ସାତକୋଶିଆ ଜଙ୍ଗଲରେ ମହାବଳ ବାଘ ବ˚ଶ ବୃଦ୍ଧି ଲାଗି ଯେଉଁ ଦୁଇଟି ବାଘଙ୍କୁ ସେଠାରେ ଛଡ଼ା ଯାଇଥିଲା, ସେ ଦୁଇଟି ଭିତରୁ ଗୋଟିଏ ଖୋଲା ଜଙ୍ଗଲରୁ ପିଞ୍ଜରାକୁ ପ୍ରତ୍ୟାବର୍ତ୍ତନ କରିଛି ଏବ˚ ଆର ମହାବଳ ବାଘଟି ଅତ୍ୟନ୍ତ ଦାରୁଣ ଭାବେ ସ୍ବର୍ଗରୋହଣ କରିସାରିଛି। ଏହା ସହିତ ସାତକୋଶିଆରେ ଯେ କେବଳ ବାଘ ବ˚ଶ ବିସ୍ତାର ପ୍ରକଳ୍ପର ସ୍ବପ୍ନ ଧୂଳିସାତ୍ ହୋଇଛି ତାହା ନୁହେଁ, ଗୋଟିଏ ଜଙ୍ଗଲର ବାଘକୁ ଅନ୍ୟ ଜଙ୍ଗଲକୁ ସ୍ଥାନାନ୍ତରଣ କରାଯିବାର ପ୍ରକ୍ରିୟା ଉପରେ ବି ରୋକ ଲାଗିଛି। ପ୍ରକାଶ ଥାଉ କି, ସାତକୋଶିଆରେ ମୃତ୍ୟୁବରଣ କରିଥିବା ଅଣ୍ତିରା ବାଘ ‘ମହାବୀର’ ଆସିଥିଲା ମଧୢ ପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରୁ ଏବ˚ ମାଈ ବାଘ ‘ସୁନ୍ଦରୀ’ ଆସିଥିଲା ମଧୢ ପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲରୁ। କେବଳ ସେତିକି ନୁହେଁ, ଗଲା ଶନିବାର ଦିନ କେତେକ ଇ˚ରେଜୀ ଗଣମାଧୢମ ସୂତ୍ରରୁ ପ୍ରକାଶ ଯେ ଜାତୀୟ ବ୍ୟାଘ୍ର ସ˚ରକ୍ଷଣ କର୍ତ୍ତୃପକ୍ଷ ବା ଏନ୍ଟିସିଏ ପକ୍ଷରୁ ରାଜ୍ୟ ମୁଖ୍ୟ ବନ ସ˚ରକ୍ଷକଙ୍କ ପାଖକୁ ଲେଖାଯାଇଥିବା ଏକ ପତ୍ରରେ ଏହା କୁହାଯାଇଛି ଯେ ‘ମହାବୀର’ର ମୃତ୍ୟୁ ଶିକାରୀମାନଙ୍କ ହାତରେ ହୋଇଥିବା କଥା ସ୍ପଷ୍ଟ ଏବ˚ ଏହାକୁ ଲୁଚାଇବା ଲାଗି ଚେଷ୍ଟା କରିଥିବା ସବୁ ଅଧିକାରୀ ଏବ˚ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ। ଏ ପରିପ୍ରେକ୍ଷୀରେ ଏକ ସାନି ଆଳାଲଚନା ଜରୁରୀ।
ଗତ ଛଅ ମାସ ଭିତରେ ସାତକୋଶିଆରେ ବାଘ ବ˚ଶ ବିସ୍ତାରକୁ ନେଇ ଯାହା ସବୁ କାର୍ଯ୍ୟକ୍ରମ କରାଗଲା ଏବ˚ ଯାହା ସବୁ ଘଟିଗଲା, ସେ ସବୁର ବିଚାର କଲେ କେବଳ ଗୋଟିଏ ଉପସ˚ହାର ମିଳେ ଯେ ଏହା ହେଉଛି ବନ୍ୟ ପ୍ରାଣୀ ପରିଚାଳନା ସ˚ଦର୍ଭରେ ଅପରିଣାମଦର୍ଶିତାର ଏକ ଶାସ୍ତ୍ରୀୟ ଉଦାହରଣ। ଆମ ରାଜ୍ୟର ଲୋକମୁଖରେ ‘ବାଘ ସିନା ବିଲେଇର ପୁତୁରା’ (ବାଘର ମାଉସୀ ବିରାଡ଼ି), କିନ୍ତୁ ତାକୁ ବିରାଡ଼ି ତୁଲ୍ୟ ବିଚାର କରିବା ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ। ତେଣୁ ପ୍ରଶ୍ନ ଉଠେ, ଯେତେବେଳେ ବାଘ ଦୁଇଟିକୁ ସାତକୋଶିଆ ଜଙ୍ଗଲ ଭିତରେ ଛଡ଼ାଯିବାର ଯୋଜନା କରାଗଲା, ସେତିକି ବେଳେ ବ୍ୟାପକ କ୍ଷେତ୍ର ଅନୁଧୢାନ ଓ ପୂର୍ବ ପ୍ରସ୍ତୁତି କରାଯାଇଥିଲା କି? ଜଙ୍ଗଲ ଭିତରେ ଓ ଜଙ୍ଗଲ ଧାରରେ ଥିବା ଗାଁଗୁଡ଼ିକରେ ବାସ କରୁଥିବା ଲୋକମାନଙ୍କ ସହିତ ଏ ବିଷୟରେ ଆଲୋଚନା କରାଯାଇଥିଲା କି? ମହାବଳ ବାଘ ସହିତ କେମିତି ଚଳିବାକୁ ହେବ, ସେ ବାବଦରେ ସେମାନଙ୍କୁ ସଚେତନ କରାଯାଇଥିଲା କି? ଯେଉଁ ଜଙ୍ଗଲରେ ବାଘ ଦ୍ବୟ ନୂଆ ଘର ପାଇଲେ, ସେଠି ସେମାନଙ୍କ ଲାଗି ପର୍ଯ୍ୟାପ୍ତ ଖାଦ୍ୟ ମହଜୁଦ ଅଛି କି ନାହିଁ, ସେ ବାବଦରେ ବିଶେଷ ଅନୁଧୢାନ କରାଯାଇଥିଲା କି? ଏ ସବୁର ଉତ୍ତର ନିଶ୍ଚିତ ନାସ୍ତିବାଚକ ହିଁ ହେବ। କାରଣ ଯଦି ନିଷ୍ଠା ଓ ଆଗ୍ରହର ସହିତ ଏଭଳି କିଛି କସରତ କରାଯାଇଥାଆନ୍ତା, ତେବେ ବାଘ ବ˚ଶ ବିସ୍ତାର କାର୍ଯ୍ୟକ୍ରମଟି ଆରମ୍ଭ ହେଉ ହେଉ ବନ୍ଦ ହୋଇଯାଇ ନ ଥାଆନ୍ତା। ପ୍ରକାଶ ଥାଉ କି, ଏ କାର୍ଯ୍ୟକ୍ରମରେ ମୋଟ ଛଅଟି ମହାବଳ ବାଘ ଓଡ଼ିଶାକୁ ଆସିଥାଆନ୍ତେ ଏବ˚ ବାଘ ବ˚ଶ ବୃଦ୍ଧିର ଏକ ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥାଆନ୍ତା ଏବ˚ ଏକ ବଡ଼ ସ୍ବପ୍ନ ହୁଏତ ସାକାର ହୋଇପାରିଥାଆନ୍ତା।
ଜଙ୍ଗଲ ଅଧିକାରୀମାନେ ଏହା ବୁଝିବା ଉଚିତ ହୋଇଥାଆନ୍ତା ଯେ ଅତି ପୁରୁଣା କାଳରୁ- ଯେତେବେଳେ ଆମ ଜଙ୍ଗଲ ସବୁ ବାଘମୟ ଥିଲେ- ଆମ ଜନମାନସରେ ‘ବାଘ ମାତିବା’ କଥାଟି ଏଭଳି ଏକ ଭୀତିପ୍ରଦ ତରଙ୍ଗ ସୃଷ୍ଟି କରିଆସିଛି ଯେ ଏବର ବାଘ ଶୂନ୍ୟ ଜଙ୍ଗଲ ପାଖ ଗାଁରେ ହେଟା ବାଘ ବି ଯଦି ମଣିଷ ଛୁଆଟିଏ ନେଇଯାଏ, ତେବେ ବାଘ ମାତିଛି ବୋଲି ହୁରି ପଡ଼ିଯାଏ। ଏ ନେଇ ଗୁଜବ ଓ ଜନରବ ମଧୢ ଦୂରକୁ ଦୂରକୁ ବ୍ୟାପିଯାଏ। ପୁଣି ଏମାନେ ଥିଲେ ହୃଷ୍ଟପୁଷ୍ଟ ତରୁଣ ମହାବଳ ବାଘ। ଏମାନଙ୍କୁ ଜଙ୍ଗଲ ଭିତରେ ଛାଡ଼ିବା ପୂର୍ବରୁ ଏ କଥାଟିକୁ ବିଚାରକୁ ନେଇ ଜନସଚେତନତାର ପ୍ରସାର କରିବା ନିହାତି ଜରୁରୀ ଥିଲା।
ମହାବଳ ବାଘ ଭରା ପଶ୍ଚିମବଙ୍ଗର ସୁନ୍ଦରବନରେ ଗାଁ ଲୋକେ ମହାବଳ ବାଘମାନଙ୍କ ସହିତ ରହିବାର ବାଗ ଶିଖିଗଲେଣି। କିନ୍ତୁ ବାଘ-ଶୂନ୍ୟ ସାତକୋଶିଆ ଜଙ୍ଗଲ ପାଖ ଗାଁ ଲୋକେ ଏହି ବାବଦରେ ଅଜ୍ଞ। ଗୋଟିଏ ଛୋଟ ଉଦାହରଣ ଦିଆଯାଇପାରେ: ଯେହେତୁ ବାଘ ପଛରୁ ଆକ୍ରମଣ କରେ ସେଥିଲାଗି ସୁନ୍ଦରବନରେ ବାସ କରୁଥିବା ଲୋକେ ମୁଣ୍ତ ପଛ ପଟେ ଏକ ମଣିଷ ମୁହଁର ମୁଖା ଲଗାଇ ଯାତାୟାତ କରନ୍ତି। ସେହି ମୁଖାଟି ଆଖି ତରାଟି ନିଷ୍ପଲକ ନୟନରେ ଆଗକୁ ଚାହିଁଥାଏ। ଏହାକୁ ଦେଖି ବାଘ ଭାବେ ସତରେ ମଣିଷଟି ତାକୁ ଚାହିଁ ରହିଛି। ତେଣୁ ସେ ଆକ୍ରମଣ କରିବାକୁ ଭରସି ପାରେନାହିଁ। ଏହି ଭଳି ବାଘ ସହିତ ଚଳିବା ଲାଗି ଅନେକ ଉପାୟ ଅଛି, ଯାହା ବାବଦରେ ଗ୍ରାମବାସୀଙ୍କୁ ସଚେତନ କରାଯାଇପାରିଥାଆନ୍ତା। ଏହା ସହିତ ମହାବଳ ବାଘର ବ˚ଶ ବୃଦ୍ଧି କାହିଁକି ଗୁରୁତ୍ବପୂର୍ଣ୍ଣ, ସେ ବାବଦରେ ମଧୢ ସେମାନଙ୍କୁ ବୁଝାଇ ଦିଆଯାଇପାରିଥାଆନ୍ତା।
ଅନେକ ପରିବେଶବିତ୍ଙ୍କ ମତରେ ଯେଉଁ ଜଙ୍ଗଲରେ ବାଘ ଦୁଇଟିକୁ ଛଡ଼ାଯାଇଥିଲା, ସେଠାରେ ପର୍ଯ୍ୟାପ୍ତ ସ˚ଖ୍ୟକ ବାଘ-ଶିକାର ଯୋଗ୍ୟ ଜନ୍ତୁ ନାହାନ୍ତି। ସେଥିଲାଗି ‘ସୁନ୍ଦରୀ’ ଜଙ୍ଗଲ ପାଖ ଗାଁଗୁଡ଼ିକ ନିକଟରେ ଘୂରି ବୁଲୁଥିଲା। କାରଣ ‘ସୁନ୍ଦରୀ’ ବୃଦ୍ଧା ହୋଇଯାଇ ନ ଥିଲା କି ଅସୁସ୍ଥ ନ ଥିଲା। ତେଣୁ ସହଜ ଶିକାର ଲାଗି ତାର ଗାଁ ପାଖରେ ବୁଲିବାର କୌଣସି କାରଣ ନ ଥିଲା। ଯେହେତୁ ମହାବଳ ବାଘଗୁଡ଼ିକ ସ୍ବଭାବତଃ ଅତି ତରକା, ସେମାନେ ମଣିଷ ଖିଆ ନ ହେଲେ ବା ଅତି ଦରକାର ନ ପଡ଼ିଲେ ମଣିଷ ବସତି ପାଖରେ ରହିବାକୁ ପସନ୍ଦ କରନ୍ତି ନାହିଁ।
ସାତକୋଶିଆର ରାଇଗଡ଼ା ଜଙ୍ଗଲ ରେ˚ଜ୍ରେ ବାର୍ହା ଫାଶ ପକାଇ ‘ମହାବୀର’କୁ ଶିକାର କରାଗଲା। ଏହାର ଅଳ୍ପ କିଛି ଦିନ ପୂର୍ବରୁ ଡେବ୍ରୀଗଡ଼ ଜଙ୍ଗଲରେ ଆଉ ଗୋଟିଏ ମହାବଳ ବାଘକୁ ବାର୍ହା ଫାଶ ବିଛାଇ ମାରି ଦିଆଯାଇଥିଲା। ଡେବ୍ରୀଗଡ଼ର ବାଘ ମୃତ୍ୟୁ କଥା ବନ ବିଭାଗ ପାଖରେ ପହଞ୍ଚିଲା ବେଳକୁ ବାଘର ଦେହାବଶେଷ ବଞ୍ଚି ନ ଥିଲା। କେବଳ ପଡ଼ି ରହିଥିବା କିଛି ଦାନ୍ତ ଓ ପାହୁଲ ଚିହ୍ନରୁ ସ୍ପଷ୍ଟ ହୋଇ ପାରିଲା ଯେ ତାହା ଥିଲା ଗୋଟିଏ ମହାବଳ ବାଘର। ‘ମହାବୀର’ ବି ମଲା ବାର୍ହା ଫାଶରେ। ବାରହା ଫାଶର ତାର ତା’ ବେକରେ ଗୁଡ଼ାଇ ହୋଇ ଗଭୀର କ୍ଷତ ସୃଷ୍ଟି କଲା ଏବ˚ ତାହା ପଚିଯାଇ କିଛି ଦିନ ପରେ ‘ମହାବୀର’ର ମୃତ୍ୟୁର କାରଣ ହେଲା। ଯେଉଁ ଶିକାରୀମାନେ ଏ ଦୁଇ ବାଘର ଶିକାର କଲେ ସେମାନେ ବାଘର ଗତିବିଧି ବିଷୟରେ ଯେତିକି ଜାଣିଥିଲେ, ବନ ବିଭାଗର କର୍ମଚାରୀମାନେ ମଧୢ ସେତିକି ଜାଣି ନ ଥିଲେ। କାରଣ ଫାଶ ପକାଇ ଗୋଟିଏ ବାଘ ମାରିବା ଏକ ଅତ୍ୟନ୍ତ କଷ୍ଟକର ବ୍ୟାପାର, ଯେଉଁଥିରେ ଶିକାରୀ ସଫଳ ହେଲେ। ମହାବୀର ବେକରେ ଟ୍ରାନ୍ସମିଟର କଲାର ଲାଗିଥିଲା, ଯେଉଁଥିରୁ ତାର ଗତିବିଧି ଉପରେ ନଜର ରଖିବା ବନ ବିଭାଗ ପକ୍ଷରେ ସହଜ ଥିଲା। କିନ୍ତୁ ସେମାନେ ତାହା ଠିକଣା ଭାବେ କରି ପାରିଲେ ନାହିଁ। ସେମିତି ‘ସୁନ୍ଦରୀ’କୁ ଧରିବା ବେଳେ ବନ ବିଭାଗର ଏ ଅନଭିଜ୍ଞତା ପଦାେରେ ପଡ଼ିଯାଇଥିଲା। କାରଣ ଗାଁ ପାଖରେ ଘୂରି ବୁଲୁଥିବା ‘ସୁନ୍ଦରୀ’ ଜଙ୍ଗଲ ଭିତରେ ଏମିତି ଲାପତ୍ତା ହୋଇଯାଇଥିଲା ଯେ ତାକୁ ଖୋଜି ପାଇବା ଲାଗି ବନ ବିଭାଗ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା।
ତେବେ ଏହାର ମୂଳ କାରଣଟି କ’ଣ ହୋଇପାରେ? ଗୋଟିଏ କାରଣ ଏହା ହୋଇପାରେ ଯେ ହୁଏତ ଜଙ୍ଗଲ ଓ ବନ ଜନ୍ତୁଙ୍କ ପ୍ରତି ବୀତସ୍ପୃହ ଅନେକ ଲୋକ ବନ ବିଭାଗରେ ଚାକିରି କରୁଛନ୍ତି। ସିଭିଲ ସର୍ଭସ୍ ପରୀକ୍ଷାରେ ଆଇଏଏସ୍ ବା ଆଇପିଏସ୍ ହେବାକୁ ଚାହୁଁଥିବା ପ୍ରାର୍ଥୀ ତାହା ନ ପାଇ ବାଧୢହୋଇ ଭାରତୀୟ ବନ ସେବାରେ ପ୍ରବେଶ କରନ୍ତି। ଅନେକ ବାହାର ଦେଶରେ ଜଙ୍ଗଲ ଓ ବନ୍ୟ ଜନ୍ତୁଙ୍କୁ ଭଲ ପାଉଥିବା ଲୋକେ ହିଁ ବନ ବିଭାଗରେ ଚାକିରି ଲାଗି ଯୋଗ୍ୟ ହୁଅନ୍ତି, ଯେଉଁମାନଙ୍କ ଲାଗି ଏହା ଏକ ଚାକିରି ନ ହୋଇ ଏକ ନିଶା ପାଲଟିଯାଏ। ଅବଶ୍ୟ, ଏହାର ଅର୍ଥ ନୁହେଁ ଯେ ଆମ ବନ ବିଭାଗରେ ଜଙ୍ଗଲ ଓ ବନ୍ୟ ଜନ୍ତୁଙ୍କୁ ଭଲ ପାଉଥିବା କର୍ମଚାରୀ ବା ଅଧିକାରୀ ନାହାନ୍ତି, କିନ୍ତୁ ସେମାନଙ୍କ ସ˚ଖ୍ୟା ହାତଗଣତିରେ। ତେଣୁ ଜଙ୍ଗଲ ପ୍ରେମୀ କର୍ମଚାରୀଙ୍କ ସ˚ଖ୍ୟା ବୃଦ୍ଧି ପାଇବା ଦରକାର। ଏହା ସହିତ ବନ ବିଭାଗରେ ଯଥେଷ୍ଟ ସ˚ଖ୍ୟକ କର୍ମଚାରୀ ନାହାନ୍ତି ବୋଲି ହେଉଥିବା ଅଭିଯୋଗକୁ ମଧୢ ସରକାର ଦୂର କରିବା ଦରକାର।
ମୋଟ ଉପରେ ସ୍ଥିତି ବଦଳୁ। ମହାବଳ ବାଘର ବ˚ଶ ବିସ୍ତାର ସହିତ ମଣିଷମାନେ କେମିତି ସେମାନଙ୍କ ସହିତ ସହାବସ୍ଥାନ କରିପାରିବେ, ସେହିପରି ପରିବେଶ ସୃଷ୍ଟି କରାଯାଉ। ଅଦକ୍ଷ, ଅସାଧୁ ଏବ˚ ଅମନଯୋଗୀ କର୍ମଚାରୀମାନଙ୍କୁ ଏଭଳି ମହତ୍ତ୍ବାକା˚କ୍ଷୀ ପ୍ରକଳ୍ପରୁ ଦୂରେଇ ରଖାଯାଉ। ମହାବଳ ବାଘ ବିଶାରଦ ବାଲ୍ମିକୀ ଥପ୍ପର ଥରେ ସୁନ୍ଦରବନରେ ସ˚ଧୢା ବେଳେ ଏକାକିନୀ ଯାଉଥିବା ଜଣେ ବୃଦ୍ଧାଙ୍କୁ ପଚାରିଥିଲେ- ତୋତେ ବାଘକୁ ଡର ଲାଗୁ ନାହିଁ ମାଉସୀ? ବୁଢ଼ୀ ହସି କରି ଉତ୍ତର ଦେଇଥିଲା- ଏଠି ବାଘର କି ଭୟରେ ପୁଅ, ଏଠି ତ ମଣିଷର ଭୟ!
ଏଭଳି ବାକ୍ୟ ସବୁ ମହାବଳ ବାଘ ପ୍ରକଳ୍ପ ଭିତରେ ଥିବା ଗ୍ରାମବାସୀଙ୍କ ମୁହଁରୁ ଶୁଣାଯାଉ।