ଭାରତୀୟ ଇ-କମର୍ସ ମଉଡ଼ମଣି ‘‘ଫ୍ଲିପ୍କାର୍ଟ’ର ଗ୍ରୁପ୍ ସିଇଓ ପଦରୁ ସହ-ପ୍ରତିଷ୍ଠାତା ବିନି ବନ୍ସଲ୍ଙ୍କ ବିଦାୟ ପରେ ‘ଫ୍ଲିପ୍କାର୍ଟ’ ତା’ର ନୂତନ ବିଦେଶୀ ମାଲିକ ଆମେରିକାର ଅତିକାୟ ମଲ୍ଟିନେସନାଲ୍ ରିଟେଲ୍ କର୍ପୋରେସନ୍ ‘ଵାଲ୍ମାର୍ଟ’ର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଯାଇଛି। ଏଥିପୂର୍ବରୁ ‘ଫ୍ଲିପ୍କାର୍ଟ’ର ଅନ୍ୟ ସହ-ପ୍ରତିଷ୍ଠାତା ସଚିନ୍ ବନ୍ସଲ ଗତ ଅଗଷ୍ଟରେ ‘ଵାଲ୍ମାର୍ଟ’ର ପ୍ରବେଶ ସହିତ ତାଳ ଦେଇ ନିଜ କମ୍ପାନିରୁ ପ୍ରସ୍ଥାନ କରି ସାରିଥିଲେ। ବର୍ତ୍ତମାନ ଯେଉଁଭଳି ପରିସ୍ଥିତିରେ ବିନି ବନ୍ସଲ୍ଙ୍କର ପ୍ରସ୍ଥାନ ଘଟି ‘ଫ୍ଲିପ୍କାର୍ଟ’ ଉପରେ ‘ଵାଲ୍ମାର୍ଟ’କୁ ନିରଙ୍କୁଶ ନିୟନ୍ତ୍ରଣ ଓ ତାହା ମାଧୢମରେ ଭାରତୀୟ ଇ-କମର୍ସ କ୍ଷେତ୍ରରେ ଅନ୍ୟ ବହିରାଗତ ସାମ୍ରାଜ୍ୟ ବିସ୍ତାରକାରୀ ‘ଆମାଜନ୍’ ସହ ଟକ୍କର ଦେବା ପାଇଁ ସୁଯୋଗ ଓ ଶକ୍ତି ପ୍ରଦାନ କରିଛି, ତାହା ଅତୀତରେ ଭାରତରେ ବଜାର ଓ ରାଜ୍ୟ ଦଖଲ କରିବା ପାଇଁ ଇ˚ଲାଣ୍ତ୍ ଓ ଫ୍ରାନ୍ସ ମଧୢରେ ପ୍ରତିଯୋଗିତା ଓ ଏଥିରେ ତଥାକଥିତ କଲିକତାର ଅନ୍ଧକୂପ ହତ୍ୟାର ଭୂମିକାର ପୁନରାବୃତ୍ତି ଭଳି ଯଦି ଇତିହାସ-ସଚେତନ ପର୍ଯ୍ୟବେକ୍ଷକମାନଙ୍କୁ ମନେ ହେଉଥାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ବଙ୍ଗଳାର ନବାବ ସିରାଜ୍-ଉଦ୍-ଦୌଲା ବଣିକ ସ˚ସ୍ଥା ଇ˚ଲାଣ୍ତ୍ର ‘ଇଷ୍ଟ୍ ଇଣ୍ତିଆ କମ୍ପାନି’କୁ କଲିକତାରେ ବେପାର ବଣିଜ କରିବା ପାଇଁ କେତେକ ବିଶେଷ ଅଧିକାର ପ୍ରଦାନ କରିବା ସହିତ କଲିକତାରେ ଏକ ଛୋଟିଆ କିଲ୍ଲା ନିର୍ମାଣ ଏବ˚ ଅଳ୍ପ ସ˚ଖ୍ୟକ ସୈନ୍ୟ ମୁତୟନ ନିମିତ୍ତ ଅନୁମତି ପ୍ରଦାନ କରିଥିଲେ। ଅଳ୍ପ କେତେ ବର୍ଷ ପରେ ପ୍ରତିଦ୍ବନ୍ଦ୍ବୀ ଫ୍ରାନ୍ସ ପକ୍ଷରୁ ଆକ୍ରମଣ ଆଶଙ୍କା କରି ଇ˚ରେଜମାନେ ‘ଫୋର୍ଟ ଵିଲିଅମ୍’ ରୂପେ ନାମିତ ଏହି କିଲ୍ଲାର ସାମର୍ଥ୍ୟ ବୃଦ୍ଧି କରିବା ସହିତ ସେଠାରେ ସୈନ୍ୟ ସ˚ଖ୍ୟା ବୃଦ୍ଧି ଓ କାନ୍ଥରେ ତୋପ ଖଞ୍ଜିବା ଆରମ୍ଭ କଲେ। ନବାବ ସିରାଜ-ଉଦ୍-ଦୌଲା ଇ˚ରେଜ୍ମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଲେ। ଇ˚ରେଜମାନେ ସିରାଜଙ୍କ ନିର୍ଦ୍ଦେଶ ଅମାନ୍ୟ କରି ଚାଲିବାରୁ ଉତ୍କ୍ଷିପ୍ତ ନବାବ ୧୭୫୬ରେ ‘ଫୋର୍ଟ ଵିଲିଅମ୍’ ଉପରେ ଆକ୍ରମଣ କଲେ। ଇ˚ରେଜମାନେ ପାଞ୍ଚଦିନ ପାଇଁ ଦୁର୍ବଳ ପ୍ରତିରୋଧ କରିବା ପରେ ଆତ୍ମସମର୍ପଣ କଲେ। ସେମାନଙ୍କ ମଧୢରୁ ଅଧିକା˚ଶ ପଳାୟନ କଲେ ଏବ˚ କେତେକ ନବାବ ବାହିନୀ ଦ୍ବାରା ବନ୍ଦୀ ହେଲେ। ଏମାନଙ୍କ ମଧୢରୁ ଜଣେ ବନ୍ଦୀ ଜେ ଜେଡ୍ ହଲ୍େଵଲ୍ଙ୍କ ବର୍ଣ୍ଣନା ଅନୁସାରେ ନବାବଙ୍କ ସୈନ୍ୟମାନେ ୧୪୬ ଜଣ ବନ୍ଦୀ (ମହିଳା ଓ ଶିଶୁ ଅନ୍ତର୍ଭୁକ୍ତ)ଙ୍କୁ ଗୋଟିଏ ୧୮ ଫୁଟ ଲମ୍ବ ୧୪ ଫୁଟ ଚଉଡ଼ା କୋଠରିରେ ସାରା ରାତି ଅଟକ ରଖିବାରୁ ସକାଳ ସୁଦ୍ଧା ଶ୍ବାସରୁଦ୍ଧ ହୋଇ ସେମାନଙ୍କ ମଧୢରୁ ୧୨୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ‘ଅନ୍ଧକୂପ ହତ୍ୟା’ (ବ୍ଲାକ୍ ହୋଲ୍ ଅଫ୍ କାଲ୍କାଟା) ଆଖ୍ୟା ଦେଇ ‘ଇଷ୍ଟ ଇଣ୍ତିଆ କମ୍ପାନି’ ଏହା ବିରୁଦ୍ଧରେ ବ୍ରିଟେନ୍ରେ ବ୍ୟାପକ ଜନମତ ସୃଷ୍ଟି କରିଥିଲା ଏବ˚ କେତେ ମାସ ପରେ ଏହାର ପ୍ରତିଶୋଧ ନେବା ପାଇଁ ରବର୍ଟ କ୍ଲାଇଭ୍ଙ୍କ ନେତୃତ୍ବରେ ସିରାଜ-ଉଦ୍-ଦୌଲାଙ୍କ ଉପରେ ଆକ୍ରମଣ କରିବା ପାଇଁ ଏକ ସୈନ୍ୟ ଦଳ ପଠାଇଥିଲା। ପଲାସୀ ଯୁଦ୍ଧ ନାମରେ ପ୍ରସିଦ୍ଧ ଏହି ଯୁଦ୍ଧରେ ସିରାଜ୍ଙ୍କ ପରାଜୟ ଓ କ୍ଲାଇଭ୍ଙ୍କ ବିଜୟ କିପରି ଭାରତରେ ବ୍ରିଟିସ୍ ଶାସନର ମୂଳଦୁଆ ପକାଇଥିଲା ତାହା ବର୍ତ୍ତମାନ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଜଣା। ତେବେ ଏଥିରେ ବିଡ଼ମ୍ବନା ହେଲା ଯେ ପରବର୍ତ୍ତୀ ସମୟରେ ପ୍ରାପ୍ତ ସମସ୍ତ ଗବେଷକ ହଲ୍ବେଲ୍ଙ୍କ ବିବରଣୀକୁ ସମ୍ପୂର୍ଣ୍ଣ ମିଥ୍ୟା କିମ୍ବା ଘୋର ଅତିରଞ୍ଜନ ରୂପେ ସାବ୍ୟସ୍ତ କରିଛନ୍ତି।
