‘ସଂକଳ୍ପ’ର ସନ୍ଦେଶ

ବିଧାନସଭା ଓ ପାର୍ଲିଆମେଣ୍ଟରେ ମହିଳାଙ୍କ ପାଇଁ ୩୩% ଆସନ ଆରକ୍ଷଣ ପାଇଁ ସ˚ସଦରେ ପ୍ରଥମେ ୧୯୯୬ରେ ‘ମହିଳା ବିଲ୍‌’ ଆଗତ ହୋଇଥିଲା। ‘ମହିଳା ସଶକ୍ତୀକରଣ’ ଦିଗରେ ଏକ ଯୁଗାନ୍ତକାରୀ ‘ରାଜନୈତିକ ପ୍ରୟାସ’ କୁହାଯାଉଥିବା ଏହି ବିଧେୟକ କିନ୍ତୁ ଗତ ୨୨ ବର୍ଷ ହେଲା ସ˚ସଦର ଏରୁଣ୍ତି ଡେଇଁ ପାରୁନାହିଁ। ଅନିଶ୍ଚିତତା ମଧୢରେ ଦୁଇ ଦଶକ ଧରି ଝୁଲି ରହିଥିବା ‘ମହିଳା ବିଲ୍‌’ ଯେତେ ଶୀଘ୍ର ଦିନର ଆଲୁଅ ଦେଖିବ, ଦେଶ ପାଇଁ ସେତେ ମଙ୍ଗଳକର। ଏହି ମର୍ମରେ ‘ସ୍ମାରକପତ୍ର’ ସ୍ବରୂପ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଏକ ସ˚କଳ୍ପ ଗୃହୀତ ହୋଇଛି।

ତେବେ, ମହିଳା ଆରକ୍ଷଣ ସପକ୍ଷରେ ରାଜ୍ୟ ବିଧାନସଭାରେ ସ˚କଳ୍ପ ଗୃହୀତ ହେବା ଯେତିକି ଧୢାନ ଆକର୍ଷଣ କରିନାହିିଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ˚କଳ୍ପ ଆଗତ କରିବା ଅବସରରେ ନିର୍ଦ୍ଦିଷ୍ଟ ଭାବେ ଦୁଇଜଣ ମହିଳାଙ୍କ ନାମ ଉଲ୍ଲେଖ କରିବା ତା’ଠାରୁ ଅଧିକ ଧୢାନ ଆକର୍ଷଣ କରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ସ୍ଥାନ ପାଇଥିବା ଜଣେ ହେଲେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଏମ୍‌.ଭି.-୯୦ ସ୍ଥିତ ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟର ଯୁକ୍ତ ତିନି ଶ୍ରେଣୀର ଛାତ୍ରୀ ମମତା ପଡିଆମୀ। ଅନ୍ୟ ଜଣେ ହେଲେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍‌ର କଲ୍ୟାଣୀ ମହିଳା ସ୍ବୟ˚ ସହାୟକ ଗୋଷ୍ଠୀର ଅଧୢକ୍ଷା ଜୟନ୍ତୀ ଏକ୍କା। କୋୟା ଆଦିବାସୀ ସ˚ପ୍ରଦାୟର ତରୁଣୀ ମମତା ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ସାତ ଲକ୍ଷ ଟଙ୍କାକୁ ବୃଦ୍ଧି ଲାଗି ପ୍ରସ୍ତାବ ଦେଇଥିଲେ; ଯାହା ଗ୍ରହଣ କରାଯାଇଛି। ଜୟନ୍ତୀ ଏକ୍କା ‘ମେକ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଶୁଣାଇଥିବା ସଫଳତାର କାହାଣୀରେ ମହିଳା ସ୍ବୟ˚ ସହାୟକ ଗୋଷ୍ଠୀ ମାଧୢମରେ ସାମାଜିକ- ଅର୍ଥନୈତିକ ପରିବର୍ତ୍ତନ ଓ ନାରୀ ସଶକ୍ତୀକରଣର ଏକ ଉଜ୍ଜ୍ବଳ ଝଲକ ଦେଖିବାକୁ ମିଳିଥିଲା। ‘ମହିଳା ଆରକ୍ଷଣ’ ସପକ୍ଷରେ ପ୍ରସ୍ତାବ ପଛରେ ‘ପ୍ରେରଣା’ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଦୁଇଜଣ ମହିଳାଙ୍କ ନାମ ଉଲ୍ଲେଖ କରିବା, ଗୃହରେ ଓ ଗୃହ ବାହାରେ ଅନେକଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ କଥା ମନେ ପକାଇ ଦେଇଥିବ।

ଗ୍ରାମପଞ୍ଚାୟତ ଓ ପୌରସ˚ସ୍ଥାରେ ମହିଳାଙ୍କ ପାଇଁ ୧୯୯୨ରେ ଦେଶରେ ସର୍ବପ୍ରଥମେ ବିଜୁ ପଟ୍ଟନାୟକ ଓଡ଼ିଶାରେ ୩୩% ଆରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ। ମହିଳା ବିକାଶ ନିଗମର ଗଠନ, କେନ୍ଦ୍ର ଢାଞ୍ଚାରେ ରାଜ୍ୟ ସ୍ତରରେ ମହିଳା କମିସନ୍‌ ପ୍ରତିଷ୍ଠା, ଚାକିରିରେ ମହିଳାଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ବୃଦ୍ଧି ଆଦି ଥିଲା ମହିଳା ସଶକ୍ତୀକରଣ ପ୍ରସଙ୍ଗରେ ବିଜୁବାବୁଙ୍କ ପ୍ରତିଶ୍ରୁତିବଦ୍ଧତାର ଗୋଟିଏ ଗୋଟିଏ ସ୍ବାକ୍ଷର। ସ˚ଯୋଗ ଯେ, ପୁତ୍ର ନବୀନଙ୍କ ଭଳି ମହିଳା ସଶକ୍ତୀକରଣ ଲକ୍ଷ୍ୟରେ ପିତା ବିଜୁ ପଟ୍ଟନାୟକ ମଧୢ ବିଭିନ୍ନ ପ୍ରଗତିଶୀଳ ପଦକ୍ଷେପ ନେବା ଲାଗି ମହିଳାଙ୍କଠାରୁ ପ୍ରେରଣାର ମନ୍ତ୍ର ପାଇଥିଲେ। ଅନେକ ସ୍ଥାନରେ ବିଜୁ ବାବୁ ନିଜେ କହିଛନ୍ତି, ବଲାଙ୍ଗୀରର ଜଣେ ବୁଢ଼ୀର କଥାରେ ସେ ସର୍ବନିମ୍ନ ମଜୁରି ଦୈନିକ ବାର ଟଙ୍କାରୁ ସିଧାସଳଖ ପଚିଶ ଟଙ୍କାକୁ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଥିଲେ। ୧୯୯୦ରୁ ୧୯୯୫ ମୁଖ୍ୟମନ୍ତ୍ରୀତ୍ବ ସମୟରେ ବିଭିନ୍ନ ପ୍ରସଙ୍ଗରେ ମାର୍ଗଦର୍ଶନ ପାଇଁ ସେ ଚାରିଜଣ ମହିଳାଙ୍କୁ ନେଇ ଗଠନ କରିଥିଲେ ଏକ ପରାମର୍ଶଦାତା କମିଟି। ସେହି କମିଟିରେ ଅନ୍ୟତମ ସଦସ୍ୟା ଥିଲେ ରାୟଗଡ଼ା ଜିଲ୍ଲାର ସୁମନୀ ଝୋଡ଼ିଆଣୀ। ଏହି ପରାମର୍ଶଦାତା କମିଟିର ସଦସ୍ୟାମାନଙ୍କୁ ‘ପୁଲିସ୍‌ କ୍ଷମତା’ ମଧୢ ପ୍ରଦାନ କରାଯାଇଥିଲା। ପିତା ବିଜୁଙ୍କ ଆଦର୍ଶରେ ଗତ ଅଠର ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିସନ୍‌ ଶକ୍ତିଠାରୁ ଆରମ୍ଭ କରି ‘ମମତା’ ଯୋଜନା ପର୍ଯ୍ୟନ୍ତ ମହିଳା କଲ୍ୟାଣ ଓ ମାତୃ ଜାତିର ସଶକ୍ତୀକରଣ ଦିଗରେ ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି। ସେହି ଧାରାରେ ମହିଳା ଆରକ୍ଷଣ ସପକ୍ଷରେ ବିଧାନସଭାରେ ସ˚କଳ୍ପ ଗୃହୀତ କରାଇବା ଆଉ ପାଦେ।

