଏକ ଅନୁଶାସନ (ରାଜାଦେଶ)ରେ ସେ ଉଲ୍ଲେଖ କଲେ ଯେ ‘ଯେଉଁମାନେ ବର୍ତ୍ତମାନର ସମୟକୁ ତୁଚ୍ଛ ପ୍ରତିପାଦନ କରିବା ପାଇଁ ଇତିହାସର ଉପଯୋଗ କରିବେ, ସେମାନଙ୍କୁ ଏବ˚ ସେମାନଙ୍କ ନିକଟ ପରିଜନଙ୍କୁ ମୃତ୍ୟୁଦଣ୍ତ ଭୋଗ କରିବାକୁ ପଡ଼ିବ।’ ତାଙ୍କ ପୂର୍ବ ନାମ ଵା˚ଗ ଚେ˚ଗ (Wang Cheng)କୁ ତ୍ୟାଗ କରି ନୂଆ ନାମ ସି ହୁୁଆଙ୍ଗ ତି ବା ‘‘ପ୍ରଥମ ସମ୍ରାଟ’’କୁ ସେ ଗ୍ରହଣ କରିବା ପଛରେ ଏହି ଉଦ୍ଦେଶ୍ୟ ରହିଥିଲା। ତାଙ୍କ ଆଦେଶ ଅନୁଯାୟୀ ତାଙ୍କ ସମୟରେ ଚୀନ୍‌ ଇତିହାସର ଆରମ୍ଭ ହେଲା। ଏହିଭଳି ଭାବେ ଚୀନ୍‌ ନାମରେ ତାଙ୍କ ସମୟରେ ପରିଚିତି ପାଇଥିବା ଭୌଗୋଳିକ କ୍ଷେତ୍ରର ଦୀର୍ଘ ଦୁଇ ହଜାର ବର୍ଷର ଅତୀତ ଏବ˚ ଇତିହାସକୁ ସେ ଏକ ଆଦେଶ ବଳରେ ରଦ୍ଦ କରି ଦେଲେ। ସେହିଭଳି, ଅମରତ୍ବର ଅନ୍ବେଷଣରେ ସେ ତାଙ୍କ ଅଧିକାରୀବର୍ଗଙ୍କୁ ବଣ ଜଙ୍ଗଲକୁ ପଠାଉଥିଲେ, କାରଣ ତାଙ୍କର ବିଶ୍ବାସ ଯେ, ଦୀର୍ଘ ହଜାରେ ବର୍ଷ ଧରି ବଞ୍ଚିଥିବା ଜଣେ ବ୍ୟକ୍ତି ଅଛନ୍ତି। ଉକ୍ତ ‘ଅମର’ ବ୍ୟକ୍ତିଙ୍କୁ ଖୋଜିବାରେ ଏବ˚ ତାଙ୍କ ପାଖରେ ଅମରତ୍ବର ଗୂଢ଼ ରହସ୍ୟ ଜାଣିବାରେ ବିଫଳ ଅଧିକାରୀଙ୍କୁ କଠୋର ମୃତ୍ୟୁଦଣ୍ତ ମିଳୁଥିଲା। ଅନେକ ଅଧିକାରୀ ମୃତ୍ୟୁଦଣ୍ତ ପାଇବାର ଆଶଙ୍କାରେ ଅନ୍ବେଷଣରୁ ଆଉ ରାଜଧାନୀକୁ ଫେରୁ ନଥିଲେ। ଶେଷକୁ ଅମର ହେବାର ଲୋଭରେ ସମ୍ରାଟ ପାରଦ ଗୁଲି ଖାଇ ମାତ୍ର ୪୯ ବର୍ଷ ବୟସରେ ପ୍ରାୟ ଯୁବାବସ୍ଥାରେ ମୃତ୍ୟୁବରଣ କରିଥିଲେ। ଅମର ହେବାର ଆଶାରେ ସେ ନିଜ ଉତ୍ତରାଧିକାରୀ ମଧୢ ନିଯୁକ୍ତ କରି ନ ଥିଲେ। ଫଳରେ, ତାଙ୍କ ମୃତ୍ୟୁ ପରେ ପୁତ୍ରମାନଙ୍କ ମଧୢରେ ତୀବ୍ର କଳହ ହେଲା, ସାଙ୍ଗରେ ଚାରିଆଡ଼େ ବିଦ୍ରୋହ ହେଲା; ହୁଆଙ୍ଗଙ୍କ ମୃତ୍ୟୁର ମାତ୍ର ତିନି ବର୍ଷ ମଧୢରେ ତାଙ୍କ ରାଜବ˚ଶର ପତନ ହେଲା।

ହୁଆଙ୍ଗଙ୍କ ଏକ ମହତ୍ତ୍ବପୂର୍ଣ୍ଣ ଅବଦାନ ଥିଲା ବିଶାଳ ଚୀନ କ୍ଷେତ୍ରର ଏକୀକରଣ ଏବ˚ ଏକ ସାମ୍ରାଜ୍ୟ ରୂପରେ ତା’ର ସ୍ଥାପନା। ହୁଆଙ୍ଗଙ୍କ ମୃତ୍ୟୁ ପରେ ମଧୢ ତାହା ଏକ ବିଚାର ଭାବରେ ଅତୁଟ ରହିଲା; ତା’ର ରାଜନୈତିକ ଅସ୍ତିତ୍ବ ବଜାୟ ରହିଲା। ଊନବି˚ଶ ଶତାବ୍ଦୀରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଏବ˚ ବି˚ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପ୍ରଥମେ ଯୁକ୍ତରାଷ୍ଟ ଆମେରିକା ଏବ˚ ପରେ ଜାପାନ ତାକୁ କରାୟତ୍ତ କରିବାକୁ ଚେଷ୍ଟା କଲେ। ମାତ୍ର ଚୀନ୍‌ର ସେହି ଅସ୍ତିତ୍ବ ଅବ୍ୟାହତ ରହିଲା ଏବ˚ ଇତିହାସର ବିଡ଼ମ୍ବନା ଯେ ଆଜି ଭାରତ ଭଳି ପଡ଼ୋଶୀ ଉପରେ ସୀମା ଅତିକ୍ରମଣ ମାଧୢମରେ ଚୀନ୍‌ ନିଜର ବିସ୍ତାର ନୀତିକୁ ସାବ୍ୟସ୍ତ କରିବାର ଉଦ୍ୟମ କରୁଛି, ଯାହା ସଫଳ ହେବାର ଆଶା କମ୍‌। ସମ୍ରାଟ ହୁଆଙ୍ଗଙ୍କର ସମକାଳୀନ ଥିଲେ ଭାରତର ସମ୍ରାଟ ଅଶୋକ। ଖ୍ରୀ.ପୂ. ୨୬୧ରେ ‘କଳିଙ୍ଗ ଯୁଦ୍ଧ’ ପରେ ଅଶୋକ ଭାରତ ଉପମହାଦେଶକୁ ଏକୀକରଣ କରିବାର କାମ ସମ୍ପୂର୍ଣ୍ଣ କଲେ। ତା’ର ଦୁଇ ବର୍ଷ ପରେ ଚୀନ୍‌ର ସମ୍ରାଟ ହୁଆଙ୍ଗଙ୍କ ଜନ୍ମ। ହୁଆଙ୍ଗ ସାମ୍ରାଜ୍ୟ ସ୍ଥାପନ ପାଇଁ ନିରନ୍ତର ଯୁଦ୍ଧ କଲା ବେଳକୁ (ଖ୍ରୀ.ପୂ. ୨୪୭ରୁ ୨୨୧) ଅଶୋକ ଖ୍ରୀ.ପୂ. ୨୬୧ରେ ଯୁଦ୍ଧ ତ୍ୟାଗ କରି ସାରିଥିଲେ ଏବ˚ ନିଜର ସମସ୍ତ ପ୍ରଜାଙ୍କୁ ବିନା ପକ୍ଷପାତ କରି ପୁତ୍ରବତ୍‌ ଆନ୍ତରିକ ଭାବେ ସାମାଜିକ ତଥା ନୈତିକ ସୁରକ୍ଷା ଦେବାକୁ ଘୋଷଣା କରିଥିଲେ ଓ ତାକୁ ପାଳନ ମଧୢ କରୁଥିଲେ। ‘ଧମ୍ମ’ ନାମରେ ପରିଚିତ ତାଙ୍କ ବିଚାର ଅଶୋକ ଗ୍ରହଣ କରିଥିବା ବୁଦ୍ଧ ଧର୍ମର ପ୍ରଚାର-ପ୍ରସାର ନ ହୋଇ, ବର˚ ନୈତିକତାର ପ୍ରଚାର କଲା। କୌଣସି ବିସ୍ତାର ନୀତିକୁ ସ୍ବୀକାର ନ କରିବା ଥିଲା ଅଶୋକଙ୍କ ନୀତି! ଏହି କାରଣରୁ ସମ୍ରାଟ ଅଶୋକ ଆଜି ଉଭୟ ଭାରତ ଓ ଚୀନ ସମେତ ବାକି ଦେଶରେ ବି ଅବିସ୍ମୃତ ଓ ଆଦୃତ। ଅନ୍ୟ ପକ୍ଷରେ ଚୀନ୍‌ ସମ୍ରାଟ ହୁଆଙ୍ଗ ନିଜ ମାତୃଭୂମିରେ ମଧୢ ଅପଖ୍ୟାତ। ଏହା ହି˚ସା, ମହତ୍ତ୍ବାକା˚କ୍ଷା (ବ୍ୟକ୍ତିଗତ) ଉପରେ ନୈତିକତା ଏବ˚ ସମାବେଷ୍ଟୀ ବିଚାରର କ’ଣ ବିଜୟ ନୁହେଁ??
[email protected]