ନଭେମ୍ବର ୧୩ ତାରିଖ ଦିନ ‘ଵାଲ୍ମାର୍ଟ’ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଲା ଯେ ତାଙ୍କର ବ୍ୟକ୍ତିଗତ ଆଚରଣ ସମ୍ପର୍କିତ ଅନୁସନ୍ଧାନ ପରେ ‘ଫ୍ଲିପ୍କାର୍ଟ’ର ସିଇଓ ବିନି ବନ୍ସଲ୍ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଗତ ମଇ ମାସରେ ‘ଵାଲ୍ମାର୍ଟ’ ୧୬ ବିଲିଅନ୍ ଡଲାର୍ ମୂଲ୍ୟ ପ୍ରଦାନ କରି ‘ଫ୍ଲିପ୍କାର୍ଟ’ର ୭୭% ଅ˚ଶଧନ କ୍ରୟ କରିବାକୁ ନିଷ୍ପତ୍ତି ଘୋଷଣା କଲା। ଏହି କାରବାରର ଅ˚ଶ ସ୍ବରୂପ ସଚିନ୍ ବନ୍ସଲ୍ଙ୍କୁ ‘ଫ୍ଲିପ୍କାର୍ଟ’ରୁ ବିତାଡ଼ିତ କରାଗଲା। ବିନି ବନ୍ସଲ୍ ସିଇଓ ରହିବା ସହିତ ସଚିନ୍ଙ୍କ ସ୍ଥାନରେ ଚେଆରମ୍ୟାନ୍ ଦାୟିତ୍ବ ମଧୢ ଗ୍ରହଣ କଲେ। ଏହାର ପ୍ରାୟ ଦୁଇ ମାସ ପରେ ଜୁଲାଇରେ ‘ଫ୍ଲିପ୍କାର୍ଟ’ର ଜଣେ ପ୍ରାକ୍ତନ ଯୁବତୀ କର୍ମଚାରୀ ‘ଵାଲ୍ମାର୍ଟ’କୁ ଏକ ପତ୍ର ଲେଖି ଜଣାଇଲେ ଯେ ୨୦୧୬ରେ ୩୫ ବର୍ଷୀୟ ବିନି ବନ୍ସଲ୍ ତାଙ୍କ ସହିତ ଯୌନ ଅସଦାଚରଣ କରିଥିଲେ। ଉଲ୍ଲେଖଯୋଗ୍ୟ ତାଙ୍କ ଅଭିଯୋଗ ଅନୁସାରେ ଏହି ତଥାକଥିତ ଅସଦାଚରଣ ସମୟରେ ସେ ‘ଫ୍ଲିପ୍କାର୍ଟ’ ଛାଡ଼ି ଚାଲିଯାଇ ସାରିଥିଲେ। ପ୍ରକାଶିତ ସୂଚନା ଅନୁସାରେ ସମ୍ପୃକ୍ତ ତରୁଣୀ ଜଣକ ୨୦୧୨ରେ ‘ଫ୍ଲିପ୍କାର୍ଟ’ର ଏକ କଲ୍ ସେଣ୍ଟର୍ରେ ମାତ୍ର କେତେ ମାସ ପାଇଁ କାର୍ଯ୍ୟ କରିଥିଲେ ଏବ˚ ସେ ସମୟରେ ତାଙ୍କର ବିନିଙ୍କ ସହିତ ପରିଚୟ ଥିବାର ସମ୍ଭାବନା କ୍ଷୀଣ। ଚାରି ବର୍ଷ ପରେ ସେମାନଙ୍କର ଭେଟ ହୁଏ, ଯାହା ବିନି ବନ୍ସଲ୍ ବିବାହିତ ହୋଇଥିଲେ ମଧୢ ଏକ ପ୍ରେମ ସମ୍ପର୍କରେ ପରିଣତ ହୁଏ ଏବ˚ ପରେ ଯୁବତୀଙ୍କ ସହିତ ମନାନ୍ତର ଘଟି ସମ୍ପର୍କ ଛିନ୍ନ ହୁଏ। ନୈତିକତା ଦୃଷ୍ଟିରୁ ଏହା ଗ୍ରହଣୀୟ ହୋଇ ନପାରେ କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଉଭୟ ସାବାଳକ (ବର୍ତ୍ତମାନ ତ ପରକୀୟା ପ୍ରୀତି ଆଉ ବେଆଇନ ମଧୢ ନୁହେଁ) ଏବ˚ କାର୍ଯ୍ୟାଳୟ ବାହାରେ ସେମାନଙ୍କ ମଧୢରେ ସମ୍ପର୍କ ସ୍ଥାପିତ ହୋଇଥିଲା।
‘ଵାଲ୍ମାର୍ଟ’ ଏକ ବାହ୍ୟ ଆଇନ ସ˚ସ୍ଥା ଦ୍ବାରା ଅଭିଯୋଗର ଅନୁସନ୍ଧାନ କରାଇଥିଲା ବୋଲି ଏବେ ପ୍ରକାଶ କରିଛି। ଗତ ମଙ୍ଗଳବାର ଦିନ ‘ଵାଲ୍ମାର୍ଟ’ ଏହା ମଧୢ ପ୍ରକାଶ କରିଛି ଯେ ଅନୁସନ୍ଧାନରୁ ଅଭିଯୋଗର ସତ୍ୟତା ସମ୍ବନ୍ଧରେ କୌଣସି ପ୍ରମାଣ ମିଳି ନାହିଁ। କିନ୍ତୁ ସମ୍ପୃକ୍ତ ଘଟଣାରେ ବିନି ବନ୍ସଲ୍ଙ୍କର ବିଚାର ବିଭ୍ରାଟ ଘଟିଥିବାର ସୂଚନା ମିଳୁଛି ଏବ˚ ଘଟଣାର ମୁକାବିଲା କରିବାରେ ବିନିଙ୍କର ସ୍ବଚ୍ଛତାରେ ଅଭାବ ଥିବା ଜଣାପଡ଼ିଛି ବୋଲି ‘ଵାଲ୍ମାର୍ଟ’ କହିଛି। ଏଠାରେ ଏହା ମଧୢ ସୂଚନାଯୋଗ୍ୟ ଯେ ୨୦୧୬ ବେଳକୁ ‘#ମି ଠୁ’ ଆରମ୍ଭ ହୋଇ ନଥିଲା। ବର୍ତ୍ତମାନର ‘#ମି ଠୁ’ ଯୁଗରେ କିନ୍ତୁ ‘ଵାଲ୍ମାର୍ଟ’ ସୂଚନା ପ୍ରକାଶ ପାଇବା ପରେ ବିନି ବନ୍ସଲ୍ଙ୍କ ପାଇଁ ଇସ୍ତଫା ଦେବା ବ୍ୟତୀତ ଅନ୍ୟ ଉପାୟ ନଥିଲା।
ବିନି ବନ୍ସଲ୍ଙ୍କ ପତନ ‘ଵାଲ୍ମାର୍ଟ’କୁ ସେଇ ଭଳି ଖୁସି କରିଥିବ, ଯେମିତି ପଲାସୀ ଯୁଦ୍ଧରେ ସିରାଜ୍-ଉଦ୍-ଦୌଲାଙ୍କ ପତନ ଇଷ୍ଟ ଇଣ୍ତିଆ କମ୍ପାନିକୁ କରିଥିବ। କିନ୍ତୁ କେଉଁ ସମୟରେ ବିନି ବନ୍ସଲ୍ଙ୍କ ପତନ ‘ଵାଲ୍ମାର୍ଟ’ ପାଇଁ ସର୍ବୋତ୍ତମ ହେବ, ତାହା ଯେ ‘ଦି ବିଷ୍ଟ୍ ଅଫ୍ ବେଣ୍ଟନ୍ଭିଲ୍’ (‘ବେଣ୍ଟନ୍ଭିଲ୍ର ଜାନୁଆର’) ରୂପେ ପରିଚିତ ଏହି କମ୍ପାନି ସଯତ୍ନରେ ନିୟନ୍ତ୍ରଣ କରିଛି, ତାହା ଘଟଣାକ୍ରମ ଉପରେ ଏକ କ୍ଷିପ୍ର ଦୃଷ୍ଟି ପକାଇଲେ ସ୍ପଷ୍ଟ ହୋଇଥାଏ।
ବିନିଙ୍କ ବିରୁଦ୍ଧରେ ଅଭିଯୋଗ ପାଇବା ପରେ ‘ଵାଲ୍ମାର୍ଟ’ ଜୁଲାଇରେ ସେ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଥିଲା। ଯଦିବା ମଇ ମାସରେ ‘ଵାଲ୍ମାର୍ଟ’ ‘ଫ୍ଲିପ୍କାର୍ଟ’ କ୍ରୟ କରିବା ସମ୍ବନ୍ଧରେ ନିଷ୍ପତ୍ତି ନେଇଥିଲା, ଭାରତରେ ଏକାଚାଟିଆ କାରବାର ନିରୋଧକାରୀ ସ˚ସ୍ଥା ‘କମ୍ପିଟିସନ୍ କମିସନ୍’ଙ୍କ ଠାରୁ ସେ ସମ୍ବନ୍ଧିତ ସ୍ବୀକୃତି ତଥାପି ମିଳି ନଥିଲା। ସେତେବେଳେ ଯଦି ‘ଵାଲ୍ମାର୍ଟ’ ବିନି ବନ୍ସଲ୍ଙ୍କ ବିରୋଧରେ ଅନୁସନ୍ଧାନ ଚାଲିଥିବା ପ୍ରକାଶ କରିଥାନ୍ତା, ତାହା ହୁଏତ ଏହି ସ୍ବୀକୃତି ହାସଲ ପଥରେ ପ୍ରତିବନ୍ଧ ସୃଷ୍ଟି କରିଥାନ୍ତା। ଆମେରିକାରେ ‘ଵାଲ୍ମାର୍ଟ’ର ସେଆରହୋଲ୍ଡର୍ ମାନଙ୍କ ମଧୢରେ ‘ଫ୍ଲିପ୍କାର୍ଟ’ କ୍ରୟ ପ୍ରତି ବିରୋଧ ଭାବ ମଧୢ ସୃଷ୍ଟି କରିଥାନ୍ତା। ଅଗଷ୍ଟରେ ‘କମ୍ପିଟିସନ୍ କମିସନ୍’ଙ୍କର ବିଧିବଦ୍ଧ ସ୍ବୀକୃତି ହାସଲ କଲା ପରେ ‘ଵାଲ୍ମାର୍ଟ’ ପାଇଁ ସେ ବିପଦ ଏବେ ଟଳିଯାଇଛି। ବର୍ତ୍ତମାନ ବିନି ବନ୍ସଲ୍ଙ୍କୁ ବଳି ଚଢ଼ାଇଲେ ‘ଵାଲ୍ମାର୍ଟ’ର ଆଉ କିଛି କ୍ଷତି ହେବାର ନାହିଁ। କୁହାଯାଉଛି କାଳେ ବିନି ବନ୍ସଲ୍ ନିର୍ଦୋଷ ପ୍ରମାଣିତ ହେବେ, ତେଣୁ ଅନୁସନ୍ଧାନ ଚାଲିଥିବା କଥା ପ୍ରକାଶ କରି ତାଙ୍କର କ୍ଷତି କରିବାକୁ ‘ଵାଲ୍ମାର୍ଟ’ ଚାହୁଁ ନଥିଲା। କିନ୍ତୁ ‘ଵାଲ୍ମାର୍ଟ’ ବିନି ନିର୍ଦୋଷ ସାବ୍ୟସ୍ତ ହେବା ପରେ ମଧୢ ଯେଉଁ ସ୍ବରରେ ବକ୍ତବ୍ୟ ପ୍ରଦାନ କରିଛି ତାହା ‘ଅନ୍ଧକୂପ ମିଥ୍ୟା’କୁ ହଲ୍ବେଲ୍ ‘ଅନ୍ଧକୂପ ହତ୍ୟା’ରେ ପରିଣତ କଲା ଭଳି ବିନି ବନ୍ସଲ୍ଙ୍କୁ ଧରାଶାୟୀ କରି ଭାରତରେ ‘ଵାଲ୍ମାର୍ଟ’ର ଜୟଯାତ୍ରାକୁ ସୁଗମ କରିଛି। ଯେମିତି ୧୭୫୭ରେ ଇଷ୍ଟ୍ ଇଣ୍ତିଆ କମ୍ପାନି ପାଇଁ ଘଟିଥିଲା।