ପୁରୁଣା-ନୂଆ ପିଢ଼ି ଦ୍ବନ୍ଦ୍ବ

ଡିସେମ୍ବର ଏଗାର ତାରିଖ ବିଳମ୍ବିତ ସନ୍ଧ୍ୟାରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା। ବାର ତାରିଖ ପୂର୍ବାହ୍ନ ବେଳକୁ ସ୍ପଷ୍ଟ ହୋଇ ଯାଇଥିଲା ଯେ, ପାଞ୍ଚଟିରୁ ତିନିଟି ରାଜ୍ୟରେ କ˚ଗ୍ରେସ ନେତୃତ୍ବାଧୀନ ସରକାର ଗଠିତ ହେବ। ଇତିମଧୢରେ ଅଠଚାଳିଶ ଘଣ୍ଟାରୁ ଅଧିକ ସମୟ ବିତି ଯାଇଛି। ଅଣ-କ˚ଗ୍ରେସ ଦଳ ବିଜୟୀ ହୋଇଥିବା ଦୁଇଟି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ଦ୍ବନ୍ଦ୍ବ ନଥିଲା। ତେଲେଙ୍ଗାନାରେ ଟିଆର‌୍‌ଏସ୍‌ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଛନ୍ତି। ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ଏମ୍‌.ଏନ୍‌.ଏଫ୍‌ ନେତା ଜୋରାମ ଥାଙ୍ଗା ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ନେବେ। ଅଥଚ, ଦେଶର ଲୋକସ˚ଖ୍ୟାର ୧୪% ବସବାସ କରୁଥିବା ଛତିଶଗଡ଼, ମଧୢପ୍ରଦେଶ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଦ୍ବନ୍ଦ୍ବର ସମାଧାନ ଲାଗି କ˚ଗ୍ରେସ ହାଇକମାଣ୍ତଙ୍କୁ ବେଶ୍‌ କସରତ କରିବାକୁ ପଡ଼ିଛି। ତଥାକଥିତ ‘ଗଣତାନ୍ତ୍ରିକ ବିଚାର ବିମର୍ଶ’ ଆଳରେ ଦୀର୍ଘ ଟଣାଓଟରା ପରେ ମଧୢପ୍ରଦେଶ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚୟନ ନେଇ ଦ୍ବନ୍ଦ୍ବର ସମାଧାନ ହୋଇଥିବା ବେଳେ ଏ ସ୍ତମ୍ଭ ଲେଖା ହେବା ବେଳକୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି ତଥାପି ଝୁଲି ରହିଥିଲା। ତଥାକଥିତ ଗଣତାନ୍ତ୍ରିକ ବିଚାରବିମର୍ଶର ନିର୍ଯ୍ୟାସ ସ୍ବରୂପ ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ମଧୢ ପ୍ରଦେଶରେ ବରିଷ୍ଠ ନେତା କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। କିନ୍ତୁ ଯାହା ଏଠାରେ ଆଲୋଚନାର ଅପେକ୍ଷା ରଖୁଛି, ତା ହେଲା, ବିଶେଷକରି ମଧୢପ୍ରଦେଶ ଓ ରାଜସ୍ଥାନରେ କ˚ଗ୍ରେସ ସମ୍ମୁଖୀନ ହୋଇଥିବା ଦ୍ବନ୍ଦ୍ବ। ରାଜସ୍ଥାନ ଓ ମଧୢ ପ୍ରଦେଶ ଠାରୁ ଛତିଶଗଡ଼ ଦ୍ବନ୍ଦ୍ବର ଚିତ୍ର ଭିନ୍ନ। ସେଠାରେ ଦ୍ବନ୍ଦ୍ବର ମୂଳରେ ରହିଛି ଜାତିଆଣ ସମୀକରଣ।

ରାଜସ୍ଥାନ ଓ ମଧୢ-ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ନେଇ କ˚ଗ୍ରେସ ଯେଉଁ ଦ୍ବନ୍ଦ୍ବର ସମ୍ମୁଖୀନ ହୋଇଥିଲା, ତାରି ମୂଳରେ ରହିଛି ବରିଷ୍ଠତା, ଅଭିଜ୍ଞତା, ଅନୁଭବ ବନାମ କନିଷ୍ଠ, ପରବର୍ତ୍ତୀ ପିଢ଼ିର ସମ୍ଭାବନା ଓ ପ୍ରତିଭା। ମୋଟ ଉପରେ ପୁରୁଣା ଓ ନୂଆକୁ କେନ୍ଦ୍ର କରି ଏ ଦ୍ବନ୍ଦ୍ବ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ମଧୢପ୍ରଦେଶରେ ଗୋଟିଏ ପଟେ ଥିଲେ ବରିଷ୍ଠ ଅଭିଜ୍ଞ ଅନୁଭବୀ ୭୧ ବର୍ଷ ବୟସ୍କ କମଳନାଥ। ଅନ୍ୟପଟେ ଥିଲେ ନୂଆ ପିଢ଼ିର ତରୁଣ ୧୯୭୧ରେ ଜନ୍ମଗ୍ରହଣ କରିଥିବା ୪୭ ବର୍ଷ ବୟସ୍କ ଜ୍ୟୋତିରାଦିତ୍ୟ ସିନ୍ଧିଆ। ରାଜସ୍ଥାନରେ ସେମିତି ଗୋଟିଏ ପଟେ ପୁରୁଣା, ଅଭିଜ୍ଞ, ଅନୁଭବୀ ୬୭ ବର୍ଷ ବୟସ୍କ, ଦୁଇ ଥର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବ˚ ଅନ୍ୟପଟେ ତରୁଣ ତୁର୍କ, ପରବର୍ତ୍ତୀ ପିଢ଼ିର ୧୯୭୭ରେ ଜନ୍ମଗ୍ରହଣ କରିଥିବା ୪୧ ବର୍ଷ ବୟସ୍କ ସଚିନ୍‌ ପାଇଲଟ୍‌। ମଧୢପ୍ରଦେଶ କ୍ଷେତ୍ରରେ କ˚ଗ୍ରେସ ଅଧୢକ୍ଷ ରାହୁଲ ଗାନ୍ଧୀ ଅଭିଜ୍ଞତାକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଭାବେ କମଳନାଥଙ୍କୁ ମନୋନୀତ କରି ସିନ୍ଧିଆଙ୍କ ଦାବିକୁ ଏଡ଼ାଇ ଦେଇଛନ୍ତି। ରାଜସ୍ଥାନ କ୍ଷେତ୍ରରେ ସଚିନ ପାଇଲଟଙ୍କ ସପକ୍ଷରେ ରହିଥିବା ମହିଳା ଓ ଯୁବ ଗୋଷ୍ଠୀର ବିପୁଳ ସମର୍ଥନ ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ପ୍ରାର୍ଥୀତ୍ବ କଡ଼ା ଆହ୍ବାନର ସମ୍ମୁଖୀନ ହୋଇଥିଲା। ଶେଷରେ ଏକ ସାଲିସ ଫର୍ମୁଲାରେ ଗେହଲୋଟ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି।