ସ˚କଳ୍ପକୁ ଗୃହରେ ନିଃସର୍ତ୍ତ ସମର୍ଥନ ଜଣାଇଥିବା ବିରୋଧୀ ପକ୍ଷ ଏବେ ଏହାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସ˚କଳ୍ପ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଗଣତାନ୍ତ୍ରିକ ପରମ୍ପରା ପରିପ୍ରେକ୍ଷୀରେ ବିରୋଧୀଙ୍କ ଅଭିଯୋଗକୁ ଆଦୌ ଅସ୍ବାଭାବିକ କିମ୍ବା ଅବାନ୍ତର ବୋଲି କୁହାଯାଇ ନପାରେ। ଏହା ନିଶ୍ଚୟ ବିତର୍କର ଅପେକ୍ଷା ରଖୁଛି। ବିଧାନସଭାରେ ଗୃହୀତ ସ˚କଳ୍ପ ୧୯୯୬ରୁ ଝୁଲି ରହିଥିବା ‘ମହିଳା ବିଲ୍‌’ ପ୍ରସଙ୍ଗରେ ସ˚ସଦକୁ କେତେଦୂର ପ୍ରଭାବିତ କରିପାରିବ, ସେ ନେଇ ଉଠୁଥିବା ସନ୍ଦେହକୁ କେନ୍ଦ୍ର କରି ବିବାଦ ହୋଇପାରେ। କିନ୍ତୁ ଗୋଟିଏ ବିଷୟ ଉପରେ ବୋଧହୁଏ କୌଣସି ବିତର୍କ କିମ୍ବା ସନ୍ଦେହର ଅବକାଶ ନାହିଁ ଯେ, ‘ବଣମଲ୍ଲୀ’ ଭଳି ଝଡ଼ିଯିବା ପୂର୍ବରୁ ଏ ରାଜ୍ୟର ଅନେକ ମମତା ଓ ଜୟନ୍ତୀ ମାନଙ୍କୁ ମହକିବାର ସୁଯୋଗ ଦିଆଯିବା ଆବଶ୍ୟକ। ଆଦିବାସୀ ବହୁଳ ପଛୁଆ ଇଲାକାର ଜଣେ ଶିକ୍ଷିତା ଆଦିବାସୀ ତରୁଣୀ ମମତା ପଡ଼ିଆମୀ ସିଧାସଳଖ ସର୍ବୋଚ୍ଚ ଶାସନ କର୍ତ୍ତାଙ୍କ ଆଗରେ ନିଡ଼ର ହୋଇ ଅତ୍ୟନ୍ତ ସରଳ ଭାବେ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରଖିଲେ। ଏହା କେବଳ ଜଣେ କୋୟା ଝିଅର ବ୍ୟକ୍ତିଗତ ସାହସ ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀଙ୍କୁ ପରିଚିତ କରାଇନଥିଲା, ଆଗାମୀ ଓଡ଼ିଶାର ମହିଳାଙ୍କ ଉଜ୍ଜ୍ବଳ ଚେହେରା ସହ ମଧୢ ପରିଚିତ କରାଇଥିଲା। ସେମାନଙ୍କଚ ଚିନ୍ତା ଆଉ ଘର ଓ ପରିବାର ମଧୢରେ ସୀମିତ ନାହିଁ। ସମାଜ ଓ ସମୂହଙ୍କ କଲ୍ୟାଣ ପାଇଁ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ସେମାନେ ବେଶ୍‌ ସଚେତନ। ‘ମେକ୍‌ ଇନ୍‌ ଓଡ଼ିଶା’ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାବାସୀ ମଧୢ ଶୁଣିଲେ ଜୟନ୍ତୀ ଏକ୍କାଙ୍କ ସଫଳତାର କାହାଣୀ। ଜୟନ୍ତୀଙ୍କ କାହାଣୀରେ ଦେଖିବାକୁ ମିଳିଲା ସ୍ବୟ˚ ସହାୟକ ଗୋଷ୍ଠୀ ମାଧୢମରେ ମହିଳାମାନେ ହାସଲ କରିଥିବା ଆର୍ଥିକ ସ୍ବାବଲମ୍ବନଶୀଳତା, ଗଭୀର ଆତ୍ମବିଶ୍ବାସ, ଯାହା ସମାଜ ଓ ପରିବାରରେ ମହିଳାଙ୍କ ସ୍ଥିତିରେ ପରିବର୍ତ୍ତନ ସହ ସାମଗ୍ରିକ ଭାବେ ଓଡ଼ିଶାର ସାମାଜିକ- ଅର୍ଥନୈତିକ ଚିତ୍ର ବଦଳୁଥିବାର ସୂଚନା ଦେଉଛି। ମୁଖ୍ୟମନ୍ତ୍ରୀଙ୍କ ମତରେ ଏହା ଥିଲା ‘ନୂଆ ଓଡ଼ିଶା’ ଆଡ଼କୁ ଆଗେଇବାର ସ˚କେତ। ସେ ସ˚କେତକୁ କ’ଣ ଆଉ ଅଣଦେଖା କରାଯାଇ ପାରିବ? ମମତା ଓ ଜୟନ୍ତୀଙ୍କ ଠାରେ ଦେଖିବାକୁ ମିଳିଥିବା ସମ୍ଭାବନକେୁ ଯଦି ସ୍ବୀକୃତି ଓ ସୁଯୋଗ ନ ମିଳେ, ତେବେ ସମୃଦ୍ଧ ଓ ସଶକ୍ତ ଓଡ଼ିଶାର ଲକ୍ଷ୍ୟ ଅପହଞ୍ଚ ହୋଇ ରହିଯାଇପାରେ। ଏଥିରେ ବୋଧହୁଏ, କୌଣସି ଦ୍ବିରୁକ୍ତି ନାହିଁ।

ତେଣୁ ବିଧାନସଭା, ସ˚ସଦରେ ମହିଳାଙ୍କ ପାଇଁ ୩୩% ଆସନ ଆରକ୍ଷଣ ସପକ୍ଷରେ ଗୃହୀତ ସ˚କଳ୍ପର ସନ୍ଦେଶ ହେଲା- ପଞ୍ଚାୟତ ସ୍ତରରେ ମହିଳାଙ୍କୁ ପ୍ରତିନିଧିତ୍ବ ଦେବା ପାଇଁ ଲାଗୁ କରାଯାଇଥିବା ଆରକ୍ଷଣ ଯଥେଷ୍ଟ ନୁହେଁ। ବିଧାନସଭା ଓ ସ˚ସଦକୁ ମଧୢ ଏହି ଆରକ୍ଷଣ ବ୍ୟବସ୍ଥାର ସ˚ପ୍ରସାରଣରେ ଆଉ ଟାଳଟୁଳ ଦେଶ ବା ସମାଜର ବୃହତ୍ତର ସ୍ବାର୍ଥର ଅନୁକୂଳ ନୁହେଁ। ରାଜ୍ୟର ଆଭ୍ୟନ୍ତରୀଣ, ପଛୁଆ ଇଲାକାରେ ଆଢ଼ୁଆଳରେ ରହିଯାଇଥିବା ମମତା ଓ ଜୟନ୍ତୀମାନଙ୍କ ଶକ୍ତି ଓ ସାମର୍ଥ୍ୟର ବିନିଯୋଗ ସକାଶେ ସେମାନଙ୍କୁ ଅଧିକ ଦାୟିତ୍ବ ଦେବା ପାଇଁ ବ୍ୟବସ୍ଥାରେ ସୁଯୋଗ ତିଆରି କରିବାକୁ ପଡ଼ିବ। ଲୋକସ˚ଖ୍ୟାର ଅର୍ଧେକଙ୍କ ସମୁଚିତ ପ୍ରତିନିଧିତ୍ବ ବିନା ସମାଜର ସାମଗ୍ରିକ ବିକାଶର ପରିକଳ୍ପନା କରାଯାଇ ନପାରେ। ବିଧାନସଭାରେ ଗୃହୀତ ସ˚କଳ୍ପ କଦାପି ରାତାରାତି ‘ମହିଳା ବିଲ୍‌’ ପ୍ରସଙ୍ଗରେ ଗତ ବାଇଶ ବର୍ଷ ଧରି ରହି ଆସିଥିବା ସ୍ଥିତାବସ୍ଥାକୁ ବଦଳାଇ ପାରିବ ନାହିଁ। କିନ୍ତୁ ମହିଳା ସଶକ୍ତୀକରଣ ଦିଗରେ ନିଶ୍ଚୟ ଏହା ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଏକ ସକାରାତ୍ମକ ପ୍ରଦର୍ଶନ। ଅବଶ୍ୟ, ଏହି ରାଜନୈତିକ ଇଚ୍ଛାଶକ୍ତିକୁ ଅଧିକ ବିଶ୍ବସନୀୟ କରିବା ଲାଗି ମହିଳା ନିରାପତ୍ତା, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଥିବା ନିଅଣ୍ଟିଆ ଦୂର ହେବା ଜରୁରୀ।

ସମ୍ବନ୍ଧିତ ଖବର