‘‘ସି˚ହମାନେ ନିଜର ଜଣେ ଐତିହାସିକ ନପାଇବା ପର୍ଯ୍ୟନ୍ତ, ଶିକାରର ଇତିହାସ ସର୍ବଦା ଶିକାରୀର ଗୁଣ ଗାନ କରି ଚାଲିବ।’’ ନାଇଜେରିଆର ପ୍ରସିଦ୍ଧ ଲୋକପ୍ରିୟ କବି ଓ ଔପନ୍ୟାସିକ ସ୍ବର୍ଗତ ଚିନୁଆ ଆଚେବେ ଇତିହାସର ଅସଲ ଚରିତ୍ର ସମ୍ବନ୍ଧରେ ତାଙ୍କର ୧୯୫୮ରେ ପ୍ରକାଶିତ ଉପନ୍ୟାସ ‘ଥିଙ୍ଗ୍ସ ଫଲ୍ ଏପାର୍ଟ’ରେ ପ୍ରଦାନ କରିଥିବା ଏହି ମନ୍ତବ୍ୟ ଭାରତରେ କୌଣସି ଐତିହାସିକ ଚରିତ୍ର ପ୍ରତି ଯଦି ବିଶେଷ ଭାବରେ ପ୍ରଯୁଜ୍ୟ, ସେ ହେଉଛନ୍ତି ଟିପୁ ସୁଲ୍ତାନ୍। ଆଉ ଟିପୁ ସୁଲ୍ତାନ୍ଙ୍କ ସମ୍ବନ୍ଧରେ କେଉଁ ଇତିହାସଟିକୁ ସେ ବିଶ୍ବାସ କରିବେ- ଶିକାରୀମାନଙ୍କ ଦ୍ବାରା ରଚିତ କି ସି˚ହମାନଙ୍କ ଦ୍ବାରା ରଚିିତ- ଏହା ସ୍ଥିର କରି ନପାରି ଯଦି କିଏ ଏବେ ଘୋର ଧର୍ମ ସ˚କଟରେ ପଡ଼ି ଯାଇଛନ୍ତି, ସେ ହେଉଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ। ଏହି ସ˚କଟରୁ ରକ୍ଷା ପାଇବା ପାଇଁ ଗତ ୧୦ ତାରିଖ ଦିନ ତାଙ୍କ ମିଳିତ ସରକାର ଟିପୁ ଜୟନ୍ତୀ ପାଳନ କରିବା ଅବସରରେ ସେ ନିଜକୁ ଅସୁସ୍ଥ ଘୋଷଣା କରି ସେଥିରୁ ଦୂରେଇ ରହିଛନ୍ତି।
ସହଯୋଗୀ କ˚ଗ୍ରେସ ଦଳ ମୁସଲମାନ ଭୋଟ୍ ପାଇବା ଆଶାରେ ଟିପୁଙ୍କୁ ଜଣେ ନାୟକ ରୂପେ ପ୍ରଦର୍ଶିତ କରୁଥିବା ବେଳେ ଟିପୁଙ୍କ ଅତ୍ୟାଚାରର ଶିକାର ହୋଇଥିବା କର୍ଣ୍ଣାଟକର ଅନେକ ଗୋଷ୍ଠୀ ଟିପୁଙ୍କୁ ଜଣେ ବର୍ବର ଖଳନାୟକ ରୂପେ ହିଁ ଦେଖିଥାନ୍ତି। ତେଣୁ କୁମାରସ୍ବାମୀଙ୍କ ସ˚କଟ ବୁଝିବା କଷ୍ଟକର ନୁହେଁ। ଯେଉଁମାନେ ୧୯୯୦ ଦଶକରେ ଟେଲିଭିଜନ୍ ସିରିଆଲ୍ରୁ ଇତିହାସ ଶିକ୍ଷା କରୁଥିଲେ ସେମାନେ ରବିବାର ସକାଳେ ସଞ୍ଜୟ ଖାନ୍ଙ୍କର ‘ସୋର୍ଡ ଅଫ୍ ଟିପୁ ସୁଲତାନ୍’ ଦେଖି ‘ମହାନ୍ ଜାତୀୟବାଦୀ ଯୋଦ୍ଧା’ ଟିପୁ ସୁଲ୍ତାନ୍ଙ୍କର ଗୁଣଗାନ କରିବା ଶିଖିଥିଲେ। କିନ୍ତୁ ସେତେବେଳେ ମଧୢ ଟିପୁଙ୍କ ସମ୍ବନ୍ଧରେ ଏ କାହାଣୀ ସମ୍ପୂର୍ଣ୍ଣ ମନଗଢ଼ା ବୋଲି ସୁପ୍ରିମ୍ କୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା ଏବ˚ ସୁପ୍ରିମ୍ କୋର୍ଟଙ୍କ ଆଦେଶ ବଳରେ ସିରିଆଲ୍ର ପ୍ରତ୍ୟେକ ଏପିସୋଡ୍ ଏକ ସ୍ପଷ୍ଟୀକରଣ ବହନ କରିବାକୁ ବାଧୢ ହୋଇଥିଲା ଯେ କାହାଣୀଟି ସମ୍ପୂର୍ଣ୍ଣ କପୋଳକଳ୍ପିତ। ଏହାର କିଛି ଦିନ ପରେ ସି˚ହମାନଙ୍କ ଦ୍ବାରା ରଚିତ ଏକ ଇତିହାସ ପ୍ରକାଶ ପାଇ ଟିପୁ ସୁଲତାନ୍ଙ୍କ ଅସଲ ଚେହେରାକୁ ପଦାରେ ପକାଇଥିଲା: ‘ଟିପୁ ସୁଲ୍ତାନ୍ ଦି ଟାଇରାଣ୍ଟ୍ ଅଫ୍ ମହୀଶୂର’ (‘ମହୀଶୂରର ଅତ୍ୟାଚାରୀ ଟିପୁ ସୁଲ୍ତାନ୍’)। ପୁସ୍ତକଟିର ରଚୟିତା ସନ୍ଦୀପ୍ ବାଳକୃଷ୍ଣ ତାଙ୍କ ପୁସ୍ତକରେ ଇଙ୍ଗିତ କରିଛନ୍ତି ଯେ ଇତିହାସ ରଚନା, ବିଶେଷକରି ମଧୢଯୁଗୀୟ ମୁସଲମାନ ଶାସନ ସମ୍ବନ୍ଧିତ ଇତିହାସ ରଚନା ସର୍ବଦା ସରକାରୀ ପୃଷ୍ଠପୋଷକତା ଉପଭୋଗ କରି ଉଚିତ ମାର୍ଗରେ ଯିବାକୁ ପସନ୍ଦ କରିଛି ଏବ˚ ମିଥ୍ୟାଚାରର ଆଶ୍ରୟ ନେଇଛି।
ଏ ଦୁଇ ପ୍ରକାର ଇତିହାସର କେନ୍ଦ୍ରୀୟ ଚରିତ୍ର ଟିପୁ ସୁଲ୍ତାନ୍ ଯେ ଅସଲରେ ଜଣେ ଅତ୍ୟନ୍ତ ବିବଦମାନ ବ୍ୟକ୍ତିତ୍ବ ଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ। ଟିପୁଙ୍କର କ୍ଷମତା ଆରୋହଣ ଥିଲା ଅଚାନକ। ମହୀଶୂରର ହିନ୍ଦୁ ମହାରାଜା ଟିପୁଙ୍କ ପିତା ହାଇଦର ଅଲିଙ୍କୁ କ୍ରୀତଦାସ ରୂପେ ଆଣିଥିଲେ। ଚତୁର ହାଇଦର କିନ୍ତୁ ଧୋକା ଦେଇ ୧୭୬୧ରେ ମହାରାଜାଙ୍କୁ ଗାଦିଚ୍ୟୁତ କଲେ, ଯଦିବା ମହାରାଜାଙ୍କୁ ସଖୀ କଣ୍ଢେଇ ରୂପେ ସାମନାରେ ରଖି ହାଇଦର ଅଲି ସମସ୍ତ କ୍ଷମତା ଉପଭୋଗ କରୁଥିଲେ। ହାଇଦରଙ୍କ ଅକାଳ ମୃତ୍ୟୁ ପରେ ଟିପୁ କ୍ଷମତା ଦଖଲ କଲା ପରେ କିନ୍ତୁ ସେ ସବୁ ଅଭିନୟ ବନ୍ଦ କରି ମହୀଶୂର ଉପରେ ସିଧାସଳଖ ସମ୍ପୂର୍ଣ୍ଣ ପ୍ରଭୁତ୍ବ ଜାହିର କଲେ। ସେ ତାଙ୍କ ରାଜ୍ୟର ନାମକରଣ କଲେ- ସୁଲ୍ତାନତ୍-ଏ-ଖୁଦାଦାଦ୍, ଅର୍ଥାତ୍ ଖୁଦାଙ୍କ ରାଜ୍ୟ। ସେ ବିଭିନ୍ନ ସ୍ଥାନ ନାମର ଇସଲାମୀକରଣ କଲେ, ରାଜସଭାରେ କନ୍ନଡ଼ ସ୍ଥାନରେ ପାର୍ଶୀ ଭାଷା ପ୍ରଚଳନ କରାଇଲେ, ମହାରାଜା ଵଡେଆର୍ ବ˚ଶର ସନ୍ତକ ଲୋପ କରିବା ପାଇଁ ପ୍ରାସାଦରୁ ପୋଲ ପର୍ଯ୍ୟନ୍ତ ଭାଙ୍ଗି ପୁନଃ ନିର୍ମାଣ କରାଇଲେ। ସେ ମଧୢ ଜଣେ ଦୃଢ଼ ସ˚ସ୍କାରକ ଥିଲେ। କୃଷି, ଶିଳ୍ପ, ବାଣିଜ୍ୟରୁ ପ୍ରଶାସନ ପର୍ଯ୍ୟନ୍ତ ସେ ସ˚ସ୍କାର କରିବାକୁ ଉଦ୍ୟମ କରିଥିଲେ। ସେ ମଧୢ ସାମରିକ ବାହିନୀରେ ସ˚ସ୍କାର ଆଣି ବ୍ରିଟିସ୍ ବାହିନୀର ମୁକାବିଲା କଲା ଭଳି ଏକ ଦକ୍ଷ ବାହିନୀ ଗଠନ କରିଥିଲେ। ବ୍ରିଟିସ୍ ଶକ୍ତିକୁ ପ୍ରତିହତ କରିବା ପାଇଁ ସେ ନେପୋଲିଅନ୍ଙ୍କ ସହାୟତା ମଧୢ ଲୋଡ଼ିଥିଲେ।
ଟିପୁଙ୍କ ଚରିତ୍ରର କଳା ଦିଗ ତା’ହେଲେ କ’ଣ ଥିଲା? ଏହି କେତେକ ଘଟଣାରୁ ତାହା ସ୍ପଷ୍ଟ ହୋଇଥାଏ। ରାଣୀ ଲକ୍ଷ୍ମୀ ଆମ୍ମାନ୍ନିଙ୍କ ପ୍ରଧାନ ମାନଙ୍କୁ ସେ ପଦାନତ କରିବାରେ ବିଫଳ ହୋଇ ଓ ସେମାନେ ରାଣୀଙ୍କ ତରଫରୁ ବ୍ରିଟିସ୍ ଶକ୍ତି ସହିତ କଥାବାର୍ତ୍ତା କରୁଥିବାର ଖବର ପାଇ, ଟିପୁ ପ୍ରଧାନ ଗୋଷ୍ଠୀର ୭୦୦ ମାଣ୍ତ୍ୟାମ୍ ଆୟେଙ୍ଗାର୍ ପୁରୁଷ, ନାରୀ, ଶିଶୁଙ୍କୁ ଦୀପାବଳି ଦିନ ସ୍ପଷ୍ଟ ଦିବାଲୋକରେ ସର୍ବସମ୍ମୁଖରେ ଫାଶୀ ଦେଇଥିଲେ। ଏବେ ବି ମାଣ୍ତ୍ୟାମ୍ ଆୟେଙ୍ଗାର୍ ମାନେ ସେହି କାରଣରୁ ଦୀପାବଳି ଦିନ ଶୋକ ପାଳନ କରିଥାନ୍ତି। ତାଙ୍କର ମାଙ୍ଗାଲୋର୍ ଅଭିଯାନ ପରେ ଟିପୁ ୬୦,୦୦୦ ସିରିଆନ୍ ଖ୍ରୀଷ୍ଟିଆନ୍ଙ୍କୁ ବନ୍ଦୀ କରି ସେମାନଙ୍କର ବଳପୂର୍ବକ ଧର୍ମାନ୍ତର ଘଟାଇଥିଲେ। ଟିପୁଙ୍କୁ ସାହାଯ୍ୟ କରିବାକୁ ଶ୍ରୀରଙ୍ଗାପଟନା ଆସିଥିବା ଫରାସୀ ନାବିକ ଫ୍ରାସ୍ବାଁ ରିପାଡ୍ଙ୍କର ନିକଟରେ ଆବିଷ୍କୃତ ଡାଇରି ଟିପୁଙ୍କର ଏହି ବର୍ବର କାଣ୍ତ ଉପରେ ନୂତନ ଆଲୋକପାତ କରିଥାଏ। ଟିପୁ ନିଜର ଏ ସମସ୍ତ ତଥାକଥିତ କୃତିତ୍ବ ବଖାଣି ୧୭୯୦ରେ ବୁର୍ଦୁଜ୍ ଜମାଉନ୍ ଖାନ୍ଙ୍କୁ ଲେଖିଥିବା ପତ୍ର ଏବେ ବି ତାଙ୍କ ଚରିତ୍ରର ଏହି ଭୟାନକ ଦିଗର ସ୍ବାକ୍ଷର ବହନ କରି ପ୍ରସାରିତ ହେଉଛି। କେରଳ, କୁର୍ଗ ଏବ˚ ମାଙ୍ଗାଲୋର୍ରେ ଏହି କାରଣରୁ ଟିପୁଙ୍କ ପ୍ରତି ବିଦ୍ବେଷ ଏବେ ବି ବଳବତ୍ତର ରହିଛି। ଟିପୁ ସମର୍ଥକମାନେ ଶତଚେଷ୍ଟା କଲେ ମଧୢ ଏହା ନିଶ୍ଚିହ୍ନ ହେବ ନାହିଁ।
ଏହା ଅନସ୍ବୀକାର୍ଯ୍ୟ ଯେ ଟିପୁ ହେଉଛନ୍ତି ଇତିହାସର ପ୍ରାଣୀ ଓ ତାଙ୍କ ସମୟର ଏକ ଉତ୍ପାଦନ। ସେ ଦେଶ ପାଇଁ ନୁହେଁ, ନିଜର ରାଜ୍ୟ ରକ୍ଷା କରିବା ପାଇଁ ବ୍ରିଟିସ୍ ଶକ୍ତି ବିରୋଧରେ ସାହସର ସହିତ ଲଢ଼ିଥିଲେ। ଧର୍ମ ପ୍ରସାର ମଧୢ ତାଙ୍କର ଅନ୍ୟତମ ପ୍ରଧାନ ଲକ୍ଷ୍ୟ ଥିଲା। ଇତି ମଧୢରେ ଦୁଇ ଶତାବ୍ଦୀରୁ ଅଧିକ କାଳ ବିତି ଯାଇଛି। ଏକ ଜନ ଆନ୍ଦୋଳନ ବଳରେ ଦେଶ ସ୍ବାଧୀନତା ଲାଭ କରିଛି, ଯାହା କୌଣସି ଟିପୁ ସୁଲ୍ତାନ୍ କେବେ ହେଲେ ହାସଲ କରିପାରିନଥାନ୍ତେ। ଟିପୁ ସୁଲ୍ତାନଙ୍କୁ ତାଙ୍କ ସମୟରେ ରହିବାକୁ ଦେବା ହିଁ ହେବ ସବୁଠାରୁ ବୁଦ୍ଧିମାନର କାର୍ଯ୍ୟ। ତା’ ନକରି ସ˚କୀର୍ଣ୍ଣ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ତାଙ୍କୁ ନାୟକ ରୂପେ ପୁନର୍ଜୀବନ ଦେବାକୁ ଉଦ୍ୟମ କଲେ ତାଙ୍କର ଖଳନାୟକ ଚେହେରା ମଧୢ ପଦାରେ ପଡ଼ିବାକୁ ବାଧୢ। କ˚ଗ୍ରେସ ଦଳ ତାହା ହୃଦୟଙ୍ଗମ କରିବା ଉଚିତ। ସମସ୍ତ ପ୍ରବାଦ ପୁରୁଷ ହେଉଛନ୍ତି ମିଥ୍ୟାଶ୍ରୟୀ। ପ୍ରଖ୍ୟାତ ଆମେରିକୀୟ ସାମ୍ବାଦିକ ଏଚ୍ ଏଲ୍ ମେଙ୍କେନ୍ଙ୍କ ଭାଷାରେ: ‘‘ପ୍ରବାଦ ହେଉଛି ଏକ ମିଛ ଯାହା ବୟସର ମର୍ଯ୍ୟାଦା ହାସଲ କରିଛି।’’ ଟିପୁ ସେଇଭଳି ଏକ ମିଛ ମାତ୍ର।