କ˚ଗ୍ରେସ କୌଣସିମତେ ମୁଖ୍ୟମନ୍ତ୍ରୀ ଚୟନ ନେଇ ପୁରୁଣା-ନୂଆ ଦ୍ବନ୍ଦ୍ବର ସମାଧାନ କରିଥିଲେ ମଧୢ ଆଗାମୀ ଦିନରେ ପୁଣି ଏହି ପ୍ରକାର ଦ୍ବନ୍ଦ୍ବ ମୁଣ୍ତ ଟେକିପାରେ। କେବଳ କ˚ଗ୍ରେସ ନୁହେଁ, ଅନ୍ୟ ଦଳଙ୍କୁ ମଧୢ ସେହି ଦ୍ବନ୍ଦ୍ବର ମଧୢ ସାମନା କରିବାକୁ ପଡ଼ିପାରେ। ଭାରତୀୟ ଲୋକସ˚ଖ୍ୟାର ଯୁବ ବର୍ଗଙ୍କ ପ୍ରାଧାନ୍ୟ ରାଜନୀତିରେ ଏହି ଭଳି ଦ୍ବନ୍ଦ୍ବ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି। ଯେଉଁଥିରୁ କୌଣସି ରାଜନୈତିକ ଦଳ କିମ୍ବା ରାଜନୈତିକ ସ˚ଗଠନ ପକ୍ଷରେ ମୁକ୍ତ ରହିବା ସମ୍ଭବପର ନୁହେଁ। ଏପରିକି ସାମାଜିକ କ୍ଷେତ୍ରରେ ମଧୢ ଏ ପ୍ରକାର ଦ୍ବନ୍ଦ୍ବ ଅବଶ୍ୟମ୍ଭାବୀ। ବର୍ତ୍ତମାନ ଦେଶର ଲୋକସ˚ଖ୍ୟାରେ ୨୫ ବର୍ଷରୁ କମ୍‌ ବୟସ୍କଙ୍କ ଭାଗ ୫୦%। ଲୋକସ˚ଖ୍ୟାର ୬୫%ଙ୍କ ବୟସ ୩୫ ବର୍ଷରୁ କମ୍‌। ଦେଶର ଗଣତାନ୍ତ୍ରିକ ରାଜନୈତିକ ବ୍ୟବସ୍ଥା ଦୃଷ୍ଟିକୋଣରୁ ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ସା˚ପ୍ରତିକ ଦ୍ବନ୍ଦ୍ବ ସହ ଓତପ୍ରୋତ ଭାବେ ଯୋଡ଼ି ହୋଇଛି, ତା’ ହେଲା ଦେଶର ଲୋକସ˚ଖ୍ୟାର ୧୮ରୁ ୩୫ ବର୍ଷ ବୟସ ଗୋଷ୍ଠୀର ଭାଗ ୩୪%। ଅର୍ଥାତ୍‌ ପ୍ରାୟ ୪୦ କୋଟିର ଏହି ‘ଜେନ୍‌- ୟାଇ’ କୁହାଯାଉଥିବା ଯୁବ ମତଦାତା ଦେଶର ମୋଟ ଭୋଟର ସ˚ଖ୍ୟାର ଅଧା। ଏହି ନିର୍ଣ୍ଣାୟକ ବିଶାଳ ଯୁବ ମତଦାତା ଗୋଷ୍ଠୀଙ୍କ ଆଶା- ଆକା˚କ୍ଷା ଓ ପ୍ରତିନିଧିତ୍ବର ଚାପ ଦ୍ବନ୍ଦ୍ବର ମଞ୍ଜି। କେବଳ ବୟସ ଦୃଷ୍ଟିରୁ ନୁହେଁ, ରାଜନୈତିକ- ସାମାଜିକ ଆଭିମୁଖ୍ୟ ଦୃଷ୍ଟିରୁ ଆଶା ଆକା˚କ୍ଷା ମଧୢ ପୁରୁଣା ପିଢ଼ିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେମାନଙ୍କ ଆଶା ଆକା˚କ୍ଷା ପୂରଣ କରିବା ଯେତିକି ବଡ଼ ଏକ ଆହ୍ବାନ, ରାଜନୈତିକ ବ୍ୟବସ୍ଥାରେ ସେମାନଙ୍କ ପ୍ରତିନିଧିତ୍ବ ନିଶ୍ଚିତ କରିବା ମଧୢ ତା’ ଠାରୁ ବଡ଼ ଏକ ଆହ୍ବାନ। ଏହି ଆହ୍ବାନର ମୁକାବିଲାରେ ବିଫଳତା କିମ୍ବା ଏହାକୁ ଏଡ଼ାଇଯିବା କୌଣସି ଦଳ ପାଇଁ ବି ମହଙ୍ଗା ପଡ଼ିପାରେ।

ଉଲ୍ଲେଖନୀୟ ଯେ, ଏହି ଚାଳିଶ କୋଟି ଯୁବ ମତଦାତାଙ୍କ ସହ ଆଗାମୀ ୨୦୧୯ ବେଳକୁ ଆହୁରି ତେର କୋଟି ପ୍ରଥମ ଥର ଭୋଟର ସାମିଲ ହେବେ। ପ୍ରଧାନମନ୍ତ୍ରୀ ମୋଦୀ ଯଥାର୍ଥରେ ଏହି ତରୁଣ ବର୍ଗର ଭୋଟରଙ୍କୁ ନୂଆ ଭାରତର ‘ଭାଗ୍ୟ ବିଧାତା’ ଆଖ୍ୟା ଦେଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ୍‌ ପାଇଲଟଙ୍କ ଭଳି ତରୁଣ ତୁର୍କ ନେତାମାନେ ହେଉଛନ୍ତି ଏହି ‘ଜେନ୍‌-ଵାଇ’ ଓ ‘ଜେନ୍‌-ଜେଡ୍‌’ ପିଢ଼ିର ଆଶା-ଆକା˚କ୍ଷାର ପ୍ରତୀକ। ଏମାନଙ୍କ ପାଖରେ ଅଭିଜ୍ଞତା, ଅନୁଭବ ନିଅଣ୍ଟ ଥାଇପାରେ, କିନ୍ତୁ ବିପୁଳ ସମ୍ଭାବନା ରହିଛି। ପ୍ରତିଭା ଓ ଦକ୍ଷତାର ମଧୢ ଅଭାବ ନାହିଁ। ନୂଆ ପିଢ଼ିର ପ୍ରତିନିଧିମାନେ ଆସି ପ୍ରବେଶ ଦ୍ବାରରେ ପହଞ୍ଚି କବାଟରେ କରାଘାତ କଲେଣି। ଅଥଚ, ଅଭିଜ୍ଞତା ଆଳରେ ପୁରୁଣା ପିଢ଼ି ସମୟର ଡାକ ଶୁଣି ନ ଶୁଣିଲା ଭଳି କବାଟ ଖୋଲିବାକୁ ନାରାଜ। ଏହା ହିଁ ଦ୍ବନ୍ଦ୍ବ; ଯାହା ସ˚ପାତ, ସ˚ଘର୍ଷର ରୂପ ନେବା ଆଶଙ୍କାକୁ ଏଡ଼ାଯାଇ ନପାରେ। ପୁରୁଖା କ˚ଗ୍ରେସ ନେତା ଦିଗ୍‌ବିଜୟ ସି˚ହ ‘ସିନ୍ଧିଆଙ୍କ ପାଇଁ ଭବିଷ୍ୟତ ପଡ଼ିଛି’ କହି କମଳନାଥଙ୍କ ପକ୍ଷ ସମର୍ଥନ କରିଥିଲେ। କିନ୍ତୁ ଦେଶର ସର୍ବପୁରାତନ ରାଜନୈତିକ ଦଳ ୧୩୩ ବର୍ଷର କ˚ଗ୍ରେସର ଭବିଷ୍ୟତ ପାଇଁ ନା ଏ ପ୍ରକାର ମାନସିକତା ନା ସମୟର ଡାକକୁ ଏଡ଼ାଇ ଯିବାର ଏ ପ୍ରବଣତା ଏକ ଶୁଭ ଲକ୍ଷଣ। ମନେ ରଖିବାକୁ ହେବ ଯେ, ମଧୢପ୍ରଦେଶ ଓ ରାଜସ୍ଥାନରେ ଜନାଦେଶରେ ଯେଉଁ ଚିତ୍ର ମିଳିଛି, ତହିଁରେ ବିଜେପିକୁ ବିରୋଧ ଅଧିକ, କ˚ଗ୍ରେସ ପ୍ରତି ସମର୍ଥନ କମ୍‌ ପ୍ରତିଫଳିତ ହୋଇଛି। ବିକଳ୍ପ ଦେବା ପାଇଁ ବିଜେପି ପ୍ରତି ବିରୋଧ ଯଥେଷ୍ଟ ନୁହେଁ। କିଛି ରଚନାତ୍ମକ ରାଜନୈତିକ କାର୍ଯ୍ୟକ୍ରମ, ଯେଉଁଥିରେ ନୂଆ ପିଢ଼ିର ଆଶା ଆକା˚କ୍ଷାର ପ୍ରତିଫଳନ ଥିବ, ଏକାନ୍ତ ଆବଶ୍ୟକ।

ମଧୢପ୍ରଦେଶ ଓ ରାଜସ୍ଥାନରେ ବରିଷ୍ଠତା ଓ ଅଭିଜ୍ଞତା ସପକ୍ଷରେ ଦ୍ବନ୍ଦ୍ବର ସମାଧାନ ହୋଇଛି। ଦୁଇ ରାଜ୍ୟର ବିଧାନସଭାରେ ଦଳର ସ୍ବଳ୍ପ ସ˚ଖ୍ୟା ଦୃଷ୍ଟିରୁ ଏହା ଏକ ବାଧୢବାଧକତା ହୋଇ ଥାଇପାରେ। କିନ୍ତୁ ଆଗାମୀ ଦିନରେ ସିନ୍ଧିଆ ଓ ସଚିନ୍‌ ପାଇଲଟ ପ୍ରତିନିଧିତ୍ବ କରୁଥିବା ନୂଆ ପିଢ଼ିର ପ୍ରତିନିଧିତ୍ବକୁ କେବଳ କ˚ଗ୍ରେସ ନୁହେଁ, ଅନ୍ୟ ସବୁ ଦଳଙ୍କୁ ଗୁରୁତ୍ବ ଦେବାକୁ ପଡ଼ିବ। ଦେଶରେ ବାମପନ୍ଥୀ ଦଳ, ଏପରିକି ବାମପନ୍ଥୀ ଆନ୍ଦୋଳନ ଅପ୍ରାସଙ୍ଗିକ ହୋଇପଡ଼ିବାର ଏକ ମୁଖ୍ୟ କାରଣ ହେଲା, ବାମପନ୍ଥୀଙ୍କ ମାନ୍ଧାତିଆ ଚିନ୍ତନରେ ନୂଆ ପିଢ଼ି ସେମାନଙ୍କ ଆଶା-ଆକା˚କ୍ଷାର ଲେଶମାତ୍ର ପ୍ରତିଫଳନ ଦେଖିବାକୁ ପାଇଲେ ନାହିଁ। ଏକଦା ଯେଉଁ ପ୍ରଗତିଶୀଳ ବାମପନ୍ଥୀ ଆଦର୍ଶ ଆଡ଼କୁ ଯୁବଗୋଷ୍ଠୀ ସ୍ବତଃସ୍ଫୂର୍ତ୍ତ ହୋଇ ଲମ୍ଫ ପ୍ରଦାନ କରୁଥିଲେ, ଏବେ ତାହା ଯୁବଗୋଷ୍ଠୀଙ୍କ ପାଇଁ ଅପ୍ରାସଙ୍ଗିକ ହୋଇ ପଡ଼ିଛି। ସମୟର ଡାକ ଶୁଣି ପରିବର୍ତ୍ତନ ସହ ତାଳ ଦେଇ ନ ଚାଲିଲେ ଅନ୍ୟ ରାଜନୈତିକ ଆଦର୍ଶକୁ ମଧୢ ସମାନ ଦଶା ଭୋଗିବାକୁ ପଡ଼ିପାରେ। ସେଥିପାଇଁ ନିଜର ଭବିଷ୍ୟତ ସକାଶେ ପ୍ରତ୍ୟେକ ରାଜନୈତିକ ଦଳଙ୍କ ପକ୍ଷରେ କେବଳ ନୂଆ ପିଢ଼ିଙ୍କୁ ରାଜନୈତିକ ବ୍ୟବସ୍ଥାର ପ୍ରତିନିଧିତ୍ବ ଦେବା ଯଥେଷ୍ଟ ନୁହେଁ, ସେମାନଙ୍କ ଆଶା-ଆକା˚କ୍ଷାର ଯଥୋଚିତ ସ୍ବୀକୃତି ଦେଇ ଅନୁକୂଳ ନୀତି ଓ କାର୍ଯ୍ୟକ୍ରମକୁ ନିଜ ଏଜେଣ୍ତାରେ ପ୍ରାଥମିକତା ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର